ଅଧିବେଶନ ୪.୧୧ |
ରୋଗ ପୋକ ପରିଚାଳନା I |
ଉଦ୍ଦେଶ୍ୟ |
ପନିପରିବା ଫସଲରେ ରୋଗ ପୋକର ସଂକ୍ରମଣ ଏବଂ ଏହାକୁ ଦମନ ଦରିବା ଉପାୟ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦାନ କରିବା I |
ପଦ୍ଧତି |
ପୋଷ୍ଟର ବ୍ୟବହାର କରି ସିଅରପିମାନେ ରୋଗ ପୋକର ସଂକ୍ରମଣରୁ ହେଉଥିବା ପସଲ ହାନୀକୁ ଚାଷୀମାନଙ୍କୁ ବୁଝାଇବା ସହିତ ଏହାକୁ ଦମନ କରିବାର ବିଭିନ୍ନ ଉପାୟ ବିଶୟରେ ସେମାନଙ୍କୁ ସୂଚନା ଦେବେ I ଏହାପରେ ଚାଷୀମାନଙ୍କୁ ପାକଶାଳା ବଗିଚାକୁ କ୍ଷେତ୍ର ପରିଦର୍ଶନ ପାଇଁ ନିଆଯିବ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I |
ଦରକାରୀ ସାମଗ୍ରୀ |
ପୋଷ୍ଟର, ପାକଶାଳା ବଗିଚାକୁ ପରିଦର୍ଶନ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ I I କ୍ଷେତ୍ର ପରିଦର୍ଶନ – ୩୦ ମିନିଟ୍ I |
ରୋଗ ଏବଂ ପୋକ କୃଷିକାର୍ଯ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ I ଫସଲର ଅମଳ ଓ ମାନ ଉପରେ ଏହାର କୁପ୍ରଭାବ ପ୍ରତିରୋଧ କରିବା ପାଇଁ ଯେତେଶୀଘ୍ର ସମ୍ଭବ ଏହାର ନିରାକରଣ କରିବା ଉଚିତ I ଫସଲ କ୍ଷତିକୁ କମ କରି ଅମଳ ବଢାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ରୋଗ ପୋକର ସଠିକ ପରିଚାଳନା ବିଷୟରେ ବୁଝାଇବା ସହ ଏହାର କାରଣ ଏବଂ ରୋଗ ପୋକକୁ ନିରୀକ୍ଷଣ କରି ଦମନ କରିବା ଉପାୟ ସବୁ ବିଷୟରେ ସେମାନଙ୍କର ମାର୍ଗ ଦର୍ଶନ କରିବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି କୀଟ ପତଙ୍ଗ ଦ୍ୱାରା ଫସଲରେ ହେଉଥିବା କ୍ଷତି ବିଷୟରେ ଚାଷୀମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ପାକଶାଳା ବଗିଚାରେ ଦେଖାଯାଉଥିବା ମୁଖ୍ୟ କୀଟ ପତଙ୍ଗ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରନ୍ତୁ I ଏହାକୁ ଦମନ କରିବା ପାଇଁ ସେମାନେ ଅନୁସରଣ କରୁଥିବା ପରମ୍ପରାଗତ ପଦ୍ଧତିସବୁକୁ ଜାଣିବାକୁ ଚେଷ୍ଟା କରନ୍ତୁ I ଏଥି ସହିତ ରୋଗପୋକ ଦମନର ଦେଶୀୟ କୌଶଳ ସବୁକୁ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I
ସୋପାନ -୨: ପାକଶାଳା ବଗିଚାରେ ରୋଗ ପୋକ ଦମନ କରିବା ପାଇଁ ଜୈବିକ ପଦ୍ଧତି ବ୍ୟବହାର କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦିଅନ୍ତୁ I ରୋଗ ପୋକ ଆକ୍ରମଣକୁ ପ୍ରତିରୋଧକରିବା ପାଇଁ ତଳେ କିଛି ଉପୟର ସୂଚୀ ଉଲ୍ଲେଖ କରାଯାଇଅଛି I ଏହି ସବୁ ବିନ୍ଦୁକୁ ଚାଷୀମାନଙ୍କୁ ବୁଝାନ୍ତୁ:
ସୋପାନ -୩: କିଛି ପରିବା ଫସଲରେ ହେଉଥିବା କୀଟ ପତଙ୍ଗ ଆକ୍ରମଣକୁ କିପରି ଦମନ କରିବେ: ପରିବା ଫସଲରେ କୀଟ ପତଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ନିମ୍ନରେ ପ୍ରଦତ୍ତ କିଛି ଉପାୟସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:
ସୋପାନ -୪: କିଛି ପନିପରିବା ଫସଲକୁ ସଂକ୍ରମିତ କରୁଥିବା ରୋଗସବୁକୁ କିପରି ଦମନ କରାଯାଏ: ପରିବା ଫସଲରେ ରୋଗ ନିୟନ୍ତ୍ରଣ କରିବା ପାଇଁ ନିମ୍ନରେ ପ୍ରଦତ୍ତ କିଛି ଉପାୟସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:
ସୋପାନ -୫: ଗମ୍ଭୀର ସମସ୍ୟା ସୃଷ୍ଟିକରୁଥିବା କୀଟ ପତଙ୍ଗସବୁ: ଚାଷୀମାନଙ୍କସହ ଏକ ପାକଶାଳା ବଗିଚାକୁ ପରିଦର୍ଶନରେ ଯାଆନ୍ତୁ ଏବଂ ଏଥିର ଚାଷ ହୋଇଥିବା ଫସଲକୁ ଗମ୍ବୀର ଭାବେ କ୍ଷତି କରୁଥିବା କୀଟ ପତଙ୍ଗସବୁକୁ ନିରୀକ୍ଷଣ କରନ୍ତୁ I ନିମ୍ନରେ ଉଲ୍ଲେଖ କରାଯାଇଥିବା ଫର୍ମାଟକୁ ବ୍ୟବହାର କରି ଏହି ସବୁ କୀଟ ପତଙ୍ଗର ନାମକୁ ନିଜ ଭାଷାରେ ଲେଖିବାକୁ ଉତ୍ସାହିତ କରନ୍ତୁ
ପୋକର ନାମ |
ପ୍ରଭାବିତ ହେଉଥିବା ଫସଲ |
ଦେଖାଦେଉଥିବା ସମୟ (ଫସଲର ଚରଣ ) |
ଦମନ କରିବା ପାଇଁ ଚାଷୀମାନଙ୍କ ଦ୍ୱାରା ନିଆଯାଉଥିବା ଉପାୟ |
|
|
|
|
ଅଧିବେଶନକୁ ସମାପ୍ତକରି ଚାଷୀମାନଙ୍କୁ କିଛି କୀଟ ପତଙ୍ଗଙ୍କ ନାମ ପଚାରନ୍ତୁ ଯେଉଁମାନେ ତାଙ୍କର ଫସଲକୁ ନଷ୍ଟ କରିଥାଆନ୍ତି ଏବଂ ପଚାରନ୍ତୁ କି ସେମାନେ ଏହି କୀଟ ପତଙ୍ଗ ସବୁକୁ କିପରି ଦମନ କରିଥାଆନ୍ତି I
ଆଧାର – ପୋର୍ଟାଲ ଟିମ
Last Modified : 7/15/2020