অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ଅମଳ (ଫଳ ଏବଂ ପନିପରିବା ସଂରକ୍ଷଣ)

ରବି ଫସଲର ଅମଳ (ଫଳ ଏବଂ ପନିପରିବା ସଂରକ୍ଷଣ)

ଅଧିବେଶନ ୯.୩

ଫଳ ଏବଂ ପନିପରିବା ସଂରକ୍ଷଣ I

ଉଦ୍ଦେଶ୍ୟ

ଫଳ ଏବଂ ପନିପରିବା ନଷ୍ଟହେବାରୁ ରକ୍ଷାକରିବା ପାଇଁ ସଂରକ୍ଷଣର ସଠିକ ଉପାୟସବୁକୁ ଚାଷୀମାନଙ୍କୁ ବୁଝାଇବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଫଳ ଏବଂ ପନିପରିବା ସଂରକ୍ଷଣ ଉପାୟକୁ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଚାର୍ଟ କାଗଜ୍/କଲମ ଏବଂ କିଛି ବିଶେଷ ଉତ୍ପାଦ ପାଇଁ ବ୍ୟବହୃତ ଫଳ ଓ ପରିବା I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ମିନିଟ୍ |

ପୃଷ୍ଠଭୁମୀ

ବଜାରରେ ଚାହିଦା ନ ଥିବା ବେଳେ ଅଭାବୀ ବିକ୍ରୀରୁ ଚାଷୀମାନଙ୍କୁ ସୁରକ୍ଷା ଦେବାପାଇଁ ଫଳ ଓ ପନିପରିବାକୁ ପ୍ରକ୍ରିୟାକରଣ କରି ଅଧିକ ସମୟ ରଖିଲେ ଏହାଦ୍ୱାରା ହେଉଥିବା ଲାଭ ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା ଆବଶ୍ୟକ I ତେଣୁ ସେମାନଙ୍କୁ କହିବା ଆବଶ୍ୟକ ଯେ କେଉଁ ଫଳ କିମ୍ବା ପରିବାରୁ କେଉଁ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ଏବଂ ବଜାରରେ ଚାହିଦା ନ ଥିବା ବେଳେ ଏହାକୁ କିପରି ଭାବେ ସଂରକ୍ଷଣ କରି ରଖିହେବ I ସଂରକ୍ଷିତ ଖାଦ୍ୟ ପଦାର୍ଥର ସବୁବେଳେ ଭଲ ମୂଲ୍ୟ ମିଳିଥାଏ, ତେଣୁ କୌଣସି ସମୟରେ ଯଦି ଯଥେଷ୍ଟ ବଜାର ଚାହିଦା ନ ଥିବ, ତେବେ ଚାଷୀମାନେ ବ୍ୟସ୍ତ ହେବା ଅନୁଚିତ I ଏହାସହ ଖାଦ୍ୟ ସଂରକ୍ଷଣ ଉଦ୍ୟୋଗ ସେହି ଅଞ୍ଚଳରେ ଯୁବ ବର୍ଗପାଇଁ ନୂତନ ରୋଜଗାର ସୃଷ୍ଟି କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫଳ ଏବଂ ପନିପରିବାରୁ କିଛି ଉତ୍ପାଦ ପ୍ରସ୍ତୁତ କରିଥାନ୍ତି ନା ଅମଳ କରିବା ସାଙ୍ଗେ ସାଙ୍ଗେ ବଜାରରେ ବିକ୍ରୟ କରି ଥାଆନ୍ତି I ସେମାନଙ୍କୁ ପଚାରନ୍ତୁ ଯେ ସେହି ଅଞ୍ଚଳରେ ଚାଷ କରାଯାଉଥିବା ଫଳ ଏବଂ ପନିପରିବାରୁ କେଉଁ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ I ଯଦି ସେହି ଅଞ୍ଚଳରେ କିଛି ଉତ୍ପାଦର ଯଥେଷ୍ଟ ଚାହିଦା ଅଛି କିନ୍ତୁ ଏହାକୁ ବର୍ତ୍ତମାନ ପୂରଣ କରାଯାଇପାରୁନାହିଁ ତେବେ ଚାଷୀମାନଙ୍କୁ ଏହା ଉତ୍ପାଦନ କରିବା ପାଇଁ ପରାମର୍ଶ ଦିଅନ୍ତୁ I ପୋଷ୍ଟରକୁ ପ୍ରଦର୍ଶିତ କରି ସେମାନଙ୍କୁ ଫଳ ଏବଂ ପନିପରିବାରୁ ବିଭିନ୍ନ ଉତ୍ପାଦ ଯଥା ଆଳୁରୁ ଚିପସ୍, ଲଙ୍କାରୁ ଆଚାର ଏବଂ ବିଲାତି ବାଇଗଣରୁ ସସ୍ ଇତ୍ୟାଦି ପ୍ରସ୍ତୁତ କରିବାର ପଦ୍ଧତିକୁ ବୁଝାନ୍ତୁ I

ସୋପାନ -: ଫଳ ଏବଂ ପନିପରିବାରୁ ପ୍ରସ୍ତୁତ ହେଉଥବା ଉତ୍ପାଦ: ଫଳ ଏବଂ ପନିପରିବାରୁ ଅନେକ ପ୍ରକାର ଉତ୍ପାଦ ପ୍ରସ୍ତୁତ କରିହେବ I ପ୍ରଥମେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ କେଉଁ ଫଳ କିମ୍ବା ପରିବାରୁ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ କରିବାର ପ୍ରକ୍ରିୟା ବିଷୟରେ ଜାଣିବାକୁ ଚାହୁଁଛନ୍ତି ଏବଂ ତାଙ୍କର ମତାମତ ଅନୁସାରେ ସେହି ନିର୍ଦ୍ଦିଷ୍ଟ ଉତ୍ପାଦରୁ ଆଲୋଚନାକୁ ଆରମ୍ବ କରନ୍ତୁ I ଚାଷୀମାନଙ୍କ ଅବଗତି ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଫଳ ଏବଂ ପନିପରିବାରୁ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାର ଉତ୍ପାଦର ସୂଚୀ ନିମ୍ନରେ ପ୍ରଦତ୍ତ ଅଛି:

କ୍ର.ନଂ.

ଫଳ ଏବଂ ପରିବାର ନାମ

ପ୍ରକ୍ରିୟାକୃତ ଉତ୍ପାଦର ନାମ

ଆଳୁ, ସାରୁ, କଦଳୀ, କଲରା

ଚିପସ୍

ବିଲାତି ବାଇଗଣ

ଶସ୍ , କେଚ୍ ଅପ୍ , ଆଚାର, ଚଟଣି

ବାଇଗଣ, ଶିମଳା ମିର୍ଚ, ଗାଜର

ଆଚାର

ଲଙ୍କା

ଆଚାର, ଶସ୍

ବନ୍ଧାକୋବି, ଫୁଲକୋବି

ଆଚାର, ଡବା ପ୍ୟାକିଙ୍ଗ୍

ମଟର

ଶୁଖାଇବା, ଡବା ପ୍ୟାକିଙ୍ଗ୍

ପାଣି କଖାରୁ

ପେଠା

ଆମ୍ବ,, ପଣସ

ଆଚାର, ଜାମ୍

ପିଜୁଳି

ଜାମ୍, ଜେଲି

୧୦

ସପୁରୀ

ସ୍କୁଆଶ୍, ଆଚାର

୧୧

ଲେମ୍ବୁ

ସ୍କୁଆଶ୍, ଆଚାର

୧୨

ଲିଚୁ

ସ୍କୁଆଶ୍

ଉପସଂହାର

ଅଧିବେଶନକୁ ସମାପ୍ତ କରି ଆକଳନ କରନ୍ତୁ ଯେ ଅଂଶଗ୍ରହଣକାରୀମାନେ କେତେଦୂର ଦିଆଯାଇଥିବା ପ୍ରଶିକ୍ଷଣ ବିଷୟ ବସ୍ତୁକୁ ବୁଝିଛନ୍ତି I ଚାର୍ଟ କାଗଜରେ ଉଲ୍ଲେଖ ହୋଇଥିବା କିଛି ଉତ୍ପାଦକୁ ତଳକୁ ତଳ ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହା କେଉଁ ପ୍ରକାର ଫଳ କିମ୍ବା ପନିପରିବାରୁ ପ୍ରସ୍ତୁତ କରାଯାଇଅଛି I ପ୍ରତ୍ୟେକ ଅଂଶଗ୍ରହଣକାରୀ ଦେଉଥିବା ଉତ୍ତରକୁ ଚାର୍ଟ କାଗଜରେ ସମ୍ବନ୍ଧୀତ ସ୍ଥାନରେ ଲିପିବଦ୍ଧ କରନ୍ତୁ ଯାହାଦ୍ୱାରା ଅନ୍ୟ ମାନେ ମଧ୍ୟ ଏଥିରୁ ଶିଖି ପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate