অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାକଶାଳା ବଗିଚା ପାଇଁ ଭଲ କିସମ ବାଛିବା

ପାକଶାଳା ବଗିଚା ପାଇଁ ଭଲ କିସମ ବାଛିବା

ଅଧିବେଶନ ୪.୬

ଭଲ କିସମ ବାଛିବା I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଅଧିକ ଅମଳ କ୍ଷମ ଏବଂ ଉତ୍ତମ କିସମର ବିହନ କିପରି ସ୍ଥାନୀୟ ବିହନ ଅପେକ୍ଷା ଅଧିକ ଅମଳ ପ୍ରଦାନ କରିଥାଏ ଏହି ବିଷୟରେ ଶିକ୍ଷା ଦେବା ଏବଂ ସୁସ୍ଥ ଓ ରୋଗମୁକ୍ତ ବିହନ ବ୍ୟବହାର ସମ୍ପର୍କରେ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ତା’ ପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I

ଦରକାରୀ ସାମଗ୍ରୀ

ବିହନ ପ୍ୟାକେଟ୍ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ I

ପୃଷ୍ଠଭୁମୀ

ଭଲ ଅମଳ ପାଇବା ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଅଧିକ ଅମଳକ୍ଷମ କିସମରୁ ଅଧିକ ଅମଳ ହୋଇଥାଏ I କିଛି କିସମ ରୋଗ ପୋକ ପ୍ରତିରୋଧକାରୀ ହୋଇଥାଆନ୍ତି I ତେଣୁ ଏହି ପ୍ରକାର କିସମକୁ ବ୍ୟବହାର କରାଯାଇପାରେ I ଏହି ପ୍ରଶିକ୍ଷଣ ଟୁଲ୍ ବ୍ୟବହାର କରି ଚାଷୀମାନେ ଅଧିକ ଅମଳ କରିବା ସହ କୃଷି କାର୍ଯ୍ୟରେ ଭଲ ଫଳାଫଳ ପାଇବେ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ସେମାନେ ବାଡିବଗିଚାରେ ଚାଷ କରୁଥିବା ବିଭିନ୍ନ ପ୍ରକାର ପନିପରିବା ବିଷୟରେ ପଚାରନ୍ତୁ I ଏଥିସହିତ ସ୍ଥାନୀୟ କିସମର ଲକ୍ଷଣ ବିଷୟରେ ସେମାନଙ୍କ ଠାରୁ ସୂଚନା ସଂଗ୍ରହ କରନ୍ତୁ I

ସୋପାନ - ୨: ପାକଶାଳା ବଗିଚାରେ ପରିବା ଚାଷ କରିବା ପାଇଁ ବିହନ କିସମର ମହତ୍ୱ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଭଲ ବିହନ, ଅମଳର ପରିମାଣ ଓ ମାନ ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ ଏବଂ ଏହା ଉତ୍ପାଦର ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ I ସାମାନ୍ୟତଃ ଅଧିକ ଅମଳକ୍ଷମ ବିହନ ଅଧିକ ଅମଳ ଦେଇଥାଏ I ସେମାନଙ୍କୁ ପଚାରନ୍ତୁ ଯେ କେଉଁ ସବୁ ସାଧାରଣ ରୋଗ ପୋକ ତାଙ୍କର ଫସଲକୁ ସଂକ୍ରମିତ କରିଥାଏ ଏବଂ ଚାଷୀମାନଙ୍କୁ ବୁଝାନ୍ତୁ ଯେ କିଛି ବିହନ କିସମର ନିଜର ରୋଗ ଓ ପୋକ ପ୍ରତିରୋଧକ ଶକ୍ତି ରହିଅଛି I

ସୋପାନ - ୩ : ସେମାନଙ୍କୁ ବୁଝାନ୍ତୁ ଯେ ବିହନ କିସମ ବାଛିବା ବେଳେ ଏହିସବୁ ବିନ୍ଦୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ:

  • କିସମ ଅଧିକ ଅମଳକ୍ଷମ ହୋଇଥିବା ଉଚିତ I
  • ରୋଗ ପୋକ ସଂକ୍ରମଣରୁ ପ୍ରତିରୋଧକ ଶକ୍ତିଥିବା କିସମ ଚୟନ କରନ୍ତୁ I
  • ଅଧିକ ଦିନ ପର୍ଯ୍ୟନ୍ତ ଅମଳ କରିବା ପାଇଁ ଝୁଡଙ୍ଗ, ବିଲାତି ବାଇଗଣ, ବିନ୍ସ ପରି ଅଧିକ ସମୟ ଫଳ ପ୍ରଦାନ କରୁଥିବା କିସମ ଚୟନ କରାଯାଇପାରେ I
  • ଖରାଟିଆ ଚାଷପାଇଁ କମ ଦିନିଆ କିସମ ଚୟନ କରିବା ଦରକାର କାରଣ ଏହା ଜଳସେଚନ ଦରକାର କରିଥାଏ I
  • କମ ଜାଗାରେ ଅଧିକ ଫସଲ ଲଗାଇବା ପାଇଁ ସଳଖ ଭାବେ ବଢୁଥିବା କିସମକୁ ବାଛନ୍ତୁ I
  • ପ୍ରତ୍ୟେକ ଗଛରୁ ଅଧିକ ଅମଳ ପାଇବାପାଇଁ ସଙ୍କର ବିହନ ବ୍ୟବହାର କରନ୍ତୁ I

ସୋପାନ - ୪ : ବିଭିନ୍ନ ଫସଲ ପାଇଁ ଅନୁମୋଦିତ ବିହନ କିସମ : ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ପ୍ରଦତ୍ତ ଚାର୍ଟ ପ୍ରଦର୍ଶିତ କରନ୍ତୁ ଯହିଁରେ ବିହନ କିସମର ନାମ ଦିଆ ଯାଇଅଛି ଯାହାକୁ ଚାଷୀମାନେ ବ୍ୟବହାର କରିପାରିବେ I ତଳେ ଦିଆ ଯାଇଥିବା ଫସଲ ସବୁ ପ୍ରକଳ୍ପ ଜିଲ୍ଲାମାନଙ୍କରେ ସାଧାରଣଭାବେ ଚାଷ କରାଯାଇଥାଏ I

ଫସଲ

ପ୍ରକାର

ଆଳୁ

କୁଫରୀ ଅଶୋକ, କୁଫରୀ ପୋଖରାଜ, କୁଫରୀ ସୁର୍ଯ୍ୟ

ବିଲାତି ବାଇଗଣ

ସ୍ୱର୍ଣ ସମ୍ପଦ, ମେଘା, ଉତ୍କଳ ପ୍ରଜ୍ଞା, ଉତ୍କଳ କୁମାରୀ

ବାଇଗଣ

ଗ୍ରୀନ ଷ୍ଟାର୍, ମୁକ୍ତା କେଶୀ, ବ୍ଲୁ ଷ୍ଟାର୍, ଉତ୍କଳ ମାଧୂରୀ

ଲଙ୍କା

ଉତ୍କଳ ଆଭା, ପ୍ଲାଣ୍ଟ ସି-୧, ଅଗ୍ରିବନ, ତେଜସ୍ୱିନୀ

ଶିମଳା ମିର୍ଚ

କାଲିଫର୍ନିଆ ୱାଣ୍ଡର, ୟ୍ୱେଲୋ ୱାଣ୍ଡର

ଫୁଲକୋବି

ଆର୍ଲି କୁମାରୀ, ସ୍ନୋ ବଲ୍, ହେମଲତା

ବନ୍ଧାକୋବି

ପୁସା ଡ୍ରମ ହେଡ୍, ଗ୍ରିନ ଏକ୍ସପ୍ରେସ, କ୍ରାନ୍ତି

ମଟର

ଆରକେଲ୍, ରଚନା, ଏମ୍ ପି -୨୯

ଗାଜର

ଆର୍ଲି ନାନଟେସ, ପୁସା କେଶର, କୋରଲେସ

ସାରୁ

ପଲ୍ଲବୀ, ରଶ୍ମି, ସତମୁଖି

ଭେଣ୍ଡି

ଅର୍କ ଅନାମିକା, ନଂ-୧୦, ଗୀତାଞ୍ଜଳୀ, ଉତ୍କଳ ଗୌରବ

ବିନ୍ସ

ଅର୍କ କୁମୁଦ, ପନ୍ତ ଅନୁପମ, କନଟେଣ୍ଡର, ପୁସା ପାର୍ବତୀ

ଝୁଡଙ୍ଗ

ଉତ୍କଳ ମନିକା, ପୁସା କମଳା, ପୁସା ବର୍ସାତି

କଖାରୁ

ବୈଦ୍ୟବତୀ, ଗୁଆମାଲ, ଅର୍କ ଚନ୍ଦନ

କାକୁଡି

ଜାପାନିଜ ଲଙ୍ଗ୍ ଗ୍ରିନ୍, ସୁପ୍ରିୟା, ଷ୍ଟ୍ରେଟ ଲାଇଟ

ଜହ୍ନି

ପୁସା ନସ୍ଦର, ପୂଜା ଚିକନି, ସତ୍ ପୋତାତୀ

କଲରା

କୋଇମ୍ବାଟୋର ଲଙ୍ଗ୍, ପୁସା ଦୋମୌସୁମୀ, ଲଙ୍ଗ୍ ଗ୍ରିନ୍

ଲାଉ

ପୁସା ସମର ପ୍ରୋଲିଫିକ ଲଙ୍ଗ୍, ପୁସା ସମର ପ୍ରୋଲିଫିକ ରାଉଣ୍ଡ

ପାଳଙ୍ଗ

ଅଲ୍ ଗ୍ରିନ୍, ବନାରସି, ରାଉଣ୍ଡ ଲିଫଡ୍

ଉପସଂହାର

ଅଧିବେଶନକୁ ସମାପ୍ତ କରି ଦଳ ଭିତରୁ ଦୁଇ ଜଣ ଅଂଶଗ୍ରହଣକାରୀଙ୍କୁ ଆମନ୍ତ୍ରଣ କରନ୍ତୁ ଯଥା, ଗତ କୃଷିଋତୁରେ ସ୍ଥାନୀୟ କିସମ ବ୍ୟବହାର କରିଥିବା ଜଣେ ଚାଷୀ ଏବଂ ଆଉ ଜଣେ ଚାଷୀ ଯିଏ ଉନ୍ନତ୍ତ କିସମ ବ୍ୟବହାର କରିଥିବେ I ସେମାନଙ୍କୁ ତାଙ୍କର ଅନୁଭୁତି ବୁଝାଇବାକୁ କୁହନ୍ତୁ ଯେଉଁଥିରୁ ଅନ୍ୟମାନେ ରୋଗ ପୋକ ପ୍ରତିରୋଧକାରୀ ଉତ୍ତମ ବିହନ ବ୍ୟବହାର କରିବାର ମହତ୍ୱକୁ ବୁଝିପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate