অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଙ୍ଗ ଟୁଲ୍ (ସ୍ତୁପ ଶ୍ରେଣୀକରଣ (ପାଇଲ ସର୍ଟ))

ମଡ୍ୟୂଲ୍ – ୩ : ସ୍ତୁପ ଶ୍ରେଣୀକରଣ (ପାଇଲ ସର୍ଟ)

ଅଧିବେଶନ ୩.୧

ପରିବାରରେ ନିଷ୍ପତ୍ତି ଗ୍ରହଣ ( ସବୁ ସ୍ତରରେ ) I

ଉଦ୍ଦେଶ୍ୟ

ପରିବାରରେ ନିଷ୍ପତ୍ତି ନେବାର ଅଧିକାର କାହାର ଅଛି ଜାଣିବା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ କିପରି ଭାବରେ ଅଧିକ ନ୍ୟାୟସଙ୍ଗତ କରିହେବ I

ପଦ୍ଧତି

ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଆଲୋଚନା ଏବଂ ପାରସ୍ପରିକ ବିମର୍ଶ I

ଅଂଶଗ୍ରହଣକାରୀ

ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I

ସଭା ସ୍ଥାନ

ଗୋଷ୍ଠୀ କେନ୍ଦ୍ର/ ଅଂଶଗ୍ରହଣକାରୀମାନଙ୍କ ବସିବା ପାଇଁ ତଥା ପୋଷ୍ଟର ଓ କାର୍ଡ୍ ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସ୍ଥାନ I

ଦରକାରୀ ସାମଗ୍ରୀ

ଏକ ସେଟ ମହିଳା ପୋଷ୍ଟର, ଏକ ସେଟ ପୁରୁଷ ପୋଷ୍ଟର ଏବଂ ମହିଳା ଓ ପୁରୁଷ ଏକାଠି ଥିବା ପୋଷ୍ଟର, ପରିବାରରେ ମୁଖ୍ୟ ନିଷ୍ପତ୍ତି ନିଆଯାଉଥିବା ପୋଷ୍ଟର, ରଙ୍ଗୀନ୍ ମାର୍କର,ଖାଲିଥିବା ରଙ୍ଗୀନ୍ ସୂଚକ କାର୍ଡ଼, ଟେପ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ଏକରୁ ଦେଢ ଘଣ୍ଟା I

ପୃଷ୍ଠଭୁମୀ

ନିଷ୍ପତ୍ତି ନେବାର ପ୍ରକ୍ରିୟା ପ୍ରତି ପରିବାର ପାଇଁ ଅଲଗା ଅଲଗା ହୋଇଥାଏ ଏବଂ ଏହା ପରିବାରର ଆୟ ଓ ଜୀବନ ଶୈଳୀ ଉପରେ ବହୁତ ବଡ ପ୍ରଭାବ ପକାଇଥାଏ କାରଣ ଏହି ନିଷ୍ପତ୍ତି ନେବା ପ୍ରକ୍ରିୟା ପରିବାରର ପ୍ରତ୍ୟେକ ସ୍ତରରେ ପ୍ରତିଫଳିତ ହୋଇଥାଏ ଯଥା, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର, ବିବାହ, ପୌଷ୍ଟିକତା, ସାମାଜିକ ବିଧିବିଧାନ ଇତ୍ୟାଦି I ଏହି ଅଧିବେଶନ ଦଳକୁ ବୁଝାଇବାକୁ ଚେଷ୍ଟା କରିବ ଯେ ନିଷ୍ପତ୍ତି ନେବା ପ୍ରକ୍ରିୟା ମିଳିତ ହେବା ଦରକାର ଯେଉଁଠି ଉଭୟ ସ୍ୱାମୀ ଓ ସ୍ତ୍ରୀ ସମ୍ମିଳିତ ହେବା ଆବଶ୍ୟକ କାରଣ ଏହାଦ୍ୱାରା ସେମାନେ ନିଜ ନିଜର ମତାମତକୁ ରଖିପାରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ :ଅଂଶଗ୍ରହଣକାରୀମାନଙ୍କୁ ଏକତ୍ର କରି ଅଭ୍ୟାସ ବିଷୟରେ ବୁଝାନ୍ତୁ ।

ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ପରିବାରର କଲ୍ୟାଣ ଓ ଭବିଷ୍ୟତ ଯୋଜନା କରିବା ପାଇଁ ପ୍ରତ୍ୟେକ ପରିବାରରେ ଅନେକ ଗୁଡିଏ ନିଷ୍ପତ୍ତି ନିଆଯିବା ଦରକାର I ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ଭଲ ଭାବରେ ବୁଝିବା ପାଇଁ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ଲିଖିତ ପରିସ୍ଥିତି ବିଷୟରେ ଚିନ୍ତା କରିବାକୁ କୁହନ୍ତୁ I

  • ଲୈଙ୍ଗିକ ସାମ୍ୟତା ଏକ ପ୍ରକାର କ୍ଷମତା ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଭିନ୍ନ କ୍ଷମତା ପାଇଥାଆନ୍ତି I କିନ୍ତୁ ଆମ ସମାଜରେ ଅଧିକାଂଶ ନିଷ୍ପତ୍ତି ପରିବାର ମୁଖ୍ୟଙ୍କ ଦ୍ୱାରା ନିଆ ଯାଇଥାଏ ଯିଏ ପ୍ରାୟ ସବୁବେଳେ ପୁରୁଷ ହୋଇ ଥାଆନ୍ତି I
  • ବେଳେ ବେଳେ ପ୍ରତୀତ ହୋଇଥାଏ ଯେ ଅନେକ ନିଷ୍ପତ୍ତିରେ ପୁରୁଷ ଓ ମହିଳା 'ମିଳିତ' ଭାବେ ଅଂଶଗ୍ରହଣ କରିଅଛନ୍ତି. କିନ୍ତୁ ପ୍ରକୃତରେ ଏହି ନିଷ୍ପତ୍ତିରେ ମହିଳାମାନଙ୍କର ସମାନ ମତ ରହି ନ ଥାଏ I କାରଣ ଅନେକ ସମୟରେ ମହିଳାମାନଙ୍କର ପରାମର୍ଶ ନିଆ ଯାଇଥାଏ କିନ୍ତୁ ଶେଷ ନିଷ୍ପତ୍ତି ସବୁବେଳେ ସ୍ୱାମୀଙ୍କର ହୋଇଥାଏ I ଏହାର ଅର୍ଥ ହେଉଛି ମହିଳାମାନଙ୍କର ନିଷ୍ପତ୍ତି ଉପରେ କୌଣସି ନିଷ୍ପତ୍ତି କିମ୍ବା ପ୍ରଭାବ ନ ଥାଏ I
  • ଯେତେବେଳେ ମହିଳାମାନେ ନିଷ୍ପତ୍ତି ନେବାରେ ସଶକ୍ତିକରଣ ହୋଇ ନଥାଆନ୍ତି, ପରିବାର କମ ଦକ୍ଷତାର ସହ ପରିଚାଳିତ ହୋଇଥାଏ କାରଣ ସେମାନେ ସବୁବେଳେ ପୁରୁଷମାନଙ୍କଠାରୁ ନିଷ୍ପତ୍ତି ପାଇଁ ଅପେକ୍ଷା କରିଥାଆନ୍ତି I
  • ଏକ ସମାନ ପରିବାରରେ ମହିଳାମାନଙ୍କର ଅଲଗା ଦୃଷ୍ଟିକୋଣ ଓ ଆବଶ୍ୟକତା ଥାଏ ଏବଂ କୌଣସି ବିଷୟ ଉପରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କର ମତାମତ ଅପରିହାର୍ଯ୍ୟ ହୋଇଥାଏ କାରଣ ମହିଳାମାନଙ୍କ ସମ୍ପର୍କିତ ସମସ୍ୟାସବୁ ପୁରୁଷମାନେ ଜାଣି ନ ଥାଆନ୍ତି I
  • ମହିଳାମାନେ ପରିବାରର ଆୟ ତଥା ପିଲାମାନଙ୍କର ଲାଳନପାଳନ କରିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଥାଆନ୍ତି, ତେଣୁ ପାରିବାରିକ ନିଷ୍ପତ୍ତିରେ ସେମାନଙ୍କର ସମାନ ଭୂମିକା ରହିବା ଉଚିତ I
  • ସବୁ ପରିବାର ସମସ୍ୟାସବୁକୁ ମିଳିତ ଭାବେ ଆଲୋଚନା କରିବା ପାଇଁ ଉତ୍ସାହିତ କରିବା ଉଚିତ ଯେଉଁଠି ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଷ୍ପତ୍ତି-ଗ୍ରହଣ ପ୍ରକ୍ରିୟାରେ ସମାନ ଭାବେ ଅଂଶଗ୍ରହଣ କରି ପାରିବେ I ପରିବାରରେ ଉତ୍ତମ ସମ୍ପର୍କ ଏବଂ ସାମଞ୍ଜସ୍ୟ ବଜାୟ ରଖିବା ପାଇଁ ଏହା ସାହାଯ୍ୟ କରିବ I ବର୍ତ୍ତମାନ ସେମାନଙ୍କୁ କୁହନ୍ତୁ ଯେ ଆଜିର ଅଧିବେଶନରେ ଏହି ସବୁ ବିଷୟରେ ଆଲୋଚନା କରାଯିବ ଯେପରିକି ସେହି ନିଷ୍ପତ୍ତି ସବୁ କ'ଣ, କିଏ ସେହି ନିଷ୍ପତ୍ତି ନିଏ ଏବଂ ଏହା କିପରି ନିଆଯାଏ I

ସୋପାନ ୨ : ଏହି ଅଭ୍ୟାସକୁ ଖେଳିବା : ଅଭ୍ୟାସକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ଆଲୋଚନା ମାଧ୍ୟମରେ ଏକ ପରିବାରରେ ବିଭିନ୍ନ ମହତ୍ୱପୂର୍ଣ୍ଣ ସମସ୍ୟା ପାଇଁ ନିଆ ଯାଉଥିବା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାସବୁକୁ ସୂଚୀକରଣ କରିବାକୁ କୁହନ୍ତୁ ଯଥା ନୁତନ ବ୍ୟାପାର, କୃଷି ଉପକରଣ କ୍ରୟ କରିବା, ପିଲାଙ୍କ ବିବାହ, କେତୋଟି ପିଲା ଜନ୍ମ ଗ୍ରହଣ କରିବେ, ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ସମ୍ପତ୍ତି ବିକ୍ରୟ କରିବା, ଋଣ ନେବା, କେଉଁ ଫସଲ ଚାଷ କରିବା ଇତ୍ୟାଦି I

ସମୂହଦ୍ୱାରା କୁହାଯାଇଥିବା ପ୍ରତ୍ୟେକ ସମସ୍ୟା ପାଇଁ ନିଷ୍ପତ୍ତି କାର୍ଡ଼ ପ୍ରସ୍ତୁତ କରନ୍ତୁ I ବର୍ତ୍ତମାନ ଏହି ନିଷ୍ପତ୍ତି କାର୍ଡ଼ସବୁକୁ ତିନି ଭାଗରେ ବିଭକ୍ତ କରନ୍ତୁ, ଯଥା ପ୍ରଥମ ବର୍ଗରେ ପୁରୁଷମାନଙ୍କଦ୍ୱାରା ନିଆ ଯାଇଥିବା ନିଷ୍ପତ୍ତି ସମ୍ବନ୍ଧୀୟ କାର୍ଡ଼, ଦ୍ୱିତୀୟ ବର୍ଗରେ ମହିଳାମାନଙ୍କଦ୍ୱାରା ନିଆ ଯାଇଥିବା ନିଷ୍ପତ୍ତି ସମ୍ବନ୍ଧୀୟକାର୍ଡ଼ ଏବଂ ତୃତୀୟ ବର୍ଗରେ ମିଳିତ ଭାବେ ନିଆ ଯାଇଥିବା ନିଷ୍ପତ୍ତି ସମ୍ବନ୍ଧୀୟକାର୍ଡ଼ I ବର୍ଗୀକରଣ କରିବା ପାଇଁ ତଳେ ଦିଆଯାଇଥିବା ପ୍ରକ୍ରିୟାକୁ ଅନୁସରଣ କରନ୍ତୁ I

ଅଂଶଗ୍ରହଣକାରୀମାନଙ୍କୁ "କେବଳ ମହିଳା", "କେବଳ ପୁରୁଷ" ଏବଂ "ପୁରୁଷ ଓ ମହିଳା ଏକତ୍ର" ଚିତ୍ରସବୁକୁ କିଛି ଦୂରତା ବ୍ୟବଧାନରେ ଚଟାଣ ଉପରେ ରଖିବାକୁ କୁହନ୍ତୁ I ତା'ପରେ ସାଧାରଣ ଭାବେ ବର୍ତ୍ତମାନର ପ୍ରଚଳିତ ପ୍ରଥା ଅନୁସାରେ ନିଆ ଯାଉଥିବା ନିଷ୍ପତ୍ତି ପ୍ରକ୍ରିୟା ଅନୁସାରେ ସେମାନଙ୍କୁ ଏହି ତିନୋଟି ଚିତ୍ର ଯଥା "କେବଳ ମହିଳା", "କେବଳ ପୁରୁଷ" ଏବଂ "ପୁରୁଷ ଓ ମହିଳା ଏକତ୍ର" ଚିତ୍ରସବୁର ତଳେ ସମସ୍ୟାସବୁକୁ ଦର୍ଶାଉଥିବା ଚିତ୍ରିତ କାର୍ଡ଼ଗୁଡିକୁ ରଖିବାକୁ କୁହନ୍ତୁ I ସବୁ ସମସ୍ୟାରେ ଦରକାର ହେଉଥିବା ନିଷ୍ପତ୍ତି ସବୁ ଏହି ତିନୋଟି ଚିତ୍ର ମଧ୍ୟରେ ବାଣ୍ଟିସାରିବା ପରେ ଏହି ଅଭ୍ୟାସକୁ ବିଶ୍ଲେଷଣ କରନ୍ତୁ I

ସୋପାନ ୩ : ଆଲୋଚାନାର ନେତୃତ୍ୱ ନିଅନ୍ତୁ : ନିମ୍ନ ଲିଖିତ ପ୍ରଶ୍ନ ସବୁର ଆଧାରରେ ଆଲୋଚନାକୁ ସଞ୍ଚାଳନ କରନ୍ତୁ :

  • ଏହି ତିନୋଟି ବର୍ଗର ସ୍ତୁପତଳେ ଥିବା ନିଷ୍ପତ୍ତି କାର୍ଡ଼ସବୁକୁ ଦେଖି ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଅଧିକାଂଶ ନିଷ୍ପତ୍ତି କିଏ ଗ୍ରହଣ କରେ ? (ପ୍ରତ୍ୟେକ ଚିତ୍ର ତଳେ ଥିବା ନିଷ୍ପତ୍ତି କାର୍ଡ଼ ସବୁକୁ ଗଣନ୍ତୁ - 'କେବଳ ମହିଳା', 'କେବଳ ପୁରୁଷ' ଏବଂ 'ମହିଳା ଓ ପୁରୁଷ ଏକତ୍ର')
  • “କେବଳ ପୁରୁଷ’ ବର୍ଗରେ ଥିବା ନିଷ୍ପତ୍ତିକୁ ଦେଖନ୍ତୁ :
    1. ଏହା ସବୁ କେଉଁ ପ୍ରକାର ନିଷ୍ପତ୍ତି?
    2. ଏହି ସବୁ ନିଷ୍ପତ୍ତି ସଧାରଣତଃ କେବଳ ପୁରୁଷମାନେ କାହିଁକି ନେଇଥାଆନ୍ତି?
    3. ଯଦି ଜଣେ ସ୍ତ୍ରୀ ଏହି ନିଷ୍ପତ୍ତିରେ ଅରାଜି ହୁଅନ୍ତି, ତେବେ କ’ଣ ହୋଇଥାଏ?
  • “କେବଳ ମହିଳା” ବର୍ଗରେ ଥିବା ନିଷ୍ପତ୍ତିକୁ ଦେଖନ୍ତୁ:
    1. ଏହା ସବୁ କେଉଁ ପ୍ରକାର ନିଷ୍ପତ୍ତି?
    2. ଏହି ସବୁ ନିଷ୍ପତ୍ତି ସଧାରଣତଃ କେବଳ ଜଣେ ମହିଳା କାହିଁକି ନେଇଥାଆନ୍ତି?
    3. ଯଦି ଜଣେ ସ୍ୱାମୀ ଏହି ନିଷ୍ପତ୍ତିରେ ଅରାଜି ହୁଅନ୍ତି, ତେବେ କ’ଣ ହୋଇଥାଏ?
  • “ମିଳିତ” ବର୍ଗରେ ଥିବା ନିଷ୍ପତ୍ତିକୁ ଦେଖନ୍ତୁ:
    1. ଏହା ସବୁ କେଉଁ ପ୍ରକାର ନିଷ୍ପତ୍ତି?
    2. ଏହି ସବୁ ନିଷ୍ପତ୍ତି ସଧାରଣତଃ ମିଳିତ ଭାବେ କାହିଁକି ନିଆଯାଇଥାଏ ?
    3. (ଆପଣଙ୍କ ମତରେ) କେଉଁଟି ସବୁଠାରୁ ମହତ୍ୱପୂର୍ଣ୍ଣ?
    4. ଯେତେବେଳେ ଉଭୟ ଜୀବନ ସାଥୀ ଅରାଜି ହୁଅନ୍ତି, ତେବେ କ’ଣ ହୋଇଥାଏ? ସଧାରଣତଃ କିଏ ଶେଷ ନିଷ୍ପତ୍ତି ନିଅନ୍ତି? କାହିଁକି?
    5. ଯଦି ଅନ୍ୟଜଣେ ଜୀବନ ସାଥୀ ଅରାଜି ହୁଅନ୍ତି, ଫଳାଫଳ କ’ଣ ହୋଇଥାଏ?
  • ଏପରି ଏକ ମହତ୍ୱପୂର୍ଣ୍ଣ "ମିଳିତ" ନିଷ୍ପତ୍ତିର ଉଦାହରଣ ଦେବାକୁ କୁହନ୍ତୁ ଯେଉଁଥିରେ ଉଭୟ ଜୀବନସାଥୀ ଅରାଜି ଥିଲେ ଏବଂ ସହମତି ହେବା ପାଇଁ ବହୁତ ଅସୁବିଧା ହୋଇଥିଲା:
    1. ଏହି ନିଷ୍ପତ୍ତି ଗ୍ରହଣ କରିବାର ପ୍ରକ୍ରିୟାର କ’ଣ ଥିଲା? (ଏକ ନିର୍ଦ୍ଦିଷ୍ଟ ଉଦାହରଣ ଦିଅନ୍ତୁ)
    2. କିଏ ସବୁ ସମ୍ମିଳିତ ଥିଲେ?
    3. ଆପଣ ଶେଷ ନିଷ୍ପତ୍ତିରେ କେମିତି ଭାବେ ପହଞ୍ଚିଲେ?
    4. ଆପଣ କ’ଣ ଭାବୁଛନ୍ତି ଯେ ଏହି ନିଷ୍ପତ୍ତି ନେବାରେ ଆପଣଙ୍କର ସମାନ ଭୂମିକା ଥିଲା କି? କାହିଁକି / କାହିଁକି ନୁହେଁ?
    5. ଏହି ନିଷ୍ପତ୍ତିର ଫଳାଫଳରେ ସମସସ୍ତେ ଖୁସି ଥିଲେ କି?

ଏପରି ଏକ ମହତ୍ୱପୂର୍ଣ୍ଣ "ମିଳିତ ନିଷ୍ପତ୍ତି"ର ଉଦାହରଣ ଦେବାକୁ କୁହନ୍ତୁ ଯେଉଁ ପ୍ରକ୍ରିୟାରେ ଉଭୟ ଜୀବନସାଥୀଙ୍କ ସମାନ ମତାମତ ଥିଲା ଏବଂ ସହମତି ହୋଇଥିଲା:

  1. ଏହି ନିଷ୍ପତ୍ତି ଗ୍ରହଣ କରିବାର ପ୍ରକ୍ରିୟାର କ’ଣ ଥିଲା?
  2. କିଏ ସବୁ ସମ୍ମିଳିତ ଥିଲେ?
  3. ଆପଣ ଶେଷ ନିଷ୍ପତ୍ତିରେ କେମିତି ଭାବେ ପହଞ୍ଚିଲେ?
  4. ଆପଣ କେମିତି କହିବେ ଯେ ଏହି ନିଷ୍ପତ୍ତି ନେବାରେ ଉଭୟ ଜୀବନ ସାଥୀଙ୍କର ସମାନ ଭୂମିକା ଥିଲା?
  5. ଏହି ନିଷ୍ପତ୍ତିର ଫଳାଫଳରେ ସମସସ୍ତେ ଖୁସି ଥିଲେ କି?

ସୋପାନ ୪ :ପ୍ରତିଫଳନ ଏବଂ କାର୍ଯ୍ୟବାହୀ : ବର୍ତ୍ତମାନ ସବୁ ପୁରୁଷ ଓ ମହିଳା ସମୂହଗୁଡିକୁ ଏକତ୍ର କରନ୍ତୁ I ନିମ୍ନ ପ୍ରଦତ୍ତ ଦିଗବିଷୟରେ ସେମାନଙ୍କ ମତାମତ ଦେବାକୁ କୁହନ୍ତୁ I.

  • ନିଜ ଅଂଶୀଦାରଙ୍କ ସହ ମିଳିତ ଭାବେ ଭଲ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାପାଇଁ କ'ଣ ସବୁ ଆବଶ୍ୟକ କୌଶଳ ରହିବା ଉଚିତ, ଯେଉଁ ପ୍ରକ୍ରିୟାରେ ଉଭୟେ ମନେ କରିବେ ଯେ ଏଥିରେ ସେମାନଙ୍କର ମତାମତକୁ ଉଚିତ ସମ୍ମାନ ଦିଆଯାଇଅଛି ?
  • ଯେତେବେଳେ ପରିବାରରେ ଅନ୍ୟମାନଙ୍କ ମତାମତକୁ ସମ୍ମାନ ନ ଦେଇ ନିଷ୍ପତ୍ତି ଗ୍ରହଣ କରାଯାଏ ପରିବାର ପାଇଁ କେଉଁ ପ୍ରକାର କ୍ଷତି ହେବାର ଆଶଙ୍କା ଥାଏ ?
  • ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ସମାନ ମତାମତ ଥିବା ନିଷ୍ପତ୍ତିଗ୍ରହଣ ପ୍ରକ୍ରିୟାରେ ପରିବାରପାଇଁ କ'ଣ ସବୁ ସୁବିଧା ହୋଇଥାଏ ?
  • ଆମେ ଆଲୋଚନା କରିଥିବା ନିଷ୍ପତ୍ତି ଗ୍ରହଣ ଦୃଷ୍ଟାନ୍ତ ସମ୍ବନ୍ଧରେ ଆପଣ କ'ଣ ଚିନ୍ତା କରୁଅଛନ୍ତି ? ଆପଣ ଏହା ଉପରେ ସନ୍ତୁଷ୍ଟ କି? ଆପଣ ଏହି ସମ୍ବନ୍ଧରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ଏବଂ କାହିଁକି?
  • ଆପଣ କେଉଁ କାର୍ଡ଼ସବୁକୁ ଗୋଟିଏ ସ୍ତୁପରୁ ଅନ୍ୟ ଏକ ସ୍ତୁପକୁ ଘୁଞ୍ଚାଇବାକୁ ଚାହୁଁଛନ୍ତି ? ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଏହି ପରିବର୍ତ୍ତନ ସମ୍ଭବ କି? ଆପଣ ଏହି ପରିବର୍ତ୍ତନକୁ କିପରି ଆରମ୍ଭ କରିବେ?

ଉପସଂହାର

ଅଧିବେଶନକୁ ସମାପ୍ତି କରିବା ବେଳେ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନେ କିପରି ପରିବର୍ତ୍ତନ ଆଣିପାରିବେ ଯେଉଁଥିରେ କି ଉଭୟ ସ୍ୱାମୀ ଓ ସ୍ତ୍ରୀ ସେମାନଙ୍କର ଜ୍ଞାନ କୌଶଳକୁ ଉପଯୋଗ କରି ଏକ ନିର୍ଣୟରେ ପହଞ୍ଚିପାରିବେ I ଏହି ପ୍ରକ୍ରିୟାରେ ନିଷ୍ପତ୍ତିର ସବୁଦିଗକୁ ପୁଂଖାନୁପୁଂଖ ଭାବେ ଆଲୋଚନା କରାଯାଇ ନିର୍ଣୟନେବା ପୂର୍ବରୁ ଏହାର ଲାଭ ଓ କ୍ଷତିକୁ ଚିହ୍ନଟ କରାଯାଇପାରିବ I ସେମାନଙ୍କୁ କୁହନ୍ତୁ ଯେ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପୁରୁଷମାନେ ନିଜର ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡିବ I ଏଥିରୁ ଅନୁମାନ କରାଯାଏ ଯେ, ପାଥୱେଜ୍ ପ୍ରକଳ୍ପ ଏହାର ଲକ୍ଷ୍ୟଧାର୍ଯ୍ୟ ସମୂହମାନଙ୍କ ମଧ୍ୟରେ ଏହି ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇ ପାରିବ I

ଆଧାର – ପୋର୍ଟାଲ ଟିମ

Last Modified : 5/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate