অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା

ପ୍ରକଳ୍ପର ପୃଷ୍ଠଭୂମି

ଦକ୍ଷିଣ ଓଡ଼ିଶା ଭାରତର ଏକ ପଛୁଆ ଏବଂ ଗରିବ ଅଞ୍ଚଳ ଅଟେ । ରାୟଗଡ଼ା ଜିଲ୍ଲାର ମହିଳାମାନେ କୃଷି କ୍ଷେତ୍ରରେ ଶତକଡ଼ା ୫୦ ଭାଗରୁ ଅଧିକ କାର୍ଯ୍ୟ କରିଥାନ୍ତି । ଚାରା ଲଗାଇବା ଠାରୁ ଆରମ୍ଭ କରି ବିହନ ସଂରକ୍ଷଣ ପର୍ଯ୍ୟନ୍ତ ସେମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି; କିନ୍ତୁ ଜମି ଉପରେ ମାଲିକାନାସ୍ୱତ୍ତ୍ୱ ନଥିବା କାରଣରୁ ସରକାରୀ ଯୋଜନାରେ ପ୍ରଦାନ କରାଯାଉଥିବା ତାଲିମ୍, ସହାୟତା ତଥା କୃଷି ଋଣରୁ ସେମାନେ ବଞ୍ଚିତ ହୋଇଥାନ୍ତି । ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କରିବା ଓ ରୋଜଗାର ଉପରେ ସେମାନଙ୍କର ନିୟନ୍ତ୍ରଣ ନଥାଏ ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ‘ଜାତୀୟ ଗ୍ରାମୀଣ ଜୀବିକା ମିଶନ’ଙ୍କର ‘ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା’ ରାୟଗଡ଼ା ଜିଲ୍ଲାର ମହିଳା କିଷାନ୍ମାନଙ୍କ ସ୍ଥିତି ତଥା ଜୀବନ ଜୀବିକାର ମାନଦଣ୍ଡରେ ଉନ୍ନତି ଆଣିବା ଦିଗରେ ଏକ ସୁଯୋଗ ସୃଷ୍ଟି କରିଛି । ଏହି ପ୍ରକଳ୍ପ ଜିଲ୍ଲାର ଗୁଣୁପୁର ଓ ମୁନିଗୁଡ଼ା ବ୍ଲକରେ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ପ୍ରକଳ୍ପ ଅଞ୍ଚଳରେ ୨୨୦୦ ମହିଳା କିଷାନ୍ ସିଧାସଳଖ ଭାବେ ଉପକୃତ ହେବା ସହିତ ଅଞ୍ଚଳର ଅନ୍ୟାନ୍ୟ ମହିଳା କିଷାନ୍ମାନେ ପରୋକ୍ଷ ଭାବେ ସଚେତନ ଓ ପ୍ରଭାବିତ ହେବେ । କାର୍ଯ୍ୟକ୍ରମର ପରିଚାଳନା ଓ ସଫଳ ରୂାୟନ ପାଇଁ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ ।

ଏହି କାର୍ଯ୍ୟକ୍ରମରେ ‘ମାଧ୍ୟମ ଫାଉଣ୍ଡେସନ୍’ ଅନୁଷ୍ଠାନ ଜରିଆରେ ଛଅ ଗୋଟି ସହଯୋଗୀ ସଂସ୍ଥା ପ୍ରକଳ୍ପର କାର୍ଯ୍ୟକରିବା ଲାଗି ଆର୍ଥିକ ଅନୁଦାନ ପାଇବେ । ମାଧ୍ୟମ ଫାଉଣ୍ଡେସନ୍ ଆଇନତଃ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ବ୍ୟତୀତ ହର୍ଷ ଟ୍ରଷ୍ଟ୍, ଆର୍ସିଡିସି, ଓପିଡିଏସ୍ସି, ପ୍ରଗତି ଓ ଚେତନା ଅର୍ଗାନିକ୍ ଅନୁଷ୍ଠାନ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ନବରଙ୍ଗପୁର, ମାଲକାନାଗିରି ଓ କୋରାପୁଟ ଜିଲ୍ଲାରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ ।

ଏହି ପ୍ରକଳ୍ପକୁ ଦକ୍ଷିଣ ଓଡ଼ିଶାର ମୋଟ ୪ଗୋଟି ଜିଲ୍ଲାରେ ନିଜର ସ୍ୱଳ୍ପ ଜମି ସମ୍ବଳ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନ ଜୀବିକାରେ ଉନ୍ନତି ଲାଗି କାର୍ଯ୍ୟକାରୀ କରାଯିବ । ମୁଖ୍ୟତଃ ଏହିମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ହୋଇଥିବେ ।

ପ୍ରକଳ୍ପର ବିବରଣୀ

ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସେଠାକାର ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିବର୍ଗଙ୍କ ଜୀବନଧାରଣର ଗୁଣବତ୍ତା ବୃଦ୍ଧି ତଥା ସେମାନଙ୍କର ସାମୁହିକ ଦକ୍ଷତା ବୃଦ୍ଧି ଦିଗରେ ମୁଖ୍ୟତଃ କାର୍ଯ୍ୟ କରିବ । ତେବେ ଏହା ସହିତ ନିମ୍ନଲିଖିତ କାର୍ଯ୍ୟ କୌଶଳଗୁଡ଼ିକୁ ମଧ୍ୟ କାର୍ଯ୍ୟକାରୀ କରିବ ।

  • ପ୍ରକଳ୍ପ ଦ୍ୱାରା ନିର୍ଦ୍ଧାରିତ ଗରିବ ଲୋକମାନଙ୍କର ଜୀବନ ଧାରଣ ଗୁଣବତ୍ତାରେ ଉଲ୍ଲେଖନୀୟ ବୃଦ୍ଧି କରାଇବା ।
  • ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଖରେ ସ୍ୱତନ୍ତ୍ର ଗୁଣ ଥାଏ । ତେବେ ଏହା ନିଜ ଭିତରେ ଲୁକାୟିତ ହୋଇ ରହିଯାଏ । ଏହି ପ୍ରକଳ୍ପ ଆଦିବାସୀ ତଥା ଅନୁସୂଚିତ ଜନଜାତିଙ୍କର ଜୀବନ ଜୀବିକାର ଉନ୍ନତିରେ ଏହି ସ୍ୱତନ୍ତ୍ର ଗୁଣ ବା ଅଭିଜ୍ଞତାଗୁଡ଼ିକୁ ବ୍ୟବହାର କରିବ । ଏହାଦ୍ୱାରା ଗୋଟିଏ ଗୋଷ୍ଠୀ ଓ ଅନ୍ୟଗୋଷ୍ଠୀ ଭିତରେ ପାରସ୍ପରିକ ଜ୍ଞାନକୌଶଳର ବିନିମୟ ହୋଇପାରିବ ।
  • ସମ୍ବଳର ଆବଣ୍ଟନ କରାଯିବା ଏହି ପ୍ରକଳ୍ପର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ ଅଟେ ।
  • ଅନେକ ଅଞ୍ଚଳର କେତେକ ବ୍ୟକ୍ତି ବିଶେଷ ବା ଗୋଷ୍ଠୀ ଅଛନ୍ତି, ଯାହାଙ୍କର ସଫଳ କାର୍ଯ୍ୟଶୈଳୀ ନିକଟସ୍ଥ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ଧରଣର ଅଟେ । ଏହି ପ୍ରକଳ୍ପ ସହାୟତାରେ ସଫଳ କାର୍ଯ୍ୟଶୈଳୀଗୁଡ଼ିକୁ ବିସ୍ତାର କରାଯିବା, ଏହାର ଗୁଣବତ୍ତା ବୃଦ୍ଧି କରାଯିବା ଏବଂ ଏଥିରୁ ଶିଖି ଅନ୍ୟକୁ ଶିଖାଇବା ଭଳି କାର୍ଯ୍ୟ କରାଯିବ ।
  • ପ୍ରକଳ୍ପର କାର୍ଯ୍ୟଶୈଳୀରେ ସାଧୁତା, ସ୍ୱଚ୍ଛତା ତଥା ଉତ୍ତରଦାୟିତ୍ୱତା ପ୍ରତି ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ ।

ପଦକ୍ଷେପ

ପ୍ରକଳ୍ପର ପ୍ରମୁଖ କାର୍ଯ୍ୟକଳାପଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା

  • ମହିଳା କିଷାନ ମାନଙ୍କର ବ୍ୟକ୍ତିଗତ ସବିଶେଷ ବିବରଣୀ ଉଲ୍ଲେଖ ଏବଂ ପରିବାର ସର୍ବେକ୍ଷଣ କରାଯିବ ।
  • ‘ଶ୍ରୀ’ ପଦ୍ଧତିରେ ଧାନ ଚାଷ, କ୍ଷୁଦ୍ର ଶସ୍ୟ ଦାନା (ମାଣ୍ଡିଆ, ଜନା, ସୁଆଁ, ଗୁରୁଜି ଇତ୍ୟାଦି), ଡାଲି ଜାତୀୟ ଫସଲ, ଘରବାଡ଼ିରେ ପୃଷ୍ଟିକର ଖାଦ୍ୟଯୁକ୍ତ ଫସଲର ଚାଷ, କନ୍ଦା ଜାତୀୟ ଫସଲ, ଜୈବିକ ପଦ୍ଧତିରେ ପନିରିବା ଚାଷ ଏବଂ ଛେଳି ପାଳନକୁ ଖୁବ୍ ଗୁରୁତ୍ୱ ପ୍ରଦାନ କରାଯିବ ।
  • ଗ୍ରାମ ବା ପଞ୍ଚାୟତ ସ୍ତରରେ ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟ ଗଠନ କରାଯାଇ ତାହାର ସଶକ୍ତିକରଣ କରାଯିବ ।
  • ସ୍ଥାନୀୟ ଗୋଷ୍ଠୀରେ ଥିବା ସଚେତନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯାଇ ତାଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବ । ଉକ୍ତ ଯୁବକ ଯୁବତୀଙ୍କୁ ‘ଗୋଷ୍ଠୀ ସାଧନ କର୍ମୀ’ ବୋଲି କୁହାଯିବ ।

ଅଞ୍ଚଳ ଏବଂ ଏହାର ଗୋଷ୍ଠୀ

  • ଏହି ଅଞ୍ଚଳର ପ୍ରାୟ ସମସ୍ତ ଜମି ଢାଲୁ ବା ଗଡ଼ାଣିଆ ଅଟେ । ତେଣୁ ସେହି ଜମିଗୁଡ଼ିକରେ ଜଳ ସଞ୍ଚୟ କରିବା ତଥା ଜଳସେଚନ ଖୁବ କଷ୍ଟକର କିମ୍ବା ଆଦୌ ସମ୍ଭବ ହୋଇପାରିନଥାଏ ।
  • ଅଧିକାଂଶ କ୍ଷେତ୍ରରେ ଜମିଗୁଡ଼ିକ ଅନୁର୍ବର ଅଟେ ।
  • କୃଷିଜାତ ଦ୍ରବ୍ୟ ଏବଂ ଅଣକାଷ୍ଠ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହଯୋଗ ରାଶି ମଧ୍ୟ ମିଳିାରୁନାହିଁ ।
  • ଅଣ କୃଷି କ୍ଷେତ୍ରରେ ଏହି ଅଞ୍ଚଳର ଯୋଗଦାନ ନିରାଶଜନକ ଅଟେ ।
  • ମହିଳାମାନଙ୍କର ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଏବଂ ଚିନ୍ତାଜନକ ଅଟେ, ଯେଉଁ କାରଣ ଲାଗି ସେମାନେ ନିଜର ଅଧିକାର ଏବଂ ସଫଳତା ଲାଗି ସଚେତନ ହୋଇପାରୁନାହାନ୍ତି ।
  • ସମ୍ପୃକ୍ତ ଅଞ୍ଚଳ ଅତ୍ୟଧିକ ଭାବେ ମ୍ୟାଲେରିଆପ୍ରବଣ ଅଟେ ।
  • ଅଧିକାଂଶ ଅଞ୍ଚଳକୁ ପହଞ୍ଚିବା ଲାଗି ଗମନାଗମନ ରାସ୍ତା କଷ୍ଟକର ଅଟେ । ତେଣୁ ବ୍ୟବସାୟ ସୁଚାରୁ ରୂପେ ସମ୍ଭବ ହୋଇପାରୁନାହିଁ ।
  • ସମ୍ପୃକ୍ତ ଅଞ୍ଚଳକୁ ସରକାରୀ ସହଯୋଗ, ଅନୁଦାନ ଯାଉଥିଲେ ହେଁ, ତାହା ସେହି ଅଞ୍ଚଳ ଲାଗି ଉପଯୁକ୍ତ ହେଉନଥିବାରୁ ସେଠାର ଅଧିବାସୀଙ୍କର କାର୍ଯ୍ୟରେ ଲାଗିାରୁନାହିଁ ।
  • ଉଭୟ ସରକାରୀ ତଥା ବେସରକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ଏହି ଅଞ୍ଚଳରେ ବୃହତ ଜୀବନ ଜୀବିକା ଭିତ୍ତିକ ପ୍ରକଳ୍ପ ସ୍ଥାପିତ ବା କାର୍ଯ୍ୟକାରୀ ହୋଇପାରିନାହିଁ ।

ଏହା ସ୍ଥିର କରାଯାଇଅଛି ଯେ, ଏହି ‘ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା’ ପ୍ରକଳ୍ପକୁ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ଏବଂ ମୁନିଗୁଡ଼ା ବ୍ଲକର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗ, ଯେଉଁମାନଙ୍କର ସ୍ୱଳ୍ପ ଜମିଥିବ ଏବଂ ଯେଉଁମାନେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଥିବେ ସେହିମାନଙ୍କ ଲାଗି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଅଞ୍ଚଳର ସମସ୍ୟା

ପ୍ରକଳ୍ପ ଅଞ୍ଚଳରେ କୃଷି ବିଶେଷକରି ମହିଳା କିଷାନ ମାନଙ୍କର ଜୀବନଜୀବିକାରେ ନିମ୍ନଲିଖିତ ସମସ୍ୟା ସବୁ ରହିଛି ।

  • ସଂପୃକ୍ତ ଅଞ୍ଚଳରେ ମହିଳା କିଷାନ୍ମାନେ କୃଷି କାର୍ଯ୍ୟ କରୁଥିଲେ ହେଁ, ସେମାନେ ବର୍ତ୍ତମାନ ସୁଧା ଏକତ୍ରିତ କିମ୍ବା ସଙ୍ଗଠିତ ହୋଇପାରିନାହାନ୍ତି । ଏହାର କାରଣ ପରସ୍ପର ଭିତରେ ଆବଶ୍ୟକ ସଂଯୋଗ ହୋଇପାରିନାହିଁ ।
  • ଅଧିକାଂଶ ମହିଳା ତଥା ପରିବାରର ଖୁବ୍ ସ୍ୱଳ୍ପ ଚାଷ ଉପଯୋଗୀ ଜମି ରହିଛି । ସ୍ୱଳ୍ପ ଚାଷଜମିରୁ କିଭଳି ଅଧିକ ଶସ୍ୟ ଉତ୍ପାଦନ କରିହେବ, ତାହା ବାବଦରେ ମହିଳା କିଷାନ ମାନଙ୍କର ଜ୍ଞାନକୌଶଳ ଓ ଦକ୍ଷତାର ଅଭାବ ରହିଛି । ତେଣୁ କୃଷି କ୍ଷେତ୍ରରେ ସେମାନଙ୍କର ଅଗ୍ରଗତି ହୋଇପାରୁନାହିଁ ।
  • ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଉନ୍ନତି ଲାଗି ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ, କୃଷିଋଣ ଆଦି ବାବଦରେ ସେମାନେ ଅବଗତ ହୋଇପାରୁନାହାନ୍ତି ଏବଂ ଏହାର ସୁଫଳ ପାଇପାରୁନାହାନ୍ତି । ତେଣୁ ସେମାନେ ଆବଶ୍ୟକ ସୁବିଧାସୁଯୋଗ ତଥା ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି ।
  • ପ୍ରକଳ୍ପର ଅଧିକାଂଶ ଅଞ୍ଚଳ ଅଣ ଜଳସେଚିତ ତଥା ମରୁଡ଼ି ପ୍ରବଣ ଅଞ୍ଚଳ ଅଟେ । ତେଣୁ ସେଠାରେ ଉତ୍ପାଦିତ ହେଉଥିବା ଫସଲ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭରଶୀଳ । ଏହି କାରଣରୁ ବର୍ଷାଋତୁ ବାଦ୍ ଅନ୍ୟ ଋତୁରେ ଫସଲ ଉତ୍ପାଦନ ପ୍ରାୟତଃ ସମ୍ଭବ ହୋଇପାରିନଥାଏ ।
  • ବଜାର ବ୍ୟବସ୍ଥା, ଦ୍ରବ୍ୟର ବର୍ତ୍ତମାନ ମୂଲ୍ୟ ବାବଦରେ ତଥ୍ୟ ନରଖିବା, ସମ୍ମିଳିତ ଭାବେ ଦ୍ରବ୍ୟର ମୂଲ୍ୟ କଷାକଷି ନକରିବା କାରଣରୁ ନିଜର କଷ୍ଟଲବ୍ଧ ଶସ୍ୟକୁ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିବା, ମଧ୍ୟସ୍ଥି ତଥା ଖୁଚୁରା ବେପାରୀଙ୍କ ଶୋଷଣର ଶିକାର ହେବା ଆଦି ଘଟୁଛି । ଏହାଦ୍ୱାରା ଚାଷୀ ନିଜ ପରିଶ୍ରମର ପ୍ରକୃତ ମୂଲ୍ୟ ପାଇପାରୁନାହିଁ ।
  • କୃଷି କ୍ଷେତ୍ରରେ ବିଫଳ ହେବା, ଫସଲ ନଷ୍ଟ ହେବା ଏବଂ ନିଜ ଗ୍ରାମରେ ରୋଜଗାର ନପାଇବା କାରଣରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ସୁଯୋଗ

  • ପ୍ରକଳ୍ପ ଦ୍ୱାରା ଆଧାରିତ ଗୋଷ୍ଠୀ ତଥା ମହିଳା କିଷାନ ମାନଙ୍କର ଜୀବନ ଜୀବିକାରେ ଉନ୍ନତି ଲାଗି ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ଯଥା ଏମ୍.ଜି.ଏନ୍.ଆର୍.ଇ.ଜି.ଏ, ଜଳଛାୟା ମିଶନ୍, ଜାତୀୟ ହଟିକଲ୍ଚର ମିଶନ୍, ଓର୍ମାସ୍ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସହିତ ଏହି ପ୍ରକଳ୍ପର ଯୋଜନାର ସମନ୍ୱୟ ବା ଏକତ୍ରୀକରଣ କରାଯିବ ।

ପ୍ରକଳ୍ପର କାର୍ଯ୍ୟକାରିତା ପ୍ରଣାଳୀ

ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ଲାଗି ନିମ୍ନଲିଖିତ ଉପାୟ ଅବଲମ୍ବନ କରାଯିବ ।

  • ସ୍ଥାନୀୟ ଅଞ୍ଚଳରେ ଜମିର ଗୁଣାତ୍ମକ ମାନ ବୃଦ୍ଧି, ଜଳସେଚନ ତଥା କୃଷି ଉପକରଣ, ସାମଗ୍ରୀର ବିନିଯୋଗ ଓ ବ୍ୟବହାର ମାଧ୍ୟମରେ ସମ୍ବଳ ଓ ଶ୍ରମର ସୁବିନିଯୋଗ ଓ ଉତ୍ପାଦନ ବୃଦ୍ଧି ସହ ମହିଳା କିଷାନ୍ମାନଙ୍କୁ ଆବଶ୍ୟକତା ଅନୁଯାୟୀ ତାଲିମ୍ କାର୍ଯ୍ୟକ୍ରମ ଦ୍ୱାରା ଦକ୍ଷତା ବୃଦ୍ଧି କରିବା ।
  • ମହିଳା ସଂଗଠନ/ଅନୁଷ୍ଠାନ ଗଠନ, ପ୍ରକଳ୍ପର ସଫଳ ଯୋଜନା, ପରିଚାଳନା ଓ କାର୍ଯ୍ୟକାରୀ କରିବା ସହ ସ୍ଥାନୀୟ ଜୀବନ ଜୀବିକାର ସୁରକ୍ଷା କରିବା ।
  • ସ୍ଥାନୀୟ ଯୁବଗୋଷ୍ଠୀର ଦକ୍ଷତା ବୃଦ୍ଧି ଜରିଆରେ ଗୋଷ୍ଠୀ ସାଧନ କର୍ମୀ ସୃଷ୍ଟି କରିବା ।
  • ମହିଳା କିଷାନ୍ ଓ ଗୋଷ୍ଠୀମାନଙ୍କୁ ସଂଗଠିତ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ତଥା କୃଷି ସାମଗ୍ରୀର ଅଭାବୀ ବିକ୍ରି ହ୍ରାସ କରିବା ।

ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା(ଜୁନ୍ ୨୦୧୩ରୁ ମେ ୨୦୧୬)

ପ୍ରକଳ୍ପର ମୁଖ୍ୟ ଫଳାଫଳ

  • ୨୨୦୦ ମହିଳା କିଷାନ ମାନଙ୍କର ବ୍ୟକ୍ତିଗତ ବିବରଣୀ ପ୍ରସ୍ତୁତ କରାଯିବ ।
  • ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀକୁ ପ୍ରକଳ୍ପରେ ସଂପୃକ୍ତ ଅନୁଷ୍ଠାନର କର୍ମୀଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ।
  • ଜୈବ ପଦ୍ଧତିରେ ପନିପରିବା ଚାଷ ସମ୍ବନ୍ଧୀୟ ୧୦୮୩ ସଂଖ୍ୟକ ପୁସ୍ତିକା ମୁଦ୍ରଣ କରାଯିବ ।
  • ଗୋଷ୍ଠୀ ସମ୍ବଳ କର୍ମୀମାନଙ୍କ ପାଇଁ ‘ଶ୍ରୀ’ ପ୍ରଣାଳୀ ଚାଷ, ପନିପରିବା, ଶସ୍ୟ ଜାତୀୟ ଓ ଡାଲି ଜାତୀୟ ଫସଲ ବିଷୟରେ ୫୮ ସଂଖ୍ୟକ ବ୍ୟବହାରିକ ପୁସ୍ତିକା ମୁଦ୍ରଣ କରାଯିବ ।
  • ୨୨ ସଂଖ୍ୟକ ପ୍ରଶିକ୍ଷଣ ପୁସ୍ତିକା ପ୍ରସ୍ତୁତ କରାଯାଇ ମୁଦ୍ରଣ କରାଯିବ ।
  • ପ୍ରଶିକ୍ଷଣ ଲାଗି ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା ଥିବା ୯ଗୋଟି ତାଲିମ ମଡେଲର ଉନ୍ନତିକରଣ, ନଥିକରଣ କରାଯିବ ।
  • ‘ଶ୍ରୀ’ ପ୍ରଣାଳୀ ଚାଷ ସମ୍ପର୍କୀତ ୨୫୦ ଗୋଟି ପ୍ରଚାର ପତ୍ର ଓଡ଼ିଆରେ ମୁଦ୍ରଣ କରାଯିବ ।
  • ପ୍ରକଳ୍ପର ୧ଟି ବୈଷୟିକ ମୂଳଲେଖ ପ୍ରସ୍ତୁତ କରାଯିବ ।
  • ୧୮୩ ଉତ୍ପାଦକ ଗୋଷ୍ଠୀର ବିକାଶ ସାଧାନ କରାଯାଇ ସୁଦୃଢ଼ୀକରଣ କରାଯିବ ।
  • ୨ ଗୋଟି ଉତ୍ପାଦକ ସମବାୟ ପଞ୍ଜିକରଣ କରାଯିବ ।
  • ୧୦୦୦ ମହିଳା କିଷାନ୍ ଉତ୍ପାଦକ ସମବାୟର ଅଂଶଧନ ପ୍ରଦାନକାରୀ ସଭ୍ୟା ହେବେ ।
  • ୧୨୦୦ ମହିଳା କିଷାନ୍ ‘ଶ୍ରୀ’ ପ୍ରଣାଳୀ ମାଧ୍ୟମରେ ଧାନ ଚାଷ କରିବେ ।
  • ୧୦୦୦ ମହିଳା କିଷାନ୍ ଜୈବିକ ପଦ୍ଧତିରେ ପନିପରିବା ଚାଷ କରିବେ ।
  • ୧୦୦୦ ପରିବାରର ଫସଲ ଯୋଜନା ପ୍ରସ୍ତୁତି କରାଯିବ ।
  • ୨୦୦ ଭୂମିହୀନ ମହିଳା କିଷାନ ମାନଙ୍କର ଘରବାଡ଼ିରେ ଛେଳିାଳନ ଲାଗି ୨ଟି ମାଈ ଓ ଗୋଟିଏ ଅଣ୍ଡିରା ଛେଳି ପ୍ରଦାନ କରାଯିବ ।
  • ୪୪ ଗୋଷ୍ଠୀ ସମ୍ବଳ କର୍ମୀମାନଙ୍କ ଲାଗି ଉତ୍ପାଦକ ଗୋଷ୍ଠୀ ଗଠନ ଓ ପ୍ରଭାବୀ ପରିଚାଳନା ପାଇଁ ୨ ଗୋଟି ତାଲିମ୍ ପ୍ରଦାନ କରାଯିବ ।
  • ୩୭୦ ସଂଖ୍ୟକ ଉତ୍ପାଦକ ଗୋଷ୍ଠୀର ନେତ୍ରୀମାନଙ୍କୁ ଦଳର ପରିଚାଳନା ଓ ନଥିକରଣ ପାଇଁ ୧୩ ଗୋଟି ତାଲିମ୍ ପ୍ରଦାନ କରାଯିବ ।
  • ୧୧୦୦ ସଂଖ୍ୟାକ ଉତ୍ପାଦକ ଗୋଷ୍ଠୀ ନେତ୍ରୀ (ସଦସ୍ୟା)ଙ୍କୁ ଉତ୍ପାଦକ ସମବାୟର ଗଠନ ଓ ସୁଦୃଢ଼ୀକରଣ ପାଇଁ ତାଲିମ୍ ଦିଆଯିବ ।
  • ୬୦ ଜଣ ଉତ୍ପାଦକ ଗୋଷ୍ଠୀ ନେତ୍ରୀଙ୍କୁ ସମବାୟର ପରିଚାଳନା ଓ ସମବାୟର ବିଣନ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ‘ଶ୍ରୀ’ ପ୍ରଣାଳୀରେ ଧାନ ଚାଷ ଓ ଚିରନ୍ତନ କୃଷି ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ଧାନ ଓ ପନିପରିବାର ଚାରା ସୁରକ୍ଷା ଏବଂ ଆନ୍ତଃଚାଷ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ଶସ୍ୟ ଯୋଜନା ଓ ଜୈବିକ ପଦ୍ଧତିରେ ପନିପରିବା ଚାଷ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ମଞ୍ଜି ପରିଚାଳନା ଜ୍ଞାନକୌଶଳ (ମଞ୍ଜି ଚୟନ, ଉପଚାର ଓ ସାଇତି ରଖିବା), ବାଛିବା, ଛୋଟ ବଡ଼ ଅଲଗା କରିବା, ଭଲ ଓ ଖରାପକୁ ଅଲଗା କରିବା ଏବଂ ପନିପରିବା ସୁରକ୍ଷା ଭଣ୍ଡାର ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ସମନ୍ୱିତ ଛେଳି ପାଳନ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ସମନ୍ୱିତ କ୍ଷୁଦ୍ର ଦାନା ଶସ୍ୟ ଚାଷ (ମାଣ୍ଡିଆ, ସୁଆଁ, ଗୁରୁଜି, ଜନା ଇତ୍ୟାଦି) ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ସମନ୍ୱିତ ଡାଲି ଜାତୀୟ ଫସଲ (କାନ୍ଦୁଲ, ବିରି, ମୁଗ ଇତ୍ୟାଦି)ର ସଫଳ ଅଭ୍ୟାସ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୧୨୭୦ ଜଣ ମହିଳା କିଷାନ ମାନଙ୍କର ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୧୨୭୦ ଜଣ ମହିଳା କିଷାନ ମାନଙ୍କର ଶସ୍ୟ ଯୋଜନା ଏବଂ ଜୈବିକ ପଦ୍ଧତିରେ ପନିପରିବା ଚାଷ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୧୨୭୦ ଜଣ ମହିଳା କିଷାନ ମାନଙ୍କର ବିହନ କୌଶଳ ଜ୍ଞାନ (ବିହନ ଚୟନ, ଉପଚାର ଓ ସାଇତି ରଖିବା, ବାଛିବା, ଛୋଟ ବଡ଼ ଅଲଗା କରିବା, ଭଲ ଓ ଖରାପକୁ ଅଲଗା କରିବା ) ଏବଂ ପନିପରିବା ସୁରକ୍ଷା ସହିତ ଶୀତଳ ଭଣ୍ଡାର ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୨୬୫୦ ଜଣ ମହିଳା କିଷାନ ମାନଙ୍କର ‘ଶ୍ରୀ’ ପ୍ରଣାଳୀରେ ଧାନ ଚାଷ ଓ ଚିରନ୍ତନ କୃଷି ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୨୬୫୦ ଜଣ ମହିଳା କିଷାନ ମାନଙ୍କର ମୌଳିକ କୃଷି (ଧାନ ଓ ପନିପରିବାର ଚାରା ସୁରକ୍ଷା ଏବଂ ଅନ୍ତଃ କୋଡାଖୋସା) ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୧୨୭୦ ଜଣ ମହିଳା କିଷାନ ମାନଙ୍କର ସମନ୍ୱିତ କ୍ଷୁଦ୍ର ଦାନା ଶସ୍ୟ ଚାଷ (ମାଣ୍ଡିଆ, ସୁଆଁ, ଗୁରୁଜି ଇତ୍ୟାଦି) ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୧୨୭୦ ଜଣ ମହିଳା କିଷାନ ମାନଙ୍କର ସମନ୍ୱିତ ଡାଲି ଜାତୀୟ ଫସଲ (କାନ୍ଦୁଲ, ବିରି, ମୁଗ ଇତ୍ୟାଦି)ର ସଫଳ ଅଭ୍ୟାସ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ।
  • ୨୦୦ ଭୂମିହୀନ ମହିଳା କିଷାନ ମାନଙ୍କର ସମନ୍ୱିତ ଛେଳି ପାଳନ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯିବ ଏବଂ ସଫଳ ଛେଳି ଚାଷ କରିଥିବା ୫୦ଜଣ ସଭ୍ୟଙ୍କୁ ଗୋଟିଏ ଥର ତାଲିମ୍ ଦିଆଯିବ ।
  • ୩ ବର୍ଷ ମଧ୍ୟରେ ୨ଟି ଜିଲ୍ଲାସ୍ତରୀୟ କର୍ମଶାଳା  ଆୟୋଜନ କରାଯିବ ।
  • ୩ ବର୍ଷ ମଧ୍ୟରେ ୩୦୦ ମହିଳା କିଷାନ୍ ଜିଲ୍ଲାସ୍ତରୀୟ କର୍ମଶାଳା ରେ ଅଂଶଗ୍ରହଣ କରିବେ ।
  • ୩ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟଙ୍କୁ ତାଲିମ୍ ପ୍ରଦାନ କରାଯିବ ।
  • ୩ ବର୍ଷ ମଧ୍ୟରେ ୧୨୦ଜଣ ପଞ୍ଚାୟତିରାଜ ଅନୁଷ୍ଠାନ ସଭ୍ୟଙ୍କୁ ପ୍ରକଳ୍ପର କାର୍ଯ୍ୟକ୍ରମ ସମ୍ବନ୍ଧରେ ତାଲିମ୍ ଦିଆଯିବ ।
  • ୩ ବର୍ଷ ମଧ୍ୟରେ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ପ୍ରଦର୍ଶନୀ ଆୟୋଜନ କରାଯିବ ।
  • ୩ ବର୍ଷ ମଧ୍ୟରେ ଶହ ଶହ ମହିଳା କିଷାନ୍ ଏବଂ ଅନ୍ୟାନ୍ୟ ଅଂଶ ଗ୍ରହଣକାରୀ ବାର୍ଷିକ ସମ୍ବିଳନୀରେ ଯୋଗଦାନ କରିବେ ।
  • ୪୪ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ପ୍ରଦର୍ଶନୀ କ୍ଷେତ୍ରକୁ ପରିଦର୍ଶନ ପାଇଁ ନିଆଯିବ ।
  • ୪୩୩ ଜଣ ମହିଳା କିଷାନ ମାନଙ୍କର ପ୍ରଦର୍ଶନୀ କ୍ଷେତ୍ରକୁ ପରିଦର୍ଶନ ପାଇଁ ନିଆଯିବ ।
  • ୨ଟି ମହିଳା ସମବାୟକୁ ୨ବର୍ଷ ନିମନ୍ତେ ଅଫିସ୍ ପରିଚାଳନା ଲାଗି ଘରଭଡ଼ା ସହାୟତା ପ୍ରଦାନ କରାଯିବ ।
  • ୨ଟି ମହିଳା ସମବାୟକୁ ୨ସେଟ୍ (ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ) କମ୍ପ୍ୟୁଟର ସାହାଯ୍ୟ ଦିଆଯିବ ।
  • ୨ଟି ଉତ୍ପାଦନକାରୀ ଗୋଷ୍ଠୀକୁ ୨ଟି ମୃତ୍ତିକା ପରୀକ୍ଷା ଯନ୍ତ୍ରପାତି ବାକ୍ସ ସହଯୋଗ ଦିଆଯିବ ।
  • ୨୨୦୦ ମହିଳା କିଷାନ ମାନଙ୍କର ଖମ୍ବଆଳୁ ଓ ଶିମିଳି କନ୍ଦାର ମଞ୍ଜି ସହଯୋଗ କରାଯିବ ।
  • ୨୦୦୦ ମହିଳା କିଷାନ ମାନଙ୍କର ଶ୍ରମ ଲାଘବ ଉପକରଣ ଯଥା ୨୦୦୦ଟି ଖୁସୁଣି ସହଯୋଗ ଦିଆଯିବ ।
  • ୨୦୦୦ ଜଣ ମହିଳା କିଷାନ ମାନଙ୍କର ଶ୍ରମ ଲାଘବ ଉପକରଣ ଯଥା ୨୦୦ଟି ଉନ୍ନତ ମାନର ଦା’ ସହଯୋଗ ଦିଆଯିବ ।
  • ୨୦୦୦ ମହିଳା ଚାଷୀଙ୍କୁ ଜୈବିକ ସାର ଓ ଜୈବିକ କୀଟନାଶକ ତିଆରି କରିବା ଉପରକଣ ସହଯୋଗ ଦିଆଯିବ ।
  • ୨୦୦୦ ମହିଳା କିଷାନ ମାନଙ୍କର ଶ୍ରମ ଲାଘବ ଉପକରଣ ଯଥା ୨୦୦୦ ଘାସବଛା ଯନ୍ତ୍ର ସହଯୋଗ ଦିଆଯିବ ।
  • ୨୨୦୦ ମହିଳା କିଷାନ ମାନଙ୍କର ଶ୍ରମ ଲାଘବ ଉପକରଣ ଯଥା ସ୍ପ୍ରିଙ୍କଲର (ଜଳ ସିଞ୍ଚନ ଯନ୍ତ୍ର) ସହଯୋଗ ଦିଆଯିବ ।
  • ୨୦୦ ଭୂମିହୀନ ମହିଳା କିଷାନ ମାନଙ୍କର ୨ଟି ମାଈଛେଳି ଓ ୧ଟି ଅଣ୍ଡିରା ଛେଳି କିଣିବା ପାଇଁ ଏବଂ ଛେଳି ଗୁହାଳ ଘର ପ୍ରସ୍ତୁତି ନିମନ୍ତେ ୧୩,୨୦୦ ଟଙ୍କା ଋଣ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ସହଯୋଗ ଦିଆଯିବ ।
  • ୧୦୦୦ ମହିଳା କିଷାନ ମାନଙ୍କର (ବିନା ଶକ୍ତିରେ ପରିଚାଳିତ ଶୀତଳ ଭଣ୍ଡାର) ତିଆରି କରିବା ନିମନ୍ତେ ସହଯୋଗ ଦିଆଯିବ ।
  • ୧୬୭ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦନକାରୀ ଗୋଷ୍ଠୀଙ୍କୁ ଶ୍ରମ ଲାଘବ ଉପକରଣ ହିସାବରେ ୩୩୪ ମାଣ୍ଡୁଆ ଘାସବଛା ଯନ୍ତ୍ର ସହଯୋଗ ଦିଆଯିବ ।
  • ୮୪ଟି ଉତ୍ପାଦକ ଗୋଷ୍ଠୀଙ୍କୁ ଓଜନ ମାପକ ଯନ୍ତ୍ର ଏବଂ ପ୍ଲାଷ୍ଟିକ ପାତ୍ର ସେଟ୍ କିଣିବା ନିମନ୍ତେ ସହଯୋଗ ଦିଆଯିବ ।
  • ୨ଟି ସମବାୟକୁ ୪ଟି କରି ସର୍ବମୋଟ ୮ଟି ମୃତ୍ତିକା ପରୀକ୍ଷା ଉପକରଣ ସହଯୋଗ ଦିଆଯିବ ।
  • ପ୍ରତ୍ୟେକ ଉତ୍ପାଦକ ଗୋଷ୍ଠୀଙ୍କୁ ୧୫,୦୦୦ ଟଙ୍କାର କାର୍ଯ୍ୟକାରୀ ପୁଞ୍ଜି ଦିଆଯିବ ।
  • ୨ଟି ପନିପରିବା ଚାଷୀ ମହିଳା ସମବାୟକୁ ୩୦,୦୦୦ ଟଙ୍କା ଲେଖାଏଁ ପ୍ରତ୍ୟେକକୁ କାର୍ଯ୍ୟକାରୀ ମୂଳଧନ ସହଯୋଗ ଦିଆଯିବ ।
  • ୨ଟି ଶସ୍ୟ ପାଙଋି ଗଠନ କରିବା ନିମନ୍ତେ ସହଯୋଗ କରାଯିବ ।
  • ୨ଟି ସଫଳ ଅଭ୍ୟାସ ଚିହ୍ନଟ, ପୁସ୍ତକିକରଣ, ପ୍ରକାଶନ ଓ ପ୍ରସାରଣ କରାଯିବ ।
  • ୨୨୦୦ ମହିଳା କିଷାନ ମାନଙ୍କର ଭିତ୍ତିରେଖା ତଥ୍ୟ ଏବଂ ପରିବାର ସର୍ବେକ୍ଷଣ କରାଯିବ ।
  • ୧୧୦୦ ମହିଳା କିଷାନ ମାନଙ୍କର ଶେଷରେଖା ତଥ୍ୟ ସର୍ବେକ୍ଷଣ କରାଯିବ ।
  • ୨୦ଟି ଲୋକସୂଚନା ବୋର୍ଡ଼ (କାନ୍ଥରେ ଚିତ୍ର, କାନ୍ଥ ତିଆରି ସୂଚନା ବୋର୍ଡ଼ ପ୍ରସ୍ତୁତି ଏବଂ ଲେଖିବା) ଲଗାଯିବ ।
  • ୧ଟି ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା କରାଯିବ ।
  • ୩ ବର୍ଷ ମଧ୍ୟରେ ୩ଟି ସାମାଜିକ ସମୀକ୍ଷା କରାଯିବ ।

ଭାରତ ସରକାରଙ୍କର ଏହି ପ୍ରକଳ୍ପରେ ଛଅଟି ଅନୁଷ୍ଠାନ ‘ମାଧ୍ୟମ ଫାଉଣ୍ଡେସନ୍’ଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ପାଇଁ ‘ଜାତୀୟ ଗ୍ରାମୀଣ ଜୀବିକା ମିଶନ’ ଓ ‘ସାର୍ ଦୋରାବ୍ଜୀ ଟାଟା ଟ୍ରଷ୍ଟ’, ମୁମ୍ବାଇଙ୍କ ଦ୍ୱାରା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପ୍ରକଳ୍ପର ଅନୁମୋଦନ ଅନୁଯାୟୀ ପ୍ରତ୍ୟେକ ସହଯୋଗୀ ଅନୁଷ୍ଠାନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ, ଅଟକଳର ସୁବିନିଯୋଗ ଓ ପ୍ରକଳ୍ପର ସମ୍ପାଦନ ପାଇଁ ଏକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ମାଧ୍ୟମ ଫାଉଣ୍ଡେସନ୍ ରେ  ପ୍ରକଳ୍ପର ସଂଯୋଜନା ପାଇଁ ଏକ ସଚିବାଳୟ ଗଠନ କରାଯାଇଛି ଓ ପ୍ରତ୍ୟେକ ସହଭାଗୀ ଅନୁଷ୍ଠାନ ସ୍ତରରେ ପ୍ରକଳ୍ପ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହାଛଡ଼ା ଏହି ପ୍ରକଳ୍ପର ଆର୍ଥିକ ପରିଚାଳନା ପାଇଁ ମାଧ୍ୟମ ଫାଉଣ୍ଡେସନ୍ ତଥା ସହଭାଗୀ ଅନୁଷ୍ଠାନମାନେ ନିଜ ନିଜର ସ୍ୱତନ୍ତ୍ର ବ୍ୟାଙ୍କ ଖାତା ଖୋଲିଛନ୍ତି । ପ୍ରତ୍ୟେକ ସହଭାଗୀ ଅନୁଷ୍ଠାନ ନିଜର ମାସିକ ଓ ତ୍ରୟମାସିକ କାର୍ଯ୍ୟର ବିବରଣୀ ମାଧ୍ୟମ ଫାଉଣ୍ଡେସନ୍ ଙ୍କୁ ପ୍ରଦାନ କରିବେ ଓ ମାଧ୍ୟମ ଫାଉଣ୍ଡେସନ୍ ଏହି ବିବରଣୀକୁ ଏକତି୍ରକରଣ କରି ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟକୁ ତ୍ରୟ ମାସିକ, ଅର୍ଦ୍ଧ ବାର୍ଷିକ ବିବରଣୀ ପ୍ରଦାନ କରିବେ ।

ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଆର୍ସିଡିସି ଦ୍ୱାରା ଗୁଣପୁର ଓ ମୁନିଗୁଡ଼ା ଠାରେ ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା କାର୍ଯ୍ୟାଳୟ ନିୟମିତ ଭାବରେ କାର୍ଯ୍ୟ କରୁଛି ।

ଆଧାର  - ରିଜିଓନାଲ୍ ସେଣ୍ଟର୍ ଫର୍ ଡେଭେଲପ୍ମେଣ୍ଟ୍ କୋଅପରେସନ୍

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate