অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରମ୍ପରାଗତ କୃଷି ବିକାଶ ଯୋଜନା (PKVY)

‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଜାତୀୟ ବୃହତ ପ୍ରକଳ୍ପ ‘ସତତ କୃଷି ପାଇଁ ଜାତୀୟ ନିୟୋଗ’ ର ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଅନ୍ତର୍ଗତ ଏକ ଅଙ୍ଗ ବିଶେଷ । PKVY ରେ ସାମୁହିକ ଭିତ୍ତିରେ PGS ପ୍ରାମାଣିକରଣ ସହ ଜୈବ-ଗ୍ରାମ କୁ ପୋଷ୍ୟ ଭାବେ ନିଆଯାଇ ଜୈବଚାଷକୁ ପ୍ରୋତ୍ସାହନ ଦିଆଯାଇଥାଏ ।

ପ୍ରତ୍ୟାଶିତ ଫଳାଫଳ

ଯୋଜନା ପରିକଳ୍ପନା

  • ପ୍ରମାଣୀକୃତ ଜୈବ କୃଷିକର୍ମ ମାଧ୍ୟମରେ ବ୍ୟବସାୟିକ ଜୈବ ଉତ୍ପାଦ କୁ ପ୍ରୋତ୍ସାହନ ।
  • ଏହାର ଉତ୍ପାଦ କୀଟନାଶକ ଅବଶେଷ ମୁକ୍ତ ଏବଂ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ବର୍ଦ୍ଧନ କରିବାରେ ସାହାଯ୍ୟ କରେ ।
  • ଏହା କୃଷକର ରୋଜଗାର ବୃଦ୍ଧି କରେ ଏବଂ ବ୍ୟବସାୟୀଙ୍କ ପାଇଁ ପ୍ରଚ୍ଛନ୍ନ ବିପଣନ ସୁଯୋଗ ସୃଷ୍ଟି କରେ ।
  • ନିବେଶ ଉତ୍ପାଦନ ପାଇଁ ପ୍ରକୃତିକ ସମ୍ବଳର ବିନିଯୋଗକୁ ଏହା ଚାଷୀ ମାନଙ୍କୁ ଉତ୍ସାହିତ କରେ ।

ପ୍ରକଳ୍ପ କାର୍ଯ୍ୟ।ନ୍ଵୟନ

  • ‘ପରମ୍ପରାଗତ କୃଷି ବିକାଶ ଯୋଜନା’ରେ କୃଷକମାନଙ୍କୁ ଗୋଷ୍ଠୀଭିତ୍ତିକ ଜୈବ କୃଷି ପାଇଁ ପ୍ରେରଣା ଦିଆଯାଏ ।
  • ଏହି ଯୋଜନାରେ ୫୦ ଏକର ଜମି ଥାଇ ୫୦ ବା ତଦୁର୍ଦ୍ଧ୍ଵ ଚାଷଙ୍କର ଏକ ସମୂହ ଗଠନ କରାଯାଇଥାଏ । ୩ ବର୍ଷ ମଧ୍ୟରେ ଏହିପରି ୧୦୦୦୦ ସମୂହ ଗଠନ କରାଯାଇ ଏଥିରେ ୫ ଲକ୍ଷ ଏକର ଜମି ଅନ୍ତର୍ଭୁକ୍ତ କରାଯିବ ।
  • ପ୍ରାମାଣିକରଣ ପାଇଁ ଚାଷୀଙ୍କର କୌଣସି ଖର୍ଚ ପଡିବ ନାହିଁ ।
  • ତିନି ବର୍ଷ ପାଇଁ ପ୍ରତ୍ୟେକ ଚାଷୀଙ୍କୁ  ବାର୍ଷିକ ଏକର ପିଛା ଟ ୨୦,୦୦୦/-ଙ୍କା ଚାଷପାଇଁ ବିହନ ବାବଦକୁ ଏବଂ ପରିବହନ ବାବଦକୁ ଦିଆଯିବ ।
  • ପାରମ୍ପରିକ ସମ୍ବଳ ବ୍ୟବହାର କରାଯାଇ ଜୈବ କୃଷି କୁ ପ୍ରୋତ୍ସାହନ ଦିଆଯିବା ସହ ବଜାର ସହ ସଂଯୁକ୍ତ କରାଯିବ ।
  • ଏହା ଘରୋଇ ଉତ୍ପାଦ ବୃଦ୍ଧି କରିବା ସହ କୃଷକଙ୍କ ସମ୍ପୃକ୍ତି ସହ ଜୈବ ଉତ୍ପାଦର ପ୍ରାମାଣିକରଣ ଦିଗରେ ସାହାଯ୍ୟ କରିବ ।

ସହାୟତାର ଢାଞ୍ଚା ଓ ସଂଘଟକ

  1. ସମୂହ ଦୃଷ୍ଟିକୋଣ ସହ ସହଭାଗୀ ଆଶ୍ଵାସନ ପ୍ରଣାଳୀ ପ୍ରାମାଣିକରଣ ଅଭିଗ୍ରହଣ
    • କୃଷକ ତଥା ସ୍ଥାନୀୟ ଲୋକଙ୍କୁ ନେଇ PGS ପ୍ରାମାଣିକରଣ ନିମନ୍ତେ ୫୦ ଏକର ବିଶିଷ୍ଟ ସମୂହ ଗଠନ ପାଇଁ ପ୍ରେରଣା ଦେବା ।
      • ପ୍ରତି କୃଶକ ପିଛା ଟ 200/- ଙ୍କାରେ ଜୈବ କୃଷକ ସମୂହ ଗଠନ ପାଇଁ ସଭା/ ସମାରୋହ ଇତ୍ୟାଦି କରି ଉତ୍ସାହିତ କରିବା ।
      • ପ୍ରତି କୃଷକ ପିଛା ଟ 200/- ଙ୍କାରେ ସେମାନଙ୍କୁ exposure ଯାତ୍ରାରେ ନେବା ।
      • ସମୂହ ଗଠନ, PGS କୁ କୃଷକ ସମର୍ଥନ ଏବଂ ସମୂହ ମଧ୍ୟରୁ ଜଣଙ୍କୁ ନେତୃତ୍ଵ ସାଧନ ସମ୍ପନ୍ନ ବ୍ୟକ୍ତିତ୍ଵ (LRP) ଚିହ୍ନଟ କରିବା
      • ପ୍ରତି ତାଲିମ ପିଛା ଟ ୨୦,୦୦୦/-ଙ୍କା ହିସାବରେ ସମୂହ ସଭ୍ୟଙ୍କ ପାଇଁ ୩ଟି ତାଲିମ କାର୍ଯ୍ୟକ୍ରମ କରିବେ ।
    • PGS ପ୍ରାମାଣିକରଣ ଓ ଗୁଣବତ୍ତା ନିୟନ୍ତ୍ରଣ
      • LRP ମାନଙ୍କୁ ମୁଣ୍ଡପିଛା ଟ 200/- ଙ୍କା ହିସାବରେ ୨-ଦିନିଆ PGS ସଙ୍କ୍ରାନ୍ତିୟ ତାଲିମ ପ୍ରଦାନ ।
      • ୨୦ ଜଣ ନେତୃତ୍ଵ ସାଧନ ସମ୍ପନ୍ନ ବ୍ୟକ୍ତିଙ୍କୁ ତାଲିମ୍ ପ୍ରଦାନକାରୀଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମରେ ଦିନପିଛା ସମୂହ ପିଛା ଟ ୨୫୦/- ଙ୍କା ହିସାବରେ ୩ ଦିନିଆ ତାଲିମ ପ୍ରଦାନ ।
      • ସମୂହ ସଭ୍ୟ ଚାଷୀଙ୍କୁ ମୁଣ୍ଡପିଛା ଟ ୧୦୦/- ଙ୍କ। ହିସାବରେ ଅନ୍-ଲାଇନ୍ ପଞ୍ଜୀକରଣ ।
      • ୩ ବର୍ଷ ପାଇଁ ସମୂହ ପିଛା ବର୍ଷକୁ ୨୧ ଥର ମୃତ୍ତିକା ନମୁନା ସଂଗ୍ରହ ଓ ପରୀକ୍ଷା ।
      • ସଭ୍ୟ ପିଛା PGS ପ୍ରାମାଣିକରଣ ପାଇଁ ଟ ୧୦୦/- ଙ୍କା ହିସାବରେ ଜୈବ କୃଷିକୁ ପରିବର୍ତ୍ତନ, ବ୍ୟବହୃତ ନିବେଶ, ଅନୂଗମିତ ଫସଲ ସ୍ୱରୂପ, ବ୍ୟବହୃତ ଜୈବ ଖତ ଓ ସାରର ପ୍ରକ୍ରିୟା ପ୍ରଲିଖନ
      • ମୁଣ୍ଡ ପିଛା ଟ ୪୦୦/- ଙ୍କା ହିସାବରେ ସମୂହ ସଭ୍ୟଙ୍କ ଜମି ପରିଦର୍ଶନ (ବର୍ଷକୁ ସମୂହ ପିଛା ୩ ଥର ପରିଦର୍ଶନ)
      • ପ୍ରତି ନମୁନା ବାବଦକୁ ଟ ୧୦,୦୦୦/- ଙ୍କା ହିସାବରେ NABL ଦ୍ଵାରା ବର୍ଷକୁ ସମୂହ ପିଛା ୮ ଥର ନମୁନାର ଅବଶେଷ ବିଶ୍ଳେଷଣ
      • ପ୍ରାମାଣିକରଣ ବ୍ୟୟ
      • ପ୍ରାମାଣିକରଣ ନିମନ୍ତେ ବ୍ୟୟ
  2. ଖତ ପରିଚାଳନା ପାଇଁ ଓ ଜୈବିକ ଯବକ୍ଷାରଯାନ ଉତ୍ପତ୍ତି ନିମନ୍ତେ ସମୂହ ଅଭିଗ୍ରହଣ
    • ଜୈବିକ କୃଷି ପାଇଁ କାର୍ଯ୍ୟ ଯୋଜନା
      • ଏକର ପିଛା ଟ ୧୦୦୦/- ଙ୍କା ହିସାବରେ ୫୦ ଏକର ଜମିର ଜୈବିକ ପରିବର୍ତନ
      • ଫସଲ ପ୍ରଣାଳୀ ଉପକ୍ରମ: ୫୦ ଏକାରରେ ଏକର ପିଛା ବାର୍ଷିକ ଟ ୫୦୦/- ଙ୍କାରେ ଜୈବିକ ବିହନ ପ୍ରାପ୍ତି କିମ୍ବା ଜୈବିକ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନା
      • ଟ ୧,୫୦୦/- ଙ୍କା ପ୍ରତି ଏକର/ ପ୍ରତି ଏକକ ହିସାବରେ ପାରମ୍ପରିକ ଜୈବିକ ନିବେଶ ଏକକ ଯଥା ପଞ୍ଚଗବ୍ୟ, ବିଜାମୃତ ଏବଂ ଜୀବାମୃତ ଉତ୍ପାଦନ ।
      • ଏକର ପିଛା ଟ ୨୦୦୦/- ଙ୍କା ହିସାବରେ ୫୦ ଏକର ଜମିରେ ଜୈବିକ ଯବକ୍ଷାରଯାନ ଅମଳ ଚାରା ରୋପଣ
      • ଏକର ପିଛା ଟ ୧୦୦୦/- ଙ୍କା ହିସାବରେ ଜୈବିକ ଉଦ୍ଧରଣ (ଲିମ୍ବ ପିଠା/ ଲିମ୍ବ ତେଲ) ଉତ୍ପାଦନ ଏକକ ସ୍ଥାପନ
    • ସମନ୍ଵିତ ଖତ ପରିଚାଳନା
      • ୫୦ ଏକର ପାଇଁ ଏକର ପିଛା ଟ୫୦୦/- ଙ୍କା ହିସାବରେ ତରଳ ଜୈବିକ ସାର ସହ-ବ୍ୟବସ୍ଥା  (ଯବକ୍ଷାରଯାନ ସ୍ଥିରୀକରଣ/ ଫସଫେଟ ସ୍ଥାୟୀକରଣ)
      • ୫୦ ଏକର ପାଇଁ ଏକର ପିଛା ଟ୫୦୦/- ଙ୍କା ହିସାବରେ ତରଳ ଜୈବିକ କୀଟନାଶକ (Trochoderma viridae, Pseudomonas fluorescenes, Metarhizium, Behaviorie Bassina, Pacelomyces, Verticillium)
      • ୫୦ ଏକର ପାଇଁ ଏକର ପିଛା ଟ୫୦୦/- ଙ୍କା ହିସାବରେ ଲିମ୍ବ ତେଲ/ ଲିମ୍ବ ପିଡିଆ
      • ୫୦ ଏକର ପାଇଁ ଏକର ପିଛା ଟ୧୦୦୦/- ଙ୍କା ହିସାବରେ ଫସଫେଟ ସମ୍ପନ୍ନ ଜୈବିକ ଖତ/ Zyme ଦାନା
      • ୫୦ ଏକର ପାଇଁ ଏକର ପିଛା ଟ୫୦୦୦/- ଙ୍କା ହିସାବରେ ଜିଆଖତ (୭’ X ୩’ X ୧’)
    • କଷ୍ଟମ ଭଡା (CHC) ଦେୟ
      • SMAM ଦିଶାନିର୍ଦେଶାବଳୀ ଅନୁଯାୟୀ କୃଷି ଯନ୍ତ୍ରପାତି – ପାୱାର ଟିଲର, Cono Weeder, ଧାନ thresher, Furrow opener, Rose Can, Top Pan Balance)
      • ଉଦ୍ୟାନ ବିଜ୍ଞାନ ପାଇଁ Walk in Tunnel (MIDH ଦିଶାନିର୍ଦେଶାବଳୀ ଅନୁଯାୟୀ)
      • ଗାଈ ଗୁହାଳ/ କୁକୁଡା ଚାଷ/ଘୁଷୁରି ପାଳନ ପାଇଁ ପ୍ରାଣୀ Compost (ଗୋକୁଳ ଯୋଜନା ଦିଶାନିର୍ଦେଶାବଳି ଅନୁଯାୟୀ)
    • ସମୂହ ର ଜୈବିକ ଉତ୍ପାଦନ ପାଇଁ ପ୍ୟାକିଙ୍ଗ, ଲେବଲିଙ୍ଗ ଓ ବ୍ରାଣ୍ଡିଙ୍ଗ
      • ୫୦ ଏକର ପାଇଁ ଏକର ପିଛା ଟ୨,୫୦୦/- ଙ୍କା ହିସାବରେ PGS ଲୋଗୋ ସମ୍ବଳିତ ହୋଲୋଗ୍ରାମ ମୁଦ୍ରଣ
      • ଜୈବିକ ଉତ୍ପାଦ ପାଇଁ ସମୂହ ପିଛା ଟ୧୨,୦୦୦/- ଙ୍କା ହିସାବରେ ପରିବହନ ଖର୍ଚ୍ଚ (୪-ଚକିଆ, ୧.୫ ଟନ୍ ଭାର କ୍ଷମତା ବିଶିଷ୍ଟ ଗାଡି)

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

ଆଧାର - କୃଷି, ସହଯୋଗ ଏବଂ କୃଶକ ମଙ୍ଗଳ ବିଭାଗ, କୃଷି ଓ କୃଶକ ମଙ୍ଗଳ ମନ୍ତ୍ରାଳୟ, ଭାରତ ସରକାର

Last Modified : 7/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate