অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୃଦ୍ଧୀୟ ଅବସ୍ଥା (ଶୀର୍ଷ ସାର ପ୍ରୟୋଗ)

ରବି ଫସଲର ବୃଦ୍ଧୀୟ ଅବସ୍ଥା (ଶୀର୍ଷ ସାର ପ୍ରୟୋଗ)

ଅଧିବେଶନ ୬.୨

ଶୀର୍ଷ ସାର ପ୍ରୟୋଗ I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ଶୀର୍ଷ ସାର ପ୍ରୟୋଗ କଲେ ଫସଲର ଉତ୍ତମ ବୃଦ୍ଧି ହେବା ସହ ଅଣୁ ସାରର ଭଲ ପରିଚାଳନା ହୋଇଥାଏ I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଶୀର୍ଷ ସାର ପ୍ରୟୋଗର ଉପକାରିତା ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଜମି ଉପରେ ଠିଆ ହୋଇଥିବା ଫସଲରେ ସାର ପ୍ରୟୋଗର ପଦ୍ଧତ୍ତିକୁ ଶୀର୍ଷ ସାର ପ୍ରୟୋଗ କହନ୍ତି I ଏହାର ଉଦ୍ଦେଶ୍ୟ ହେଉଛି, ଫସଲର ଉତ୍ତମ ବୃଦ୍ଧି ସହ ଅମଳ ବଢାଇବା ପାଇଁ ଫସଲକୁ ପୋଷକ, ବିଶେଷତଃ ଯବାକ୍ଷାରଯାନ ତ୍ୱରିତ ମିଳୁଥିବା ଆକାରରେ ପ୍ରଦାନ କରାଯାଇଥାଏ I ଅଧିକ ଅମଳ ପାଇଁ ଚାଷୀମାନେ ଶୀର୍ଷ ସାର ପ୍ରୟୋଗର ସଠିକ କୌଶଳ ଜାଣିବା ଉଚିତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଶୀର୍ଷ ସାର କିପରି ଭାବେ ପ୍ରୟୋଗ କରନ୍ତି ଏବଂ ସେମାନେ କେଉଁ ସବୁ ସାର ସାଧାରଣ ଭାବେ ବ୍ୟବହାର କରନ୍ତି I ସାର ପ୍ରୟୋଗ କରିବା ସମୟରେ ସେମାନଙ୍କର ଅଭିଜ୍ଞତା ଏବଂ ସମ୍ମୁଖିନ ହୋଇଥିବା ସମସ୍ୟା ବିଷୟରେ ଅନ୍ୟମାନଙ୍କ ସହ ବାଣ୍ଟିବାକୁ କୁହନ୍ତୁ I ଏହାସହ ସାରର ଭୁଲ ପ୍ରୟୋଗ କାରଣରୁ କିଛି କ୍ଷତି ହୋଇଥିଲେ ସେ ବିଷୟରେ ଆଲୋଚନା କରନ୍ତୁ I

ସୋପାନ -: ଶୀର୍ଷ ସାର ପ୍ରୟୋଗ କ’ଣ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଫସଲର ବୃଦ୍ଧି ଏବଂ ଅମଳ ପାଇଁ ପୋଷକ ବା ଖାଦ୍ୟସାର ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ I ଜମିରେ ଥିବା ଫସଲରେ ସାର ପ୍ରୟୋଗ କରିବା ପ୍ରକ୍ରିୟାକୁ "ଶୀର୍ଷ ସାର" ପ୍ରୟୋଗ କୁହନ୍ତି I ସାଧାରଣତଃ ଗହମ ଓ ଧାନ ପରି କମ ବ୍ୟବଧାନରେ ଚାଷ କରାଯାଉଥିବା ଫସଲ ପାଇଁ ଶୀର୍ଷ ସାର ପ୍ରୟୋଗ କରାଯାଇଥାଏ I ଏହି ଶୀର୍ଷ ସାର ମଧ୍ୟରେ ସୋଡିଅମ ନାଇଟ୍ରେଟ୍, ଆମୋନିୟମ ନାଇଟ୍ରେଟ୍ ଏବଂ ୟୁରିଆ ଅନ୍ତର୍ଭୁକ୍ତ ଯେଉଁଥିରେ ବଢନ୍ତି ଫସଲ ପାଇଁ ଖାଦ୍ୟସାର ତ୍ୱରିତ ମିଳୁଥିବା ଅବସ୍ଥାରେ ରହିଥାଏ I ଏହା ବିପରୀତ ମକା ଏବଂ କପା ଫସଲ ପରି ଅଧିକ ବ୍ୟବଧାନ ରଖି ଚାଷ କରାଯାଉଥିବା ଫସଲର ଧାଡିରେ ପ୍ରୟୋଗ କରାଯାଉଥିବା ସାରକୁ "ପାର୍ଶ୍ୱ ସାର" କୁହନ୍ତି I ଚାଷୀମାନଙ୍କୁ କୁହନ୍ତୁ ଯେ ପତ୍ର ଓଦା ଥିବା ସମୟରେ ଶୀର୍ଷ ସାର ପ୍ରୟୋଗ କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ଫସଲର ପତ୍ର ଜଳି ଯିବାର କିମ୍ବା ପୋଡି ଯିବାର ଆଶଙ୍କା ଥାଏ I

ସୋପାନ -: ଶୀର୍ଷ ସାର ପ୍ରୟୋଗ ସମୟରେ ସାବଧାନତା: ଚାଷୀମାନଙ୍କୁ କୁହନ୍ତୁ ଯେ ଠିଆ ହୋଇଥିବା ଫସଲରେ ଶୀର୍ଷ ସାର ପ୍ରୟୋଗ କରିବା ବେଳେ ନିମ୍ନ ଲିଖିତ ସାବଧାନତା ଗ୍ରହଣ କରିବା ଉଚିତ :

  • ଫସଫରସ୍ ଥିବା ସାର ଯେପରିକି ସିଙ୍ଗେଲ ସୁପର ଫସଫେଟ୍, ଡିଏପି, ଏନପିକେ (୨୮:୨୮:୦), ଏନପିକେ (୧୦:୨୬:୨୬) ଇତ୍ୟାଦି ଶୀର୍ଷ ସାର ପାଇଁ ବ୍ୟବହାର କରନ୍ତୁ ନାହିଁ I ଏହି ସବୁ ସାରକୁ ମୂଳ ସାର ଭାବେ ବ୍ୟବହାର କରିବା ଉଚିତ I
  • ଅନ୍ତଃ ଚାଷ କିମ୍ବା ଫୁଲ ଧରିବା ସମୟରେ ୟୁରିଆ, କ୍ୟାଲସିୟମ୍ ଅମୋନିୟମ୍ ନାଇଟ୍ରେଟ୍, ଏବଂ ଅମୋନିୟମ୍ ସଲଫେଟ୍ ଇତ୍ୟାଦି ସାର ପ୍ରୟୋଗ କରିବା ଉଚିତ I
  • ବାଲିଆ କିମ୍ବା କିଛି ନିର୍ଦ୍ଦିଷ୍ଟ ଫସଲ ପାଇଁ ଏମଓପି ଶୀର୍ଷ ସାରଭାବେ ବ୍ୟବହାର କରାଯାଇପାରେ I
  • ପ୍ରୟୋଗ ସମୟରେ ସାର ଗଛ ସହ ସିଧା ସଳଖ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ I
  • କିଛି କ୍ଷେତ୍ରରେ ବୋରୋନ, ଜିଙ୍କ୍ ଏବଂ ମଲିବଡିନମ୍ ପରି ଅଣୁସାରର ଅଭାବ ପରିଲକ୍ଷିତ ହୋଇଥାଏ I ଏହାକୁ ପୂରଣ କରିବାପାଇଁ ଅଣୁସାର ପ୍ରୟୋଗ କରନ୍ତୁ I

ସୋପାନ -: ବିଭିନ୍ନ ରବି ଫସଲରେ ଶୀର୍ଷ ସାର ପ୍ରୟୋଗ: ଶୀତ ଋତୁରେ ଫସଲର ବୃଦ୍ଧି ଅପେକ୍ଷାକୃତ ଭାବେ କମ ହୋଇଥାଏ I ଯବାକ୍ଷାରଯାନ ଫସଲର ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ I ତେଣୁ ବୁଣିବା କିମ୍ବା ରୋଇବାର ପନ୍ଦର ଦିନପରେ ଯବାକ୍ଷାରଯାନ ପ୍ରୟୋଗ କରିବା ଉଚିତ I ଫସଲକୁ ଯବାକ୍ଷାରଯାନ ଉପଲବ୍ଧ କରାଇବା ପାଇଁ କ୍ୟାଲସିୟମ୍ ଅମୋନିୟମ୍ ନାଇଟ୍ରେଟ୍ କିମ୍ବା ଅମୋନିୟମ୍ ସଲଫେଟ୍ ସାର ପ୍ରୟୋଗ କରାଯାଇପାରେ I ପ୍ରଥମ ଶୀର୍ଷ ସାର ପ୍ରୟୋଗ କରିବାର ୧୫ ରୁ ୨୦ ଦିନ ପରେ ଦ୍ୱିତୀୟ ଶୀର୍ଷ ସାର ପ୍ରୟୋଗ କରିବା ଉଚିତ I ଏହି ଚାର୍ଟକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହା ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ଶୀର୍ଷ ସାର ପରିମାଣ ଏବଂ ପ୍ରୟୋଗ କରିବାର ସମୟ ବିଷୟରେ ସୂଚନା ଦେବ:

କ୍ର. ନଂ.

ଫସଲର ନାମ

ଏକର ପିଛା ସାର ପ୍ରୟୋଗର ପରିମାଣ

1

ବିଲାତି ବାଇଗଣ

ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୬ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I

2

ଆଳୁ

ରୋଇବାର ତିନି ସପ୍ତାହ ପରେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ପ୍ରଥମ ଶୀର୍ଷ ସାର ପ୍ରୟୋଗର ୧୫ ରୁ ୨୦ ଦିନ ପରେ ୨୦ କେ.ଜି. ଯବାକ୍ଷାରଯାନ ଏବଂ ୨୦କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I

3

ଫୁଲକୋବି

ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୦ କେ.ଜି. ଯବାକ୍ଷାରଯାନ ଏବଂ ୧୦ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I

4

ବନ୍ଧାକୋବି

ରୋଇବାର ପନ୍ଦରତମ ଏବଂ ତିରିଶତମ ଦିନରେ ପ୍ରତ୍ୟେକ ଥର ୨୪ କେ.ଜି. ଯବାକ୍ଷାରଯାନ ଏବଂ ୧୨ କେ.ଜି. ପଟାସ୍ ପ୍ରୟୋଗ କରନ୍ତୁ I

5

ବିନ୍ସ, ମୂଳା ଏବଂ ଗାଜର

ରୋଇବାର ତିନି ସପ୍ତାହ ପରେ ୧୦ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I

6

ସୋରିଷ

ଜଳ ସେଚନ ଅବସ୍ଥାରେ ରୋଇବାର ତିନି ସପ୍ତାହ ପରେ ୧୦ କେ.ଜି. ଯବାକ୍ଷାରଯାନ ପ୍ରୟୋଗ କରନ୍ତୁ I


ସୋପାନ
-: ଖାଦ୍ୟସାର ଅପୂର୍ଣତାକୁ ଚିହ୍ନଟ କରିବା: ଖାଦ୍ୟସାର ଅପୂର୍ଣତାକୁ ଚିହ୍ନଟ କରିବା: ଯେତେବେଳେ ଫସଲରେ ଖାଦ୍ୟସାରର ଅଭାବ ପରିଲକ୍ଷିତ ହୁଏ ଏହାକୁ କିଛି ଲକ୍ଷଣ ମାଧ୍ୟମରେ ଜାଣିହେବ ଏବଂ ଏହାକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇହେବ I ଫସଲରେ ଖାଦ୍ୟସାରର ଅଭାବକୁ ଜାଣିବା ପାଇଁ ପରୀକ୍ଷାଗାରରେ ଗଛ କିମ୍ବା ମାଟିକୁ ପରିକ୍ଷଣ କରି ଜାଣିହେବ I କିନ୍ତୁ ସବୁବେଳେ ପରୀକ୍ଷାଗାରକୁ ଯିବା ସମ୍ଭବ ହୋଇ ନ ଥାଏ, କିନ୍ତୁ, ଏହି ଅଭାବକୁ ସହଜରେ ଫସଲର କିଛି ଲକ୍ଷଣକୁ ଦେଖି ଜାଣିହେବ I ଯଦି ଗଛ ସମ୍ପୂର୍ଣଭାବେ ପ୍ରଭାବିତ ହୋଇ ଅଛି, ତେବେ ଏହା ଯବାକ୍ଷାରଯାନ କିମ୍ବା ଫସଫରସ୍ ଅଭାବ କାରଣରୁ ହୋଇଥାଇପାରେ I ଯବାକ୍ଷାରଯାନ ନିଅଣ୍ଟିଆ ହେଲେ ପତ୍ରସବୁ ଫିକା ପଡିଯାଇଥାଏ ଅଥବା ସବୁଜ କିମ୍ବା ହଳଦିଆ ରଙ୍ଗର ହୋଇଯାଏ I ଫସଫରସ୍ ଅଭାବରେ ପତ୍ର ଘନ ସବୁଜ ରଙ୍ଗର ହୋଇଥାଏ I ଅଳ୍ପ କିଛି କ୍ଷେତ୍ରରେ ଏହା ଗାଢ ଏବଂ ଘନ ବାଦାମୀ ରଙ୍ଗର ହୋଇଥାଏ I ଅତ୍ୟଧିକ ଥଣ୍ଡା ଜଳବାୟୂରେ ମକା ଗଛ ମାଟିରୁ ଫସଫରସ୍ ଶୋଷଣ କରିପାରେ ନାହିଁ I ତେଣୁ ମାଟିରେ ଫସଫରସ୍ ପ୍ରୟୋଗ କଲେ ମଧ୍ୟ ଏଥିରେ ଫସଫରସ୍ ନିଅଣ୍ଟିଆ ଲକ୍ଷଣସବୁ ଦେଖା ଦେଇଥାଏ I

ଯଦି ଲକ୍ଷଣସବୁ ପୁରୁଣା ପତ୍ରରେ ଦେଖାଯାଏ, ତେବେ ଏଥିରେ ପଟାସ୍, ମ୍ୟାଗ୍ନେସିୟମ୍ କିମ୍ବା ମଲିବଡିନମ୍ ଅଭାବ କାରଣରୁ ହୋଇଥାଏ I ପଟାସ୍ ଅଭାବ ହେଲେ ବିବର୍ଣିତ ଦାଗ କିମ୍ବା ଫିକା ଦାଗ ଦେଖା ଦେଇଥାଏ I ଏହି ଲକ୍ଷଣସବୁ ପ୍ରାୟତଃ ପତ୍ର ଧାରରେ ଦେଖାଯାଇଥାଏ I ମ୍ୟାଗ୍ନେସିୟମ୍ ଅଭାବରେ ପତ୍ରର ଶିରା ସବୁଜ ଦେଖାଯାଏ କିନ୍ତୁ ମଝିରେ ମଝିରେ ଶୁଖିଲା ଦାଗ ସବୁ ଦେଖାଯାଏ I ବେଳେ ବେଳେ ପତ୍ର ଅଗ ଉପରକୁ ମୋଡି ହୋଇ ରହିଥାଏ I

ଯଦି ଲକ୍ଷଣସବୁ ନୁଆ ପତ୍ରରେ ଦେଖାଯାଏ ତେବେ ଏହା ଫସଲରେ ସଲଫର, ଲୌହ, ମାଙ୍ଗାନିଜ, କିମ୍ବା କପର୍ ଅଭାବ କାରଣରୁ ହୋଇଥାଏ I ଲୌହ କିମ୍ବା ମାଙ୍ଗାନିଜ ଅଭାବ ହେଲେ ପତ୍ର ସବୁଜ ଥିବା ସତ୍ତ୍ୱେ ପତ୍ର ଅଗ ହଳଦିଆ ପଡିଯାଇଥାଏ I ଯଦି ପୂରା ପତ୍ର ହଳଦିଆ ପଡିଯାଇଥାଏ, ତେବେ ଏହା ସଲଫର୍ କିମ୍ବା କପର୍ ଅଭାବ ଯୋଗୂଁ ହୋଇଥାଏ I

ଜିଙ୍କ୍ (ଦସ୍ତା) ଅଭାବରୁ ଦେଖାଯାଉଥିବା ଲକ୍ଷଣସବୁ ଉଭୟ ନୂଆ ତଥ୍ୟ ପୁରୁଣା ପତ୍ରରେ ଦେଖାଯାଇଥାଏ I ଯଦି ପତ୍ର ବାହାରିବା ଆଗରୁ ଛୋଟ ଡାଳରେ ଲକ୍ଷଣ ଦେଖାଦିଏ, ତେବେ ଏହା କ୍ୟାଲସିୟମ୍ କିମ୍ବା ବୋରନ୍ କାରଣରୁ ହୋଇଥାଏ I ବେଳେ ବେଳେ ଲକ୍ଷଣକୁ ଦେଖି ରୋଗର ନିଦାନ କରିବା କଷ୍ଟକର ହୋଇଥାଏ I ଏପରି କ୍ଷେତ୍ରରେ ସବୁବେଳେ ଏକ କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ I

କ୍ୟାଲସିୟମ୍ ନିଅଣ୍ଟିଆ ପାଇଁ ଚୁନ ପ୍ରୟୋଗ କରିହେବ I କ୍ୟାଲସିୟମ୍ ନାଇଟ୍ରେଟ୍ ସାର ପ୍ରୟୋଗ କଲେ ମାଟିକୁ କ୍ୟାଲସିୟମ୍ ମିଳିଥାଏ I ସିଙ୍ଗେଲ୍ ସୁପର୍ ସଲଫେଟ୍ ପ୍ରୟୋଗ କଲେ ଏହା ମାଟିକୁ ସଲଫର୍ ତଥା କ୍ୟାଲସିୟମ୍ ପ୍ରଦାନ କରିଥାଏ I ଆଜିକାଲି ଅନେକ ପ୍ରକାର ଅଣୁସାର ବଜାରରେ ମିଳୁଅଛି I ଅଣୁସାର ଅଭାବକୁ ପୁରଣ କରିବା ପାଇଁ ଏହିସବୁକୁ ପ୍ରୟୋଗ କରିହେବ I ଜମିରେ ଅଣୁସାର ମାତ୍ର ବୃଦ୍ଧି କରିବା ପାଇଁ କମ୍ପୋଷ୍ଟ, କମ୍ପୋଷ୍ଟ, ଜିଆ ଖତ, ଭର୍ମିନ ୱାସ ଇତ୍ୟାଦି ମଧ୍ୟ ପ୍ରୟୋଗ କରିହେବ I ବୋରୋନ ଅଭାବ ହେଲେ ପନିପରିବା ଫସଲରେ ଅମଳ କମିଯାଇଥାଏ I ଏହପରି କ୍ଷେତ୍ରରେ ଏକ ଲିଟର ପାଣିରେ ଦୁଇ ଗ୍ରାମ ବୋରନ ମିଶ୍ରଣ କରି ଫସଲରେ ସିଞ୍ଚନ କରିହେବ I

ଉପସଂହାର

ଏହି ପ୍ରଶିକ୍ଷଣ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟବସ୍ତୁ ଅଂଶଗ୍ରହଣକାରୀମାନେ କେତେ ଦୂର ବୁଝିପାରିଛନ୍ତି ଜାଣିବା ପାଇଁ ଅଧିବେଶନର ଶେଷ ଆଡକୁ ସେମାନଙ୍କୁ କିଛି ଫସଲରେ ସାର ପ୍ରୟୋଗର ମାତ୍ରା ବିଷୟରେ ପଚାରନ୍ତୁ I ସେହିପରି ଭାବେ ସେମାନଙ୍କୁ ପଚାରନ୍ତୁ ଯେ ଶୀର୍ଷ ସାର ପ୍ରୟୋଗ କରିବା ସମୟରେ କେଉଁ ସବୁ ସାବଧାନତା ଗ୍ରହଣ କରିବା ଆବଶ୍ୟକ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate