କୃଷି ଓ ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ‘କ୍ଷୁଦ୍ର ଚାଷୀମାନଙ୍କ କୃଷି ବ୍ୟବସାୟ ସଂଘ ‘ ଏକ ପଞ୍ଜୀକୃତ ସମିତି ଯାହାର ଲକ୍ଷ ହେଉଛି କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ଘରୋଇ ପୁଞ୍ଜିନିବେଶ କୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଆୟ ଓ ନିଯୁକ୍ତିର ବିକାଶ କରିବା ।
କୃଷି ବ୍ୟବସାୟର ଉନ୍ନତି ପାଇଁ ଉଦ୍ଦିଷ୍ଟ ‘କ୍ଷୁଦ୍ର ଚାଷୀ ମାନଙ୍କ କୃଷି ବ୍ୟବସାୟ ସଂଘ ଯୋଜନା’ ବ୍ୟକ୍ତି ବିଶେଷ, ଉତ୍ପାଦକ ଗୋଷ୍ଠୀ ତଥା ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରୁଥିବା ସଂଗଠନ ମାନଙ୍କୁ କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବା ଓ ପ୍ରକଳ୍ପ ଉନ୍ନୟନ ସୁଯୋଗ ସୃଷ୍ଟି କରିବା ପାଇଁ ‘ଉଦ୍ୟୋଗ ପୁଞ୍ଜୀ ଋଣ ସହାୟତା ପ୍ରଦାନ କରିଥାଏ । ଏହି ଯୋଜନାର ମୂଳ ଲକ୍ଷ ହେଲା ଯେପରି ହିତାଧିକାରୀ ମାନେ ଗୋଟିଏ ସ୍ଥାନରୁ ବ୍ୟବସାୟିକ ପୁଞ୍ଜୀ, ବ୍ୟାଙ୍କର ମିଆଦି ଋଣ ଓ କାର୍ଯ୍ୟକାରୀ ମୂଳଧନ ପାଇପାରିବେ । ଜାତୀୟକରଣ ବ୍ୟାଙ୍କ/ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏହାର ସହକାରୀ ବ୍ୟାଙ୍କ / ଆଇ․ଡି ․ବି․ଆଇ/ ଏସ․ଆଇ․ଡି ․ବି․ଆଇ/ ନାବାର୍ଡ/ ଏନ ସି ଡି ସି/ ଏନ ଇ ଡି ଏଫ ଆଇ/ଏକ୍ସିସ ବ୍ୟାଙ୍କ/ଆର ଆର ବି ଓ ରାଜ୍ୟ ଅର୍ଥ ନିଗମ ମାନଙ୍କର ଘନିଷ୍ଠ ସହଯୋଗରେ ‘କ୍ଷୁଦ୍ର ଚାଷୀ ମାନଙ୍କ କୃଷି ବ୍ୟବସାୟ ସଂଘ’ ଏହି ଯୋଜନାକୁ କାର୍ଜ୍ୟକାରୀ କରିବାର ଦୁରଦୃଷ୍ଟି ପୋଷଣ କରେ ।
ଯୋଗ୍ୟ ବ୍ୟକ୍ତି : ଏହି ଯୋଜନା ମାଧ୍ୟମରେ ବ୍ୟକ୍ତି ବିଶେଷ, କୃଷକ, କୃଷକ ଉତ୍ପାଦକ କମ୍ପାନୀ/ କୃଷକ ଉତ୍ପାଦକ ସଂଗଠନ, ସତ୍ତ୍ଵାଧିକାରୀ ଫାର୍ମ, ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ପାନୀ, କୃଷି ଉଦ୍ୟୋଗୀ, କୃଷି ରପ୍ତାନି ଇଲାକାରେ ଥିବା ଉଦ୍ୟୋଗ ଏବଂ କୃଷି ସ୍ନାତକ ମାନଙ୍କୁ, ବ୍ୟକ୍ତି ବିଶେଷ କିମ୍ବା ଗୋଷ୍ଠୀଗତ ଭାବେ ଏହି ସୁବିଧା/ ସହାୟତା ଉପଲବ୍ଧ ହୋଇପାରିବ । ବୃତିଗତ ପରିଚାଳନା ଓ ଦାୟିତ୍ଵବୋଧ ନିମନ୍ତେ ଏଇ ଗୋଷ୍ଠୀ ଗୁଡିକ ଆଇନ ସମ୍ମତ କମ୍ପାନୀ କିମ୍ବା ଉତ୍ପାଦକ କମ୍ପାନୀ ଗଠନ କରିପାରିବେ ।
କୃଷି ବ୍ୟବସାୟିକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଋଣ ପ୍ରଦାନକାରୀ ସଂସ୍ଥା ଦ୍ଵାରା ପ୍ରଦତ୍ତ ମିଆଦି ଋଣ ପ୍ରଦାନକାରୀ ସଂସ୍ଥା ଦ୍ଵାରା ପ୍ରଦତ୍ତ ମିଆଦି ଋଣ ପ୍ରଦାନ ପୂର୍ବର ଶୂନ୍ୟସ୍ଥାନ ପୂରଣପାଇଁ ପ୍ରକଳ୍ପ ମୂଲ୍ୟକୁ ବିଚାରକୁ ନେଇ ‘କ୍ଷୁଦ୍ରଚାଷୀ କୃଷି ବ୍ୟବସାୟ ସଂଘ’ ସ୍ୱଳ୍ପ ଅନ୍ତରୀଣ ଋଣ ଆକାରରେ ଉଦ୍ୟୋଗ ପୁଞ୍ଜୀ ସହାୟତା ପ୍ରଦାନ କରିଥାଏ ।
ଉଦ୍ୟୋଗ ପୁଞ୍ଜୀ ସହାୟତା ରାଶିର ପରିମାଣ ନିମ୍ନରେ ସୁଚିତ ରାଶିର ସର୍ବନିମ୍ନ ହେବା ଆବଶ୍ୟକ :-
ଅବଶ୍ୟ ଉତ୍ତର -ପୂର୍ବାଞ୍ଚଳ, ପାର୍ବତ୍ୟ ପ୍ରଦେଶ ମାନଙ୍କରେ (ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜାମ୍ମୁ ଓ କାଶ୍ମୀର)ତଥା ଦେଶର ସର୍ବତ୍ର ଅନ୍ୟ ଭାଗମାନଙ୍କରେ, ଯେଉଁ ଠାରେ କୃଷି-ବ୍ୟବସାୟ ପ୍ରକଳ୍ପମାନ (ଗୋଟିଏ ପଞ୍ଜୀକୃତ କୃଷକ ଉତ୍ପାଦକ ସଂସ୍ଥାର ସାହାଯ୍ୟ ଦ୍ଵାରା ପ୍ରୋଶ୍ଚାହିତ ହୋଇଥିବେ)
ସେଠାରେ ବ୍ୟବସାୟୀକ ପୁଞ୍ଜୀ ଋଣ ପରିମାଣ ତଳେ ସୂଚିତ ହୋଇଥିବା ରାଶିର ସର୍ବନିମ୍ନ ହେବ :-
ପ୍ରସ୍ତାବିତ କୃଷି : ବ୍ୟବସାୟ ପ୍ରକଳ୍ପର ମୂଲ୍ୟ ସର୍ବନିମ୍ନ ଟ․ ୧୫.୦୦ ଲକ୍ଷରୁ ସର୍ବାଧିକ ଟ․ ୫୦୦୦.୦୦ ଲକ୍ଷ୍ୟ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଯୋଜନା ଆୟୁକ୍ତଙ୍କ ଦ୍ଵାରା ବିଜ୍ଞାପିତ ଉତ୍ତର ପୂର୍ବାଞ୍ଚଳ ଓ ପାର୍ବତ୍ୟ ପ୍ରଦେଶମାନଙ୍କର ପଛୁଆ ଅଞ୍ଚଳ (ଜିଲ୍ଲା) ମାନଙ୍କରେ ଟ․୧୦.୦୦ ଲକ୍ଷ୍ୟ ବା ତଦୁର୍ଦ୍ଧ ମୂଲ୍ୟର ପ୍ରକଳ୍ପ ମାନଙ୍କ ପାଇଁ ପ୍ରକଳ୍ପ ଉନ୍ନୟନ ସୁଯୋଗ ଓ ଉଦ୍ୟୋଗ ପୁଞ୍ଜୀ ସହାୟତା ପ୍ରଦାନ ବିଷୟ ବିଚାରକୁ ନିଆୟଇପାରିବା ।
ଉଚ୍ଚତର ମୂଲ୍ୟର ଉଦ୍ୟୋଗ ପୁଞ୍ଜୀ ସହାୟତା ପ୍ରଦାନ ନିମନ୍ତେ ଯୋଗ୍ୟ ଆଶାୟୀ ପ୍ରକଳ୍ପ ମାନଙ୍କପାଇଁ କ୍ଷୁଦ୍ର ଚାଷୀ କୃଷି-ବ୍ୟବସାୟ-ସଂଘ ନିମ୍ନ ଯୋଗ୍ୟତା ଭିତରେ ବିଚାରକୁ ନେଇପାରେ ।
ହିତାଧିକାରୀ ବ୍ୟାଙ୍କର ମିଆଦି ଋଣ ମୂଳ ଅନୁ-ସୂଚୀ ଅନୁସାରେ ସୁଝି ସାରିବା ପରେ ଅଥବା ତା’ ପୂର୍ବର-ପୁଞ୍ଜୀ ସହାୟତା ରାଶି କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଘକୁ ଏକକାଳୀନ ପରିଶୋଧ କରିବ ।
କୃଷକ, କୃଷକ ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂଗଠନ, କୃଷି ଉଦ୍ୟୋଗୀ, କୃଷି ରପ୍ତାନି ଇଲାକାରେ ଥିବା ଉଦ୍ୟୋଗ, ସଂଗଠନ ତଥା କୃଷିସ୍ନାତକ ମାନଙ୍କୁ ବ୍ୟାଙ୍କ ଋଣ ପାଇଁ ଯୋଗ୍ୟ ବିବେଚିତ ସମ୍ପୂର୍ଣ୍ଣପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନିମନ୍ତେ ‘କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଘ’ ‘ପ୍ରକଳ୍ପ ଉନ୍ନୟନ ସୁବିଧା ମାଧ୍ୟମରେ‘, ଆର୍ଥିକ ସହାୟତା ଯୋଗାଇ ଦେଇଥାଏ ।
ଆଞ୍ଚଳିକ ଋଣ ପ୍ରଦାନକାରୀ ବ୍ୟାଙ୍କ ଠାରୁ ବ୍ୟାଙ୍କର ଏଭଳି ପ୍ରକଳ୍ପକୁ ଋଣ ଦେବାରେ ଆଗ୍ରହ ଅଛି ବୋଲି, ହିତାଧିକାରୀ ନିୟମ ଅନୁସାରେ ଏକ ମନୋନୟନ ପାତ୍ର ହାସଲ କରିବା ଦରକାର । ‘କ୍ଷୁଦ୍ର-ଚାଷୀ କୃଷି-ବ୍ୟବସାୟ ସଂଘ’ ଦ୍ଵାରା ତାଲିକା ଭୁକ୍ତ ହୋଇଥିବା ସଂସ୍ଥା/ଅନୁଷ୍ଠାନ/ ସମ୍ବଳିତ ଅନୁଷ୍ଠାନ (ଯେଉଁମାନଙ୍କ ଟିକିନିଖି ବିବରଣୀ ୱେବସାଇଟରେ ଉପଲବ୍ଧ)ମାନଙ୍କ ପରାମର୍ଶରେ ସମ୍ପୂର୍ଣ୍ଣପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯିବ ।
ଆବେଦଙ୍କାରି ସଂସ୍ଥା/ବ୍ୟକ୍ତି ବିଶେଷ ନିଶ୍ଚିତ ପକ୍ଷେ ଈଊ․ଜି․ସି․/ ଏ․ଆଇ․ସି ․ଟି․ଇ/ ଭାରତୀୟ ଚାଟାର୍ଡ ଆକାଉଣ୍ଟସ୍ ସଂସ୍ଥା ଦ୍ଵାରା ଅନୁମୋଦିତ ସ୍ନାତକୋତ୍ତର ଡିଗ୍ରୀଧାରୀ ବିଶେଷଜ୍ଞ ହୋଇଥିବେ ଓ ତାଙ୍କର ନିମ୍ନ ବିଷୟ ଗୁଡିକରୁ ଗୋଟିକରେ ପାରଦର୍ଶିତା ଥିବା ।
ମ୍ୟାନେଜିଂ ଡାଇରେକ୍ଟର, ସ୍ମଲ୍ ଫାର୍ମର’ସ ଏଗ୍ରୀ-ବିଜିନେସ କନସୋରଟିୟମ, ନୂଆ ଦିଲ୍ଲୀ
ରାଜ୍ୟ କାର୍ଯ୍ୟାଳୟ : ପରିଚାଳନା ନିର୍ଦ୍ଦେଶକ, ଓଡିଶା କୃଷି ପ୍ରୋଶ୍ଚାହନ ଓ ପୁଞ୍ଜୀ ଲଗାଣ ନିଗମ ଲିଃ (ଆପିକଲ), ଭୁବନେଶ୍ଵର
ଆଧାର - ଓଡିଶା କୃଷି ପ୍ରୋଶ୍ଚାହନ ଓ ପୁଞ୍ଜୀ ଲଗାଣ ନିଗମ ଲିଃ (ଆପିକଲ), ଭୁବନେଶ୍ଵର
Last Modified : 1/26/2020