অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ (ସନ୍ତୁଳିତ ତରାଜୁ ବ୍ୟବହାର)

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ (ସନ୍ତୁଳିତ ତରାଜୁ ବ୍ୟବହାର)

ଅଧିବେଶନ ୭.୪

ସନ୍ତୁଳିତ ତରାଜୁ ବ୍ୟବହାର କରିବା ସମୟରେ ଏହା “କରନ୍ତୁ ଓ କରନ୍ତୁ ନାହିଁ” I

ଉଦ୍ଦେଶ୍ୟ

ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଗ୍ରାମୀଣ ବଜାରରେ ପ୍ରଚଳିତ ଥିବା ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I

ପଦ୍ଧତି

ସିଆରପିମାନେ ସଚିତ୍ର ପ୍ରଚାର-ପ୍ରସାର ସାମଗ୍ରୀ ସାହାଯ୍ୟରେ "ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ" ବିଷୟରେ ବୁଝାଇବେ ଏବଂ ଏହାପରେ "ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ" ବିଷୟରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

କୃଷିକାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଫିଲ୍ମ ପ୍ରୋଜେକ୍ଟର ଏବଂ ସନ୍ତୁଳିତ ତରାଜୁ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୨୦ ମିନିଟ୍ |

ପୃଷ୍ଠଭୁମୀ

ଗ୍ରାମରେ ଅନେକ ଚାଷୀ ସନ୍ତୁଳିତ ତରାଜୁର ବିଭିନ୍ନ ମୌଳିକ ଦିଗ ବିଷୟରେ ମଧ୍ୟ ସଚେତନ ନ ଥାଆନ୍ତି I ଏହି ଅଧିବେଶନରେ ଉତ୍ପାଦକୁ ଓଜନ କରିବା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ତରାଜୁ, ବିଶେଷତଃ ସନ୍ତୁଳିତ ତରାଜୁ ବିଷୟରେ ଆଲୋଚନା କରାଯିବ ଯାହାକୁ ସ୍ଥାନୀୟ ବଜାରରେ ସାଧାରଣଭାବେ ବ୍ୟବହାର କରାଯାଏ I ଏହି ପ୍ରଶିକ୍ଷଣ ଟୁଲ୍ ସନ୍ତୁଳିତ ତରାଜୁର ମୌଳିକ ବ୍ୟବହାର ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଏହି ସମୟ ପର୍ଯ୍ୟନ୍ତ ଚାଷୀମାନେ ଗ୍ରାମୀଣ ବଜାରରେ ଘଟୁଥିବା ବିଭିନ୍ନ ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଏକ ସାଧାରଣ ଧାରଣା ପାଇଯାଇଥିବେ ଏବଂ ଏଥିରୁ ଉପୁଜୁଥିବା କ୍ଷତିକୁ କମ କରିବା ପାଇଁ ଉପାୟସବୁ ବିଷୟରେ ମଧ୍ୟ ସେମାନଙ୍କର ଏକ ଅବଧାରଣା ହୋଇଥିବ I ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସାଧାରଣ ଭାବେ ଗ୍ରାମରେ ବ୍ୟବହୃତ ହେଉଥିବା ସନ୍ତୁଳିତ ତରାଜୁ ବିଷୟରେ ସେମାନଙ୍କର ଅନୁଭୁତି କ'ଣ I

ସୋପାନ - ୨:ଆଦର୍ଶ ଓଜନ-ଅଭ୍ୟାସ ସମ୍ବନ୍ଧୀୟ ଜ୍ଞାନ : ପୋଷ୍ଟରକୁ ଦେଖାନ୍ତୁ ଏବଂ ପ୍ରଦର୍ଶନ କରିବା ପାଇଁ ଗୋଟିଏ ତରାଜୁ ସେଟ୍ ନିଜ ପାଖରେ ରଖନ୍ତୁ I ସାମାନ୍ୟତଃ, ଗ୍ରାମରେ ଚାଷୀମାନେ ସନ୍ତୁଳିତ ତରାଜୁର ମୌଳିକଦିଗ ବିଷୟରେ ସଚେତନ ନ ଥାଆନ୍ତି I ଚାଷୀମାନେ ଓଜନକରିବା ଅଭ୍ୟାସ ବିଷୟରେ ଜାଣିବା ଦରକାର I ଅଂଶଗ୍ରହଣକାରୀମାନଙ୍କୁ ସନ୍ତୁଳିତ ତରାଜୁର ମୌଳିକ ନିୟମ ସବୁକୁ ବୁଝାନ୍ତୁ ଯେ କୌଣସି ଜିନିଷ ଓଜନ କରିବା ସମୟରେ ତରାଜୁର ଓଜନିଆ ପଲା ତଳକୁ ଝୁଲିଥାଏ ଏବଂ ହାଲୁକା ପଲା ଉପରକୁ ଉଠିଯାଇଥାଏ I ସନ୍ତୁଳିତ ତରାଜୁ ବ୍ୟବହାର କରିବା ସମୟରେ ବିଭିନ୍ନ ସାବଧାନତାକୁ ଅବଲମ୍ବନ କରିବାର ଆବଶ୍ୟକତାକୁ ସେମାନଙ୍କୁ କୁହନ୍ତୁ I:

  • ବିଭିନ୍ନ ଓଜନର ମୁଲ୍ୟ ପାଇଁ ପ୍ରମାଣିତ ବାସ୍ତବିକ ଓଜନ ବିଷୟରେ ଜାଣନ୍ତୁ : ସନ୍ତୁଳିତ ତରାଜୁରେ ବ୍ୟବହାର କରିବା ପାଇଁ ୫୦ କେ.ଜି. ରୁ ଆରମ୍ଭ କରି ୫୦ ଗ୍ରାମ ପର୍ଯ୍ୟନ୍ତ ପ୍ରମାଣିତ ବାସ୍ତବିକ ଓଜନ ମିଳୁଅଛି I ଚାଷୀମାନେ ବିଭିନ୍ନ ଓଜନ ବିଷୟରେ ଜାଣିବା ଆବଶ୍ୟକ ଏବଂ ଓଜନର ସଠିକତା ପାଇଁ ସେମାନେ ପ୍ରମାଣୀକରଣ ମୋହରକୁ ଯାଞ୍ଚ କରିବା ଉଚିତI
  • ଓଜନ କରିବା ପୂର୍ବରୁ ତରାଜୁର ସନ୍ତୁଳନକୁ ଯାଞ୍ଚ କରନ୍ତୁ : ଓଜନ କରିବା ପୁର୍ବରୁ ତରାଜୁର ସଠିକତାକୁ ଜାଣିବାପାଇଁ ଏହାର ଉଭୟ ପାର୍ଶ୍ୱର ପଲାକୁ ତୁଳନା କରିବା ଉଚିତ I ଯଦି ଉଭୟ ପାର୍ଶ୍ୱର ପଲା ପରସ୍ପରର ସମାନ୍ତରାଳ ହୋଇ ରହି ନ ଥାଆନ୍ତି, ତେବେ ଏହି ତରାଜୁରେ କିଛି ତ୍ରୁଟି ରହିଥିବ I
  • ଓଜନ କରିବା ପାଇଁ ଥିବା ଜିନିଷର ପରିମାଣ ଅନୁସାରେ ସଠିକ ଆକାରର ତରାଜୁ ବ୍ୟବହାର କରିବା : ଉତ୍ପାଦକୁ ଓଜନ କରିବା ପାଇଁ ବିଭିନ୍ନ କ୍ଷମତାର ସନ୍ତୁଳିତ ତରାଜୁ ଉପଲବ୍ଧ ଅଛି, ଯଥା ୫ କେ.ଜି., ୨୦ କେ.ଜି., ୫୦ କେ.ଜି., ୧ କ୍ୟୁଣ୍ଟାଲ, ୨ କ୍ୟୁଣ୍ଟାଲ ଇତ୍ୟାଦି କ୍ଷମତାର ତରାଜୁ I ମନେ କରନ୍ତୁ ଆମକୁ ୨୦୦ କେ.ଜି.ର ଉତ୍ପାଦକୁ ଓଜନ କରିବାକୁ ଅଛି, ତେବେ ଏହାକୁ ୫୦ କେ.ଜି. କିମ୍ବା ଅଧିକ କ୍ଷମତାର ତରାଜୁରେ ଓଜନ କରିବା ବୁଦ୍ଧିମାନର କାମ I ଅନ୍ୟଥା ୨୦୦ କେ.ଜି. ଉତ୍ପାଦ ପାଇଁ ୫ କେ.ଜି. କ୍ଷମତାର ତରାଜୁ ବ୍ୟବହାର କରିବା ଅନୁଚିତI
  • ପଲା ଓ ଜମି ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ : ସବୁବେଳେ ତରାଜୁକୁ ଝୁଲାଇକରି ରଖିବା ଉଚିତ ଏବଂ ଏହା ସଠିକ କାମ କରିବା ପାଇଁ ଜମିରୁ ଅତିକମରେ ଏକ ଫୁଟ ଉଚ୍ଚରେ ରହିବା ଦରକାର I ଯଦି ପଲାଦୁଇଟି ଚଟାଣର ବହୁତ ପାଖରେ ରୁହେ, ପଲାର ଝୁଙ୍କିବାକୁ ଦେଖି ଓଜନ ଆକଳନ କରିବା କଷ୍ଟକର ହୋଇଥାଏ I
  • ଛୋଟ ତରାଜୁରେ ବହୁତ ଅଧିକ ଓଜନର ଉତ୍ପାଦକୁ ଓଜନ କରନ୍ତୁ ନାହିଁ : କିଛି ବ୍ୟାପାରୀ ଅଧିକ ପରିମାଣର ଉତ୍ପାଦକୁ ଓଜନ କରିବା ପାଇଁ ଛୋଟ ତରାଜୁ ଆଣିଥାନ୍ତି କାରଣ ପ୍ରତ୍ୟେକ ଥର ଓଜନ କଲାବେଳେ ସେମାନେ କିଛି ଅଧିକ ଜିନିଷ ନେବାକୁ ମସୁଧା କରିଥାନ୍ତି I ଉଦାହରଣ ସ୍ୱରୂପ ଯଦି ସେ ୨୦ ଥର ଓଜନ କରନ୍ତି ଏବଂ ପ୍ରତ୍ୟେକ ଥର ଜିନିଷ ପଲାକୁ ଟିକେ ତଳକୁ ଝୁଙ୍କାଇ ଅଧିକ ୫୦ ଗ୍ରାମ ନେଇ ଯାଆନ୍ତି, ତେବେ ଏହି ପ୍ରକ୍ରିୟାରେ ସେ ଏକ କେ.ଜି. ଅଧିକ ଜିନିଷ ନେଇ ଯିବାକୁ ସମର୍ଥ ହେବେ I ତେଣୁ ଜିନିଷର ପରିମାଣ ଆଧାରରେ ବିଭିନ୍ନ କ୍ଷମତାର ତରଜୁ ବ୍ୟବହାର କରିବା ପାଇଁ ଅନୁମୋଦନ କରାଯାଉଅଛି I
  • ଓଜନ କଲାବେଳେ ତରାଜୁର ସନ୍ତୁଳନ ବିନ୍ଦୁକୁ ଧରିବାରୁ ନିବୃତ ରୁହନ୍ତୁ : ସବୁବେଳେ ତରାଜୁକୁ ଏକ ଶକ୍ତ ଏବଂ ସ୍ଥିର ଜାଗା କିମ୍ବା ଛାତ ଉପରୁ ଝୁଲାଇ ରଖନ୍ତୁ ଯେପରିକି ଏହା ଉପରେ କୌଣସି ଜିନିଷ ନ ରଖିବା ସ୍ଥିତିରେ ଉଭୟ ପଲା ସମାନ ସ୍ତରରେ ରହୁଥିବ I ବ୍ୟାପାରୀକୁ ତରାଜୁକୁ ହାତରେ ଧରି ଓଜନ କରିବାକୁ ଅନୁମତି ଦିଅନ୍ତୁ ନାହିଁ କାରଣ ଏପରି ସ୍ଥିତିରେ ତରାଜୁ ସଠିକ ଓଜନ ପ୍ରଦର୍ଶନ କରୁଛି ନା ନାହିଁ ଜାଣିବା କାଠିକର I ଯଦି ସେ ତରାଜୁ ଧରିଥିବା ହାତରେ ଯଦି ଅପର ପାର୍ଶ୍ୱକୁ ଠେଲି ଦିଅନ୍ତି, ତେବେ ଏହା ତାଙ୍କ ସୁବିଧା ଅନୁସାରେ ତଳକୁ ଝୁଙ୍କିଯିବ I
  • ପ୍ରମାଣିତ ବାସ୍ତବିକ ଓଜନ ବଦଳରେ ଅନ୍ୟ କୌଣସି ପଦାର୍ଥ ବ୍ୟବହାର କରନ୍ତୁ ନାହିଁ : ବେଳେ ବେଳେ ଗ୍ରାମୀଣ ବଜାରରେ ବ୍ୟପାରୀମାନେ ପ୍ରମାଣିତ ବାସ୍ତବିକ ଓଜନ ବଦଳରେ ଅନ୍ୟ ପଦାର୍ଥ (ଯଥା, ପଥର, ଇଟା ଇତ୍ୟାଦି) ବ୍ୟବହାର କରନ୍ତି I ବ୍ୟବସାୟୀ ବ୍ୟବହାର କରୁଥିବା ପଦାର୍ଥର ପ୍ରକୃତ ଓଜନ ବିଷୟରେ ଆମେ ଜାଣି ନ ଥାଉ, ତେଣୁ ଏପରି ପଦାର୍ଥକୁ ଓଜନ ସମୟରେ ଏଡାଇବା ଉଚିତ I
  • ଓଜନ କରିବା ସମୟରେ ପଲାରେ ପଡିଥିବା ପ୍ରମାଣିତ ବାସ୍ତବିକ ଓଜନର ମୂଲ୍ୟ ଆଧାରରେ ଜିନିଷର ଓଜନକୁ ହିସାବ କରନ୍ତୁ : ଯେ କୌଣସି ଜିନିଷ ଓଜନ କଲାବେଳେ, ଆମେ ପଲା ଉପରେ ପଡିଥିବା ପ୍ରମାଣିତ ବାସ୍ତବିକ ଓଜନକୁ ଯାଞ୍ଚ କରି ଜିନିଷର ଯଥାର୍ଥ ଓଜନ ଜାଣି ପାରିବା I
  • ତରାଜୁର ଗୋଟିଏ ପାର୍ଶ୍ୱକୁ ଅଧିକ ଢଳିବାକୁ ଦିଅନ୍ତୁ ନାହିଁ : ଚାଷୀମାନେ ଭାଲକରି ଜାଣିଥାଆନ୍ତି ଯେ ତରାଜୁର ଓଜନିଆ ପାଖ ସବୁବେଳେ ତଳକୁ ଢ଼ଳିଥାଏ I କିନ୍ତୁ ବାସ୍ତବ ଚଳଣିରେ ସଠିକ ଓଜନ ଜାଣିବା ପାଇଁ ଆମେ ଓଜନ କଲାବେଳେ ଜିନିଷ ପାଖ ପଲା ଟିକେ ତଳକୁ ଢ଼ଳିବା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ I ଓଜନର ଯଥାର୍ଥତା ପାଇଁ ଉଭୟ ପଲାରେ ସମାନ ଓଜନ ରଖିଲେ ତରାଜୁ ସନ୍ତୁଳିତ ଅବସ୍ଥାରେ ରହିଥାଏ I

ଉପସଂହାର

ଅଧିବେଶନର ଶେଷ ଆଡକୁ ଏହା ଧରି ନିଆଯିବ ଯେ ଅଂଶଗ୍ରହଣକାରୀମାନେ କୃଷି ଉତ୍ପାଦକୁ ବିକ୍ରୟ କରିବା ସମୟରେ ତଥା ବଜାରରୁ ଜିନିଷ କିଣାକିଣି ସମୟରେ କ'ଣ ସବୁ ସାବଧାନତା ଅନୁସରଣ କରିବା ଆବଶ୍ୟକ, ସେହି ବିଷୟରେ ଭଲଭାବରେ ପରିଚିତ ହୋଇ ଯାଇଥିବେ I ଅଂଶଗ୍ରହଣକାରୀମାନେ ବିଷୟକୁ କେତେଦୂର ବୁଝିଛନ୍ତି ଜାଣିବା ପାଇଁ ଆଲୋଚନା କରା ଯାଇଥିବା ବିଷୟ ସମ୍ବନ୍ଧରେ କିଛି ପ୍ରଶ୍ନ ପଚାରନ୍ତୁ I ବିଷୟ ସମ୍ବନ୍ଧରେ କିଛି ସନ୍ଦେହ ଥିଲେ ତା'କୁ ଦୂର କରିବାକୁ ଚେଷ୍ଟା କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 5/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate