অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଜାର ସୂଚନା ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ପ୍ରସାର

ବଜାର ସୂଚନା ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ପ୍ରସାର

ଲକ୍ଷ୍ୟ

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନେ ଜାଣିପାରିବେ ଯେ ଉତ୍ପାଦ ଜମା-ସଂଗ୍ରହ ଏବଂ ବଜାର ସଲଗ୍ନତା ପାଇଁ ବଜାର ସୂଚନା ମହତ୍ୱପୂର୍ଣ୍ଣ I

ଶିକ୍ଷଣ ଉଦ୍ଦେଶ୍ୟ

  • ଚାଷୀମାନଙ୍କୁ ସଚେତନ କରିବା ଦରକାର ଯେ ଉତ୍ପାଦର ପ୍ରଚଳିତ ବଜାର ଦର ସଂଗ୍ରହକରି ଦଳର ସଦସ୍ୟମାନଙ୍କ ମଧ୍ୟରେ ବିତରଣ କରିବା ଆବଶ୍ୟକ ଯାହାଦ୍ୱାରା ସେମାନେ ସଠିକ ନିର୍ଣୟ ନେଇ ପାରିବେ I
  • ଚାଷୀମାନଙ୍କୁ ହୃଦୟଙ୍ଗମ କରାଇବା ଦରକାର ଯେ ନିୟମିତ ବ୍ୟବଧାନରେ ବଜାର ଚାହିଦା ଧାରା, ଉତ୍ପାଦର ମାନ, କାରବାର ସମ୍ବନ୍ଧୀୟ ସର୍ତ୍ତାବଳୀ ସମ୍ପର୍କରେ ବଜାର ସୂଚନା ସଂଗ୍ରହ କରିବା ଉଚିତ I

ପ୍ରୟୋଜନ

ବଜାର ସୂଚନା ବିପଣନ ପ୍ରକ୍ରିୟାର ଏକ ମହତ୍ୱପୂର୍ଣ୍ଣ ଅଂଶ I ତେଣୁ କ୍ଷେତ୍ର  ସହାୟକ ଉତ୍ପାଦର ବର୍ତ୍ତମାନ ଦର ସମ୍ପର୍କରେ ସୂଚନା ସଂଗ୍ରହ କରି ସମୂହମାନଙ୍କୁ ନିଷ୍ପତ୍ତି ନେବା ପାଇଁ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ I ବଜାର ଚାହିଦା, ଉତ୍ପାଦର ମାନ, ବ୍ୟାପାରର ସର୍ତ୍ତାବଳୀ ବିଷୟରେ ବଜାର ସୂଚନା ନିରନ୍ତର ଭାବେ ଟେଲିଫୋନ କିମ୍ବା ବିଭିନ୍ନ ବଜାରକୁ ନିଜେ ଯାଇ ନିୟମିତ ବ୍ୟବଧାନରେ ସଂଗ୍ରହ କରିବା ଆବଶ୍ୟକ I ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I ବଜାର ସୂଚନାକୁ ଫଳକରେ ଲେଖି ଚାଷୀମାନଙ୍କ ଗୋଚରାର୍ଥେ ଗ୍ରାମର ଏକ ସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଉଚିତ I ଏହି ସୂଚନାକୁ ଆଧାରକରି ସମୂହ ଗୁଡିକ ବିକ୍ରୟ ନିଷ୍ପତ୍ତି ନେଇ ପାରିବେ I

ବଜାର ସମ୍ବନ୍ଧୀୟ ଜ୍ଞାନ

ଅଧିବେଶନ ୫.୧

ବଜାର ସମ୍ବନ୍ଧୀୟ ଜ୍ଞାନ I

ଉଦ୍ଦେଶ୍ୟ

ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା ଓ ବଜାର ସଲଗ୍ନତା ପାଇଁ ବଜାର ସୂଚନାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ  ସିଆରପିମାନେ ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ  ସଭାଗୃହ, କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଫ୍ଲିପ୍-ଚାର୍ଟ୍, ଲେଖିବା ପାଇଁ କଲମ I

ସମୟସୀମା

ବ୍ୟାଖ୍ୟାନ - ୨୦ ମିନିଟ୍ I

ପୃଷ୍ଠଭୁମୀ

ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା ଓ ବଜାର ସଲଗ୍ନତା ପାଇଁ ବଜାର ସୂଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ତେଣୁ ସହାୟକ/ଏନିମେଟର/କୃଷକ ନେତାମାନେ ବଜାର ଧାରା ସମ୍ପର୍କରେ ସୂଚନା ସଂଗ୍ରହ କରି ସମୂହମାନଙ୍କୁ ନିଷ୍ପତ୍ତି ନେବା ପାଇଁ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ I ବଜାର ଚାହିଦା, ଉତ୍ପାଦର ମାନ, ବ୍ୟାପାରର ସର୍ତ୍ତାବଳୀ ବିଷୟରେ ବଜାର ସୂଚନା ନିରନ୍ତର ଭାବେ ଟେଲିଫୋନ କିମ୍ବା ବିଭିନ୍ନ ବଜାରକୁ ନିଜେ ଯାଇ ନିୟମିତ ବ୍ୟବଧାନରେ ସଂଗ୍ରହ କରିବା ଆବଶ୍ୟକ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ଉତ୍ପାଦର ପ୍ରଚଳିତ ବଜାର ଦର, ବଜାର ଚାହିଦା, ମାନ ଓ କାରବାରର ସର୍ତ୍ତାବଳୀ ସମ୍ବନ୍ଧରେ ବଜାର ସୂଚନା କିପରି ଭାବରେ ସଂଗ୍ରହ କରି ଥାଆନ୍ତି I ସେମାନଙ୍କୁ ପଚାରନ୍ତୁ ଯେ ବଜାରଦରର ଧାରା ଜାଣିବା ପାଇଁ ସେମାନେ ଆଖ ପାଖର ବଜାରକୁ ପରିଦର୍ଶନରେ ଯାଆନ୍ତି କି I

ସୋପାନ - ୨: ସୂଚନା ଏକତ୍ରୀକରଣ : ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I ବଜାର ସୂଚନାକୁ ଫଳକରେ ଲେଖି ଚାଷୀମାନଙ୍କ ଗୋଚରାର୍ଥେ ଗ୍ରାମର ଏକ ସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଉଚିତ I ଏହି ସୂଚନାକୁ କେବଳ ଆଧାରକରି ସମୂହ ଗୁଡିକ ବିକ୍ରୟ ନିଷ୍ପତ୍ତି ନେଇ ପାରିବେ I ସେମାନଙ୍କ ପାଖରେ ନିମ୍ନ ଉଲ୍ଲିଖିତ ବଜାର ସୂଚନା ରହିଥିବା ଦରକାର:

  • ଆଖପାଖ ବଜାରରେ ଥିବା ବ୍ୟାପାରୀ ସବୁ I
  • ବିଭିନ୍ନ ବଜାରରେ ପ୍ରଚଳିତ ଦର I
  • ତ୍ୱରିତ ବଜାର ସମ୍ପର୍କ ସମୟରେ ଗୁଣବତ୍ତାର ମାନଦଣ୍ଡ I
  • ଏହି କାର୍ଯ୍ୟ କରିବା ପାଇଁ ହେବାକୁ ଥିବା ବିପଣନ ଖର୍ଚ୍ଚ  I
  • ବ୍ୟାପାରୀଙ୍କ ସହ ସମ୍ପର୍କ କରିବା ପାଇଁ ସେମାନଙ୍କ ଯୋଗାଯୋଗ ନମ୍ବର I

ସୋପାନ - ୩ : ସୂଚନା ବିତରଣ : ବଜାର ସୂଚନାକୁ ଅନ୍ୟ ଦଳ ସଦସ୍ୟମାନଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ଦଳର ନେତା ଓ କ୍ଷେତ୍ର ସହାୟକକାରୀଙ୍କ ଭୂମିକା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ I ଏହି ଭୂମିକାସବୁ ତଳେ ଉଲ୍ଲେଖ କରାଯାଇଛି :

  • ନିୟମିତ ଅନ୍ତରାଳରେ ବଜାର ସୂଚନା ପ୍ରସାରଣ କରିବା ପାଇଁ ସ୍ୱୟଂ ସହାୟକ ଦଳ ସ୍ତରରେ ସଭା/ବୈଠକ କରିବା ଉଚିତ I
  • ସମୂହର ନେତାମାନେ ପ୍ରତି ଦୁଇ ତିନି ଦିନରେ ଥରେ  ବଜାର ସୂଚନା ସଂଗ୍ରହ କରିବା ଉଚିତ କାରଣ ଚାହିଦା ଓ ଆପୁର୍ତ୍ତୀ ଭିତ୍ତିରେ ଉତ୍ପାଦର ଦର ବଦଳି ଥାଏ ଏବଂ ଏହା ଅନ୍ତିମ ବଜାରରେ ପ୍ରଚଳିତ ମୁଲ୍ୟର ଧାରା (Price Trend) ଦ୍ୱାରା ପ୍ରଭାବିତ ହୋଇଥାଏ I
  • ଗ୍ରାମରେ ରଖାଯାଇଥିବା ସୂଚନା ଫଳକକୁ ନିୟମିତ ଭାବେ ଅଦ୍ୟତନ (Update) କରନ୍ତୁ I
  • ଏହି ବଜାର ସୂଚନା ଫଳକରେ ବିଭିନ୍ନ ଫସଲ ଓ ବନଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ମୁଲ୍ୟ ସହ ଏହିସବୁ ଉତ୍ପାଦର ଖୋଲା ବଜାରରେ ପ୍ରଚଳିତ ଥିବା ଦର ମଧ୍ୟ ଲେଖା ଯାଇଥିବା ଦରକାର I
  • ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I  ସେମାନେ ଉତ୍ପାଦର ଦର, ମାନ ଏବଂ ବଜାର ଧାରା ବିଷୟରେ ବଜାର ସୂଚନା ସଂଗ୍ରହକରି ଏହାକୁ ଦଳର ସଦସ୍ୟଙ୍କ ମଧ୍ୟରେ ପ୍ରସାରଣ କରିବା ଉଚିତ I
  • ନେତାମାନେ ବ୍ୟାପାରୀମାନଙ୍କ ଯୋଗାଯୋଗ ନମ୍ବର ରଖିବା ଉଚିତ ଏବଂ ବଜାର ସୂଚନା ପାଇବାପାଇଁ ସେମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଆବଶ୍ୟକ I
  • ନେତାମାନେ ଏକ ନିର୍ଦ୍ଦିଷ୍ଟ ବ୍ୟାପାରୀଙ୍କଠାରୁ ପାଇଥିବା ସୂଚନାକୁ ପ୍ରାମାଣିକ କରିବା ପାଇଁ ଏହାକୁ ସେହି ବଜାରର ଅନ୍ୟ ବ୍ୟାପାରୀମାନଙ୍କୁ ପୁନର୍ବାର ପଚାରି ଯାଞ୍ଚକରିବା ଉଚିତ I
  • ଯେତେବେଳେ ଦଳର ନେତାମାନେ ଏକ ନିର୍ଦ୍ଦିଷ୍ଟ ବଜାରରେ ବିଭିନ୍ନ ବ୍ୟାପାରୀମାନଙ୍କ ଠାରୁ ଅଲଗା ଅଲଗା ଦର ପାଇବେ, ସେମାନେ  ବ୍ୟାପାରୀମାନେ ଦେଇଥିବା ବିଭିନ୍ନ ଦରର ହାରାହାରି ମୁଲ୍ୟକୁ ଗଣନା କରି ଏହାକୁ ଦଳର ସଦସ୍ୟମାନଙ୍କୁ ଜଣେଇବା ଦରକାର I
  • ନେତାମାନେ ବୃହତ୍ ବଜାର ଖୋଜିବା ଦରକାର I
  • ଭଲ ଅଭ୍ୟାସକାରୀ ଓ ବିଶେଷଜ୍ଞମାନେ ବିତରଣ କରୁଥିବା ଭଲ ଅଭ୍ୟାସସବୁକୁ ନେତାମାନେ ନିରନ୍ତରଭାବେ ଦଳର ସଦସ୍ୟମାନଙ୍କ ଭିତରେ ପ୍ରସାରିତ କରିବା ଉଚିତ I
  • ଜମା-ସଂଗ୍ରହ ପ୍ରକ୍ରିୟା କାର୍ଯ୍ୟକାରୀ କଲାବେଳେ ଦଳର ନେତାମାନେ ବିଭିନ୍ନ ବଜାରକୁ ଯାଇ କାରବାରର ଦିଗସବୁକୁ ବୁଝିବାକୁ ଚେଷ୍ଟା କରିବା ଉଚିତ I
  • ଦଳର ସଦସ୍ୟମାନଙ୍କୁ  ପାଳି କରି ଆଖପାଖରେ ଥିବା ହାଟ ଓ ଅନ୍ୟ ସହରରେ ଥିବା ବଜାରରୁ ସୂଚନା ସଂଗ୍ରହ କରିବା ପାଇଁ  ପ୍ରେରଣା ଦିଅନ୍ତୁ I
  • ଗ୍ରାମରେ ଥିବା ବ୍ୟାପାରୀ ତଥା ସେମାନଙ୍କର ନିଜ ଗ୍ରାମ ତଥା ଆଖ ପାଖ ଗ୍ରାମରେ ପ୍ରଚଳିତ କୁଚଣୀ ଦର ଉପରେ ଦୃଷ୍ଟି ରଖନ୍ତୁ I

ସୋପାନ -୪ : ବିକ୍ରିକରିବା ପାଇଁ ଯୋଜନା କଲାବେଳେ ମନେ ରଖିବା କିଛି ବିନ୍ଦୁ: ଉତ୍ପାଦକୁ ବିକ୍ରି କଲାବେଳେ ଚାଷୀମାନେ ନିମ୍ନ ଉଲ୍ଲିଖିତ ଦିଗସବୁକୁ ଧ୍ୟାନରେ ରଖିବା ଉଚିତ -

  • ବଜାର ସୂଚନା – ଏକ ନିର୍ଦ୍ଦିଷ୍ଟ ଦିନରେ ବିଭିନ୍ନ ବଜାରେ ମିଳୁଥିବା ଦରଉପରେ ନଜର ରଖିବା I
  • ବିକ୍ରୟ ଦର ସ୍ଥିରକରିବା ସମୟରେ, ପରବର୍ତ୍ତୀ ଉଚ୍ଚ ବଜାରରେ ମିଳୁଥିବା ଦରକୁ ନେଇ ଏଥିରେ ନିକଟତମ ବଜାରରୁ ଅନୁସାଙ୍ଗିକ ଖର୍ଚ୍ଚକୁ ଯୋଡନ୍ତୁ I  ଯଦି ମୋଟ ଖର୍ଚ୍ଚ ସମାନ କିମ୍ବା ଉଚ୍ଚଶ୍ରେଣୀ ବଜାରରୁ ଅଧିକ ହୁଏ, ତେବେ ନିକଟବର୍ତ୍ତୀ ବଜାରରେ ବିକ୍ରୟ କରିବା ଉଚିତ I
  • ବଜାର ଧାରା ଓ ବ୍ୟାପାର ଦିନ ପ୍ରଚଳିତ ଦରକୁ ଭିତ୍ତିକରି ବ୍ୟାପାରୀ ସହ ମୂଲଚାଲ ଓ ଦର ସ୍ଥିରୀକରଣ କରନ୍ତୁ I

ଉପସଂହାର

ଅଧିବେଶନର ଶେଷ ଆଡକୁ, ଏକ ନିର୍ଦ୍ଦିଷ୍ଟ ଉତ୍ପାଦକୁ ବିକ୍ରୟ କରିବାପାଇଁ ସ୍ଥିତି ପ୍ରସ୍ତୁତ କରି ଚାଷୀମାନଙ୍କୁ ପଚାରନ୍ତୁ ଏହି କାମକୁ ପୁରା କରିବା ପାଇଁ ସେମାନେ ପ୍ରକ୍ରିୟାକୁ କିପରି ଆରମ୍ଭ କରିବେ I ମଧ୍ୟସ୍ଥିଙ୍କ ଉପରେ ନିର୍ଭର ନ କରି ଚାଷୀମାନେ ନିଜେ ବଜାର ସୂଚନା ସଂଗ୍ରହ କରିବାକୁ ସମର୍ଥ ହେଉଥିବା ଦରକାର I

ଆଧାର – ପୋର୍ଟାଲ ଟିମ

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate