অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୁଣିବା ଅବସ୍ଥା (ବ୍ୟାକ୍ଟେରିଆ କଲଚର୍ ବ୍ୟବହାର)

ରବି ଫସଲର ବୁଣିବା ଅବସ୍ଥା (ବ୍ୟାକ୍ଟେରିଆ କଲଚର୍ ବ୍ୟବହାର)

ପୃଷ୍ଠଭୁମୀ

ଜୀବାଣୁ ସାରରେ ଜୀବନ୍ତ ସୂକ୍ଷ୍ମ ଜୀବାଣୁସବୁ ରହିଥାଏ ଯାହା ମାଟିରେ ପ୍ରାକୃତିକ ଭାବେ ଯବାକ୍ଷାରଯାନ ବାନ୍ଧିରଖି ଫସଲକୁ ପୋଷକ ଯୋଗାଇଥାଏ I ଜୈବିକ ସାରରେ ଥିବା ଏହି ସବୁ ସୂକ୍ଷ୍ମଜୀବାଣୁ ମୃତ୍ତିକାର ପ୍ରାକୃତିକ ପୋଷକ ଚକ୍ର ବଜାୟ ରଖି ମୃତ୍ତିକାର ଜୈବ ପଦାର୍ଥକୁ ନିର୍ମାଣ କରିଥାଏ I ଜୀବାଣୁ ସାର ବ୍ୟବହାର କଲେ ଫସଲ ସୁସ୍ଥ ଭାବେ ବଢିବା ସହ ଏହା ଚିରନ୍ତନ ଭାବେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବୃଦ୍ଧିକରିଥାଏ I ତେଣୁ ଜୀବାଣୁ ସାର ମୃତ୍ତିକାର ଉର୍ବରତାକୁ ବୃଦ୍ଧିକରିବା ସହ ଏହା ଫସଲର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରିଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଜୀବାଣୁ ସାରର ମହତ୍ୱ ବିଷୟରେ ଶିକ୍ଷାଦାନ କରିବା ସହ ଏହାର ବ୍ୟବହାର ବିଷୟରେ ସଚେତନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କର ଜୀବାଣୁ ସାର ବିଷୟରେ ଜ୍ଞାନକୁ ଆକଳନ କରନ୍ତୁ ଏବଂ ସେମାନେ ସାଧାରଣ ଭାବେ ବ୍ୟବହାର କରୁଥିବା କିଛି ଜୀବାଣୁସାରର ନାମ ପଚାରି ବୁଝନ୍ତୁ I ସେମାନଙ୍କୁ ପଚାରି ବୁଝନ୍ତୁ ଯେ ଆବଶ୍ୟକ ବେଳେ ସେମାନେ ଜୀବାଣୁ ସାର ସଂଗ୍ରହ କରି ପାରନ୍ତି କି I ଏଥି ସହିତ ପଚାରନ୍ତୁ ଯେ ସେମାନେ ଡାଲି ଜାତୀୟ ଫସଲରେ ଚେର ଗଣ୍ଠିକୁ ଦେଖିଛନ୍ତି କି I

ସୋପାନ -: ଜୈବିକ ସାର ’ଣ ?: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଜୀବାଣୁ ସାରରେ ଜୀବନ୍ତ ସୂକ୍ଷ୍ମଜୀବାଣୁସବୁ ରହିଥାଏ I ଯେତେବେଳେ ଏହାକୁ ବିହନ, ଫସଲ ଉପରେ କିମ୍ବା ମୃତ୍ତିକାରେ ପ୍ରୟୋଗ କରାଯାଏ ଏହା ମାଟିର ଉପରଅଂଶ କିମ୍ବା ଗଛରେ ନିଜର ବଂଶ ବିସ୍ତାର କରି ପୋଷିତ ଗଛକୁ ଆବଶ୍ୟକ ପୋଷକ ପ୍ରଦାନ କରି ଏହାର ବୃଦ୍ଧିକୁ ସାହାଯ୍ୟ କରିଥାଏ I ଜୀବାଣୁ ସାର ଅଧିକ ମହଙ୍ଗା ନୁହେଁ ଏବଂ ଏହାକୁ ଗରୀବ ଚାଷୀମାନେ ମଧ୍ୟ ବ୍ୟବହାର କରିପାରିବେ I ଜୀବାଣୁସାର ପରିବେଶ ପାଇଁ ଅନୁକୂଳ ହେବା ସହ ଏହା ପରିବେଶକୁ ପ୍ରଦୂଷକରୁ ରକ୍ଷା କରିଥାଏ ଏବଂ ମୃତ୍ତିକାର ପୋଷାକ ମାନକୁ ମଧ୍ୟ ବଢ଼ାଇ ଥାଏ I ଜୀବାଣୁ ସାରର ମୁଖ୍ୟ ଉତ୍ସ ସବୁ ହେଉଛି, ବ୍ୟାକ୍ଟେରିଆ, ଫିମ୍ପି ଏବଂ ସାଇନୋବ୍ୟାକ୍ଟେରିଆ (ନୀଳହରିତ ଶୈବାଳ) I ଜୀବାଣୁ ସାର ପାଇଁ ବହୁଳ ଭାବେ ବ୍ୟାକ୍ଟେରିଆ କଲଚର୍ , ଆଜୋଲା, ନୀଳହରିତ ଶୈବାଳ ଇତ୍ୟାଦି ବ୍ୟବହାର କରାଯାଏ I

ସୋପାନ -: ଜୈବ ସାର ଏବଂ ଜୈବିକ ଖତ ମଧ୍ୟରେ ପ୍ରଭେଦ କ’ଣ : ଚାଷୀମାନଙ୍କୁ ଜୀବାଣୁ ସାର ଏବଂ ଜୈବିକ ଖତ ମଧ୍ୟରେ ଥିବା ପ୍ରଭେଦକୁ ବୁଝାନ୍ତୁ I ସେମାନଙ୍କୁ କୁହନ୍ତୁ ଯେ ଜୀବାଣୁ ସାର ହେଉଛି ଉପକାରୀ ଜୀବାଣୁଦ୍ୱାରା ସଂରଚିତ ହୋଇଥିବା ଜୈବିକ ପଦାର୍ଥ ଯାହା ସୂକ୍ଷ୍ମ ଜୀବାଣୁମାନଙ୍କୁ ନେଇ ଗଠିତ ଯେପରିକି ବ୍ୟାକ୍ଟେରିଆ, ଆଲଗି ଏବଂ ଫିମ୍ପି କିମ୍ବା ଏହିସବୁର ସମ୍ମିଶ୍ରଣ ଯହା ଫସଲର ଉତ୍ପାଦନକୁ ବୃଦ୍ଧିକରିଥାଏ I ଜୈବିକ ଖତ ପଶୁମାନଙ୍କ ଠାରୁ ଖତଭାବରେ କିମ୍ବା ଗଛ ଠାରୁ ସବୁଜ ଖତ ଭାବରେ ମିଳିଥାଏ I

ସୋପାନ -: ବ୍ୟାକ୍ଟେରିଆ କଲଚରକୁ କିପରି ବ୍ୟବହାର କରିବେ: ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ପାଇଁ ବିଭିନ୍ନ ପ୍ରକାର ରାଇଜୋବିୟମ କଲ୍ଚର ଉପଲବ୍ଧ ଅଛି I ରାଇଜୋବିୟମ କଲ୍ଚର ପାଇଁ ଆଜୋଟୋବାକ୍ଟର, ଆଜୋସ୍ପିରିଲମ୍ ଏବଂ ଫସଫରୋକଲ୍ଚର ଇତ୍ୟାଦି ବ୍ୟବହାର କରି ହେବ I କିନ୍ତୁ ପରିମାଣ ଅଲଗା ଅଲଗା ହୋଇପାରେ I ପ୍ରୟୋଗ କରିବା ହାର ହେଉଛି ଆଜୋଟୋବାକ୍ଟର, ଆଜୋସ୍ପିରିଲମ୍ ପାଇଁ ଏକର ପିଛା ୧୨୦୦ ଗ୍ରାମ ରୁ ଦୁଇ କିଲୋଗ୍ରାମ ପର୍ଯ୍ୟନ୍ତ ଏବଂ ଫସଫରୋକଲ୍ଚର ପାଇଁ ଏକର ପିଛା ୧୬୦୦ ଗ୍ରାମ I କମ୍ପୋଷ୍ଟ ସହ ମିଶ୍ରଣ କରି ବ୍ୟାକ୍ଟେରିଆ କଲଚରକୁ ବ୍ୟବହାର କରିହେବ I ଚାରା ରୋଇବା ପୂର୍ବରୁ ଏହାର ଚେରକୁ ବ୍ୟାକ୍ଟେରିଆ କଲ୍ଚର ମିଶ୍ରଣରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖିହେବ I

ଅଂଶଗ୍ରହଣକାରୀମାନଙ୍କୁ ବ୍ୟାକ୍ଟେରିଆ କଲଚର୍ ବ୍ୟବହାର ପଦ୍ଧତିକୁ ପ୍ରଦର୍ଶନ କରନ୍ତୁ I

  • କଲଚରକୁ ବିହନ କିମ୍ବା ଖତ ସହ ମିଶ୍ରଣ କରନ୍ତୁ I
  • ପ୍ରଥମେ ୨୦୦ ଗ୍ରାମ ରାଇଜୋବିୟମ କଲ୍ଚରକୁ ପାଣିସହ ମିଶାଇ ଏକ ମଣ୍ଡ ପ୍ରସ୍ତୁତ କରନ୍ତୁ I
  • ଏକ ଏକର ଜମି ପାଇଁ ଦରକାର ହେଉଥିବା ବିହନକୁ ଏହି ମଣ୍ଡ ସହ ଉପଚାର କରନ୍ତୁ I
  • ଏହାକୁ ଛାଇରେ ଶୁଖାଇଲା ପରେ ବିହନକୁ ବୁଣି ହେବ I

ଆଜୋଲାକୁ କିପରି ବ୍ୟବହାର କରାଯାଏ : ଆଜୋଲା ହେଉଛି ଏକ ପ୍ରକାର ପାଣି ଦଳ I ଆଜୋଲା ବ୍ୟବହାର କଲେ ଏକ ଏକର ପ୍ରତି ୧୦ ରୁ ୧୨ କେ.ଜି. ଯବାକ୍ଷାରଯାନ ମୃତ୍ତିକାକୁ ମିଳିଥାଏ I

  • ରୋଇବାର ସାତଦିନ ପରେ ୪ ରୁ ୫ କ୍ୟୁଣ୍ଟାଲ ଆଜୋଲା ପ୍ରୟୋଗ କରନ୍ତୁ I
  • ଜମିରେ ଏହା ଖେଳାଇ ହୋଇଯିବା ପରେ ଜମିରୁ ଜଳ ନିଷ୍କାସନ କରି ଦିଅନ୍ତୁ I
  • ଏହା ମାଟିରେ ବିଘଟନ ହେବା ଆରମ୍ଭ ହୋଇଯାଏ I
  • ବୁଣା ଧାନ ଚାଷ କରିଥିଲେ ଆଜୋଲାକୁ ବେଉଷଣ ସରିଲାପରେ ପ୍ରୟୋଗ କରିହେବ I

ନୀଳହରିତ ଶୈବାଳ କିପରି ବ୍ୟବହାର କରାଯାଏ : ନୀଳହରିତ ଶୈବାଳ ସବୁଠାରୁ ସରଳ ଜୀବନ୍ତ ଜୀବାଣୁ ଯାହା ଅଣ-ଜୈବିକ ପଦାର୍ଠାରୁ ମଧ୍ୟ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ସମର୍ଥ ହୋଇଥାଏ I ଏହା ଅତି ସୁକ୍ଷ୍ମ ଜୀବ ଯାହା ବହୁଳ ଭାବେ ବିବିନ୍ନ ଜଳପ୍ରଦ ସ୍ଥାନରେ ଦେଖାଯାଇଥାଏ I ନୀଳହରିତ ଶୈବାଳର ବହୁତ ଅଧିକ ଆର୍ଥିକ ମହତ୍ୱ ଅଛି କାରଣ ଏହା ମାଟିରେ ଜୈବିକ ପଦାର୍ଥ ମିଶାଇ ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିଥାଏ I ନୀଳହରିତ ଶୈବାଳ ପ୍ରୟୋଗ କଲେ ଏକର ପିଛା ୧୦ ରୁ ୧୨ କେ.ଜି. ଯବାକ୍ଷାରଯାନ ମିଳିଥାଏ I

  • ଧାନ ରୋଇବାର ସାତଦିନ ପରେ ୪ ରୁ ୫ କ୍ୟୁଣ୍ଟାଲ ଆଜୋଲା ପ୍ରୟୋଗ କରନ୍ତୁ I
  • ତିନି ସପ୍ତାହ ପରେ ଏହାକୁ ଜମିରେ ଖେଳାଇ ମିଶେଇବା ପାଇଁ ଜଳ ନିଷ୍କାସନ କରି ଦିଅନ୍ତୁ I
  • ବୁଣା ଧାନ ଚାଷ କରିଥିଲେ ଆଜୋଲାକୁ ବେଉଷଣ ସରିଲାପରେ ପ୍ରୟୋଗ କରିହେବ I

ଉପସଂହାର

ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଜୀବାଣୁ ସାର, ରସାୟନିକ ସାର ଏବଂ ଜୈବିକ ଖତ ମଧ୍ୟରେ ପ୍ରଭେଦକୁ ଜାଣି ପାରୁଅଛନ୍ତି କି I ନିଜ ନିଜର ଅଞ୍ଚଳରେ ମିଳୁଥିବା କିଛି ଜୈବିକ ସାର/ ବ୍ୟାକ୍ଟେରିଆ କଲଚରର ନାମ କହିବାକୁ ସେମାନଙ୍କୁ ଉତ୍ସାହିତ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate