অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି ସମୟରେ ସାବଧାନତା)

ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି ସମୟରେ ସାବଧାନତା)

ଅଧିବେଶନ ୭.୨

ଫସଲ ସୁରକ୍ଷାକାରୀ ବିଷ ର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ସାବଧାନତା I

ଉଦ୍ଦେଶ୍ୟ

ଫସଲ ସୁରକ୍ଷାକାରୀ ବିଷ ର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ସାବଧାନତା ଗ୍ରହଣ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଫସଲ ସୁରକ୍ଷାକାରୀ ବିଷ କୁ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରଖିବା, ଏହାକୁ ସିଧା ସୂର୍ଯ୍ୟକିରଣ ଠାରୁ ରକ୍ଷା କରିବା, ଏହାକୁ ଉପଯୁକ୍ତ ବାୟୁ ସଞ୍ଚାଳନ ସ୍ଥାନରେ ରଖିବା, ଏବଂ ଗର୍ତ୍ତରେ ଖାଲି ଡବା/ଟିଣ ସବୁକୁ ନିଷ୍କୃତି କରିବା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, କିଛି ଫସଲ ରକ୍ଷଣ ରସାୟନ ବ୍ରାଣ୍ଡର ପ୍ୟାକେଟ୍, ସୁରକ୍ଷା ଉପକରଣ, ସ୍ପ୍ରେୟର ଇତ୍ୟାଦି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ |

ଉପସଂହାର

ବଜାରରେ ମିଳୁଥିବା ସମସ୍ତ ପ୍ରକାର ରାସାୟନିକ କୀଟ ନାଶକ ସଦା ସର୍ବଦା ମଣିଷଙ୍କ ପାଇଁ ଅତ୍ୟନ୍ତ ବିଷାକ୍ତ ହୋଇଥାଏ I ଏହା ମାଟି, ଜଳ ଏବଂ ପରିବେଶକୁ ମଧ୍ୟ ଦୂଷିତ କରିଥାଏ I ତେଣୁ ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ସମୟରେ ଚାଷୀମାନେ ଆବଶ୍ୟକ ସାବଧାନତା ଗ୍ରହଣ କରିବା ଉଚିତ I ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଏହି ରଶିକ୍ଷଣ ଟୁଲ୍ ଚାଷୀମାନଙ୍କର ମାର୍ଗ ଦର୍ଶନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କସହ ବିଚାର ବିମର୍ଶ କରନ୍ତୁ ଯେ ସେମାନେ ଫସଲ ସୁରକ୍ଷାକାରୀ ବିଷର ପରିବହନ, ମହଜୁଦ ଏବଂ ନିଷ୍କୃତି କିପରି ଭାବେ କରି ଥାଆନ୍ତି I ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଏହି ଔଷଧ କ୍ରୟ କରି ଘରକୁ ଏବଂ ନିଜ ଚାଷ ଜମିକୁ ପରିବହନ କରି ନେବା ସମୟରେ କିଛି ସତର୍କତା ଅବଲମ୍ବନ କରିଥାଆନ୍ତି ନା ନାହିଁ I

ସୋପାନ -: ଫସଲ ସୁରକ୍ଷାକାରୀ ବିଷର ପରିବହନ କରିବା ସମୟରେ ସତର୍କତାମୂଳକ ପଦକ୍ଷେପ: ଫସଲ ସୁରକ୍ଷାକାରୀ ବିଷକୁ ପରିବହନ କଲା ବେଳେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପର ଏକ ସୂଚୀ ତଳେ ପ୍ରଦତ୍ତ ଅଛି I ଦିଆଯାଇଥିବା ପ୍ରତ୍ୟେକ ଦିଗ ସବୁକୁ ଚାଷୀମାନଙ୍କୁ ବୁଝାନ୍ତୁ I

  • ପରିବହନ ସମୟରେ ଏହି ବିଷକୁ ସହଯାତ୍ରୀ ଏବଂ ଖାଦ୍ୟ ପଦାର୍ଥଠାରୁ ଦୂରରେ ରଖନ୍ତୁ: ଫସଲ ସୁରକ୍ଷାକାରୀ ବିଷ କୁ ଅନ୍ୟ ଯାତ୍ରୀ କିମ୍ବା ପଶୁ ଯାତ୍ରା କରୁଥିବା ବାହନରେ ବୋଝେଇ କରନ୍ତୁ ନାହିଁ I କିନ୍ତୁ ଯଦି ଏହା ଅପରିହାର୍ଯ୍ୟ ହୋଇଥାଏ, ତେବେ ଏହି ଫସଲ ସୁରକ୍ଷାକାରୀ ବିଷକୁ ସହ ଯାତ୍ରୀ କିମ୍ବା ପଶୁମାନଙ୍କଠାରୁ ଅପହଞ୍ଚ ଦୂରତାରେ ରଖନ୍ତୁ I
  • ଫସଲ ସୁରକ୍ଷାକାରୀ ବିଷକୁ ସିଧା ସଳଖ ବର୍ଷା କିମ୍ବା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆଣନ୍ତୁ ନାହିଁ: ଫସଲ ସୁରକ୍ଷାକାରୀ ବିଷ ବର୍ଷା କିମ୍ବା ସୂର୍ଯ୍ୟକିରଣର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ଏହା ଗଳିତ ହେବା ସମ୍ଭାବନା ଥାଏ ଏବଂ ରାସାୟନିକ ପ୍ରତିକ୍ରିଆ ହେବାର ଆଶଙ୍କା ଥାଏ I
  • ଫସଲ ସୁରକ୍ଷାକାରୀ ବିଷକୁ ପିଲା ମାନଙ୍କ ହାତ ପାଆନ୍ତା ଠାରୁ ଦୂରେଇ ରଖନ୍ତୁ: ଫସଲ ସୁରକ୍ଷାକାରୀ ବିଷକୁ ପିଲା ଓ ମନସିକ ଅସନ୍ତୁଳିତ ବ୍ୟକ୍ତିମାନଙ୍କ ଠାରୁ ଅପହଞ୍ଚ ଦୂରତାରେ ରଖିବା ନିତାନ୍ତ ଆବଶ୍ୟକ I ଏହାର ଦୁରୁପୋଯୋଗକୁ ରୋକିବା ପାଇଁ ଏହାକୁ ତାଲା ପକାଇ ରଖିବା ଭଲ I
  • କୌଣସି ଫସଲ ସୁରକ୍ଷାକାରୀ ବିଷକୁ ଓଦାଳିଆ/ବନ୍ଦ କୋଠରୀରେ ଖୋଲନ୍ତୁ ନାହିଁ: ଯଦି କୋଠରୀରେ ବାୟୁ ସଞ୍ଚାଳନର ସୁବିଧା ନାହିଁ, ସେଠାରେ ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦକୁ ଖୋଲନ୍ତୁ ନାହିଁ, କାରଣ ଏହା ଶ୍ୱାସ-ଜନିତ ସମସ୍ୟା ସୃଷ୍ଟି କରିପାରେ I
  • ଫସଲ ରକ୍ଷାକାରୀ ରସାୟନକୁ ପାକଶାଳା ପାଖରେ ମହଜୁଦ ରଖନ୍ତୁ ନାହିଁ: ପାକାଶାଳା କିମ୍ବା ଖାଦ୍ୟ ପଦାର୍ଥ ଏବଂ ଖାଇବା ଜିନିଷ ରଖାଯାଉଥାଏ, ସେଠାରେ ଫସଲ ସୁରକ୍ଷାକାରୀ ବିଷକୁ ରଖନ୍ତୁ ନାହିଁ କାରଣ ଏହା ଖାଦ୍ୟ ପଦାର୍ଥକୁ ଦୂଷିତ କରିପାରେ I
  • କୌଣସି ପ୍ରକାର ଅଘଟଣ ହେଲେ ଡାକ୍ତରୀ ଚିକିତ୍ସା କରନ୍ତୁ: ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଗ୍ରହଣ କରିଥିଲେ, ଏହାର କୁପ୍ରଭାବକୁ ପ୍ରତିହତ କରିବା ପାଇଁ ସାଙ୍ଗେ ସାଙ୍ଗେ ଡାକ୍ତରୀ ଚିକିତ୍ସା କରିବା ଉଚିତ I
  • ଫସଲ ରକ୍ଷାକାରୀ ରସାୟନର ଦୁରୁପୋଯୋଗ କରି ବାତାବରଣକୁ ଦୂଷିତ କରନ୍ତୁ ନାହିଁ: ସବୁବେଳ ଯତ୍ନ ନେବା ଦରକାର ଯେ, କିଛି ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ଅବଶେଷ ରହିଯାଇଥିବା ଖୋଲା ପ୍ୟାକେଟଗୁଡିକ ଏଣେ ତେଣେ ଫୋପାଡନ୍ତୁ ନାହିଁ କାରଣ ଏହା ପର୍ଯ୍ୟାବରଣକୁ ଦୂଷିତ କରିପାରେ I ଯଦି ଏହା ପିଲାମାନଙ୍କ ସଂସ୍ପର୍ଶରେ ଆସେ, ତେବେ ସେମାନଙ୍କ ଉପରେ ଏହାର କ୍ଷତି କାରକ ପ୍ରଭାବ ପଡିବ I
  • ଫସଲ ସୁରକ୍ଷାକାରୀ ବିଷ ଥିବା ପାତ୍ରକୁ ଖାଦ୍ୟ କିମ୍ବା ପାଣି ରଖିବା ପାଇଁ ବ୍ୟବହାର କରନ୍ତୁ ନାହିଁ: ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦ ଥିବା ପାତ୍ରକୁ କୌଣସି ପରିସ୍ଥ୍ତିତିରେ ପୁନର୍ବାର ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ରସାୟନର ପରୋକ୍ଷ ସେବନ ହେବା ଫଳରେ ଏହାର କ୍ଷତି କାରକ ପ୍ରଭାବ ପଡିପାରେ I
  • ବ୍ୟବହୃତ ହୋଇଥିବା ଫସଲ ରକ୍ଷାକାରୀ ରସାୟନ ପ୍ୟାକେଟ ସବୁକୁ ସଠିକ ଭାବେ ନିଷ୍କୃତ କରନ୍ତୁ: ଖାଲି ଔଷଧ ଉତ୍ପାଦ ପ୍ୟାକେଟ ସବୁକୁ ଜନ ବସତି ଅଞ୍ଚଳରୁ ତଥା ଜଳ ଉତ୍ସଠାରୁ ଦୂରରେ ଖାଲି ସ୍ଥାନରେ ନିଷ୍କୃତ କରନ୍ତୁ I

ଉପସଂହାର

ଅଧିବେଶନକୁ ସମାପ୍ତ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦସବୁକୁ ବଜାରରୁ କ୍ରୟ କଲାପରେ କେଉଁଠାରେ ମହଜୁଦ କରି ରଖନ୍ତି ଏବଂ ବ୍ୟବହାର କଲାପରେ ଖାଲି ପ୍ୟାକେଟ ଗୁଡିକ କିପରି ଭାବେ ନିଷ୍କୃତ କରନ୍ତି I ସେମାନଙ୍କୁ ମନେ ପକାନ୍ତୁ ଯେ ଏହାକୁ ଠିକ ଭାବେ ସଞ୍ଚାଳନ ନ କଲେ କେଉଁ ପ୍ରକାର କ୍ଷତି କାରକ ପ୍ରଭାବ ପଡିପାରେ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate