ଅଧିବେଶନ ୨.୨ |
ମାଟି ନମୂନା ସଂଗ୍ରହ I |
ଉଦ୍ଦେଶ୍ୟ |
ମୂତ୍ତିକା ପରୀକ୍ଷାର ଉପାଦେୟତା ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବୁଝାଇବା ଯେ ଏହା ଫସଲର ଖାଦ୍ୟସାର ପରିଚାଳନାରେ ସାହାଯ୍ୟ କରିବ I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ ଯେଉଁଠି ସେମାନେ ମାଟି ନମୂନା ସଂଗ୍ରହର ପ୍ରକୃତ ପ୍ରକ୍ରିୟା ଦେଖିପାରିବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I |
ଦରକାରୀ ସାମଗ୍ରୀ |
ପୋଷ୍ଟର, ବାଲଟି, ଫାଉଡା, କନା କିମ୍ବା ପଲିଥିନ ବ୍ୟାଗ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ – ୬୦ ମିନିଟ୍ | |
(ଦ୍ରଷ୍ଟବ୍ୟ୍: ଏହି ଅଧିବେଶନ କେବଳ ସେହି ମାନଙ୍କ ପାଇଁ ସଞ୍ଚାଳନ କରାଯିବ, ଯେଉଁ ମାନେ ଗତ ଖରିଫ ଋତୁରେ ମାଟି ପରୀକ୍ଷା କରି ନ ଥିଲେ I)
ଚାଷୀମାନଙ୍କୁ ମୃତ୍ତିକା ପରୀକ୍ଷାର ଉପକାରିତା ବିଷୟରେ ବୁଝାନ୍ତୁ ଯଥା, ଏହାଦ୍ୱାରା ଅଧିକ ଅମଳ ହୋଇଥାଏ, ଖାଦ୍ୟ ସାରର ଉତ୍ତମ ପରିଚାଳନା ଓ ଉପଯୋଗିତା ହେବା ସହ ସେମାନଙ୍କୁ ବୁଝାଇବା ଆବଶ୍ୟକ ଯେ ମାଟି ପରୀକ୍ଷା କରିବା ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟରେ କୌଣସି ଖରାପ ପ୍ରଭାବ ପଡି ନ ଥାଏ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ସବୁ ଅଂଶଗ୍ରହଣକାରୀମାନଙ୍କୁ ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରାଇ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ମୃତ୍ତିକା ପରୀକ୍ଷା ବିଷୟରେ ସଚେତନ ଅଛନ୍ତି କି ଏବଂ ବର୍ତ୍ତମାନ ସେମାନେ ମାଟି ପରୀକ୍ଷା କରୁଅଛନ୍ତି କି I ସେମାନଙ୍କୁ କୁହନ୍ତୁ ଯେ ମାଟି ପରୀକ୍ଷା କରିବା ଏକ ବହୁତ ଅଧିକ ଜ୍ଞାନ କୌଶଳ ଯୁକ୍ତ କାର୍ଯ୍ୟ ନୁହେଁ I ଅଧିକନ୍ତୁ, ଏହାକୁ ଆଦୃତ କରିବା ଅତି ସରଳ ଯାହା ଖାଦ୍ୟସାର ପରିଚାଳନା କରିବାପାଇଁ ସାହାଯ୍ୟ କରିବ I ଏହି ପ୍ରକ୍ରିୟାରେ ସବୁ ଜମିରେ ଏକା ପ୍ରକାର ଖାଦ୍ୟସାର ପ୍ରୟୋଗ ନ କରି ସହ ପ୍ରତ୍ୟେକ ଜମିରେ ଏହାର ଆବଶ୍ୟକତା ଅନୁଯାୟୀ ଖାଦ୍ୟସାର ପ୍ରୟୋଗ କରାଯାଇପାରିବ I ସେମାନଙ୍କୁ ଜଣାନ୍ତୁ ଯେ ମୃତ୍ତିକା ପରୀକ୍ଷା ଫଳାଫଳ ଆଧାରରେ ଖାଦ୍ୟସାର ପ୍ରୟୋଗ କରିହେବ I
ସୋପାନ -୨: ମୃତ୍ତିକା ପରୀକ୍ଷା କାହିଁକି: ପ୍ରତ୍ୟେକ ଜମିର ମୃତ୍ତିକାରେ ବିଭିନ୍ନ ପ୍ରକାର ପୋଷକ ଥାଏ ଯାହା ସ୍ଥାନ କୁ ସ୍ଥାନ ଏପରିକି ଜମିରୁ ଜମିକୁ ନେଇ ଅଲଗା ଅଲଗା ହୋଇଥାଏ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ମାଟି ପରୀକ୍ଷାର ମୌଳିକ କାରଣ ହେଉଛି ମୃତ୍ତିକାରେ ଥିବା ଖାଦ୍ୟ ସାରର ପରିମାଣକୁ ମାପିବା ଏବଂ ଆକଳନ କରିବା ଯେ ନିଅଣ୍ଟକୁ ପୂରଣ କରିବା ପାଇଁ କେତେ ପରିମାଣର ଖାଦ୍ୟସାର ପ୍ରୟୋଗ କରିବାକୁ ପଡିବ I ମାଟି ପରୀକ୍ଷା କଲେ ଅନ୍ୟସବୁ ଉପାଦାନକୁ ମଧ୍ୟ କଳନା କରିହେବ ଯଥା ପିଏଚ (pH) କାରକ ଏବଂ ଏଥିରେ ମିଶିଥିବା ଉଭୟ ଜୈବିକ ଏବଂ ଧାତବ ପଦାର୍ଥ ପରି ଦୂଷିତ ଉପାଦାନ I ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ମାଟିରେ କ'ଣ ସବୁ ରହିଅଛି ଜାଣିବାର ଏକମାତ୍ର ଉପାୟ ହେଉଛି ଏକ ଉତ୍ତମ ପରୀକ୍ଷାଗାର ଦ୍ୱାରା ମୃତ୍ତିକା ପରୀକ୍ଷଣ I ଅଧିକନ୍ତୁ ସେମାନଙ୍କୁ ସାବଧାନ କରନ୍ତୁ ଯେ ସାରର ଅପବ୍ୟବହାର ମୃତ୍ତିକାର ସ୍ୱାସ୍ଥ୍ୟକୁ କ୍ଷତି କରିବ I ଖାଦ୍ୟ ସାର ପରିଚାଳନାର ସର୍ବୋତ୍ତମ ଫଳାଫଳ ପାଇବାକୁ ହେଲେ ସେମାନଙ୍କୁ ମାଟି ନମୁନା ସଂଗ୍ରହର ସଠିକ ପ୍ରକ୍ରିୟାକୁ ବୁଝାନ୍ତୁ I କିନ୍ତୁ ଯଦି ଖରିଫ ଋତୁରେ ମାଟି ପରୀକ୍ଷା କରାଯାଇଅଛି, ତେବେ ଆଉଥରେ ପରୀକ୍ଷା କରିବା ଆବଶ୍ୟକ ନାହିଁ I
ସୋପାନ -୩: ମାଟି ନମୂନା କିପରି ସଂଗ୍ରହ କରିବେ:
ସୋପାନ -୪: ପିଏଚ (pH) ମୂଲ୍ୟକୁ କିପରି ବ୍ୟାଖ୍ୟା କରିବେ: ଅଂଶଗ୍ରହଣକାରୀମାନଙ୍କୁ ଜଣାନ୍ତୁ ଯେ ଏହି ମୁଲ୍ୟ ସେମାନଙ୍କୁ ଜାଣିବାକୁ ସାହାଯ୍ୟ କରିବ ଯେ ସେମାନଙ୍କର ଜମି ଅମ୍ଳୀୟ କିମ୍ବା କ୍ଷାରୀୟ I ଏହି ଫଳାଫଳ ୧ ରୁ ୧୫ ପର୍ଯ୍ୟନ୍ତ ସଂଖ୍ୟାରେ ଦିଆ ଯାଇଥାଏ I ଯଦି ମିଳିଥିବା ନମ୍ବର ୬.୫ରୁ କମ ହୋଇଥାଏ, ତେବେ ଏହା ଅମ୍ଳୀୟ ଏବଂ ଯଦି ଏହା ୭.୫ରୁ ଅଧିକ ହୋଇଥାଏ ତେବେ ଏହାକୁ କ୍ଷାରୀୟ ବୋଲି ବିବେଚନା କରାଯିବ I ସାଧାରଣ ଭାବେ ଏହି ସଂଖ୍ୟା ୬.୫ ରୁ ୭.୫ ମଧ୍ୟରେ ରହିବା ଉଚିତ I ଚାଷୀମାନଙ୍କୁ ପରମର୍ଶ ଦିଅନ୍ତୁ ଯେ ଯଦି ମାଟିରେ ଅମ୍ଳତା ଅଧିକ ଥାଏ ତେବେ କାଗଜ କଳ ମଇଳା କିମ୍ବା ଚୁନ ମାଟିରେ ମିଶାଇ ମୃତ୍ତିକାକୁ ଶୋଧନ କରନ୍ତୁ I
ସୋପାନ -୫: ଜୈବ ଅଙ୍ଗାରର ଉପସ୍ଥିତିକୁ କିପରି ବ୍ୟାଖ୍ୟା କରିବେ: ଯଦି ଫଳାଫଳ ସଂଖ୍ୟା ଶତକଡା ୦.୫ ପ୍ରତିଶତରୁ କମ ହୋଇଥାଏ ତେବେ ମାଟିରେ ଜୈବ ଅଙ୍ଗାରର ମାତ୍ରା "କମ୍", ଯଦି ଏହା ଶତକଡା ୦.୫ ରୁ ୦.୭ ପ୍ରତିଶତ ମଧ୍ୟରେ ରୁହେ ତାହାହେଲେ "ମଧ୍ୟମ" ଏବଂ ଯଦି ଶତକଡା ୦.୭୫ ପ୍ରତିଶତରୁ ଅଧିକ ଥାଏ ତେବେ ଜୈବ ଅଙ୍ଗାରର ମାତ୍ରା "ଅତ୍ୟଧିକ" ବୋଲି ବିବେଚନା କରାଯିବ I
ସୋପାନ -୬: ଯବକ୍ଷାରଯାନ ଫସଫରସ ପଟାସ ମାତ୍ରାକୁ କିପରି ବ୍ୟାଖ୍ୟା କରିବେ: ମାଟି ପରୀକ୍ଷାର ଫଳାଫଳ ଆଧାରରେ ମାଟିରେ ଯବକ୍ଷାରଯାନ, ଫସଫରସ ଏବଂ ପୋଟାସର ମାତ୍ରାକୁ ସଠିକ ପରିମାଣର ସାର ପ୍ରୟୋଗ କରି ସନ୍ତୁଳିତ କରିହେବ I ପରୀକ୍ଷା ପଦ୍ଧାତି ଏବଂ "କମ", "ମଧ୍ୟମ" ଏବଂ "ଅତ୍ୟଧିକ" ସୂଚକସବୁକୁ ନିମ୍ନ ଉଲ୍ଲିଖିତ ଚାର୍ଟରେ ପ୍ରଦର୍ଶିତ ହୋଇ ଅଛି I ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ, ଯଦି ପୋଷକ ଅଧିକ ଥିବ ତାହା ହେଲେ ଏହାକୁ ଅନୁମୋଦିତ ମାତ୍ରାର ଶତକଡା ୨୫.୦ ପ୍ରତିଶତ କମାଇବାକୁ ପଡିବ ଏବଂ ଯଦି କମ ଥାଏ ଅନୁମୋଦିତ ମାତ୍ରାର ଶତକଡା ୨୫.୦ ପ୍ରତିଶତ ଅଧିକ ପ୍ରୟୋଗ କରିବାକୁ ପଡିବ I
କ୍ର.ନଂ. |
ଖାଦ୍ୟସାର |
ଉପଚାର କରିବା ପଦ୍ଧତି |
ମାତ୍ରା (କେ.ଜି. ହେକ୍ଟର ପ୍ରତି ) |
||
କମ |
ମଝିଆଲୀ |
ଉଚ୍ଚ |
|||
୧ |
ଯବକ୍ଷାରଯାନ |
ଆଲକାଲାଇନ ସୋଡିୟମ ପର୍ମାନଗନଟେ |
୨୫୦ ରୁ କମ୍ |
୨୫୦ ରୁ ୫୦୦ |
୫୦୦ ରୁ ଅଧିକ |
୨ |
ଫସଫରସ |
ଓଲସେନଙ୍କ |
୯ ରୁ କମ୍ |
୯ ରୁ ୨୨ |
୨୨ ରୁ ଅଧିକ |
୩ |
ପଟାସ |
ଆମୋନିୟମ ଅକ୍ସିଟେଟ |
୧୨୮ ରୁ କମ୍ |
୧୨୮ ରୁ ୨୮୦ |
୨୮୦ ରୁ ଅଧିକ |
ଅଧିବେଶନର ଶେଷ ଆଡକୁ ମାଟି ପରୀକ୍ଷା ସମ୍ବନ୍ଧରେ ଚାଷୀମାନଙ୍କୁ ଆଶ୍ୱସ୍ତ କରନ୍ତୁ ଏବଂ କୁହନ୍ତୁ ଯେ ଖାଦ୍ୟ ସାରର ଉପଯୁକ୍ତ ପରିଚାଳନା ପାଇଁ ଏହା ସେମାନଙ୍କୁ ସାହାଯ୍ୟ କରିବ I ଏହି ବିଷୟରେ ପରିଚିତ କରିବା ପାଇଁ ସେମାନଙ୍କୁ ମାଟି ପରୀକ୍ଷା ବିଷୟରେ କିଛି ପ୍ରଶ୍ନ ପଚାରନ୍ତୁ I ନିମ୍ନ ପ୍ରଦତ୍ତ କିଛି ଅଭ୍ୟାସ କଲେ ଅଂଶଗ୍ରହଣକାରୀମାନେ ମାଟି ପରୀକ୍ଷା ବିଷୟରେ ଅଧିକ ଜ୍ଞାନ ଆହରଣ କରିପାରିବେ:
ଆଧାର – ପୋର୍ଟାଲ ଟିମ
Last Modified : 2/10/2020