অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାକଶାଳାରେ ପୋଷକ ଓ ଜଳ ସେଚନ ପରିଚାଳନା

ପାକଶାଳାରେ ପୋଷକ ଓ ଜଳ ସେଚନ ପରିଚାଳନା

ପାକଶାଳାରେ ପୋଷକ

ଅଧିବେଶନ ୪.୯

ପୋଷକ ପରିଚାଳନା I

ଉଦ୍ଦେଶ୍ୟ

ଭଲ ଅମଳ ପାଇଁ ଜୈବିକ ଖତ ବ୍ୟବହାର ଉପରେ ପ୍ରାଧାନ୍ୟ ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୦ମିନିଟ୍ I

ପୃଷ୍ଠଭୁମୀ

ମାଟିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥିବା ସବୁ ପ୍ରକାର ପୋଷକ ଜୈବିକ ଖତରେ ରହିଥାଏ I ଅମଲ ବୃଦ୍ଧି କରିବା ପାଇଁ ଏବଂ ମାଟିର ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ, ଚାଷୀମାନେ ସେମାନଙ୍କର ପାକଶାଳା ବଗିଚାରେ ଜୈବିକ ଖତର ପ୍ରୟୋଗ ବିଷୟରେ ଜାଣିବା ସହ ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ବିଷୟରେ ମଧ୍ୟ ଜାଣିବା ଉଚିତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ ୧: ପ୍ରାରମ୍ଭିକ ଅଭ୍ୟାସ: ଜୈବିକ ଖତ ବିଷୟରେ ଚାଷୀମାନଙ୍କ ସଚେତନତା ବିଷୟରେ ପଚାରନ୍ତୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନେ ସ୍ଥାନୀୟ ଅଞ୍ଚଳରୁ କେଉଁ ପ୍ରକାର ଜୈବିକ ଖତପାଇ ଥାଆନ୍ତି I ଅଂଶ ଗ୍ରହଣକାରୀ ମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ପାକଶାଳା ବଗିଚାରେ କୌଣସି ପ୍ରକାର ସାର ବ୍ୟବହାର କରନ୍ତି କି ? ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ପଦାର୍ଥର ନାମକୁ ପଚାରି ବୁଝନ୍ତୁ I

ସୋପାନ ୨: ଚାଷୀମାନଙ୍କୁ ବୁଝାନ୍ତୁ ଯେ ସବୁବେଳେ ଜୈବିକ ଖତ ଯଥା ଗୋବର ଖତ, କମ୍ପୋଷ୍ଟ, ଜିଆ ଖତ ଇତ୍ୟାଦି ପାକଶାଳା ବଗିଚାରେ ବ୍ୟବହାର କରିବା ଉଚିତ I ସାଧାରଣତଃ ଚାଷୀମାନେ ଘରୁ ବାହାରୁଥିବା ଆବର୍ଜନାକୁ ସିଧା ସଳଖ ପାକଶାଳା ବଗିଚାରେ ଫିଙ୍ଗି ଦିଅନ୍ତି I ଏହି ପ୍ରକାର କ୍ରିୟାରୁ ନିବୃତ ରହିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ କାରଣ ଏହି ଆବର୍ଜନାସବୁ ସଢିବା ସମୟରେ ପୋଷକତତ୍ୱ ସବୁ ନଷ୍ଟ ହୋଇ ଯାଇଥାଏ ଯାହା ଗଛର ବଢିବା ପାଇଁ ସାହାଯ୍ୟ କରିଥାଏ I ତେଣୁ ପାକଶାଳା ବଗିଚାରେ ବ୍ୟବହାର କରିବା ପୂର୍ବରୁ ଏହି ଅଳିଆ ଆବର୍ଜନାକୁ ସମ୍ପୁର୍ଣ ରୂପେ ସଢ଼ିବାକୁ ଦିଅନ୍ତୁ I

ସୋପାନ ୩: ଜୈବିକ ଖତ କିପରି ପ୍ରୟୋଗ କରିବେ: ଜମି ପ୍ରସ୍ତୁତିକରଣ ସମୟରେ ମିଟର ପ୍ରତି ଦୁଇ କେ.ଜି. ଲେଖାଏଁ ଜୈବିକ ଖତ ପ୍ରୟୋଗ କରନ୍ତୁ I ଏଥିସହ ଅନୁମୋଦିତ ପରିମାଣର ଯବାକ୍ଷାରଜାନ, ଫସଫରସ ଏବଂ ପଟାସ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ I ଯଦି ଦରକାର ହୁଏ, ତେବେ ଅଣୁସାର ଯଥା ବୋରୋନ, ଜିଙ୍କ୍ ଏବଂ ମଲିବେଡିନମ୍ ବ୍ୟବହାର କରନ୍ତୁ I

ସୋପାନ ୪: ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ସେମାନେ ନିଜ ନିଜର ପାକଶାଳା ବଗିଚା ନିକଟରେ ଜିଆ ଖତକୁ ପ୍ରସ୍ତୁତ କରିବା ଦରକାର ଯଦ୍ୱାରା ସେମାନେ ଘରୁ ବାହାରୁ ଥିବା ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରି ପନିପରିବା ଫସଲରେ ପ୍ରୟୋଗ କରିପାରିବେ I ଭର୍ମିନ ୱାଶକୁ ମଧ୍ୟ ଗଛର ତ୍ୱରିତ ବଢିବା ପାଇଁ ବ୍ୟବହାର କରାଯାଇପାରିବ I

ଉପସଂହାର

ଅଧିବେଶନର ଶେଷ ଆଡକୁ ଚାଷୀମାନଙ୍କୁ ପଚାରନ୍ତୁ ଆଗାମୀ ବର୍ଷ ସେମାନେ କେଉଁ ପ୍ରକାର ଜୈବିକ ଖତ ପ୍ରୟୋଗ କରିବାକୁ ପସନ୍ଦ କରୁଅଛନ୍ତି ଏବଂ ଫସଲ କୈନ୍ଦ୍ରିକ ଜୈବିକ ଖତର ନାମସବୁକୁ ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯାହା କୌଣସି ନିର୍ଦ୍ଦିଷ୍ଟ ଫସଲକୁ ଶୀଘ୍ର ବଢିବାରେ ସାହାଯ୍ୟ କରିଥାଏ I

ଜଳ ସେଚନ ପରିଚାଳନା

ଅଧିବେଶନ ୪.୧୦

ଜଳ ସେଚନ ପରିଚାଳନା I

ଉଦ୍ଦେଶ୍ୟ

ଫସଲର ବିକାଶ ଏବଂ ଅଧିକ ଅମଳ ପାଇଁ ସଥିକ ଜଳ ସେଚନର ପରିଚାଳନାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜଳସେଚନର ସଠିକ ପରିଚାଳନା ତଥା ଜଳ ନିଷ୍କାସନ ବିଷୟରେ ବ୍ୟାଖ୍ୟାନ ତଥା ପୋଷ୍ଟର ମାଧ୍ୟମରେ ଚାଷୀମାନଙ୍କୁ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୦ମିନିଟ୍ I

ପୃଷ୍ଠଭୁମୀ

ଫସଲ ବୃଦ୍ଧି ଏବଂ ଅମଳ ପାଇଁ ଜଳ ଅପରିହାର୍ଯ୍ୟ I ଜଳ ପରିଚାଳନା ଉଭୟ ଜଳ ସେଚନ ଓ ଜଳ ନିଷ୍କାସନକୁ ବୁଝାଏ I ଗଛର ମହତ୍ୱପୂର୍ଣ୍ଣ ବର୍ଦ୍ଧିଷ୍ଣୁ ଅବସ୍ଥାରେ ଜଳର ନିଅଣ୍ଟ ହେବା ଉଚିତ ନୁହେଁ I ତେଣୁ ଏହି ଜଳ ପରିଚାଳନା ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କ ଜଳ ପରିଚାଳନା କୌଶଳକୁ ପରିମାର୍ଜିତ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫସଲପାଇଁ ଜଳର ଆବଶ୍ୟକତା ବିଷୟରେ ସଚେତନ ଅଛନ୍ତି କି I ଜଳ ନିଷ୍କାସନ କରିବାପାଇଁ ସେମାନେ ଅନୁସରଣ କରୁଥିବା ସ୍ଥାନୀୟ ପଦ୍ଧତି ବିଷୟରେ ସେମାନଙ୍କ ସହ ଆଲୋଚନା କରନ୍ତୁ I ଏଥିସାହ ସେମାନଙ୍କ ଅଞ୍ଚଳରେ ଥିବା ଜଳ ସେଚନର ଉତ୍ସ ବିଷୟରେ ପଚାରନ୍ତୁ I

ସୋପାନ -୨: ଜଳ ପରିଚାଳନାର ମୁଖ୍ୟ ବିଶେଷତା ସବୁ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ବର୍ଷା ସମୟରେ ସେମାନେ ଉପଯୁକ୍ତ ନିଷ୍କାସନ ସୁବିଧାକୁ ସୁନିଶ୍ଚିତ କରିବା ଆବଶ୍ୟକ I ଯଦି ଜମିରେ ପାଣି ଜମାହୋଇ ରହୁଥାଏ ତେବେ ପରିବା ଫସଲ ବଢିପାରେ ନାହିଁ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ପ୍ରତି ପଟାଳି ପାଖରେ ଜଳ ନିଷ୍କାସନ ନାଳୀ ପ୍ରସ୍ତୁତ କରି ଏହାକୁ ମୁଖ୍ୟ ନିଷ୍କାସନ ନାଳ ସହ ସଂଯୁକ୍ତ କରିବା ଉଚିତ I ଉଭୟ ରବି ଏବଂ ଖରାଟିଆ ଫସଲ ପାଇଁ ଉପଯୁକ୍ତ ଜଳ ସେଚନ ଉପଲବ୍ଧ ହେବା ଦରକାର ।

ସୋପାନ -୩: ସଠିକ ଜଳ ପରିଚାଳନା କରିବା ପାଇଁ ନିମ୍ନଲିଖିତ ଦିଗ ପ୍ରତି ଦୃଷ୍ଟି ଦେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ :

  • ମାଟିର ଆବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ I
  • ଜମିକୁ ସମ୍ପୁର୍ଣ ରୂପେ ଶୁଖିବାକୁ ଦିଅନ୍ତୁ ନାହିଁ I
  • ଜମିକୁ ବନ୍ୟାପ୍ଳାବିତ ନ କରି ଶିଆରରେ ପାଣି ମଡାନ୍ତୁ I
  • ଶିଆରରେ ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ପାଣି ପୂରଣ କରନ୍ତୁ I
  • ରୋଷେଇ ଘରୁ ଏବଂ ଗାଧୁଆ ଘରୁ ବାହାରୁଥିବା ଅପଶିଷ୍ଟ ପାଣିକୁ ପାକଶାଳା ବଗିଚାରେ ପରିବା ଚାଷ ପାଇଁ ବ୍ୟବହାର କରନ୍ତୁ I
  • ଉତ୍ତମ ଜଳ ସେଚନପାଇଁ ଜମିକୁ ସମତୁଲ କରନ୍ତୁ I
  • ନିୟମିତ ବ୍ୟବଧାନରେ ହାଲୁକା ଭାବେ ଜଳ ସେଚନ କରନ୍ତୁ I

ଉପସଂହାର

ଅଧିବେଶନକୁ ସମାପ୍ତି କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ମରୁଡି ପରିସ୍ଥିତିରେ ସେମାନ ଫସଲର ଜଳ ଆବଶ୍ୟକତା ପାଇଁ କ'ଣ ସବୁ ବ୍ୟବସ୍ଥା କରିଥାଆନ୍ତି I ସେହିପରି, ଅଧିକ ବର୍ଷା କାରଣରୁ ଜମି ପ୍ଲାବିତ ହୋଇଗଲେ ସେମାନେ କ'ଣ କରିଥାଆନ୍ତି I ଅଧିବେଶନରେ ଆଲୋଚନା କରାଯାଇଥିବା ବିଭିନ୍ନ ବିଷୟବସ୍ତୁସବୁକୁ ଉଲ୍ଲେଖକରି ଆଲୋଚନାକୁ ସଞ୍ଚାଳନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate