ଅଧିବେଶନ ୧.୧ |
ପୋଷଣ ସମ୍ବନ୍ଧରେ ସଚେତନତା I |
ଉଦ୍ଦେଶ୍ୟ |
ଚାଷୀମାନଙ୍କୁ ଦୈନଦିନ ଚଳଣୀରେ ପୋଷଣର ଆବଶ୍ୟକତା ଓ ନିଷ୍ପତ୍ତି ବିଷୟରେ ବୁଝାଇବା ଏବଂ କୁପୋଷଣର ମୁଖ୍ୟ କାରଣସବୁକୁ ଚିହ୍ନଟ କରିବା I |
ପଦ୍ଧତି |
ସିଆରପିମାନେ ପୋଷଣର ଉପାଦେୟତା ଏବଂ କୁପୋଷଣ ଯୋଗୁଁ ଉପୁଜୁଥିବା ସମସ୍ୟାସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୩୦ମିନିଟ୍ | |
କୁପୋଷଣ ବହୁତ ଅଧିକ ଭାବରେ ପ୍ରଚଳିତ ଅଛି ଏବଂ ଏହା ନବଜାତ, ଶିଶୁ ଓ ମା' ମାନଙ୍କ ମଧ୍ୟରେ ରୁଗଣତା ତଥା ମୃତ୍ୟୁହାରକୁ ବହୁତ ଅଧିକ ଭାବରେ ବଢାଇ ଥାଏ I ଶିଶୁମୃତ୍ୟୁହାରର ସବୁ କାରଣ ଭିତରୁ କୁପୋଷଣର ଭାଗ ପ୍ରାୟ ଅର୍ଦ୍ଧାଧିକ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକାକୁ ପରିବର୍ତ୍ତନ କରିବାକୁ ହେଲେ ସବୁଠାରୁ ଭଲ ଉପାୟ ହେଉଛି ସେମାନଙ୍କ ମଧ୍ୟରେ କୁପୋଷଣକୁ କମ କରିବା I ଉତ୍ତମ ପୋଷଣର ଅର୍ଥ ହେଉଛି ସଠିକ ପରିମାଣର ଖାଦ୍ୟ ଗ୍ରହଣ କରିବା, ଭଲ ମାନ ଓ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା, ତଥା ନିଜ ଶରୀରକୁ ସବଳ, ସୁସ୍ଥ ଓ ରୋଗମୁକ୍ତ ରଖିବା ପାଇଁ ଶରୀରର ଯତ୍ନ କରିବା ଦରକାର I ପ୍ରତ୍ୟେକ ମହିଳା ଏହି ବିଷୟରେ ସଚେତନ ହେବା ଦରକାର I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ଏକତ୍ର କରି ବିଭିନ୍ନ ସ୍ତରରେ ହେଉଥିବା କୁପୋଷଣର କାରଣ ବିଷୟରେ ସେମାନଙ୍କସହ ବିଚାର ବିମର୍ଶ କରନ୍ତୁ I ସେମାନଙ୍କୁ ପଚାରନ୍ତୁ କି ସେମାନେ ଖାଦ୍ୟ ଠିକ ଭାବରେ ପାଇ ପାରୁଛନ୍ତି କି ? ସେମାନଙ୍କୁ ପରିବାରର ଖାଦ୍ୟ ନିରାପତ୍ତା ସମସ୍ୟା ବିଷୟରେ ପଚାରନ୍ତୁ, ଯଥା କ୍ଷୁଧା, ଖାଦ୍ୟ କିଣିବା ପାଇଁ କମ ଟଙ୍କା କିମ୍ବା ଖାଦ୍ୟ ଉତ୍ପାଦନ କରିବା ପାଇଁ ବହୁତ କମ ଜମି ଥିବା ଇତ୍ୟାଦି I
ସୋପାନ -୨ : ପୋଷଣର ଉପାଦେୟତା :ଆମ ଶରୀର ପାଇଁ ଖାଦ୍ୟ ଅପରିହାର୍ଯ୍ୟ I ଏହା ଶରୀର ପାଇଁ ନିମ୍ନଲିଖିତ ଭାବେ ସାହାଯ୍ୟ କରିଥାଏ :
ଖାଦ୍ୟ ବିଭିନ୍ନ ପୋଷକତତ୍ୱକୁ ନେଇ ଗଠିତ ହୋଇଥାଏ Iଅଣୁ ପୋଷକ (micro nutrient) ଯଥା ଭିଟାମିନ୍ ଏବଂ ଖଣିଜ ଲବଣ ଖୁବ କମ ମାତ୍ରାରେ ଦରକାର I ମୁଖ୍ୟ ପୋଷକ (macro-nutrient) ଯଥା ଶ୍ୱେତସାର, ସ୍ନେହସାର ଏବଂ ପୁଷ୍ଟିସାର ଅଧିକ ପରିମାଣରେ ଦରକାର I ଯଦି ଏକ କିମ୍ବା ଏକାଧିକ ପୋଷକତତ୍ୱ ନ ଥିବ, ତେବେ ଶରୀର ସଠିକ ଭାବେ କାମ କରିପାରେ ନାହିଁ I ଏକ ସୁସ୍ଥ ଏବଂ ସନ୍ତୁଳିତ ଆହାର ସଠିକ ପରିମାଣର ଏବଂ ଉପଯୁକ୍ତ ମିଶ୍ରଣର ଖାଦ୍ୟ ଯୋଗାଇଥାଏ ଯାହା ସୁରକ୍ଷିତ, ରୋଗମୁକ୍ତ ଏବଂ ହାନୀକାରକ ପଦାର୍ଥଠାରୁ ମୁକ୍ତ ହୋଇଥାଏ I ଜଣେ ବ୍ୟକ୍ତି ଯେତେ ଶୀଘ୍ର ସୁସ୍ଥ ଏବଂ ସନ୍ତୁଳିତ ଆହାର ଖାଇବା ଆରମ୍ଭ କରିବେ, ସେ ସେତେ ଅଧିକ ସ୍ୱାସ୍ଥ୍ୟବାନ ରହିବେ I ଯଦି ଥରେ ଓଜନହାନୀ ହୋଇଯାଏ, ତେବେ କ୍ଲାନ୍ତି ଏବଂ କମ କ୍ଷୁଧା କାରଣରୁ ଏହାକୁ ପୁନର୍ପ୍ରାପ୍ତି କରିବା କଠିନ ହୋଇଥାଏ I
ସୋପାନ - ୩ : ପିଲାମାନଙ୍କ ମଧ୍ୟରେ ପୁଷ୍ଟିର ମହତ୍ୱ : ସଠିକ ପୋଷକ ଦେବା ସହ ଅଳ୍ପ ବୟସରୁ ଯତ୍ନ ନେଲେ ଶିଶୁର ମସ୍ତିସ୍କ ଓ ଶରୀରର ବିକାଶ ପୁର୍ଣ ରୂପରେ ହୋଇଥାଏ I ଯେଉଁ ପିଲାମାନେ ଅଧିକ ବିକଶିତ ହୋଇଥାନ୍ତି ସେମାନେ ଜୀବନରେ ଅଧିକ ସୁଯୋଗ ପାଇଥାଆନ୍ତି: ସେମାନେ ଅଧିକ ଦିନ ସୁସ୍ଥ ହୋଇ ବଞ୍ଚିଥାଆନ୍ତି, ସ୍କୁଲରେ ଭଲ କରିଥାଆନ୍ତି, ଭବିଷ୍ୟତରେ ଅଧିକ ଉତ୍ପାଦନକ୍ଷମ ବୟସ୍କ ହୋଇ ଦେଶର ଆର୍ଥିକ ବିକାଶରେ ଯୋଗଦାନ କରନ୍ତି ଏବଂ ସେମାନେ ଭବିଷ୍ୟତ ବଂଶଧରଙ୍କୁ ଭଲ ଅଭ୍ୟାସକୁ ହସ୍ତାନ୍ତର କରିଥାଆନ୍ତି I ଏହା ଲୋକମାନଙ୍କ ପାଇଁ ଏକ ନିବେଶ ଯାହା ଅଧିକ ଦିନ ସ୍ଥାୟୀ ହୋଇଥାଏ I ଶିଶୁ ମୃତ୍ୟୁହାରର ଶତକଡା ୪୫ ପ୍ରତିଶତ କୁପୋଷଣ କାରଣରୁ ହୋଇଥାଏ,ଶିଶୁମାନେ ଜୀବନର ପ୍ରଥମ ୧,୦୦୦ ଦିନ ସଠିକ ପୋଷଣ ନ ପାଇବା ଫଳରେ ସେମାନଙ୍କର ବୁଦ୍ଧିଲବ୍ଦ୍ଧିର (IQ) ଶତକଡା ୧୦ ପ୍ରତିଶତ ହରାଇଥାଆନ୍ତି I କୁପୋଷଣର ଶୀକାର ହୋଇଥିବା ପିଲାମାନେ ସ୍କୁଲରେ ଅତିକମରେ ଗୋଟିଏ ଗ୍ରେଡ଼ କମ ପାଇଥାଆନ୍ତି ଏବଂ ବୟସ୍କ ଭାବରେ ଦାରିଦ୍ର୍ୟରୁ ମୁକ୍ତି ପାଇବାର ସମ୍ଭାବନା କେବଳ ଏକ ତୃତୀୟାଂଶ ହୋଇଥାଏ I
ସୋପାନ - ୪ : କୁପୋଷଣକ'ଣ? : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ କୁପୋଷଣ ଏକ ସ୍ୱାସ୍ଥ୍ୟ ସମସ୍ୟା ଅବସ୍ଥା ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୁଏ I ଦୃଢ଼ତାରସହ କୁହନ୍ତୁ ଯେ ଯଦି କୁପୋଷଣ ଗର୍ଭ ଧାରଣ ସମୟରେ କିମ୍ବା ଦୁଇବର୍ଷ ବୟସ ଆଗରୁ ହୋଇଥାଏ ଏହା ଶାରୀରିକ ଏବଂ ମାନସିକ ବିକାଶରେ ସ୍ଥାୟୀ ସମସ୍ୟା ସୃଷ୍ଟି କରିଥାଏ I ଗମ୍ଭୀର କୁପୋଷଣ କମ ଉଚ୍ଚତା, ପତଳା ଶରୀର, ବହୁତ କମ ଶାରୀରିକ ଶକ୍ତି, ଗୋଡ ଓ ତଳିପେଟ ଫୁଲିବା ପରି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ I ଯଦି ଲୋକମାନେ ପର୍ଯ୍ୟାପ୍ତ ପୋଷଣ ପାଆନ୍ତି ନାହିଁ, ସେମାନେ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ଥାଏ I
ସୋପାନ - ୫ : ପୁଷ୍ଟିହୀନତାକୁ କିପରି ସମାଧାନ କରାଯାଇ ପାରିବ ? ତଳେ କିଛି ପ୍ରଚେଷ୍ଟା ଦିଆ ଯାଇଛି ଯାହାଦ୍ୱାରା ପୌଷ୍ଟିକତାରେ ଉନ୍ନତି ଅଣାଯାଇ ପାରିବ I ନିମ୍ନ ଲିଖିତ ବିନ୍ଦୁ ସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:
ସୋପାନ -୬: ପୁଷ୍ଟିକର ଖାଦ୍ୟ ଖାଇବାର ଉପାଦେୟତା : ଏକ ସୁସ୍ଥ ହୃଦୟ, ସକ୍ରିୟ ମସ୍ତିସ୍କ ଏବଂ ସମ୍ପୁର୍ଣ କ୍ରିୟାଶୀଳ ମାଂସପେଶୀକୁ ବଜାୟ ରଖିବା ପାଇଁ ଯେ କୌଣସି ବ୍ୟକ୍ତି ଶରୀରକୁ ସଠିକ ପୋଷକ ଯୋଗାଉଥିବା ଏକ ସନ୍ତୁଳିତ ଆହାର ଖାଇବା ପାଇଁ ଯତ୍ନବାନ ହେବା ଉଚିତ I ଏହି ପୋଷକ ଆମକୁ ଶକ୍ତି ପ୍ରଦାନ କରିବା ସହ ଶକ୍ତିଶାଳୀ ହାଡ, ମାଂଶପେଶୀ ଏବଂ ଶିରାପ୍ରଶିରା ଦେଇଥାଏ I ଶାରୀରିକ ପ୍ରକ୍ରିୟା ଯଥା ରକ୍ତ ଚାପ, ପାଚନକୁ ନିୟନ୍ତ୍ରଣ କରିବାପାଇଁ ପୋଷକ ସାହାଯ୍ୟ କରିଥାଏ I ତେଣୁ କେଉଁ ପ୍ରକାର ଖାଦ୍ୟ କେଉଁ ନିର୍ଦ୍ଦିଷ୍ଟ ପୋଷକର ଅଭାକୁ ଦୂର କରିପାରିବ, ତାହାକୁ ଜଣେ ଚିହ୍ନଟ କରିବା ଆବଶ୍ୟକ I
ସୋପାନ - ୭ : କୃଷି ଏବଂ ପୋଷଣ : କୃଷି ଏବଂ ପୋଷଣ ଅନ୍ତରଙ୍ଗ ଭାବେ ପରସ୍ପର ଭାବେ ଜଡିତ I ଉତ୍ତମ ପୋଷଣ ପାଉଥିବା ଚାଷୀମାନେ ଅଧିକ ଉତ୍ପାଦନକ୍ଷମ ହୋଇଥାଆନ୍ତି I ଅନ୍ତଃ-ଫସଲ ମାଧ୍ୟମରେ ପୋଷକତତ୍ୱରେ ପରିପୁଷ୍ଟ ପରିବା ଚାଷ କିମ୍ବା ଛୋଟ ପଶୁପାଳନ କରିବା ଦ୍ୱାରା ପାରିବାରିକ ସ୍ତରରେ ଖାଦ୍ୟର ପ୍ରକାର ଏବଂ ମାନ ବୃଦ୍ଧିହେବା ସହ ଆୟରେ ସଞ୍ଚୟ ହୋଇଥାଏ I ଉତ୍ତମ କୃଷି ଓ ବିପଣନ ଅଭ୍ୟାସ ଉତ୍ପାଦନ ବୃଦ୍ଧି କରିବା ସହ ଅଧିକ ଉପାର୍ଜନ କରିବାରେ ସାହାଯ୍ୟ କରିଥାଏ ଯାହା ଉଚ୍ଚ ମାନର ଖାଦ୍ୟରେ ଖର୍ଚ୍ଚ କରିବା ପାଇଁ ପରିବାରକୁ ସୁଯୋଗ ପ୍ରଦାନ କରିଥାଏ I
ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ସେମାନେ ଏହି ଅଧିବେଶନରୁ କ'ଣ ସବୁ ଶିକ୍ଷାଗ୍ରହଣ କଲେ I ଏହାସହ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ଯେ ଅପପୃଷ୍ଟି ର କାରଣ ସବୁ କ'ଣ ଏବଂ ଏହାକୁ କିପରି ଭାବେ ଦୂର କରାଯାଇପାରିବ I
ଆଧାର – ପୋର୍ଟାଲ ଟିମ
Last Modified : 3/4/2020