অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ସୂଚନା ସେବା

ଉପକ୍ରମ

ସମ୍ପ୍ରତି ସୂଚନା ପ୍ରଯୁକ୍ତିବିଦ୍ୟାର ଯୁଗ । ନିଜର କାର୍ଯ୍ୟ ପରିସର ମଧ୍ୟରେ ସୂଚନାର ତ୍ୱରିତ ପ୍ରସାରଣ ଉପରେ ହିଁ କୌଣସି ଏକ ସଂଗଠନର ଦକ୍ଷତା ନିର୍ଭର କରିଥାଏ । କୃଷିକାର୍ଯ୍ୟ ବହୁ ପରିବର୍ତ୍ତନଶୀଳ ଉପାଦାନ ଉପରେ ନିର୍ଭର କରୁଥିବାରୁ ଅନବରତ ଗବେଷଣା ଏହାର ସଫଳତା ନିର୍ଣ୍ଣୟ କରିଥାଏ । କୃଷକଙ୍କ ଦ୍ୱାରା ଜ୍ଞାନକୌଶଳ ଗ୍ରହଣୀୟ ହେବା ପାଇଁ ଗବେଷଣା ଗୁଡିକର ସରଳୀକରଣ ହେବା ଆବଶ୍ୟକ । ତେଣୁ ବିଜ୍ଞାନାଗାର ଓ କ୍ଷେତ ମଧ୍ୟରେ ସଂଯୋଗ ସ୍ଥାପନ କରିବାରେ ସମ୍ପ୍ରସାରଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ରାଜ୍ୟ କୃଷି ବିକାଶର ପରିୂରକ ଭାବେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଜ୍ଞାନ କୌଶଳ ପ୍ରସାରଣର ମୁଖ୍ୟ ଉଦ୍ଦେଶ୍ୟ ନେଇ ୧୯୫୩ ମସିହାରୁ ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା) କାର୍ଯ୍ୟ କରି ଆସୁଛି ।

ଲକ୍ଷ୍ୟ ଓ ଆଭିମୁଖ୍ୟ

କୃଷି କାର୍ଯ୍ୟରେ କୃଷକମାନେ ବୈଜ୍ଞାନିକ ଜ୍ଞାନକୌଶଳ ଅବଲମ୍ବନ କଲେ ହିଁ ରାଜ୍ୟରେ ସର୍ବୋଚ୍ଚ ଉତ୍ପାଦିକତାର ଲକ୍ଷ୍ୟ ହାସଲ କରାଯାଇପାରିବ । କ୍ଷେତ୍ରିୟ କୃଷି ସମ୍ପ୍ରସାରଣ ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ହିଁ ସୂଚନା ସଂସ୍ଥାର ମୁଖ୍ୟ ଆଭିମୁଖ୍ୟ । ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ସମ୍ପ୍ରସାରଣ ପଦ୍ଧତିକୁ ଦୃଢୀଭୂତ କରିବା ହେଉଛି ଏହାର ଲକ୍ଷ୍ୟ ।

ବିଶେଷ କାର୍ଯ୍ୟ

ଶିକ୍ଷାର ମାଧ୍ୟମ ଭାବେ ବହୁଗୁଡ଼ିଏ ପଦ୍ଧତିର ବିକାଶ କରାଯାଇଥିଲେ ହେଁ ଲୋକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଶିକ୍ଷା ପ୍ରଦାନ ପାଇଁ ମୁଦ୍ରଣ ମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ଭାବେ ବିବେଚିତ ହେଉଛି । ତେଣୁ କୃଷକମାନଙ୍କର ପଠନ ପାଇଁ ସୂଚନା ସଂସ୍ଥା ବିଭିନ୍ନ ପୁସ୍ତିକା ଛପାଇଥାଏ । ଏହା ମଧ୍ୟ ଇଲେକ୍ଟ୍ରୋନିକ ମାଧ୍ୟମ, ଆକାଶବାଣୀ ଓ ଅନ୍ୟାନ୍ୟ ମୁଦ୍ରଣ ମାଧ୍ୟମକୁ ସନ୍ନିରୀକ୍ଷଣ ପୂର୍ବକ ଏହାର ସର୍ବଶେଷ ହିତାଧିକାରୀ କୃଷକଙ୍କ ନିକଟକୁ ଜ୍ଞାନ କୌଶଳ ହସ୍ତାନ୍ତର କରିଥାଏ । ସୂଚନା ସଂସ୍ଥା ରାଜ୍ୟ ସ୍ତରୀୟ କୃଷକ ଦିବସ, ବାର୍ଷିକ ଆଦିବାସୀ ପ୍ରଦର୍ଶନୀ, ନୂଆଦିଲ୍ଲୀରେ ଭାରତୀୟ ଆନ୍ତର୍ଜାତିକ ବାଣିଜ୍ୟମେଳା (ଆଇ.ଆଇ.ଟି.ଏଫ.)ର ଆୟୋଜନ କରିଥାଏ । ଅନ୍ୟରାଜ୍ୟର କୃଷକଙ୍କ ଦ୍ୱାରା ଅନୁସୃତ କୃଷି ପଦ୍ଧତି ସହିତ ପରିଚିତ କରାଇବା ପାଇଁ ସୂଚନା ସଂସ୍ଥା ଦ୍ୱାରା ବିଭିନ୍ନ ଯୋଜନାରେ ଶିକ୍ଷାମୂଳକ ଗସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ସଫଳ କୃଷିକାର୍ଯ୍ୟ ପାଇଁ କୃଷକଙ୍କ ପ୍ରଶ୍ନର ସମାଧାନ କରିବା ଓ ପ୍ରାସଙ୍ଗିକ ସୂଚନା ପ୍ରଦାନ ନିମନ୍ତେ ଏହି କାର୍ଯ୍ୟାଳୟରେ କିଷାନ କଲ ସେଣ୍ଟର ଅବିରତ କାର୍ଯ୍ୟକାରୀ ହେଉଛି ।

କାର୍ଯ୍ୟକ୍ରମ

ଗଣମାଧ୍ୟମ ସୂଚନା

କୃଷି ସମ୍ପ୍ରସାରଣରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ୨୦୦୫ ମସିହା ଜୁନମାସରେ କୃଷି ଉତ୍ପାଦନ କମିଶନର ମୁଖ୍ୟଥାଇ ଗଠିତ ହୋଇଥିବା “ଗଣମାଧ୍ୟମ ସନ୍ନିରୀକ୍ଷଣ କମିଟି” ବିଭିନ୍ନ ଗଣମାଧ୍ୟମର ଫଳପ୍ରଦ କାର୍ଯ୍ୟକାରିତା ପାଇଁ ସେମାନଙ୍କ କାର୍ଯ୍ୟାବଳୀକୁ ମାର୍ଗଦର୍ଶନ କରାଉଅଛି । ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା) ଏଥିରେ ସମନ୍ୱୟ ସ୍ଥାପନ କରିଥାନ୍ତି ।

କୃଷକମାନଙ୍କ ପାଇଁ ଦୂରଦର୍ଶନ ଦ୍ୱାରା ପ୍ରସାରିତ ହେଉଥିବା ମୁଖ୍ୟ କୃଷି ଭିତ୍ତିକ କାର୍ଯ୍ୟକ୍ରମ “କୃଷି ଦର୍ଶନ” ଓ “ପଲ୍ଲିଶ୍ରୀ” ଜ୍ଞାନର ମୁଖ୍ୟ ଉତ୍ସ ଭାବେ ବିବେଚିତ ହୋଇଥାଏ । କୃଷି ସୂଚନା କେନ୍ଦ୍ର, ସମ୍ବଳ ବ୍ୟକ୍ତିମାନଙ୍କ ତାଲିକା ପ୍ରସ୍ତୁତ କରେ ଓ କୃଷକଙ୍କ ଆବଶ୍ୟକତା ଅନୁଯାୟୀ ଫଳପ୍ରଦ କାର୍ଯ୍ୟକ୍ରମ ପ୍ରସାରିତ କରିବାରେ ସମନ୍ୱୟ ସ୍ଥାପନ କରେ ।

ଫସଲ ସଂଗୋଷ୍ଠୀରେ ଆଲୋଚନା, ଦର୍ଶକମାନଙ୍କ ପ୍ରଶ୍ନର ଉତ୍ତର ଓ ପ୍ରଶ୍ନମଞ୍ଚ ଜରିଆରେ କୃଷି ବିଭାଗର ବିଶେଷଜ୍ଞ ଓ ଆଗୁଆ କୃଷକମାନଙ୍କ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଏ । ଆକାଶବାଣୀର ଦୈନିକ କୃଷିସଂସାର, ପଲ୍ଲୀମଞ୍ଚ ପରି କୃଷିଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାରରେ ସୂଚନା କେନ୍ଦ୍ର ସହାୟତା ପ୍ରଦାନ କରେ । ସବୁବର୍ଗର କୃଷକଙ୍କ ପାଇଁ ସକାଳ ସମୟରେ ଫସଲର ଚାଷ ପଦ୍ଧତି, ଉଦ୍ଭିଦ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଦୈନନ୍ଦିନ କୃଷି ସୂଚନା ପ୍ରଚାର କରାଯାଏ । ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପ୍ରଚାର କରିବାରେ ସୂଚନା କେନ୍ଦ୍ର ଆକାଶବାଣୀକୁ ବୈଷୟିକ ସହାୟତା ପ୍ରଦାନ କରିଥାଏ । ବିଭିନ୍ନ ଫସଲର ଚାଷ ପଦ୍ଧତି, ପ୍ରାକୃତିକ ଦୁର୍ବିାକ ସମୟରେ ଆପଦକାଳୀନ ପଦକ୍ଷେପ ସମେତ ଓ.ୟୁ.ଏ.ଟି.ର କୃଷି ପାଣିାଗ କେନ୍ଦ୍ର ସହିତ ପରାମର୍ଶ କରି ପ୍ରସ୍ତୁତ କରାଯାଇଥିବା ସାପ୍ତାହିକ କୃଷି ସୂଚନା ବ୍ୟାପକ ପ୍ରସାର ନିମନ୍ତେ ଆକାଶବାଣୀ, ଦୂରଦର୍ଶନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରେରଣ କରାଯାଏ ।

ସୂଚନା କେନ୍ଦ୍ର ବିଭିନ୍ନ ମୁଖ୍ୟ ଫସଲ ସମ୍ବନ୍ଧୀୟ ଜ୍ଞାନ କୌଶଳ ପୋଷ୍ଟର, କ୍ଷୁଦ୍ର ପୁସ୍ତିକା, ଲିଫ୍ ଲେଟ୍, ଫୋଲ୍ଡର ଆଦି ସୂଚନା ଓ ସମ୍ପ୍ରସାରଣ ଯୋଗାଯୋଗ ପୁସ୍ତିକା ପ୍ରକାଶ କରୁଛି । ଏଗୁଡିକୁ ବିଭିନ୍ନ ସଚେତନତା ଶିବିର, ସଭା ଓ ତାଲିମ କାର୍ଯ୍ୟକ୍ରମରେ କୃଷକମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଅଛି । ସମ୍ପ୍ରସାରଣ ଅଧିକାରୀଙ୍କ ଜ୍ଞାନ ବୃଦ୍ଧି ପାଇଁ ଉତ୍ପାଦନ ଜ୍ଞାନ କୌଶଳ ପୁସ୍ତିକା ଓ ଦ୍ୱିମାସିକ କୃଷି ପତ୍ରିକା “କୃଷି ସମ୍ବାଦ” ପ୍ରକାଶ କରାଯାଉଛି । ରାଜ୍ୟରେ ସମସ୍ତ ୩୧୪ଟି ବ୍ଳକରେ “କୃଷକ ସମ୍ପର୍କ ମେଳା” ବା “ବ୍ଳକ ସ୍ତରୀୟ ସଚେତନତା ଶିବିର” ଆୟୋଜନ କରାଯାଉଛି । ଏଥିାଇଁ ସୂଚନା କେନ୍ଦ୍ର, “ସୂଚନା ସମ୍ପ୍ରସାରଣ ଯୋଗାଯୋଗ ପାଠ୍ୟ ଦ୍ରବ୍ୟ” ଯୋଗାଇ ଦେଇଥାଏ । କୃଷକଙ୍କ ଦୃଷ୍ଟିଭଙ୍ଗୀର ଦିଗ୍ବଳୟକୁ ଆହୁରି ପ୍ରସାରିତ କରିବା ପାଇଁ ବାହାର ରାଜ୍ୟକୁ ବିଭିନ୍ନ ଯୋଜନାରେ କୃଷକମାନଙ୍କ ପାଇଁ ଶିକ୍ଷାମୂଳକ ଗସ୍ତ କାର୍ଯ୍ୟକ୍ରମ ଏହି ସୂଚନା କେନ୍ଦ୍ର ଦ୍ୱାରା ଆୟୋଜିତ କରାଯାଇଥାଏ । ପ୍ରତିବର୍ଷ ଅକ୍ଷୟତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଥାଏ । ବିଭାଗୀୟ କାର୍ଯ୍ୟକ୍ରମଗୁଡିକ ଉପରେ ଆଲୋକପାତ କରିବା ପାଇଁ ରାଜ୍ୟ ସ୍ତରୀୟ କୃଷି ପ୍ରଦର୍ଶନୀ, ଜାନୁୟାରୀ ୨୬ ତାରିଖରେ ବାର୍ଷିକ ଆଦିବାସୀ ପ୍ରଦର୍ଶନୀ, ରାଜ୍ୟ ରାଜଧାନୀରେ ସାଧାରଣତନ୍ତ୍ର ଦିବସରେ ତୋରଣ ପ୍ରଦର୍ଶନ, ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆୟୋଜନ କରାଯାଉଛି ।

ଆଗି୍ରସ୍ନେଟ୍ ମାଧ୍ୟମରେ ସମସ୍ତ ଜିଲ୍ଲାକୁ ରାଜ୍ୟ ମୁଖ୍ୟ ଦପ୍ତର ସହିତ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉଛି । ସୂଚନା କେନ୍ଦ୍ରରେ ଏକ “କୃଷକ ହେଲ୍ ଡେସ୍କ” କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ୱାରା କୃଷକମାନଙ୍କ ସହିତ ଇଣ୍ଟରନେଟ୍ ସଂଯୋଗ ସ୍ଥାପନ କରାଯିବ । ଏହି ପ୍ରକଳ୍ପର ବିକାଶ ନିମନ୍ତେ ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା) ସମନ୍ୱୟ ସ୍ଥାପନ କରିବା ପାଇଁ ପ୍ରମୁଖ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

କିଷାନ କଲ୍ ସେଣ୍ଟର

କୃଷକଙ୍କ ପ୍ରଶ୍ନର ସମାଧାନ ପାଇଁ ୨୦୦୪ ମସିହା ଜାନୁୟାରୀ ମାସ ୨୧ ତାରିଖ ଠାରୁ ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା)ଙ୍କ କାର୍ଯ୍ୟାଳୟରେ କିଷାନ କଲ୍ ସେଣ୍ଟର (ଲେବଲ୍ - ୨) କାର୍ଯ୍ୟକାରୀ ହେଉଅଛି । ଏହାର ଯୋଗାଯୋଗ ଟେଲିଫୋନ ନମ୍ବର ହେଉଛି ୧୫୫୧ (ନିଃଶୁଳ୍କ) ଓ ୦୬୭୪ - ୨୩୯୬୬୦୨ ।

କୃଷକ / ନାଗରିକଙ୍କ ପାଇଁ ସେବା

  1. କ୍ଷୁଦ୍ରୁସ୍ତିକା, ପୋଷ୍ଟର, ଲିଫ୍ଲେଟ ଓ ଫୋଲଡର ଯୋଗାଣ ମାଧ୍ୟମରେ ଏହା କୃଷକଙ୍କ ଜ୍ଞାନ ପରିସର ବୃଦ୍ଧି କରିବାରେ ସାହାଯ୍ୟ କରେ ।
  2. କୃଷକଙ୍କ ମଧ୍ୟରେ କୃଷି ଜ୍ଞାନ କୌଶଳର ଫଳପ୍ରଦ ପ୍ରସାର ନିମନ୍ତେ ଗଣମାଧ୍ୟମର ସନ୍ନିରୀକ୍ଷଣ କରିଥାଏ ।
  3. ଏହା ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ, ମେଳା, କୃଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ରାଜ୍ୟରୁ ବ୍ଳକ ସ୍ତର ଯାଏ ତାଲିମ ଓ ସଭା ଆୟୋଜନ କରି କୃଷକଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରେ ।
  4. ଅନ୍ୟ ରାଜ୍ୟରେ କୃଷକମାନଙ୍କ ଦ୍ୱାରା ଗୃହୀତ ଆଧୁନିକ ଜ୍ଞାନକୌଶଳ ସମ୍ବନ୍ଧରେ ଅବଗତ ହେବା ପାଇଁ, ଶିକ୍ଷାମୂଳକ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।
  5. କିଷାନ କଲ୍ ସେଣ୍ଟର ମାଧ୍ୟମରେ ସେବା ପ୍ରଦାନ କରି କୃଷକଙ୍କ ପ୍ରଶ୍ନର ସମାଧାନ କରିଥାଏ ।
  6. ପ୍ରାକୃତିକ ଦୁର୍ବିାକ ସମୟରେ ଆପଦକାଳୀନ ସୂଚନାଗୁଡିକୁ ପୋଷ୍ଟର ଓ ଇଲେକ୍ଟ୍ରୋନିକ ମାଧ୍ୟମରେ ଜିଙ୍ଗ୍ (ଔସଦ୍ଭଶକ୍ଷରଗ୍ଦ)ଓ ସ୍କ୍ରଲ୍ (ଝମକ୍ସକ୍ଟକ୍ଷକ୍ଷ)ଆକାରରେ କୃଷକମାନଙ୍କୁ ଜଣାଇ ଦିଆଯାଏ ।
  7. ଯୋଗାଯୋଗ କରନ୍ତୁ ରାଜ୍ୟସ୍ତରୀୟ: ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା), ଭୁବନେଶ୍ୱର ଫୋନ: ୦୬୭୪ – ୨୩୯୧୬୪୩

ଆଧାର - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା

Last Modified : 3/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate