କୁକୁଡ଼ା ପାଳନ ପାଇଁ ଯେଉଁ ଖର୍ଚ୍ଚ ହୁଏ, ତାହାର ୬୫ ରୁ ୭୦ ଭାଗ ଖାଇଁ କେବଳ କୁକୁଡ଼ାଙ୍କ ଖାଦ୍ୟରେ ହିଁ ହୋଇଥାଏ । ଶରୀର ବୁଦ୍ଧି, ଅଣ୍ଡା ଓ ମାଂସ ଉତ୍ପାଦନ ପାଇଁ ଉପାଦାନ ଗୁଡ଼ିକ ଖାଦ୍ୟରୁ ହିଁ ମିଳିଥାଏ । ଗୋଟିଏ ଭଲ କୁକୁଡ଼ା ଖାଦ୍ୟରେ କୁକୁଡ଼ାର ଶରୀର ବୁଦ୍ଧି ଓ ଅଣ୍ଡା ଉତ୍ପାଦନ ପାଇଁ ଆବଶ୍ୟକ ହେଉଥୁବା ସମସ୍ତ ଉପାଦାନ ଗୁଡ଼ିକ ଅବା ଦରକାର । ଯେଉଁ ଖାଦ୍ୟରେ ଆବଶ୍ୟକ ମୁତାବକ ସମସ୍ତ ଉପାଦାନ ଥାଏ, ତାହାକୁ ସନ୍ତୁଳିତ ଖାଦ୍ୟ କୁହାଯାଏ । ସନ୍ତୁଳିତ ଖାଦ୍ୟ ନଦେଲେ କୁକୁଡ଼ା ବଞ୍ଚିଯାଇ ପାରେ । କିନ୍ତୁ ଯେତିକି ବଢ଼ିବା କଥା କିମ୍ବା ଯେତିକି ଅଣ୍ଡା ଦେବା କଥା ସେତିକି ଦିଏ ନାହିଁ । ସମୟ ସମୟରେ କୁକୁଡ଼ା ମଧ୍ୟ ଦୁର୍ବଳ ଓ ଚୁଗଣ ହୋଇଯାଏ । ବିଶେଷ କରି ଘରେ ଆବଦ୍ଧ କରି କୁକୁଡ଼ା ପାଳନ ପାଇଁ ସନ୍ତୁଳିତ ଖାଦ୍ୟ ଦେବା ନିହାତି ଦରକାର । ଘର ଅଗଣାରେ କୁକୁଡ଼ା ପାଳନ ପାଇଁ କମ୍ ଖାଦ୍ୟ ଦରକାର ହୋଇଥାଏ ।
କୁକୁଡ଼ା ଦାନାରେ ଦରକାର ହେଉଥିବା ଉପାଦାନ ଗୁଡ଼ିକ ହେଲା – ଶ୍ଵେତସାର, ପ୍ରୋଟିନ୍ ବା ପୁଷ୍ଟିସାର, ଚର୍ବି ବା ତୈଳାକ୍ଷାଂଶ, ନାନା ପ୍ରକାର ଧାତବ ଲବଣ ଏବଂ ଭିଟାମିନ୍ । ଏହିସବୁ ଉପାଦାନ ଗୁଡ଼ିକ ପାଇବା ପାଇଁ କୁକୁଡ଼ା ଦାନାରେ ବିଭିନ୍ନ ପଦାର୍ଥ ମିଶାଯାଇଥାଏ । ଏହି ପଦାର୍ଡ ଗୁଡ଼ିକ ବିଭିନ୍ନ ପଦାର୍ଥ ମିଶାଯାଇ ଥାଏ । ଏହି ପଦାର୍ଥ ଗୁଡ଼ିକ ବିଭିନ୍ନ ଶ୍ରେଣୀଭୁକ୍ତ ହୋଇଥାଆନ୍ତି । ସେଗୁଡ଼ିକ ହେଲା –
ମକା, ବାଜରା, ଜୁଆର, ମାଣ୍ଡିଆ, ଗହମ, ଚାଉଳ, ଓଟ୍ ଇତ୍ୟାଦି ଶସ୍ୟ କୁକୁଡ଼ା ଦାନାରେ ଶ୍ଵେତସାର ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ । ଏହି ଖାଦ୍ୟ ହଜମ ହୋଇ କୁକୁଡ଼ାକୁ ଶକ୍ତି ଯୋଗାଇଥାଏ । କୁକୁଡ଼ାଙ୍କ ପାଇଁ ଶସ୍ୟମାନଙ୍କ ମଧରୁ ମକା ଉତ୍କୃଷ୍ଟ । ଏହା ସହଜରେ ହଜମ ହୋଇ ବେଶି ଶକ୍ତି ଯୋଗାଇଥାଏ । ହଳଦିଆ ମକା ଖାଇବାକୁ ଦେଲେ ଅଣ୍ଡାର ପିତ ହଳଦିଆ ହୋଇଥାଏ । ସାଧାରଣତଃ ଶତକଡ଼ା ୩୦-୬୦ ଭାଗ ପର୍ଯ୍ୟନ୍ତ ମକା ମିଶ୍ରିତ ଦାନାରେ ମିଶାଯାଇଥାଏ । ମାଣ୍ଡିଆକୁ ଖୁଆଇବା ପୂର୍ବରୁ ଗୁଣ୍ଡ କରି ଦେବା ଉଚିତ୍ । ଗୋଟା ମାଣ୍ଡିଆ ଖୁଆଇଲେ। ହଜମ ନ ହୋଇ ମଳରେ ବାହାରିଯାଏ । ଏହାକୁ ଦାନାରେ ଶତକଡ଼ା ୧୦ ଭାଗ ପର୍ଯ୍ୟନ୍ତ ମିଶାଯାଇଥାଏ । ସମସ୍ତ ପ୍ରକାର ଶସ୍ୟ ବୀଜକୁ ଖଣ୍ଡ ଖଣ୍ଡ କରି ଦାନାରେ ମିଶାଇଲେ ଭଲ ହଜମ ହୋଇଥାଏ ।
ସୋୟାବିନ୍, ଚିନାବାଦାମ, ରାଶି, ସୂର୍ଯ୍ୟମୁଖୀ, ଅଳସୀ, କୁସୁମୀ, ପିଡ଼ିଆଗୁଣ୍ଡ ଉଭିଦ ପୃଷ୍ଟିସାର ଖାଦ୍ୟ ଭାବରେ କୁକୁଡ଼ା ଦାନାରେ ବ୍ୟବହୃତ ହୋଇଥାଏ । ପୁଷ୍ଟିସାର ଜାତୀୟ ଖାଦ୍ୟ ଶରୀର ବୃଦ୍ଧି ଓ କ୍ଷୟ ପୂରଣରେ ଦରକାର ହୋଇଥାଏ । ଏହା ସଙ୍ଗେ ସଙ୍ଗେ ଅଣ୍ଡା ଉତ୍ପାଦନ ପାଇ ମଧ୍ୟ ଦରକାର ହୋଇଥାଏ । ଏମାନଙ୍କ ମଧ୍ୟରୁ ସୋୟାବିନ୍, ଚିନାବାଦାମ ଓ ରାଶି ପିଡ଼ିଆ ଗୁଣ୍ଡ ବହୁଳ ପରିମାଣରେ ବ୍ୟବହୃତ ହୋଇଥାଏ । ପିଡ଼ିଆ ଗୁଣ୍ଡ ମଧ୍ୟରୁ ସୋୟାବିନ୍ ସର୍ବୋତ୍କୃଷ୍ଟ । ଏଥିରେ ୪୦-୫୦ ପ୍ରତିଶତ ପୁଷ୍ଟିସାର ଥାଏ । ମିଶ୍ରିତ କୁକୁଡ଼ା ଦାନାରେ ସବୁବେଳେ ୨ ରୁ ଅଧିକ କିସମର ପିଡ଼ିଆ ଗୁଣ୍ଡ ମିଶାଇଲେ ଦାନାଟି ଅଧିକ ସନ୍ତୁଳିତ ହୋଇଥାଏ । ବିଭିନ୍ନ କିସମର ଦାନାରେ ପିଡ଼ିଆ ଗୁଣ୍ଡା ୧୫-୩୦ ପ୍ରତିଶତ ପର୍ଯ୍ୟନ୍ତ ମିଶାଯାଇଥାଏ ।
ମାଛ ଗୁଣ୍ଡ, ମାଂସ ଗୁଣ୍ଡ, ସିଲ୍କ ପୋକର ପୁଷ୍ପା ଇତ୍ୟାଦି ପ୍ରାଣୀଜ ପୁଷ୍ଟିସାର ଭାବରେ କୁକୁଡ଼ା ଦାନାରେ ବ୍ୟବହୃତ ହୋଇଥାଏ । ପ୍ରାଣୀଜ ପୁଷ୍ଟିସାର ଭାବରେ ମାଛଗୁଣ୍ଡ ସବୁଠାରୁ ଉତ୍କୃଷ୍ଟ । କାରଣ ଏହା ଏକ ସନ୍ତୁଳିତ ପୁଷ୍ଟିସାର ଅଟେ । ପିଡ଼ିଆ ଗୁଣ୍ଡରେ ପରିଲକ୍ଷିତ ହୋଇଥିବା ଅଭାବଗୁଡ଼ିକ ପ୍ରାଣୀଜ ପୁଷ୍ଟିସାର ଉପାଦାନ ଗୁଡ଼ିକରେ ମିଳିଥାଏ । ପୃଷ୍ଟିସାର ବ୍ୟତୀତ ଭିଟାମିନ୍ ବି-୧୨, କାଲ୍ସିୟମ, ଫସଫରସ୍, ମାଙ୍ଗାନିଜ୍ ଓ ଆୟୋଡିନ୍ ପ୍ରଭୃତି ଖଣିଜ ପଦାର୍ଥ ଥାଏ । ଶୁଖୁଆ ଗୁଣ୍ଡ ଯେଉଁ ଶୁଖୁଆରୁ ତିଆରି ହୁଏ, ତାହା ପଚାସଢ଼ା ହେବା ଉଚିତ୍ ନୁହେଁ । ପଚାସଢ଼ା ହେଲେ ତାହା ବିଷାକ୍ତ ହୋଇଯାଏ । ଶୁଖୁଆ ଗୁଣ୍ଡରେ ୪୫-୬୦ ପ୍ରତିଶତ ପୁଷ୍ଟିସାର ଥାଏ ଏବଂ ଏହାକୁ ୫ - ୧୨ ପ୍ରତିଶତ ପର୍ଯ୍ୟନ୍ତ ଦାନାରେ ମିଶାଯାଇଥାଏ ।
ଧାନରୁ ବାହାରିଥିବା କୁଣ୍ଡା ବା ଚୋକଡ଼ ଦେଲେ ତାହା କୁକୁଡ଼ାଙ୍କୁ ଶକ୍ତି ଦେଇଥାଏ । ଏଥି ସଙ୍ଗେ ସଙ୍ଗେ ଏଥିରୁ ଫସଫରସ୍, ଲୌହ, ମାଙ୍ଗାନିଜ ଇତ୍ୟାଦି ଖଣିଜ ଏବଂ କେତେକ ଭିଟାମିନ୍ ମିଳିଥାଏ । ଏଗୁଡ଼ିକ ମଣିଷର ଖାଦ୍ୟ ନୁହେଁ, ତେଣୁ ଶସ୍ତାରେ ମିଳିଥାଏ । ତେଣୁ କୁକୁଡ଼ା ଦାନାରେ ମିଶାଇଲେ ଦାନାଟି ଶସ୍ତା ହୋଇଥାଏ । କୁକୁଡ଼ା ଦାନାରେ ଏହା ସର୍ବାଧିକ, ୨୦ ପ୍ରତିଶତ ପର୍ଯ୍ୟନ୍ତ ମିଶାଯାଇଥାଏ । ଦେଖିବାକୁ ହେବ ଯେପରି କୁଣ୍ଡାର ଚଷୁ ନ ମିଶେ । କାରଣ ଚଷୁକୁ କୁକୁଡ଼ା ହଜମ କରି ପାରିବ ନାହିଁ । ପାଲିସ୍ କୁଣ୍ଡାରେ ସାଧାରଣତଃ ୧୫ ପ୍ରତିଶତ ତୈଳାଂଶ ଥାଏ । ଫଳରେ ଏହା ଶକ୍ତି ଯୋଗାଇଥାଏ । ଆଜିକାଲି ଏହି ତୈଳାଂଶକୁ କୁଣ୍ଡାରୁ ବାହାର କରାଯାଉଛି, ସେଥିପାଇଁ ତାହା ଅଧିକ ଦିନ ରହିପାରୁଛି ।
କୁକୁଡ଼ା ଦାନାରେ ଲୁଣ କମ୍ ହେଲେ ଭୋକ କମିଯାଏ ପର ଟାଆଁସିଆ ହୋଇଯାଏ, ଶରୀର ବୃଦ୍ଧି ଭଲ ହୁଏ ନାହିଁ, କୁକୁଡ଼ା ମାନେ ଅନ୍ୟର ପର ଖୁମ୍ପନ୍ତି ଏବଂ ପରସ୍ପରକୁ ଖୁମ୍ପି ଖାଇଯାଆନ୍ତି । ଦାନାରେ ଶତକଡ଼ା ୦.୫ ଭାଗ ଲୁଣ ରହିବା ଦରକାର ।
ଶାମୁକା ଖୋଳ ଗୁଣ୍ଡ କିମ୍ବା ଗେଙ୍ଗୁଟି ପଥର ଗୁଣ୍ଡରୁ କାଲ୍ସିୟମ୍ ମିଳିଥାଏ । କୁକୁଡ଼ା ଦାନାରେ ମିଶୁଥିବା ଅନ୍ୟାନ୍ୟ ଉପାଦାନ ଗୁଡ଼ିକରୁ କୁକୁଡ଼ା ଦରକାର ମୁତାବକ କ୍ୟାଲ୍ସିୟମ୍ ପାଇପାରେ ନାହିଁ । ଏଣୁ ଏଗୁଡ଼ିକ ମିଶାଇବା ନିହାତି ଦରକାର । ସାଧାରଣତଃ ଚିଆଁ ଦାନାରେ ଦେଢ଼ ପ୍ରତିଶତ ଏବଂ ଅଣ୍ଡା ଦେଉଥିବା କୁକୁଡ଼ାଙ୍କ ଦାନାରେ ୫ ପ୍ରତିଶତ ମିଶାଇବା ଉଚିତ୍ । ଏହାର ଅଭାବରେ ଅଣ୍ଡା ଦିଆ କୁକୁଡ଼ାମାନଙ୍କର ଅଣ୍ଡାର ଖୋଳପା ନରମ ହୋଇଥାଏ ।
ବିଶୋଧିତ ହାଡ଼ଗୁଣ୍ଡ କିମ୍ବା ଡାଇକାଲ୍ସିୟମ୍, ଫସଫେଟ୍, କାଲ୍ସିୟମ୍ ଓ ଫସଫରସ୍ ଉଭୟ ଖଣିଜ ଥାଏ । ଏଗୁଡ଼ିକ ସାଧାରଣତଃ ଫସଫରସ୍ ପାଇଁ ଦାନାରେ ମିଶାଯାଇଥାଏ । ହାଡ଼ଗୁଣ୍ଡ ବ୍ୟବହାର କଲେ ତାକୁ ବିଶୋଧନ କରିବା ଦରକାର । ନଚେତ୍ ସେଥିରେ ନାନା ପ୍ରକାର ରୋଗ ଜୀବାଣୁ ଥାଆନ୍ତି । ଏଗୁଡ଼ିକ ଦାନାରେ ୧ ରୁ ୧.୫ ପ୍ରତିଶତ ପର୍ଯ୍ୟନ୍ତ ମିଶାଯାଇଥାଏ । ଦାନାରେ ଅଛ ପରିମାଣରେ ମିଶିଥିବା ଖଣିଜ ପଦାର୍ଥ ଗୁଡ଼ିକ ହେଲା, ଲୌହ, ମ୍ୟାଗ୍ନେସିୟମ୍, ଦସ୍ତା, ପଟାସିୟମ୍ ଓ ତାମ୍ର ଇତ୍ୟାଦି । ଉପର ଲିଖିତ ମତେ ଖଣିଜ ପଦାର୍ଥ ଗୁଡ଼ିକୁ ଅଲଗା ଅଲଗା କରି ଦାନାରେ ମିଶାଇଲେ ଚଳିବ । ନଚେତ୍ ବଜାରରେ ମିଳୁଥିବା ଖଣିଜ ମିଶ୍ରଣ କିଣି ୨.୫ ରୁ ୩ ପ୍ରତିଶତ ଦାନରେ ମିଶାଇବା ଦରକାର । କିନ୍ତୁ ଅଣ୍ଡା ଦେଉଥିବା କୁକୁଡ଼ାଙ୍କ ଦାନାରେ ଖଣିଜ ମିଶ୍ରଣ ବାଦ ଶାମୁକା ଗୁଣ୍ଡ ଅଥିବା ଗେଙ୍ଗୁଟି ପଥର ଗୁଣ୍ଡ ୫ ପ୍ରତିଶତ ମିଶାଇବାକୁ ପଡ଼ିଥାଏ । କାରଣ ଅଣ୍ଡାର ଖୋଳ ତିଆରି ହେବା ପାଇଁ ଅଧିକ କ୍ୟାଲ୍ସିୟମ୍ ଦରକାର ହୋଇଥାଏ । ଖଣିଜ ଲବଣ ଗୁଡ଼ିକ ହାଡ଼ର ଗଠନ ଓ ବିକାଶ, ମାଂସପେଶୀର ଗଠନ, ହଜମ ଶକ୍ତି ବୃଦ୍ଧି ପାଇଁ ଦରକାର ହୋଇଥାଏ ।
କୁକୁଡ଼ା ମାନଙ୍କର ଦରକାର ହେଉଥିବା ଭିଟାମିନ୍ ମାନଙ୍କ ମଧ୍ୟରୁ ଦାନାରେ କିଛିଟା ଭିଟାମିନ୍ ମିଳୁଥିଲେ ମଧ୍ୟ ମିଶାଇବା ଦରକାର ପଡ଼ିଥାଏ । କାରଣ ଏଗୁଡ଼ିକ ଦରକାର ମୁତାବକ ଦାନାରେ ମିଶୁଥିବା ଉପାଦାନ ଗୁଡ଼ିକରୁ ମିଳି ନଥାଏ । ଶରୀରର ବୃଦ୍ଧି ପାଇଁ ଭିଟାମିନ୍ ଗୁଡ଼ିକ ଅଳ୍ପ ମାତ୍ରାରେ ଦରକାର ହୋଇଥାଏ ।
ଆଜିକାଲି ଦାନାରେ ପ୍ରାଣୀଜ ପୁଷ୍ଟିସାରର ବ୍ୟବହାର କମ୍ କରାଯାଉଛି । ସେଥିପାଇଁ ଉଦ୍ଭିଦ ପୁଷ୍ଟିସାର ପାଇଁ ବ୍ୟବହାର ହେଉଥିବା ପିଡ଼ିଆରେ ଅଭାବ ଥିବା ଆମିନୋ ଅମ୍ଳ ଯଥା ଲାଇସିନ୍ ଓ ମିଥୁଓନିନ୍ ଦାନାରେ ମିଶାଯାଉଛି ।
ଏହା ବ୍ୟତୀତ ଦାନାରେ ବହୁତ ପ୍ରକାର ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଉଛି । ଆଣ୍ଟିବାୟୋଟିକ୍ ଖାଦ୍ୟରେ ଆଉ ମିଶାଯାଉ ନାହିଁ । ତା ବଦଳରେ ପ୍ରୋବାୟୋଟିକ୍ ଓ ପ୍ରିବାୟୋଟିକ୍ ମିଶାଯାଉଛି । ଖାଦ୍ୟ ଭଲ ହଜମ ପାଇଁ ଏବଂ ଅଧିକ ଫସଫରସ୍ ଖାଦ୍ୟରୁ ମିଳିବା ପାଇଁ ବିଭିନ୍ନ ପ୍ରକାର ଏନ୍ଜାଇମ୍ ମଧ୍ୟ କୁକୁଡ଼ା ଦାନାରେ ମିଶାଯାଉଛି । ଏହିସବୁ ମିଶାଗଲେ ଚିଆଁମାନେ ଶୀଘ୍ର ବଢ଼ନ୍ତି, ରୋଗରେ କମ୍ ଆକ୍ରାନ୍ତ ହୁଅନ୍ତି । ଫଳରେ ଉତ୍ପାଦନ କ୍ଷମତା ବଢ଼ିବା ସହିତ ଖାଦ୍ୟବିନିଯୋଗର ଦକ୍ଷତା ବଢ଼ିଥାଏ ।
ଜୀବନର ପ୍ରଥମ ୮-୧୦ ସପ୍ତାହ ମଧ୍ୟରେ ଚିଆଁମାନେ କକ୍ସିଡ଼ିଆ ବା ନାଳରକ୍ତ ଝାଡ଼ାରେ ଆକ୍ରାନ୍ତ ହେବାର ଆଶଙ୍କା ବେଶୀ ଥାଏ । ନାଳ ରକ୍ତ ଝାଡ଼ା କିପରି ନ ହେବ, ସେଥିପାଇଁ ଚିଆଁ ଦାନାରେ ପ୍ରତିଶୋଧକ ଔଷଧ ମିଶାଯାଏ । ବଜାରରେ ମିଳୁଥିବା କେତେକ ଔଷଧର ନାମ ହେଲା – ଏମପ୍ରୋଲ୍ ପ୍ଲସ୍, ଡକ୍ ଡକ୍ସିଭ ଇନ୍, କକ୍ସିଲିଅନ୍, କକ୍ସିଷ୍ଟାକ୍, କକ୍ସିନିଲ୍ ଇତ୍ୟାଦି । ଏଗୁଡ଼ିକ ଏକ କ୍ଵିଣ୍ଟାଲ୍ ଦାନାରେ ୫୦ ଗ୍ରାମ୍ ହିସାବରେ ମିଶାଯାଇଥାଏ ।
ପ୍ରଥମରୁ ବର୍ଣ୍ଣିତ ସମସ୍ତ ଉପାଦାନ ବ୍ୟତୀତ କେତେକ ଅଣ ପାରମ୍ପରିକ ଉପାଦାନ ମଧ୍ୟ କୁକୁଡ଼ା ଦାନାରେ ମିଶାଯାଇଥାଏ । ପାରମ୍ପରିକ ଉପାଦାନ ଗୁଡ଼ିକ ବର୍ତ୍ତମାନ ବେଶୀ ପରିମାଣରେ ମିଳୁ ନାହିଁ । କାରଣ କେତେକ ଉପାଦାନ ମଣିଷ ଖାଇବା ପାଇଁ ବ୍ୟବହାର ହେଲାଣି ତ, କେତେକରୁ ସେଥିରେ ଥିବା ଖାଦ୍ୟସାର ଗୁଡ଼ିକ କାଢ଼ି ନିଆଯାଇ ଅଧିକ ଦାମରେ ବିକ୍ରି ହୋଇପାରୁଛି । କେତେକ ଅଣପାରମ୍ପରିକ ଉପାଦାନ ହେଲା ଶାଳ ମଞ୍ଜି ପିଡ଼ିଆ, ଆମ୍ବ, ଟାକୁଆ, କୋଇଲି, ତେନ୍ତୁଳି ମଞ୍ଜି, ବାବୁଲ୍ ମଞ୍ଜି, ଟାପିଓକା, ପୋଲାଙ୍ଗ ପିଡ଼ିଆ, ବେଙ୍ଗ, ଶୁଖୁଆ ଗୁଣ୍ଡ, ଶୁଖିଲା ରକ୍ତ ଗୁଣ୍ଡ ଇତ୍ୟାଦି । କୁକୁଡ଼ା ଦାନା ତିଆରି କରିବା ପୂର୍ବରୁ କେତେଗୁଡ଼ିଏ ବିଷୟ ପ୍ରତି ଧାନ ଦେବାକୁ ହୋଇଥାଏ । ସେଗୁଡ଼ିକ ହେଲା କେଉଁ ବୟସର କୁକୁଡ଼ା, ମାଂସ ପାଇଁ ନା, ଅଣ୍ଡା ପାଇଁ । ବିଭିନ୍ନ ବୟସ ଏବଂ କିସମ ପାଇଁ କୁକୁଡ଼ା ମାନଙ୍କର ଦରକାର ହେଉଥିବା ଖାଦ୍ୟର ପରିମାଣ ଭିନ୍ନ ଅଟେ । ତେଣୁ ଆବଶ୍ୟକ ହେଉଥିବା ପରିମାଣକୁ ନେଇ ବିଭିନ୍ନ କିସମର ଦାନା ତିଆରି ହୋଇଥାଏ ।
ସାରଣୀ – ୧
କେତୋଟି ଆଦର୍ଶ କୁକୁଡ଼ା ଦାନାର ସୂତ୍ର (ଅଣ୍ଡା ପାଇଁ)
ଉପାଦାନ |
ଚିଆଁ |
ବଢ଼ନ୍ତା କୁକୁଡ଼ା ୦ – ୮ ସପ୍ତାହ (%) |
ଅଣ୍ଡା ଦିଆ କୁକୁଡ଼ା ୨୧ ସପ୍ତାହ – ଦେଢ ବର୍ଷ (%) |
ମକା |
୫୫ |
୫୭ |
୫୮ |
ବାଦାମ ପିଡ଼ିଆ |
୧୫ |
୭ |
୧୦ |
ରାଶି ପିଡିଆ |
୧୦ |
୭ |
୧୦ |
କୁଣ୍ଡା (ତେଲ ବାହାରିଥିବା) |
୭ |
୨୦ |
୮ |
ଶୁଖୁଆ ଗୁଣ୍ଡ |
୧୦ |
୬ |
୬ |
ଶାମୁକା ଗୁଣ୍ଡ |
- |
- |
- |
ଖଣିଜ ଲବଣ (ଲୁଣ ମିଶ୍ରିତ) |
୩ |
୩ |
୩ |
ଭିଟାମିନ ଏ, ବି2 , ଡି3 , କେ ( ହାଇବ୍ଲେନଣ୍ଡ ) |
୧୦ ଗ୍ରାମ୍ |
୧୦ ଗ୍ରାମ୍ |
୧୦ ଗ୍ରାମ୍ |
ଭିଟାମିନ ବି ମିଶ୍ରିତ |
୫୦ ଗ୍ରାମ୍ |
୫୦ ଗ୍ରାମ୍ |
୫୦ ଗ୍ରାମ୍ |
ଦାନାରେ ବ୍ୟବହୃତ ବିଭିନ୍ନ ଉପାଦାନର ସୁଲଭତା ଓ ମୂଲ୍ୟକୁ ବିଚାରକୁ ନେଇ ଦାନାର ସୂତ୍ର ବଦଳାଯାଇ ପାରେ । ସୂତ୍ର ବଦଳାଇବା ବେଳେ ଉପାଦାନ ଗୁଡ଼ିକରେ ରହୁଥିବା ଖାଦ୍ୟସାର ପରିମାଣକୁ ବିଚାରକୁ ନେଇ ବଦଳାଯାଏ । ଫଳରେ ଦାନରେ ଆବଶ୍ୟକ ହେଉଥିବା ଖାଦ୍ୟସାର ପରିମାଣ ଯେପରି ଠିକ୍ ରହେ ।
କୁକୁଡ଼ା ପାଳନରେ ଅଧିକ ଲାଭବାନ ହେବା ପାଇଁ କୁକୁଡ଼ାମାନଙ୍କୁ ସୁଷମ ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ଖାଦ୍ୟ ଦେବା ପଦ୍ଧତିର ସୁପରିଚାଳନା ମଧ୍ୟ ନିହାତି ଆବଶ୍ୟକ । ଦାନା ଯଦି ଉପଯୁକ୍ତ ପଦ୍ଧତିରେ କୁକୁଡ଼ା ମାନଙ୍କୁ ଯୋଗାଇ ନ ଦିଆଯାଏ, ତେବେ ଦାନା ନଷ୍ଟ ହେବା ସଙ୍ଗେ ସଙ୍ଗେ କୁକୁଡ଼ାମାନଙ୍କର ଆଶାନୁରୂପ ଓଜନ ବୃଦ୍ଧି ପାଇବାରେ ବାଧା ସୃଷ୍ଟି ହୁଏ । ପ୍ରଧାନତଃ ବ୍ରଏଲର ବା ମାଂସ ପାଇଁ କୁକୁଡ଼ା ପାଳନରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କୁକୁଡ଼ାମାନଙ୍କୁ ଦାନା ଦେବା ପାଇଁ ଦାନାଧାନୀ ବ୍ୟବହାର କରାଯାଏ । ଏହାକୁ ଫିତର କହନ୍ତି । ସାଧାରଣତଃ ବଜାରରେ ଦୁଇ ପ୍ରକାରର ଫିତର ମିଳୁଅଛି ।
ଯଥା –
ପ୍ରତି କୁକୁଡ଼ାଙ୍କ ପାଇଁ ଦାନାଧାନୀରେ ସ୍ଥାନର ପରିମାଣ –
କୁକୁଡ଼ାଙ୍କ ବୟସ |
ପ୍ରତି କୁକୁଡ଼ା ପାଇଁ ଦାନାଧାନୀରେ ସ୍ଥାନ |
୧. ୧୫ ଦିନ |
୧ ଇଞ୍ଚ ଲମ୍ବ ( ୨.୫ ସେ.ମି) |
୧୫ ରୁ ୪୨ ଦିନ |
୧.୭୫ ଇଞ୍ଚ ଲମ୍ବ ( ୪.୫ ସେ.ମି) |
୪୩ ରୁ ୮୪ ଦିନ |
୩ ଇଞ୍ଚ ଲମ୍ବ (୭.୫ ସେ.ମି.) |
୧୨ ସପ୍ତାହରୁ ଊର୍ଦ୍ଧ୍ଵ |
୫ ଇଞ୍ଚ ଲମ୍ବ (୧୨.୫ ସେ.ମି.) |
ଉପରୋକ୍ତ ଅନୁସାରେ ହିସାବ କରି କୁକୁଡ଼ାଙ୍କ ସଂଖ୍ୟା ଅନୁସାରେ ଦାନାଧାନୀ ଯୋଗାଇ ଦେବା ଉଚିତ୍ । ଦାନାଧାନୀଙ୍କ ସଂଖ୍ୟା କୁକୁଡ଼ାଙ୍କ ସଂଖ୍ୟା ତୁଳନାରେ କମ ହେଲେ ସେମାନଙ୍କ ଭିତରେ ଓଜନର ତାରତମ୍ୟ ହୋଇଥାଏ । କାରଣ ଦୁର୍ବଳ ଶ୍ରେଣୀର କୁକୁଡ଼ାମାନେ ସବଳ ଶ୍ରେଣୀର କୁକୁଡ଼ାମାନଙ୍କ ସହ ପ୍ରତିଯୋଗିତା କରି ଦାନା ଖାଇପାରନ୍ତି ନାହିଁ ଏବଂ ସମସ୍ତ କୁକୁଡ଼ା ଦାନା ଖାଇବାକୁ ସମାନ ସୁଯୋଗ ପାଇପାରନ୍ତି ନାହିଁ ।
ଉପରୋକ୍ତ ଧାରାରେ କୁକୁଡ଼ାଛୁଆଙ୍କୁ ଦାନା ଓ ଜଳଦେଲେ କୁକୁଡ଼ାଙ୍କର ଶରୀର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଅଯଥା ଦାନା ନଷ୍ଟ ହୁଏ ନାହିଁ ।
କୁକୁଡ଼ାପାଳନ ପାଇଁ ଜାତୀୟା କୁକୁଡ଼ା ଓ ଭିନ୍ନ ଭିନ୍ନ କୁକୁଡ଼ା ମିଳୁଥିବା ଜାଗାର ନାମ
ପ୍ରଧାନତଃ କୁକୁଡ଼ା ପାଳନ ଦୁଇ ପ୍ରକାର । ଅଣ୍ଡା ପାଇଁ କୁକୁଡ଼ା ପାଳନ ଏବଂ ମାଂସ ପାଇଁ କୁକୁଡ଼ା ପାଳନ । ଏହି ଦୁଇ ପ୍ରକାର ମଧ୍ୟରେ ପାର୍ଥକ୍ୟ କେବଳ ମାଂସ ପାଇଁ କୁକୁଡ଼ା ପାଳନ କଲେ କୁକୁଡ଼ା ଗୁଡ଼ିକ ଦେଢ଼ମାସରୁ ଦୁଇମାସ ମଧ୍ୟରେ ପ୍ରାୟ ଦେଢ଼ କିଲୋରୁ ଦୁଇ କିଲୋ ଓଜନର ହୋଇ ମାଂସ ଉପଯୋଗୀ ହୋଇପାରନ୍ତି । କିନ୍ତୁ ଅଣ୍ଡା ପାଇଁ ମିଳୁଥିବା ସ୍ଵତନ୍ତ୍ର ଜାତିର କୁକୁଡ଼ାକୁ ଅଣ୍ଡା ଉତ୍ପାଦନ ପାଇଁ ପାଳନ କରାଯାଏ । ନିଜର ଗୁଣ ଯୋଗୁଁ କୁକୁଡ଼ାମାନେ ମାଂସ ପାଇଁ ଉର୍ଦ୍ଦିଷ୍ଟ କୁକୁଡ଼ା ଦାନାକୁ ମାଂସରେ ଏବଂ ଅଣ୍ଡା ପାଇଁ ଉର୍ଦ୍ଦିଷ୍ଟ କୁକୁଡ଼ା ଦାନାକୁ ଅଣ୍ଡାରେ ପରିଣତ କରିବାରେ ଅଧିକ ସକ୍ଷମ ହୁଅନ୍ତି । ଫଳରେ ଅଣ୍ଡା ଦିଆ କୁକୁଡ଼ାର ଦେହର ଓଜନ ବର୍ଷସାରା ପ୍ରାୟ ସମାନ ଓ କମ୍ ଥାଏ । କିନ୍ତୁ ମାଂସ ପାଇଁ ଉର୍ଦ୍ଦିଷ୍ଟ କୁକୁଡ଼ାର ଓଜନ ବଢ଼ିଚାଲେ ।
କୁକୁଡ଼ା ପାଳନ କରି ଲାଭବାନ ହେବାକୁ ହେଲେ ଆମ୍ଭମାନଙ୍କୁ ମୁଖ୍ୟତଃ ପାଞ୍ଚୋଟି ବିଷୟ ପ୍ରତି ସଚେତନ ରହିବାକୁ ପଡ଼ିବ ।
ଆମ୍ଭେ ଏଠାରେ ଉପରୋକ୍ତ ପାଞ୍ଚୋଟି ବିଷୟରୁ ପ୍ରଥମ ବିଷୟ ଉପରେ ଆଲୋଚନା କରୁଅଛୁ ।
ଅଧିକ ଅଣ୍ଡା କିମ୍ବା ମାଂସ ଉତ୍ପାଦନକ୍ଷମ କୁକୁଡ଼ା –
ଆମେ ଏଠାରେ କେତେଗୁଡ଼ିଏ ଉନ୍ନତ ଧରଣର ଜାତୀୟା କୁକୁଡ଼ାମାନଙ୍କ ବିଷୟରେ ଆଲୋଚନା କରୁଅଛୁ, ଯେଉଁମାନେ ସେମାନଙ୍କର ସ୍ଵତନ୍ତ୍ର ଗୁଣ ଯୋଗୁଁ ଅଧିକ ଅଣ୍ଡା କିମ୍ବା ମାଂସ ଉତ୍ପାଦନ କରିବାରେ ସକ୍ଷମ ଅଟନ୍ତି ।
ଆମ ଦେଶରେ ମିଳୁଥିବା ଉଭୟ ଗୁଣ ସମ୍ପନ୍ନ କୁକୁଡ଼ାମାନେ ହେଲେ ବ୍ରହ୍ମା, କୋଚିନ, ନାଗସାନ୍ ଇତ୍ୟାଦି ।
ଲେଗ୍ ହର୍ଣ୍ଣ –
ଏମାନେ ପ୍ରଥମେ ବିଦେଶରେ ଉତ୍ପନ୍ନ ହୋଇଥିଲେ । ଏହି ଜାତିର କୁକୁଡ଼ାମାନେ ସାଧାରଣତଃ ଅଣ୍ଡା ପାଇଁ ପାଳନ କରାଯାଇ ଥାଆନ୍ତି । ଏମାନେ ବିଭିନ୍ନ ରଙ୍ଗରେ ମିଳୁଥିଲେ ହେଁ ଧଳା ରଙ୍ଗର ଲେଗହର୍ଣ୍ଣ ଅଣ୍ଡା ପାଇଁ ପ୍ରସିଦ୍ଧି ଲାଭ କରିଅଛି । ଏହି ଜାତିର କୁକୁଡ଼ା ମାନଙ୍କର ବିଶେଷ ଗୁଣ ହେଲା ସେମାନେ ଖୁବ୍ ଶୀଘ୍ର ଅଣ୍ଡା ଦେଇ ଥାଆନ୍ତି । ଏମାନଙ୍କର ଚୂଳ ଲମ୍ବା ଓ ଗୋଡ ଲମ୍ବା ନାଲିଆ । ଏମାନେ କୁଡୁକି ବସନ୍ତି ନାହିଁ । ବର୍ଷକୁ ପ୍ରାୟ ୩୦୦ ରୁ ୩୨୦ ପର୍ଯ୍ୟନ୍ତ ଧଳା ଅଣ୍ଡା ଦେଇଥାଆନ୍ତି । ଗୋଟିଏ ବୟସ୍କ ଗଞ୍ଜାର ଓଜନ ଅଢ଼େଇ କେଜି ହୋଇଥିବା ବେଳେ ଗୋଟିଏ ମାଈର ଓଜନ ଦେଢ଼ରୁ ଦୁଇ କେଜି ପର୍ଯ୍ୟନ୍ତ ହୋଇଥାଏ ।
ମିନରକା –
ଏହି କୁକୁଡ଼ାମାନେ ସେନ୍ରୁ ଉତ୍ପନ୍ନ ହୋଇଛନ୍ତି । ଏହିମାନଙ୍କୁ ମଧ୍ୟ ଅଣ୍ଡା ପାଇଁ ପାଳନ କରାଯାଇଥାଏ । ଏମାନଙ୍କର ନଳୀଗୋଡ଼, ଥଣ୍ଟର ରଙ୍ଗ କଳା ଏବଂ ଆଙ୍ଗୁଳି ସବୁ କଳା ରଙ୍ଗର ହୋଇଥାଏ । ଗୋଟିଏ ବଡ଼ ଗଞ୍ଜା ସାଢ଼େ, ତିନି କେଜି ଏବଂ ଗୋଟିଏ ବୟସ୍କ। ମାଈ ତିନି କେଜି ଓଜନ ହୋଇଥାଆନ୍ତି । ଅନ୍ୟ ଅଣ୍ଡାଦିଆ କୁକୁଡ଼ାମାନଙ୍କ ମଧ୍ୟରୁ ଆଙ୍କୋନୀ, ହ୍ଵାଇଟ ଫେସ୍ ବ୍ଲାକ୍ ଷ୍ଟେନିସ୍, ବ୍ରୁ ଆଣ୍ଡାଳୁସିଆନ୍ ଅନ୍ୟତମ ଅଟନ୍ତି ।
ଅରପିଙ୍ଗଟନ୍ –
ଏହି ଜାତିର କୁକୁଡ଼ାମାନଙ୍କୁ କେବଳ ମାଂସ ପାଇଁ ପାଳନ କରାଯାଇଥାଏ । ଏମାନଙ୍କ ଠାରୁ ମଧ୍ୟ ବିଭିନ୍ନ ଉପଜାତିର କୁକୁଡ଼ା ଯଥା – ବ୍ଲାକ୍ ଅରପିଙ୍ଗଟନ୍, ବ୍ଲୁ ବଫ ଅରପିଙ୍ଗଟନ୍, ହ୍ଵାଇଟ ଅରପିଙ୍ଗଟନ୍ ଏବଂ ବ୍ଲୁ ଅରପିଙ୍ଗଟନ୍ ଉତ୍ପନ୍ନ କରାଯାଇଅଛି । ଗୋଟିଏ ବଡ଼ ଗଞ୍ଜାର ଓଜନ ୪-୫ କେଜି ହୋଇଥିବା ବେଳେ ଗୋଟିଏ ମାଈର ଓଜନ ୩-୪ କେଜି ହୋଇଥାଏ ।
କରନିସ –
ଏହି ଜାତିର କୁକୁଡ଼ାମାନଙ୍କୁ ମଧ୍ୟ ମାଂସ ପାଇଁ ପାଳନ କରାଯାଇଥାଏ । ସାଧାରର ତନ୍ତ୍ର ଦୁଇ ପ୍ରକାର କରନିସ୍ ଦେଖାଯାଇଥାନ୍ତି । ଯଥା - ଧଳା କରନିସ୍ ଏବଂ ଲାଲ୍ କରନିସ୍ । ଗୋଟିଏ ଗଞ୍ଜାର ଓଜନ ୪-୫ କେଜି ହୋଇଥିବା ବେଳେ ଗୋଟିଏ ମାଈର ଓଜନ ୩-୪ କେଜି ଏବଂ ଗୋଟିଏ ପେଣ୍ଡିର ଓଜନ ୨-୩ କେଜି ହୋଇଥାଏ ।
ଅନ୍ୟ ଜାତିର ମାଂସ ପାଇଁ ମିଳୁଥିବା କୁକୁଡ଼ାମାନେ ହେଲେ ମସେକ୍ସ, ତରକିଙ୍କ୍, ରେଡକ୍ୟାପ୍ ଓ ଅଷ୍ଟ୍ରାଲପ କୁକୁଡ଼ାମାନଙ୍କୁ ମଧ୍ୟ ଅଣ୍ଡା ଉତ୍ପାଦନ ପାଇଁ ରଖାଯାଇଥାଏ ।
ଆମ ଦେଶରେ ଦେଶି କୁକୁଡ଼ା, ଯେଉଁମାନେ ମାଂସ ପାଇଁ ବ୍ୟବହୃତ ହୋଇଥାଆନ୍ତି ସେମାନେ ହେଲେ ଆସିଲ୍, ଚିଟା ଗଞ୍ଜ, କଡକ୍ ନଥ ଏବଂ ବରସା । ବର୍ତ୍ତମାନ ଉପରେ ବର୍ଣ୍ଣନା କରାଯାଇଥିବା ଅଣ୍ଡା ପାଇଁ ଓ ମାଂସ ପାଇଁ କୁକୁଡ଼ାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀରେ ସଙ୍ଗମ କରାଯାଇ ଉନ୍ନତ ଧରଣର ସଙ୍କର ଜାତୀୟ ଅଣ୍ଡା ଦେବା କୁକୁଡ଼ା ଓ ମାଂସ ଉପଯୋଗୀ କୁକୁଡ଼ାମାନ ବାହାର କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି । ମାଂସ ପାଇଁ କୁକୁଡ଼ା ମାନେ ଦେଢ଼ରୁ ଦୁଇମାସ ମଧ୍ୟରେ ଦେଢ଼ରୁ ଦୁଇକେଜି ହେବାବେଳେ ଅଣ୍ଡା ଦିଆ କୁକୁଡ଼ାମାନେ ବର୍ଷକୁ ୩୦୦ ରୁ ୩୨୦ ପର୍ଯ୍ୟନ୍ତ ଅଣ୍ଡା ଦେଉଅଛନ୍ତି । ଅଣ୍ଡା ପାଇଁ ଭିନ୍ନ ଭିନ୍ନ ସଙ୍କର ଜାତୀୟ କୁକୁଡ଼ାମାନଙ୍କର ନାମ ଏବଂ ମିଳୁଥିବା ଜାଗାର ଠିକଣା ତଳେ ଦିଆଗଲା ।
କ୍ରମ.ନଂ |
କୁକୁଡାମାନଙ୍କର ନାମ |
ମିଳୁଥିବା ଜାଗର ନାମ ଓ ଠିକଣା |
୧. |
ସେଭର ( ଷ୍ଟାର କ୍ରସ -୨୮୮) |
ମେସର୍ସ ଅପସରା ଷ୍ଟାର ଚିକ୍ ବ୍ରିଡର ୨୯-ଏ ବ୍ରଡଷ୍ଟ୍ରିଟ, କଲିକତା-୨୯ |
୨. |
ପୁନା ପରଲସ୍ |
ମେସର୍ସ ପୁନା ପରଲସ୍ ପୋଲଟ୍ରି ବ୍ରିଡିଂ ଫାର୍ମ ଏଣ୍ଡ ହାଚେରୀ, ୨୫୫/୯-ଏ ହଡପସାର ପୁନା – ୪୧୧୦୨୮ |
୩. |
ଆରବୋରେ କରସ୍ ଗ୍ରେ ହର୍ଣ୍ଣ -୨୬ |
ମେସର୍ସ ଆର ବୋରକର ଫାର୍ମ ଇଣ୍ଡିଆ ଲିମିଟେଡ୍ ୧୦, ଅଲିପୁର ରୋଡ୍, ନୂଆଦିଲ୍ଲୀ - ୬ |
୪. |
ମାଇଚିକ୍ସ |
ମେମର୍ସ ଷ୍ଟେଟ୍ ପୋଲଟ୍ରି ବ୍ରିଡିଂ ଫାର୍ମ ହିସାବ ଘାଟ, ବାଙ୍ଗାଲୋର |
୫. |
କି ଷ୍ଟୋନ୍ (ହ୍ଵାଇଟ ଆଣ୍ଡ ଗୋଲଡେନ୍) |
ମେସର୍ସ କେରା ଫାର୍ମ, ଏରୋଜ ଆପାର୍ଟମେଣ୍ଟ ୫୬, ନେହେରୁ ପ୍ଲେସ୍, ନୂଆଦିଲ୍ଲୀ |
୬. |
ହାଇସେକ୍ସ |
ମେସର୍ସ ଭି ଏଣ୍ଡ ପି. ଓ. ଜାଣ୍ଡି ଆଲି ଲୁଧିଆନା, ପଞ୍ଜାବ |
୭. |
ଡେକାଲ୍ୟାବ୍ |
ମେସର୍ସ ସୁଦର୍ଶନ ହାଚେରୀ ଚାରମିନାର ରୋଡ଼, ହାଇଦ୍ରାବାଦ |
୮. |
(କ) ରୋପେଡ଼ା ହ୍ଵାଇଟ (ଖ) କଳିଙ୍ଗ ବ୍ରାଉନ୍ |
ସେଣ୍ଟ୍ରାଲ୍ ପୋଲଟ୍ରି ବ୍ରିଡିଂ ଫାର୍ମ, ଭୁବନେଶ୍ଵର ସେଣ୍ଟ୍ରାଲ୍ ପୋଲଟ୍ରି ବ୍ରିଡିଂ ଫାର୍ମ ଭୁବନେଶ୍ଵର |
୯. |
ଏଚ୍ . ଏଚ୍ – ୨୬୦ |
ସେଣ୍ଟ୍ରାଲ୍ ପୋଲଟ୍ରି ବ୍ରିଡିଂ ଫାର୍ମ ହିସାର ଘାଟ, ବାଙ୍ଗାଲୋର |
୧୦. |
ଆଇ.ଏଲ୍.ଆଇ – ୮୦ |
ସେଣ୍ଟ୍ରାଲ ଏଭିଆନ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ଇଜ୍ଜତ ନଗର, ବରେଲି, ଉତ୍ତର ପ୍ରଦେଶ |
୧୧. |
ବ୍ୟାଟ୍ କକ୍ ବି – ୩୦୦ |
ମେସର୍ସ ବ୍ୟାବକକ୍, ଭେଙ୍କଟେଶ୍ଵର ହ୍ୟାଚେରୀ ପ୍ରାଇଭେଟ୍ ଲିମିଟେଡ଼, ଭି. ଇଞ୍ଜାପୁର, ପୋ – ସାରୁର ନଗର, ହାଇଦ୍ରାବାଦ – ୩୫ |
୧୨. |
ସୋନା – ୭୪ |
ମେସର୍ସ ଇଞ୍ଜନ ପୋଲଟ୍ରି ଫାର୍ମ ୨୫୭, ଇସମାଇଲ ନଗର, ମିରଟ ଉତ୍ତର ପ୍ରଦେଶ |
୧୩. |
ବିଭି – ୩୦୦ |
ଇଷ୍ଟର୍ଣ୍ଣ ହ୍ୟାଚେରୀ ପ୍ରାଇଭେଟ ଲିମିଟେଡ଼୍ ଏନ୍-୧/୬୬, ନୟାପଲ୍ଲୀ, ଭୁବନେଶ୍ଵର |
ମାଂସ ପାଇଁ ମିଳୁଥିବା ସଙ୍କର ଜାତୀୟ କୁକୁଡ଼ାମାନଙ୍କର ନାମ ଓ ମିଳୁଥିବା ଜାଗାର ଠିକଣା
୧. |
ସେଭର ଷ୍ଟାର ବ୍ରୋ |
ମେସର୍ସ ଅପସରା, ଷ୍ଟାର ଚିକ୍ ବ୍ରିଡରସ୍ ୨୯-ଏ, ବ୍ରଡଷ୍ଟ୍ରିଟ, କଲିକତା-୨୯ |
୨. |
ବି – ୭୭ |
୧) ସେଣ୍ଟ୍ରାଲ ଏଭିଆନ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ ଇଜ୍ଜତ ନଗର, ବରେଲି, ଉତ୍ତର ପ୍ରଦେଶ ୨) ଏ.ଭି.ଏମ୍. ହାଚେରୀ, କୋଏମ୍ବାଟୁର |
୩. |
ପଲବ୍ରୋ ସମ୍ରାଟ |
ମେସର୍ସ ପୁନା ପରଲସ୍ ପୋଲଟ୍ରି ବ୍ରିଡିଂ ଫାର୍ମ ଆଣ୍ଡ ହାଚେରୀ, ପୁନା - ୪୧୧୦୨୮ |
୪. |
ସିନ୍ଥେଟିକ୍ କ୍ରସବ୍ରେଡ୍ ରଙ୍ଗିନ୍ ଚିକ୍ସ |
ପ୍ରୋଜେକ୍ଟ ଡାଇରେକ୍ଟୋରେଟ ପୋଲଟ୍ରି ଇଂପ୍ରୁଭମେଣ୍ଟ, ଭେଟେରିନାରୀ କଲେଜ ଭୁବନେଶ୍ଵର |
୫. |
କଳିଙ୍ଗ କବ୍ |
କଳିଙ୍ଗ ହାଚେରୀ, ଭୁବନେଶ୍ଵର |
୬. |
ହାଇବ୍ରୋ |
ବିଜୟା ପୋଲଟ୍ରି ଫାର୍ମ, ଚୌଦ୍ଵାର, କଟକ ରୁଚି ପୋଲଟ୍ରି ଫାର୍ମ, ଚୌଦ୍ଵାର, କଟକ |
୭. |
ଭେନ୍ କବ୍ |
ଇଷ୍ଟର୍ଣ୍ଣ ହାଚେରୀ, ଏନ୍-୧, ପ୍ଲଟ ନମ୍ବର-୭୬ ନୟାପଲ୍ଲୀ, ଭୁବନେଶ୍ଵର |
୮. |
ସେଭର (ଷ୍ଟାର ବ୍ରୋ) |
ସିଂହ ପୋଲଟ୍ରି ଫାର୍ମ, ଶହୀଦ ନଗର, ଭୁବନେଶ୍ଵର |
୯. |
କେରା ବ୍ରୋ |
ମେସର୍ସ କେରାଫାର୍ମସ,ଡବ୍ଲୁ – ୧୪୫ ଗ୍ରେଟର କୈଳାସ, ନୂଆଦିଲ୍ଲୀ |
୧୦. |
ହୁବାର୍ଡ଼ |
ମେସର୍ସ ହୁବାର୍ଡ଼ ପୋଲଟ୍ରି ଫାର୍ମ ଆଣ୍ଡ ହାଚେରୀ ମେଦିନୀପୁର, କଲିକତା |
ଅଧିକ ଜାଣିବା ପାଇଁ "ଓୟୁଏଟି"
ସଂଗୃହିତ -
ମୂଳ ବିଷୟ ବସ୍ତୁ
ସଂଶୋଧିତ ବିଷୟବସ୍ତୁ
Last Modified : 3/19/2020