অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡାଳୁଆ ଧାନର ଜଳ ପରିଚାଳନା

ଉପକ୍ରମ

ଡାଳୁଅ ଧାନ ଫସଲ ଅଧିକ ଜଳ ଦରକାର କରେ । ଜଳସେଚିତ ଅଞ୍ଚଳ  ଧାନଚାଷରେ କେନାଲ ଉପରେ ମୁଣ୍ଡରେ ଥିବା ଚାଷୀମାନେ  ମନଇଚ୍ଛା ଅତ୍ୟଧିକ ଜଳସେଚନ କରିବା ଫଳରେ କେନାଲରେ ତଳମୁଣ୍ଡରେ ଥିବା ଜମିରେ ଜଳର ଅଭାବ ଦେଖାଯାଇଥାଏ । ଫଳରେ ବିନା କାରଣରେ ଜଳର ଅପଚୟ ହେବା ସହିତ ଜଳ ବଣ୍ଟନରେ ଅସୁବିଧା ହୁଏ । ଜମିକୁ ଠିକ୍ ରୂପେ ସମତୁଲ କଲେ କମ୍ ପାଣି ଆବଶ୍ୟକ ହୁଏ ।

ଡାଳୁଆ ଧାନରେ ତଳିଘେରା ପ୍ରସ୍ତୁତି

ଜାନୁୟାରୀ ମାସ ଶେଷ ସୁଦ୍ଧା ତଳି ରୁଆ ସାରିବା ପାଇଁ ଡିସେମ୍ବର ୧୦-୨୫ ମଧ୍ୟରେ ତଳି ଘେରା ପ୍ରସ୍ତୁତ କରାଯାଏ । ତଳିଗୁଡିକୁ ସଅଳ ରୋଇଲେ କାଣ୍ଡବିନ୍ଧା ପୋକ ଉପଦ୍ରବରୁ ରକ୍ଷା ମିଳିଥାଏ । ସହଳ ଗୁଆ ଯାଇଥିବା ଧାନ ସଅଳ ଅମଳ ହେବା ସହ ଆଗାମୀ ଖରିଫ୍ ଫସଲର ଜମି ପ୍ରସ୍ତୁତି ପାଇଁ ପ୍ରଚୁର ସମୟ ମିଳିଥାଏ ।

  • ତଳିଘେରାରେ ଧାନ ବୁଣିବା ପୂର୍ବରୁ ବିହନ ବିଶୋଧନ କରାଯିବା ନିହାତି ଆବଶ୍ୟକ । ବିହନ ବିଶୋଧନ ଦ୍ଵାରା ତଳି ଘେରାରେ ଦେଖାଯାଉଥିବା ମହିଶା, ପତ୍ରପୋଡା, ପତ୍ରଦାଗ, ପତ୍ରଛଦା ରୋଗ ଦଉରୁ ମୁକ୍ତି ମିଳିଥାଏ । ବଜାରରେ ଉପଲବ୍ଧ ଥିବା ଔଷଧ ‘ଭିଟା ବାକ୍ ପାୱାର' (କାର୍ବୋଜିନ୍ +ଥିରାମ) ଦ୍ଵାରା ଧାନ ବିହନକୁ କେଜି ପ୍ରତି ୨ ଗ୍ରାମ୍ ଔଷଧ ଭାବରେ ବିହନ ବିଶୋଧନ କରିବା ଉପଯୁକ୍ତ ।
  • ଏକହେକ୍ଟର ପ୍ରତି୫୦-୭୦ କିଗ୍ରାଧାନ ବିହନ ଆବଶ୍ୟକ ପଡେ । ଧାନ ବୁଣିବା ପୂର୍ବରୁ ଜମିକୁ ଭଲ ଭାବେ କାଦୁଆ କରାଯିବା ଆବଶ୍ୟକ । ବୁଣିବା ସମୟରେ ମାଟିରେ ଉପଯୁକ୍ତ ପରିମାଣର ଜଳୀୟ ଅଂଶ ରହିବା ଦରକାର । ଧାନ ବୁଣିବା ପୂର୍ବରୁ ଧାନକୁ ଗୋଟିଏ ଦିନ ପାଇଁ ପାଣିରେ ଭିଜାଇ ରଖାଯିବା ଏବଂ ତାପରେ ବିହନକୁ ଭଲ ଭାବରେ ଛାଣି ଗଜା ହେବା ପାଇଁ ଏକ ଅନ୍ଧର ଜାଗାରେ ରଖାଯିବ । ଗଜା ହୋଇଥିବା ଧାନ ଉତ୍ତମ ଭାବେ କାଦୁଆ ହୋଇଥିବା ଜମି ଉପରେ ବୁଣାଯିବା ଦରାକର । ପକ୍ଷୀ ଉପଦ୍ରବରୁ ରକ୍ଷା ପାଇଁ ଗୋବରଖତର ଏକ ସୃଷ୍ଣ ଆବରଣ ବିହନ ବୁଣିବା ପରେ ଜମି ଉପରେ ଦିଆଯିବା ଜରୁରି । ଯେତେବେଳ ଜମି ଶୁଖୁପିବ ଏବଂ ତଳିଗୁଡିକ ହଳଦିଆ ଦେଖାଯିବ ସେତେବେଳେ ଜଳସେଚନ କରିବା ନିହାତି ଜରୁରି ।
  • ୪୦ ବର୍ଗମିଟର ପ୍ରତି ୨ଝୁଡି ଗୋବର ଖତ ସହିତ ୧୦-୧୫-୨୦ ଗ୍ରାମ୍ ଯବକ୍ଷାରଯାନ, ଫସଫରସ୍ ଓ ପଟାସ୍ ପ୍ରତି ଏକ ବର୍ଗମିଟର ଜମିରେ ପ୍ରୟୋଗ କରିବା ଆବଶ୍ୟକ । ଖାତ ଓ ସାର ଭଲ ଭାବରେ ମିଶାଇ ମୁଳ ସାର ହିସାବରେ ଦିଆଯିବା ଆବଶ୍ୟକ । ତଳି ଘେରାରେ ଧାନ ତଳି ୨୫ରୁ ୩୦ ଦିନ ହୋଇଗଲା ପରେ ଏହା ରୁଆ ହେବ ପାଇଁ ଉପଯୁକ୍ତ । ତଳିଘେରାରେ ଉପଯୁକ୍ତ ଯତ୍ନ ନିଆଗଲେ ରୁଆ ଯାଇଥିବା ଧାନରୁ ଅଧିକ ଅମଳ  ଆଶା କରାଯାଇପାରେ ।

ଜଳ ପରିଚାଳନା

ଧାନ ଫସଲ ପାଇଁ କିସମ ଅନୁସାରେ ୮୦ ସେମିଠାରୁ ୧୪୦ ସେମି ଜଳ ଦରକାର ପଡିଥାଏ । ହିସାବ କରି ଦେଖାଯାଇଛି ଯେ, ଧାନ ଫସଲରେ ପ୍ରତି ୧ ଦିନ ଅବଧି ପାଇଁ ପ୍ରାୟ ୧ସେମି ଜଳ ଆବଶ୍ୟକ ହୋଇଥାଏ । ଧାନ ଫସଲରେ ପିଲ ଦେବା ଅବସ୍ଥା, ଗଣ୍ଠି ଛାଡିବା ଅବସ୍ଥା, କେଣ୍ଡା ବଢିବା ଅବସ୍ଥା, ଫୁଲ ଉଡାଇବା ଅବସ୍ଥା ଓ କ୍ଷୀର ଢୋକିବା ଅବସ୍ଥା ହେଉଛି ସଙ୍କଟ କାଳ । ଏହି ସମୟରେ ଜଳାଭାବ ଘଟିଲେ ଫସଲ ଅମଳ ବିଶେଷ ଭାବେ ବାଧାପ୍ରାପ୍ତ  ହୁଏ ।  ତେଣୁ ଫସଲର ସଙ୍କଟ କାଳରେ ନିଶ୍ଚିତ ଭାବେ ଜଳସେଚନ କରନ୍ତୁ ।

ଆଧାର-

  1. କୃଷି ବିଭାଗ
  2. ତାପସ ରଞ୍ଜନ ସାହୁ, ରିସର୍ଜ ସ୍କଲାର, କ୍ଷେତ୍ରବିଜ୍ଞାନ ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate