ଉତ୍ତମ ଫସଲ ବୃଦ୍ଧି ଏବଂ ଅଧିକ ଅମଳ ସୁନିଶ୍ଚିତ କରିବା ପାଇଁ ରବି ଫସଲର ବୁଣିବା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ଆଦୃତ କରିବା ବିଷୟରେ ମହିଳା ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I
ଜଳ ସେଚନର ସୁବିଧା ଥିଲେ ଶୀତଋତୁ ଫସଲ ବୃଦ୍ଧିପାଇଁ ଅନୁକୂଳ ହୋଇଥାଏ I ସ୍ଥିର ପାଣିପାଗ ସହ ଜଳ ସେଚନ ସୁବିଧା ଏହି ଋତୁରେ ଅଧିକ ଅମଳ ପାଇବାରେ ସାହାଯ୍ୟ କରିଥାଏ I ସଠିକ ପରିମାଣର ବିହନ ବୁଣା, ବିହନ ବିଶୋଧନ, ଜୈବିକ ସାର ପ୍ରୟୋଗ , ମୂଳ ସାର ପ୍ରୟୋଗ ଏବଂ ଧାଡି ବୁଣା ଏବଂ ଧାଡି ରୁଆ ଇତ୍ୟାଦି ପଦ୍ଧତି ଆଦୃତ କଲେ ଭଲ ଅମଳ ମିଳିଥାଏ I ଚାଷୀମାନଙ୍କୁ ଏହି ବିଷୟରେ ଶିକ୍ଷାଦାନ କଲେ ସେମାନେ ଏହିସବୁ ଚିରନ୍ତନ କୃଷି ପଦ୍ଧତି ସବୁକୁ ଆଦୃତ କରିବା ପାଇଁ ଉତ୍ସାହିତ ହେବେ I
ରବି ଋତୁ ଫସଲର ବୁଣା ଅବସ୍ଥା ପ୍ରଶିକ୍ଷଣ ମଡ୍ୟୂଲ୍ ସାତଗୋଟି ଗୋଟି ଅଧିବେଶନକୁ ନେଇ ଗଠିତ
ଅଧିବେଶନ ୪.୧ |
ବିହନ ପରିମାଣ ନିର୍ଦ୍ଧାରଣ I |
ଉଦ୍ଦେଶ୍ୟ |
ଉତ୍ତମ ଅମଳ ପାଇବା ପାଇଁ ସଠିକ ପରିମାଣର ବିହନ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଚାଷୀମାନଙ୍କୁ ଜମିର ଆୟତନ ଅନୁଯାୟୀ ବିହନ ବୁଣିବାର ଉପାଦେୟତା ବିଷୟରେ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ I |
ପୃଷ୍ଠଭୁମୀ
ଉତ୍ତମ ଅମଳ ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ସଠିକ ପରିମାଣର ବିହନ ବ୍ୟବହାର କଲେ ଜମିରେ ଉଚିତ ସଂଖ୍ୟାରେ ଗଛ ବଢିଥାଏ I ଭଲ ଅମଳକୁ ସୁନିଶ୍ଚିତ କରିବା ପାଇଁ ଜମିରେ ସଠିକ ଗଛ ସଂଖ୍ୟାକୁ ବଜାୟ ରଖିବାକୁ ହେବ I ଗୋଟିଏ ଏକରରେ ଉଠିଥିବା ଗଛର ପରିମାଣକୁ ହିସାବ କରି ଜମିର ଗଛ ସଂଖ୍ୟାକୁ ନିର୍ଦ୍ଧାରଣ କରାଯାଏ I ଯଦି ଅଧିକ ପରିମାଣର ବିହନ ବ୍ୟବହାର କରାଯାଏ, ତେବେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଗଛ ଉଠି ଫସଲକୁ ଗହଳିଆ କରିଦେଇଥାଏ I ଏହା ସହ ସବୁ ଗଛ ପାଣି, ଖାଦ୍ୟସାର ଏବଂ ସୂର୍ଯ୍ୟାଲୋକ ପାଇବାପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ଯାହା ଫଳରେ ଫସଲ ବୃଦ୍ଧିରେ ଏହାର କୁପ୍ରଭାବ ପଡିଥାଏ I ସେହିପରି ଭାବେ କମ ପରିମାଣରେ ବିହନ ବ୍ୟବହାର କଲେ କମ ଗଛ ଉଠିବା ଫଳରେ ଅମଳ ମଧ୍ୟ କମି ଯାଇଥାଏ I ଏହି ଅଧିବେଶନ ଦ୍ୱାରା ଚାଷୀମାନେ ନିଜ ଜମିର ଆୟତନ ଅନୁଯାୟୀ ସଠିକ ପରିମାଣର ବିହନ ବ୍ୟବହାର କରିବା ବିଷୟରେ ଶିକ୍ଷାଲାଭ କରିବେ I
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ ୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କସହ ଆଲୋଚନା କରନ୍ତୁ ଯେ ସେମାନେ ବୁଣିବା ପାଇଁ ବିହନର ପରିମାଣକୁ କିପରି ଭାବେ ନିର୍ଦ୍ଧାରଣ କରନ୍ତି ଏବଂ ସେମାନେ କେମିତି ଆକଳନ କରନ୍ତି ଯେ ଏହା ଅଧିକ କିମ୍ବା କମ ପରିମାଣର ହୋଇଅଛି I ଏହାସହ ଅଧିକ ବିହନ ହାର କିମ୍ବା କମ ବିହନ ହାର ଦ୍ୱାରା ଉପୁଜୁଥିବା ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରନ୍ତୁ I ଏହି ସମ୍ବନ୍ଧରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ ଯାହାଦ୍ୱାରା ଅନ୍ୟମାନେ ସଠିକ ପରିମାଣର ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ଜାଣିପାରିବେ I ହାଇବ୍ରିଡ ବିହନ ବୁଣିଲେ ଦରକାର ହେଉଥିବା ଯତ୍ନ ବିଷୟରେ ଚାଷୀମାନଙ୍କୁ ବୁଝାନ୍ତୁ I
ସୋପାନ -୨: ବିହନ ପରିମାଣକୁ କିପରି ନିର୍ଦ୍ଧାରଣ କରିବେ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଚାଷୀଙ୍କ ଜମିରେ ବ୍ୟବହୃତ ବିହନର ପରିମାଣ ତାଙ୍କ ଜମିର ଆୟତନ ଏବଂ ଅନୁମୋଦିତ ବିହନ ହାର ଉପରେ ନିର୍ଭର କରେ I ପ୍ରତି ଏକର କିମ୍ବା ପ୍ରତି ହେକ୍ଟର ପାଇଁ ବିହନର ହାର ଜାଣିପାରିଲେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରାଯାଇପାରିବ I ଉଦାହରଣସ୍ୱରୂପ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫସଲର ବିହନ ହାର ୩୦ କେ.ଜି. ପ୍ରତି ଏକର ହୁଏ ତେବେ ୪୨ ଡେସିମିଲ (୧୦୦ ଡେସିମିଲରେ ଏକ ଏକର ହୋଇଥାଏ), ଆୟତନ ବିଶିଷ୍ଟ ଜମିପାଇଁ ୧୨.୬ କେ.ଜି. ବିହନର ଆବଶ୍ୟକତା ହେବ I ଏହି ପରିମାଣକୁ ହିସାବ କରିବା ପାଇଁ ଏକ ଏକର ପାଇଁ ଅନୁମୋଦିତ ବିହନ ହାରକୁ ୧୦୦ ରେ ବିଭାଜିତ କରିବା ପରେ ଜମିର କ୍ଷେତ୍ରଫଳରେ ଗୁଣନ କଲେ ଆମେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ଜାଣି ପାରିବା I
ସୋପାନ -୩: କିଛି ନିର୍ଦ୍ଧିଷ୍ଟ ଫସଲର ଅନୁମୋଦିତ ବିହନ ହାର: ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ପ୍ରଦତ୍ତ ଚାର୍ଟ ଦର୍ଶାନ୍ତୁ ଯାହା କିଛି ନିର୍ଦ୍ଦିଷ୍ଟ ଫସଲର ଅନୁମୋଦିତ ବିହନ ହାରକୁ ପ୍ରଦର୍ଶିତ କରୁଅଛି I ସଙ୍କର (ହାଇବ୍ରିଡ) ବିହନ କ୍ଷେତ୍ରରେ କମ ପରିମାଣର ବିହନ ଆବଶ୍ୟକ ହୋଇଥାଏ I ଏହା ଚାଷୀମାନଙ୍କୁ ଏକ ଏକର ଜମିରେ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ଅନୁମୋଦିତ ବିହନ ହାରକୁ ବୁଝିବାରେ ସାହାଯ୍ୟ କରିବ I
କ୍ର. ନଂ. |
ଫସଲର ନାମ |
ଏକ ଏକର ପରିମିତ ଜମି ପାଇଁ ଅନୁମୋଦିତ ବିହନ ହାର ( କେ.ଜି./ଏକର ପ୍ରତି) |
ଏକ ଡେସିମିଲ ପରିମିତ ଜମି ପାଇଁ ଆବଶ୍ୟକ ବିହନର ପରିମାଣ ( ଗ୍ରାମ/ ଡେସିମିଲ ପ୍ରତିl) |
୧ |
ଶସ୍ୟ |
|
|
୧.୧ |
ଗହମ |
୪୮ |
୪୮୦ |
୨ |
ଡାଲି ଜାତୀୟ ଫସଲ |
|
|
୨.୧ |
ମୁଗ ଏବଂ ବିରି |
୧୦ |
୧୦୦ |
୨.୨ |
ଚଣା |
୨୦ |
୨୦୦ |
୨.୩ |
ଝୁଡଙ୍ଗ |
୨୦-୩୦ |
୨୦୦-୩୦୦ |
୩ |
ତୈଳବୀଜ |
|
|
୩.୧ |
ଚିନା ବାଦାମ |
୭୦ |
୭୦୦ |
୩.୨ |
ସୋରିଷ ଏବଂ ରାଶି |
୩-୪ |
୩୦-୪୦ |
୪ |
ପନିପରିବା |
|
|
୪.୧ |
ବିଲାତି ବାଇଗଣ, ବନ୍ଧାକୋବି ଏବଂ ଫୁଲକୋବି |
୦.୨ |
୨ |
୪.୨ |
ଲଙ୍କା ଏବଂ ଶିମଳା ମିର୍ଚ |
୦.୩ |
୩ |
୪.୩ |
ଆଳୁ |
୬-୮ କ୍ୟୁଣ୍ଟାଲ |
୬-୮ କେ.ଜି. |
୪.୪ |
ଗାଜର, ବିଟ ଏବଂ ତରଭୂଜ |
୪.୫ |
୪୦-୫୦ |
୪.୫ |
ବିନ୍ସ |
୨୫-୩୦ |
୨୫୦-୩୦୦ |
ଉପସଂହାର
ଅଧିବେଶନକୁ ସମାପ୍ତ କଲାବେଳେ, କିଛି ଅଂଶଗ୍ରହଣକାରୀମାନଙ୍କୁ କ୍ରମହୀନ ଭାବେ ପଚାରନ୍ତୁ ଯେ ସେମାନ ନିଜ ଜମିର ଆୟତନ ପାଇଁ କେତେ ପରିମାଣର ବିହନ ବ୍ୟବହାର କରିଥାଆନ୍ତି I ଉପରେ ଦର୍ଶିତ ବିହନହାର ଚାର୍ଟକୁ ବ୍ୟବହାର କରି ନିଜ ନିଜ ଜମି ପାଇଁ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସାହାଯ୍ୟ କରନ୍ତୁ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020