অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ସୁରକ୍ଷାକାରୀ ବିଷ

ଲକ୍ଷ୍ୟ

ମଡ୍ୟୁଲର ଶେଷ ଆଡକୁ ଅଂଶଗ୍ରହଣକାରୀମାନେ ଫସଲ ସୁରକ୍ଷାକାରୀ ବିଷର ସଂଗ୍ରହ, ସୁରକ୍ଷିତ ଭାବେ ବ୍ୟବହାର ଏବଂ ପ୍ରଭାବୀ ଢଙ୍ଗରେ ନିଜ ଚାଷ ଜମିରେ ପ୍ରୟୋଗ ବିଷୟରେ ଜାଣିବେ I

ଶିକ୍ଷଣୀୟ ଉଦ୍ଦେଶ୍ୟ

  • କୀଟ ନାଶକର ସୁରକ୍ଷିତ ଏବଂ ଉଚିତ ବ୍ୟବହାର ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I
  • ଫସଲ ସୁରକ୍ଷାକାରୀ ବିଷ ବ୍ୟବହାର କରିବା ସମୟରେ "କରନ୍ତୁ" ଏବଂ "କରନ୍ତୁ ନାହିଁ" ବିଷୟରେ ଚାଷୀମାନଙ୍କୁ ମୌଳିକ ଜ୍ଞାନ ଦେବା I
  • ଫସଲ ସୁରକ୍ଷାକାରୀ ବିଷର ଅସୁରକ୍ଷିତ ବ୍ୟବହାର କଲେ ମଣିଷ, ଜୀବଜନ୍ତୁ ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I

ପ୍ରୟୋଜନ

ଗ୍ରାମାଞ୍ଚଳରେ ଚାଷ କରାଯାଉଥିବା ଅନେକ ଫସଲରେ ରୋଗ ପୋକ ସଂକ୍ରମଣ କାରଣରୁ ଅତ୍ୟଧିକ କ୍ଷତି ହୋଇଥାଏ I ଡାଲି ଜାତୀୟ ଫସଲ, ମକା, କପା ଇତ୍ୟାଦି ରୋଗ ପୋକର ବିନା ନିୟନ୍ତ୍ରଣ ଏବଂ ଫସଲ ସୁରକ୍ଷାକାରୀ ବିଷର ବିନା ବ୍ୟବହାରରେ ଲାଭଦାୟକ ଭାବେ ଚାଷ କରି ହେବ ନାହିଁ I ତେଣୁ ଅମଳ ବୃଦ୍ଧି କରିବା ପାଇଁ କୀଟ ନାଶକ ବ୍ୟବାହାର କରିବା ଅପରିହାର୍ଯ୍ୟ I କିନ୍ତୁ ବଜାରରେ ମିଳୁଥିବା ସମସ୍ତ ପ୍ରକାର ରାସାୟନିକ କୀଟ ନାଶକ ସଦା ସର୍ବଦା ବିଷାକ୍ତ ହୋଇଥାଏ ଏବଂ ସଜୀବ ଜୀବଜନ୍ତୁ ଯଥା ମଣିଷ ଏବଂ ଗୃହ ପାଳିତ ପଶୁମାନଙ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ I ଏହା ସାଧାରଣ ଚର୍ମ ଜ୍ୱଳନ ଠାରୁ ଆରମ୍ଭ କରି ଅକାଳ ପ୍ରସବ କିମ୍ବା ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ କର୍କଟ ରୋଗର କାରଣ ହୋଇପାରେ I ଏହାସହ ଫସଲ ସୁରକ୍ଷାକାରୀ ବିଷ ମୃତ୍ତିକା, ଜଳ ଏବଂ ପରିବେଶକୁ ଦୂଷିତ କରିପାରେ I ଏହା ଖାଦ୍ୟରେ ରସାୟନର ଅବଶେଷ ଛାଡିଥାଏ ଯାହା ମଣିଷ ଏବଂ ଗୃହ ପାଳିତ ପଶୁମାନଙ୍କ ଭିତରେ ପହଞ୍ଚି ଥାଏ I ଏହାଛଡା, ପରିବେଶରେ ଥିବା ଅନ୍ୟାନ୍ୟ ଅଣ-ଲକ୍ଷ୍ୟ ସଜୀବ ପଦାର୍ଥ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ I ତଥାପି ଫସଲ ସୁରକ୍ଷାକାରୀ ବିଷର ବ୍ୟବହାରକୁ ଆମେ ଏଡାଇ ପାରିବା ନାହିଁ ଯାହା ଫସଲର ସୁରକ୍ଷା ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ I ଫସଲ ସୁରକ୍ଷାକାରୀ ବିଷର କେବଳ ସୁରକ୍ଷିତ ଏବଂ ଉଚିତ ବ୍ୟବହାର ଆମକୁ ଏହାର କୁପ୍ରଭାରୁ ସୁରକ୍ଷା ଦେଇ ପାରିବ I ତଦନୁସାରେ ଏହି ମଡ୍ୟୁଲର ଧ୍ୟାନ ଫସଲ ସୁରକ୍ଷାକାରୀ ବିଷର ସୁରକ୍ଷିତ ବ୍ୟବହାର ଉପରେ କେନ୍ଦ୍ରିତ ହୋଇଅଛି I ଏହି ପ୍ରଶିକ୍ଷଣ ମଡ୍ୟୁଲ୍ ଅତ୍ୟନ୍ତ ଶିକ୍ଷାପ୍ରଦ ଯାହା ଚାଷୀମାନଙ୍କୁ ଫସଲ ସୁରକ୍ଷାକାରୀ ବିଷର ସୁରକ୍ଷିତ ବ୍ୟବହାର ବିଷୟରେ ବହୁମୂଲ୍ୟ ସୂଚନା ଦେଇଥାଏ I ଫସଲ ସୁରକ୍ଷାକାରୀ ବିଷର ସୁରକ୍ଷିତ ବ୍ୟବହାର ମଧ୍ୟରେ ନିର୍ଦ୍ଦିଷ୍ଟ କୀଟ ଦମନ କରିବାପାଇଁ ସଠିକ କୀଟ ନାଶକର ନିର୍ବାଚନ ତଥା ଏହାର ସଠିକ ସମୟରେ ଉପଯୁକ୍ତ ପରିମାଣ ପ୍ରୟୋଗ କରିବା ଅନ୍ତର୍ଭୁକ୍ତ I

ଫସଲ ରକ୍ଷଣ ରସାୟନର ବ୍ୟବହାର ମଡ୍ୟୁଲ୍ ତିନି ଗୋଟି ଅଧିବେଶନକୁ ନେଇ ଗଠିତ

  • ଅଧିବେଶନ ୭.୧: ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ସାବଧାନତା I
  • ଅଧିବେଶନ ୭.୨: ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ସାବଧାନତା I
  • ଅଧିବେଶନ ୭.୩: ଫସଲ ସୁରକ୍ଷାକାରୀ ବିଷର ପ୍ରୟୋଗ ସମୟରେ ସାବଧାନତା I

ଆଧାର – ପୋର୍ଟାଲ ଟିମ

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate