অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ (ବ୍ୟକ୍ତିଗତ ଚାଷୀଙ୍କ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି))

ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ (ବ୍ୟକ୍ତିଗତ ଚାଷୀଙ୍କ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି))

ମଡ୍ୟୂଲ୍ – ୧ : ବ୍ୟକ୍ତିଗତ ଚାଷୀଙ୍କ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି)

ଅଧିବେଶନ ୧.୧

ପିପିଟି ମାଧ୍ୟମରେ ଚାଷୀମାନଙ୍କ ଦ୍ୱାରା ଆତ୍ମ ସମୀକ୍ଷା (ବୁଣିବା-ପୂର୍ବବବର୍ତ୍ତୀ ଚରଣ) I

ଉଦ୍ଦେଶ୍ୟ

ଫସଲର ବିଭିନ୍ନ ଚରଣରେ ଚାଷୀମାନଙ୍କ ଦ୍ୱାରା ଆଦୃତ କରାଯାଇଥିବା କୃଷି ପଦ୍ଧତି ସବୁକୁ ଲିପିବଦ୍ଧ କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା I

ପଦ୍ଧତି

ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଫ୍ଲିପ ଚାର୍ଟ ପ୍ରଦର୍ଶନ ମାଧ୍ୟମରେ ଏହାକୁ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା, ପ୍ରକଳ୍ପ ଗ୍ରାମର ଅନ୍ୟାନ୍ୟ ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ଫ୍ଲିପ ଚାର୍ଟ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ୨୦ ମିନିଟ: I

ପୃଷ୍ଠଭୁମୀ

ପାଥୱେଜ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଫସଲର ବିଭିନ୍ନ ଅବସ୍ଥାରେ ସିଆରପିମାନଙ୍କ ଦ୍ୱାରା ଚାଷୀମାନଙ୍କ ପାଇଁ ଅନେକ ଗୁଡିଏ ପ୍ରଶିକ୍ଷଣ ଆୟୋଜନ କରିଥାଆନ୍ତି I ଏହା ଜାଣିବା ଆବଶ୍ୟକ ହୋଇଥାଏ ଯେ ଚାଷୀମାନେ ଏହିସବୁ ଅଭ୍ୟାସ ଆଦୃତ କରୁଅଛନ୍ତି ନା ନାହିଁ, ଯଦି କରୁ ନାହାନ୍ତି ଏହାର କାରଣ ସବୁ କ'ଣ I ଏହି ଅନୁସରଣ ପ୍ରଣାଳୀ ଦ୍ୱାରା ଚାଷୀମାନେ ବିଭିନ୍ନ ପ୍ରଶିକ୍ଷଣ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ଅଭ୍ୟାସସବୁକୁ ଆଦୃତ କରିବା ପାଇଁ ସତର୍କ ହୋଇଯିବେ କାରଣ ସେମାନେ ଜାଣି ପାରିବେ ଯେ ସେମାନଙ୍କର କୃଷି ଗତିବିଧିକୁ କେହିଜଣେ ଦୃଷ୍ଟି ରଖୁଛି I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଅଧିବେଶନକୁ ଆରମ୍ଭ କରି ଏହାର ଉଦ୍ଦେଶ୍ୟକୁ ସଂକ୍ଷିପ୍ତରେ ବୁଝାନ୍ତୁ I ପ୍ରକଳ୍ପ ଅନ୍ତର୍ଗତ ଗତ ଫସଲ ଚକ୍ରରେ ଦିଆ ଯାଇଥିବା ବିଭିନ୍ନ ପ୍ରଶିକ୍ଷଣସବୁକୁ ମନେପକାଇବାକୁ ଚାଷୀମାନଙ୍କୁ କୁହନ୍ତୁ I ଏହାଦ୍ୱାରା ଚାଷୀମାନଙ୍କ ମନରେ ସେହି ସବୁ ଅଭ୍ୟାସ ପୁଣିଥରେ ସତେଜ ହୋଇଯିବ ଯାହା ଏହି ଅଧିବେଶନରେ ଆଲୋଚନା କରାଯିବ I ଚାଷୀମାନଙ୍କୁ ପଚାରନ୍ତୁ ଯେ ପ୍ରଶିକ୍ଷଣକାରୀ କେମିତି ଜାଣିବେ ଯେ ସେମାନଙ୍କୁ ପୂର୍ବରୁ ଯାହାସବୁ ଶିକ୍ଷା ଦିଆ ଯାଇଥିଲା ସେମାନେ ସବୁ ବୁଝିଛନ୍ତି ନା ନାହିଁ I ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଚାଷୀମାନଙ୍କର ସମୂହ ଗଠନ କରିବା ଏବଂ ଦଳଗତ ଭାବେ ମୂଲଚାଲ କରି ଚାଷ ନିବେଶ କିଣିବା ସହ ଦଳଗତ ଭାବେ କୃଷି ଉତ୍ପାଦକୁ ବିକ୍ରିକରି ସେମାନଙ୍କୁ ଲାଭବାନ କରାଇବା I ତା' ପରେ ସେମାନଙ୍କୁ କୁହନ୍ତୁ ଯେ ଯଦି ପ୍ରତ୍ୟେକ ଚାଷୀ ଗୋଟିଏ କାର୍ଡ଼ (ପିପିଟି କାର୍ଡ଼) ରଖି ଠିକ ଭାବେ ଏହାକୁ ନିୟମିତ ଭାବ ଲେଖିବେ, ଏହା ପ୍ରତି ଚାଷୀକୁ ଫସଲର ବିଭିନ୍ନ ଅବସ୍ଥାରେ ମାର୍ଗଦର୍ଶନ କରିବାପାଇଁ ସିଆରପିମାନଙ୍କୁ ସାହାଯ୍ୟ କରିବ I

ସୋପାନ - ୨: ପିପିଟି କ’ଣ? : ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି) ଆତ୍ମ ସମୀକ୍ଷା କରିବା ପାଇଁ ଏକ ଟୁଲ ଯାହାଦ୍ୱାରା ଚାଷୀମାନେ ସମୂହ ଭାବେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଅନୁମୋଦିତ ଅଭ୍ୟାସସବୁକୁ ଆଦୃତ କରିବା ପାଇଁ ନିଜ ନିଜର ଅଗ୍ରଗତିକୁ ସମୀକ୍ଷା କରିପାରିବେ I ଚାଷୀମାନଙ୍କୁ ସେମାନେ ଆଦୃତ କରୁଥିବା ପଦ୍ଧତି ବିଷୟରେ ଆଲୋଚନା କରିବା ପାଇଁ ଏହି ଅଭ୍ୟାସ ସୁଯୋଗ ଦେବା ସହ ଏହି ନୂଆ ଚାଷ ପଦ୍ଧତି ଆଦୃତ କରିବା ଫଳରେ ସେମାନେ ପାଉଥିବା ଲାଭ ବିଷୟରେ ଜାଣି ପାରିବେ I ଏଥିସହିତ ଏହି ପଦ୍ଧତିସବୁ ଆଦୃତ କରିବା ପାଇଁ ସେମାନେ ସମ୍ମୁଖିନ କରୁଥିବା ବିଭିନ୍ନ ଆହ୍ୱାନ ବିଷୟରେ ଆଲୋଚନା କରିବାକୁ ଏହି ମଞ୍ଚ ଚାଷୀମାନଙ୍କୁ ସୁଯୋଗ ଦେଇଥାଏ I ଏହି ସହଭାଗୀ ଆଲୋଚନା ଏକ ଉତ୍ତମ ବାତାବରଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଯେଉଁଠି କମ ଆଦୃତ କରୁଥିବା ଚାଷୀମାନଙ୍କୁ ଅନ୍ୟ ଚାଷୀମାନେ ପରବର୍ତ୍ତୀ କୃଷି ଋତୁରେ ଏହିସବୁ ପଦ୍ଧତିକୁ ଆଦୃତ କରିବା ପାଇଁ ଉତ୍ସାହିତ କରିବେ I

ସୋପାନ - ୩ : ଚାଷୀମାନଙ୍କୁ ପିପିଟି କାର୍ଡ ସହ ପରିଚିତ କରାଇବା : ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ପ୍ରକାର କାର୍ଡ଼ ପ୍ରାରମ୍ଭ କରାଯାଇଅଛି ଯଥା, ଗୋଟିଏ କାର୍ଡ଼ ଧାନ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ଏବଂ ଅନ୍ୟଟି ମକା ଚାଷ କରୁଥିବା ଚାଷୀମାନଙ୍କ ପାଇଁ I ଯଦି କୌଣସି ଚାଷୀ ଉଭୟ ଧାନ ଓ ମକା ଚାଷ କରୁଥାଆନ୍ତି, ତେବେ ସେମାନେ ଉଭୟ କାର୍ଡକୁ ଅଲଗା ଅଲଗା ଭାବେ ଲେଖିବା ଆବଶ୍ୟକ I ପାଥୱେଜ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣ ଅଧିବେଶନର ବିଷୟବସ୍ତୁ ସବୁକୁ ପିପିଟି କାର୍ଡରେ ଅନ୍ତର୍ଭୂକ୍ତ କରାଯାଇଅଛି I ଚାଷୀମାନଙ୍କୁ ଏହି ପିପିଟି କାର୍ଡକୁ ପରିଚିତ କରାଇ ସେମାନଙ୍କୁ ପ୍ରୋତ୍ସାହିତ କରିବେ ଯେ, ଯଦି ସେମାନେ ଟିକିନିଖି ଭାବେ ଏହିସବୁ ପଦ୍ଧତିକୁ ଆଦୃତ କରିବେ ତେବେ ଏହାଦ୍ୱାରା ଅଧିକ ଅମଳ ସୁନିଶ୍ଚିତ ହେବା ସହ ସହ କୃଷି କାର୍ଯ୍ୟରୁ ଅଧିକ ଆୟ ଉପାର୍ଜନ କରିହେବ I ଫସଲର ପ୍ରତି ଅବସ୍ଥା ଯଥା, ବୁଣିବା, ବର୍ଦ୍ଧୀୟ , ଅମଳ ଏବଂ ଅମଳ-ପରବର୍ତ୍ତୀ ଅବସ୍ଥାର ଶେଷ ପର୍ଯ୍ୟାୟରେ ଚାଷୀମାନେ ଅତିକମରେ ଥରେ ଏହି ପଦ୍ଧତିସବୁର ବିଭିନ୍ନ ଦିଗ ବିଷୟରେ ସିଆରପିମାନଙ୍କ ସହ ଆଲୋଚନା କରିବା ଉଚିତ I

ସୋପାନ - ୪:ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି) ଫର୍ମାଟ : ଚାଷୀମାନଙ୍କ ବ୍ୟବହାର ପାଇଁ ପ୍ରାରମ୍ଭ କରାଯାଇଥିବା ଫର୍ମାଟ୍ ର ନମୂନା ତଳେ ଦିଆ ଯାଇଅଛି :

  1. "ଧାନ ଚାଷ କରୁଥିବା ବ୍ୟକ୍ତିଗତ ଚାଷୀମାନଙ୍କ ପାଇଁ ପିପିଟି ଫର୍ମାଟ "(ପ୍ରତ୍ୟେକ ଚାଷୀ ଏହି ପିପିଟି କାର୍ଡକୁ ଲେଖିବେ ଏବଂ ଫସଲର ବିଭିନ୍ନ ଚରଣରେ ଛୋଟ କାଗଜ ଷ୍ଟିକର ବ୍ୟବହାର କରି ଏହାକୁ ପୂରଣ କରିବେ )
  2. "ମକା ଚାଷ କରୁଥିବା ବ୍ୟକ୍ତିଗତ ଚାଷୀମାନଙ୍କ ପାଇଁ ପିପିଟି ଫର୍ମାଟ "(ପ୍ରତ୍ୟେକ ଚାଷୀ ଏହି ପିପିଟି କାର୍ଡକୁ ଲେଖିବେ ଏବଂ ଫସଲର ବିଭିନ୍ନ ଚରଣରେ ଛୋଟ କାଗଜ ଷ୍ଟିକର ବ୍ୟବହାର କରି ଏହାକୁ ପୂରଣ କରିବେ )

ସୋପାନ ୪: ମୂଲ୍ୟାଙ୍କନ : ଫସଲଋତୁ ସରିବା ପରେ ଯଥା, ଅମଳ-ପରବର୍ତ୍ତୀ ଅବସ୍ଥାର ପରିସମାପ୍ତି ହେଲାପରେ, ନୁତନ ଚାଷ ପଦ୍ଧତି ଆଦୃତ କରିବାରେ ସେମାନଙ୍କର ସ୍ଥାନ କେଉଁଠି ଚାଷୀମାନଙ୍କୁ ବୁଝାନ୍ତୁ I ପ୍ରତ୍ୟେକ ଚାଷୀ ଆଦୃତ କରିଥିବା ପଦ୍ଧତିର ସଂଖ୍ୟା ଆଧାରରେ ସେମାନଙ୍କୁ ନିମ୍ନ ପ୍ରଦତ୍ତ ଟେବୁଲ ଅନୁଯାୟୀ ନମ୍ବର କିମ୍ବା ଗ୍ରେଡ଼ ଦିଅନ୍ତୁ :

  • ଗ୍ରେଡ ‘କ’: ଯଦି ଚାଷୀ ସବୁ ଅନୁମୋଦିତ ଅଭ୍ୟାସର ୭୬% ରୁ ୧୦୦% ଅଭ୍ୟାସ ଆଦୃତ କରିଥାଆନ୍ତି ।
  • ଗ୍ରେଡ ‘ଖ’: ଯଦି ଚାଷୀ ସବୁ ଅନୁମୋଦିତ ଅଭ୍ୟାସର ୫୧% ରୁ ୭୫% ଅଭ୍ୟାସ ଆଦୃତ କରିଥାଆନ୍ତି ।
  • ଗ୍ରେଡ ‘ଗ’: ଯଦି ଚାଷୀ ସବୁ ଅନୁମୋଦିତ ଅଭ୍ୟାସର ୨୬% ରୁ ୫୦% ଅଭ୍ୟାସ ଆଦୃତ କରିଥାଆନ୍ତି ।
  • ଗ୍ରେଡ ‘ଘ’ : ଯଦି ଚାଷୀ ସବୁ ଅନୁମୋଦିତ ଅଭ୍ୟାସର ୦% ରୁ ୨୫% ଅଭ୍ୟାସ ଆଦୃତ କରିଥାଆନ୍ତି ।

ଆହୁରି ଅଧିକ ଚାଷ ପଦ୍ଧତି କିପରି ଭାବେ ଆଦୃତ ହୋଇ ପାରିବ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I ପରସ୍ପରସହ କଥାବାର୍ତ୍ତା କରି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସବୁ କିମ୍ବା ଅଧିକାଂଶ ଉନ୍ନତ୍ତ ପଦ୍ଧତ୍ତିସବୁ ଆଦୃତ କରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରନ୍ତୁ I

ଉପସଂହାର

ସିଆରପିମାନେ ସୁନିଶ୍ଚିତ କରିବା ଦରକାର ଯେ ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ ଚାଷୀମାନେ ପିପିଟି କାର୍ଡ ଆଣି ପାରସ୍ପରିକ ଆଲୋଚନା ମାଧ୍ୟମରେ ପରାମର୍ଶ ନେବେ ଏବଂ କିଛି ସନ୍ଦେହ ଥିଲେ ତାକୁ ଦୂର କରିବେ I ଏହି ଆତ୍ମ ସମୀକ୍ଷା ଅଭ୍ୟାସ ଚାଷୀମାନଙ୍କ ମଧ୍ୟରେ ଧିରେ ଧିରେ ଦୃଢୀଭୁତ କରିବା ଉଚିତ I

ଆଧାର – ପୋର୍ଟାଲ ଟିମ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate