অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁଗମୀକରଣ ଟୁଲ୍ (ଏକ ଭଲ ପ୍ରଶିକ୍ଷଣକାରୀଙ୍କ ଗୁଣ)

ମଡ୍ୟୁଲ ୪ – ସୋପାନ : ଏକ ଭଲ ପ୍ରଶିକ୍ଷଣକାରୀଙ୍କ ଗୁଣ

ଅଧିବେଶନ ୧.୪

ଏକ ଭଲ ସୁଗମକାରୀ କିପରି ହେବେ I

ଉଦ୍ଦେଶ୍ୟ

ଏକ ପ୍ରଶିକ୍ଷଣ ଅଧିବେଶନ ସମୟରେ ନିଜକୁ ଅଂଶଗ୍ରହଣକାରୀମାନଙ୍କ ସମ୍ମୁଖରେ ନିଜକୁ କିପରି ଭାବେ ସଞ୍ଚାଳନ କରିବେ ସେହି ବିଷୟରେ ସୁଗମକାରୀଙ୍କୁ ସମ୍ବେଦନଶୀଳ କରିବା ସହ ଏକ ଉତ୍ତମ ପ୍ରଶିକ୍ଷକ ହେବାପାଇଁ ଆବଶ୍ୟକ କୌଶଳ ବିଷୟରେ ଶିକ୍ଷାଦାନ କରିବା I

ପଦ୍ଧତି

ଅଧିବେଶନକୁ ଶ୍ରେଣୀକକ୍ଷରେ କିଛି ବ୍ୟବହାରିକ ଅଭ୍ୟାସ ଯଥା ପ୍ରଶ୍ନୋତ୍ତର, ଭୂମିକା-ଅଭିନୟ, ଖେଳ ମାଧ୍ୟମରେ ସଞ୍ଚାଳନ କରାଯିବ I

ଅଂଶଗ୍ରହଣକାରୀ

ସୁଗମକାରୀ, ସିଆରପି, ଦଳର ନେତା/ପ୍ରଶିକ୍ଷଣକାରୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ଫ୍ଲିପ ଚାର୍ଟ, କଲମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୪୫ ମିନିଟ୍ |

ପୃଷ୍ଠଭୁମୀ

ଅଂଶଗ୍ରହଣକାରୀମାନଙ୍କୁ କୁଶଳତା ପୁର୍ବକ ପରିଚାଳିତ କରିବା ସହ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟବ୍ୟସ୍ତ ରଖି ଅଧିବେଶନ ସଞ୍ଚାଳନ ସମୟରେ ସେମାନଙ୍କର ଧ୍ୟାନ ଆକର୍ଷିତ କରିବା ପାଇଁ ପ୍ରଶିକ୍ଷକଙ୍କ କିଛି ନିର୍ଦ୍ଦିଷ୍ଟ କୌଶଳ ଏବଂ ଗୁଣ ଥିବା ଦରକାର I ଏହି ଅଧିବେଶନରେ ଜଣେ ଉତ୍ତମ ସୁଗମକାରୀଙ୍କ ପ୍ରତ୍ୟାଶିତ ଗୁଣ ବିଷୟରେ ଆଲୋଚନା କରାଯିବ ଏବଂ ଜଣେ ଉତ୍ତମ ସୁଗମକାରୀ ହେବା ପାଇଁ ସେ ଏହିସବୁ ସବୁ ଗୁଣ ବିଷୟରେ ସୁଗମକାରୀ ସଚେତନ ହେବା ଆବଶ୍ୟକ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଯେଉଁ ସବୁ ଅଂଶଗ୍ରହଣକାରୀ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି ସେମାନଙ୍କୁ ଏକ କୋଠରୀରେ ଏକତ୍ର ହେବାକୁ ଦିଅନ୍ତୁ ଯେଉଁଠି ସେମାନେ ବିନା ବାଧାବିଘ୍ନରେ ଆଲୋଚନା କରିପାରିବେ I ଆରମ୍ଭ କରିବା ପୂର୍ବରୁ, ପ୍ରଥମେ ଜାଣିବା ଦରକାର ଯେ ଅଂଶଗ୍ରହଣକାରୀମାନେ ଜଣେ ଉତ୍ତମ ସୁଗମକାରୀଙ୍କଠାରୁ କ'ଣ ସବୁ ଆଶା କରନ୍ତି I ଏହାପରେ ଆଲୋଚନା ଆରମ୍ଭ କରି କୁହନ୍ତୁ ଯେ ବର୍ତ୍ତମାନ ସେ ଅଂଶଗ୍ରହଣକାରୀମାନେ ଚିହ୍ନଟ କରିଥିବା ଅନିର୍ବାର୍ଯ୍ୟ ଗୁଣ ବିଷୟରେ ଆଲୋକପାତ କରିବା ସହିତ ଜଣେ ଉତ୍ତମ ସୁଗମକାରୀଙ୍କ କିଛି ଅଧିକ ଗୁଣ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି I

ସୋପାନ - ୨ : ଡ୍ରେସ କୋର୍ଡ : ସୁଗମକାରୀ ପିନ୍ଧିଥିବା ପୋଷାକ ଅନୁପଚାରିକ ହୋଇଥିବା ଦରକାର ଯାହା ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ହୋଇଥିବ I ଏହାଦ୍ୱାରା ଅଂଶଗ୍ରହଣକାରୀମାନେ ସୁଗମକାରୀଙ୍କୁ ନିଜ ମଧ୍ୟରୁ ଜଣେ ସଦସ୍ୟ ଭାବେ ମନେ କରିବେ ଏବଂ ତାଙ୍କସହ ଖୋଲା ମନରେ ଆଲୋଚନା ତଥା ବାର୍ତ୍ତାଳାପ କରିପାରିବେ I

ସୋପାନ - ୩ : ଅଧିବେଶନ ଆୟୋଜନ କରିବା ପାଇଁ ସମୟ ନିର୍ଘଣ୍ଟ : ପ୍ରଶିକ୍ଷଣ ଅଧିବେଶନ ଏକ ସମସ୍ତଙ୍କୁ ସୁହାଇଲା ପରି ସୁବିଧାଜନକ ସମୟରେ ଆୟୋଜନ କରିବା ଉଚିତ ଯଦ୍ୱାରା ଅଧିକାଂଶ ସଦସ୍ୟ ପ୍ରତ୍ୟେକ ଋତୁରେ ଏଥିରେ ଅଂଶଗ୍ରହଣ କରିପାରିବେ I ବିଭିନ୍ନ ପର୍ବପର୍ବାଣୀ ଏବଂ ବିବାହ ପରି ଉତ୍ସବ ହେଉଥିବା ସମୟରେ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିବାରୁ ନିବୃତ ରୁହନ୍ତୁ କାରଣ ଏହି ସମୟରେ ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ନାହିଁ I ସେହିପରି ଭାବେ ଯଦି ଗ୍ରାମରେ କିଛି ଅଘଟଣ ଯଥା କାହାର ମୃତ୍ୟୁ ହୋଇଥିଲେ କିମ୍ବା ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲେ କିମ୍ବା ବିଭିନ୍ନ ଦଳ ମଧ୍ୟରେ ସଂଘର୍ଷ ହୋଇଥିଲେ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିବା ଉଚିତ ନୁହେଁ I ଅମଳ-ପରବର୍ତ୍ତୀ ଅଭ୍ୟାସ, ଲିଙ୍ଗ ସମ୍ବେଦନଶୀଳତା, ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ଜ୍ଞାନକ୍ଷେତ୍ର ପରି ପ୍ରଶିକ୍ଷଣ ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କର ସ୍ୱାମୀଙ୍କ ଉପସ୍ଥିତି ଆବଶ୍ୟକ ହୋଇଥାଏ, ତେଣୁ ପ୍ରଶିକ୍ଷକ ଅଂଶଗ୍ରହଣକାରୀମାନଙ୍କୁ ଆଗରୁ ଏହି ବିଷୟରେ ସୂଚନା ପ୍ରଦାନ କରିବା ଆବଶ୍ୟକ I

ସୋପାନ - ୪ : ଅଧିବେଶନର ବିଷୟବସ୍ତୁ ଉପରେ ସ୍ପଷ୍ଟତା : ସୁଗମକାରୀଙ୍କ ଅନେକ ଗୁଡିଏ ଉତ୍ତମ ଗୁଣ ମଧ୍ୟରୁ ଗୋଟିଏ ହେଉଛି ଅଧିବେଶନର ପ୍ରଶିକ୍ଷଣ ଶୀର୍ଷକ ବିଷୟରେ ତାଙ୍କର ସବିଶେଷ ଜ୍ଞାନ ରହିଥିବା ଉଚିତ I ପ୍ରତ୍ୟେକ ଅଧିବେଶନର ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥାଏ ଯେ ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ଅଂଶଗ୍ରହଣକାରୀମାନେ ଶିକ୍ଷା ଲାଭ କରିଥିବା ଜ୍ଞାନକୁ ବ୍ୟବହାର କରି କ'ଣ କରିପାରିବେ କିମ୍ବା କ'ଣ ପ୍ରଦର୍ଶନ କରିପାରିବେ I ପ୍ରଶିକ୍ଷକଙ୍କ ଦ୍ୱାରା ସଞ୍ଚାଳିତ ଶିକ୍ଷଣୀୟ ଉଦ୍ଦେଶ୍ୟରୁ ପ୍ରତ୍ୟାଶିତ ପରିଣାମ ବିଷୟରେ ସୁଗମକାରୀ ଜାଣିବା ଉଚିତ I

ସୋପାନ - ୫ : ପ୍ରାରମ୍ଭିକ ଅଭ୍ୟାସ : ଏକ ପ୍ରଶିକ୍ଷଣ ମଡ୍ୟୂଲ୍ ସଞ୍ଚାଳନ କରିବା ପାଇଁ ସୁଗମକାରୀ ପର୍ଯ୍ୟାପ୍ତ ପ୍ରାରମ୍ଭିକ ଅଭ୍ୟାସ କରିବା ଉଚିତ ଯଥା ସଂକ୍ଷିପ୍ତ ଟିପ୍ପଣୀ ପ୍ରସ୍ତୁତି ତଥା ଆବଶ୍ୟକ ପ୍ରଶିକ୍ଷଣ ସାମଗ୍ରୀ ସଂଗ୍ରହ କରିବା ଇତ୍ୟାଦି I ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସେ କେଉଁ ପ୍ରକାର ପ୍ରଶିକ୍ଷଣ ପଦ୍ଧତି ଆଦୃତ କରିବେ ସୁଗମକାରୀ ଆଗରୁ ସୁନିଶ୍ଚିତ କରିବା ଉଚିତ I ଏହି ପରିପେକ୍ଷୀରେ ସୁଗମକାରୀ ଆଲୋଚ୍ୟ ବିଷୟବସ୍ତୁ ଏବଂ ସମ୍ବନ୍ଧୀତ ଦିଗ ଉପରେ ପର୍ଯ୍ୟାପ୍ତ ସୂଚନା ସଂଗ୍ରହ କରିବାପାଇଁ ସମର୍ଥ ହେଉଥିବା ଉଚିତ I ଉଦାରହରଣସ୍ୱରୂପ ଯଦି ପ୍ରଶିକ୍ଷଣ ଅମଳ-ପରବର୍ତ୍ତୀ ବିଷୟରେ ହେଉଥାଏ, ତେବେ ଏହି ବିଷୟରେ ବିଭିନ୍ନ ଦିଗ ଯଥା ଆଖପାଖର ବଜାର, ଉତ୍ପାଦର ଚାହିଦା, ପ୍ରଚଳିତ ଦର ଇତ୍ୟାଦି ବିଷୟରେ ତାଙ୍କର ଜ୍ଞାନ ଥିବା ଦରକାର I ଏହି ସୁଚନା ମିଳିଲେ, ଅଂଶଗ୍ରହଣକାରୀମାନେ ଆଲୋଚନାରେ ଉଲ୍ଲେଖ କରାଯାଇଥିବା ଦିଗସବୁକୁ ଅନୁସରଣ କରିବେ I ସୁଗମକାରୀ ସବୁବେଳେ ଏକ ଡାଇରୀରେ ଅଧିବେଶନରେ ଶିକ୍ଷାଦାନ କରାଯାଇଥିବା ବିଷୟବସ୍ତୁକୁ, ବିଶେଷତଃ ଉଦାହରଣ ଏବଂ ପ୍ରକରଣ ଅଧ୍ୟୟନସବୁ (କେସ ଷ୍ଟଡି) ଲେଖିବା ଉଚିତ ଯେପରିକି ପରବର୍ତ୍ତୀ ଅଧିବେଶନରେ ଏହାସବୁ ଯେପରି ପୁନରାବୃତ୍ତି ହେବ ନାହିଁ I

ସୋପାନ - ୬ : ନମ୍ର ଏବଂ ବିନୟଶୀଳ ହେବା : ସୁଗମକାରୀ ନମ୍ର ଏବଂ ବିନୟଶୀଳ ହେବା ଉଚିତ ଯାହା ଅଂଶଗ୍ରହଣକାରୀମାନଙ୍କୁ ଅଧିବେଶନରେ ସହଜ ଭାବେ ଆଲୋଚ୍ୟ ବିଷୟ ବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସାହାଯ୍ୟ କରିବ I ଶାରୀରିକ ହାବ-ଭାବ ମୌଖିକ ଭାଷା ଠାରୁ ମଧ୍ୟ ଅଧିକ ବର୍ଣନ କରିଥାଏ, ତେଣୁ ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କ ଭାବନାକୁ ଆଘାତ କଲାଭଳି କୌଣସି ଭାବ ଭଙ୍ଗୀ କରିବା ଉଚିତ ନୁହେଁ I ଏହି ପରିପେକ୍ଷୀରେ ମନେ ରଖିବା ଉଚିତ ଯେ ଥରେ ଅଂଶଗ୍ରହଣକାରୀମାନେ ସୁଗମକାରୀଙ୍କୁ ନାପସନ୍ଦ କରିବା ଆରମ୍ଭ କରନ୍ତି, ତେବେ ସେମାନେ ଭବିଷ୍ୟତରେ କୌଣସି ପ୍ରଶିକ୍ଷଣ ଅଧିବେଶନରେ ଉପସ୍ଥିତ ହେବେ ନାହିଁ I ତେଣୁ ପ୍ରଥମ ଏବଂ ମୁଖ୍ୟ କାମ ହେଉଛି ଅଂଶଗ୍ରହଣକାରୀମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ କରିବା I ଅଂଶଗ୍ରହଣକାରୀମାନଙ୍କ ଏକ ଦଳରେ କିଛି ମୁଖର ତଥା କିଛି ଲାଜୁଆ ସଦସ୍ୟ ଥାଇ ପାରନ୍ତି I ସୁଗମକାରୀଙ୍କ ଦାୟୀତ୍ୱ ହେଉଛି ଦଳରେ ସବୁ ସଦସ୍ୟଙ୍କୁ କହିବା ପାଇଁ ସୁଯୋଗ ସୃଷ୍ଟି କରିବା ଯେପରିକି ଏହା ଏକ ପାରସ୍ପାରିକ ଅଧିବେଶନ ହୋଇପାରିବ ଏବଂ ଜଣେ ଅନ୍ୟ ଜଣଙ୍କର ଅନୁଭୁତିରୁ ଶିକ୍ଷା ଲାଭ କରିପାରିବେ I ଯେତେବେଳେ ଅଂଶଗ୍ରହଣକାରୀ କହିବେ, ସୁଗମକାରୀ କୌଣସି ବାଧା ଉତ୍ପନ୍ନ ନ କରି ଧୈର୍ୟ୍ୟ ସହକାରେ ଶୁଣନ୍ତୁ I ଅଂଶଗ୍ରହଣକାରୀଙ୍କ ବକ୍ତବ୍ୟ ଅଧିବେଶନ ପାଇଁ ପ୍ରାସଙ୍ଗିକ ହୋଇ ନ ଥିଲେ ସୁଦ୍ଧା, ସୁଗମକାରୀ କୌଣସି ପ୍ରକାର ନକାରାତ୍ମକ ପ୍ରତିକ୍ରିୟା କିମ୍ବା ତାଙ୍କୁ ତିରସ୍କାର ନ କରି ଏହାକୁ ଆଗ୍ରାହ୍ୟ କରନ୍ତୁ I

ସୋପାନ - ୭ : ଅନୁଶାସନ ଏବଂ ଆଚାର ସଂହିତା : ଅଧିବେଶନ ସଞ୍ଚାଳନ ସମୟରେ ସୁଗମକାରୀ ବାରମ୍ବାର ବ୍ୟାଘାତ ସୃଷ୍ଟି କରିବାରୁ ନିବୃତ ହେବା ଉଚିତ ଯେପରିକି ଫୋନରେ କଥାହେବାପାଇଁ ବାହାରକୁ ଯିବା, କାରଣ ଏହା ଅଂଶଗ୍ରହଣକାରୀମାନଙ୍କୁ ନିରାଶ କରିଥାଏ I ଅଧିବେଶନ ଆରମ୍ଭ କରିବା ପୁର୍ବରୁ ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କୁ ପ୍ରାୟ ପାଞ୍ଚ ମିନିଟ ଦେବା ଉଚିତ ଯେଉଁ ସମୟରେ ସେମାନେ ତାଙ୍କର ବ୍ୟକ୍ତିଗତ କାମ ଯଥା ଫୋନରେ ବାର୍ତ୍ତାଳାପ, ସାଙ୍ଗସାଥୀମାନଙ୍କ ସହ କଥାବାର୍ତ୍ତା, ଆର୍ଥିକ କାରବାର ଇତ୍ୟାଦି କାମ ସମାପ୍ତ କରିଦେବା ଉଚିତ ଯଦ୍ୱାରା ଅଧିବେଶନ ମଝିରେ କୌଣସି ପ୍ରକାର ବିଘ୍ନ ଘଟିବ ନାହିଁ I ଅଧିବେଶନରେ ଆଲୋଚନା ସମ୍ପୂର୍ଣ ଭାବେ ପାରଦର୍ଶୀ ହେବା ଉଚିତ ଏବଂ ସୁଗମକାରୀ କାହା ସହିତ 'ଐକିକ' ଭାବେ କିମ୍ବା ବ୍ୟକ୍ତିଗତ ସ୍ତରରେ ବାର୍ତ୍ତାଳାପ କରିବା ଉଚିତ ନୁହେଁ I

ସୋପାନ - ୮ : ଅଧିବେଶନର କାର୍ଯ୍ୟବାହୀ ପ୍ରସ୍ତୁତ କରିବା : ସୁଗମକାରୀ ଆଲୋଚ୍ୟ ବିଷୟବସ୍ତୁର ପ୍ରତ୍ୟେକ ଦିଗ ପାଇଁ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିବା ଆବଶ୍ୟକ ଏବଂ ଏହାକୁ ସେ ଅତ୍ୟନ୍ତ ସାବଧାନତା ସହ ଅନୁସରଣ କରିବା ଉଚିତ I ଅଂଶଗ୍ରହଣକାରୀମାନଙ୍କୁ ପ୍ରଥମରୁ କହି ରଖନ୍ତୁ ଯେ ସେ ବିଷୟବସ୍ତୁକୁ ଉପସ୍ଥାପନ କରି ସାରିବା ପରେ ସେମାନେ ତାଙ୍କର ସନ୍ଦେହ କିମ୍ବା ସ୍ପଷ୍ଟୀକରଣ ପଚାରି ପାରିବେ ଅନ୍ୟଥା ଏହା ବ୍ୟାଖ୍ୟାନର ଧାରାକୁ ପ୍ରତିହତ କରିପାରେ I ବେଳେ ବେଳେ କିଛି ବିଷୟ ଉପରେ ଅଂଶଗ୍ରହଣକାରୀମାନେ ଅଧିକ ସ୍ପଷ୍ଟୀକରଣ ଲୋଡିଲେ ଏହା ଅଧିକ ସମୟ ନେଇଥାଏ ଏବଂ ଏପରି ପରିସ୍ଥିତିରେ ସୁଗମକାରୀ ଅନ୍ୟ ବିଷୟ ଆଲୋଚନା ପାଇଁ ସମୟ ନିର୍ଘଣ୍ଟରେ ଆବଶ୍ୟକ ସାମଞ୍ଜସ୍ୟ କରିବା ଉଚିତ I ସବୁଠାରୁ ମହତ୍ୱପୂର୍ଣ୍ଣ ସତର୍କତା ହେଉଛି ଯେ ଅଧିବେଶନରେ ଅଂଶଗ୍ରହଣକାରୀମାନେ ସଂକ୍ଷିପ୍ତ ଏବଂ ନିର୍ଦ୍ଦିଷ୍ଟ ଭାବେ ନିଜର ମତାମତ ଉପସ୍ଥାପନା କରିବା ଉଚିତ I ଅଂଶ ଗ୍ରହଣକାରୀ ମାନଙ୍କ ଦ୍ୱାରା ଅଧିବେଶନପାଇଁ ଅପ୍ରାସଙ୍ଗିକ ବ୍ୟକ୍ତିଗତ ଗଳ୍ପ କିମ୍ବା ଅନୁଭବକୁ ବର୍ଣନ କରିବା ସମ୍ପୂର୍ଣ ଭାବେ ନିଷିଦ୍ଧ କରିବା ଉଚିତ I ଏହାସହ ସବୁ ଅଂଶଗ୍ରହଣକାରୀ ସବୁବେଳେ ନିଜ ନିଜ ମଧ୍ୟରେ ବାର୍ତ୍ତାଳାପ ନ କରି ସୁଗମକାରୀଙ୍କ ସହ କଥାବାର୍ତା କରିବା ଉଚିତ କାରଣ ଅନେକ ସମୟରେ ଏହା ନିଜ ମଧ୍ୟରେ ଅଯଥା ଯୁକ୍ତି ତର୍କ ସୃଷ୍ଟି କରିଥାଏ I ନିଜ ମଧ୍ୟରେ କଥା କତା କଟି ହୋଇ କଥା ବାର୍ତା କରିବା ଉଚିତ ନୁହେଁ, ଯେପରିକି ଅଂଶଗ୍ରହଣକାରୀମାନେ ସିଧା ସଳଖ ନିଜ ମଧ୍ୟରେ କଥାବାର୍ତା କରିବା ଉଚିତ ନୁହେଁ ଏବଂ ସବୁବେଳେ ସେମାନେ ସୁଗମକାରୀଙ୍କ ମାଧ୍ୟମରେ ବାର୍ତ୍ତାଳାପ କରିବା ଉଚିତ I କିଛି ମୁଖର ଅଂଶଗ୍ରହଣକାରୀ ଅଧିବେଶନରେ ପ୍ରାଧାନ୍ୟା ବିସ୍ତାର କରିବାକୁ ଚେଷ୍ଟା ଥାଆନ୍ତି ଯାହାକୁ ସବୁବେଳେ ବର୍ଜନ କରିବା ଉଚିତ I ଧର୍ମ, ବର୍ଣ, ଜାତି, ସାମାଜିକ ଅନୁକ୍ରମ କିମ୍ବା ଆର୍ଥିକ ପ୍ରତିଷ୍ଠା ଅଧିବେଶନରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ପ୍ରତିବନ୍ଧକ ସାଜିବା ଉଚିତ ନୁହେଁ I ଯେକୌଣସି ସମୟରେ ଆଲୋଚନାର ମୁଖ୍ୟ ବିଷୟରୁ ଧ୍ୟାନ ହଟିଗଲେ ସୁଗମକାରୀ ସାଙ୍ଗେ ସାଙ୍ଗେ ପୁନର୍ବାର ଆଲୋଚନାକୁ ମୁଖ୍ୟ ବିଷୟବସ୍ତୁ ଉପରକୁ ଫେରାଇ ଆଣନ୍ତୁ I ପ୍ରଶିକ୍ଷକ ସବୁବେଳେ ସ୍ଥାନୀୟ ଭାଷା ବ୍ୟବହାର କରିବା ଉଚିତ ଏବଂ ଅଂଶଗ୍ରହଣକାରୀମାନେ ବୁଝି ନ ପାରିଲା ଭଳି ଇଂରାଜୀ ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ I

ସୋପାନ - ୯ : ସାହିତ୍ୟିକ ରଚନା ସଂଗ୍ରହ କରିବା : ପ୍ରଶିକ୍ଷକ ବିଭିନ୍ନ ସୁତ୍ରରୁ ପଠନ ସାମଗ୍ରୀ ସଂଗ୍ରହ କରି ନିଜ ପାଖରେ ରଖିବା ଉଚିତ ଯାହାକୁ ସେ ଦରକାର ସମୟରେ ବ୍ୟବହାର କରି ପ୍ରଶିକ୍ଷଣ ପାଇଁ ସଂକ୍ଷିପ୍ତ ଟିପ୍ପଣୀ ପ୍ରସ୍ତୁତ କରିପାରିବେ । ସେ ପ୍ରକଳ୍ପରେ ହେଉଥିବା ନୁଆ ଘଟଣାକ୍ରମ ସବୁକୁ ଅନୁଶୀଳନ କରିବା ଉଚିତ ଏବଂ ଏଥିସହ ବଜାରଧାରା (ଆପୁର୍ତ୍ତୀ ଏବଂ ଚାହିଦା) ସମ୍ପର୍କରେ ସୂଚନା ସଂଗ୍ରହ କରି ଅଂଶଗ୍ରହଣକାରୀମାନଙ୍କୁ ପ୍ରଦାନ କରିବା ଉଚିତ I ଯେତେବେଳେ ସେ କୌଣସି ପ୍ରକାର ସଫଳ କାହାଣୀ ବିଷୟରେ ଜାଣିବାକୁ ପାଇବେ, ସେ ଏହାକୁ ଲିପିବଦ୍ଧ କରି ରଖିବା ଉଚିତ ଏବଂ ପ୍ରଶିକ୍ଷଣ ଅଧିବେଶନ ସମୟରେ ସେ ଏହାକୁ ବ୍ୟବହାର କରିପାରନ୍ତି I

ଉପସଂହାର

ଅଧିବେଶନ ସମାପ୍ତ କଲାବେଳେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ମତାମତ ବିଷୟରେ ପଚାରନ୍ତୁ ଏବଂ ଯଦି ସେମାନେ କିଛି ଅଧିକ ସୂଚନା ଚାହୁଁଥାଆନ୍ତି, ତେବେ ଏହାକୁ ସଂଗ୍ରହ କରି ପରବର୍ତ୍ତୀ ପରିଦର୍ଶନ ସମୟରେ ପ୍ରଦାନ କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate