অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟବସାୟ ଯୋଜନା ପ୍ରସ୍ତୁତ

ଅଧିବେଶନ ୪.୫

ବଜାର ସୂଚନା ସଂଗ୍ରହ କରିବା ଏବଂ ଉତ୍ପାଦ ଜମା ସଂଗ୍ରହ ପାଇଁ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା I

ଉଦ୍ଦେଶ୍ୟ

ବଳକା ଉତ୍ପାଦକୁ ଲାଭକାରୀ ବଜାରରେ ବିକ୍ରୟ କରିବା ପାଇଁ ଚାଷୀମାନଙ୍କୁ ଦଳଗତ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ ବିଷୟରେ ପ୍ରସ୍ତୁତ ପୋଷ୍ଟର ପ୍ରଦର୍ଶନ ତଥା ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କୃଷକକ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୧୫ମିନିଟ୍ |

ପୃଷ୍ଠଭୁମୀ

ବିପଣନ ପ୍ରକ୍ରିୟାର ସଫଳତା ପାଇଁ ବଜାର ସୂଚନା ନିତାନ୍ତ ଆବଶ୍ୟକ I ସହାୟକ/ଏନିମେଟର/କୃଷକ ନେତାମାନେ ବଜାର ଧାରା ସମ୍ପର୍କରେ ସୂଚନା ସଂଗ୍ରହ କରି ସମୂହମାନଙ୍କୁ ନିଷ୍ପତ୍ତି ନେବା ପାଇଁ ପ୍ରଦାନ କରିବେ I ବଜାର ଚାହିଦା, ଉତ୍ପାଦର ମାନ, ବ୍ୟାପାରର ସର୍ତ୍ତାବଳୀ ବିଷୟରେ ବଜାର ସୂଚନା ନିରନ୍ତର ଭାବେ ଟେଲିଫୋନ କିମ୍ବା ବିଭିନ୍ନ ବଜାରକୁ ନିଜେ ଯାଇ ନିୟମିତ ବ୍ୟବଧାନରେ ସଂଗ୍ରହ କରିବା ଆବଶ୍ୟକ I ସମୂହଗୁଡିକ ଦ୍ୱାରା ବଜାର ସୂଚନା ସଂଗ୍ରହ କରିବା ଏବଂ ଚାଷୀମାନଙ୍କୁ ଗ୍ରାମ୍ୟସ୍ତରରେ ଜମା ସଂଗ୍ରହ ପ୍ରକ୍ରିୟା ପାଇଁ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାକୁ ଶିକ୍ଷା ଦେବା ପାଇଁ ଏହି ଅଧିବେଶନ ଧ୍ୟାନ ଦେବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ବର୍ତ୍ତମାନର ବଜାର ସୂଚନାକୁ କିପରି ପ୍ରାପ୍ତ କରିହେବ ଏବଂ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାପାଇଁ ଦରକାର ହେଉଥିବା ବିଭିନ୍ନ ଉପାଦାନ ବିଷୟରେ ଅଲୋଚନା କରନ୍ତୁ I ଏକ ବ୍ୟବସାୟ ଯୋଜାନର ଉପାଦାନ ଗୁଡିକ ହେଲା, ଓଜନ କରିବା, ପ୍ୟାକିଙ୍ଗ୍ କରିବା, ପରିବହନ, ଶ୍ରମ, ସବୁ ହିତଧାରକଙ୍କ ଭୁମିକା ଏବଂ ଦାୟିତ୍ୱ, ସଂରକ୍ଷଣ, ସୂଚନା, ଆର୍ଥିକ ପ୍ରବନ୍ଧନ, ଦେୟ ପ୍ରଦାନ ଇତ୍ୟାଦି I

ସୋପାନ - ୨ : ବଜାର ସୂଚନା : ବଜାର ସୂଚନା ବିପଣନ ପ୍ରକ୍ରିୟାର ଏକ ମହତ୍ୱପୂର୍ଣ୍ଣ ଅଂଶ I ତେଣୁ ସହାୟକ/ଏନିମେଟର/କୃଷକ ନେତାମାନେ ବଜାର ଧାରା ସମ୍ପର୍କରେ ସୂଚନା ସଂଗ୍ରହ କରି ସମୂହମାନଙ୍କୁ ନିଷ୍ପତ୍ତି ନେବା ପାଇଁ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ ଇ

ବଜାର ଚାହିଦା, ଉତ୍ପାଦର ମାନ, ବ୍ୟାପାରର ସର୍ତ୍ତାବଳୀ ବିଷୟରେ ବଜାର ସୂଚନା ନିରନ୍ତର ଭାବେ ଟେଲିଫୋନ କିମ୍ବା ବିଭିନ୍ନ ବଜାରକୁ ନିଜେ ଯାଇ ନିୟମିତ ବ୍ୟବଧାନରେ ସଂଗ୍ରହ କରିବା ଆବଶ୍ୟକ I ଦଳର ନେତାମାନେ ବଜାର ଏବଂ ଚାଷୀମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବା ଉଚିତ I ବଜାର ସୂଚନାକୁ ଫଳକରେ ଲେଖି ଚାଷୀମାନଙ୍କ ଗୋଚରାର୍ଥେ ଗ୍ରାମର ଏକ ସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଉଚିତ I ଏହି ସୂଚନାକୁ ଆଧାରକରି ସମୂହ ଗୁଡିକ ବିକ୍ରୟ ନିଷ୍ପତ୍ତି ନେଇ ପାରିବେ I ସେମାନଙ୍କ ପାଖରେ ନିମ୍ନ ଉଲ୍ଲିଖିତ ବଜାର ସୂଚନା ରହିଥିବା ଦରକାର :

  • ଆଖପାଖ ବଜାରରେ ଥିବା ବ୍ୟାପାରୀ ସବୁ I
  • ବିଭିନ୍ନ ବଜାରରେ ପ୍ରଚଳିତ ଦର I
  • ତ୍ୱରିତ ବଜାର ସମ୍ପର୍କ ସମୟରେ ଗୁଣବତ୍ତାର ମାନଦଣ୍ଡ I
  • ଏହି କାର୍ଯ୍ୟ କରିବା ପାଇଁ ହେବାକୁ ଥିବା ବିପଣନ ଖର୍ଚ୍ଚ I
  • ଦଳ ନେତାମାନେ ବ୍ୟାପାରୀଙ୍କ ସହ ସମ୍ପର୍କ କରିବା ପାଇଁ ସେମାନଙ୍କ ଯୋଗାଯୋଗ ନମ୍ବର ରଖିବା ଉଚିତ I

ସୋପାନ - ୩ : କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ସ୍ତରରେ ଉତ୍ପାଦର ଜମା ସଂଗ୍ରହ କରିବା ପାଇଁ ଯୋଜନା:

ଚାଷୀମାନଙ୍କୁ ବୁଝାନ୍ତୁ ଯେ ଏହି ଯୋଜନାରେ କିଛି ପୁଂଖାନୁପୁଂଖ ସୁଚନା ରହିବା ଦରକାର ଯଥା, ଉତ୍ପାଦର ଉପଲବ୍ଧ, ଦଳର ଯୋଗଦାନ ପରିମାଣ ଏବଂ ଅନ୍ୟମାନଙ୍କ ଠାରୁ ସଂଗ୍ରହ, ସ୍ଥାନୀୟ ପରିବହନ ଖର୍ଚ୍ଚ, ଶ୍ରମ ଖର୍ଚ୍ଚ, ବସ୍ତାର ଖର୍ଚ୍ଚ, ସଂରକ୍ଷଣ ବେଳେ ଓଜନ ହାନୀ, ବିଭିନ୍ନ ଚରଣରେ ଉତ୍ପାଦ ବିକ୍ରୟ କରିବା, ବ୍ୟାପାର କୌଶଳ, ଆନୁସାଙ୍ଗିକ ସେବା, ବଜାର ଇତ୍ୟାଦି I ବ୍ୟବସାୟ ବିକାଶ ଯୋଜନା ଆଧାରରେ କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ/ସମୂହ ସମ୍ବନ୍ଧୀତ ସହାୟକଙ୍କୁ ଏହି ବିଷୟରେ ସାହାଯ୍ୟ କରିବାପାଇଁ କହିବା ଉଚିତ I

ସୋପାନ - ୪ : ଉତ୍ପାଦ ଜମା ସଂଗ୍ରହ ଯୋଜନା :

ସାମ୍ଭାବ୍ୟ ଉତ୍ପାଦନ ଏବଂ ଗ୍ରାମରେ ବିପଣନ ଯୋଗ୍ୟ ବଳକାକୁ ବିଚାରକରି ଜମା ସଂଗ୍ରହ ଯୋଜନା ସ୍ୱୟଂ ସହାୟକ ଦଳ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ସ୍ତରରେ ପ୍ରସ୍ତୁତ କରିବା ଉଚିତ I ଏହି ଜମା ସଂଗ୍ରହ ଯୋଜନାରେ ଦଳ ସଭ୍ୟମାନଙ୍କର ଯୋଗଦାନ ତଥା ମୋଟ ଉପଲବ୍ଧ ପରିମାଣ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଦରକାର I ଆଧାର ମୂଲ୍ୟକୁ (base price) ସ୍ଥିରୀକରଣ କଲାବେଳେ ଏହାକୁ ସ୍ଥାନୀୟ ହାଟ କିମ୍ବା ନିକଟବର୍ତ୍ତୀ ଗ୍ରାମରେ ପ୍ରଚଳିତ ଦରକୁ ବିଚାରକରି ସ୍ଥିରୀକରଣ କରିବା ଉଚିତ କାରଣ ଏହି ଆଧାର ମୂଲ୍ୟ ଉପରେ ଗ୍ରାମ ସ୍ତରରେ ବୃଦ୍ଧୀୟ ଦରକୁ ହିସାବ କରାଯିବ I ଦଳର ନେତାମାନେ ଉତ୍ପାଦର ମାନ ଓ ପରିମାଣକୁ ତଦାରଖ କରିବା ପାଇଁ ଦାୟୀତ୍ୱ ବହନ କରିବେ I ଓଜନ କରିବା ଓ ମାନକ ପ୍ୟାକିଙ୍ଗ୍ କରିବା କାର୍ଯ୍ୟ ଗ୍ରାମ ସ୍ତରରେ ହେବା ଉଚିତ I ବିକ୍ରୟ ହେବାକୁ ଥିବା ପୁରା ଉତ୍ପାଦକୁ ଏକ ସର୍ବସାଧାରଣ ସ୍ଥାନରେ ରଖାଯିବା ଉଚିତ କିମ୍ବା ସମ୍ବନ୍ଧୀତ ଚାଷୀ ନିଜ ନିଜ ଘରେ ରଖିବେ I

ସୋପାନ - ୫ : ବିପଣନ ଖର୍ଚ୍ଚ, ଉପଯୋଗ ଋଣ, ଅନୁମତି ପତ୍ର (ଲାଇସେନ୍ସ)ଇତ୍ୟାଦି.:

ବିପଣନ ଖର୍ଚ୍ଚ :

ଏହି ଚରଣର ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ବ୍ୟାପାରର ବିବିନ୍ନ ବ୍ୟାବହାରିକ ଦିଗ ପ୍ରତି ସଚେତନ କରିବା I ବ୍ୟାପାର କରିବାର ଖର୍ଚ୍ଚ ଯଥା, ପରିବହନ, ପ୍ୟାକିଙ୍ଗ୍, ମାଲ୍ ବୋଝେଇ/ଅପସାରଣ, ଓଜନ କରିବା, ବସ୍ତା ଖର୍ଚ୍ଚ, ଶ୍ରମ ଖର୍ଚ୍ଚ ଇତ୍ୟାଦି ଯାହା ବିପଣନ ଆରମ୍ଭ କରିବା ପାଇଁ ପ୍ରାସଙ୍ଗିକ ଏବଂ ବୁଦ୍ଧିମତାର ସହ ଏହାର ପରିଚାଳନା ଦିଗକୁ ବୁଝିବା ଆବଶ୍ୟକ I

ଅନୁମତି ପତ୍ର (ଲାଇସେନ୍ସ) :

ଅଣ-କାଠ ବନଜାତ ଦ୍ରବ୍ୟ (ଏନ୍ଟିଏଫ୍ପି) କାରବାର କରିବା ପାଇଁ ଗ୍ରାମ ପଞ୍ଚାୟତ ଠାରୁ ଏନ୍ଟିଏଫ୍ପି ବ୍ୟାପାର ଲାଇସେନ୍ସ ନେବା ଉଚିତ I ଏହି ଲାଇସେନ୍ସର ବୈଧତା ହେଉଛି ଏକ ଜଙ୍ଗଲ ବର୍ଷ ଏବଂ ଲାଇସେନ୍ସ ପାଇବା ପାଇଁ ଦେୟ ହେଉଛି ପ୍ରତ୍ୟେକ ଉତ୍ପାଦ/ପ୍ରତିବର୍ଷ ପାଇଁ ଟ. ୧୦୦/- I ଯଦି ଉତ୍ପାଦକୁ ବ୍ୟାପାରୀଙ୍କ ପାଖକୁ ପରିବହନ କରି ନେବାପାଇଁ ଯୋଜନା ଥାଏ, ତେବେ ଏଥିପାଇଁ ଆରଏମସି ତନଖି ଫାଟକରୁ ଖଲାସୀ ନିକାଶ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଚାଷୀମାନଙ୍କ ସବିଶେଷ ତଥ୍ୟ ଏବଂ ପରିମାଣର ଉଲ୍ଲେଖ କରିବା ଗୁରୁତ୍ୱପୁର୍ଣ I ବ୍ୟାପାରୀ ସହିତ ଆପୋସ ବୁଝାମଣା କରି ଚାଷୀମାନେ ଆରଏମସି (RMC) ତନଖି ଦେୟ (ପରିବହନ ହେଉଥିବା ଉତ୍ପାଦ ମୂଲ୍ୟର ଶତକଡା ଏକ ପ୍ରତିଶତ ହାରରେ) ପ୍ରଦାନ କରିବେ ଯାହା ସେମାନେ ବ୍ୟାପାରୀଠାରୁ ଫେରିପାଇବେ I

ଚାଷୀମାନଙ୍କ ପାଇଁ ଆର୍ଥିକ ପ୍ରବନ୍ଧନ :

ଏହି ପ୍ରକ୍ରିୟାକୁ ଚିରନ୍ତନ କରିବା ପାଇଁ, ଚାଷୀମାନଙ୍କ ତ୍ୱରିତ ଉପଯୋଗ (consumption) ଆବଶ୍ୟକତାକୁ ପୁରଣ କରିବା ଆବଶ୍ୟକ (କାରଣ ସେମାନେ ଟଙ୍କାପଇସା ବିନା ପୁରା ପ୍ରକ୍ରିୟା ପୁରୀକରଣ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ) I ତେଣୁ, ସଦସ୍ୟମାନଙ୍କ ଯୋଗଦାନ ନିଶ୍ଚିତ କରିବା ପାଇଁ ସ୍ୱୟଂ ସହାୟକ ଦଳଗୁଡିକ ଏହାର ସଦସ୍ୟମାନଙ୍କୁ ଆବଶ୍ୟକତା ଅନୁସାରେ ଉପଯୋଗ (consumption) ଋଣ ପ୍ରଦାନ କରିବା ପାଇଁ ଯୋଜନା କରିବା ଉଚିତ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଏକ ଦଳର ନେତା ସମସ୍ତ ସଦସ୍ୟଙ୍କ ଉଚିତ ସହଯୋଗ ସହ ବିଭିନ୍ନ ଦିଗକୁ ବିଚାରକୁ ନେଇ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାର ପ୍ରକ୍ରିୟା ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଉତ୍ସାହିତ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 4/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate