অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାକଶାଳା ବଗିଚା ପ୍ରସ୍ତୁତି

ଅଧିବେଶନ ୪.୫

ବଗିଚାର ପ୍ରସ୍ତୁତିକରଣ I

ଉଦ୍ଦେଶ୍ୟ

ପନିପରିବା ଚାଷକରିବା ପୂର୍ବରୁ ଜମିର ପ୍ରସ୍ତୁତିକରଣର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ତା’ ପରେ ସେମାନଙ୍କୁ କୌଣସି ଏକ ଚାଷୀର ବାଡିକୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଏକ ପାକଶାଳା ବଗିଚା I

ଦରକାରୀ ସାମଗ୍ରୀ

ପୋଷ୍ଟର, କ୍ଷେତ୍ର ପରିଦର୍ଶନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ । ପାକଶାଳା ବଗିଚାକୁ ପରିଦର୍ଶନ ୩୦ ମିନିଟ୍ I

ପୃଷ୍ଠଭୁମୀ

ପାକଶାଳା ବଗିଚା ପାଇଁ ଫସଲ ଖସଡା ପ୍ରସ୍ତୁତ କରିବା ଏକ ମହତ୍ୱପୂର୍ଣ୍ଣ ଦିଗ I ପ୍ରତ୍ୟେକ ଜମି ପଟାଳୀପାଇଁ ଋତୁ ଅନୁଯାୟୀ ପ୍ରସ୍ତୁତି କରିବା ଆବଶ୍ୟକ I ଜମି ପଟାଳୀର ସୀମା ପାଖରୁ ଆରମ୍ଭକରି ଅନ୍ୟାନ୍ୟ ଜାଗା ଉପରେ ମଧ୍ୟ ଚାଷ କରିବା ପାଇଁ ଯୋଜନା କରିବା ଦରକାର I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ନିଜ ବାଡି ବଗିଚାରେ ଚାଷ କରିବା ସମୟରେ ସମାନେ କୌଣସି ପ୍ରକାର ଫସଲ ଯୋଜନା କରିଥାଆନ୍ତି କି ?ଜମିର ନିର୍ଦ୍ଧିଷ୍ଟ ଜାଗାରେ ନିର୍ଦ୍ଧିଷ୍ଟ ଫସଲ ଲଗାଇବାର ଉପାଦେୟତା ବିଷୟରେ ସେମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ - ୨: ଏକ ପାକଶାଳା ବଗିଚା ପ୍ରସ୍ତୁତ କରିବା ପାଇଁ ଯେଉଁ ସବୁ ଦିଗ ବିଷୟରେ ଧ୍ୟାନ ଦିଆଯିବା ଦରକାର ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:

  • ଏପରି ଭାବରେ ଯୋଜନା କରନ୍ତୁ ଯେ ବର୍ଷସାରା ପନିପରିବା ମିଳିପାରିବ I
  • ନିର୍ଦ୍ଦିଷ୍ଟ ଜମିରେ ଅଧିକ ପ୍ରକାରର ଫସଲ ଚାଷ କରନ୍ତୁ I
  • ମୂଳ ଏବଂ ଡାଲି ଜାତୀୟ ଫସଲ ପ୍ରତ୍ୟେକ ଋତୁରେ ଚାଷ କରନ୍ତୁ I
  • ସଜନା ଛୁଇଁ, ଲେମ୍ବୁ, କଦଳୀ, ଅମୃତ ଭଣ୍ଡା ଜମି ହିଡରେ ଲଗାନ୍ତୁ I
  • ଜମି କୋଣରେ ଲଙ୍କା ଏବଂ ଭୃସଙ୍ଗ ପତ୍ର ଗଛ ଲଗାନ୍ତୁ I
  • ଜମି ମଧ୍ୟରେ ଖତ ଏବଂ ଜିଆ ଖତ ପ୍ରସ୍ତୁତ କରିବା ପାଇଁ କିଛି ଜାଗା ରଖନ୍ତୁ I
  • ଜମିର ସମ୍ପୂର୍ଣ ଉପଯୋଗ କରନ୍ତୁ I
  • ସମାନ ପରିବାର-ସମ୍ବନ୍ଧୀତ ପନିପରିବା ସବୁକୁ ଗୋଟିଏ ଜମିରେ ପ୍ରତ୍ୟେକ ଋତୁରେ ବାରମ୍ବାର ଚାଷ କରନ୍ତୁ ନାହିଁ I ଉଦାହରଣସ୍ୱରୂପ ଯଦି ଖରିଫ ଋତୁରେ ବାଇଗଣ ଚାଷ କରାଯାଉଥାଏ, ତେବେ ସେହି ସମାନ ଜମିରେ ବିଲାତି ବାଇଗଣ ରବି ଋତୁରେ ଚାଷ କରନ୍ତୁ ନାହିଁ I

ସୋପାନ - ୩ : ସାମାନ ପରିବାରରେ ଅନ୍ତର୍ଭୂକ୍ତ ପନିପରିବାସବୁର ଏକ ସୂଚୀ ତଳେ ଦିଆ ଯାଇଅଛି I ଏହି ସୂଚୀକୁ ପ୍ରଦର୍ଶନ କରି ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ଗୋଟିଏ ପରିବାରରେ ଅନ୍ତର୍ଭୂକ୍ତ ଏହି ପନିପରିବା ସବୁକୁ ନିର୍ଦ୍ଦିଷ୍ଟ ଜମିରେ ପ୍ରତି ଋତୁରେ ବରମ୍ବାର ଚାଷ କରନ୍ତୁ ନାହଁ I

  1. ବିଲାତି ବାଇଗଣ, ବାଇଗଣ, ଆଳୁ, ଶିମଳା ମିର୍ଚ, ଲଙ୍କା I
  2. ବିନ୍, , ଝୁଡଙ୍ଗ, ଶିମ୍ବ , ଲାଉ I
  3. କଖାରୁ, କଲରା, , କାକୁଡି, ପୋଟୋଳ, ତରଭୂଜ, ଜହ୍ନି I
  4. ବନ୍ଧାକୋବି, ଫୁଲକୋବି I

ସୋପାନ - ୪:ଏକ ଆଦର୍ଶ ପାକଶାଳା ବଗିଚାର ଯୋଜନା ତଳେ ଦିଆ ଯାଇଅଛି I ଏହାକୁ ଅଂଶଗ୍ରହଣକାରୀମାନଙ୍କୁ ଦର୍ଶାନ୍ତୁ ଯାହାକୁ ଅନୁସରଣ କରି ସେମାନେ ନିଜ ନିଜର ପାକଶାଳା ବଗିଚାର ଖସଡା ପ୍ରସ୍ତୁତ କରିପାରିବେ I

ପଟାଳୀ ନଂ

ଖରିଫ ଋତୁ

ରବି ଋତୁ

ଗ୍ରୀଷ୍ମ ଋତୁ

ବାଇଗଣ

ମୂଳା

ପୋଇ

କଲରା

ଆଳୁ

ଖଡା ସାଗ

ଝୁଡଙ୍ଗ

ବିଲାତି ବାଇଗଣ

ଜହ୍ନି

କଖାରୁ

ବନ୍ଧାକୋବି

ଝୁଡଙ୍ଗ

ଭେଣ୍ଡି

ଫୁଲକୋବି

କଖାରୁ

ଲାଉ

ବିନ୍ସ

ଭେଣ୍ଡି

କାକୁଡି

ପାଳଙ୍ଗ

ଗୁଆଁର

ଜହ୍ନି

ମଟର

ସାରୁ

ଖଡା ସାଗ

ଗାଜର

କାକୁଡି

୧୦

ସାରୁ

ଶିମଳା ମିର୍ଚ

କଲରା

ଉପସଂହାର

ଅଧିବେଶନକୁ ଶେଷକରିବା ପୂର୍ବରୁ କିଛି ଅଂଶଗ୍ରହଣକାରୀମାନଙ୍କୁ ପାକଶାଳା ବଗିଚା ପ୍ରସ୍ତୁତ କରିବା ପାଇଁ ଯୋଜନାର ମହତ୍ୱ ବିଷୟରେ ବୁଝାଇବାକୁ କୁହନ୍ତୁ ଏବଂ ଏହି ଯୋଜନା ପ୍ରସ୍ତୁତିକରଣ ସମୟରେ କେଉଁ ସବୁ ଦିଗକୁ ବିଚାରକୁ ନେବା ଉଚିତ ସେମାନଙ୍କୁ ଜଣାନ୍ତୁ I ସେମାନଙ୍କୁ ତାଙ୍କ ଅଞ୍ଚଳରେ ଚାଷ କରାଯାଉଥିବା ବିଭିନ୍ନ ପନିପରିବା ବିଷୟରେ ପଚାରନ୍ତୁ ଏବଂ କୌଣସି ଏକ ଅଂଶଗ୍ରହଣକାରୀଙ୍କୁ ଆଗାମୀ ଋତୁରେ ଚାଷ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କୁହନ୍ତୁ I

ଚାଷ ପୂର୍ବରୁ ବଗିଚାର ପ୍ରସ୍ତୁତିକରଣ

ଅଧିବେଶନ୪.୫

ବଗିଚାର ପ୍ରସ୍ତୁତିକରଣ I

ଉଦ୍ଦେଶ୍ୟ

ପନିପରିବା ଚାଷକରିବା ପୂର୍ବରୁ ଜମିର ପ୍ରସ୍ତୁତିକରଣର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ତା’ ପରେ ସେମାନଙ୍କୁ କୌଣସି ଏକ ଚାଷୀର ବାଡିକୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଏକ ପାକଶାଳା ବଗିଚା I

ଦରକାରୀ ସାମଗ୍ରୀ

ପୋଷ୍ଟର, କ୍ଷେତ୍ର ପରିଦର୍ଶନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ । ପାକଶାଳା ବଗିଚାକୁ ପରିଦର୍ଶନ ୩୦ ମିନିଟ୍ I

ପୃଷ୍ଠଭୁମୀ

କୃଷିକାର୍ଯ୍ୟର ପ୍ରଥମ ମୌଳିକ କାର୍ଯ୍ୟ ହେଉଛି ଜମି ପ୍ରସ୍ତୁତିକରଣ I ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ I ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ I ଜମି ପ୍ରସ୍ତୁତିକରଣ କିମ୍ବା ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିଥାଏ I ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କିଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ଦଳ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏI

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ସେମାନଙ୍କୁ ପଚାରନ୍ତୁ ଯେ ପରିବା ଚାଷ କରିବା ଆଗରୁ ସେମାନେ ଜମି ପ୍ରସ୍ତୁତ କରନ୍ତି କି? ଯେଉଁ ଚାଷୀମାନେ ଜମିକୁ ପ୍ରସ୍ତୁତ କରନ୍ତି ଏବଂ ଯେଉଁ ମାନେ ଜମିକୁ ପ୍ରସ୍ତୁତ କରି ନ ଥାଆନ୍ତି, ଉଭୟଙ୍କୁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ ଯାହା ଅଂଶଗ୍ରହଣକାରୀମାନଙ୍କୁ ଏହି ଅଭ୍ୟାସ ଆଦୃତ କରିବା ପାଇଁ ଉତ୍ସାହିତ କରିବ I

ସୋପାନ - ୨: ଜମି ପ୍ରସ୍ତୁତିକରଣର ଅର୍ଥ କ'ଣ ?: ଚାଷୀମାନଙ୍କୁ ଏକ ସାଧାରଣ ସ୍ଥାନରେ ଏକତ୍ର କରାଇ ବୁଝାନ୍ତୁଯେ ଜମି ପ୍ରସ୍ତୁତିକରଣ ଅଧିକାଂଶ କୃଷି ପ୍ରଣାଳୀରେ ନିୟମିତ କାର୍ଯ୍ୟ ମଧ୍ୟରୁ ଗୋଟିଏ ଅଟେ Iଚାଷ କରାଯାଇଥିବା ଫସଲରୂ ଭଲ ଉତ୍ପାଦନ ପାଇବା ପାଇଁ ଜମି ପ୍ରସ୍ତୁତିକରଣ ଏକ ମୁଖ୍ୟ ଭୂମିକା ତୁଲାଇ ଥାଏ I ଭଲଭାବେ ହଳ କରି ସମତଳ କରାଯାଇଥିବା ଜମିର ମୃତ୍ତିକାକଣସବୁ ବିହନ ଓ ମାଟି ଭିତରେ ଭଲ ସମ୍ପର୍କ ସୃଷ୍ଟି କରିବା ସହ ବିହନକୁ ଯଥେଷ୍ଟ ଗଭୀରତାରେ ବୁଣିହେବାରେ ସାହାଯ୍ୟ କରିଥାଏ I

ସୋପାନ - ୩ : ଜମି ପ୍ରସ୍ତୁତିକରଣ କାହିଁକି କରାଯିବା ଉଚିତ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଜମି ପ୍ରସ୍ତୁତିକରଣ ଚେରର ଉତ୍ତମ ବୃଦ୍ଧିରେ ସାହାଯ୍ୟ କରିଥାଏ I ଗୁଣ୍ଡ ମାଟିରେ ଚେରର ଭଲ ବୃଦ୍ଧି ଘଟିଥାଏ I ହଳ କରିବା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କିଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ଦଳ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ ଏବଂ ଏହା ନୁଆ ଫସଲର ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରିଥାଏ I

ସୋପାନ - ୪ : ଜମି ପ୍ରସ୍ତୁତ କିପରି କରିବେ: ଚାଷୀମାନଙ୍କୁ ଏକ ପାକଶାଳା ବଗିଚାକୁ ନେଇ ବାସ୍ତବରେ ଜମିକୁ କିପରି ଭାବେ ପ୍ରସ୍ତୁତ କରାଯାଏ ସେମାନଙ୍କୁ ପ୍ରଦର୍ଶିତ କରାନ୍ତୁ :

  • ଜମି ଉପରୁ ଅନାବନା ଅଳିଆ ଆବର୍ଜନାକୁ ବାହାର କରି ଦିଅନ୍ତୁ I
  • ଜମିକୁ ଭଲଭାବରେ ହଳ କରନ୍ତୁ I
  • ଜମିକୁ ଛୋଟ ଛୋଟ ପଟାଳିରେ ବିଭକ୍ତ କରନ୍ତୁ I
  • ପଟାଳି ଆକାର ଆୟତ୍ତାକାର କିମ୍ବା ବର୍ଗାକାର କରନ୍ତୁ I
  • ବିଭିନ୍ନ ପଟାଳି ମଧ୍ୟରେ ପାଣି ମଡାଇବା ପାଇଁ ପାଣି ନାଳୀ ରହିଥିବା ଆବଶ୍ୟକ I
  • ପଟାଳିର ପ୍ରସ୍ଥ ତିନି (୩’) ଫୁଟ ଏବଂ ଉଚ୍ଚତା ଛଅ (୬”) ଇଞ୍ଚ ରଖନ୍ତୁ I
  • ରୋଗପୋକ ଏବଂ ରୋଗ ଜୀବାଣୁ ଦମନ କରିବା ପାଇଁ ଜୈବିକ ଖତ ବ୍ୟବହାର କରନ୍ତୁ, ଯଥା ପ୍ରତ୍ୟେକ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ଜମିରେ ୧୦୦ ଗ୍ରାମ ନିମ୍ବ କିମ୍ବା କରଞ୍ଜ ତେଲ ପିଡିଆ ଦିଅନ୍ତୁ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ ଜମି ପ୍ରସ୍ତୁତିକରଣ କ୍'ଣ ଏବଂ ଏହା କିପରି କରାଯାଏ ? ଏହା ଅନ୍ୟ ଅଂଶଗ୍ରହଣକାରୀମାନଙ୍କୁ ଏହି ବିଷୟକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ ।

ଆଧାର – ପୋର୍ଟାଲ ଟିମ

Last Modified : 7/15/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate