অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଙ୍ଗ ଟୁଲ୍

ଉପକ୍ରମଣିକା

ପାଥୱେଜ୍ ପ୍ରକଳ୍ପର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କର ଉନ୍ନତି ଏବଂ ସଶକ୍ତିକରଣ ଯାହା ଚାରିଗୋଟି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ ଯଥା, (୧) ମହିଳା ସ୍ୱୟଂ ସହାୟକ ଦଳର ସଶକ୍ତିକରଣ, (୨) ଉତ୍ତମ କୃଷି ଅଭ୍ୟାସକୁ ପ୍ରୋତ୍ସାହନ ଦେବା, (୩) ଅଗ୍ରଗାମୀ ତଥା ଅଧୋଗାମୀ ସଲଗ୍ନତା (forward & backward linkages) ଏବଂ (୪) ଜୀବନ ଶୈଳୀର ମାନ ବୃଦ୍ଧିକରିବା ପାଇଁ ଜୀବିକାର ସୁଯୋଗ, ଖାଦ୍ୟ ଉପଯୋଗ, ପୁଷ୍ଟିକରତା ବିଷୟରେ ସୂଚନା ଦେବା ସହ ଏଥିପାଇଁ ଆବଶ୍ୟକ ସମର୍ଥନ ଦେବା I ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଚିହ୍ନିତ କରାଯାଇଥିବା ଆଠଗୋଟି ପ୍ରଶିକ୍ଷଣ ଟୁଲ୍ ମଧ୍ୟରେ ଲିଙ୍ଗ (Gender) ଏକ ଟୁଲ୍ ଯାହା ପ୍ରକଳ୍ପ ଅଞ୍ଚଳରେ ମହିଳାମାନଙ୍କୁ ଦିଗ୍ ଦର୍ଶନ ଦେବାପାଇଁ ପ୍ରସ୍ତୁତ ହୋଇଛି I

ପରିବାରର କଲ୍ୟାଣ ପାଇଁ ମହିଳାମାନେ କରୁଥିବା ସହଯୋଗକୁ ସ୍ୱୀକାର କରିବାରେ ସାଧାରଣ ଭାବେ ଲିଙ୍ଗଗତ ବିଭେଦ ରହିଥାଏ I ମହିଳାମାନଙ୍କ ଦ୍ୱାରା ପରିବାରରେ କରାଯାଉଥିବା କାମସବୁକୁ ଧ୍ୟାନ ଦିଆ ଯାଏନାହିଁ, କାରଣ ଆମ ସମାଜରେ ସେମାନେ କରୁଥିବା କାମ ପାଇଁ କୌଣସି ଦେୟ ପ୍ରଦାନ କରାଯାଏ ନାହିଁ ଏବଂ ପୁରୁଷ, ଯେଉଁମାନେ ବିଭିନ୍ନ ଆୟକାରୀ ବୃତ୍ତି ମାଧ୍ୟମରେ ପରିବାର ପାଇଁ ଉପାର୍ଜନ କରନ୍ତି, ସେମାନେ ମହିଳାମାନଙ୍କର ଏହି ସହଯୋଗକୁ ବୁଝିବା ପାଇଁ ସକ୍ଷମ ହୋଇ ନ ଥାଆନ୍ତି I

କୃଷି ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରଶିକ୍ଷଣ ଅଧିବେଶନସବୁରେ ଉତ୍ତମ କୃଷି ଅଭ୍ୟାସ ଦ୍ୱାରା ମହିଳାମାନଙ୍କ ଆର୍ଥିକ ଉନ୍ନତି ପାଇଁ ଶିକ୍ଷା ଦେଇଥିବାବେଳେ, ଲିଙ୍ଗ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରଶିକ୍ଷଣ ଅଧିବେଶନସବୁରେ ମହିଳା ସଶକ୍ତିକରଣ ବିଷୟରେ ଶିକ୍ଷା ଦେବା ସହ କୃଷି କାର୍ଯ୍ୟରେ ହେଉଥିବା ସାମ୍ପ୍ରତିକ ଲିଙ୍ଗଗତ ବୈଷାମ୍ୟ ବିଷୟରେ ଆଲୋଚନା କରାଯିବ I ଲିଙ୍ଗ ଜ୍ଞାନକ୍ଷେତ୍ର ପାଇଁ ପାଥୱେଜ ପରିବର୍ତ୍ତନର ସିଦ୍ଧାନ୍ତ (theory of change) ପାଥୱେଜ କାର୍ଯ୍ୟକ୍ରମ ପାଇଁ ପାଞ୍ଚଗୋଟି ଉତ୍ତୋଳକ ଚିହ୍ନିତ କରିଅଛି, ଯଥା (୧) ସେମାନଙ୍କର କ୍ଷମତା ବୃଦ୍ଧି କରିବା; (୨) ସମ୍ପଦ ହାସଲ କରିବାପାଇଁ ସେମାନଙ୍କର ପଥ ସୁଗମ କରିବା; (୩) ଉତ୍ପାଦକତା ବୃଦ୍ଧି କରିବା; (୪) ପାରିବାରିକ ସ୍ତରରେ ମହିଳାମାନେ ପ୍ରଭାବୀ ହେବା ଏବଂ (୫) ଉତ୍ତମ ପରିବେଶର ସାମର୍ଥୀକରଣ କରିବା I ଚତୁର୍ଥ ଉତ୍ତୋଳକ ଯଥା ପାରିବାରିକ ସ୍ତରରେ ପ୍ରଭାବ ପରିବାର ଭିତରେ କ୍ଷମତା ସମ୍ପର୍କକୁ ମାନ୍ୟତା ଦେଇଥାଏ ଯଥା ସମ୍ପଦ ଉପରେ ମହିଳାଙ୍କ ଅଧିକ ନିୟନ୍ତ୍ରଣ, ସମୟ ପରିଚାଳନା, ସମ୍ପଦର ପ୍ରଭୁତ୍ୱତା, ନିଷ୍ପତ୍ତିନେବାରେ ଅଂଶଗ୍ରହଣ ଇତ୍ୟାଦି I ମହିଳାଙ୍କର ଉନ୍ନତି ଓ ସଶକ୍ତିକରଣ ବିଷୟରେ ପାରିବାରିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ପୁରୁଷମାନଙ୍କୁ ମଧ୍ୟ ସମ୍ବେଦନଶୀଳ କରିବା ଆବଶ୍ୟକ I

ଲିଙ୍ଗ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଯାହାଦ୍ୱାରା ମହିଳାମାନେ ପରିବାରରେ ନିଜର ମହତ୍ୱ ବୁଝିବା ସହ ପରିବାରକୁ ଯତ୍ନ ନେବାରେ ମହିଳାମାନଙ୍କର ଭୂମିକା ବିଷୟରେ ପୁରୁଷମାନଙ୍କୁ ସମ୍ବେଦନଶୀଳ କରିବ I ଏହି ମଡ୍ୟୂଲ୍ ପୁରୁଷମାନଙ୍କୁ ମହିଳା ସଶକ୍ତିକରଣ ସମ୍ବନ୍ଧରେ ପୁରୁଷଙ୍କୁ ଶିକ୍ଷା ଦେବା ସହ ମହିଳାଙ୍କ ସହ ମିଶି ଗୃହକାର୍ଯ୍ୟ କରିବା ଏବଂ ନିଷ୍ପତ୍ତି ଗ୍ରହଣ କରିବାରେ ମହିଳାଙ୍କୁ ସମ୍ମିଳିତ କରିବା ପାଇଁ ସମ୍ବେଦନଶୀଳ କରିବା ତଥା ପରିବାରରେ ତାଙ୍କର ସ୍ଥାନକୁ ଉପଯୁକ୍ତ ମାନ୍ୟତା ଦେବା ପାଇଁ ପୁରୁଷମାନଙ୍କୁ ଶିକ୍ଷା ଦେବ I ତେଣୁ ଏହି ପ୍ରଶିକ୍ଷଣ ଅଧିବେଶନକୁ ସବୁ ମହିଳା ସେମାନଙ୍କର ସ୍ୱାମୀମାନଙ୍କୁ ଆଣିବା ସୁନିଶ୍ଚିତ କରିବା ସିଆରପିଙ୍କ ପାଇଁ ଅନିର୍ବାର୍ଯ୍ୟ ହୋଇଥାଏ I

ଯେଉଁ ସିଆରପିମାନେ ଏହି ମଡ୍ୟୂଲ୍ ସଞ୍ଚାଳନ କରିବେ ସେମାନେ ଏହାର ଉଦ୍ଦେଶ୍ୟ ତଥା ପ୍ରୟୋଜନ ବିଷୟରେ ଠିକ ଭାବରେ ବୁଝିଥିବା ଦରକାର କାରଣ ଏହା ମହିଳାମାନଙ୍କ ମଧ୍ୟରେ ସଶକ୍ତିକରଣ ପ୍ରକ୍ରିୟା ଆରମ୍ଭ କରିବ I

ପ୍ରଶିକ୍ଷଣ ଉପକରଣ

ଏହି ଲିଙ୍ଗ ପ୍ରଶିକ୍ଷଣ ଟୁଲ୍ କିଟ୍ କୁ ପାଞ୍ଚଗୋଟି ମଡ୍ୟୂଲରେ ବିଭକ୍ତ କରାଯାଇଛି I କାର୍ଯ୍ୟକ୍ରମର ପ୍ରାରମ୍ଭରୁ ପୁରୁଷମାନଙ୍କୁ ଜଡିତ କରିବାପାଇଁ ପ୍ରକଳ୍ପ ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଏହି ଅଧିବେଶନସବୁକୁ ଫସଲ ଋତୁର ବିଭିନ୍ନ ଚରଣରେ ବିଭାଜିତ କରି ସଞ୍ଚାଳନ କରାଯିବ ଯାହା ନିମ୍ନ ପ୍ରଦତ୍ତ ଚାର୍ଟରେ ଦର୍ଶା ଯାଇଅଛି I

ମଡ୍ୟୂଲ୍

ଶୀର୍ଷକ : ବିଷୟ

ଫସଲ ବିକାଶ ଅବସ୍ଥା

ମଡ୍ୟୂଲ୍ ୧

ଜୀବନ ସାଥୀଙ୍କୁ ପାଥୱେଜ୍ କାର୍ଯ୍ୟକ୍ରମକ ସହ ପରିଚିତ କରାଇବା: ପୁରୁଷମାନଙ୍କୁ ଜଡିତ କରିବା

ପ୍ରାକ୍-ବୁଣା ଏବଂ ଫସଲର ବୃଦ୍ଧୀୟ ଅବସ୍ଥା

ମଡ୍ୟୂଲ୍ ୨

ଦୈନିକ ଘଡି: ଘରୋଇ କାର୍ଯ୍ୟର ଶ୍ରମ ବିଭାଜନ

ବୁଣିବା ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା

ମଡ୍ୟୂଲ୍ ୩

ପାଇଲ ସର୍ଟ (Pile sort) : ପରିବାରରେ ନିଷ୍ପତ୍ତି ଗ୍ରହଣ

ଫସଲର ବୃଦ୍ଧୀୟ ଅବସ୍ଥା

ମଡ୍ୟୂଲ୍ ୪

ଟଙ୍କା ପ୍ରବାହ ଗଛ (Cash-flow tree)

ଅମଳ ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା

ମଡ୍ୟୂଲ୍ ୫

ଲୈଙ୍ଗିକ ବ୍ୟବହାରରେ ପରିବର୍ତ୍ତନ: ମହିଳା ସଶକ୍ତିକରଣର ବିକାଶୀକରଣ ଏବଂ ପୁରୁଷମାନଙ୍କୁ ଜଡିତ କରିବା

ବୁଣିବା-ପୂର୍ବବବର୍ତ୍ତୀ ଠାରୁ ଅମଳ-ପରବର୍ତ୍ତୀ ଅବସ୍ଥା

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା

ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I

ମଡ୍ୟୂଲର ଶୀର୍ଷକ

ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I (ଯଥା, ଦୈନଦିନ ଘଡି, ପାଇଲ ସର୍ଟ ଇତ୍ୟାଦି) I

ବିଷୟ

ମଡ୍ୟୂଲର ବିଷୟବସ୍ତୁ ଏଠାରେ ଦିଆ ଯାଇଛି I

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I ଲିଙ୍ଗ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ସବୁ ମଡ୍ୟୂଲ ପରିବାରର ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ I

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ଭିତରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ ଇତ୍ୟାଦି ଅନ୍ତର୍ଭୁକ୍ତ I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ ପ୍ରବାହ

 

. ପୃଷ୍ଠଭୁମି

ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମି ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

  • ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I
  • କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ସିଆରପିଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ମହିଳା ଅଂଶଗ୍ରହଣକାରୀଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I
  • ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି କର୍ଯ୍ୟବାହୀକୁ ପୋଷ୍ଟର ମାଧ୍ୟମରେ କିପରି ଭାବେ ସଞ୍ଚାଳନ କରାଯିବ I ଅଧିବେଶନର ବିଷୟକୁ ପ୍ରାଞ୍ଜଳଭାବେ ବୁଝାଇବା ପାଇଁ ପ୍ରଶିକ୍ଷଣ ସମୟରେ ସଫଳ କାହାଣୀ ଏବଂ ପ୍ରକରଣ ଅଧ୍ୟୟନ (case study)କୁ ଅନ୍ତର୍ଭୁକ୍ତ କରାଯାଇ ପାରେ I ଅଧିକାଂଶ ମଡ୍ୟୂଲରେ ଖେଳ ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ I

. ଉପସଂହାର

  • ସିଆରପିଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ କି ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସଂଦେହ ଥାଏ ତେବେ ତାହାକୁ ଦୂର କରିବେ ଓ ଶେଷରେ ସୁନିଶ୍ଚିତ କରିବେ ଯେ ଅଂଶଗ୍ରହଣକାରୀଙ୍କ ବ୍ୟବହାରରେ ସକାରତ୍ମକ ପରିବର୍ତ୍ତନ ଆସିଛି I
    • ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ପୁନର୍ଗ୍ରହଣ କରିପାରୁଛନ୍ତି ନା ନାହିଁ ଜାଣିବା ପାଇଁ ସିଆରପିମାନେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣକୁ ପଚରାଯାଇ ପାରିବ କି ସେ ଅଧିବେଶନ ବିଷୟରେ କ'ଣ ବୁଝିଲେ I
    • ଦଳରୁ ଏହା ମଧ୍ୟ ଆକଳନ କରିହେବ କି ସେମାନଙ୍କ ମଧ୍ୟରୁ କେହି ଏହି ଅଧିବେଶନରେ ଶିଖିଥିବା ପରିବର୍ତ୍ତନକୁ ତୁରନ୍ତ ଆଦୃତ କରିବାକୁ ଯୋଜନା କରିଛନ୍ତି କି ଏବଂ ସେମାନେ ତାଙ୍କର ସ୍ୱାମୀଙ୍କ ସହ ଏହି ବିଷୟରେ ଅଲୋଚନା କରିବେ କି ?

ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ

ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I

"ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ"

ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I

ପ୍ରାରମ୍ଭିକ ଅଧିବେଶନ

ଲିଙ୍ଗ ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ସିଆରପିମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I.

  • ଅଧିବେଶନର ନାମ : ପ୍ରାରମ୍ଭିକ ଅଧିବେଶନ I
  • ସଞ୍ଚାଳନକରିବ ବାରମ୍ବାରତା : ପରିଚିତ ହେବା/କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ଯଥା ଶୀଘ୍ର I
  • ଅଧିବେଶନର ଉଦ୍ଦେଶ୍ୟ: ଏହି ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଲିଙ୍ଗ ସମ୍ବେଦନଶୀଳତା ପ୍ରଶିକ୍ଷଣ ମଡ୍ୟୂଲ୍ ସମ୍ପର୍କରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା ଏବଂ ଏହି ପ୍ରଶିକ୍ଷଣ ଅଧିବେଶନରେ ସେମାନଙ୍କର ଜୀବନସାଥୀମାନେ ଉପସ୍ଥିତ ରହିବା ପାଇଁ ସୁନିଶ୍ଚିତ କରାଇବା I ଏହି ପରିପେକ୍ଷୀରେ, ମହିଳାମାନେ ସେମାନଙ୍କର ସ୍ୱାମୀମାନେ କେଉଁ ସୁବିଧାଜନକ ସମୟରେ ମିଳିପାରିବେ ସୂଚନା ଦେଲେ, ସିଆରପି ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ସ୍ଥାନ ଏବଂ ସମୟ ଧାର୍ଯ୍ୟ କରିପାରିବେ I
  • ଅଂଶଗ୍ରହଣକାରୀ କେଉଁମାନେ: ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଧାର୍ଯ୍ୟ ସମସ୍ତ ସ୍ୱୟଂ ସାହାୟକ ଦଳ ଏବଂ ସମୂହଗୁଡିକର ସଦସ୍ୟମାନଙ୍କ ପାଇଁ ଏହି ପ୍ରାରମ୍ଭିକ ଅଧିବେଶନ ସିଆରପିମାନଙ୍କ ଦ୍ୱାରା ସଞ୍ଚାଳନ କରାଯିବ I
  • ସିଆରପିମାନଙ୍କ ପାଇଁ କ'ଣ ସବୁ ପ୍ରଶିକ୍ଷଣ ସାମଗ୍ରୀ ଦରକାର: ଫସଲ ବିକାଶର ବିଭିନ୍ନ ଚରଣରେ ସଞ୍ଚାଳିତ ହେବାକୁ ଥିବା ମଡ୍ୟୂଲସବୁକୁ ଦର୍ଶାଯାଇଥିବା ଫ୍ଲିପ୍-ଚାର୍ଟ୍ I

ଉପସଂହାର

ପ୍ରକଳ୍ପ ଜିଲ୍ଲାଗୁଡିକରେ କାମକରୁଥିବା ସିଆରପିମାନେ ନିଜ ନିଜ ଅଧିକୃତ କ୍ଷେତ୍ର ଭିତରେ ଲକ୍ଷ୍ୟ କରୁଥିବା ଉତ୍ତମ ଅଭ୍ୟାସ/ପ୍ରଥା ସବୁକୁ ଲିପିବଦ୍ଧକରି ଅନ୍ୟ ସିଆରପିମାନଙ୍କ ସହ ବାଣ୍ଟିବେ I ସେମାନେ ପ୍ରକଳ୍ପ ଗ୍ରାମରେ ପ୍ରଶିକ୍ଷଣ ଅଧିବେଶନ ସଞ୍ଚାଳନ କରିବା ସମୟରେ ଏହି ସାମଗ୍ରୀସବୁକୁ ପ୍ରକରଣ ଅଧ୍ୟୟନ (case study) ଭାବରେ ମଧ୍ୟ ବ୍ୟବହାର କରିପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate