অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁସମ୍ପଦ ଟୁଲ୍ (ଛେଳି ପ୍ରଜନନ)

ଅଧିବେଶନ ୨.୫

ପ୍ରଜନନ I

ଉଦ୍ଦେଶ୍ୟ

ଅଧିକ ଛୁଆ ପାଇବା ପାଇଁ ଛେଳିମାନଙ୍କର ସଠିକ ପ୍ରଜନନ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ I

ପୃଷ୍ଠ ଭୁମୀ

ଛେଳି ଚାଷକୁ ସଠିକଭାବେ ପରିଚାଳନା କରିବା ପାଇଁ ଛେଳିମାନଙ୍କର ପ୍ରଜନନ ପ୍ରକ୍ରିୟା ବିଷୟରେ ଜ୍ଞାନ ଥିବା ଦରକାର I ଛେଳିମାନଙ୍କର ପ୍ରଜନନ ପ୍ରକ୍ରିୟା ଠିକ ଭାବରେ ବୁଝିବା ଫଳରେ ଚାଷୀମାନେ ଦକ୍ଷତାର ସହ ଗୋଠ ପରିଚାଳନା କରି ପାରନ୍ତି I ଉତ୍ପାଦକତା ବଢାଇବା ପାଇଁ ଛେଳିମାନଙ୍କର ପ୍ରଜନନ ପ୍ରକ୍ରିୟାକୁ ବୁଝିବା ନିତାନ୍ତ ଆବଶ୍ୟକ I ଯଦି ଉଚିତ ପ୍ରଜନନ ପ୍ରକ୍ରିୟାକୁ ଅନୁସରଣ କରାଯାଏ,ତେବେ ସୁସ୍ଥ ଛୁଆ ଜନ୍ମ ହେବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଛେଳିମାନଙ୍କ ପାଇଁ ସ୍ଥାନୀୟ ପ୍ରଜନନ ପଦ୍ଧତି ସବୁକୁ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I ଦୁଇଟି ପ୍ରସବ ମଧ୍ୟରେ ଅନ୍ତରାଳକୁ ପଚାରି ବୁଝନ୍ତୁ I ମାଈ ଛେଳିଙ୍କୁ ଶୀଘ୍ର ପ୍ରଜନନକ୍ଷମ କରିବା ପାଇଁ ସେମାନେ କୌଣସି ସ୍ଥାନୀୟ ପଦ୍ଧତିକୁ ଅନୁସରଣ କରୁଛନ୍ତି କି ?

ସୋପାନ -: ଅଧିକ ଛୁଆ ପାଇବା ପାଇଁ ସଠିକ ପ୍ରଜନନ ପଦ୍ଧତିର ଉପାଦେୟତା ବିଷୟରେ ଗୁରୁତ୍ଵ ଦିଅନ୍ତୁ I ଚାଷୀମାନଙ୍କୁ ବୁଝାନ୍ତୁ କି ମାଈ ଛେଳିର ଶରୀର ଓଜନ ୧୪ ରୁ ୧୮ କେ.ଜି. ପର୍ଯ୍ୟନ୍ତ ହେଲେ ଏହା ପ୍ରଜନନ କ୍ଷମ ହୋଇଥାଏ I ତେଣୁ, ସନ୍ତୁଳିତ ଆହାର ଦେଲେ ମାଈ ଛେଳି ଶୀଘ୍ର ପ୍ରଜନନ କ୍ଷମ ହୋଇଥାଏ I

ସୋପାନ -: ଛେଳିର ପ୍ରଜନନ ଚରଣ: ଛେଳି ଗରମକୁ ଆସିଲେ ଲକ୍ଷଣ ସବୁକୁ କେମିତି ଚିହ୍ନଟ କରିବେ ତାହା ଚାଷୀମାନଙ୍କୁ ବୁଝାନ୍ତୁ I ଛେଳି ଗରମକୁ ଆସିଲେ ଅସ୍ଥିର ହୋଇଯାଏ ଏବଂ ଏହା ଖାଦ୍ୟରେ ରୁଚି ରଖେ ନାହିଁ I ଛେଳିକୁ ସଙ୍ଗମ କରାଇବା ପାଇଁ ଏହା ପ୍ରକୃଷ୍ଟ ସମୟ I ଭଲ ଛୁଆ ପାଇବା ପାଇଁ ଏକ ଭଲ ବୁଦା ସହ ସଙ୍ଗମ କରାଇବା ଉଚିତ I ଯଦି କୌଣସି କାରଣ ବଶତଃ ସଙ୍ଗମ ହୋଇପାରେ ନାହିଁ, ଛେଳି ୨୧ ଦିନ ପରେ ପୁଣିଥରେ ଗରମକୁ ଆସିଥାଏ I

ସୋପାନ -: ସାଧାରଣ ସୂଚନା: ଛେଳିଙ୍କ ଗର୍ଭ ଧାରଣ ସମୟ ୧୪୫ ରୁ ୧୫୩ ଦିନ ପର୍ଯ୍ୟନ୍ତ ହୋଇଥାଏ I ଗୋଟିଏ ମାଈ ଛେଳି ଦୁଇ ବର୍ଷରେ ତିନିଥର ପ୍ରସବ କରିପାରିବ I ଦୁଇ ରୁ ଅଢେଇ ବର୍ଷ ବୟସ ହୋଇଗଲେ ବୁଦା ସଙ୍ଗମ କରିବା ପାଇଁ ପ୍ରସ୍ତୁତ ହୋଇଥାଏ I ମାଈ ଛେଳି ସାତ ବର୍ଷ ବୟସ ହୋଇଗଲେ ଏହାକୁ ବିକ୍ରୀ କରିଦେବା ଉଚିତ I ଶରତ ଋତୁରେ ଜନ୍ମ ହୋଇଥିବା ଛୁଆ ସାଧାରଣତଃ ଅଧିକ ଓଜନିଆ ହୋଇଥାଆନ୍ତି I ତେଣୁ ମଇ-ଜୁନ୍ ମାସରେ ସଙ୍ଗମ କରିବା ଉଚିତ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଏକ ଅଂଶଗ୍ରହଣକାରୀଙ୍କୁ ବୁଝାଇବାକୁ କୁହନ୍ତୁ କି ଛେଳି ଗରମକୁ ଆସିଲେ ସେମାନେ କେମିତି ଜାଣିବେ I ଏହା ସହ ଅଧିବେଶନର ବିଷୟବସ୍ତୁକୁ ସଂକ୍ଷିପ୍ତରେ ଆଉଥରେ ଆଲୋଚନା କରନ୍ତୁ ଯେପରିକି ଅଂଶଗ୍ରହଣକାରୀମାନେ ଶିକ୍ଷାଦାନ କରାଯାଇଥିବା ବିଷୟ ସବୁକୁ ମନେ ପକାଇପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate