অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ପ୍ରାଣୀସମ୍ପଦ ନିୟୋଗ

ଜାତୀୟ ପ୍ରାଣୀସମ୍ପଦ ନିୟୋଗ

ଯୋଜନାର ଉଦ୍ଦେଶ୍ୟ

ଆର୍ଥିକ ବର୍ଷ ୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା ବର୍ଦ୍ଧନ କ୍ଷେତ୍ର ରେ ବିକାଶ ପାଇଁ ଉଦ୍ଦିଷ୍ଟ ।

ନିୟୋଗର ଲକ୍ଷ

  1. କୁକୁଡା ଚାଷ ସହ ପ୍ରାଣୀ ସମ୍ପଦର ସତତ ଉନ୍ନତି ଓ ବିକାଶ ।
  2. ବର୍ଦ୍ଧିତ ଆୟତନ ରେ ଉତ୍ତମ ଘାସ ଚାଷ କରି, ବୈଷୟିକ ଜ୍ଞାନ ର ଉପଯୋଗ, ବିସ୍ତାର, ଅମଳ-ପର ପରିଚାଳନା ଏବଂ ପ୍ରକ୍ରିୟାକରଣ, ବିବିଧ କୃଷି-ଜଳବାୟୁ ସହ ତାଳମେଳ ରକ୍ଷ୍ୟା କରି  ଘାସ ଚାଷ ଓ ପ୍ରାଣୀଖାଦ୍ୟ କ୍ଷେତ୍ର ରେ ଉପଲବ୍ଧତା ବୃଦ୍ଧି କରିବା
  3. କୃଷକମାନଙ୍କ ସମ୍ପୃକ୍ତି ଏବଂ ଦୁଗ୍ଧ ଉତ୍ପାଦକ ଓ କୃଶକ ସମବାୟ ତଥା ବିହନ ନିଗମ ଓ ବେସରକାରୀ ଉତ୍ପାଦଙ୍କ ମାନଙ୍କ ସହିତ  ପ୍ରଭାବୀ ବିହନ ଉତ୍ପାଦନ ଶୃଙ୍ଖଳା (ନାଭିକେନ୍ଦ୍ର- ପ୍ରଜନକ-ଆଧାର-ପ୍ରାମାଣୀକୃତ-ସଠିକ୍ ବର୍ଗୀକୃତ) ଦ୍ଵାରା ଉନ୍ନତ ଘାସ ଓ ବିହନ ଉତ୍ପାଦନ କୁ ତ୍ୱରାନ୍ୱିତ କରିବା ।
  4. ସତତ ପ୍ରାଣୀ ସମ୍ପଦ ବିକାଶ ପାଇଁ ଚାଲୁଥିବା ଯୋଜନା ଓ ହିତାଧିକାରୀଙ୍କ ମଧ୍ୟରେ ସମ୍ମିଳନ ଓ ତାଳମେଳ ପ୍ରତିଷ୍ଠା ।
  5. ପ୍ରାଣୀ ପୋଷାହାର ଏବଂ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରଯୁକ୍ତ ଗବେଷଣାକୁ ପ୍ରୋତ୍ସାହନ ।
  6. ଚାଷୀ ମାନଙ୍କର ଏକ ସଶକ୍ତ ବିସ୍ତାର ସାଧନ ଦ୍ଵାରା ରାଜ୍ୟର ପଦାଧିକାରୀ ଏବଂ ପ୍ରାଣୀସମ୍ପଦ ମାଲିକ ମାନଙ୍କ କ୍ଷମତା ବର୍ଦ୍ଧନ ।
  7. ଉତ୍ପାଦନ ଖର୍ଚ୍ଚ କମ୍ କରିବା ତଥା ପ୍ରାଣୀସମ୍ପଦ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ କୌଶଳ ଭିତ୍ତିକ ତାଲିମ ଓ ବୈଷୟିକ ଜ୍ଞାନକୁ ପ୍ରୋତ୍ସାହନ ।
  8. ଚାଷୀ/ ଚାଷୀ ସମୂହ ଓ ସମବାଯ ଗୁଡିକ ସହ ମିଳିତ ଭାବେ ସଂରକ୍ଷଣ ଓ ସ୍ଵଦେଶୀ ପ୍ରଜାତୀୟ ପ୍ରାଣୀଙ୍କ ଆନୁବଂଶିକ ଉନ୍ନତି କ୍ଷେତ୍ର ରେ (କେବଳ ଅନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରଜାତି ମାନଙ୍କୁ ଛାଡି) ଉପକ୍ରମ ଗୁଡିକୁ ପ୍ରୋତ୍ସାହନ ।
  9. ପ୍ରାଣୀ ସମ୍ପଦ ମାଲିକ, କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ଉତ୍ପାଦକ କମ୍ପାନୀ ଚାଷୀ ସମୂହ ଓ ସମବାୟ ଗଠନ କୁ ପ୍ରୋତ୍ସାହନ ଦେବା ।

ଅଧିକ ସୂଚନା ପାଇଁ ଜାତୀୟ ପ୍ରାଣୀସମ୍ପଦ ନିୟୋଗ ସମ୍ବନ୍ଧୀୟ ସୂଚନା

ଆଧାର - "ପଶୁପାଳନ ଏବଂ ଦୁଗ୍ଧ ଚାଷ ବିଭାଗ"

Last Modified : 10/11/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate