অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷୀଙ୍କ ଲାଗି ‘ପମ୍ପ ଅନ୍ ହ୍ଵିଲ୍ସ’

ଗଣେଶ ନାମକ ମେକାନିକ ଦ୍ଵାରା ଚାଷୀଙ୍କ ସମସ୍ୟା ଦୂର

ବୃତ୍ତିରେ ମେକାନିକ୍ । ମାତ୍ର ନିଜ ସ୍ୱଳ୍ପ ବୁଦ୍ଧିରେ ବିରାଟ ସମସ୍ୟାର ସମାଧାନ କରିଛନ୍ତି । ଚାଷୀଙ୍କ ଜଳସେଚନ ସମସ୍ୟାର ସୂତ୍ର ସେ କାଢିଛନ୍ତି । ଯାହାର ନାଁ ଦେଇଛନ୍ତି ‘‘ପମ୍ପ ଅନ୍ ହ୍ଵିଲ୍ସ" । କମ୍ ଖର୍ଚ୍ଚ ଓ କମ୍ ଓଜନ୍ ବିଶିଷ୍ଟ ଏହି ପମ୍ପ ଚାଷୀଙ୍କ ସମସ୍ୟା ଦୂର କରିଛି । ଜମିରେ ଜଳସେଚନ ନିମନ୍ତେ ନିଜ ଗାଁର ଚାଷୀମାନେ ଓଜନ ଦାର ପାଣି ପମ୍ପକୁ ବହୁ କଷ୍ଟରେ ନେବା ଦେଖିବାପରେ ଗଣେଶ ନାମକ ଏହି ମେକାନିକ ଏକ ହାଇଟ୍ରିଡ ସାଇକେଲର ଡିଜାଇନ ପ୍ରସ୍ତୁତିରେ ଲାଗିପଡିଲେ । ଏଥିପାଇଁ ମାତ୍ର ୧୪୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ଚାଷୀଙ୍କ ପାଇଁ ବିଶେଷ ସହାୟକ ହେବା ସହିତ ଗଣେଶ ତାହାକୁ ଭଡା ସୂତ୍ରରେ ଦେଇ ମାସକୁ ଭଲ ଜୋରାଜଗାର ମଧ୍ୟ କଲେ ।

‘‘ପମ୍ପ ଅନ୍ ହ୍ଵିଲ୍ସ" ଉଦ୍ଭାବନ

ବିହାର ଅନ୍ତର୍ଗତ ପୁରନିଆର ବାସିନ୍ଦା ଗଣେଶ କୁମାର ସିଂ । ଗାଁର ଚାଷୀମାନଙ୍କୁ ୬୦ କିଲୋଗ୍ରାମ ଓଜନ୍ ପାଣି ପମ୍ପ ବ୍ୟବହାର କରୁଥିବାର ଦେଖିବାକୁ ପାଇଲେ । ଯଦି ପମ୍ପକୁ କୌଣସି ଗାଡିରେ ନିଆଯାଏ ତେବେ ତାହା ଜମିରେ ଗଲେ ଫସଲ ନଷ୍ଟ ହେବାର ଆଶଙ୍କା ବି ଥିଲା । ଏସବୁକୁ ଲକ୍ଷ୍ୟ କରିବା ପରେ ଗଣେଶ ଏଭଳି କିଛି ଡିଜାଇନ କରିବା ଚିନ୍ତା କଲେ ଯଦ୍ଵାରା  ଜମିରେ ସହଜରେ ପାଣି ଉଠାଇ ହେଉଥିବା । ତା' ପରେ ଏକ ସାଇକେଲରେ ଯଦି ପମ୍ପକୁ କୌଣସି ଉପାୟରେ ଫିଟ୍ କରିହେବ। ତେବେ ତାହାକୁ ସହଜରେ ଜମିକୁ ନିଆଯାଇପାରିବ ବୋଲି ସେ ବିଚାର କଲେ । ବହୁ ପରୀକ୍ଷା ନିରୀକ୍ଷା ଏବଂ ଭୂଲ କରିବା ପରେ ଶେଷରେ ସେ ଏକ ନୂଆ ଉଦ୍ଭାବନ କଲେ ‘ପମ୍ପ ଅନ୍ ହ୍ଵିଲ୍ସ” । ଏଥିରେ ଏକ ବାଇସାଇକେଲର ସମ୍ମୁଖ ଭାଗ ଏବଂ  ସ୍କୁଟରର ପଛ ଅଂଶକୁ ଯୋଡାଯାଇଛି । ଏହାକୁ ଜମି ହୁଡାରେ ମଧ୍ୟ ସହଜରେ ନିଆଯାଇପାରିବ ଏବଂ ଫସଲ ଆଦୌ ନଷ୍ଟ ହେବା ସମ୍ଭାବନା ନାହିଁ । ସ୍କୁଟରର ପଛ ଅଂଶକୁ ଏଥିରେ ଯୋଡାଯାଇଥିବାରୁ ପମ୍ପ ଚାଲିବା ସମୟରେ ଏହି ହାଇବ୍ରିଡ ଯାନରେ କମ୍ପନ ସୃଷ୍ଟି ହେଉନାହିଁ । ଏହି ମେସିନର ସମୁଦାୟ ଓଜନ ପ୍ରାୟ ୭୫ କିଲୋଗ୍ରାମ ରହିଛି ଏବଂ ସେଥିରେ ୬୦ କିଲୋଗ୍ରାମର ପମ୍ପ ଓଜନ ମଧ୍ୟ ସାମିଲ । ଗଣେଶ ଏକ ପୁରୁଣା ସାଇକେଲର ପଛ ଅଂଶକୁ ଭାଗ କରି ୪ ଇଞ୍ଚର ଲୁହାପାଇପରେ ପମ୍ପକୁ ଖଞ୍ଜିଛନ୍ତି । ଜୋର କମ୍ପନକୁ ସହ୍ୟ କରିବା ଏବଂ ସହଜରେ ଚଳାଚଳ କରିବା ନିମନ୍ତେ ସ୍କୁଟରର ବଲ୍ ବିଅରିଂ ସ୍ଥାନରେ ଏଥିରେ ତୁଳନାତ୍ମକ ଭାବେ ବଡ ବଲ୍ ବିଅରିଂ ଖଞ୍ଜାଯାଇଛି । ଏଥିପାଇଁ ସେ ନିକଟରେ ରହୁଥିବା ଜଣେ ୱେଲଡରଙ୍କ ସହାୟତା ନେଇଥିଲେ । ତାଙ୍କର ଏହି ପାଣି ପମ୍ପ ଏବେ ଠିକ୍ ଭାବେ କାର୍ଯ୍ୟ କରୁଛି।

ଇନୋଭେସନ୍ ଫୋରମର କାର୍ଯ୍ୟକ୍ରମ ଦ୍ଵାରା ଗଣେଶଙ୍କୁ   ପ୍ରୋତ୍ସାହନ

ତାଙ୍କ ସଫଳତାକୁ ଲକ୍ଷ୍ୟ କରିବା ପରେ ନିକଟବର୍ତ୍ତୀ କିଛି ଗ୍ରାମର ଚାଷୀ ମଧ୍ୟ ଏହି ଭଳି ପମ୍ପ ପ୍ରସ୍ତୁତ କରିଛନ୍ତି । ଗଣେଶଙ୍କର ଏଭଳି ଉଦ୍ୟମରେ ବିହାର ଇନୋଭେସନ୍ ଫୋରମର ଜୀବିକା କାର୍ଯ୍ୟକ୍ରମ ପ୍ରଭାବିତ ହୋଇ ଏଥିରେ ଅଧିକ ଆଧୁନିକତା ଆଣିବା ଦିଗରେ ତାଙ୍କୁ ପ୍ରୋତ୍ସାହନ ଯୋଗାଇଦେଲା । ଫଳରେ ଗଣେଶ ଏହିଭଳି ଅନେକ ପମ୍ପ ପ୍ରସ୍ତୁତ କରି ପାରିଛନ୍ତି । ଇତି ମଧ୍ୟରେ ସେ ଏହି ଭଳି ପ୍ରାୟ ୪୦ଟି ପମ୍ପ ବିକ୍ରି କରିସାରିଲେଣି । ସେଗୁଡିକର ମୂଲ୍ୟ ୧୪୦୦ ଟଙ୍କାରୁ ୧୬୦୦ ଟଙ୍କା ମଧ୍ୟରେ ପଡୁଛି । ତାହାକୁ ଶ୍ରମିକ ମଜୁରୀ ଏବଂ ଡିଜେଲ ବାଦଦେଇ ଘଣ୍ଟା ପ୍ରତି ୭୦ ଟଙ୍କା ଭଡ଼ାରେ ମଧ୍ୟ ଦିଆଯାଉଛି । ଏହିଭଳି ଗୋଟିଏ ମେସିନ୍‌ରୁ ଗଣେଶ ଦିନକୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି । ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତିଗତ ସହଯୋଗ ମିଳିଲେ ସେ ଏଥିରେ ଆଉକିଛି ନୂଆ ଉଦ୍ଭାବନ କରିପାରିବେ ବୋଲି ଗଣେଶ ଆଶା ରଖିଛନ୍ତି ।

ଆଧାର – କୃଷି ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate