অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୃଦ୍ଧୀୟ ଅବସ୍ଥା (ସମନ୍ୱିତ ରୋଗ ପୋକ ପରିଚାଳନା)

ରବି ଫସଲର ବୃଦ୍ଧୀୟ ଅବସ୍ଥା (ସମନ୍ୱିତ ରୋଗ ପୋକ ପରିଚାଳନା)

ଅଧିବେଶନ ୬.୫

ସମନ୍ୱିତ ରୋଗ ପୋକ ପରିଚାଳନା I

ଉଦ୍ଦେଶ୍ୟ

ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗ ପୋକ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଏହାକୁ ପ୍ରତିରୋଧ ତଥା ଦମନ କରିବାର ଉପାୟ ବିଷୟରେ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗ ପୋକ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଏହାକୁ ଦମନ ତଥ ପ୍ରତିରୋଧ କରିବାର ଉପାୟ ବିଷୟରେ ବୁଝାଇବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ପ୍ଲିପ ଚାର୍ଟ୍, ମାର୍କର, ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | ଫିଲ୍ମ ଶୋ – ୪୫ ମିନିଟ୍ |

ପୃଷ୍ଠଭୁମୀ

ରୋଗ ପୋକ କୃଷିକାର୍ଯ୍ୟର ଏକ ଅଭିନ୍ନ ଅଙ୍ଗ I କିନ୍ତୁ ଫସଲର ପରିମାଣ ଏବଂ ମାନ ଉପରେ ହାନୀକାରକ ପ୍ରଭାବକୂ କମ କରିବା ପାଇଁ ଏହି କୀଟ ପତଙ୍ଗସବୁକୁ ଦମନ କରିବା ଆବଶ୍ୟକ I ଫସଲ କ୍ଷତିକୁ କମ କରି ଅମଳ ବଢାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ରୋଗ ପୋକ ର ସଠିକ ପରିଚାଳନା ବିଷୟରେ ବୁଝାଇବା ସହ ଏହାର କାରଣ ଏବଂ ରୋଗ ପୋକକୁ ପର୍ଯ୍ୟବେକ୍ଷଣ କରି ଦମନ କରିବା ଉପାୟ ସବୁ ବିଷୟରେ ସେମାନଙ୍କର ମାର୍ଗଦର୍ଶନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ:: ଆଲୋଚନାକୁ ଆରମ୍ଭକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ସାଧାରଣ ଭାବେ ରବି ଫସଲରେ ଦେଖାଯାଉଥିବା ରୋଗ ପୋକ ବିଷୟରେ ସଚେତନ ଅଛନ୍ତି କି I ଏହି ରୋଗ ପୋକକୁ ଦମନ ତଥା ପ୍ରତିରୋଧ କରିବା ପାଇଁ ସେମାନେ ବ୍ୟବହାର କରୁଥିବା ଦେଶୀୟ ପଦ୍ଧତ୍ତି ବିଷୟରେ ପଚାରନ୍ତୁ I

ସୋପାନ -: ଫସଲ ଉପରେ ରୋଗ ପୋକ ଆକ୍ରମଣର ପରିଣାମ: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଫସଲ ଉପରେ ରୋଗ ପୋକ ଆକ୍ରମଣ ହେଲେ ବହୁତ ଅଧିକ କ୍ଷତି ହୋଇଥାଏ I ଫସଲକୁ ହେଉଥିବା କିଛି କ୍ଷତି ବିଷୟରେ ତଳେ ଉଲ୍ଲେଖ କରା ଯାଇଅଛି :

  • ଗଛସବୁ ବାମନାକୃତି ହୋଇ ମରି ଯାଇଥାଆନ୍ତି I
  • ଗଛ ଜଳ ଏବଂ ପୋଷକର ଉପଯୁକ୍ତ ବ୍ୟବହାର କରିପାରେ ନାହିଁ I
  • ଫସଲର ମାନ କମିଯିବାରୁ ବଜାରରେ ଏହାର ଦର କମିଯାଇଥାଏ I
  • ଫସଲର ଅମଳ ମଧ୍ୟ କମିଯାଇଥାଏ I

ସୋପାନ -: ରବି ଫସଲରେ ଦେଖାଯାଉଥିବା ମୁଖ୍ୟ ରୋଗ ପୋକ: ରବି ଫସଲକୁ ଆକ୍ରାନ୍ତ କରୁଥିବା କିଛି ରୋଗ ପୋକ ତଥା ଉପଯୁକ୍ତ ଦମନ ଉପାୟ ବିଷୟରେ ତଳେ ଉଲ୍ଲେଖ କରାଯାଇଅଛି I ଏହାକୁ ଚାଷୀମାନଙ୍କୁ ପ୍ରଦର୍ଶିତ କରନ୍ତୁ ଯଦ୍ୱାରା ରବି ଫସଲ ସମୟରେ କେଉଁ ପ୍ରକାର ରୋଗ ପୋକ ସମ୍ମୁଖିନ ହେବେ ସେମାନେ ଆଗରୁ ଜାଣି ପାରିବେ I

  • ଗହମ: କାଣ୍ଡ ବିନ୍ଧା ପୋକ ଆକ୍ରମଣ କଲେ ମଝି ପତ୍ରରେ ମଞ୍ଜ କିଳା ଦେଖାଦିଏ I ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ମି.ଲି. ପ୍ରୋଫେନୋଫୋସ୍ ପ୍ରୟୋଗ କରନ୍ତୁ I
    • ବିରି ଏବଂ ମୁଗ: ସାହେବୀ ରୋଗ ଯୋଗୁଁ ପତ୍ର ହଳଦିଆ ହୋଇଯାଏ I ରୋଗ ବାହକ ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ମି.ଲି. କୋରୋପାଇରିଫୋସ୍ କିମ୍ବା ମାଲାଥିଓଚ୍ ପ୍ରୟୋଗ କରନ୍ତୁ I
    • ବିଲାତି ବାଇଗଣ: ଭୂତାଣୁ ଝାଉଁଳା କାରଣରୁ ଗଛ ହଠାତ ଝାଉଁଳି ଯାଇଥାଏ I ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ଗ୍ରାମ କାରବେନଡାଜିମ ସହ ୨୦୦ ଗ୍ରାମ କିମ୍ବା ପ୍ଲାଟୋମାଇସିନ ମିଶ୍ରଣ କରି ପ୍ରୟୋଗ କରନ୍ତୁ I
    • ବନ୍ଧାକୋବି & ଫୁଲକୋବି: ଠିକିରି ପିଠିଆ କୀଟ ଦ୍ୱାରା ଆକ୍ରାନ୍ତ ହୋଇଥଏ I ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୫୦ ଗ୍ରାମ ହାଇଡ୍ରୋକ୍ଲୋରାଇଡ୍ ପ୍ରୟୋଗ କରନ୍ତୁ I
    • ଆଳୁ: ସଅଳ ଏବଂ ଉଛୁର ପତ୍ରପୋଡା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୭୫୦ ଗ୍ରାମ ମାନକୋଜେବ କିମ୍ବା ୫୦୦ ଗ୍ରାମ କପର ଓକ୍ସି କ୍ଲୋରାଇଡ୍ ପ୍ରୟୋଗ କରନ୍ତୁ I
    • ମଟର: ଏହା ସାଧାରଣ ଭାବେ ପତ୍ର ପୋଡା ଦ୍ୱାରା ଆକ୍ରାନ୍ତ ହୋଇଥାଏ I ଏହି ସଂକ୍ରମଣକୁ ଦୂର କରିବା ପାଇଁ ଏକର ପ୍ରତି ଏକ କେ.ଜି. ଓଦାଳିଆ ସଲଫର ଗୁଣ୍ଡ ୨୦୦ ଲିଟର ପାଣିରେ ମିଶେଇ ଦୁଇ ରୁ ତିନି ଥର ପ୍ରୟୋଗ କରନ୍ତୁ I
    • ପିଆଜ: ପତ୍ର ଛିଟ ରୋଗକୁ ଦୂର କରିବା ପାଇଁ ଏକର ପ୍ରତି ୪୦୦ ମି.ଲି. ମାନକୋଜେବ ସିଞ୍ଚନ କରନ୍ତୁ I
    • ବିନ୍ସ ଏବଂ ସୋରିଷ: ଜଉ ପୋକକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ମି.ଲି. ଡିମେନଥାଟ୍ କିମ୍ବା ମିଥାଇଲ୍ ଡେମିଟୋନ୍ ସିଞ୍ଚନ କରନ୍ତୁ I
    • ଆମ୍ବ: ବଉଳ ଆସିବା ସମୟରେ ଆମ୍ବ ଡାହାଣୀ ପୋକ ଦେଖା ଦେଇଥାଆନ୍ତି I ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଲିଟର ପାଣିରେ ଏକ ମି.ଲି. ଫେଂଭାଲାରେଟ୍ ମିଶ୍ରଣ କରି ସିଞ୍ଚନ କରନ୍ତୁ I

ଫସଲକୁ ରୋଗ ପୋକରୁ ରକ୍ଷା କରିବା ପାଇଁ ଜୈବିକ ପଦ୍ଧତି ମଧ୍ୟ ଆଦୃତ କରାଯାଇପାରେ I ନିମ୍ବ ତେଲ, ନିମ୍ବ ପତ୍ର ଏବଂ ନିମ୍ବ ମଞ୍ଜିର ଉଦ୍ଧୃତାଂଶକୁ ରୋଗ ପୋକ ଦମନ ପାଇଁ ବ୍ୟବହାର କରାଯାଇପାରେ I ବଜାରରେ କିଛି ନିମ୍ବରୁ ପ୍ରସ୍ତୁତ କୀଟନାଶକ ଉପଲବ୍ଧ ଅଛି ଯାହାକୁ କୌଣସି ଏକ କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ କରି ବ୍ୟବହାର କରିହେବ I ଏହା ସହ କୀଟ ପତଙ୍ଗ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ବିୟୁଭେରିଅସିଆନା, ଭେରଟିସେସେଲ୍ଲମ୍ ଇତ୍ୟାଦି ସୂକ୍ଷ୍ମଜୀବାଣୁକୁ ମଧ୍ୟ ବ୍ୟବହାର କରାଯାଇପାରିବ I

ସୋପାନ -: କୀଟନାଶକ ପ୍ରୟୋଗ କଲାବେଳେ ସାବଧାନତା: ଚାଷୀମାନଙ୍କୁ ବୁଝାନ୍ତୁ ଯେ କୀଟ ନାଶକ ବ୍ୟବହାର କଲାବେଳେ କିଛି ସାବଧାନତା ଗ୍ରହଣ କରିବାକୁ ପଡିବ I ସାଧାରଣ ସ୍ପ୍ରେୟର ବ୍ୟବହାର କଲାବେଳେ ଏକ ଏକର ଜମିରେ ସିଞ୍ଚନ କରିବା ପାଇଁ ୨୦୦ ଲିଟର ପାଣି ବ୍ୟବହାର କରନ୍ତୁ I ଏକ ଅଲଗା ପାତ୍ରରେ କୀଟ ନାଶକକୁ ଅଳ୍ପ ପାଣିସହ ମିଶ୍ରଣ କରନ୍ତୁ I ତା' ପରେ ଏହି ମିଶ୍ରଣକୁ ସ୍ପ୍ରେୟର ଭିତରେ ରଖି ଏଥିରେ ପାଣି ଭର୍ତ୍ତିକରି ଆବଶ୍ୟକ ପରିମାଣ ପ୍ରସ୍ତୁତ କରନ୍ତୁ I

ସୋପାନ -: ଗମ୍ଭୀର ସମସ୍ୟା ସୃଷ୍ଟିକାରୀ ରୋଗ ପୋକ: ଚାଷୀମାନଙ୍କୁ ଏକ କ୍ଷେତକୁ ନେଇ ସେଠାରେ ଚାଷ କରାଯାଉଥିବା ଫସଲରେ ଥିବା ରୋଗ ପୋକ ସବୁର ନାମକୁ ସୂଚୀକରଣ କରନ୍ତୁ ଯେଉଁମାନେ ଫସଲର ଗମ୍ଭୀର କ୍ଷତି କରିଥାଆନ୍ତି I ନିମ୍ନ ଉଲ୍ଲିଖିତ ଫର୍ମାଟ ବ୍ୟବାହାର କରି ଚାଷୀମାନଙ୍କୁ ଏହି ସବୁ ରୋଗପୋକର ନାମକୁ ସ୍ଥାନୀୟ ଭାଷାରେ ଲେଖିବାକୁ ଉତ୍ସାହିତ କରନ୍ତୁ I ରୋଗସବୁ ଚିହ୍ନଟ ହୋଇଗଲା ପରେ ଅଂଶଗ୍ରହଣକାରୀମାନଙ୍କୁ ଏହାକୁ ଶ୍ରେଣୀବଦ୍ଧ କରିବାକୁ କୁହନ୍ତୁ I ରୋଗ ପରିଚାଳନାର ଅଗ୍ରାଧିକାର ଭିତ୍ତିରେ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ରୋଗ ଠାରୁ ଆରମ୍ଭ କରି କମ ମହତ୍ୱପୂର୍ଣ୍ଣ ରୋଗକୁ ସଂଖ୍ୟା ଆଧାରରେ ଶ୍ରେଣୀବଦ୍ଧ କରିବାକୁ ଚାଷୀମାନଙ୍କର ମାର୍ଗ ଦର୍ଶନ କରନ୍ତୁ I

ରୋଗର ନାମ

ପ୍ରଭାବିତ ଫସଲର ନାମ

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚାଷୀ ନେଇଥିବା ପଦକ୍ଷେପ

କୀଟର ନାମ

ପ୍ରଭାବିତ ଫସଲର ନାମ

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚାଷୀ ନେଇଥିବା ପଦକ୍ଷେପ

ଉପସଂହାର

ପ୍ରତ୍ୟେକ ଚାଷୀଙ୍କୁ ପାଚାରନ୍ତୁ ଯେ ସେ ଚାଷ କରୁଥିବା ଫସଲକୁ କେଉଁ ସବୁ ରୋଗ ପୋକ ସଂକ୍ରମିତ କରିଥାଏ ଏବଂ ଏହାର ଦମନ କରିବାର ଉପାୟ ସବୁ କ’ଣ I ଫିଲ୍ମ ଶୋ ସମାପ୍ତ ହେଲା ପରେ ରୋଗ ପୋକରର ପ୍ରତିରୋଧ ପାଇଁ ଚାଷୀମାନଙ୍କୁ ସମନ୍ନିତ ରୋଗ ପୋକ ପରିଚାଳନାର ମହତ୍ୱ ବିଷୟରେ ବୁଝାନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate