অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ସାବଧାନତା)

ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ସାବଧାନତା)

ଅଧିବେଶନ ୭.୧

ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ସାବଧାନତା I

ଉଦ୍ଦେଶ୍ୟ

ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ବିଭିନ୍ନ ସାବଧାନତା ଗ୍ରହଣ ବିଷୟରେ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ବିଭିନ୍ନ ସାବଧାନତା ଗ୍ରହଣ ଯଥା ସମାପ୍ତି ତାରିଖ ଇତ୍ୟାଦି ଯାଞ୍ଚ କରିବା ବିଷୟରେ ବୁଝାଇବେ I ଏହାସବୁ ବୁଝାଇଲା ବେଳେ ସେମାନେ ଅଂଶଗ୍ରହଣକାରୀମାନଙ୍କୁ ପୋଷ୍ଟର, ଉଦାହରଣ, ଚିତ୍ରଣ, ଉତ୍ପାଦ ଏବଂ ଉପକରଣ ଇତ୍ୟାଦି ପ୍ରଦର୍ଶନ କରିବେI

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, କିଛି ଫସଲ ରକ୍ଷଣ ରସାୟନ ବ୍ରାଣ୍ଡର ପ୍ୟାକେଟ୍, ସୁରକ୍ଷା ଉପକରଣ, ସ୍ପ୍ରେୟର ଇତ୍ୟାଦି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ |

ପୃଷ୍ଠଭୁମୀ

ବଜାରରେ ମିଳୁଥିବା ସମସ୍ତ ପ୍ରକାର ରାସାୟନିକ କୀଟ ନାଶକ ସଦା ସର୍ବଦା ବିଷାକ୍ତ ହୋଇଥାଏ ଏବଂ ସଜୀବ ପଦାର୍ଥ ଯଥା ମଣିଷ ଏବଂ ଗୃହ ପାଳିତ ପଶୁମାନଙ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ I ଯଦ୍ୟପି ଆମ ଉପରେ ଏହାର କୁପ୍ରଭାବ ପଡିଥାଏ, ଆମେ ଫସଲ ରକ୍ଷଣ ରସାୟନର ବ୍ୟବହାରକୁ ଏଡାଇ ପାରିବା ନାହିଁ I କିନ୍ତୁ ଆମେ ଏହାର ସୁରକ୍ଷିତ ଏବଂ ଉଚିତ ବ୍ୟବହାର କରି ଏହାର କୁପ୍ରଭାବକୁ କମ କରି ପାରିବା I ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ ବିଭିନ୍ନ ସାବଧାନତା ଗ୍ରହଣ ବିଷୟରେ ଜାଣିବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଫସଲ ସୁରକ୍ଷାକାରୀ ବିଷ ବିଷୟରେ ଚାଷୀମାନଙ୍କ ସହ ଆଲୋଚନାକରି ସେମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ବଜାରରୁ କିପରି ଭାବେ ଏହିସବୁ ଔଷଧ କ୍ରୟ କରନ୍ତି I ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ସମୟରେ କେଉଁସବୁ ଦିଗ ବିଚାରକୁ ନେବା ଉଚିତ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ -: ଫସଲ ରକ୍ଷଣ ରସାୟନ କ୍ରୟ କରିବା ସମୟରେ ସାବଧାନତା ଗ୍ରହଣ: ଫସଲ ସୁରକ୍ଷାକାରୀ ବିଷ ବଜାରରୁ କ୍ରୟ କରିବା ସମୟରେ ଯେଉଁ ସବୁ ଦିଗ ଧ୍ୟାନରେ ରଖିବା ଉଚିତ, ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:

  • କୀଟ ନାଶକ ସବୁବେଳେ ପ୍ରମାଣିତ ଦୋକାନୀଙ୍କ ଠାରୁ କ୍ରୟ କରନ୍ତୁ: ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ ସେମାନେ ସବୁବେଳେ ଫସଲ ସୁରକ୍ଷାକାରୀ ବିଷ ପ୍ରମାଣିତ ବିକ୍ରେତାଙ୍କଠାରୁ କ୍ରୟ କରିବା ଉଚିତ କାରଣ ସରକାରୀ କୃଷି ବିଭାଗ ଏମାନଙ୍କୁ ନିୟନ୍ତ୍ରଣ ତଥା ନିରୀକ୍ଷଣ କରିଥାଏ I ଅନେକ ସମୟରେ ସ୍ଥାନୀୟ ଅଣ-ପ୍ରମାଣିତ ବିକ୍ରେତାମାନେ ନକଲି ଫସଲ ରକ୍ଷଣ ରସାୟନ ଉତ୍ପାଦ ବିକ୍ରୟ କରିଥାଆନ୍ତି I କୃଷି ବିଭାଗ ପାଖରେ ପ୍ରମାଣିତ ଫସଲ ସୁରକ୍ଷାକାରୀ ବିଷ ବିକ୍ରେତାଙ୍କର ସୂଚୀ ଉପଲବ୍ଧ ଥାଏ I
  • କୀଟ ନାଶକର ନିର୍ବାଚନ ଏବଂ ପ୍ରୟୋଗ କରିବା ସମୟରେ କୃଷି ପ୍ରଶିକ୍ଷଣ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ: ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ ପ୍ରଥମେ ରୋଗ ପୋକକୁ ଚିହ୍ନଟ କରନ୍ତୁ ଏବଂ ଆବଶ୍ୟକ ହେଲେ କୃଷି ବିଭାଗ ବିଶେଷଜ୍ଞ, ଗ୍ରାମରେ କାର୍ଯ୍ୟରତ କୃଷି ସେବକ, କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ, କୃଷି କିଓସ୍କଙ୍କ ପରାମର୍ଶ ନେଇ ରୋଗ ପୋକ ଆକ୍ରମଣକୁ ଦମନ କରିବାପାଇଁ ସଠିକ କୀଟ ନାଶକ ନିର୍ବାଚନ କରନ୍ତୁ I ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଫସଲ ସୁରକ୍ଷାକାରୀ ବିଷର ପ୍ରୟୋଗ ଆବଶ୍ୟକ ହେଲେ ସେମାନେ ନିମ୍ନ ଉଲ୍ଲିଖିତ ଦିଗ ବିଷୟରେ ସୂଚନା ସଂଗ୍ରହ କରିବା ଉଚିତ:
  • ଉତ୍ପାଦର ଅନୁମୋଦିତ ମାତ୍ରା, ବ୍ୟବହାର୍ଯ୍ୟ ଦ୍ରବଣ, ପ୍ରୟୋଗ କରିବାର ସମୟ ଏବଂ କେତେ ଥର ପ୍ରୟୋଗ କରାଯିବ I
  • ପ୍ରୟୋଗ କରିବା ପଦ୍ଧତ୍ତି I
  • ଗ୍ରହଣ କରାଯିବାକୁ ଥିବା ସାବଧାନତା I
  • ପ୍ରତି ଏକକ ପାଇଁ ଆନୁମାନିକ ଖର୍ଚ୍ଚ I

ଅଂଶଗ୍ରହଣକାରୀମାନଙ୍କୁ ସ୍ପଷ୍ଟଭାବେ ବୁଝାନ୍ତୁ ଯେ ଫସଲ ସୁରକ୍ଷାକାରୀ ବିଷ କେବଳ ନିତାନ୍ତ ଆବଶ୍ୟକ ହେଲେ ବ୍ୟବହାର କରିବା ଉଚିତ ଏବଂ କିଛି ପରିସ୍ଥିତିରେ ଫସଲ ସୁରକ୍ଷାକାରୀ ବିଷର ଆବଶ୍ୟକତା ପଡି ନ ଥାଏ କାରଣ ଅଣ-ରାସାୟନିକ ପଦ୍ଧତ୍ତି ପ୍ରଭାବୀ ଭାବେ କାମ କରିଥାଏ I ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦ କ୍ରୟ କରିବା ସମଯରେ କେବଳ ତତ୍କାଳ ଆବଶ୍ୟକ ହେଉଥିବା ପରିମାଣକୁ କ୍ରୟ କରନ୍ତୁ I

  • କ୍ରୟ କରିବା ପୁର୍ବରୁ ଚାଷଜମିର ଆୟତନ ଅନୁସାରେ ପରିମାଣ ଆକଳନ କରନ୍ତୁ: ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ ଫସଲ ସୁରକ୍ଷାକାରୀ ବିଷ କ୍ରୟ କରିବା ପୂର୍ବରୁ ସେମାନେ ସବୁବେଳେ ବିଶେଷଜ୍ଞଙ୍କ ସହ ପରାମର୍ଶ ସମୟରେ ନିଜ ଜମିର ଆୟତନ, ରୋଗ ପୋକ ଆକ୍ରମଣର ଉତ୍କଟତା, ସଂକ୍ରମଣର ଲକ୍ଷଣକୁ କୁହନ୍ତୁ ଯାହାଦ୍ୱାରା ଫସଲ ସୁରକ୍ଷାକାରୀ ବିଷର ସଠିକ ମାତ୍ରାକୁ ଆକଳନ କରିହେବ I ସେମାନଙ୍କୁ ବୁଝାନ୍ତୁ ଯେ ଅତ୍ୟଧିକ ଫସଲ ସୁରକ୍ଷାକାରୀ ବିଷ ବ୍ୟବହାର ଦ୍ୱାରା ଫସଲର କ୍ଷତି ହେବା ସହ ଏହା ଅଧିକ ଖର୍ଚ୍ଚାନ୍ତ କରାଇଥାଏ I
  • ଉତ୍ପାଦକୁ ବ୍ୟବହାର କରିବା ପୂର୍ବରୁ ଏହାର ସମାପ୍ତି ତାରିଖକୁ ପରଖି ନିଅନ୍ତୁ: ପ୍ରତ୍ୟେକ ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ନାମପତ୍ର (ଲେବୁଲ୍) ଉପରେ ଉତ୍ପାଦନର ତାରିଖ ଏବଂ ସମାପ୍ତିର ତାରିଖ ଉଲ୍ଲେଖ ଥାଏ I ସମାପ୍ତିର ତାରିଖ ହେଉଛି ଯେଉଁ ତାରିଖ ପର୍ଯ୍ୟନ୍ତ କୀଟ ନାଶକ ତାହାର ପ୍ରଭାବ ଏବଂ ସୁରକ୍ଷାକୁ ବଜାୟ ରଖି ପାରିବ I କୌଣସି ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦ କ୍ରୟ କରିବା ପୁର୍ବରୁ ଚାଷୀମାନେ ଏହାର ସମାପ୍ତି ତାରିଖ ସାବଧାନତା ସହ ଦେଖିବା ଉଚିତ ଏବଂ ସମାପ୍ତି ତାରିଖ ଗତ ହୋଇ ଯାଇଥିଲେ ଉତ୍ପାଦ କ୍ରୟ କରିବା ଉଚିତ ନୁହେଁ I ଯଦି ଉତ୍ପାଦର ନାମପତ୍ରରେ (ଲେବୁଲ୍) ବିକୃତିକରଣ ହୋଇଥାଏ ତେବେ ଏହାକୁ କ୍ରୟ କରିବା ଉଚିତ ନୁହେଁ I
  • ସବୁବେଳେ ନାମପତ୍ରକୁ (ଲେବୁଲ୍) ପଢନ୍ତୁ ଏବଂ ପରାମର୍ଶ ନିଅନ୍ତୁ: ଫସଲ ସୁରକ୍ଷାକାରୀ ବିଷର ସବୁ ଉତ୍ପାଦର ନାମପତ୍ର (ଲେବୁଲ୍) ଉପରେ ଉତ୍ପାଦ ଏବଂ ଏହାର ବ୍ୟବହାର ସମ୍ବନ୍ଧୀୟ ସୂଚନା ଉଲ୍ଲେଖ ଥାଏ I ନାମପତ୍ର (ଲେବୁଲ୍) ଉପରେ ଲେଖାଥିବା ବିଭିନ୍ନ ସୂଚନା ଚାଷୀମାନଙ୍କ ଅବଗତ ନିମନ୍ତେ ତଳେ ପ୍ରଦତ୍ତ କରାଯାଇଅଛି:
    • ପାତ୍ର/ଡବା/ବୋତଲରେ କ’ଣ ଅଛି?
    • ଏହାକୁ କିଏ ଉତ୍ପାଦନ କିମ୍ବା କିଏ ଆପୂର୍ତ୍ତୀ କରିଅଛନ୍ତି?
    • ଏହି ଉତ୍ପାଦର ବ୍ୟବହାର ପାଇଁ କିଛି ଆଇନଗତ ଦାୟୀତ୍ୱ ଅଛି କି ?
    • ଏହାର ବ୍ୟବହାର କରିବାର ସୀମା I
    • କେଉଁ ପ୍ରକାର ଜୈବ ସମସ୍ୟା ପାଇଁ ଏହାକୁ ବ୍ୟବହାର କରାଯିବ?
    • ଏହାକୁ କିପରି ଭାବେ ପ୍ରସ୍ତୁତ କରାଯିବ, କିପରି ଭାବେ ବ୍ୟବହାର ଏବଂ ମହଜୁଦ ରଖାଯିବ?
    • ଏହା କେଉଁ ପ୍ରକାର ଏବଂ କେତେ ଅଧିକ ତୀବ୍ରତାର ସଂକଟ ସୃଷ୍ଟି କରିବ?
    • ବ୍ୟବହାର ପୂର୍ବରୁ, ବ୍ୟବହାର ସମୟରେ ଏବଂ ବ୍ୟବହାର ପରେ କେଉଁ ସବୁ ସାବଧାନତା ଗ୍ରହଣ କରିବା ଦରକାର?
    • ଯଦି କିଛି ପ୍ରତିକୂଳ ପ୍ରଭାବ ଘଟେ କ’ଣ କରାଯିବା ଉଚିତ?
    • ବ୍ୟାଚ୍ ନଂ., ଉତ୍ପାଦନର ସବିଶେଷ ବିବରଣ, ସମାପ୍ତି ବିବରଣ, ମୂଲ୍ୟ ଇତ୍ୟାଦି I

    ଚାଷୀମାନଙ୍କୁ କୁହନ୍ତୁ ଯେ ସେମାନେ ଉତ୍ପାଦ କ୍ରୟ କରିବା ସମୟରେ ଏହା ଉପରେ ଥିବା ନାମପତ୍ର (ଲେବୁଲ୍)କୁ ଭଲ ଭାବରେ ପଢନ୍ତୁ I ଯଦି ସେ ନିରକ୍ଷର ହୋଇଥିବେ, ତେବେ ନାମପତ୍ର (ଲେବୁଲ୍) ଉପରେ ଲେଖାଥିବା ବିବରଣକୁ ଜାଣିବା ପାଇଁ ସେମାନଙ୍କୁ ଜଣେ ବିଶେଷଜ୍ଞ କିମ୍ବା ପରାମର୍ଶଦାତାଙ୍କ ସାହାଯ୍ୟ ନେବାକୁ କୁହନ୍ତୁ I

  • ନଷ୍ଟ ହୋଇ ଯାଇଥିବା ପ୍ୟାକ କ୍ରୟ କରିବାରୁ ନିବୃତ ରୁହନ୍ତୁ: କୀଟ ନାଶକ ପ୍ୟାକ କିଣିବା ପୂର୍ବରୁ ଏହାକୁ ଭଲ ଭାବରେ ପରଖି ନେବା ଉଚିତ ଏବଂ ଚାଷୀମାନଙ୍କୁ ବୁଝାଇବା ଦରକାର ଯେ ଯଦି ଏହା ନଷ୍ଟ ହୋଇଯାଇଅଛି କିମ୍ବା ଏଥିରୁ କ୍ଷରଣ ହେଉଥିବ, ଏହାର ସିଲ ବିକୃତିକରଣ ହୋଇଥିବ କିମ୍ବା ମୂଳ ନାମପତ୍ର (ଲେବୁଲ୍) ନଥିବ ତେବେ ଏପରି ପ୍ୟାକ ଗ୍ରହଣ କରିବା ପାଇଁ ମନା କରନ୍ତୁ I କେବଳ ମୂଳ ଉତ୍ପାଦକଙ୍କ ପ୍ୟାକରେ ଥିବା ଅବସ୍ଥାରେ ଉତ୍ପାଦକୁ କ୍ରୟ କରନ୍ତୁ I ଯଦି ଉତ୍ପାଦକୁ ଛୋଟ ଛୋଟ ଡବାରେ କାଢି ବିନା ନାମପତ୍ର (ଲେବୁଲ୍)ରେ ବିକ୍ରୟ କରଯାଉଥାଏ ଏହାକୁ କିଣନ୍ତୁ ନାହିଁ I
  • ସଙ୍କଟର ଶ୍ରେଣୀକରଣ ଏବଂ ସତର୍କତା ରଙ୍ଗ ସଙ୍କେତ: ସବୁ ପ୍ରକାର ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ଏକ ବିଶିଷ୍ଟ ସ୍ଥାନରେ ହୀରକ ଆକୃତିର ଏକ ନାମପତ୍ର (ଲେବୁଲ୍) ଥାଏ ଯାହା ଦୁଇଟି ସମାନ ଆକାରର ତ୍ରିଭୁଜରେ ବିଭକ୍ତ ହୋଇଥାଏ I ଉପର ତ୍ରିଭୁଜରେ ନିୟମାନୁସାରେ ପ୍ରତ୍ୟେକ ବିଷାକ୍ତତା ଶ୍ରେଣୀ ପାଇଁ ପୂର୍ବ ସ୍ଥିରିକୃତ ସାଙ୍କେତିକ ଶବ୍ଦ/ସତର୍କତା ଚିତ୍ର ଉଲ୍ଲେଖ କରାଯାଇଥାଏ ଏବଂ ତଳ ତ୍ରିକୋଣରେ ରଙ୍ଗ ସଙ୍କେତ ଥାଏ I ଏହି ନାମପତ୍ର (ଲେବୁଲ୍)କୁ ଦେଖି ଉତ୍ପାଦର ବିଷାକ୍ତତା ଶ୍ରେଣୀକୁ ବୁଝିବା ପାଇଁ ଚାଷୀମାନଙ୍କୁ ଉପଦେଶ ଦିଅନ୍ତୁ I ଏହି ସଙ୍କେତ ଏବଂ ସତର୍କତା ବକ୍ତବ୍ୟସବୁକୁ ନିମ୍ନରେ ଉଲ୍ଲେଖ କରାଯାଇଅଛି:
    • ବର୍ଗ ୧ ରେ ଥିବା ଫସଲ ସୁରକ୍ଷାକାରୀ ବିଷ (ଅତ୍ୟଧିକ ବିଷାକ୍ତ) ପାଇଁ ଏକ ମଣିଷ ଖପୁରୀ ସହ ଏକ ଯୋଡା ଛନ୍ଦି ହୋଇଥିବା ହାଡର ସାଙ୍କେତିକ ଚିତ୍ର ଥାଇ “ବିଷ” ଲେଖା ଯାଇଥାଏ I
    • ବର୍ଗ ୨ ରେ ଥିବା ଫସଲ ସୁରକ୍ଷାକାରୀ ବିଷ (ଅଧିକ ବିଷାକ୍ତ) ପାଇଁ “ବିଷ” ଲେଖା ଯାଇଥାଏ I
    • ବର୍ଗ ୩ ରେ ଥିବା ଫସଲ ସୁରକ୍ଷାକାରୀ ବିଷ (ହାରାହାରି ଭାବେ ବିଷାକ୍ତ) ପାଇଁ “ବିପଦ” ଲେଖା ଯାଇଥାଏI
    • ବର୍ଗ ୪ ରେ ଥିବା ଫସଲ ସୁରକ୍ଷାକାରୀ ବିଷ (ସାମାନ୍ୟ ବିଷାକ୍ତ) ପାଇଁ “ସାବଧାନ” ଲେଖା ଯାଇଥାଏI
    • ନିମ୍ନ ଚାର୍ଟରେ ସବିଶେଷ ବିବରଣ ପ୍ରଦତ୍ତ ଅଛି :

ବର୍ଗ

ଉପର ତ୍ରିକୋଣରେ ଉଲ୍ଲିଖିତ ସଙ୍କେତ/ଶବ୍ଦ

ବିଷ (ମଣିଷ ଖପୁରୀ ଏବଂ ଏକ ଯୋଡା ଛନ୍ଦି ହୋଇଥିବା ହାଡର ସାଙ୍କେତିକ ଚିତ୍ର)

ବିଷ

 

ବିପଦ

ସାବଧାନ

ତଳ ତ୍ରିକୋଣରେ ଥିବା ରଙ୍ଗ ସଙ୍କେତ

ଉଜ୍ଜ୍ୱଳ ଲାଲ

ଉଜ୍ଜ୍ୱଳ ହଳଦିଆ

ଉଜ୍ଜ୍ୱଳ ନୀଳ

ଉଜ୍ଜ୍ୱଳ ସବୁଜ

ବିଷାକ୍ତତା ଶ୍ରେଣୀ

ଅତ୍ୟଧିକ ବିଷାକ୍ତ

ଅଧିକ ବିଷାକ୍ତ

ହାରାହାରି ଭାବେ ବିଷାକ୍ତ

ସାମାନ୍ୟ ବିଷାକ୍ତ

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ମୁଖର ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ପ୍ରଦର୍ଶନ ପାଇଁ ରଖାଯାଇଥିବା ଫସଲ ସୁରକ୍ଷାକାରୀ ବିଷ ପ୍ୟାକେଟ ଉପରେ ଥିବା ବିଭିନ୍ନ ସଙ୍କେତକୁ ଚିହ୍ନଟ କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate