অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୁକୁଡ଼ାମାନଙ୍କର ରୋଗ, ତା'ର ପ୍ରତିକାର ଓ ଟୀକା ଦେବା ପଦ୍ଧତି

କୁକୁଡ଼ାମାନଙ୍କର ରୋଗ, ତା'ର ପ୍ରତିକାର ଓ ଟୀକା ଦେବା ପଦ୍ଧତି

ଉପକ୍ରମ

କୁକୁଡ଼ା ଫାର୍ମରେ ରୋଗ ଦେଖାଗଲେ, କୁକୁଡ଼ା ଚାଷୀର ପ୍ରଥମ କର୍ଭବ୍ୟ ହେଉଛି, ରୋଗର ନିରାକରଣ ପାଇଁ ଆଶୁ ଚିକିତ୍ସା କରିବା । ପରେ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ରୋଗକୁ ଫାର୍ମରୁ ସମୂଳେ ବିନାଶ କରିବା ଉଚିତ୍ । ଆଶୁ ଚିକିତ୍ସା କରିବାକୁ ହେଲେ, ପ୍ରତ୍ୟେକ କୁକୁଡ଼ା ଚାଷୀଙ୍କର କୁକୁଡ଼ାର ବିଭିନ୍ନ ରୋଗ ବିଷୟରେ ସମ୍ୟକ ଧାରଣା ରହିବା ଉଚିତ୍ ।

ସେହି ହେତୁ ଏଠାରେ କୁକୁଡ଼ାମାନଙ୍କର ବିଭିନ୍ନ ରୋଗ ବିଷୟରେ ଚାଷୀମାନଙ୍କ ପାଇଁ ସମ୍ୟକ ଧାରଣା ଦିଆଯାଇଅଛି । ସାଧାରଣତଃ କୁକୁଡ଼ାମାନଙ୍କ ଦେହରେ ଭୂତାଣୁ ଜନିତ, ଜୀବାଣୁ ଜନିତ, କୃମି ଜନିତ ଏବଂ ଜୀବସାର ଅଭାବ ଜନିତ ରୋଗମାନ ଦେଖାଯାଇଥାଏ ।

ଜୀବାଣୁ ଜନିତ ରୋଗ

ଅମ୍ପାଲାଇଟିସ୍

ଏହି ରୋଗ ଦ୍ଵାରା ସଦ୍ୟ ଫୁଟିଥିବା କୁକୁଡ଼ାଛୁଆ ମାନେ ମରିଯାଆନ୍ତି । ଏହି ରୋଗ ଇ. କୋଲି ସହିତ ଅନ୍ୟ ଜୀବାଣୁ ଯଥା ଷ୍ଟାଫାଲୋକୋକାଏ ଏବଂ ସିଡୋମୋନାସ୍ ମିଶି ରୋଗ ସୃଷ୍ଟି କରିଥାନ୍ତି । ଏହି ରୋଗ ଦ୍ଵାରା ୧ ରୁ ୨ ସପ୍ତାହ ବୟସର ଛୁଆମାନେ ବେଶୀ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ ୧ ସପ୍ତାହ ବୟସ ମଧ୍ୟରେ ଅନେକ ଛୁଆ ମରିଯାଆନ୍ତି ।

ଏହି ରୋଗ ସାଧାରଣତଃ କୁକୁଡ଼ା ଛୁଆ ମେସିନ୍‌ରୁ କୁକୁଡ଼ା ଛୁଆମାନଙ୍କୁ ସଂକ୍ରମିତ ହୋଇଥାଏ । ଏହା ଏକ ଜୀବାଣୁ ଜନିତ ରୋଗ। ଏହି ରୋଗର ଜୀବାଣୁମାନେ କୁକୁଡ଼ା ଛୁଆର ଶୁଖିନଥିବା ନାଭି ବାଟେ ଶରୀରକୁ ପ୍ରବେଶ କରିଥାଆନ୍ତି । ଅତ୍ୟଧିକଗରମ ବା ଅତ୍ୟଧିକ ଥଣ୍ଡା ହେଲେ କିମ୍ବା ଛୁଆ ଫୁଟା ମେସିନ୍ ଭିତରେ ଆର୍ଦ୍ରତାର ତାରତମ୍ୟ ଦେଖାଦେଲେ, ଏହି ରୋଗର ପ୍ରାଦୁର୍ଭାବ ବଢ଼ିଥାଏ ।

  • ଲକ୍ଷଣ

ଏହି ରୋଗ ଦ୍ଵାରା ଆକ୍ରାନ୍ତ ହେଲେ ଚିଆଁମାନେ ଉଭାପ ଉସ୍ଥ ତଳେ ରୁଣ୍ଡ ହୁଅନ୍ତି । ଛୁଆ ଫୁଟିବାର ୩ ଦିନ ମଧ୍ୟରେ ଅନେକ ଛୁଆ ମରିଯାଆନ୍ତି । ବେଳେବେଳେ ୧୦ ଦିନ ପର୍ଯ୍ୟନ୍ତ ମରିବା ଲାଗିରହେ । ଆକ୍ରାନ୍ତ ଛୁଆମାନଙ୍କର ପେଟ ଫୁଲିଯାଏ ଏବଂ ନରମ ଲାଗେ ।

ଏହି ରୋଗ ହେଲେ ଛୁଆମାନେ ଦୁର୍ବଳିଆ ହୁଅନ୍ତି । ପାଣି କିମ୍ବା ଖାଦ୍ୟ ଖାଇପାରନ୍ତି ନାହିଁ । ତଳେ ପଡ଼ି ରହନ୍ତି । ମରିବା ଛୁଆକୁ କାଟି ଦେଖିଲେ, ଛୁଆର ପେଟ ଭିତରେ ଅଣ୍ଡାର କେଶର ଦେଖାଯାଏ ଏବଂ ପେଟ ଭିତରେ ହଳଦିଆ ରଙ୍ଗର ପୂଜ ଥାଏ । ଛୁଆ ଫୁଟା ମେସିନ୍‌କୁ ଭଲ ଭାବରେ ବିଶୋଧନ କରି ସଫା ଅଣ୍ଡା ବସାଇଲେ ଏହି ରୋଗ ହୋଇ ନଥାଏ । ଆକ୍ରାନ୍ତ ବ୍ରୁଆମାନଙ୍କୁ ଫୁରାଜୋଲିଡନ କିମ୍ବା ନାଇଟ୍ରୋଫୁରାନ୍ ଔଷଧ ୭-୧୦ ଦିନ ଖାଇବାକୁ ଦେଲେ ରୋଗ ଭଲ ହୋଇଯାଏ ।

କୁକୁଡ଼ା ହଇଜା (ଫାଉଲା କଲେରା) –

ଏହା ପାସ୍ତୁରେଲା ନାମକ ଏକ ଜୀବାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ମଳଦ୍ଵାରା, ସଂକ୍ରମିତ ହୋଇଥିବା ପାଣି ଏବଂ ଦାନା ଦ୍ଵାରା ବ୍ୟାପିଥାଏ । ଏହି ରୋଗ ଖୁବ୍ କୋର୍‌ରେ ହୋଇଥିଲେ କୌଣସି ଲକ୍ଷଣ ଦେଖାଇବା ପୂର୍ବରୁ କୁକୁଡ଼ାମାନଙ୍କର ଚୂଳ ଗାଢ଼ ରଙ୍ଗ ଦେଖାଯାଏ । କୁକୁଡ଼ାମାନେ ଖାଇବା ଓ ପିଇବା ବନ୍ଦ କରିଦିଅନ୍ତି ଓ କୁକୁଡ଼ାମାନଙ୍କର ଝାଡ଼ା ରୋଗ ହୋଇଥାଏ । ଯଦି ଏହି ରୋଗ କମ୍ ମାତ୍ରାରେ ହୋଇଥାଏ, ତାହେଲେ କୁକୁଡ଼ାମାନେ ଶୀଘ୍ର ମରନ୍ତି ନାହିଁ । କିନ୍ତୁ ଚୂଳ ଏବଂ ଗୋଡର ଗଣ୍ଠି ଫୁଲିଯାଏ । ସବୁଜ ରଙ୍ଗର, ଝାଡ଼ା ହୁଏ । ନାକ ପୁଡ଼ା ଫୁଲିଯାଏ । କୁକୁଡ଼ାମାନେ ଛୋଟା ହୋଇଯାଆନ୍ତି । ବେଳେବେଳେ ବେକ ମୋଡ଼ି ହୋଇଯାଏ । ଯଦି ଗୋଟିଏ ମଲା, କୁକୁଡ଼ାକୁ କାଟି ଦିଆଯାଏ ତେବେ ଶରୀରର ବିଭିନ୍ନ ଭାଗରେ ରକ୍ତ କ୍ଷରଣହେଉଥିବାର ଦେଖାଯାଏ । କଲିଜା ଶିଝିଗଲା ପରି ଦେଖାଯାଏ ଏବଂ ଧଳା ଧଳା ବିନ୍ଦୁ ଦେଖାଯାଏ ।

  • ଚିକିତ୍ସା

ଏହି ରୋଗକୁ ଟେରାମାଇସିନ୍ କିମ୍ବା ଷ୍ଟ୍ରେପ୍ଟୋମାଇସିନ୍ କିମ୍ବା ଟେରାମାଇସିନ୍ ସହିତ ସଲ୍‌ଫା ମିଶାଇ ଖାଇବାକୁ ଦେଲେ ଭଲ କରାଯାଇ ପାରିବ । ଅତ୍ୟଧିକ ରୋଗ ଅବସ୍ଥାରେ ଇଞ୍ଜେକ୍‌ସନ୍ ଆକାରରେ ଏହି ଔଷଧ ଦିଆଯାଇପାରେ । ଟେରାମାଇସିନ୍ ଏଲ୍.ଏ. ୦.୫ ମିଲିଲିଟର ଔଷଧ ମାଂସ ତଳେ ଇଞ୍ଜେକ୍‌ସନ୍ ଆକାରରେ ପ୍ରତି କୁକୁଡ଼ାଙ୍କୁ ଥରେ ଦେଲେ ଏହି ରୋଗ ଭଲ।

  • ପ୍ରତିଷେଧ

ଏହା ରୋଗ ନ ହେବା ପାଇ ପ୍ରତକ୍ଷେଧ ଟୀକା ମଧ୍ୟ ଦଆଯାଇଥାଏ । ପ୍ରତି  କୁକୁଡ଼ାକୁ ୦.୨୫ ମିଲିଲିଟର ଟୀକା ଚମଡ଼ା ତଳେ ୫-୬ ସପ୍ତାହ ବୟସର କୁକୁଡ଼ାମାନଙ୍କୁ ଇଂଜେକ୍‌ସନ୍ ଆକାରରେ ଦେବା ଦରକାର, ୮-୯ ସପ୍ତାହ ବା ତାଠାରୁ ଊର୍ଦ୍ଧ୍ଵ ବୟସର କୁକୁଡ଼ାମାନଙ୍କୁ ୦.୫ ମିଲିଲିଟର ଟୀକା ପ୍ରତି କୁକୁଡ଼ାଙ୍କ ପାଇଁ ଦେବା ଦରକାର ।

ସି.ଆର୍.ଡି. (ମାଇକୋପ୍ଲାଜ୍‌ମା) ରୋଗ –

ଏହି ରୋଗ ଗୋଟିଏ ରୋଗୀ କୁକୁଡ଼ା ଠାରୁ ଅନ୍ୟ କୁକୁଡ଼ାଙ୍କୁ ପବନ, କାମ କରୁଥିବା ଲୋକର ଜୋତା ଓ ଲୁଗାପଟା ଦ୍ଵାରା ବ୍ୟାପିଥାଏ । ଏହି ରୋଗ ମଧ୍ୟ ମାଆକୁ ହୋଇଥିଲେ ଅଣ୍ଡା ମାଧ୍ୟମରେ ଛୁଆକୁ ବ୍ୟାପିଥାଏ । ସାଧାରଣତଃ ସୁସ୍ଥ ଛୁଆମାନଙ୍କୁ ଏହି ରୋଗ ହୋଇଥାଏ ।

  • ଲକ୍ଷଣ -

ଏହି ରୋଗ ହେଲେ କୁକୁଡ଼ାମାନଙ୍କର ଶରୀରରେ ଅବା ପବନ ପକେଟକୁ ନଷ୍ଟ କରିଦିଏ । ଏହି ରୋଗ ମଧ୍ୟ ବେଳେ ବେଳେ ଅନ୍ୟ ଜୀବାଣୁ ସହିତ ମିଶି ହୋଇଥାଏ । ଯାହାଦ୍ଵାରା ଏହି ରୋଗ ହେଲେ, କୁକୁଡ଼ା ଛୁଆଛିଙ୍କେ, କାନରୁ ପାଣି ବହେ ଓ ବେକଉପରକୁ କରି ନିଶ୍ଵାସ ଜୋର୍‌ରେ ନିଏ । ଏହି କୁକୁଡ଼ାକୁ କାଟି ଦେଖିଲେ, ତାଙ୍କର ଶରୀରରେ ଅବା ପବନ ପକେଟରେ ଛେନା ଭଳି ପୂଜ ରହିଥାଏ । ପୂଜ ଭଳିଆ ପଦାର୍ଥ ନାକ ଓ ନିଶ୍ଵାସ ପ୍ରଶ୍ଵାସ ପଥ ମାନଙ୍କରେ ଥାଏ । ଏହି ରୋଗ ହେଲେ ୭ ରୁ ୧୪ ଦିନ ପରେ ଅଣ୍ଡା ଉତ୍ପାଦନ ଶତକଡ଼ା ୫୦ ଭାଗ କମିଯାଇଥାଏ । ବଡ଼ କୁକୁଡ଼ାମାନଙ୍କ ଠାରେ ଏହି ରୋଗ ଅଛିକି ନାହିଁ ତାହା ରକ୍ତ ପରୀକ୍ଷା ଦ୍ଵାରା ଜଣାପଡ଼େ ।

ଅନ୍ୟ ଶ୍ୱାସ ଜନିତ ରୋଗ ତୁଳନାରେ ଏହି ରୋଗ ଅନ୍ୟ କୁକୁଡ଼ାମାନଙ୍କୁ ଆସ୍ତେ ଆସ୍ତେ ବ୍ୟାପେ । ଆଖିରେ ପୂଜ ଭଳି ପଦାର୍ଥ ଦେଖାଯାଏ ଏବଂ ଆଖି ଫୁଲିଯାଏ ।

  • ଚିକିତ୍ସା

ଏହି ରୋଗକୁ ପେନିସିଲିନ୍, ଷ୍ଟ୍ରେପ୍ଟୋମାଇସିନ୍ କିମ୍ବା ଟ୍ରେସାଇକ୍ଲିନ୍ ଦ୍ଵାରା ଭଲ କରାଯାଇପାରେ । ଏହି ରୋଗକୁ ଟା ଲୋସିନ୍ ୫୦ ଗ୍ରାମ୍ ପ୍ରତି । ଟନ୍ ଖାଦ୍ୟରେ ମିଶାଇ ୩୨ ସପ୍ତାହ ପର୍ଯ୍ୟନ୍ତ ଖୁଆଇଲେ, ନିୟନ୍ତ୍ରଣ କରାଯାଇପାରେ । ତା ପରେ ୩୦ ଗ୍ରାମ୍ ପ୍ରତି । ଟନ୍ ଦାନାରେ ମିଶାଇ ଅଣ୍ଡା ଦେବା ଶେଷ ପର୍ଯ୍ୟନ୍ତ ଖୁଆଯାଏ । କିନ୍ତୁ ମାଂସ ପାଇଁ କୁକୁଡ଼ା ମାନଙ୍କୁ ସବୁବେଳେ ଏହି ରୋଗରୁ ମୁକ୍ତ ରଖିବା ଆବଶ୍ୟକ । ୦.୫ ରୁ ୧.୦ ପ୍ରତିଶତ ଟାଇଲୋସିନ୍‌ ପିଇବା ପାଣିରେ ମିଶାଇ ୩ ରୁ ୫ ଦିନ ପିଇବାକୁ ଦେଲେ ଏହି ରୋଗ ଭଲ ହୋଇଥାଏ ।

ଟିଆମୁଟିନ୍ ନାମକ ଔଷଧ ମଧ୍ୟ ଚିକିତ୍ସା ରୂପେ ବ୍ୟବହାର କରାଯାଇଥାଏ । ପ୍ରତି ୧୦୦୦ ଛୁଆ ପାଇଁ ପ୍ରଥମ ୬ ସପ୍ତାହ ବୟସରେ ୫ ଗ୍ରାମ୍ ଔଷଧ ୧୨ ରୁ ୧୫ ଲିଟର ପାଣିରେ ମିଶାଇ ୪, ୫ ଓ ୬ ଦିନ ବୟସରେ ପିଇବାକୁ ଦେବା ଦରକାର ଏବଂ ଆଉଥରେ ୨୧ ଦିନ ବୟସରେ ୨୭,୫ ଗ୍ରାମ୍ ୫୦ ରୁ ୬୦ ଲିଟର ପାଣିରେ ପିଇବାକୁ ଦେବା ଦରକାର । ଏହି ଦୁଇଥର ଚିକିତ୍ସା ପାଇଁ ସମୁଦାୟ ୪୨.୫ ଗ୍ରାମ୍ ଟିଆ ମୁଟିନ୍ ଔଷଧ ପ୍ରତି ୧୦୦୦ ଛୁଆଙ୍କ ପାଇଁ ଦରକାର ହୋଇଥାଏ ।

  • ପ୍ରତିଷେଧ -

ଏମ୍. ଜି.ଏସ୍. - ୬ ଟୀକା ୮ ରୁ ୧୦ ସପ୍ତାହ ବୟସରେ ଦେଲେ ବଡ଼ ସମୟରେ ଅଧିକ ଅଣ୍ଡା ଦିଅନ୍ତି ଓ ଛୁଆମାନେ ନ ମରି ଭଲ ବଢ଼ନ୍ତି ।

କୁକୁଡ଼ା ଆନ୍ତ୍ରିକଜ୍ଵର -

ଏହି ରୋଗ ଅଣ୍ଡା ଦ୍ଵାରା ଛୁଆମାନଙ୍କୁ ବ୍ୟାପିଥାଏ । ଏହା ଏକ ଜୀବାଣୁ ଜନିତ ରୋଗ । ମୂଷାମାନେ ଏହି ରୋଗର ବାହକ ଅଟନ୍ତି । ଏହି ରୋଗ ହେଲେ, କୁକୁଡ଼ାମାନଙ୍କର ଝାଡ଼ା ହୋଇଥାଏ ଏବଂ କୁକୁଡ଼ାମାନଙ୍କର ମଳଦ୍ଵାର ଚାରିପଟରେ ପରମାନଙ୍କରେ ଧଳା ଧଳା ଝାଡ଼ା ଲାଗିଥାଏ । କୁକୁଡ଼ାମାନେ ଅସୁସ୍ଥ ହେଲା ପରି ବ୍ୟବହାର କରନ୍ତି । ବିଜ୍ଞାନାଗାରରେ ଏହି ରୋଗ ସହଜରେ ଚିହ୍ନି ହୁଏ । ନୁଆମାନେ ପ୍ରଥମ ସପ୍ତାହ ବୟସରେ ବହୁତ ପରିମାଣରେ ରୋଗରେ ପଡ଼ି ମରିଯାଆନ୍ତି । ଏହି ରୋଗକୁ ନିରାକରଣ କରିବା ପାଇଁ ଦାନାରେ ନେଫ୍ଟିନ୍ ୨୦୦ ଗ୍ରାମ୍ ପ୍ରତି ଏକ ଟନ୍ ଖାଦ୍ୟରେ ମିଶାଇ ୧-୩ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ଦେବା ଉଚିତ୍ । ତା ଛଡ଼ା ସଂକ୍ରମିତ ହୋଇଥିବା କୁକୁଡ଼ାମାନଙ୍କୁ ଫୁଖ୍ୟରାସଲ ୨ ଗ୍ରାମ୍ ଏକ ଲିଟର ପାଣିରେ ୫ ଦିନ ଏବଂ ପରେ ଏକ ଗ୍ରାମ୍ ଏକ ଲିଟର ପାଣିରେ ୫ ଦିନ ଦେଲେ ଏହି ରୋଗ ଭଲ ହୋଇଥାଏ ।

ଅଲ୍‌ସରେଟିକ୍ ଏଣ୍ଟେରାଇଟିସ୍ –

ଏହା କ୍ଲଷ୍ଟ୍ରିଡିଅମ୍ ନାମକ ଏକ ପ୍ରକାର ଜୀବାଣୁ ଦ୍ଵାରା ହୋଇଥାଏ । ଏହାରୋଗୀ କୁକୁଡ଼ାଙ୍କର ମଳଦ୍ଵାରା ବ୍ୟାପିଥାଏ । ଏହି ଜୀବାଣୁ ମାଟିରେ ଏବଂ ଲିଟରରେବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିରହି ପାରନ୍ତି ।

  • ଲକ୍ଷଣ -

ଏହି ରୋଗ ହେଲେ ଛୁଆ ଓ ବଢ଼ନ୍ତା କୁକୁଡ଼ାମାନଙ୍କର ହଠାତ୍ ମୃତ୍ୟୁ ହୁଏ ।କୌଣସି ଲକ୍ଷଣ  ଏମାନେ ଦେଖାଇ ନଥାନ୍ତି । ସମୟେ ସମୟେ ଝାଡ଼ା ଏବଂ ରକ୍ତଝାଡ଼ା ମଧ୍ୟ ହୋଇଥାଏ । ଗୋଟିଏ ଆକ୍ରାନ୍ତ କିମ୍ବା ମଲା କୁକୁଡ଼ାକୁ କାଟି ଦେଖିଲେ,ଗଭୀର ଘା, ସବୁ କ୍ଷୁଦ୍ରାନ୍ତ ନଳୀରେ ବିଭିନ୍ନ ସ୍ଥାନରେ ଦେଖାଯାଏ । ଏହି ଘା ଗୁଡ଼ିକ ହଳଦିଆ, ଗୋଲାକାର ଏବଂ ଘା ଗୁଡ଼ିକର ଅନ୍ତନଳୀକୁ ଫୁଟାଇ ଦେଇଥାଆନ୍ତି । ହଠାତ୍ ଏହି ରୋଗରେ ଆକ୍ରାନ୍ତ ହେଲେ ରକ୍ତ ଝାଡ଼ା ହୋଇଥାଏ ଯାହାକୁ ଚାଷୀମାନେ କକ୍‌ସିଡ଼ିଆ ବୋଲି ମନେ କରି ସେଥିପାଇଁ ଔଷଧ ଦେଇଥାଆନ୍ତି । କିନ୍ତୁ ଏହି ରୋଗ କକ୍‌ସିଡ଼ିଆ ନ ହେବା ପାଇଁ ଯେଉଁ ଔଷଧ ଦିଆଯାଇଥାଏ, ସେଥିରେ ଭଲ ହୁଏ ନାହିଁ । ଫଳରେ କୁକୁଡ଼ାମାନେ ମରିଯାଆନ୍ତି ।

  • ଚିକିତ୍ସା

ଏହି ରୋଗକୁ ଉପଯୁକ୍ତ ପରିମାଣରେ ବ୍ୟାସିଟ୍ରାସିନ୍, ପେନିସିଲିନ୍ ଷ୍ଟ୍ରେପ୍ଟୋମାଇସିନ୍ କିମ୍ବା ଫ୍ୟୁରାଜଲିଡୋନ୍ ଦାନା କିମ୍ବା ପାଣି ମାଧ୍ୟମରେ ଖୁଆଇ ଭଲ କରାଯାଏ I

ଥଣ୍ଡା ରୋଗ

ଏହା ଏକ ପ୍ରକାର ଜୀବାଣୁ ଦ୍ଵାରା ହୋଇଥାଏ । ଯାହାକୁ ହିମୋଫାଇଲସ୍ ଗଲିନେରମ୍ କହନ୍ତି । ଏହି ରୋଗ ଖୁବ୍ କମ୍ ସମୟରେ ସମସ୍ତଙ୍କୁ ବ୍ୟାପିଥାଏ ।

  • ଲକ୍ଷଣ –

ଏହି ରୋଗ ହେଲେ, ନାସା ରନ୍ଧ୍ର ଫୁଲିଯାଏ ଓ ନାକରୁ ସବୁବେଳେ ପାଣି ଭଳି ପଦାର୍ଥ ବାହାରେ । ମୁହଁ ଖୁବ୍ ଯୋରରେ ଫୁଲିଯାଏ । ଆଖି ଫୁଲିଯାଏ । ସମୟ ସମୟରେ ଗୋଟିଏ କିମ୍ବାଦୁଇଟିଯାକ ଆଖି ଫୁଲି ବନ୍ଦ ହୋଇଯାଏ । ଏହି ରୋଗ ହେଲେ ଅଣ୍ଡା ଉତ୍ପାଦନ କମିଯାଏ ଏବଂ କୁକୁଡ଼ା ଅଣ୍ଡା ଦେବାର ସର୍ବୋଚ୍ଚ ସୀମାରେ ପହଞ୍ଚିପାରେ ନାହିଁ । ସମୟେ ସମୟେ କୁକୁଡ଼ାମାନେ ଛିଙ୍କିଥାଆନ୍ତି ।

ଏହି ରୋଗ ସବୁ ବୟସର କୁକୁଡ଼ାମାନଙ୍କୁ ହୋଇଥାଏ । କିନ୍ତୁ ବଡ଼ କୁକୁଡ଼ାମାନଙ୍କ ଠାରେ ରୋଗର ଲକ୍ଷଣ ଅଧିକ ଦେଖାଦିଏ । ଅଣ୍ଡା ଉତ୍ପାଦନ ୧୦ ରୁ ୪୦ ପ୍ରତିଶତ କମିଯାଏ । କିନ୍ତୁ ୨-୩ ସପ୍ତାହ ପରେ ବଢ଼ିଥାଏ । ନାକରୁ ବାହାରୁଥିବା ପଦାର୍ଥ ଅତି ଦୁର୍ଗନ୍ଧ ହୋଇଥାଏ ।

  • ଚିକିତ୍ସା

ଆକ୍ରାନ୍ତ କୁକୁଡ଼ାମାନଙ୍କୁ ସଲଫା ଡାଇମେଥୋକ୍ସିନ୍ ପାଣିରେ କିମ୍ବା ଅକ୍ସିଟେଟ୍ରୋସାଇକ୍ଲିନ୍ କିମ୍ବା ଏରିଥ୍ରୋମାଇସିନ୍ ପାଣିରେ ଦିଆଯାଇ ଭଲ କରାଯାଇଥାଏ । ସମୂହ ଚିକିତ୍ସା ପାଇଁ ଏନେରୋଫ୍ଲକ୍ସାସିନ୍, ପିଫ୍ଲକ୍ସାସିନ୍, ଫ୍ଲୁ, ମେକୁଇନ୍ ଔଷଧକୁ ବ୍ୟବହାର କଲେ ସୁଫଳ ମିଳିଥାଏ । ଏହା ସହିତ ଭିଟାମିନ୍ 'ଏ' ଓ "ଇ" ମଧ୍ୟ ପାଣିରେ ଦିଆଯାଇଥାଏ ।

ପୁଲୋରୋମ ରୋଗ –

ଏହି ରୋଗ ସାଧାରଣତଃ ଛୁଆମାନଙ୍କୁ ବେଶୀ ଦେଖାଦିଏ । ଏହି ରୋଗ ଅଣ୍ଡାଦ୍ଵାରା ମାଆ କୁକୁଡ଼ାଠାରୁ ଛୁଆମାନଙ୍କୁ ବ୍ୟାପିଥାଏ ଏବଂ ସାଧାରଣତଃ ଅଣ୍ଡା ଫୁଟା ମେସିନ୍ ଭିତରେ ଛୁଆମାନେ ମରିଯାଆନ୍ତି । ଏହି ରୋଗ ଏକ ଜୀବାଣୁ "ସାଲ୍‌ମୋନେଲା ପୁଲୋରୋମ' ଦ୍ଵାରା ହୋଇଥାଏ । ଏହି ରୋଗ ଦ୍ଵାରା ଅନ୍ୟ ପକ୍ଷୀ ଯଥାଟର୍କି, କୁଏଲ୍‌, ବତକ, ଘରଚଟିଆ ଓ ପାରାମାନେ ମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି ।

  • ଲକ୍ଷଣ -

କିଛି ଲକ୍ଷଣ ଦେଖାଇବା ପୂର୍ବରୁ ସଦ୍ୟ ଫୁଟିଥିବାଛୁଆମାନେ ମରିଯାଆନ୍ତି । ଅନ୍ୟ ଲକ୍ଷଣ ଭିତରେ ଆକ୍ରାନ୍ତ ଛୁଆମାନେ ଉତ୍ତାପ ଉସ୍ଥ ନିକଟରେ ରୁଣ୍ଡ ହୁଅନ୍ତି, ଖାଦ୍ୟ ଖାଇନଥାନ୍ତି, ଧଳା ଝାଡ଼ା ହୋଇଥାଏ, ସଂକ୍ରମିତ ପାଣି ଓ ଖାଦ୍ୟ ଦ୍ଵାରା ମଧ୍ୟ ଏହି ରୋଗ ବ୍ୟାପିଥାଏ । ଏହି ରୋଗ ହେଲେ ପ୍ରଥମ ସପ୍ତାହରେ ଅତ୍ୟଧିକ ମୃତ୍ୟୁ ହାର ହୋଇଥାଏ ଏବଂ ଆସ୍ତେ ଆସ୍ତେ କମିଯାଇ ୫ ସପ୍ତାହ ବେଳକୁ ମରିବା ବନ୍ଦ ହୋଇଯାଏ । ବେଳେବେଳେ ମୃତ୍ୟୁ ହାର ୫୦ ରୁ ୧୦୦ ପ୍ରତିଶତ ହୋଇଥାଏ । ଯେଉଁ କୁକୁଡ଼ା ବଞ୍ଚି ରହନ୍ତି ସେମାନେ ଏହି ରୋଗର ବାହକ ହୋଇଥାଆନ୍ତି । ରକ୍ତ ପରୀକ୍ଷା ଦ୍ଵାରା ମଧ୍ୟ ଏହି ରୋଗ ଜଣାପଡ଼େ ।

  • ଚିକିତ୍ସା –

ଏହି ରୋଗକୁ ଚିକିତ୍ସା କରିବା ପାଇଁ ନାଇଟ୍ରୋଫୁରାନ୍ କିମ୍ବା ସଲଫାର୍ମିରାଜିନ୍ ବ୍ୟବହାର କରିବା ଦରକାର । ଅନ୍ୟ ଆଣ୍ଟିବାୟୋଟିକ୍ ଦ୍ଵାରା ମଧ୍ୟ ଚିକିସ୍ଥା କରାଯାଇପାରେ । କିନ୍ତୁ ବଞ୍ଚିଥିବା କୁକୁଡ଼ାମାନେ ଏହି ରୋଗର ବାହକ ହୋଇଥିବାରୁ ସବୁ କୁକୁଡ଼ାମାନଙ୍କୁ ଫାର୍ମରୁ ବାହାର କରିଦେବା ଦରକାର । ରକ୍ତ ପରୀକ୍ଷା ପରେ ଯେଉଁ କୁକୁଡ଼ାମାନେ ଏହି ରୋଗର ବାହକ ହୋଇ ନଥିବେ ସେମାନଙ୍କୁ ଫାର୍ମରେ ରଖିବା ଦରକାର ।

ଭୂତାଣୁ ଜନିତ ରୋଗ

ଭୂତାଣୁମାନେ ମଧ୍ୟ କୁକୁଡ଼ାମାନଙ୍କ ଠାରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଆନ୍ତି । ଏଭିଆନ୍ ଏନ୍ ସେଫାଲୋମାଇଲାଇଟିସ୍ - ଏହି ରୋଗ ମୁଖ୍ୟତଃ କୁକୁଡ଼ାମାନଙ୍କ ଠାରେ ଦେଖାଯାଇଥାଏ ଏବଂ ଅନ୍ୟ ପକ୍ଷୀମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏହା ଏକ ଭୂତାଣୁ ଜନିତ ରୋଗ ଅଟେ । ଏହି ରୋଗ ଅଣ୍ଡାଦ୍ଵାରା ଆକ୍ରାନ୍ତ ମାଈ କୁକୁଡ଼ା ଠାରୁ ଛୁଆ କୁକୁଡ଼ାମାନଙ୍କୁ ଆସିଥାଏ । ଆକ୍ରାନ୍ତ କୁକୁଡ଼ା ମାନଙ୍କର ମଳରେ ମଧ୍ୟ ଏହି ଭୂତାଣୁମାନେ ଥାଆନ୍ତି ଏବଂ ସେମାନେ ଅନ୍ୟ କୁକୁଡ଼ାଙ୍କ ଠାରେ ରୋଗ ସୃଷ୍ଟି କରାଇଥାଆନ୍ତି । ଛୋଟ କୁକୁଡ଼ା ଛୁଆ, ୧ ରୁ ୨ ସପ୍ତାହ ବୟସରେ ବେଶୀ ମାତ୍ରାରେ ଆକ୍ରାନ୍ତ ହୋଇଥାଆନ୍ତି ।

  • ଲକ୍ଷଣ

ଏହି ରୋଗ ସାଧାରଣତଃ ଛୁଆମାନଙ୍କ ଠାରେ ୧୭ ରୁ ୨୧ ଦିନ ବୟସ ମଧ୍ୟରେ ଦେଖାଯାଏ । ଏହି ରୋଗ ହେଲେ କୁକୁଡ଼ାମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ । ଗୋଡ଼ ଆଣ୍ଠୁଦ୍ଵାରା ବସି ରହନ୍ତି । ସମୟେ ସମୟେ ପକ୍ଷାଘାତ ମଧ୍ୟ ହୋଇଯାଏ । ଛୁଆ ମନେ ଚାଲିବା ପାଇଁ ଅକ୍ଷମ ହୋଇଥାଆନ୍ତି । ମୁଣ୍ଡ ଏବଂ ବେକ ଥରେ ।

ବେଳେବେଳେ କୁକୁଡ଼ାମାନେ ଆକ୍ରାନ୍ତ ହେବାର ବହୁତ ସପ୍ତାହ ପରେ ଅନ୍ଧ ହୋଇଯାଆନ୍ତି । କିନ୍ତୁ ବଡ଼ କୁକୁଡ଼ାଙ୍କ ଠାରେ ଏହି ରୋଗ ହେଲେ ଝାଡ଼ା ହୋଇଥାଏ । ଅଣ୍ଡା ଉତ୍ପାଦନ ହ୍ରାସ ପାଇଥାଏ । ଏହି ଅଣ୍ଡା ଉତ୍ପାଦନ ହ୍ରାସ ୨୧ ଦିନ ପର୍ଯ୍ୟନ୍ତ ଲାଗିରହେ । ଏହି ରୋଗ ହେଲେ ପ୍ରଥମ ଦିନରୁ ଛୁଆମାନେ ମରିଥାଆନ୍ତି । ବେଳେବେଳେ କିଛି ସପ୍ତାହ ପରେ ମଧ୍ୟ କୁକୁଡ଼ାମାନେ ମରିଯାଆନ୍ତି । ଏହି ରୋଗ ହେଲେ ମୃତ୍ୟୁହାର ୨ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ, ବେଳେବେଳେ ୫୦ ପ୍ରତିଶତକୁ ମଧ୍ୟ ବଢ଼ିଥାଏ ।

  • ଚିକିତ୍ସା –

ଏହି ରୋଗ ପାଇଁ କୌଣସି ଚିକିତ୍ସା ନାହିଁ । ଯେଉଁ କୁକୁଡ଼ାମାନେ ସ୍ନାୟୁଜନିତ ଲକ୍ଷଣ ଦେଖାନ୍ତି ସେମାନଙ୍କୁ ତୁରନ୍ତ ବାହାର କରି ବିକ୍ରି କରି ଦେବା ଉଚିତ୍ । ଏହି ରୋଗକୁ କୁକୁଡ଼ାମାନେ ଅଣ୍ଡା ଦେବା ପୂର୍ବରୁ ଟୀକା ଦେଇ ନିରାକରଣ କରାଯାଏ । ଯେତେବେଳେ କୁକୁଡ଼ାମାନଙ୍କୁ ୧୦- ୧୬ ସପ୍ତାହ ବୟସ ହୋଇଥାଏ ସେତେବେଳେ ଏହି ଟୀକା ପିଇବା ପାଣିରେ ମିଶାଇ କୁକୁଡ଼ାମାନଙ୍କୁ ପିଇବାକୁ ଦିଆଯାଇଥାଏ । ଯେଉଁ ଜାଗାରେ ଏହି ରୋଗର ପ୍ରାଦୁର୍ଭାବ ଥାଏ ସେହି ସ୍ଥାନମାନଙ୍କରେ ଏହି ଟୀକା ଦେବା ଉଚିତ୍ ।

କୁକୁଡ଼ା ବସନ୍ତ

ଏହା ଏକ ଭୂତାଣୁ ଜନିତ ରୋଗ ଅଟେ । ଏହି ରୋଗ ସାଧାରଣତଃ ଆକ୍ରାନ୍ତ କୁକୁଡ଼ା ଅନ୍ୟ କୁକୁଡ଼ାମାନଙ୍କ ସହିତ ମିଶିବା ଦ୍ଵାରା ବ୍ୟାପିଥାଏ । ଯଦି ଶରୀରର ଚମଡ଼ା କୌଣସି ସ୍ଥାନରେ ଖଣ୍ଡିଆ ହୋଇ ଥାଏ ତେବେ ଏହି ଭୂତାଣୁକୁ ଗୋଟିଏ କୁକୁଡ଼ା ଠାରୁ ଅନ୍ୟ କୁକୁଡ଼ାଙ୍କ ପାଖକୁ ନେଇଥାଆନ୍ତି ।

କୁକୁଡ଼ା ବସନ୍ତ ଭୂତାଣୁ ସବୁ ବୟସର କୁକୁଡ଼ାମାନଙ୍କୁ ହୋଇଥାଏ । ସାଧାରଣତଃ ଏହି ରୋଗ ୪ ରୁ ୫ ମାସ ବୟସ ପରେ ଦେଖାଯାଏ । ମାଂସପାଇଁ କୁକୁଡ଼ାଙ୍କ ଠାରେ ଏହି ରୋଗ ବେଶୀ ଦେଖାଦିଏ ଏବଂ ଏହା ଖରା ଓ ବସନ୍ତ ଋତୁରେ ହୋଇଥାଏ ।

ଏହି ରୋଗର ଭୂତାଣୁ ଆକ୍ରାନ୍ତ କୁକୁଡ଼ାଠାରୁ ମସାଦ୍ଵାରା ଅନ୍ୟ କୁକୁଡ଼ାମାନଙ୍କୁ ମଧ୍ୟ ବ୍ୟାପିଥାଏ । ଏହି ଭୂତାଣୁ ମାସ ମାସ ବା ବର୍ଷକ ପର୍ଯ୍ୟନ୍ତ ବଞ୍ଚିରହେ ।

  • ଲକ୍ଷଣ -

ଏହି ରୋଗ ତିନି ପ୍ରକାର ଭାବେ ଦେଖାଯାଇଥାଏ । ଯଥା ଶୁଷ୍କ ଆଖିରେ ଏବଂ ଓଦାଳିଆ । ଶୁଖିଲା ବସନ୍ତ ହେଲେ ପ୍ରଥମେ ମୁହଁ, ଚୂଳ, ଗୋଡ଼ ପ୍ରଭୃତିରେ ଛୋଟ ଛୋଟ ଫୋଟକା ପରି ବାହାରି ଥାଏ । ତା ପରେ ଫୋଟକା ଗୁଡ଼ିକ ଫାଟିଯାଇ ଭାତୁଡ଼ି ଭଳିଆ ପଦାର୍ଥ ଶରୀରରେ ସୃଷ୍ଟି କରିଥାଆନ୍ତି । ଏହି ଭାତୁଡ଼ି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶରୀରରେ ରହିଥାଏ । ଏହି ପ୍ରକାର ବସନ୍ତ ହେଲେ କୁକୁଡ଼ାମାନଙ୍କର ଅଣ୍ଡା ଉତ୍ପାଦନ ଶତକଡ଼ା ୧୦-୧୫ ଭାଗ ହ୍ରାସ ପାଇଥାଏ । କିନ୍ତୁ ଏଥୁରେ କୁକୁଡ଼ା ଖୁବ୍ କମ୍ ମରନ୍ତି । ଓଦଳିଆ ବସନ୍ତ ହେଲେ ଶତକଡ଼ା ୫୦ ଭାଗ କୁକୁଡ଼ା ମରିଯାଆନ୍ତି । ଏହି ପ୍ରକାର ବସନ୍ତ ହେଲେ ପ୍ରଥମେ ଧଳା ଭାତୁଡ଼ି ଭଳିଆ ପଦାର୍ଥ, ପାଟି, ନାକପୁଡ଼ା ଓ କଣ୍ଠ ନଳୀରେ ହୋଇଥାଏ । କ୍ରମେ କ୍ରମେ ଏହି ଭାତୁଡ଼ିର ଆକାର ବଢ଼ିଥାଏ ଏବଂ ଏହା ହଳଦିଆ ରଙ୍ଗରେ ପରିଣତ ହୋଇଥାଏ । ଆଖିରେ ଏହି ରୋଗ ହେଲେ ଆଖି ଫୁଲିଯାଏ, ଛେନା ଭଳିଆ ପଦାର୍ଥ ଆଖିର ପତା ତଳେ ଜମିରହେ । ଦୁଇ ପତା ବନ୍ଦ ହୋଇଯାଏ ଏବଂ ଶେଷରେ କୁକୁଡ଼ା ଅନ୍ଧ ହୋଇଯାଏ । ଏହି ରୋଗରେ ବୃକକ୍ ଫୁଲିଯାଏ । ଶୁଖିଲା ବସନ୍ତ୍ରରେ ଅନ୍ୟ ବସନ୍ତ ଅପେକ୍ଷା କମ୍ ମରିଥାଆନ୍ତି ।

  • ଚିକିତ୍ସା -

ଏହି ରୋଗକୁ ଟୀକା ଦ୍ଵାରା ନିରାକରଣ କରାଯାଇଥାଏ । କୁକୁଡ଼ାମାନଙ୍କୁ ୬ ସପ୍ତାହ ବୟସ ହେଲାବେଳକୁ ଏହି ଟୀକା ଦିଆଯାଇଥାଏ । ଏହି ଟୀକାକୁ ଛୁଞ୍ଚିରେ ଫୁଟାଇ ପାଦର ଚମଡ଼ାରେ ଦିଆଯାଏ କିମ୍ବା ଗୋଡ଼ର ଚମଡ଼ା ଉପରେ ତୁଳା ଦ୍ଵାରା ଘସି ଦିଆଯାଏ । ଏବେ ମଧ୍ୟ ଏହି ଟୀକାକୁ ୦.୨ ମିଲିଲିଟର ମାଂସ ତଳେ ମଧ୍ୟ ଇଂଜେକ୍‌ସନ୍ ଆକାରରେ ଦିଆଯାଏ । ଏହି ଟୀକା ଦେଲେ କୁକୁଡ଼ା ବସନ୍ତରୁ ୧ ବର୍ଷ ପର୍ଯ୍ୟନ୍ତ ରକ୍ଷା କରିଥାଏ ।

ଆକ୍ରାନ୍ତ କୁକୁଡ଼ା ମାନଙ୍କୁ ଭଲ କୁକୁଡ଼ାମାନଙ୍କ ଠାରୁ ଅଲଗା କରି ରଖିବା ଦରକାର ଏବଂ ଭଲ କୁକୁଡ଼ାଙ୍କୁ ସାଙ୍ଗେ ସାଙ୍ଗେ ଟୀକା ଦେବା ଦରକାର ।

ରାଣୀକ୍ଷେତ ରୋଗ

ଏହା ଏକ ଭୂତାଣୁ ଜନିତ ରୋଗ ଅଟେ । ଏହି ରୋଗରେ ଭୂତାଣୁମାନେ ଝାଡ଼ା ଓ କଫରେ ଥାଆନ୍ତି ଓ ଏହା ସାଧାରଣତଃ ପବନ ଦ୍ଵାରା ବ୍ୟାପିଥାଏ । ସଂକ୍ରମିତ ଜିନିଷପତ୍ର, ଖାଦ୍ୟ, ଲୁଗାପଟା ଦ୍ଵାରା ମଧ୍ୟ ଏହି ରୋଗ ବ୍ୟାପିଥାଏ । ବର୍ଷାଋତୁରେ ଏହି ରୋଗ ବେଶୀ ଦେଖାଯାଏ । ଆକ୍ରାନ୍ତ କୁକୁଡ଼ା ମାନଙ୍କୁ କୁକୁର ଓ ବିରାଡ଼ି ଖାଇଲେ ସେମାନେ ମଧ୍ୟ ତାଙ୍କ ଝାଡ଼ାରେ ଏହି ଭୂତାଣୁ ବାହାରକୁ ଛାଡ଼ି ଥାଆନ୍ତି । ଯାହାକି ୫ ଦିନରୁ ୫ ମାସ ପର୍ଯ୍ୟନ୍ତ ବାୟୁ ମଣ୍ଡଳରେ ରହେ । ଟର୍କିମାନେ ମଧ୍ୟ ତାଙ୍କ ଝାଡ଼ାରେ ଏହି ଭୂତାଣୁକୁ ବାହାରକୁ ଛାଡ଼ିଥାଆନ୍ତି ଯାହା ଏକ ବର୍ଷ ପର୍ଯ୍ୟନ୍ତ ବାହାରେ ରହିଥାଏ । ମଣିଷମାନେ ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହେଲେ ସେମାନଙ୍କର ଆଖିଧରା, ମୁଣ୍ଡବିନ୍ଧା ଏବଂ ଥଣ୍ଡା ରୋଗ ହୋଇଥାଏ । ମାଟିରେ ଏହି ଭୂତାଣୁ ୮ ରୁ ୨୨ ଦିନ ପର୍ଯ୍ୟନ୍ତ ରହିପାରେ । ବେଳେବେଳେ ଏହି ରୋଗ ମଧ୍ୟ ଖରାଦିନେ ହୋଇଥାଏ । ଯେ କୌଣସି ବୟସରେ ଏହି ରୋଗ ଦେଖା ଦେଇଥାଏ ।

  • ଲକ୍ଷଣ -

ଏହି ରୋଗ ହେଲେ କୁକୁଡ଼ାମାନେ ବହୁତ ସଂଖ୍ୟାରେ ମୃତ୍ୟୁମୁଖରେ ପଡ଼ିଥାଆନ୍ତି । ଏହି ରୋଗ ହେଲେ କୁକୁଡ଼ାମାନେ ଧକାନ୍ତି, କାଶନ୍ତି କଣ୍ଠ ଘଟଘଟ କରି ଗୋଟିଏ ଜାଗାରେ ଠୁଳ ହୋଇ ଘୁମାଇ ବସନ୍ତି । ନିୟୋଜ ଜଣାପଡ଼ନ୍ତି । ଏହି ରୋଗ ଖୁବ୍ ଶୀଘ୍ର ସବୁ କୁକୁଡ଼ାଙ୍କୁ ବ୍ୟାପିଥାଏ । ସମୟେ ସମୟେ କୁକୁଡ଼ାମାନେ ମୁଣ୍ଡ ଘୁମାଇ ଥାଆନ୍ତି । ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରନ୍ତି, କାଶନ୍ତି, ଛିଙ୍କନ୍ତି, ଖାଇବା ଛାଡ଼ି ଦିଅନ୍ତି । ହଠାତ୍ ଅଣ୍ଡା ଉତ୍ପାଦନ ବନ୍ଦ ହୋଇଯାଏ । ଏହି ରୋଗ ହେବାର ୧୨ ରୁ ୨୪ ଘଣ୍ଟା ମଧ୍ୟରେ କୁକୁଡ଼ାମାନେ ମରିଯାଆନ୍ତି । ଗୋଟିଏ ମଲା, କୁକୁଡ଼ାକୁ କାଟି ଦେଖିଲେ ଖାଦ୍ୟଗ୍ରନ୍ଥିର ଉପର ଓ ଭିତର ପଟେ ବିନ୍ଦୁ ବିନ୍ଦୁ ରକ୍ତକ୍ଷରଣ ହୋଇଥାଏ ।

  • ଚିକିତ୍ସା

ଏହି ରୋଗ ପାଇଁ କୌଣସି ଚିକିତ୍ସା ନାହିଁ । ତଥାପି ଯେଉଁ ଘରେ ଏହି ରୋଗ ଦେଖାଯାଏ, ଯଦି ବହୁତ ପରିମାଣରେ ଏହି ରୋଗ ନଥାଏ ତେବେ ଏହି ରୋଗ ପ୍ରତିଷେଧକ ଟୀକା ଅନ୍ୟ କୁକୁଡ଼ାମାନଙ୍କୁ ଦେଇଦେଲେ କୁକୁଡ଼ା ଘରେ ରୋଗର ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରାଯାଇପାରେ । କିନ୍ତୁ ଆକ୍ରାନ୍ତ ହୋଇଥିବା କୁକୁଡ଼ାମାନଙ୍କ ପାଇଁ କୌଣସି ଚିକିତ୍ସା ନାହିଁ । ଏହି ରୋଗ ଦେଖାଯିବା ମାତ୍ରେ ରୋଗ ନ ହୋଇଥିବା କୁକୁଡ଼ାମାନଙ୍କୁ ଟୀକା ଦେଇଦେବା ଉଚିତ୍ । ଏହି ରୋଗ ନ ହେବା ପାଇଁ କୁକୁଡ଼ାମାନଙ୍କୁ ଜନ୍ମ ହେବାର ୫ ଦିନ ମଧ୍ୟରେ ଏବଂ ଆଉଥରେ, ୨୮ ଦିନରେ ଟୀକା ଦିଆଯାଇଥାଏ । ତାପରେ ୮ ସପ୍ତାହ ବେଳକୁ ଇଞ୍ଜେକ୍‌ସନ୍ ଆକାରରେ ଏହି ଟୀକା ଦେବାକୁ ପଡ଼ିଥାଏ ।

ଏଭିଆନ୍ ଇନ୍‌ଫ୍ଲୁଏନ୍‌ଜା ବା ଫାଉଲ ପ୍ଲେଗ୍ ରୋଗ

ସବୁ ପକ୍ଷୀ ମାନଙ୍କୁ ଏହି ରୋଗ ହୋଇଥାଏ । ଏହା ଏଚ୍.୫ ଏନ୍-୧ ଭୂତାଣୁଦ୍ଵାରା ବ୍ୟାପିଥାଏ । ଆକ୍ରାନ୍ତ କୁକୁଡ଼ାମାନଙ୍କ ଠାରୁ ଏହି ରୋଗର ଭୂତାଣୁ ଲାଳ, ନାକରୁ ବାହାରୁଥିବା ପାଣି ଓ ମଳ ଦ୍ଵାରା ବାହାରକୁ ଆସିଥାଏ । ଏହି ରୋଗ ପବନ, ପାଣି ଏବଂ ବାହକ ପକ୍ଷୀମାନଙ୍କ ଦ୍ଵାରା ବ୍ୟାପିଥାଏ । ଏହି ଭୂତାଣୁ କୁକୁଡ଼ା ଖତରେ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ । ନିଶ୍ଵାସ ଦ୍ଵାରା ଏହି ଭୂତାଣୁ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥାଏ ।

ଏହି ରୋଗରେ ତୀବ୍ରତା ଉପରେ ମୃତ୍ୟୁହାର ନିର୍ଭର କରିଥାଏ । ଯଦି ରୋଗର ତୀବ୍ରତା ଅଧିକ ଥାଏ ତାହାଲେ ମୃତ୍ୟୁହାର ୨-୧୨ ଦିନ ମଧ୍ୟରେ ଶତକଡ଼ା ୧୦୦ ପ୍ରତିଶତ ହୋଇଥାଏ । ଏହି ଭୂତାଣୁ ଫାର୍ମରେ ପ୍ରବେଶ କଲାପରେ ଏହା ଅନ୍ୟ କୁକୁଡ଼ାମାନଙ୍କୁ ଫାର୍ମ ଉପକରଣ, ଅଣ୍ଡାଟ୍ରେ, ଦାନା ଟ୍ରକ୍, ଫାର୍ମରେ କାମ କରୁଥିବା ଲୋକ ଏବଂ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ବ୍ୟାପିଥାଏ ।

  • ଲକ୍ଷଣ -

ଏହି ରୋଗ ହେଲେ ପକ୍ଷୀମାନେ ନିସ୍ତେଜ ହୋଇପଡ଼ନ୍ତି । ପରଟାଆଁଶ ହୋଇଯାଏ, ଖାଦ୍ୟ ଖାଇ ନଥାନ୍ତି, ଅତ୍ୟଧିକ ଶୋଷ ହୁଏ । ଅଣ୍ଡା ଉତ୍ପାଦନ କମିଯାଏ, ପାଣିରେ ଝାଡ଼ା ହୁଏ, ବଡ଼ କୁକୁଡ଼ା ମାନଙ୍କର ଚୂଳ ଫୁଲିଯାଏ, ଆଖି ଫୁଲିଯାଏ, ଚୂଳ ଏବଂ ପ୍ରଚୂଳ ନେଳି ପଡ଼ିଯାଏ, ବେଳେବେଳେ ଝାଡ଼ା ସବୁଜ ରଙ୍ଗର ଏବଂ ପତଳା ହୁଏ ପରେ ଧଳା ଝାଡ଼ା ହୋଇଥାଏ । ଶରୀର ବିଭିନ୍ନ ଅଙ୍ଗରେ ରକ୍ତ ସ୍ରାବ ହୋଇଥାଏ । ଏହି ରୋଗ ହେଲେ ଖୋଳ ନଥିବା ଅଣ୍ଡା ଦିଅନ୍ତି, ୨୪-୪୮ ଘଣ୍ଟା ଭିତରେ କୁକୁଡ଼ାମାନେ ମରିଯାଆନ୍ତି, ଏହି ରୋଗ ବେଳେବେଳେ ରାଣୀକ୍ଷେତ ରୋଗ ବୋଲି ଭ୍ରମ ସୃଷ୍ଟି କରିଥାଏ । ଏଣୁ ଏହି ରୋଗକୁ ଲାବୋରେଟୋରିରେ ପରୀକ୍ଷା କରି ଜାଣି ହୋଇଥାଏ ।

  • ଚିକିତ୍ସା -

ଏହି ରୋଗ ପାଇଁ ଫଳପ୍ରଦ ଔଷଧ ନାହିଁ । ତେବେ ଟାମିଫ୍ଲୁ. ରିଲେଞ୍ଜା ଇତ୍ୟାଦିଔଷଧ ମଣିଷମାନଙ୍କୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଦିଆଯାଏ । ଏହି ରୋଗ କୁକୁଡ଼ାମାନଙ୍କ ଠାରୁ ମଣିଷ ମାନଙ୍କୁ ବ୍ୟାପୁଥିବାରୁ, ଏହି ରୋଗ ପରିଚାଳନା ବେଳେ ସାବଧାନତା ପ୍ରତି ଦୃଷ୍ଟି ଦେବା ଦରକାର । ଏହି ରୋଗ ସନ୍ଦେହ ହେଲେ ହାତରେ ଗ୍ଳୋଭସ୍ ଏବଂ ମୁହଁରେ ମୁଖା ପିନ୍ଧି ଫାର୍ମରେ କାମ କରିବା ଦରକାର ।

  • ପ୍ରତିଷେଧ

ଇନ୍‌ଆକ୍ଟିଭେଟେଡ଼୍ ଅଏଲ୍ ଇମଲସନ୍ ଟୀକା କୁକୁଡ଼ାମାନଙ୍କୁ ଆକ୍ରାନ୍ତ ସମୟରେ ଏବଂ ପ୍ରତିଷେଧକ ହିସାବରେ ଦିଆଯାଇଥାଏ । ଯାହାଫଳରେ ମୃତ୍ୟୁହାରକୁ ରୋକା ଯାଇପାରେ । ଏଚ୍.-୫. ଏନ୍.-୩ ଏବଂ ଏଚ୍-୫ ଏନ୍-୨ ଷ୍ଟ୍ରେନ୍ ଟୀକାକୁ ଏଚ୍-୫ ଏନ୍-୧ ଭୂତାଣୁ ବିରୁଦ୍ଧରେ ଟୀକା ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ ।

କୁକୁଡ଼ା ଫାର୍ମରେ ଜୈବ ସୁରକ୍ଷା ପ୍ରତି ଧାନ ଦେଲେ ଏହି ରୋଗକୁ ପ୍ରଶମିତ କରାଯାଇପାରେ।

ରେକ୍ସରୋଗ

ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ମୁଖ୍ୟତଃ କୁକୁଡ଼ା ମାନଙ୍କୁ ହୋଇଥାଏ । ଯେ କୌଣସି ବୟସରେ ଚିଆଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି କିନ୍ତୁ ୪ ସପ୍ତାହ ବୟସରେ ଏହି ରୋଗ ଦ୍ଵାରା ବେଶୀ ଆକ୍ରାନ୍ତ ହୋଇଥାଆନ୍ତି ।

  • ଲକ୍ଷଣ

ଏହି ରୋଗର ଲକ୍ଷଣ ସାଧାରଣତଃ ଦେଢ଼ ମାସରୁ ଅଢ଼େଇ ମାସ ମଧ୍ୟରେ ଦେଖାଯାଏ । ମୁଖ୍ୟତଃ ୩ ମାସ ବୟସରେ ଏହି ରୋଗର ଲକ୍ଷଣ ବେଶୀ ଦେଖାଯାଏ । ଏହି ରୋଗ ହେଲେ କୁକୁଡ଼ାମାନେ ହଠାତ୍ ମରିଯାଆନ୍ତି ବେଳେବେଳେ ନିୟୋଜ ହୋଇଯାଆନ୍ତି ଏବଂ ଶ୍ୱାସ ଜନିତ କଷ୍ଟ ପାଆନ୍ତି ଏବଂ ୩ ମାସ ବୟସ ବେଳକୁ ଏଣେ ତେଣେ ଚାଲନ୍ତି, ପକ୍ଷଘାତ ଗୋଟିଏ ଗୋଡ଼ ବା ଉଭୟ ଗୋଡ଼କୁ ହୋଇଥାଏ । ଡେଣାଗୁଡ଼ିକ ଓହଳି ପଡ଼ନ୍ତି । ସରଭାଇକାଲ୍ ସ୍ନାୟୁ ଆକ୍ରାନ୍ତ ହୋଇଥାଏ । ସେଥିପାଇଁ ମୁଣ୍ଡର ଉପର ପଟ ତଳକୁ ଝୁଲିପଡ଼େ । ଆଖି ଧଳା ପଡ଼ିଯାଏ, ସିଆଟିକା ସ୍ନାୟୁ ଆକ୍ରାନ୍ତ ହେବା ଫଳରେ ପକ୍ଷଘାତ ରୋଗ ଦେଖାଦିଏ । ମଲା କୁକୁଡ଼ାକୁ କାଟି ଦେଖିଲେ ଯକୃତ, ପିହା, ଫୁସ୍‌ଫୁସ୍, ମାସଂପେଶୀ, ହୃଦୟ, ବୃକକ୍, ପ୍ରେଭେଣ୍ଟ୍ରକୁଲସ୍ଅନ୍ତଃନଳୀରେ ଟ୍ୟୁମର ଦେଖାଯାଏ । ଏହି ରୋଗର ଲକ୍ଷଣରୁ ରୋଗ ଚିହ୍ନଟ ହୋଇଥାଏ ।

  • ଚିକିତ୍ସା–

ଏହି ରୋଗ ହେଲେ ଭଲ ହୁଏ ନାହିଁ ଏବଂ ବହୁତ କୁକୁଡ଼ା ମରିଯାଆନ୍ତି । ତେଣୁ ଏହି ରୋଗ ନ ହେବା ପାଇଁ ଦିନିକିଆ ଛୁଆଙ୍କୁ ଟୀକା ଦେବା ଦରକାର । ଏହି ଟୀକା ୦.୨ ମିଲିଲିଟର ବେକ ପାଖ ଚମଡ଼ା ତଳେ ଇଂଜେକ୍‌ସନ୍‌ ଆକାରରେ ଦେବାକୁ ପଡ଼ିଥାଏ ।

ଗୁମ୍ବୋରୋ ରୋଗ

ଏହା ଏକ ଭୂତାଣୁ ଜନିତ ରୋଗ ଅଟେ । ୨ ରୁ ୭ ସପ୍ତାହର କୁକୁଡ଼ା ଛୁଆମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହୋଇଥାଆନ୍ତି । ଏହି ରୋଗ ସଂକ୍ରମିତ ପାଣି ଓଦାନା ଦ୍ଵାରା ବ୍ୟାପିଥାଏ । ମଶାମାନେ ମଧ୍ୟ ଏହି ରୋଗ ବ୍ୟାପିବାରେ ସାହାଯ୍ୟ କରିଥାଆନ୍ତି ।

  • ଲକ୍ଷଣ -

ଏହି ରୋଗ ଫାର୍ମରେ ଦେଖାଦେଲେ ଶତକଡ଼ା ୮୦ ରୁ ୧୦୦ ଭାଗ କୁକୁଡ଼ା ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ମୃତ୍ୟୁହାର ଶତକଡ଼ା ୧୦ ରୁ ୩୦ ଭାଗ ହୋଇଥାଏ । ଏହି ରୋଗ ହେଲେ କୁକୁଡ଼ାମାନେ ଆଖି ବନ୍ଦ କରି ନିୟୋଜ ହୋଇ ବସି ରହନ୍ତି । ଶରୀରର ଉତ୍ତାପ ବଢ଼ିଯାଏ । କୁକୁଡ଼ାମାନେ ଥରନ୍ତି ଓ ଧଳା ଝାଡ଼ା ହୁଏ । ଏହି ରୋଗରେ ପ୍ରଥମ ୩-୪ ଦିନ ମଧ୍ୟରେ ଅନେକ କୁକୁଡ଼ା ମରିଥାଆନ୍ତି ଏବଂ ଆସ୍ତେ ଆସ୍ତେ ମୃତ୍ୟୁହାର କମିଯାଏ ।

ଆକ୍ରାନ୍ତ କୁକୁଡ଼ାକୁ କାଟି ଦେଖିଲେ। ଏହାର ବର୍ଶ, ଫୁଲ ବଡ଼ ଆକାରର ହୋଇଥାଏ ଏବଂ ତାକୁ କାଟିଲେ। ତା ଭିତରୁ ପୂଜା ବାହାରେ । ବେଳେ ବେଳେ ତା ଭିତରେ ରକ୍ତ କ୍ଷରଣ ହୋଇଥାଏ । ସାତଦିନ ବେଳକୁ ବର୍ଶାର ଆକାର କମିଯାଏ, ବୃକକ୍ ଫୁଲିଯାଏ ଏବଂ ସେତା ଦେଖାଯାଏ I ମା'ସରେ ଏବଂ ରକ୍ତରେ ରକ୍ତକ୍ଷରଣ ଦେଖାଯାଏ । ଲକ୍ଷଣ ଦେଖି ଏହି ରୋଗ ଚିହ୍ନଟ ହୋଇଥାଏ । ରକ୍ତ ପରୀକ୍ଷା ଦ୍ଵାରା ମଧ୍ୟ ଏହି ରୋଗ ଜଣାପଡ଼େ ।

  • ଚିକିତ୍ସା–

ଏହି ରୋଗର କୌଣସି ଚିକିତ୍ସା ନାହିଁ । ଏହି ରୋଗ ନ ହେବା ପାଇଁ କୁକୁଡ଼ାମାନଙ୍କୁ ଟୀକା ଦେବା ନିହାତି ଦରକାର । କୁକୁଡ଼ା ଫାର୍ମରେ ଜୈବ ସୁରକ୍ଷା ପ୍ରତି ଧାନ ଦେଲେ ଏହି ରୋଗକୁ କେତେକାଂଶରେ ପ୍ରତିହତ କରାଯାଇପାରେ । ଏହି ରୋଗ ହେଲାବେଳେ ଫାର୍ମରେ ବେଶୀ କୁକୁଡ଼ା ରଖିବା ଉଚିତ୍ ନୁହେଁ ଏବଂ ଫାର୍ମକୁ ସଫା କରି କିଛି ଦିନ ପର୍ଯ୍ୟନ୍ତ କୁକୁଡ଼ା ମୁକ୍ତ କରି ରଖିବା ଦରକାର । ଅଣ୍ଡା ପାଇଁ ଏବଂ ମାଂସ ପାଇଁ କୁକୁଡ଼ା ମାନଙ୍କୁ ୧୪ ରୁ ୧୮ ଦିନ ବୟସରେ ଆବିଡ଼ି ଇଣ୍ଟରମିଡ଼ିଏଟ୍ ଷ୍ଟ୍ରେନ୍ ଟୀକା ଆଖିରେ ଦେବା ଦରକାର କିମ୍ବା ୦.୧ ମିଲିଲିଟରରେ କୁକୁଡ଼ା ପ୍ରତି ପାଣିରେ ମିଶାଇଦିଆଯାଇଥାଏ । କିନ୍ତୁ ଅଣ୍ଡା ଦିଆ କୁକୁଡ଼ାମାନଙ୍କୁ ଏହି ଟୀକାକୁ ଆଉଥରେ, ୨୮ ରୁ ୩୨ ଦିନ ଏବଂ ୪୨ ରୁ ୪୬ ଦିନରେ ପାଣିରେ ଦେବା ଦରକାର ।

ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ କୁକୁଡ଼ାମାନଙ୍କୁ ଲିଭାମିସିଲ୍ ସନ୍ଧ୍ୟାବେଳେ ୨-୩ ଦିନ ଦେବା ଦରକାର । ଏଥିସହିତ ଭିଟାମିନ୍ ଇ ଖାଇବାକୁ ଦେଲେ ମଧ୍ୟ ଉପକାର ମିଳିଥାଏ ।

କୃମିଜନିତ ରୋଗ

ଗୋଲକୃମି

ଏହି କୃମିମାନେ ଏବଂ ଏମାନଙ୍କର ଅଣ୍ଡାଗୁଡ଼ିକ ମଧ୍ୟ ଝାଡ଼ାରେ ଦେଖାଯାଆନ୍ତି । ଏହି ରୋଗ ହେଲେ କୁକୁଡ଼ାମାନଙ୍କର ଅଣ୍ଡା ଉତ୍ପାଦନ ହ୍ରାସ ପାଏ । ଖାଦ୍ୟ ଖାଇବା କମିଯାଏ । ଅତ୍ୟଧିକ ପରିମାଣରେ କୃମିମାନେ କ୍ଷୁଦ୍ରାନ୍ତ ଭିତରେ ରହି ଏହାକୁ ବନ୍ଦ କରିଦେବା ଫଳରେ କୁକୁଡ଼ାମାନେ ମରିଯାଆନ୍ତି ଗୋଟିଏ ମଲା କୁକୁଡ଼ାକୁ କାଟି ଦେଖିଲେ, କୃମିମାନେ କୁକୁଡ଼ାର କ୍ଷୁଦ୍ରାନ୍ତ ଭିତରେ ଦେଖାଯାଆନ୍ତି ।

  • ଚିକିତ୍ସା -

ପାଇପେରାଜିନ୍ କିମ୍ବା ହେଲମାସିଡ୍ ପ୍ରଭୃତି ଔଷଧକୁ ଗୋଟିଏ ବଡ଼ କୁକୁଡ଼ାକୁ ଅଧା ଶିଶି କରି ଖାଇବାକୁ ଦେଲେ କୃମିମାନେ ମରିଯାଆନ୍ତି ତେଣୁ ଅଣ୍ଡାଦିଆ କୁକୁଡ଼ାମାନଙ୍କୁ ପ୍ରତିମାସରେ ତାଙ୍କର ଠିକ୍ ଅନୁପାତ ହିସାବରେ ଥରେ ଖାଇବାକୁ ଦେବା ଉଚିତ୍ ।

ଫିତା କୃମି

ଏହି ରୋଗରେ କୃମିମାନେ ପେଟ ଭିତରେ ଅନ୍ତନାଳୀରେ ଥାଆନ୍ତି । ଏମାନେ ରହିବା ଦ୍ଵାରା କୁକୁଡ଼ାଙ୍କ ଶରୀରରୁ ରକ୍ତ ଶୋଷି ଖାଇଯାଆନ୍ତି । ଯାହାଫଳରେ କୁକୁଡ଼ାମାନଙ୍କ ଠାରେ ରକ୍ତହୀନତା ରୋଗ ଦେଖାଯାଏ ଓ ତାଙ୍କର ଓଜନ କମିଯାଏ । ଅଣ୍ଡା ଉତ୍ପାଦନ ହ୍ରାସ ପାଏ । ଗୋଟିଏ ମଲା କୁକୁଡ଼ାକୁ କାଟି ଦେଖିଲେ, ଏମାନଙ୍କ ଅନ୍ତନାଳୀ ମଧ୍ୟରେ ଏହି କୃମି ଖାଲି ଆଖିରେ ଦେଖାଯାଆନ୍ତି ।

  • ଚିକିତ୍ସା  -

ଏହି ରୋଗକୁ ବିଭିନ୍ନ ଔଷଧ ଯଥା – ବୁଟିନୋ ଭେଟ, ଡାଇସିସ୍ଟାଲ ଟେନିଲ ପ୍ରଭୃତି ଔଷଧ ଦେଇ ଭଲ କରାଯାଇଥାଏ।

କକ୍‌ସିଡ଼ିଆ ରୋଗ

ଏହା ଏକ ପ୍ରକାର ଆଇମେରିଆ ନାମକ ପ୍ରୋଟୋଜୋଆ ଦ୍ଵାରା ହୋଇଥାଏ । ଏହା କୁକୁଡ଼ାମାନଙ୍କର ଏକ ପ୍ରଧାନ ରୋଗ ଅଟେ । କୁକୁଡ଼ା ଏହି ରୋଗର ଆକ୍ରାନ୍ତ ହେବାର ୪-୬ ଦିନ ମଧ୍ୟରେ ରୋଗ ବାହାରକୁ ଜଣାପଡ଼େ ।

  • ଲକ୍ଷଣ

ଏହି ରୋଗ ହେଲେ, କୁକୁଡ଼ାମାନେ ରକ୍ତହୀନତା ଭୋଗ କରି ବାହାରକୁ ଶେତା ପଡ଼ିଯିବା ପରି ଦେଖାଯାଆନ୍ତି । ନିସ୍ତେଜ ହୋଇ ଏକାଠି ବସି ରହନ୍ତି, ରକ୍ତଝାଡ଼ା ହୋଇଥାଏ । ଶରୀର ବୁଦ୍ଧି ଅତିମାତ୍ରାରେ ହ୍ରାସ ପାଇ ଓଜନ କମିଯାଏ । କୁକୁଡ଼ାମାନେ ବହୁତ ହାଲୁକା ହୋଇଯାଆନ୍ତି । ଅଣ୍ଡା ଦିଆ କୁକୁଡ଼ାମାନଙ୍କର ଅଣ୍ଡାଦେବା ଶକ୍ତି କମିଯାଏ ଓ ଅଣ୍ଡା ଉତ୍ପାଦନ କମିଯାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା କୁକୁଡ଼ାମାନଙ୍କୁ କାଟି ଦେଖିଲେ, ପେଟ ଭିତରେ ଅନ୍ତନାଳୀ ସବୁ ବହୁତ ଜୋରରେ ଫୁଲିଯାଇ ଥାଆନ୍ତି ଏବଂ ଏହା ଭିତରେ ରକ୍ତମିଶା ଝାଡ଼ା ରହିଥାଏ ଓ ଅନ୍ତଃନଳୀର ଭିତର ପଟେ ଛୋଟ, ଧଳା, ଲାଲ ବିନ୍ଦୁମାନ ରହିଥାଏ ।

  • ଚିକିତ୍ସା

ଏହି ରୋଗକୁ ଭଲ କରିବା ପାଇଁ ଅନେକ ପ୍ରକାର ଔଷଧ ବଜାରରେ ମିଳୁଛି । ଯଥା –

  1. ଆଂପ୍ରୋଲ, ଏହାକୁ ପାଣିରେ ତିନିଦିନ ଦେଇ ଆଂପ୍ରୋଲ ପୁସ୍ ୫ ଦିନ ଦିଆଯାଏ,
  2. ୨୫% ଆଫ୍ରେଲ ୫୦୦ ଗ୍ରାମ୍ ଏକ ଟନ୍ ଦାନାରେ ମିଶାଇ ଖାଇବାକୁ ଦିଆଯାଏ ।

ଏହିପରି ଅନ୍ୟ ଔଷଧ ଯଥା - ବାଇଫଧୁରାନ, ସଲମେଣ୍ଟ, ଷ୍ଟିନୋରଲ ଫୁରାସଲ ପ୍ରଭୃତି ବଜାରରେ ମିଳୁଅଛି । ପ୍ୟୁରାସଲ କିମ୍ବା ଷ୍ଟିନୋଗଲ ଆଶୁ ଚିକିତ୍ସାରୂପେ ଏକ ଗ୍ରାମକୁ ଏକ ଲିଟର ପାଣିରେ କୁକୁଡ଼ାଙ୍କୁ ଦେଇ ନିକଟସ୍ଥ ପଶୁ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ଏହାଛଡ଼ା ସୁପରକକ୍‌ସ କିମ୍ବା ରାନ୍‌କକ୍ସ ଔଷଧ ପାଣିରେ ଦେଲେ ଏହି ରୋଗ ଭଲ ହୋଇଯାଏ ।

କୁକୁଡ଼ାମାନଙ୍କର ଉଙ୍କୁଣୀ, ମାଇଟ୍ ଓ ଟିଙ୍କ

କୁକୁଡ଼ାମାନଙ୍କର ଦେହରେ ଏଗୁଡ଼ିକ ହେଲେ, ଏମାନେ ଦେହ ସଲସଲ କରିବା ଫଳରେ କୁକୁଡ଼ାମାନେ ଶାନ୍ତିରେ ରହିପାରନ୍ତି ନାହିଁ ଏବଂ ଏହାଦ୍ଵାରା ଗୋଟିଏ କୁକୁଡ଼ା ଅନ୍ୟ କୁକୁଡ଼ାକୁ ଖୁମ୍ପି ଖଣ୍ଡିଆ କରି ଦେଇଥାଏ ।

  • ଚିକିତ୍ସା

ମାଲା ଥାଆନ ୦.୫% ଏକ ଗାଲନ ପାଣିରେ ମିଶାଇ ୧୦୦୦ ବର୍ଗଫୁଟ ଜାଗାରେ ଘରର ଛାତ, କାନ୍ଥ, ଅଣ୍ଡା ଦିଆ ବସା, ଖତ ଏବଂ କୁକୁଡ଼ାଙ୍କ ଦେହରେ ସ୍ପ୍ରେ କରିଦେଲେଏମାନେ ମରିଯାଆନ୍ତି । ଏହି ଚିକିତ୍ସା ପ୍ରତିମାସରେ ଥରେ କରିବା ଉଚିତ୍ । ଏମାନେ ସମୂଳେ ନଷ୍ଟ ହୋଇଯିବା ପର୍ଯ୍ୟନ୍ତ ଏହା କରିବା ଦରକାର ।

ଜୀବସାର ଅଭାବ ଜନିତ ରୋଗ

ଜୀବସାର ''

ଜୀବସାର 'କ' ବା ଭିଟାମିନ୍ ‘ଏ’ ଅଭାବ ହେଲେ କୁକୁଡ଼ା ମାନଙ୍କର ନିମ୍ନଲିଖିତ ଲକ୍ଷଣମାନ ଦେଖାଯାଏ । ବଡ଼ କୁକୁଡ଼ାମାନଙ୍କର ଓଜନ କମିଯାଇ କୁକୁଡ଼ାମାନେ ଶୁଖିଯାଆନ୍ତି । ରୁମ ସବୁ ଝଡ଼ିପଡ଼େ କିମ୍ବା ପରର ଚିକ୍କଣ ଅଂଶ ନଷ୍ଟ ହୋଇଯାଏ । ଅଣ୍ଡା ଉତ୍ପାଦନ ହ୍ରାସ ପାଏ । ଆଖି ଫୁଲିଯାଏ । ବେଳେ ବେଳେ ଅନ୍ଧ ମଧ୍ୟ ହୋଇଯାଆନ୍ତି । ଅଣ୍ଡାରୁ ଛୁଆ ଫୁଟିବା ଶକ୍ତି କମିଯାଏ । କିନ୍ତୁ ଛୋଟ ଛୁଆମାନଙ୍କର ଶରୀର ବୃଦ୍ଧି ହ୍ରାସ ପାଏ । ଛୁଆମାନେ ଘୁମାଇବା ଭଳି ନିୟୋଜ ରହନ୍ତି । ଦୁର୍ବଳିଆ ହୋଇ ଯାଆନ୍ତି । ଶେତା ପଡ଼ିଯାଆନ୍ତି ଓ ବେଳେବେଳେ ବାତ ମାରିଲା ପରି ହୁଅନ୍ତି । ଆଖିରୁ ପାଣି ବହେ ଓ ନଳୀ ଗୋଡ଼, ଶେତା ପଡ଼ିଯାଏ ।

  • ଚିକିତ୍ସା –

ବଜାରରେ ମିଳୁଥିବା ଭିଟାମିନ୍ ‘ଏ’ ପାଣିରେ କିମ୍ବା ଦାନାରେ ମିଶାଇ କୁକୁଡ଼ାକୁ ଖାଇବାକୁ ଦେବା ଉଚିତ୍ ।

ଜୀବସାର ''

ଭିଟାମିନ୍ ବି' ର ଅଭାବରେ କୁକୁଡ଼ାମାନଙ୍କର ଖାଇବା କମିଯାଏ ଓ ଓଜନ ମଧ୍ୟ କମିଯାଏ । ଗୋଡ ଦୁର୍ବଳିଆ ହୋଇ କୁକୁଡ଼ାମାନେ ‘ଛୋଟା ହୋଇଯାଆନ୍ତି । ବେଳେବେଳେ ପଡ଼ିରହନ୍ତି ଯେ ଉଠିପାରନ୍ତି ନାହିଁ । ବେକ ଉପରକୁ ଟେକି ଠିଆ ହୁଅନ୍ତି, ଧିରେଧିରେ ନିଶ୍ଵାସ ନିଅନ୍ତି । ବେଳେବେଳେ ଝାଡ଼ା ହୋଇଥାଏ ଏବଂ ଗୋଡର ଆଙ୍ଗୁଳି ସବୁ ବଙ୍କା ହୋଇଯାଏ । ଅଣ୍ଡା ଉତ୍ପାଦନ ହ୍ରାସ ପାଏ । ସମୟେ ସମୟେ ଗୋଡର ଗଣ୍ଠି ସବୁ ଫୁଲିଯାଏ, ଭଲ ପର ଉଠେ ନାହିଁ । ଶରୀରର ଚମଡ଼ା ଫୁଲିଯାଏ ଏବଂ ବେଳେବେଳେ କୁକୁଡ଼ାମାନେ ଡେଇଁ ଡେଇଁକା ଚାଲନ୍ତି ଏବଂ ଚାଲିବାର କିଛି ଢଙ୍ଗ ନଥାଏ । ରକ୍ତହୀନତା ମଧ୍ୟ ଦେଖା ଦେଇଥାଏ । ଅଣ୍ଡାରୁ ଛୁଆ ଫୁଟିବା ଶକ୍ତି ମଧ୍ୟ କମିଯାଏ ।

  • ଚିକିତ୍ସା –

ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ‘ବି’କମ୍ପ୍ଲେକ୍ସକୁ ୧୫-୨୦ ମିଲିଲିଟର ହିସାବରେ ୧୦୦ ଛୁଆଙ୍କ ପ୍ରତି ୮-୧୦ ଦିନ ଅନ୍ତରରେ ଖାଇବାକୁ ଦେଲେ ଏହି ରୋଗ ଭଲ ହୋଇଯାଏ  ।

ଜୀବସାର ଘ

ଜୀବସାର ‘ଘ’ ବା ଭିଟାମିନ୍ ଡି" ର ଅଭାବ ହେଲେ କୁକୁଡ଼ା ମାନଙ୍କର ବୃଦ୍ଧି ଘଟେ ନାହିଁ । ଗୋଡ଼ ଦୁର୍ବଳିଆ ହୋଇଯାଇ ବଙ୍କା ହୋଇଯାଏ । ଅଣ୍ଡା ଦିଆ କୁକୁଡ଼ାଙ୍କର ଅଣ୍ଡାର ଖୋଳ ବହୁତ ପତଳା ବା ମାନ କମିଥାଏ । ପରେ ଭଲ ଉଠେ ନାହିଁ ।

  • ଚିକିତ୍ସା –

ବଜାରରେ ମିଳୁଥିବା ଏହି ଭିଟାମିନ୍କୁ  ପାଣିରେ କିମ୍ବା ଦାନାରେ ମିଶାଇ ଖାଇବାକୁ ଦେଲେ ଏହି ରୋଗ ଭଲ ହୋଇଯାଏ ।

ଖଣିଜ ପଦାର୍ଥ ଅଭାବ ଜନିତ ରୋଗ

କ୍ୟାଲ୍‌ସିୟମ୍ ବା ଚୂନ

ଏହାର ଅଭାବରେ କୁକୁଡ଼ାଙ୍କର ଗୋଡ଼ ଦୁର୍ବଳ ହୋଇଯାଏ । ଅଣ୍ଡାଦିଆ କୁକୁଡ଼ାମାନଙ୍କର ଖୋଳ ଶକ୍ତ ନ ହୋଇ ନରମ ବା ପତଳା ହୋଇଯାଏ । ଗୋଡ ବଙ୍କା ହୋଇଯାଏ ଓ ଅଣ୍ଡା ଉତ୍ପାଦନ କମିଯାଏ ।

  • ଚିକିତ୍ସା–

ଦାନାରେ ଶାମୁକା ଗୁଣ୍ଡ ମିଶାଇ ଖାଇବାକୁ ଦେଲେ ଏହା ଭଲ ହୋଇଯାଏ ।

ମାଙ୍ଗାନିଜ୍

ଏହାର ଅଭାବରେ କୁକୁଡ଼ାମାନେ ସାଧାରଣତଃ ଛୋଟା ହୋଇଯାଆନ୍ତି ଏବଂ ପକ୍ଷାଘାତରେ ଆକ୍ରାନ୍ତ ହୋଇଥାଆନ୍ତି । ଶରୀରର ହାଡ଼ ବହୁତ ପତଳା ହୋଇଯାଏ । ଦାନାରେ ମାଙ୍ଗାନିଜକୁ ଉପଯୁକ୍ତ ମାତ୍ରାରେ ଦେଇ ଏହି ରୋଗ ନିରାକରଣ କରାଯାଇଥାଏ ।

ଲୁଣ

ଏହାର ଅଭାବ ହେଲେ କୁକୁଡ଼ାଙ୍କର ଶରୀର ବୃଦ୍ଧି ହୋଇ ନଥାଏ । ବେଳେବେଳେ କୁକୁଡ଼ାମାନେ ନିଜ ନିଜ ଭିତରେ ଖୁମ୍ଫା ଖୁମ୍ପି ହୋଇ ଖଣ୍ଡିଆ ଖାବରା ହୋଇଥାଆନ୍ତି । ଲୁଣର ମାତ୍ରା ଅଧିକ ହୋଇଗଲେ କୁକୁଡ଼ାମାନଙ୍କର ଝାଡ଼ା ରୋଗ ହୋଇଥାଏ ଓ ପେଟରେ ପାଣି ଜମି ପେଟ ଫୁଲିଯାଏ, ଫଳରେ କୁକୁଡ଼ାମାନେ ମରିଯାଆନ୍ତି । ତେଣୁ କୁକୁଡ଼ା ଦାନାରେ ଉପଯୁକ୍ତ ମାତ୍ରାରେ ଲୁଣ ମିଶାଇ ଖାଇବାକୁ ଦେଲେ ଏହି ପ୍ରକାର ଜଟିଳତା ଦୂର ହୋଇଯାଏ ।

ଅଣ୍ଡା ଦେଉଥିବା କୁକୁଡ଼ାଙ୍କୁ ଟୀକା ଦେବାର ନିୟମାବଳୀ

ବୟସ

ଟୀକାର ନାମ

ଟୀକା ଦେବା ପଦ୍ଧତି

ଚିଆଁଙ୍କର ପ୍ରଥମ ଦିନ ବାଅଣ୍ଡା ଫୁଟିବା ଦିନ

ମରେକ୍ସ ଟୀକା

ବେକତଳ  ଚମଡ଼ାରେ

ପଞ୍ଚମ ଦିନଠାରୁ ସପ୍ତମ ଦିନବୟସ ମଧ୍ୟରେ

ରାଣୀକ୍ଷେତଏଫ୍ ଅନୁଯାତି ଟୀକାକିମ୍ବା ରାଣିକ୍ଷେତ ଲାସେଟାଅନୁଜାତି ଟୀକା

ନାକ ପୁଡାରେ ପିଇବା ପାଣିରେ

୧୪-୧୮ ଦିନ ବୟସ ମଧ୍ୟରେ

ଗ୍ରୁମ୍ବ୍ରୋ ଟୀକା

ଆଖିରେ ଡ୍ରପର ସାହାଯ୍ୟରେ

୨୧-୨୮ ଦିନ ବୟସ ମଧ୍ୟରେ

ଆଇ.ବି. ଟୀକା

ଆଖିରେ ଡ୍ରପର ସାହାଯ୍ୟରେ

୩୦-୩୫ ଦିନ ବୟସ ମଧ୍ୟରେ

ରାଣୀକ୍ଷେତ ଏଫ୍ଅନୁଯାତିକିମ୍ବା ଲାସୋଟା

କାନ ପୁଡ଼ାରେ ପିଇବା ପାଣିରେ

୪୨-୪୯ ଦିନ ବୟସ ମଧ୍ୟରେ

କୁକୁଡ଼ା ବସନ୍ତ ଟୀକା

ଡେଣା ତଳେ, ଜଙ୍ଘ ଅଂଶରୁଲୋମ ଛିଣ୍ଡାଇ, ଟୀକା ଘସି ଦିଆଯାଏ, କିମ୍ବା ପାଦରେ ଫୋଡ଼ି କିମ୍ବା ମାଂସରେ ଟୀକା ଦିଆଯାଏ ।

୫୬-୭୫ ଦିନ ବୟସ ମଧ୍ୟରେ

ଆର୍.ଟୁ ବି. ଟୀକା

ଚମଡ଼ା ତଳେ ଇଂଜେକସନ ଭାବରେ

୧୪-୧୬ ସପ୍ତାହ ମଧ୍ୟରେ

ଆଇ.ବି. ଟୀକା" (୨ୟ ଥର)

ଆଖିରେ ପୂର୍ବପରି

୧୭-୧୮ ସପ୍ତାହ ମଧ୍ୟରେ

କୁକୁଡ଼ା ବସନ୍ତ ଟୀକା (୨ୟ ଥର)

ପୂର୍ବଭଳି

୧୯ - ୨୦ ସପ୍ତାହ ମଧ୍ୟରେ

ଆର୍.ଚ୍.ବି. ସହିତ ଆଇ.ବି.ଡ଼ି. ଟୀକା

ପୂର୍ବପରି ଇଞ୍ଜେକ୍ସନ୍ଭାବରେ

୩୫ - ୪୦ ସପ୍ତାହ ମଧ୍ୟରେ

ଆର୍.ଟୁ ବି. ସହିତ ଆଇ.ବି.ଡ଼ି. ଟୀକା

ପୂର୍ବପରି

 

ମାଂସ ପାଇଁ କୁକୁଡ଼ା ମାନଙ୍କ ନିମନ୍ତେ ଟୀକା ଦେବା ପଦ୍ଧତି

 

ଚିଆଁଙ୍କର ପ୍ରଥମ ଦିନବା ଅଣ୍ଡା ଫୁଟିବା ଦିନ

ମରେକ୍ସ ଟୀକା

ବେକ ପାଖ ଚମଡ଼ା ତଳେ ଇଂଜେକସନ ଭାବରେ

୫-୬ ଦିନ ବୟସରେ

ରାଣୀକ୍ଷେତ, ଏଫ୍ଲୁ ଅନୁଯାତି ନାକ ପୁଡ଼ାରେ ଟୀକା କିମ୍ବାରାଣୀକ୍ଷେତ ଲାସୋଟା ଅନୁଯାତି ଟୀକା

ନାକ ପୁଡାରେ

ପିଇବା ପାଣିରେ

୧୪-୧୮ ଦିନ ବୟସରେ

ଗୁମ୍ବ୍ରୋ ଟୀକା

ଆଖିରେ

୨୮-୩୦ ଦିନ ବୟସରେ

ରାଣୀକ୍ଷେତ, ଏଫ୍ ଅନୁଜାତି

କିମ୍ବା

ରାଣୀକ୍ଷେତ ଲାସୋଟା ଟୀକା

ନାକ ପୁଡ଼ାରେ

 

ପିଇବା ପାଣିରେ

୩୦-୩୫ ଦିନ ବୟସରେ

ଗୁମ୍ବ୍ରୋ ଟୀକା

ଆଖିରେ

୪୨-୪୯ ଦିନ ବୟସ ମଧ୍ୟରେ

କୁକୁଡ଼ା ବସନ୍ତ ଟୀକା

ଡେଣା ତଳେ କିମ୍ବା ଜଙ୍ଘରୁ ଲୋମଛିଣ୍ଡାଇ ଟୀକାକୁ ଘସି ଦିଆଯାଏ କିମ୍ବା ପାଦ ତଳେ ଛୁଞ୍ଚିରେ ଫୋଡ଼ି ଟୀକା ଦିଆଯାଏ କିମ୍ବା ମାଂସ ତଳେ ଦିଆଯାଏ ।

 

 

ଉପରର * ଚିହ୍ନିତ ରୋଗ ଫାର୍ମରେ ନ ଥିଲେଏହି ଟୀକା ଦେବା ଅନାବଶ୍ୟକ । ରୋଗ ଚିକିତ୍ସାପୂର୍ବରୁ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ ।

ଅଧିକ ଜାଣିବା ପାଇଁ http://www.ouat.nic.in

ସଂଗୃହିତ -

ମୂଳ ବିଷୟ ବସ୍ତୁ

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରବୀଣ କୁମାର ଦେହୁରୀ
  • ଡଃ ପ୍ରସନ୍ନ କୁମାରମିଶ୍ର

ସଂଶୋଧିତ ବିଷୟବସ୍ତୁ

  • ଡଃ ପ୍ରସନ୍ନ କୁମାର ମିଶ୍ର,ପ୍ରଫେସର, କୁକ୍କୁଟ ବିଜ୍ଞାନ ବିଭାଗ ଓୟୁଏଟି, ଭୁବନେଶ୍ଵର


Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate