অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏମୁ ପକ୍ଷୀ ପାଳନ

ଏମୁ ପକ୍ଷୀ ପାଳନ

ଉପକ୍ରମ

  • ଏମୁ ପୃଥିବୀର ଦ୍ଵିତୀୟ ବୃହତ ପକ୍ଷୀ । ଏହାର ଉତ୍ପତ୍ତି ଅଷ୍ଟ୍ରେଲିଆ ମହାଦେଶରେ ।
  • ଏହି ପକ୍ଷୀର ହାରାହାରି ପରମାୟୁ ୧୦-୨୦ ବର୍ଷ ।
  • ବ୍ୟବସାୟିକଭିତ୍ତିରେ ଏହି ପକ୍ଷୀକୁ ତା’ର ମାଂସ, ଅଣ୍ଡା, ତେଲ, ଚର୍ମ, ପର ଓ ପାଦନଖ ପାଇଁ ପାଳନ କରାଯାଏ ।
  • ଏହାର ହାରାହାରି ଉଚ୍ଚତା ୬ଫୁଟ ଓ ଓଜନ ୪୫-୬୦କିଗ୍ରା ।

ପାଳନ

  • ଗୋଟିଏ ପ୍ରାପ୍ତବୟସ୍କ ଏମୁ ଅଣ୍ଡା ଦେବା ପାଇଁ ସକ୍ଷମ ହୋଇଥାଏ ।
  • ଏହା ବର୍ଷର ଶୀତଋତୁ ରେ ପ୍ରାୟ ୩୦ ଗୋଟି ଅଣ୍ଡା ଦେଇଥାଏ ।
  • ଅଣ୍ଡା ଫୁଟି ଛୁଆ ହେବାକୁ ୫୨ଦିନ ସମୟ ଲାଗେ ।
  • ଗୋଟିଏ ଅଣ୍ଡାର ଓଜନ ୬୦୦-୮୦୦ ଗ୍ରାମ ଓ ରଙ୍ଗ ଶ୍ୟାମଳ ହୋଇଥାଏ ।
  • ଗୋଟିଏ ଦିନିକିଆ ଛୁଆର ଓଜନ ୩୭୫-୪୫୦ ଗ୍ରାମ ହୋଇଥାଏ ।
  • ଏହି ପକ୍ଷୀ ୬୦କିଗ୍ରା ଓଜନ ହେବା ପାଇଁ ବାର୍ଷିକ ୬୦୦କିଗ୍ରା ଦାନା ଖାଇଥାଏ ।

ଉପକାରିତ

  • ଏମୁ ପକ୍ଷୀର ମାଂସ ପ୍ରାୟତଃ ଚବିଶୁନ୍ୟ ଏବଂ ଏଥିରେ ଲୌହସାର ଓ ଭିଟାମିନ-ସି ବହୁ ପରିମାଣରେ ଥାଏ ।
  • ଏମୁ ପକ୍ଷୀ ମାଂସରୁ ପ୍ରସ୍ତୁତ ତେଲ ଆଣ୍ଠୁଗଣ୍ଠିବାତ , ଚର୍ମରୋଗ, ପୋଡାଘା, କେଶଝଡିବା ଆଦି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।
  • ଭାରତୀୟ ଜଳବାୟୁରେ ଏହି ପକ୍ଷୀ ଯଥେଷ୍ଟ ରୋଗ ସହଣିକ ହୋଇଥିବାରୁ ବର୍ତ୍ତମାନ ଭାରତବର୍ଷରେ ପ୍ରାୟ ଦୁଇ ଲକ୍ଷ ଏମୁପକ୍ଷୀ ରହିଛନ୍ତି ।

ଆଧାର: ବ୍ୟବସାୟ ନିମନ୍ତେ ଛୁଆ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଶ୍ରୀ ଭି.ଡି.ଭି ପ୍ରସାଦ ଗ୍ରାମ-ଝାଟିପଦର, ବ୍ଲକ-ଟିକିଟି,ଜିଲ୍ଲା-ଗଞ୍ଜାମ ଶ୍ରୀ ଡି.ମୋହନକୁମାର ଗ୍ରାମ-ପିତାତଳୀ, ବ୍ଲକ-ଟିକିଟି,ଜିଲ୍ଲା-ଗଞ୍ଜାମ

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate