অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମକାର ବଜାର ଅଭ୍ୟାସ

ଅଧିବେଶନ ୨.୩

ମକାର ବଜାର ଅଭ୍ୟାସI

ଉଦ୍ଦେଶ୍ୟ

କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତିକରଣ କରି ମକାର ଗୁଣବତ୍ତାରେ ଉନ୍ନତି ଆଣିବା ଓ ଲାଭଦାୟକ ବଜାରରେ ବିକ୍ରିକରି ସେମାନଙ୍କର ଆୟକୁ ବଢାଇବାପାଇଁ ସାହାଯ୍ୟ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବଜାରରେ ଜଡିତ ହେବା ଅଭ୍ୟାସ ବିଷୟରେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ Iଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ମକା ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ମକା ଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ କେୟାର ଇଣ୍ଡିଆ ଦ୍ୱାରା ଉତ୍ପାଦ ଗୁଣବତ୍ତା ବିଷୟରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଫିଲ୍ମ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ସରଞ୍ଜାମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୫୦ ମିନିଟ୍ |

ପୃଷ୍ଠଭୁମୀ

ଅଧିକାଂଶ ଚାଷୀ ସେମାନଙ୍କ ବଳକା ଉତ୍ପାଦକୁ ବିକ୍ରୟ କରିଥାଆନ୍ତି I ବଜାରରେ ମକା ବିକ୍ରିକରିବା ପୁର୍ବରୁ କିଛି ଗୁରୁତର ବିଷୟ ଚାଷୀମାନେ ବିଚାରକୁ ନେବା ଉଚିତ I ଦଳଗତ ମୁଲଚାଲ ମାଧ୍ୟମରେ ବୃଦ୍ଧୀୟ ଦର ପାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷା ଦାନକରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧:ପ୍ରାରମ୍ଭିକ ଅଭ୍ୟାସ: ଅଲୋଚନା ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବଳକା ମକାକୁ କେଉଁଠାରେ ବିକ୍ରୟ କରନ୍ତି ଏବଂ ଏହିପାଇଁ ସେମାନେ ବଜାରରୁ ଉଚିତ ମୂଲ୍ୟ ପାଇଥାଆନ୍ତି କି I

ସୋପାନ - ୨ :ବିପଣନ ପ୍ରକ୍ରିୟାକୁ ସରଳ କରିବାକୁ ମନେରଖିବା ବିନ୍ଦୁ : ନିମ୍ନ ଲିଖିତ ବିନ୍ଦୁସବୁକୁ ଚାଷୀମାନଙ୍କୁ ବୁଝାନ୍ତୁ:

  • ଉତ୍ପାଦକୁ ବିକ୍ରୟ କରିବା ପୁର୍ବରୁ ବିଭିନ୍ନ ବଜାର/ବ୍ୟାପାରୀଙ୍କ ଠାରୁ ବଜାର ସୂଚନା ସଂଗ୍ରହ କରନ୍ତୁ I ଉତ୍ପାଦକୁ ବିକ୍ରୀ କରିବା ପାଇଁ ବଜାର ସୂଚନା ସର୍ବୋକୃଷ୍ଟ ବିକଳ୍ପସବୁକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବI
  • ପରିମାଣ ସମ୍ବନ୍ଧରେ ଚାଷୀମାନେ ବ୍ୟବସାୟୀ ସହ ସାମୂହିକ ମୁଲଚାଲ କରିବା ଉଚିତ I ପରିମାଣ ଯେତେ ଅଧିକ ହେବ, ଉତ୍ପାଦର ମୂଲ୍ୟ ସେତେ ଅଧିକ ହୋଇଥାଏ I
  • ବଜାରକୁ ଉତ୍ପାଦର ସାମୁହିକ ପରିବହନ ଦ୍ୱାରା ବିପଣନ ଖର୍ଚ୍ଚ କମ୍ ହୋଇଥାଏ I ଚାଷୀମାନେ ପରିବହନ ଖର୍ଚ୍ଚକୁ ନିଜ ମଧ୍ୟରେ ବାଣ୍ଟିବା ଫଳରେ ବ୍ୟକ୍ତିଗତ ଭାବେ କମ ଖର୍ଚ୍ଚାନ୍ତ ହୋଇଥାଆନ୍ତି I
  • ଥରେ ଉତ୍ପାଦସବୁ ଗ୍ରାମରେ ଓଜନ କରିଦେଲେ, ବ୍ୟବସାୟୀସହ ମୁଲଚାଲ କରିବା ପାଇଁ ସବୁ ଚାଷୀଙ୍କୁ ବଜାର ଯିବା ଦାରକାର ନାହିଁ I
  • ବ୍ୟବସାୟୀଦ୍ୱାରା ଠକାମିର ଶୀକାର ନ ହେବା ପାଇଁ, ବଜାର ସଲଗ୍ନତା ପୁର୍ବରୁ ଉତ୍ପାଦକୁ ପ୍ରାମାଣିକ ନିକିତିରେ ଓଜନ କରନ୍ତୁ I
  • ସହଜରେ ହିସାବ କରିବା ପାଇଁ ଉତ୍ପାଦକୁ ସମାନ ପରିମାଣ (୫୦ କେ.ଜି.) ବସ୍ତାରେ ପ୍ୟାକିଙ୍ଗ କରନ୍ତୁ I
  • ବଜାର ସଲଗ୍ନତା ସମୟରେ ସବୁବେଳେ ଉତ୍ପାଦର ପରିମାଣ ଓ ଦର ଲିପିବଦ୍ଧ କରି ରଖନ୍ତୁ I
  • ବଜାର ସଲଗ୍ନତା ସମୟରେ ଉଧାର ସୁତ୍ରରେ ବିକ୍ରୟ କରନ୍ତୁ ନାହିଁ I
  • ପରିବହନ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ସବୁବେଳେ ବ୍ୟାପାରୀମାନଙ୍କୁ ଗ୍ରାମକୁ ଆସି ଉତ୍ପାଦକୁ କ୍ରୟ କରିବାକୁ ଜୋର୍ ଦିଅନ୍ତୁ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ I ଏହାସହ ଅଂଶଗ୍ରହଣକାରୀ କୌଣସି ସନ୍ଦେହ ଥିଲେ ତାହାକୁ ଆଉଥରେ ଦୂର କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 3/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate