অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୃଦ୍ଧୀୟ ଅବସ୍ଥା (ଅନ୍ତଃ ଚାଷ)

ରବି ଫସଲର ବୃଦ୍ଧୀୟ ଅବସ୍ଥା (ଅନ୍ତଃ ଚାଷ)

ଲକ୍ଷ୍ୟ

ରବି ଫସଲର ବୃଦ୍ଧୀୟ ଅବସ୍ଥାରେ ମାଟି ଓ ଜଳ ପରିଚାଳନା ବିଷୟରେ ମହିଳା ଚାଷୀମାନଙ୍କୁ ଅଧିକ ଶିକ୍ଷାଦାନ କରିବା I

ଶିକ୍ଷଣ ଉଦ୍ଦେଶ୍ୟ

  • ରବି ଫସଲର ବୃଦ୍ଧୀୟ ଅବସ୍ଥାରେ ସମନ୍ନିତ ଖାଦ୍ୟସାର, ଜଳ, ତୃଣ ଏବଂ ରୋଗପୋକ ପରିଚାଳନା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I
  • ଫସଲର ଉତ୍ତମ ବୃଦ୍ଧି, ବିହନ ଅଙ୍କୁରଣ, ଚେର ବୃଦ୍ଧି, ଗଛର ବର୍ଦ୍ଧନ, ଫସଲ ପାକଳ ପାଇଁ ଅନୂକୁଳ ବାତାରରଣ ସୃଷ୍ଟି କରିବା ପାଇଁ ଶିକ୍ଷାଦାନ କରିବା I

ପ୍ରୟୋଜନ

ଚାଷୀମାନଙ୍କ ମଧ୍ୟରେ କୃଷି କାର୍ଯ୍ୟର ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ସମ୍ବନ୍ଧରେ ଜ୍ଞାନର ଅଭାବ ଥିଲେ ଫସଲରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର, କୀଟ ନାଶକ ଏବଂ ଜଳର ସମ୍ପୂର୍ଣ ଉପଯୋଗ ହୋଇପାରେ ନାହିଁ I ଏହା ଦ୍ୱାରା ଫସଲର ଅମଳ କମିଯାଏ ଏବଂ ଲାଭ ମଧ୍ୟ କମ ହୋଇଥାଏ I ତେଣୁ ଚାଷୀମାନଙ୍କୁ କୃଷିକାର୍ଯ୍ୟ ପାଇଁ ଆଧୁନିକ ଜ୍ଞାନ କୌଶଳ ବିଷୟରେ ଶିକ୍ଷାଦାନ କରିବା ଆବଶ୍ୟକ ହୋଇଥାଏ I

ରବି ଫସଲର ବୃଦ୍ଧୀୟ ଅବସ୍ଥା ପାଞ୍ଚ ଗୋଟି ମଡ୍ୟୁଲକୁ ନେଇ ଗଠିତ ହୋଇଅଛି

  • ଅଧିବେଶନ ୬.୧ ଅନ୍ତଃ ଚାଷ
  • ଅଧିବେଶନ ୬.୨ ଶୀର୍ଷ ସାର ପ୍ରୟୋଗ
  • ଅଧିବେଶନ ୬.୩ ଜଳ ପରିଚାଳନା
  • ଅଧିବେଶନ ୬.୪ ତୃଣ ପରିଚାଳନା
  • ଅଧିବେଶନ ୬.୫ ସମନ୍ନିତ ରୋଗ ପୋକ ପରିଚାଳାନା

ଅନ୍ତଃ ଚାଷ

ଅଧିବେଶନ ୬.୧

ଅନ୍ତଃ ଚାଷ I

ଉଦ୍ଦେଶ୍ୟ

ଫସଲର ଉତ୍ତମ ବୃଦ୍ଧି ପାଇଁ ଅନ୍ତଃ ଚାଷର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଫସଲର ବୃଦ୍ଧିପାଇଁ ଅନ୍ତଃ ଚାଷର ମହତ୍ୱ ବିଷୟରେ ବୁଝାଇବା ଏବଂ ସେମାନଙ୍କୁ ସଚେତନ କରିବା ଯେ ଉତ୍ତମ ଜଳ ସେଚନ, ମୃତ୍ତିକାରେ ବାୟୁ ସଞ୍ଚାରଣ ଏବଂ ତୃଣ ଦମନରେ ଅନ୍ତଃ ଚାଷ କିପରି ଭାବେ ସାହାଯ୍ୟ କରିଥାଏ I ଏହାପରେ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଖୁରପି, ଫାଉଡା, ଟ୍ରେଞ୍ଚ ହୋ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ 40 ମିନିଟ୍ |

ପୃଷ୍ଠଭୁମୀ

ବୁଣା କାର୍ଯ୍ୟ ଏବଂ ଅମଳ କାର୍ଯ୍ୟ ମଧ୍ୟରେ ମାଟି ଉପରେ କରାଯାଉଥିବା ସବୁ ହାଲୁକା ଚାଷକାମକୁ ଅନ୍ତଃ ଚାଷ କୁହାଯାଏ I ଅନ୍ତଃ ଚାଷ ତୃଣ ଦମନ, ମୃତ୍ତିକାରେ ବାୟୁ ସଞ୍ଚାଳନ, ଗୁଣ୍ଡ ମାଟି ଯୋଗୁଁ ଭଲ ଚେର ବୃଦ୍ଧି, ଉତ୍ତମ ଜଳ ସେଚନ, ଜଳ ନିଷ୍କାସନ ଏବଂ ଓଦା ମାଟିକୁ ଶୁଖିବା ପାଇଁ ସାହାଯ୍ୟ କରିଥାଏ I କୋଡା ଖୋସା କରିବା ଦ୍ୱାରା ଏହା ସାରକୁ ଅଛାଦିତ କରିବା ସହ ପବନରେ ଗଛକୁ ତଳେ ପଡିବା ପାଇଁ ଦିଏ ନାହିଁ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଉତ୍ତମ ଫସଲ ବୃଦ୍ଧି ପାଇଁ ଅନ୍ତଃ ଚାଷର ମହତ୍ୱ ବିଷୟରେ ବୁଝାଇବାରେ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କ ସହ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା କୋଡା ଖୋସା ବିଷୟରେ ଆଲୋଚନା କରନ୍ତୁ I ଏହା ସହ ଅନ୍ତଃ ଚାଷ କରିବା ପାଇଁ ସେମାନେ ବ୍ୟବହାର କରୁଥିବା ବିଭିନ୍ନ କୃଷି ଉପକରଣ ସମ୍ପର୍କରେ ପଚାରନ୍ତୁ I ଏହା ସହ ସେମାନଙ୍କୁ ଅନ୍ତଃ ଚାଷ ଉପକାରିତା ବିଷୟରେ ବର୍ଣ୍ଣନା କରିବାକୁ କୁହନ୍ତୁ I

ସୋପାନ -: ଅନ୍ତଃ ଚାଷ କ’ଣ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ବୁଣା କାର୍ଯ୍ୟ ଏବଂ ଅମଳ କାର୍ଯ୍ୟ ମଧ୍ୟରେ ମାଟି ଉପରେ କରାଯାଉଥିବା ସବୁ ହାଲୁକା ଚାଷକାମକୁ ଅନ୍ତଃ ଚାଷ କୁହାଯାଏ I ଅନ୍ତଃ ଚାଷ ଦ୍ୱାରା ମୃତ୍ତିକାର ଉପର ଭାଗ ଗୁଣ୍ଡ ହୋଇ ତୃଣ ଦମନରେ (ଅବାଂଛିତ ଗଛ) ସାହାଯ୍ୟ କରିବ ସହ ମୃତ୍ତିକାରେ ବାୟୁ ସଞ୍ଚାଳନ କରି ସୂକ୍ଷ୍ମଜୀବାଣୁମାନଙ୍କର ଗତିବିଧିକୁ ବଢାଇଥାଏ I ଅନ୍ତଃ ଚାଷ ଦ୍ୱାରା ମାଟିକୁ ଶୁଖିଲା ଘାସ, କୁଟା, ପତ୍ର, ନଡା ଗୁଣ୍ଡ ଦ୍ୱାରା ଆଚ୍ଛIଦିତ କରାଗଲେ ଏହା ଜମିରେ ଆର୍ଦ୍ରତା ବଜାୟ ରଖିବା ପାଇଁ ସାହାଯ୍ୟ କରିଥାଏ I ଏହି ସବୁ କାର୍ଯ୍ୟ ଅନେକ ପ୍ରକାର ଉପକରଣ ଯଥା ହୋ, ଲଙ୍ଗଳ, ହାରୋ, ରୋଟାରୀ ହୋ ଇତ୍ୟାଦି ବ୍ୟବହାର କରାଯାଏ I କୋଡା ଖୋସା ସାଧାରଣ ଭାବେ ଅନ୍ତଃ ଚାଷ ପାଇଁ ବ୍ୟବହାର କରାଯାଏ ଏବଂ ବୁଣିବାର ତିନି ସପ୍ତାହ ପରେ ବେଉଷଣ କରାଯାଏ I ଅନ୍ତଃ ଚାଷ କରିବା ପାଇଁ ଖୁରପୀ, ଫାଉଡା, ଟ୍ରେଞ୍ଚ ହୋ ଇତ୍ୟାଦି ବ୍ୟବହାର କରାଯାଇଥାଏ I

ସୋପାନ -: ରବି ଋତୁରେ ଅନ୍ତଃ ଚାଷ କରିବା ସମୟରେ ସାବଧାନତା: କୋଡା ଖୋସା ସାଧାରଣ ଭାବେ ଅନ୍ତଃ ଚାଷ ପାଇଁ ବ୍ୟବହାର କରାଯାଏ ଏବଂ ବୁଣିବାର ତିନି ସପ୍ତାହ ପରେ ବେଉଷଣ କରାଯାଏ I ଅନ୍ତଃ ଚାଷ କରିବା ପାଇଁ ଖୁରପୀ, ଫାଉଡା, ଟ୍ରେଞ୍ଚ ହୋ ଇତ୍ୟାଦି ବ୍ୟବହାର କରାଯାଇଥାଏ I ରୁଆ ଯାଉଥିବା ପରିବା ଫସଲ ଯଥା ବିଲାତି ବାଇଗଣ୍, ବନ୍ଧାକୋବି, ଫୁଲକୋବି, ଶିମଲା ମିର୍ଚ୍ଚ ଇତ୍ୟାଦି ଫସଲ ପାଇଁ ରୋଇବାର ୧୫ ରୁ ୨୦ ଦିନ ପରେ କୋଡା ଖୋସା କରିବା ଉଚିତ I କମ ବ୍ୟବଧାନରେ ଲଗାଯାଇଥିବା ମୂଳା, ଗାଜର, ବିନ୍ସ, ମଟର ଇତ୍ୟାଦି ଫସଲରେ କୋଡା ଖୋସା କରିବା ବେଳେ ଚେରକୁ ନଷ୍ଟ କରନ୍ତୁ ନାହିଁ I କୋଡା ଖୋସା କରିସାରିବା ପରେ ଯବାକ୍ଷାରଯାନ ପ୍ରୟୋଗ କରି ବେଉଷଣ କରନ୍ତୁ I ଉତ୍ତମ ଜଳ ସେଚନ ପାଇଁ କରନାଳୀ ସବୁ ସମାନ ଆକାରର ହେବା ଉଚିତ I ବେଉଷଣ କାମ କରିବା ପାଇଁ ଫାଉଡା ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରାଯାଇପାରିବ I ଅଣ ଓସାରିଆ ବ୍ୟବଧାନ ଥିବା ଫସଲରେ ବେଉଷଣ କାମ କରିବା ପାଇଁ କମ ଚଉଡା-ବିଶିଷ୍ଟ ଫାଉଡା ବ୍ୟବହାର କରନ୍ତୁ I

ସୋପାନ -: ଅନ୍ତଃ ଚାଷ କରିବା ସମୟରେ ସାବଧାନତା: ଅନ୍ତଃ ଚାଷ କରିବା ସମୟରେ ଚାଷୀମାନଙ୍କୁ ଏହି ସବୁ ସାବଧାନତା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତୁ:

  • ଅନ୍ତଃ ଚାଷ କରିବା ସମୟରେ ଗଛକୁ କିମ୍ବା ଗଛ ଚେରକୁ କ୍ଷତି କରନ୍ତୁ ନାହିଁ I
  • ଫୁଲ ଧରିବା ପରେ ଚିନାବାଦାମ ଫସଲରେ ଅନ୍ତଃ ଚାଷ କରନ୍ତୁ ନାହିଁ I
  • କୋଡା ଖୋସା କରିବା ସମୟରେ ପତ୍ର କିମ୍ବା ଛୋଟ ଛୋଟ ଡାଳ ପତ୍ରକୁ କ୍ଷତି କରନ୍ତୁ ନାହିଁ I
  • ସହଜ ଜଳ ନିଷ୍କାସନ ପାଇଁ ନିଷ୍କାସନ ନାଳୀକୁ ମୁଖ୍ୟ ନାଳୀ ସହ ସଂଯୋଗ କରନ୍ତୁ I
  • ଗଡାଣିଆ ସ୍ଥାନରେ ଆଡି ପ୍ରସ୍ତୁତ କରନ୍ତୁ I

ଉପସଂହାର

କୌଣସି ଜଣେ ଚାଷୀଙ୍କୁ ଅନ୍ତଃ ଚାଷ ଅନ୍ତର୍ଗତ ଯେ କୌଣସି ଏକ କାର୍ଯ୍ୟ ଉଲ୍ଲେଖ କରିବାକୁ କୁହନ୍ତୁ ଏବଂ ନିଜ ଅଞ୍ଚଳରେ ଅନ୍ତଃ ଚାଷ ପାଇଁ ମିଳୁଥିବା ଉପକରଣ ବିଷୟରେ ପଚାରନ୍ତୁ I ଏହାସହ ଅନ୍ତଃ ଚାଷ କରିବା ସମୟରେ ଆବଶ୍ୟକ ସାବଧାନତା ବିଷୟରେ ବର୍ଣ୍ଣନା କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate