অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ପ୍ରାକ୍ - ବୁଣା ଅବସ୍ଥା (ଫସଲ ଖସଡା/ ଫସଲ ନିର୍ବାଚନ)

ରବି ଫସଲର ପ୍ରାକ୍ - ବୁଣା ଅବସ୍ଥା (ଫସଲ ଖସଡା/ ଫସଲ ନିର୍ବାଚନ)

ଅଧିବେଶନ ୨.୩

ଫସଲ ଖସଡା/ ଫସଲ ନିର୍ବାଚନ

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ରବି ଫସଲ ଖସଡା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବା ଯାହାଦ୍ୱାରା ଅଧିକ ଅମଳ ଓ ଲାଭ ହୋଇ ପାରିବ I

ପଦ୍ଧତି

ଉପଲବ୍ଧ କୃଷି ନିବେଶ ଏବଂ ବଜାର ଚାହିଦା ଆଧାରରେ କେଉଁ ପ୍ରକାର ଫସଲ ଚାଷ କରାଯିବ ସିଆରପିମାନେ ପୋଷ୍ଟର ବ୍ୟବହାର କରି ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ |

ପୃଷ୍ଠଭୁମୀ

ଆଗାମୀ ରବି ଋତୁରେ କେଉଁ ସବୁ ଫସଲ ଚାଷ କରିବା ଉଚିତ, ତାହାର ଅଗ୍ରୀମ ଯୋଜନା କରିବାଫଳରେ ମିଳୁଥିବା ସୁବିଧା ସବୁକୁ ଚାଷୀମାନଙ୍କୁ ବୁଝାନ୍ତୁ I ଗତ ବର୍ଷର ଅଭିଜ୍ଞତା ଆଧାରରେ ବାର୍ଷିକ ଫସଲ ଖସଡା ପ୍ରସ୍ତୁତ କରିବାଦ୍ୱାରା ଚାଷ ନିବେଶ ଏବଂ ବିପଣନ ସୁବିଧା ସବୁର ଉତ୍ତମ ଉପଯୋଗ ହେବା ସହ ଏହା ଲାଭକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ : ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଗତ ରବି ଋତୁରେ ସେମାନେ ଚାଷ କରିଥିବା ବିଭିନ୍ନ ଫସଲ ସମ୍ବନ୍ଧରେ ସେମାନଙ୍କର ଅନୁଭବ କ'ଣ ଏବଂ ଫସଲ ଚୟନର ଭଲ ଓ ଖରାପ ନିଷ୍ପତ୍ତି ବିଷୟରେ ସେମାନେ କେଉଁ ପ୍ରକାର ଶିକ୍ଷା ଲାଭ କରିଛନ୍ତି I ଏହି ଅନୁଭୁତି ଆଧାରରେ ଆଗାମୀ କୃଷି ଋତୁ ପାଇଁ ଆବଶ୍ୟକ ସୁରକ୍ଷା ସହ ଚାଷୀମାନେ ଫସଲ ଖସଡା ପ୍ରସ୍ତୁତ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେଇ ପାରିବେ I

ସୋପାନ : ଫସଲ ଖସଡା/ଫସଲ ନିର୍ବାଚନ ': ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ଫସଲ ଖସଡା ହେଉଛି ଏକ ପ୍ରକ୍ରିୟା ଚକ୍ର ଯାହା ଗତ ବର୍ଷ ଅଗ୍ରୀମ ଯୋଜନା ତୁଳନାରେ ବାସ୍ତବରେ କ'ଣ ସବୁ ଘଟିଥିଲା ଏବଂ ଏଥିରୁ ଶିକ୍ଷାଲାଭ କରି ଆମେ ପରବର୍ତ୍ତୀ ଫସଲ ଖସଡା ପ୍ରସ୍ତୁତ କଲାବେଳେ ଆବଶ୍ୟକ ପରିବର୍ତନ କରିପାରିବା I ଏହି ପ୍ରକ୍ରିୟାରେ କୃଷିକାର୍ଯ୍ୟର ବିଭିନ୍ନ ଚରଣରେ ଅନେକ ସମୟ ସଞ୍ଚୟ ହେବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ଦେଇଥାଏ I

ସୋପାନ -: ଫସଲ ଖସଡା/ଫସଲ ନିର୍ବାଚନ କିପରି କରାଯାଏ: ପ୍ରଥମ ଚରଣରେ ସ୍ଥାନୀୟ ଜଳବାୟୁ ଅବସ୍ଥାକୁ ଧ୍ୟାନରେ ରଖି ରବି ଋତୁରେ କେଉଁ ସବୁ ଫସଲ ଚାଷ କରାଯାଇପାରିବ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ I ଚାଷୀମାନଙ୍କୁ ନିଜ ନିଜର ପସନ୍ଦର ଫସଲ ଉଲ୍ଲେଖ କରିବାକୁ ପ୍ରୋତ୍ସାହିତ କରନ୍ତୁ ଏବଂ ସେମାନଙ୍କର ଜମିର ପରିମାଣ, ଉପଲବ୍ଧ ସମ୍ପଦ ଏବଂ ବ୍ୟକ୍ତିଗତ କ୍ଷମତା ଆଧାରରେ ଫସଲ ବାଛିବାକୁ ସାହାଯ୍ୟ କରନ୍ତୁ I ଉତ୍ପାଦର ଭଲ ବଜାର ଚାହିଦା ରହିଥିବା ଆବଶ୍ୟକ I ବିଭିନ୍ନ ଫସଲ ଯଥା ବିରି, ମୁଗ, କୋଳଥ, ବିନ୍ସ୍, ମଟର ଇତ୍ୟାଦି ଚାଷକରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଇପାରେ I ବାୟୁମଣ୍ଡଳରୁ ଯବକ୍ଷାରଯାନ ସଂଗ୍ରହକରି ଏହିସବୁ ଫସଲ ମାଟିର ଉର୍ବରତା ବୃଦ୍ଧି କରିଥାଏ I ଚାଷୀମାନଙ୍କୁ କୁହନ୍ତୁ ଯେ ରବି ଋତୁରେ ଚାଷ ପାଇଁ ଯଥେଷ୍ଟ ଜଳ ସେଚନର ଆବଶ୍ୟକତା ରହିଛି I

ସୋପାନ : ଫସଲ ନିର୍ବାଚନ ସମୟରେ ଧ୍ୟାନରେ ରଖିବା ଦିଗ ସବୁ: ଫସଲ ନିର୍ବାଚନ କରିବା ସମୟରେ ନିମ୍ନ ଉଲ୍ଲିଖିତ ଦିଗ ସବୁକୁ ଧ୍ୟାନ ଦେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ:

  • ପୂର୍ବ ବର୍ଷରେ ଭଲ ଦର ଥିବା ଫସଲସବୁ ଚାଷ କରିବା ପାଇଁ ଜୋର୍ ଦିଅନ୍ତୁ I
  • ବିଲାତି ବାଇଗଣ, ବନ୍ଧାକୋବି, ଫୁଲକୋବି ଇତ୍ୟାଦି ଚାଷ କରିବା ପାଇଁ ହତୋତ୍ସାହ କରନ୍ତୁ, କାରଣ ଅଧିକାଂଶ ଚାଷୀ ଏହିସବୁ ଫସଲ ଚାଷ କରିବା ଫଳରେ ବଜାରରେ ବହୁତ ଅଧିକ ଆପୁର୍ତ୍ତୀ ହୋଇଯିବା କରଣରୁ ଭଲ ଦର ମିଳି ନ ଥାଏ I ଏହା ବଦଳରେ ଚାଷୀମାନଙ୍କୁ ଶିମଳା ମିର୍ଚ୍, ଗାଜର, ବିନ୍ସ୍, ମଟର ଆଦି ଫସଲ ଚାଷ କରିବା ପାଇଁ ଉତ୍ସାହିତ କରନ୍ତୁ I
  • ରବି ଋତୁରେ ସ୍ୱଳ୍ପ ମିଆଦି ଫସଲ କିମ୍ବା ଶୀଘ୍ର ପାକଳ ହେଉଥିବା ଫସଲ ବାଛନ୍ତୁ କାରଣ ରବି ଫସଲ ଅମଳରେ ବିଳମ୍ବ ହେଲେ ଏହା ଗ୍ରୀଷ୍ମ କାଳୀନ କିମ୍ବା ଖରିଫ ଫସଲର ପ୍ରସ୍ତୁତିକରଣରେ ପ୍ରଭାବ ପକାଇବ I
  • ଗ୍ରୀଷ୍ମ ଋତୁରେ କିଛି ଅଞ୍ଚଳରେ କୁଆ ପଥର ବୃଷ୍ଟି ହୋଇଥାଏ I ତେଣୁ ଚାଷୀମାନଙ୍କୁ ସ୍ୱଳ୍ପ ମିଆଦୀ ରବି ଫସଲ ଚାଷ କରିବାକୁ ପରାମର୍ଶ ଦିଅନ୍ତୁ ଯେପରିକି ତାହାକୁ କୁଆ ପଥର ବୃଷ୍ଟି ହେବା ପୂର୍ବରୁ ଅମଳ କରିହେବ I
  • ଯଦି ପର୍ଯ୍ୟାପ୍ତ ଜଳର ଉତ୍ସ ଉପଲବ୍ଧ ଥାଏ ଚାଷୀମାନଙ୍କୁ ଧାନ ଚାଷ କରିବା ପାଇଁ ହତୋତ୍ସାହ କରନ୍ତୁ କାରଣ ଏହା ଅଧିକ ଜଳ ଅପଚୟ କରିଥାଏ I ବଦଳରେ ଅନ୍ୟାନ୍ୟ ଫସଲ କରିବା ପାଇଁ ଉପଦେଶ ଦିଅନ୍ତୁ କାରଣ ଏହାଦ୍ୱାରା ସମାନ ଜଳ ବ୍ୟବହାର କରି ଅଧିକ ଚାଷଜମିରେ କୃଷିକାର୍ଯ୍ୟ କରାଯାଇପାରିବ I
  • ଚାଷୀମାନଙ୍କୁ ସବୁଜ ପନି ପରିବା, ପାଳଙ୍ଗ, ମୂଳା ଏବଂ ଅନ୍ୟ ସ୍ୱଳ୍ପ ମିଆଦୀ ଫସଲ ଚାଷ କରିବାକୁ କୁହନ୍ତୁ ଯଦି ପାଣି କମ ସମୟ ପାଇଁ ଉପଲବ୍ଧ ହେଉଥାଏ I
  • ଯେଉଁସବୁ ଅଞ୍ଚଳରେ ସହରକୁ ଗମନାଗମନ ପାଇଁ ଭଲ ରାସ୍ତା ଅଛି ସେଠାରେ ପରିବା ମକା, ତରଭୁଜ, ଅଣ-ଋତୁ ସବୁଜ ପରିବା ଚାଷ ଏବଂ ଫୁଲ ଚାଷ କରିବାପାଇଁ ଚାଷୀମାନଙ୍କୁ ଉତ୍ସାହିତ କରନ୍ତୁ I
  • ହାଲୁକା ମାଟି ଥିଲେ ଆଳୁ, ଗାଜର, ବିନ୍ସ ଇତ୍ୟାଦି ଫସଲ ଚାଷ କରାଯାଇ ପାରିବ I ଯେଉଁ ଜମିରେ ଭାରୀ ମାଟି ଥିବ ସେଠାରେ ଏହି ସବୁ ଫସଲ ଚାଷ କରନ୍ତୁ ନାହିଁ I
  • ସମାନ ପ୍ରକାର ଫସଲକୂ ପ୍ରତି ଋତୁରେ ଚାଷ କରନ୍ତୁ ନାହିଁ କାରଣ ଏହା ଦ୍ୱାରା ରୋଗ ପୋକ ଆକ୍ରମଣର ଅଧିକ ଆଶଙ୍କା ରହିଥାଏ I

ଉପସଂହାର

ଅଧିବେଶନର ଶେଷ ଆଡକୁ, ସବୁ ଅଂଶଗ୍ରହଣକାରୀ ଆଗାମୀ ରବି ଋତୁରେ କେଉଁ ସବୁ ଫସଲ ଚାଷ କରିବେ ନିଷ୍ପତ୍ତି ନେଇ ପାରୁଥିବା ଉଚିତ I ସେମାନଙ୍କର ମାର୍ଗ ଦର୍ଶନ କରିବା ପାଇଁ ପ୍ରତ୍ୟେକ ଚାଷୀଙ୍କୁ ପଚାରି ସେମାନେ କେଉଁ ଫସଲ ଚାଷ କରିବାକୁ ଚାହୁଁଛନ୍ତି ଏକ ପ୍ଲିଫ ଚାର୍ଟରେ ଲେଖନ୍ତୁ I ଏହି ସୁଚନା ସିଆରପିମାନଙ୍କୁ ବିଭିନ୍ନ ଅଧିବେଶନ ସଞ୍ଚାଳନ କରିବାପାଇଁ ତାରିଖ ସ୍ଥିର କରିବାପାଇଁ ସାହାଯ୍ୟ କରିବ I ପ୍ରତ୍ୟେକ ଫସଲ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଏହାର ବଜାର ଚାହିଦା ଏବଂ ଅନ୍ୟାନ୍ୟ ଅଭ୍ୟାସ ବିଷୟରେ ସଚେତନ ଅଛନ୍ତି I ଯଦି ସେମାନଙ୍କର କୌଣସି ଅବଧାରଣା ଭୁଲ ହୋଇଥାଏ ତାହାକୁ ସଂଶୋଧନ କରି ଆଗାମୀ ରବି ଋତୁରେ ସଠିକ ଫସଲ ବାଛିବା ପାଇଁ ସାହାଯ୍ୟ କରନ୍ତI

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate