অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାକଶାଳାରେ ରୋପଣ କରିବାର ଦୂରତା

ଅଧିବେଶନ ୪.୮

ରୋପଣ କରିବାର ଦୂରତା I

ଉଦ୍ଦେଶ୍ୟ

ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବାର ଆବଶ୍ୟକତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଏହାର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ତା’ ପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I

ଦରକାରୀ ସାମଗ୍ରୀ

ଦଉଡି, ଟେପ୍, ଖତ, କମ୍ପୋଷ୍ଟ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୩୦ ମିନିଟ୍ I

ପୃଷ୍ଠଭୁମୀ

ଯଦି ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷା କରାଯାଏ, ତାହାହେଲେ ସେମାନେ ସଠିକ ପରିମାଣର ପାଣି, ସୂର୍ଯ୍ୟାଲୋକ ଓ ପୋଷକ ପାଇଥାଆନ୍ତି I ଧାଡି ରୁଆ ଏକ ଉତ୍ତମ ପଦ୍ଧତ୍ତି କାରଣ ଏହା ଭଲ ଜଳସେଚନ ପରିଚାଳନା କରିବା ସହ ଆନ୍ତଃଚାଷ କାର୍ଯ୍ୟ ଏବଂ ଅମଳରେ ସାହାଯ୍ୟ କରିବ I ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷାକରିବାର ଉପାଦେୟତା ବିଷୟରେ ଶିକ୍ଷା ଦାନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ ୧ : ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ସେମାନେ ସାଧାରଣ ଭାବେ ଗଛ ମଧ୍ୟରେ କେତେ ବ୍ୟବଧାନ ରଖନ୍ତି I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବାର ଉପାଦେୟତା ବିଷୟରେ ସେମାନେ ଜାଣି ଅଛନ୍ତି କି ? କମ କିମ୍ବା ଅଧିକ ବ୍ୟବଧାନରେ ଚାରା ରୋପିଲେ ହେଉଥିବା ଅସୁବିଧା ସବୁକୁ ସେମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ ୨: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଯଦି ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷା କରାଯାଏ, ତାହାହେଲେ ଏହା ଭଲ ଜଳସେଚନ ପରିଚାଳନା କରିବା ସହ ଅନ୍ତଃକୃଷି କାର୍ଯ୍ୟ ଏବଂ ଅମଳରେ ସାହାଯ୍ୟ କରିବ I ଏହା ସହିତ ସଠିକ ବାୟୁ ସଞ୍ଚାଳନ ସହ ଗଚ୍ଛ ଧାଡି ଭିତରେ ସୁର୍ଯ୍ୟାଲୋକ ପ୍ରବେଶ କରିପାରୁଥିବାରୁ ରୋଗ ପୋକର ଆକ୍ରମଣ କମ ହୋଇଥାଏ I ଏହାଦ୍ୱାରା ଉପଯୁକ୍ତ ଗଛ ସଂଖ୍ୟା ରଖି ଅଧିକ ଉତ୍ପାଦନ ପାଇହେବ I

ସୋପାନ ୩ : ଏହି ଚାର୍ଟକୁ ଦେଖାନ୍ତୁ ଏବଂ କିଛି ପରିବା ଫସଲର ଚାରା ରୋପଣ ବେଳେ ଉପଯୁକ୍ତ ବ୍ୟବଧାନ ରଖିବା ପାଇଁ ସେମାନଙ୍କୁ ବୁଝାନ୍ତୁ:

ଫସଲ

ରୋପଣ ଦୂରତା (ସେ.ମିxସେ.ମି.)

ବାଇଗଣ

୬୦x ୪୫

ଲଙ୍କା, ଭେଣ୍ଡି

୫୦x ୩୦

ବିନ୍ସ

୪୫x ୨୫

ଝୁଡଙ୍ଗ

୪୫x ୧୦-୧୫

କଖାରୁ

୧୫୦x ୧୫୦

କାକୁଡି, ଜହ୍ନି, କଲରା, ଲାଉ

୧୨୦x ୧୨୦

ସାରୁ, ଶିମଳା ମିର୍ଚ

୬୦x ୩୦

ବିଲାତି ବାଇଗଣ

୬୦-୭୫x ୩୦-୪୫

ଫୁଲକୋବି

୬୦x ୩୦-୪୫

ବନ୍ଧାକୋବି

୪୫-୬୦x ୩୦-୪୦

ମଟର, ମୂଳା, ଗାଜର

୩୦x ୧୦

ଗୁଆଁର

୪୫x ୧୫

ଉପସଂହାର

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ଗଛ ମାନଙ୍କ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବାର ଉପକାରିତା ବିଷୟରେ ପଚାରନ୍ତୁ I ଏହା ସହ କିଛି ପରିବା ଫସଲର ନାମକୁ କହି ରୋପଣ ବ୍ୟବଧାନକୁ କହିବାକୁ ଚାଷୀମାନଙ୍କୁ ଉତ୍ସାହିତ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 7/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate