ଅଧିବେଶନ ୧.୮ |
ଟୀକାକରଣ ସାରଣୀ I |
ଉଦ୍ଦେଶ୍ୟ |
କୁକୁଡାଚାଷ କରୁଥିବା ଚାଷୀମାନଙ୍କୁ ପକ୍ଷୀ ଟୀକାକରଣ ବିଷୟରେ ଶିକ୍ଷାଦାନ କରିବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I |
ଅଂଶଗ୍ରହଣକାରୀ |
କୁକୁଡା ଚାଷ କରୁଥିବା ମହିଳା ଚାଷୀ ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ I |
କୁକୁଡା ଫାର୍ମର ସ୍ୱାସ୍ଥ୍ୟ ପରିଚାଳନାରେ ଟୀକାକାରଣ ଏକ ମହତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥାଏ I ଯଦି ଥରେ ଗୋଟିଏ ଛୁଆ/କୁକୁଡା କୌଣସି ରୋଗରେ ଆକ୍ରାନ୍ତ ହୋଇଯାଏ, ସଂକ୍ରମଣକୁ ଅନ୍ୟ ପକ୍ଷୀମାନଙ୍କୁ ବ୍ୟାପିବାକୁ ରୋକା ଯାଇ ପାରିବ ନାହିଁ କାରଣ ପକ୍ଷୀ ସଂକ୍ରମଣର ଉତ୍କଟତା ବହୁତ ଅଧିକ I ଏହି ଅଧିବେଶନ କୁକୁଡା ଚାଷ କରିବା ପାଇଁ ଦରକାର ହେଉଥିବା ପ୍ରତିଷେଧକ ଟୀକାକରଣ ସାରଣୀ ପାଇଁ ସମ୍ପୁର୍ଣରୁପେ ଉତ୍ସର୍ଗୀକୃତ, ଯଦ୍ୟପି "ରୋଗ/ବ୍ୟାଧି ପରିଚାଳନା" ଶୀର୍ଷକ ଅଧିବେଶନରେ ପୁର୍ବରୁ ଏହି ବିଷୟରେ କିଛି ମାତ୍ରାରେ ଆଲୋଚନା କରାଯାଇଛି I ଯେଉଁ ଚାଷୀମାନେ ଅଧିବେଶନ ସଂଖ୍ୟା ୧.୧ ରୁ ୧.୭ ଦ୍ୱାରା ପ୍ରଶିକ୍ଷିତ ହୋଇ କୁକୁଡା ଚାଷ ଆରମ୍ଭ କରିଥିବେ, କେବଳ ସେମାନଙ୍କ ପାଇଁ ଏହି ଅଧିବେଶନ ସଞ୍ଚାଳନ କରାଯିବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କୁ ପଚାରନ୍ତୁ କି କୁକୁଡାଙ୍କୁ ସଂକ୍ରମିତ କରୁଥିବା ବ୍ୟାଧି/ରୋଗ ବିଷୟରେ ସେମାନେ ଅବଗତ ଅଛନ୍ତି କି I ଅଲୋଚନା ଆରମ୍ଭ କରି ପଚାରନ୍ତୁ, ସାଧାରଣତଃ ଏପରି ପରିସ୍ଥିତିରେ ସେମାନେ ପକ୍ଷୀମାନଙ୍କୁ କିପରି ଭାବେ ରକ୍ଷା କରନ୍ତି I ତାପରେ, ଔଷଧ ଓ ଟୀକାକରଣ ମାଧ୍ୟମରେ ସେମାନେ କିପରି ଭାବରେ ଶାବକ ଓ ପକ୍ଷୀମାନଙ୍କୁ ବିଭିନ୍ନ ରୋଗ/ବ୍ୟାଧିରୁ ରକ୍ଷା କରିପାରିବେ ସେହି ବିଷୟରେ ସେମାନଙ୍କୁ ବୁଝାନ୍ତୁ I
ସୋପାନ - ୨: ଦିନିକିଆ ଛୁଆର ଚିକିତ୍ସୀୟ ଯତ୍ନ: ଶାବକମାନଙ୍କୁ ସ୍ଵଚ୍ଛ ପିଇବା ପାଣି ଦେବା ଦରକାର (ପ୍ରତ୍ୟେକ ୪୦ ଗୋଟି ଶାବକଙ୍କ ପାଇଁ ଏକ ଲିଟର ପାଣି ହିସାବରେ) I ପ୍ରତି ଏକ ଲିଟର ପାଣିରେ ୧୦ ଗ୍ରାମ ଗ୍ଲୂକୋଜ, ଚିନି କିମ୍ବା ଇଲେକ୍ଟ୍ରୋଲାଇଟ୍ ମିଶ୍ରଣ (ଏକ ଗ୍ରାମ ପ୍ରତି ଲିଟର) ସହ ଆଣ୍ଟିବାୟୋଟିକ୍ ବା ଆଣ୍ଟିମାଇକ୍ରୋବିଆଲ୍ ର ଅନୁମୋଦିତ ମାତ୍ରା ସହ ଭିଟାମିନ୍ ଟନିକ୍ ଦେବା ଦରକାର I ଯଦି ଶାବକ ମନେ ଅତ୍ୟଧିକ ଚାପରେ ନାହାନ୍ତି, ତେବେ ପ୍ରଥମ ଦିନରେ କେବଳ ଥରେ ଗ୍ଲୁକୋଜ୍ କିମ୍ବା ଚିନି ଏବଂ ଇଲେକ୍ଟ୍ରୋଲାଇଟ୍ ମିଶ୍ରଣ ଦେବା ପର୍ଯ୍ୟାପ୍ତ ହେବ I ବ୍ରୟଲର୍ କୁକୁଡାଙ୍କ ପାଇଁ ସବୁ ସମୟରେ ସୁରକ୍ଷିତ ପିଇବା ପାଣି ଦେବା ଦରକାର I ଅତିକମରେ ପ୍ରଥମ ବା ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପିଇବା ପାଣିକୁ ଫୁଟାଇବାପରେ ଶୀତଳ କରି ପିଇବାକୁ ଦିଅନ୍ତୁ I କୁକୁଡାଫାର୍ମ-ଜନିତ କୌଣସି ସଂକ୍ରମଣ (ଯଦି ଥାଏ)କୁ ନିବାରଣ କରିବା ପାଇଁ ପ୍ରଥମ ପାଞ୍ଚ ଦିନ ପର୍ଯ୍ୟନ୍ତ ପିଇବା ପାଣିରେ ଟେଟ୍ରାସାଇକ୍ଲିନ୍, ଫୁରାଜୋଲିଡୋନିକସ୍ ପରି ମୃଦୁ ଆଣ୍ଟିବାୟୋଟିକ୍ କିମ୍ବା ଆଣ୍ଟିମାଇକ୍ରୋବିୟାଲ୍ ଅବିରତ ଦିଆଯିବା ଦରକାର I ଜୀବାଣୁର ନୁତନ ପ୍ରତିରୋଧକ ଷ୍ଟ୍ରେନର (resistant strain) ପରିବର୍ଦ୍ଧନକୁ ପ୍ରତିହତ କରିବା ପାଇଁ ପ୍ରତି ଛ' ମାସରେ ଆଣ୍ଟିମାଇକ୍ରୋବିୟାଲ୍ ଔଷଧ ବଦଳାଇ ନୁଆ ଔଷଧ ଦିଅନ୍ତୁ I ସାଧାରଣତଃ ଟନିକ୍ ପ୍ରଥମ ସପ୍ତାହରେ ଦିନକୁ ଥରେ ବା କିଛି ଅଧିକ ସମୟ ପର୍ଯ୍ୟନ୍ତ ଦିଆଯାଏ I
ସୋପାନ -୩: ଟନିକ୍ ଓ ଅଭିବୃଦ୍ଧି ସହାୟକ: ଟନିକ୍ ଗୁଡିକ ଭିତରେ ଭିଟାମିନ୍, ଖଣିଜ, ଏମିନୋ ଏସିଡ୍, ଯକୃତ ସୁଧାରର ପାଇଁ ପ୍ରୋଟିନ୍ ହାଇଡ୍ରୋଲାଇସେଟ୍, କ୍ଷୁଧାବର୍ଧକ, କିଣ୍ୱକ (ଏନଜାଇମ୍), ଇମ୍ମୁନୋଷ୍ଟିମୁଲାଣ୍ଟ, ଚାପ ବିରୋଧୀ ଔଷଧ, ଜଡି-ବୁଟୀରୁ ପ୍ରସ୍ତୁତ ଔଷଧ୍, ଯକୃତ ନିର୍ଯ୍ୟାସ, ଫାମ୍ପନ ଉତ୍ପାଦ, ଅନ୍ୟାଂୟ ବୃଦ୍ଧି-ସହାୟକ, ପ୍ରୋବାୟୋଟିକ୍ସ୍, ସୁଗନ୍ଧିତ ଦ୍ରବ୍ୟ, ବର୍ଣ୍ଣକ, ମାଂସପେଶୀ ବର୍ଦ୍ଧକ ଏବଂ ସମାନ ପ୍ରକାର ଉତ୍ପାଦ କିମ୍ବା ସେମାନଙ୍କ ମିଶ୍ରଣ ଅନ୍ତର୍ଭୁକ୍ତ I ଏହି ସବୁ ଔଷଧ ଓ ଟନିକ୍ ପକ୍ଷୀମାନଙ୍କୁ ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃଦ୍ଧିହାର ବଢାଇବା, ଓ ଆହାର ଦେବା ଦକ୍ଷତାରେ ଉନ୍ନତି ଆଣିବା, ସେମାନଙ୍କୁ ବଞ୍ଚିବାଯୋଗ୍ୟ କରି ରୋଗ ପ୍ରସାରଣକୁ ନିବାରଣ କରିବା I ସାଧାରଣତଃ ଟନିକ୍ ନିରନ୍ତର ଭାବେ ଆହାର ସହିତ ଅଳ୍ପ ମାତ୍ରାରେ ଅଥବା ପିଇବା ପାଣି ମାଧ୍ୟମରେ ଦିନକୁ ଥରେ କିମ୍ବା ପଶୁଡାକ୍ତର/ଉତ୍ପାଦକଙ୍କ ପରାମର୍ଶ ଅନୁସାରେ ଦିଆଯାଏ I ଏହା ସବୁବେଳେ ଅତିକମରେ ଏକ ସପ୍ତାହରୁ ଅଧିକ ସମୟ ପାଇଁ ଦିଆ ଯାଇଥାଏ I
ସୋପାନ -୪: ସଂକ୍ରମଣକୁ ରୋକିବା ପାଇଁ ଔଷଧ: ଏହି ସବୁ ଔଷଧ ଯଥା ଆଣ୍ଟିବାୟୋଟିକ୍, ଆଣ୍ଟିମାଇକ୍ରୋବିୟାଲ୍, ଫୁରାଜୋଲିଡୋନ୍ ମିଶ୍ରଣ, ସଲଫାଯୁକ୍ତ ଔଷଧ, ଟ୍ରାଇମେଥୋପ୍ରିମ୍, କୃମି ନାଶକ, କୋକ୍ସିଡିଓଷ୍ଟାଟ୍, ଆଣ୍ଟି-ସେରମ୍ (ଆଣ୍ଟି – ଫଙ୍ଗାଲ୍, ଟକ୍ସିନ ବାଇଣ୍ଡର କିମ୍ବା ଏ ସବୁର ମିଶ୍ରଣ) ଇତ୍ୟାଦି ସାଧାରଣତଃ ଅନୁସୁଚୀ ଔଷଧ ଭାବେ ପ୍ରସ୍ତୁତ କରାଯାଏ (scheduled preparations) I ଏହି ସବୁକୁ ଜୀବାଣୁ, ଅଣୁ (Protozoan), ଫିମ୍ପି ଏବଂ ପରଭୋଜୀ ଜନିତ ସଂକ୍ରମଣ ଓ ଗ୍ରସନରୁ ରକ୍ଷା କରିବା ପାଇଁ ନିରୋଧକ କିମ୍ବା ଆରୋଗ୍ୟକ ଭାବେ ଦିଆ ଯାଇପାରିବ I ପକ୍ଷୀମାନଙ୍କୁ ଔଷଧ ସାଧାରଣତଃ ଖାଦ୍ୟ କିମ୍ବା ପିଇବା ପାଣି ମାଧ୍ୟମରେ ଦିଆଯାଏ, ପିଇବା ପାଣି ଅଧିକ ପସନ୍ଦଯୋଗ୍ୟ ମାଧ୍ୟମ I ବେଳେ ବେଳେ ଔଷଧକୁ ମାଂସପେଶୀରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ୍ ଦ୍ୱାରା ଦିଆଯାଇଥାଏ I
ସୋପାନ -୫: ସାର୍ବଜନିକ/ସାଧାରଣ ରୋଗ: କୁକୁଡାମାନଙ୍କ ମଧ୍ୟରେ ମଧ୍ୟରେ ଜୀବାଣୁ ଜନିତ, ଭୁତାଣୁ ଜନିତ, ଫିମ୍ପିଜନିତ ଏବଂ ପରଭୋଜି ଜନିତ ସାଧାରଣ ରୋଗସବୁ ହୋଇଥାଏ I
ସୋପାନ -୬: ବ୍ରୟଲର୍ କୁକୁଡାଙ୍କର ଟୀକାକରଣ ସାରଣୀ : ବ୍ରୟଲର୍ କୁକୁଡାଙ୍କର ଟୀକାକରଣ ସାରଣୀ ତଳେ ଚାର୍ଟରେ ଦିଆ ଯାଇଛି :
ବୟସ |
ଟୀକାର ନାମ |
ଟୀକା ଦେବାର ଉପାୟ |
୬-୭ ଦିନ |
ରାଣୀକ୍ଷେତ ଟୀକା (F1 OR B1) |
ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା |
୧୦-୧୨ ଦିନ |
ଗୁମ୍ବୋରୋ ରୋଗର ଟୀକା (ମଧ୍ୟବର୍ତ୍ତୀ) |
ପିଇବା ପାଣିରେ |
୧୮-୨୧ ଦିନ |
ଲାସୋଟା ଟୀକା (ମଧ୍ୟବର୍ତ୍ତୀ) |
ପିଇବା ପାଣିରେ |
୨୪-୩୦ ଦିନ |
ଗୁମ୍ବୋରୋ ରୋଗର ଟୀକା (ମଧ୍ୟବର୍ତ୍ତୀ) |
ପିଇବା ପାଣିରେ |
ସୋପାନ -୭: ଲେୟର୍ କୁକୁଡାଙ୍କର ଟୀକାକରଣ ସାରଣୀ : ଲେୟର୍ କୁକୁଡାଙ୍କର ଟୀକାକରଣ ସାରଣୀ ତଳେ ଚାର୍ଟରେ ଦିଆ ଯାଇଛି :
ବୟସ |
ଟୀକାର ନାମ |
ଟୀକା ଦେବାର ଉପାୟ |
୧-୩ ଦିନ |
ଗୁମ୍ବୋରୋ ରୋଗର ଟୀକା (ମଧ୍ୟବର୍ତ୍ତୀ) |
ଆଖିରେ ଡ୍ରପର ଦ୍ୱାରା |
୭ ଦିନ |
ଲାସୋଟା ଟୀକା |
ଆଖିରେ ଡ୍ରପର ଦ୍ୱାରା |
୧୪ ଦିନ |
ଗୁମ୍ବୋରୋ ରୋଗର ଟୀକା (ମଧ୍ୟବର୍ତ୍ତୀ) (ପୁନରାବୃତ୍ତି) |
ଆଖିରେ ଡ୍ରପର ଦ୍ୱାରା |
୧୮ ଦିନ |
ମ୍ୟାରେକ୍ସ ରୋଗର ଟୀକା |
୦.୨ ମି.ଲି. ଆନ୍ତ୍ର-ମାଂସପେଶୀୟ କିମ୍ବା ବେକର ଚର୍ମ ତଳେ ଇନଞ୍ଜେକ୍ସନ୍ |
୨୧-୨୩ ଦିନ |
ଇନଫେକସିୟସ୍ ବ୍ରୋଙ୍କାଇଟିସ୍ ଟୀକା + ଲାସୋଟା ଟୀକା (ମିଳିତ ଟୀକା ଭାବରେ) |
ପିଇବା ପାଣିରେ |
୨୮-୩୦ ଦିନ |
ଗୁମ୍ବୋରୋ ରୋଗର ଟୀକା (ମଧ୍ୟବର୍ତ୍ତୀ) (ପୁନରାବୃତ୍ତି) |
ପିଇବା ପାଣିରେ |
୪୨ ଦିନ |
କୁକୁଡା ବସନ୍ତ ରୋଗର ଟୀକା |
ଡେଣାର ଚର୍ମ ତଳେ ଇନଞ୍ଜେକ୍ସନ୍ |
୮ ସପ୍ତାହ |
ଲାସୋଟା ଟୀକା (ପୁନରାବୃତ୍ତି) ଇନଫେକସିୟସ୍ କରୟାଜା (ବେକଟେରିନ୍) |
ପିଇବା ପାଣିରେ |
୧୧-୧୨ ସପ୍ତାହ |
ଇନଫେକସିୟସ୍ ବ୍ରୋଙ୍କାଇଟିସ୍ ଟୀକା + ଲାସୋଟା (ମିଳିତ ଟୀକା ଭାବରେ) (ପୁନରାବୃତ୍ତି) |
ପିଇବା ପାଣିରେ |
୧୩ ସପ୍ତାହ |
ରାଣୀକ୍ଷେତ ରୋଗର ଟୀକା (ଆର୨ବି) |
ଆନ୍ତ୍ର-ମାଂସପେଶୀୟ ଇନଞ୍ଜେକ୍ସନ୍ |
୧୪ ସପ୍ତାହ |
କୁକୁଡା ବସନ୍ତ ଟୀକା (ପୁନରାବୃତ୍ତି), ଯଦି ଦରକାର |
ଡେଣାର ଚର୍ମ ତଳେ ଇନଞ୍ଜେକ୍ସନ୍ |
୧୮ ସପ୍ତାହ |
ରାଣୀକ୍ଷେତ ରୋଗର ଟୀକା (killed) |
ବେକର ଚର୍ମ ତଳେ ଇନଞ୍ଜେକ୍ସନ୍ |
ସୋପାନ -୮: ଟୀକାକରଣର ପ୍ରକାର: ସାଧାରଣ ଟୀକାଦାନ ପଦ୍ଧତି ହେଉଛି, ଆଖି ଡ୍ରପ୍, ଇନଞ୍ଜେକ୍ସନ୍, ଚର୍ମ ତଳେ ଇନଞ୍ଜେକ୍ସନ୍, ମୌଖିକ (ଖାଦ୍ୟ ଓ ପାଣି ମାଧ୍ୟମରେ) I ଚାଷୀମାନଙ୍କ ଅବଗତି ପାଇଁ ବିଭିନ୍ନ ପ୍ରକାର ଟୀକାକରଣ ବିଷୟରେ ତଳେ ଉଲ୍ଲେଖ କରାଯାଇଛି :
ଏହି ପଦ୍ଧତିରେ ଏକ ସିରିଞ୍ଜ ଓ ଇଞ୍ଜେକ୍ସନ୍ ଛୁଞ୍ଚି ବ୍ୟବହାର କରି ପକ୍ଷୀର ମାଂସପେଶୀରେ, ସାମାନ୍ୟତଃ ଛାତି ମାଂସପେଶୀରେ ଟୀକା ଦିଆଯାଏ I ଏହା ଏତେ ବଡ ଯେ ଏହି ପଦ୍ଧତିକୁ ପକ୍ଷୀଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ସହଜରେ କାର୍ଯ୍ୟକାରୀ କରିହୁଏ I ଇନଞ୍ଜେକ୍ସନ୍ ଦେଲାବେଳେ ଧ୍ୟାନ ରଖିବାକୁ ହେବ କି, ଯେପରି ଛୁଞ୍ଚି କୌଣସି ପ୍ରମୁଖ ଅଙ୍ଗକୁ କ୍ଷତି ନ କରେ I
ଏହି ପଦ୍ଧତି ଆନ୍ତ୍ର-ମାଂସପେଶୀୟ ଇନଞ୍ଜେକ୍ସନ୍ ପଦ୍ଧତି ସହ ସମାନ I ଉଭୟ ପଦ୍ଧତି ଭିତରେ ପ୍ରମୁଖ ଭିନ୍ନତା ହେଉଛି
ଟୀକା ଚର୍ମ ତଳେ ସାମାନ୍ୟତଃ ବେକର ପଛ ପାଖରେ, କିନ୍ତୁ ମାଂଶ ପେଶୀରେ ନୁହେଁ, ଇନଞ୍ଜେକ୍ସନ୍ ଦ୍ୱାରା ଦିଆଯାଏI ଧ୍ୟାନ ରଖିବାକୁ ହେବଯେ ଟୀକା ଔଷଧ ଇଞ୍ଜେକ୍ସନ୍ ଦ୍ୱାରା ପକ୍ଷୀର ଶରୀର ଭିତରକୁ ଦିଆଯାଇଛି, କେବଳ ପକ୍ଷ୍ୟରେ ନୁହେଁ କିମ୍ବା ଶାବକ ମାନଙ୍କ କ୍ଷେତ୍ରରେ ଫୁଲିଥିବା କୋମଳ ପର ଉପରେ ନୁହେଁ I
ଏହି ପଦ୍ଧତିରେ ଟୀକାକୁ ପକ୍ଷୀର ଗୋଟିଏ ଆଖିରେ ପକାଯାଇଥାଏ I ସେଠାରୁ ଔଷଧ ଅଶ୍ରୁ ପ୍ରବାହୀ ନଳୀ (lacrimal duct) ଦେଇ ଶ୍ୱାସତନ୍ତ୍ରରେ ପହଞ୍ଚି ଥାଏ I ଟୀକା ଏକ ଡ୍ରପର୍ ଦ୍ୱାରା ପକାଯାଇଥାଏ ଏବଂ ଧ୍ୟାନ ରଖିବାକୁ ହେବ ଯେ, ଡ୍ରପର୍ କେବଳ ଅନୁମୋଦିତ ମାତ୍ରା ଔଷଧ ପ୍ରଦାନ କରିବ I
ଏହି ପଦ୍ଧତିରେ ଟୀକା ଔଷଧକୁ ପକ୍ଷୀର ନାକ ପୁଡାରେ ଡ୍ରପ କିମ୍ବା ଚୁର୍ଣ ଭାବରେ ଦିଆ ଯାଇଥାଏ I
ଏହି ପଦ୍ଧତିରେ ଟୀକା ଔଷଧକୁ ପକ୍ଷୀର ମୁଖଦ୍ୱାରରେ (ପାଟି ଭିତରେ) ଦିଆଯାଇଥାଏ I ପାଟି ଭିତରୁ ଔଷଧ ଶ୍ୱାସତନ୍ତ୍ରରେ ପହଞ୍ଚି ଥାଏ କିମ୍ବା ଏହା ପକ୍ଷୀର ପାଚକତନ୍ତ୍ର ଦେଇ ଶରୀର ଭିତରେ ପ୍ରବେଶ କରିଥାଏ I
ଏହି ପଦ୍ଧତିରେ ଟୀକା ଔଷଧକୁ ପିଇବା ପାଣିରେ ମିଶାଯାଇଥାଏ ଯାହା ଫଳରେ ଟୀକା ଦାନ ପାଇଁ କମ ସମୟ ଲାଗିଥାଏ ଏବଂ ଏହା ଉଭୟ ପକ୍ଷୀ ତଥା ସଞ୍ଚାଳକଙ୍କ ପାଇଁ କମ କ୍ଳାନ୍ତିକର ହୋଇଥାଏ I ନିମ୍ନ ଲିଖିତ ଅନୁମୋଦିତ ପଦ୍ଧତି ଅନୁକରଣୀୟ:
ଏହ ପଦ୍ଧତ୍ତିରେ ଏକ ଆବ୍ରାସିଭ ଆପ୍ଲିକେଟର ବ୍ୟବହାର କରି ଟୀକା ଔଷଧକୁ ପକ୍ଷୀର ମଳଦ୍ୱାରରେ ଥିବା ଲାଳୁଆ ପରଦାରେ ଦିଆ ଯାଇଥାଏ I ଆପ୍ଲିକେଟରକୁ ପ୍ରଥମେ ଔଷଧରେ ବୁଡାଯାଇଥାଏ ଏବଂ ଏହା ପରେ ପକ୍ଷୀର ମଳ ଦ୍ୱାରରେ ଭର୍ତ୍ତୀକରି ଏହାର ଅଙ୍ଗରେ କ୍ଷତ ସୃଷ୍ଟି କରିବା ପାଇଁ ଜୋର ଜୋରରେ ବୁଲାଯାଇଥାଏ କିମ୍ବା ମୋଡା ଯାଇଥାଏ I ଟୀକା ଔଷଧ ଏହି କ୍ଷତ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ I
ଏହି ପଦ୍ଧତିରେ ଟୀକାଔଷଧ ପକ୍ଷ୍ୟ ଛିଦ୍ର (ଚାର୍ମରେ ଥିବା ଛିଦ୍ର, ଯେଉଁଠାରୁ ପର ବଢିଥାଏ) ମାଧ୍ୟମରେ ଦିଆଯାଇଥାଏI ଏହି ପଦ୍ଧତିରେ ପକ୍ଷୀଙ୍କ ଶରୀରରୁ କିଛି ପକ୍ଷ୍ୟ ବା ଶାବକଙ୍କ ଦେହରୁ ନରମ ପର (fluff) ବାହାର କରିଦେଇ ଗୋଟିଏ ଛୋଟ ତଥା ଟାଣୁଆ ବ୍ରଶ୍ ସାହାଯ୍ୟରେ ଟୀକାଔଷଧକୁ ଛିଦ୍ରରେ ଘଷି ଦିଆଯାଏ I
ଏହି ପଦ୍ଧତ୍ତିରେ ଏକ ବିଶେଷ ଛୁଞ୍ଚି ପକ୍ଷୀର ଡେଣା ତଳେ ଔଷଧକୁ ପ୍ରୟୋଗ କରାଯାଇଥାଏ I ଏହିସବୁ ଛୁଞ୍ଚିରେ ଏକ ଗର୍ତ୍ତ ଆକାର ରହିଥାଏ I ଯେତେବେଳେ ଏହାକୁ ଔଷଧରେ ବୁଡ଼ା ଯାଇଥାଏ କିଛି ଔଷଧ ଏହି ଗର୍ତ୍ତକୁ ପୂରଣ କରିଥାଏI ଏହି ଛୁଞ୍ଚିକୁ ଡେଣା ତଳେ ଫୋଡି ଦିଆଯାଏ ଏବଂ ଏହି ପ୍ରଣାଳୀରେ ଔଷଧ ପକ୍ଷୀର ଦେହ ଭିତରକୁ ପ୍ରବେଶ କରିଥାଏ I
ଏହି ପଦ୍ଧତିରେ ଟୀକାଔଷଧ ଏକ ଉପଯୁକ୍ତ ଏଟୋମାଇଜର୍ ସ୍ପ୍ରେୟର୍ ସାହାଯ୍ୟରେ କୁକୁଡାମାନଙ୍କ ଉପରେ କିମ୍ବା ତାଙ୍କ ଉପରେ ଥିବା ବାୟୁ ମଣ୍ଡଳରେ ସିଞ୍ଚନ କରାଯାଇଥାଏ I ଔଷଧ କୁକୁଡାମାନଙ୍କ ଉପରେ ପଡି ଦେହ ଭିତରେ ପ୍ରବେଶ କରିଥାଏ I ସେମାନେ କିଛି ମାତ୍ରା ଆଘ୍ରାଣ ମଧ୍ୟ କରିଥାଆନ୍ତି I
ପଶୁ ଡାକ୍ତରଙ୍କ ପରାମର୍ଶ ନେଇ ପକ୍ଷୀ ଓ ଶାବକ ମାନଙ୍କର ଟୀକାକରଣ କରିବାକୁ ଚାଷୀମାନଙ୍କୁ ଉପଦେଶ ଦିଅନ୍ତୁ I
ଆଧାର – ପୋର୍ଟାଲ ଟିମ
Last Modified : 2/8/2020