କ୍ଵେଲ୍ ଚଢ଼େଇର ମାଂସ ଅତି ପୁଷ୍ଟିକର ଓ ସୁସ୍ଵାଦୁ । ଏହା ଦୁର୍ମୁଲ୍ୟ ହୋଇଥିବାରୁ ସାଧାରଣତଃ ବଡ଼ ବଡ଼ ହୋଟେଲମାନଙ୍କରେ ଖାଇବା ପାଇଁ ମିଳିଥାଏ । କିନ୍ତୁ ଆଜିକାଲି ଏହାକୁ କୁକୁଡ଼ା ପରି ଘରେ ପାଳନ କରି ଅନେକ ଲୋକ ଲାଭବାନ୍ ହେଉଛନ୍ତି ।
ସାଧାରଣତଃ ମାଈ ଗୁଣ୍ଡୁରି ଚଢ଼େଇ ଅଣ୍ଡିରା ଠାରୁ ଓଜନିଆ ଓ ଆକାରରେ ବଡ଼ ହୋଇଥାଏ । ଛୁଆ ଜନ୍ମ ହେଲା ବେଳକୁ ୬-୭ ଗ୍ରାମ, ବଡ଼ ହେଲେ ୧୫୦ - ୨୦୦ ଗ୍ରାମ୍ ଓଜନ ହୋଇଥାଏ । କ୍ଵେଲ୍ ୫ ସପ୍ତାହ ବୟସରେ ଅଣ୍ଡା ଦେବା ଆରମ୍ଭ କରେ ଓ ୧୦ ସପ୍ତାହ ବେଳକୁ ଶତକଡ଼ା ୮୦ ଭାଗ ଅଣ୍ଡା ଦେଇଥାଏ । ସ୍କେଲ୍ମାନେ ସାଧାରଣତଃ ଶତକଡ଼ା ୭୫ ଭାଗ ଅଣ୍ଡା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମରେ ଓ ଅବଶିଷ୍ଟ ୨୫ ଭାଗ ରାତିରେ ଦେଇଥାଆନ୍ତି ।
ଗୋଟିଏ ଅଣ୍ଡା ହାରାହାରି ୧୦ ଗ୍ରାମ୍ ଓଜନ ହୋଇଥାଏ । ଏହି ଅଣ୍ଡାର ରଙ୍ଗ ଛିଟା ହୋଇଥାଏ । ଆଜିକାଲି ଛିଟା ଅଣ୍ଡା ସ୍କେଲ ସହିତ ଧଳା ଅଣ୍ଡାଦିଆ କ୍ଵେଲ୍ ମିଧ ମିଳୁଅଛି । ବର୍ତ୍ତମାନ ଆମ ଦେଶରେ ଯେଉଁ କ୍ଵେଲ୍ ଚାଷୀମାନଙ୍କୁ ପାଳନ କରିବାକୁ ଯୋଗାଇ ଦିଆଯାଉଅଛି ତାକୁ ଜାପାନିଜ୍ କ୍ଵେଲ୍ କୁହାଯାଏ । ଏହା ଆମ ଦେଶରେ ପ୍ରଥମେ ଉତ୍ତର ପ୍ରଦେଶର ଇଜତ୍ ନଗରସ୍ଥିତ କେନ୍ଦ୍ରୀୟ ପକ୍ଷୀ ଅନୁସନ୍ଧାନ ସଂସ୍ଥାରେ ପାଳନ କରାଯାଇଥିଲା ।
କ୍ଵେଲ୍ ଛୁଆ ମିଳିବାର ସ୍ଥାନ -
ପ୍ରଜନନ
ମାଈ ଓ ଅଣ୍ଡିରା କୈମାନଙ୍କୁ ୧୦ ସପ୍ତାହ ବୟସ ହେଲେ ସେମାନେ ପ୍ରଜନନକ୍ଷମ ହୋଇଥାଆନ୍ତି ଏବଂ ଗୋଟିଏ ଅଣ୍ଡିରା କ୍ଵେଲ ୩ଟି ମାଈ କ୍ଵେଲ୍ ସହିତ ସଙ୍ଗମ କରିବା ପାଇଁ ଛଡ଼ାଯାଏ I ଛଅ ସପ୍ତାହ ବେଳକୁ ମାଈ କ୍ଵେଲ ମାନଙ୍କୁ ପ୍ରଜନନ ଘରେ ରଖାଯାଏ ।
କ୍ଵେଲ୍ ଛୁଆମାନଙ୍କୁ କୁକୁଡ଼ା ଛୁଆମାନଙ୍କ ପରି ଘରର ମେଜିଆ କିମ୍ବା ପିଞ୍ଜରାରେ ପାଳନ କରାଯାଇପାରେ । ଛୁଆ ଫୁଟିବା ଠାରୁ ଦୁଇ ସପ୍ତାହ ବୟସ ପର୍ଯ୍ୟନ୍ତ ବିଶେଷ ଯତ୍ନ ନେବା ଦରକାର ପଡ଼େ । କାରଣ ଏହି ସମୟ ମଧ୍ୟରେ ବୁଆ ମରିଯିବାର ବହୁତ ସମ୍ଭାବନା ଥାଏ । କ୍ଵେଲ୍ ଛୁଆର ଗୋଡ଼ ଅତି ସରୁ ଓ ସୂକ୍ଷ୍ମ । ତେଣୁ ଯଦି ଛୁଆମାନଙ୍କୁ ଘରର ମେଜିଆରେ କରତଗୁଣ୍ଡ ବା ଧାନଚଷୁ ବା ଅନ୍ୟ କୌଣସି । ଲିଟର ଉପରେ ପାଳନ କରାଯାଏ, ତେବେ ଏହା ଉପରେ ପ୍ରଥମେ ୭ ଦିନ ପାଇଁ ଗୋଟିଏ ଭାଙ୍ଗଯୁକ୍ତ କାଗଜ ବିଛାଇ ଦେବା ଉଚିତ୍ । ଏହି କାଗଜ ପକାଇଲେ ଛୁଆ ଚାଲିବା ବେଳେ ସେମାନଙ୍କର ଗୋଡ଼ ଖସିଯିବାର ସମ୍ଭାବନା ଥାଏ । ଯଦି ସମତଳ କାଗଜ ପକାଯାଏ, ତାହାହେଲେ ଗୋଡ଼ ଖସିଯାଇ ଛୁଆମାନେ ଛୋଟା ହୋଇଯାଆନ୍ତି ବା ପରେ ମରିଯାଆନ୍ତି ।
ଉତ୍ତାପ -
କୁକୁଡ଼ା ଛୁଆପରି କ୍ଵେଲ୍ ଛୁଆମାନେ ପ୍ରଥମ ୧ ମାସ ଭଭାପ ଦରକାର କରିଥାଆନ୍ତି । ଆରମ୍ଭରୁ ଯେଉଁ ଘରେ ଛୁଆମାନଙ୍କୁ ରଖାଯାଏ ସେ ଘରର ଉଭାପ ୧୦୦ ଡିଗ୍ରୀ ଫାରେହିଟ୍ ହେବା ଦରକାର । ତା ପରେ ଆସ୍ତେ ଆସ୍ତେ ଉତ୍ତାପ କମାଇ ତୃତୀୟ ସପ୍ତାହ ବେଳକୁ ୭୦ ଡିଗ୍ରୀ ଫାରେନହିଟକୁ ଅଣାଯିବା ଉଚିତ୍ ।
ଏହି ଛୁଆମାନଙ୍କର ଘର ସରୁ ସରୁ ତାରଜାଲି ଦ୍ଵାରା ନିବୁଜ କରି ରଖିଲେ ଏହା ଭିତରେ ମୂଷା ପଶିପାରନ୍ତି ନାହିଁ ବା ଛୁଆମାନେ ଉଡ଼ିପାରନ୍ତି ନାହିଁ । ସାଧାରଣତଃ ୩ ସପ୍ତାହ ବୟସ ପର୍ଯ୍ୟନ୍ତ ୭୫ ବର୍ଗ ସେ.ମି. ମେଜିଆ ଜାଗା ଗୋଟିଏ କ୍ଵେଲ୍ ବୁଆ ଦରକାର କରିଥାଏ । କିନ୍ତୁ ୩ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଯଦି ପିଞ୍ଜରାରେ ରଖାଯାଏ, ତାହାହେଲେ ଗୋଟିଏ କ୍ଵେଲ୍ ଛୁଆ ୧୫୦-୧୭୫ ବର୍ଗ ସେ.ମି. ଦରକାର କରିଥାଏ । କିନ୍ତୁ ଘରେ ତଳେ ଡିପୂଲିଟରରେ ରଖିଲେ ୨୦୦-୨୫୦ ବର୍ଗ ସେ.ମି. ଜାଗା ଦରକାର କରିଥାଏ । ସାଧାରଣତଃ ଗୋଟିଏ ବର୍ଗଫୁଟ ଜାଗାରେ ୫-୬ଟି କ୍ଵେଲ୍ ପକ୍ଷୀ ଆରାମରେ ରହିପାରନ୍ତି । ଉତ୍ତାପ ପାଇଁ ଇଲେକ୍ଟ୍ରିକ ବଲ୍ବ ବ୍ୟବହାର କରାଯାଇପାରେ ।
ଏମାନଙ୍କୁ ସୁଷମ ଦାନା ଦେବା ଦରକାର । ପ୍ରଥମ ୩ ଦିନ ଦାନାକୁ କାଗଜ ଉପରେ ବିଛାଇ ଦେଲେ ଭଲ । ତା ପରେ ପାତ୍ରରେ ଦାନା ଦେବା ଦରକାର । ବଜାରରେ ମିଳୁଥିବା ଢାବଲ ପଟାରେ ସ୍କେଲ୍ମାନଙ୍କ ପାଇଁ ଖାଦ୍ୟ ପାତ୍ର ତିଆରି କରାଯାଇପାରେ । ଗୋଟିଏ କ୍ଵେଲ୍ ପାଇଁ ୨-୩ ସେ.ମି. ଲମ୍ବ ଖାଦ୍ୟ ଜାଗା ଦରକାର ହୋଇଥାଏ ।
କ୍ଵେଲ୍ ପକ୍ଷୀଙ୍କୁ ପାଣି ଦେବା ପାଇଁ ବଜାରରେ ମିଳୁଥିବା ଜଳଧାନୀ ବ୍ୟବହାର କରାଯାଇପାରେ । ଜଳଧାନୀ ଘରେ ମଧ୍ୟ ତିଆରି ହୋଇପାରିବ । ସେଥିପାଇଁ ଗୋଟିଏ ଛୋଟ ରସ ଥାଳିଆ ଓ ଖାଲି ଟିଣ ଜବା ଦରକାର । ଟିଣ ଡବାର ଖୋଲମୁହଁରୁ ୧/୪ ଇଞ୍ଚ ଛାଡ଼ି ଦୁଇ କଡ଼ରେ ଦୁଇଟି ଛୋଟ କଣା କରିଦେବ । ତା ପରେ ଟିଣ ଡବାରେ ପାଣି ଭର୍ତ୍ତି କରି ରସ ଆଳିଆକୁ ଘୋଡ଼ାଇ ଡବାଟିକୁ ଓଲଟାଇ ଦେବେ । ସାଧାରଣତଃ ୩ ସପ୍ତାହ ପର୍ଯ୍ୟନ୍ତ ୧ ସେ.ମି. ଓ ୪ ସପ୍ତାହରୁ ଊର୍ଦ୍ଧ୍ଵ କ୍ଵେଲ ମାନଙ୍କ ପାଇଁ ୧.୫-୨.୦ ସେ.ମି. ପାଣି ଜାଗା ଦରକାର ହୋଇଥାଏ । ଯେତେବେଳେ କ୍ଵେଲ୍ ଛୁଆମାନେ ବଡ଼ ହୋଇଯିବେ, ସେତେବେଳେ କୁକୁଡ଼ାମାନଙ୍କ ପାଣି ଦେବା ପାତ୍ରରେ ପାଣି ଦେଲେ ଭଲ ।
ଆଲୋକ -
ଦୁଇ ସପ୍ତାହ ପର୍ଯ୍ୟନ୍ତ ୨୪ ଘଣ୍ଟା ଓ ୩ ସପ୍ତାହ ଶେଷବେଳକୁ ୧୨ ଘଣ୍ଟା ଆଲୋକ ଦରକାର ହୋଇଥାଏ । ଯଦି ଶୀଘ୍ର ଅଣ୍ଡାଦେବାକୁ ଦରକାର ହେଉଥାଏ, ତାହାଲେ କ୍ଵେଲ ମାନଙ୍କୁ ୨୪ ଘଣ୍ଟା ଆଲୋକରେ ୬ ସପ୍ତାହ ପର୍ଯ୍ୟନ୍ତ ରଖାଯିବା ଦରକାର । ଆଠ ଘଣ୍ଟା ଆଲୋକ ଓ ୧୬ ଘଣ୍ଟା ଅନ୍ଧାରରେ କ୍ଵେଲ ମାନଙ୍କୁ ବିକ୍ରୀ କରିବାର ୮ ରୁ ୧୦ ଦିନ ପୂର୍ବରୁ ରଖିଲେ ସେମାନଙ୍କର ଶରୀର ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ମୁକ୍ତ ବାୟୁ ଚଳାଚଳ ଓ ପରିଷ୍କାର ପରିଚ୍ଛନ୍ନତା କ୍ଵେଲ୍ ଘରେ ରହିଲେ, ତାହା ସେମାନଙ୍କର ଶରୀର ଓଜନ ଶୀଘ୍ର ବଢ଼ିବାରେ ସାହାଯ୍ୟ କରିଥାଏ । ସ୍କେଲ୍ମାନଙ୍କର ଥଣ୍ଟ ଅତି ମୁନିଆ ହୋଇଥିବାରୁ, ସେମାନେ ପରସ୍ପର ଭିତରେ ଝଗଡ଼ା କରି ଖଣ୍ଡିଆ ହୋଇଥାଆନ୍ତି । ତେଣୁ ଥଣ୍ଟକୁ ୩-୪ ସପ୍ତାହ ଭିତରେ କାଟି ଦେବା ଦରକାର ।
ଖାଦ୍ୟ -
କ୍ଵେଲ ମାନଙ୍କ ଠାରୁ ଅଧିକ ମାଂସ ବା ଅଣ୍ଡା ପାଇବା ପାଇଁ ସେମାନଙ୍କୁ ସୁଷମ ଖାଦ୍ୟ ଦେବା ଦରକାର । ଗୋଟିଏ କ୍ଵେଲ୍ ୫ ସପ୍ତାହ ପର୍ଯ୍ୟନ୍ତ ୪୦୦ ଗ୍ରାମ୍ ଦାନା ଦରକାର କରିଥାଏ । ଗୋଟିଏ କ୍ଵେଲ୍ ଜନ୍ମ ହେବାଠାରୁ ୫ ସପ୍ତାହ ବୟସ ପର୍ଯ୍ୟନ୍ତ ଗୋଟିଏ ଗ୍ରାମ୍ ଶରୀର ଓଜନ ବୃଦ୍ଧି ପାଇଁ ୩-୪ ଗ୍ରାମ୍ ଦାନା ଦରକାର ହୋଇଥାଏ । କିନ୍ତୁ ଅଷ୍ଠାଦିଆ କ୍ଵେଲ୍ ଅଣ୍ଡାଦେବା ସମୟରେ ଗୋଟିଏ ଗ୍ରାମ୍ ଅଣ୍ଡା ପାଇଁ ୩ ଗ୍ରାମ୍ ଓଜନ ଦାନା ଦରକାର ହୋଇଥାଏ । ସାଧାରଣତଃ ତିନି ପ୍ରକାର ଦାନା ଢ଼େଲମାନଙ୍କ ପାଇଁ ଦରକାର ହୋଇଥାଏ । ପ୍ରାରମ୍ଭିକ ବା ଷ୍ଟାଟର ଦାନା ୧ ରୁ ୩ ସପ୍ତାହ ପର୍ଯ୍ୟନ୍ତ, ପ୍ରବଦ୍ଧକ ଦାନା ୪ ରୁ ୫ ସପ୍ତାହ ପର୍ଯ୍ୟନ୍ତ ଏବଂ ଅଣ୍ଡାଦିଆ ବା ପ୍ରଜନନକ୍ଷମ ଦାନା ୫ ସପ୍ତାହରୁ ଭଦ୍ଧି ପାଇଁ ଦରକାର ହୋଇଥାଏ । ସ୍କେଲ୍ମାନଙ୍କର ଦାନାର ପରିମାଣ ସ୍କେଲ୍ର ବୟସ ଏବଂ ପ୍ରକାର ଉପରେ ନିର୍ଭର କରିଥାଏ । କେଉଁ ସପ୍ତାହରେ କ୍ଵେଲ୍ କେତେ ଦାନା ଦରକାର କରିଥାଏ ତାହା ନିମ୍ନରେ ଦିଆଗଲା ।
ବୟସ (ସପ୍ତାହ) |
ଦିନକୁ ପ୍ରତି କ୍ଵେଲ ପିଛା ଦାନାର ପରିମାଣ |
୧ |
୫ ଗ୍ରାମ୍ |
୨ |
୧୨ ଗ୍ରାମ୍ |
୩ |
୧୫ ଗ୍ରାମ୍ |
୪ |
୧୮ ଗ୍ରାମ୍ |
୫ |
୨୦ ଗ୍ରାମ୍ |
୬ ଏବଂ ଊର୍ଦ୍ଧ୍ଵ |
୨୫ ଗ୍ରାମ୍ |
ଦାନାକୁ ଶୁଖିଲା ଯାଗାରେ ଯତ୍ନର ସହିତ ସାଇତି ରଖିବା ଦରକାର । ଦାନରେ ଫିମ୍ପି ନ ହେବା ପାଇଁ ପ୍ରତି ୧ ଟନ୍ ଦାନାରେ ୨ କିଲୋଗ୍ରାମ୍ କ୍ୟାଲସିୟମ୍ ପ୍ରୋପିଓନେଟ ମିଶାଇବା ଦରକାର । ଦାନାକୁ ବେଶୀଦିନ ସାଇତି ରଖିବା ଉଚିତ୍ ନୁହେଁ ।
କ୍ଵେଲମାନଙ୍କୁ ସାଧାରଣତଃ ରୋଗ ହୁଏ ନାହିଁ । କିନ୍ତୁ ହଠାତ୍ ଜଳବାୟୁ ପରିବର୍ତ୍ତନ ହେଲେ ସେମାନଙ୍କର କିଛିଟା ଅସୁବିଧା ଦେଖାଦିଏ । କ୍ଵେଲ ମାନେ ସାଧାରଣତଃ ଫିମ୍ପି ଜାତୀୟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ତାକୁ ବ୍ରଡ଼ର ନିମୋନିଆ କୁହାଯାଏ । ଯେତେବେଳେ କ୍ଵେଲ୍ ଘରର ଆର୍ଦ୍ରତା ବୃଦ୍ଧିପାଏ, ସେତେବେଳେ ଏହି ରୋଗ ହୋଇଥାଏ । ତେଣୁ ଏହି ରୋଗକୁ ଭଲ କରିବା ପାଇଁ ଘରର ଆର୍ଦ୍ରତାକୁ କମାଇବାକୁ ପଡ଼େ ଓ ପ୍ରତି କେଜି ଦାନା ସହିତ ୨ ଗ୍ରାମ୍ କ୍ୟାସିୟମ୍ ପ୍ରୋପିଓନେଟ୍ ମିଶାଇ ଖାଇବାକୁ ଦିଆଯାଏ । କପର ସଲ୍ଫେଟ୍ ୧ ଗ୍ରାମ୍ ୨ ଲିଟର ପାଣିରେ ମିଶାଇ ପିଇବାକୁ ଦେଲେ ରୋଗ ଭଲ ହୋଇଯାଏ । ।
କ୍ଵେଲମାନଙ୍କ ଅନ୍ତନଳୀରେ ଘାଆ ରୋଗ ହୋଇଥାଏ । ଏହି ରୋଗର ନିରାକରଣ ପାଇଁ ଏକ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ଗୋଟିଏ ଲିଟର ପାଣିରେ ମିଶାଇ ୩ ଦିନ ପିଇବାକୁ ଦେଲେ ଏହି ରୋଗ ଭଲ ହୋଇଯାଏ ।
ଉପରୋକ୍ତ ରୋଗ ବ୍ୟତୀତ ଯେଉଁ ସବୁ ମୁଖ୍ୟ ରୋଗ କ୍ଵେଲମାନଙ୍କୁ ହୁଏ ତାହା ନିମ୍ନରେ ଦିଆଗଲା ।
ଏହା ଏକ ଅନ୍ତନଳୀ ରୋଗ ଏବଂ ଏହି ରୋଗ ସାଧାରଣତଃ କମ୍ ବୟସର କ୍ଵେଲ ମାନଙ୍କ ଠାରେ ଦେଖାଯାଇଥାଏ । ସଂକ୍ରମିତ ଖାଦ୍ୟ ଖାଇଲେ ଏହି ରୋଗ ବ୍ୟାପିଥାଏ । ଏହା ଏକ ଜୀବାଣୁ ଜନିତ ରୋଗ ଅଟେ । ଏହି ରୋଗ ହଠାତ୍ ହେଲେ ବେଳେବେଳେ ଶତକଡ଼ା ୧୦୦ ଭାଗ କ୍ଵେଲ ମରିଯାଆନ୍ତି । ଯେଉଁ ସ୍କେଲମାନଙ୍କୁ ତଳେ ଲିଟର ଉପରେ ରଖି ପାଳନ କରାଯାଏ, ସେହିମାନଙ୍କ ଠାରେ ଏହି ରୋଗ ବେଶୀ ହୋଇଥାଏ । ଏହି ରୋଗ ହେଲେ ପତଳା ଝାଡ଼ା ହୁଏ ଓ ଝାଡ଼ାରେ ଧଳା ଧଳା ୟୁରେଟ୍ ଥାଏ । କ୍ଵେଲମାନେ ନିସ୍ତେଜ ହୋଇଯାନ୍ତି, ପର ଟାଆଁଶା ହୋଇଯାଏ, ଗୋଟିଏ ଯାଗାରେ ରୁଣ୍ଡ ହୋଇ ବସନ୍ତି, ଆଖି ଅଧା ମେଲା କରି ବସନ୍ତି । ମଲା କ୍ଵେଲ କାଟି ଦେଖିଲେ କ୍ଵେଲମାନଙ୍କ ଅନ୍ତନଳୀରେ ଓ ସିକାରେ ଘାଆ ହୋଇଥାଏ । ବେଳେବେଳେ ଅନ୍ତଃନଳୀରେ ମଧ୍ୟ ରକ୍ତ କ୍ଷରଣ ହୋଇଥାଏ । କଲିକାରେ ହଳଦିଆ ଦାଗ ରହିଥାଏ ଏବଂ କଲି ଜାର ଧାର ସଢ଼ିଯାଇଥାଏ । ପ୍ଲିହା ବଡ଼ ହେବା ସହିତ ଏବଂ ରକ୍ତକ୍ଷରଣ ହୋଇଥାଏ ।
ଚିକିତ୍ସା :
ଏହି ରୋଗକୁ ପ୍ରତି ୪.୫ ଲିଟର ପାଣିରେ ୨ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ମିଶାଇ ୨୫ ଦିନ ପିଇବାକୁ ଦେଲେ ରୋଗ ଭଲ ହୋଇଥାଏ କିମ୍ବା ୧ ଲିଟର ପାଣିରେ ୧ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ସଫେଟ୍ ୧୦ ଦିନ ଦେଲେ ମଧ୍ୟ ଏହି ରୋଗ ଭଲ ହୋଇଯାଏ । ପ୍ରତିଷେଧକ ହିସାବରେ ୧ ଟନ୍ ଦାନାରେ ୧୦୦ ଗ୍ରାମ୍ ବ୍ୟାସିଟ୍ରାସିନ୍ କିମ୍ବା ୧ ଟନ୍ ଦାନାରେ ୫୦୦ ଗ୍ରାମ୍ କ୍ଲୋରୋମାଇସେଟିନ୍ ମିଶାଇ ଖାଇବାକୁ ଦେଲେ ଏହି ରୋଗ ହୋଇ ନଥାଏ ।
ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହଠାତ୍ ଛୁଆମାନଙ୍କୁ ଧରେ ଏବଂ ଶ୍ଵାସଯନ୍ତ୍ରକୁ ଆକ୍ରାନ୍ତ କରେ । ଏହି ରୋଗ ହେଲେ କ୍ଵେଲମାନେ ଛିଙ୍କନ୍ତି, କାଶନ୍ତି କିନ୍ତୁ ନାକରୁ କିଛି ବାହାରେ ନାହିଁ । ଘଡ଼ ଘଡ଼ ଶବ୍ଦ କରନ୍ତି । ବେଳେବେଳେ ସ୍ନାୟୁଜନିତ ଲକ୍ଷଣ ଦେଖାଯାଇଥାଏ । ଏହି ରୋଗ ୩ ସପ୍ତାହ ପର୍ଯ୍ୟନ୍ତ ରହେ ଏବଂ ଛୋଟ ଛୁଆମାନେ ଶତକଡ଼ା ୮୦ ଭାଗ ମରିଯାଆନ୍ତି । ଏହି ରୋଗ ପାଇଁ ସେମିତି କିଛି ଫଳପ୍ରଦ ଚିକିତ୍ସା ନାହିଁ, କିନ୍ତୁ ଜୈବ ସୁରକ୍ଷା ପ୍ରତି ଧ୍ୟାନ ଦେଲେ ଏହି ରୋଗ ହୋଇ ନଥାଏ ।
ଏକ ହଜାର ବ୍ରଏଲର କ୍ଵେଲ ପାଳନ କଲେ ପ୍ରତି ୫ ସପ୍ତାହରେ ମୋଟାମୋଟି ଲାଭ ୨୦୦୦ ରୁ ୨୫୦୦ ଟଙ୍କା ହୋଇଥାଏ । ସେହିପରି ୧ ହଜାର ଅଣ୍ଡାଦିଆ କ୍ଵେଲ୍ ପକ୍ଷୀ ପାଳନ କଲେ, ବର୍ଷରେ ମୋଟାମୋଟି ଲାଭ ୧୦,୦୦୦ ଟଙ୍କାରୁ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।
ସପ୍ତାହକୁ ୫୦୦ କ୍ଵେଲ (ବ୍ରଏଲର କ୍ଵେଲ) ପକ୍ଷୀ ପାଳନରେ ଲାଭକ୍ଷତିର ହିସାବ :
ଏହି ସବୁ ବିଷୟକୁ ଧାନରେ ରଖି ବ୍ରଏଲର କ୍ଵେଲ୍ ପାଳନର ଲାଭକ୍ଷତି ନିମ୍ନରେ ଦିଆଗଲା ।
ସ୍ଥାୟୀ ଖର୍ଚ୍ଚ :
୧ |
ଘର ତିଆରି ବାବଦରେ ୧୦୦ ମିଟର x ୪୨ ମିଟର = ୪୨୦ ବର୍ଗ ମିଟର ଜାଗା ଦରକାର ଏବଂ ବର୍ଗମିଟର ପ୍ରତି ୮୦୦ ଟଙ୍କା ହିସାବରେ |
ଟ.୩,୩୬,୦୦୦ / - |
୨ |
ପ୍ରତି ବ୍ୟାଟେରୀ ପିଞ୍ଜରାର ଦାମ୍ ୨୫,୦୦୦ /- ଟଙ୍କା ହିସାବରେ ୬ଟିର ଦାମ୍ |
ଟ.୧,୫୦,୦୦୦ / - |
|
ମୋଟ |
ଟ.୪,୮୬,୦୦୦/- |
ଅସ୍ଥାୟୀ ଖର୍ଚ୍ଚ (ବର୍ଷକ ପାଇଁ)
୧ |
୨୩,୫୦୦ ଦିନିକିଆ କ୍ଵେଲ ଛୁଆର ଦାମ୍ (ଗୋଟିକୁ ୩ ଟଙ୍କା ହିସାବରେ) |
ଟ.୭୦,୫୦୦ / - |
୨ |
୧୧,୦୦୦ କି.ଗ୍ରା. ଦାନାର ଖର୍ଚ୍ଚ (କି.ଗ୍ରା. ପ୍ରତି ୨୮ ଟଙ୍କା ହିସାବରେ) । (ପ୍ରତି କ୍ଵେଲ୍ ୫୨୦ ଗ୍ରାମ୍ ଦାନା ୧୩୦ ଗ୍ରାମ୍ ଓଜନ ହେବା ପାଇଁ ଖାଇବେ, ୨୧, ୧୫୦ କ୍ଵେଲ୍ ପାଇଁ ୧୦ ପ୍ରତିଶତ ମୃତ୍ୟୁ ହିସାବୁକୁ ନେଇ) |
ଟ.୩,୦୮,୦୦୦/- |
୩ |
ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯଥା ଔଷଧ ପାଇଁ ୫୦ ଟଙ୍କା ହିସାବରେ ୧୦୦ କ୍ଵେଲ୍ ପାଇଁ |
ଟ.୯,୦୦୦/- |
|
ମୋଟ |
ଟ. ୩, ୮୭, ୫୦୦ / - |
ମୂଳଧନ ବିନିଯୋଗ ଖର୍ଚ୍ଚ :
୧ |
ସ୍ଥାୟୀ ଖର୍ଚ୍ଚ |
ଟ.୪,୮୬,୦୦୦/- |
୨ |
୨୫୦୦ କ୍ଵେଲ ଛୁଆ |
ଟ. ୭,୫୦୦ / - |
୩ |
୫ ସପ୍ତାହ ପାଇଁ (୨୨୫୦ କ୍ଵେଲ୍ ପାଇଁ ୧୧୭୦ କିଲୋଗ୍ରାମ୍ ଦାନା ଖର୍ଚ୍ଚ) |
ଟ. ୩୨,୭୬୦/- |
|
ମୋଟ |
ଟ. ୫,୨୬,୨୬୦/- |
ଆୟ :
୧ |
୧୯୯୭୫ କ୍ଵେଲ୍ ବିକ୍ରି ବାବଦରେ (ଗୋଟିଏ ୩୫ ଟଙ୍କା ହିସାବରେ) |
ଟ.୬,୯୯,୧୨୫ / - |
୨ |
୧୫୫ ଟି ଖାଲି ଦାନା ଅଖା ବିକ୍ରି ବାବଦରେ (ଗୋଟିକୁ ୧୨ ଟଙ୍କା ହିସାବରେ) |
ଟ. ୧,୮୬୦ / - |
୩ |
୧୫ ଟନ୍ ଖତ ବିକ୍ରି ବାବଦରେ (ଟନ୍ ପ୍ରତି ୨୦୦ ଟଙ୍କା ହିସାବରେ) |
ଟ. ୩,୦୦୦ / - |
|
ମୋଟ |
ଟ. ୭,୦୩,୯୮୫/- |
ମୋଟ ଲାଭ = ଟ. ୭,୦୩,୯୮୫ – ଟ. ୩,୮୭,୫୦୦ = ଟ.୩, ୧୬,୪୮୫/-
ପ୍ରକୃତ ଲାଭ :
୧ |
ମୋଟ ଲାଭ |
ଟ.୩, ୧୬,୪୮୫ / - |
୨ |
ଘରର ମରାମତି ଖର୍ଚ୍ଚ (ବର୍ଷକୁ ୧୦% ହିସାବରେ) |
ଟ.୩୩, ୬୦୦ / - |
୩ |
ପିଞ୍ଜରା ମରାମତି ଖର୍ଚ୍ଚ (ବର୍ଷକୁ ୧୫% ହିସାବରେ) |
ଟ.୨୨,୫୦୦/- |
୪ |
ବିନିଯୋଗ ମୂଳଧନ ଉପରେ (ବର୍ଷକୁ ସୁଧ ୧୨.୫% ହିସାବରେ) |
ଟ.୬୫,୭୮୩/- |
୫ |
ବୀମା ଖର୍ଚ୍ଚ (ମୂଳଧନ ବିନିଯୋଗ ଉପରେ ୦.୪% ହିସାବରେ) |
ଟ.୨, ୧୦୫/- |
|
ମୋଟ |
ଟ.୧,୨୩,୯୮୮/- |
ପ୍ରକୃତ ଲାଭ = ଟ.୩,୧୬,୪୮୫ - ଟ.୧,୨୩,୯୮୮ = ଟ.୧,୯୨,୪୯୭/-
ଗୋଟିଏ ଚାଷୀ ପ୍ରତି ୫ ସପ୍ତାହରେ ୫୦୦ କ୍ଵେଲ ଛୁଆ ପାଳନ କଲେ ୨୫୦୦ ଟଙ୍କା ଲାଭ ପାଇପାରିବ ।
ସୁଷମ ଦାନା ତିଆରି କରିବା ପଦ୍ଧତି ପ୍ରତି (୧୦୦ କେ.ଜି, ଦାନା ପାଇଁ) –
ଦାନା ପାଇଁ ଜିନିଷ |
ଛୁଆ ( ୧/୩ ସପ୍ତାହ ବୟସ ) |
ବଢନ୍ତା ଛୁଆ ( ୪/୫ ସପ୍ତାହ ବୟସ) |
ଅଣ୍ଡାଦିଆ ବା ପ୍ରଜନନକ୍ଷମ ( ୬ ସପ୍ତାହରୁ ଊର୍ଦ୍ଧ୍ଵ) |
ମକାଗୁଣ୍ଡ |
୩୪ କେ.ଜି |
୩୬ କେ.ଜି. |
୪୮ କେ.ଜି. |
କାଣ୍ଡିଆ କୁଣ୍ଡା |
୧୦ କେ.ଜି. |
୧୦ କେ.ଜି. |
- |
ଗହମ ଚୋକଡ଼ |
- |
- |
୫ କେ.ଜି. |
ବାଦାମ ପିଡ଼ିଆ ଗୁଣ୍ଡ (୪୩ ଭାଗ ପୃଷ୍ଟିସାର ଥିବା) |
୩୨ କେ ଜି. |
୨ ୭ କେ.ଜି. |
୨୩ କେ.ଜି. |
ସୂର୍ଯ୍ୟମୁଖି ପିଡ଼ିଆ ଗୁଣ୍ଡ (୩୭ ଭାଗ ପୁଷ୍ଟିସାର ଥିବା) |
୧୦ କେ.ଜି. |
୧୪ କେ.ଜି. |
୧୦ କେ.ଜି. |
ଶୁଖୁଆ ଗୁଣ୍ଡ (୪୫ ଭାଗ ପୁଷ୍ଟିସାର ଥିବା) |
୧୨.୫ କେ.ଜି |
୭ କେ.ଜି |
୬ କେ.ଜି |
ମାଂସ ଗୁଣ୍ଡ |
- |
୫ କେ.ଜି |
- |
ହାଡଗୁଣ୍ଡ |
୫୦୦ ଗ୍ରାମ୍ |
୩୦୦ ଗ୍ରାମ୍ |
୧.୮୦୦ ଗ୍ରାମ୍ |
ଚୂନ |
୫୦୦ ଗ୍ରାମ୍ |
- |
୫.୫୦୦ ଗ୍ରାମ୍ |
ଲୁଣ |
୧୦୦ ଗ୍ରାମ୍ |
୪୦୦ ଗ୍ରାମ |
୪୦୦ ଗ୍ରାମ |
ଖଣିଜ ଲବଣ ଓ ଜୀବସାର ମିଶ୍ରଣ |
୪୦୦ ଗ୍ରାମ |
୩୦୦ ଗ୍ରାମ୍ |
୩୦୦ ଗ୍ରାମ୍ |
ସମୁଦାୟ |
୧୦୦ କେ.ଜି |
୧୦୦ କେ.ଜି |
୧୦୦ କେ.ଜି |
ସମ୍ପତ୍ତି ବିଶ୍ଵର ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ପ୍ରଦୂଷଣ ବିଭିନ୍ନ ରୋଗର କାରଣ ହୋଇଛି । ପରିବର୍ତ୍ତିତ ପାଣିପବନ , ପ୍ରଦୂଷିତ ପରିବେଶ ତଥା ଜଳବାୟୁ ଅନୁଯାୟୀ ଦିନକୁ ଦିନ ନୂଆ ନୂଆ ରୋଗମାନ ବର୍ତ୍ତମାନ ଏବଂ ଭବିଷ୍ୟତର ସମସ୍ୟା ବିଷୟରେ ମୁଣ୍ଡ ଟେକୁଛନ୍ତି । ସେହିପରି ଗୋଟିଏ ରୋଗ ହେଉଛି ବାର୍ଡ ଫ୍ଲୁ ବା ପକ୍ଷୀଙ୍କ ସର୍ଦ୍ଦଜନିତ ରୋଗ ଯାହାକି ପୃଥିବୀ ସାରା କିଛି ପ୍ରଜାତିର ପକ୍ଷୀଙ୍କ କ୍ଷେତ୍ରରେ ମହାମାରୀର ରୂପ ନେଉଛି ।
ନିକଟରେ ଖୋର୍ଦ୍ଦାର କେରଙ୍ଗଠାରେ କିଛି କାଉଙ୍କର ଅସ୍ଵାଭାବିକ ମୃତ୍ୟୁ ତଥା ଦେଶର ବିଭିନ୍ନ ପ୍ରାନ୍ତ ଯେପରି ଦିଲ୍ଲୀ , ଡାମନ , କେରଳ , ତାମିଲନାଡୁ ଆଦି ସ୍ଥାନରୁ ବାର୍ଡ ଫ୍ଲୁ ର ଖବର ଆସିବା ପରେ ଏହାର ଭୟ ପୁଣି ସାମନାକୁ ଆସିଛି । ବାର୍ଡ ଫ୍ଲୁ ହେଉଛି ଏକ ଭୂତାଣୁଜନିତ ରୋଗ ଏବଂ ଏହା କୁକୁଡା , ବତକ , ପାଣିକୁଆ ଆଦି ପକ୍ଷୀଙ୍କ ଠାରେ ଦେଖାଦେଇ ଅଶେଷ କ୍ଷତି ଘଟାଇଥାଏ । ଏହି ରୋଗର ଭୂତାଣୁ କୁକୁଡା ବା ଆଗନ୍ତୁକ ବିଦେଶୀ ପକ୍ଷୀଙ୍କ ମାଧ୍ୟମରେ ଘୁଷୁରି , ଘୋଡା ଏପରିକି ମଣିଷଙ୍କ ଦେହରେ ଇନଫ୍ଲୁଏନଜା ରୋଗ ସୃଷ୍ଟିକରି ଜଟିଳ ସର୍ଦ୍ଦି ରୋଗ ବା ସ୍ଥଳବିଶେଷରରେ ଚିକିତ୍ସା ଅବହେଳାରେ ମୃତ୍ୟୁର କାରଣ ହୋଇଥାଏ ।
ବାର୍ଡ ଫ୍ଲୁ ରୋଗର ଭୂତାଣୁ ହେଉଛି ଏକ ଖଣ୍ଡବିଖଣ୍ଡିତ ଆରଏନଏ ଗଣସୁତ୍ରଯୁକ୍ତ H – 5 N – 1 ଭୂତାଣୁ । H ଓ N ହେଉଛି ଭୂତାଣୁ ଶରୀରରେ ଥିବା ହେମାଗ୍ଲୁଟିନ ଓ ନ୍ୟୁରାମିନିଡେଜ । ଏହି ଦୁଇ ପ୍ରକାର ପ୍ରୋଟିନ ବା ପୃଷ୍ଟିସାର । ବିଭିନ୍ନ ଶ୍ରେଣୀର ଇନ୍ ଫ୍ଲୁ ଏନଜା ଭୂତାଣୁମାନଙ୍କ ଶରୀରରେ ୧୬ ପ୍ରକାରର ହେମାଗ୍ଲୁଟିନିନ ଓ ୯ ପ୍ରକାରର କ୍ୟୁରାମିନିଜେଡର ସଂରଚନା ଯେପରି ,, , , ଏହିପରି ୧୪୪ ପ୍ରକାରର ଭୂତାଣୁର ସୃଷ୍ଟିର କଳ୍ପନା କରାଯାଇପାରେ , ହେଉଛି ବାର୍ଡ ଫ୍ଲୁ କରୁଥିବା ଭୂତାଣୁ । ହେଉଛି ସ୍ଵାଇନ ଫ୍ଲୁ କରୁଥିବା ଭୂତାଣୁ ଏବଂ ସେହିପରି ହେଉଛି ଘୋଡାମାନଙ୍କ ଦେହରେ ଇନ୍ ଫ୍ଲୁ ଏନଜା ସୃଷ୍ଟି କରୁଥିବା ଭୁତାଣୁର ପ୍ରଜାତି । ବାର୍ଡ ଫ୍ଲୁ ସୃଷ୍ଟିକାରୀ ଭୂତାଣୁ ଅର୍ଥୋମିକ୍ ସୋ ଭୂତାଣୁ ପରିବାରର ଅନ୍ତର୍ଗତ ତଥା ଇନଫ୍ଲୁଏନଜା - କ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ଭୁତାଣୁର ଗୁଣସୁତ୍ର ଖଣ୍ଡବିଖଣ୍ଡିତ ଥିବାରୁ ଏହା ସହଜରେ ରୂପ ପରିବର୍ତ୍ତନ କରି ବହୁରୂପୀ ହୋଇଥାଏ । ଏହି ଭୂତାଣୁ ୭୦ ଡିଗ୍ରୀ ସେଲସିୟସ ଉତ୍ତାପରେ ଅଧଘଣ୍ଟାରେ ମରିଯାଇଥାଏ ।
ଏହି ରୋଗ ଆମ ଦେଶରେ ମୁଖ୍ୟତଃ ଶୀତଦିନ ଶେଷ ଆଡରୁ ଦେଖାଯାଇଥାଏ । ଏହା ପଛର ମୂଳକାରଣ ହେଲା ବିଦେଶାଗତ ପକ୍ଷୀ । ୟୁରୋପ , ଏସିଆର ଥଣ୍ଡା ଅଞ୍ଚଳ ସାଇବେରିଆ , ଚୀନ ଆଦି ସ୍ଥାନରୁ ବିଦେଶୀ ଆଗନ୍ତୁକ ପକ୍ଷୀଗୁଡିକ ଖାଦ୍ୟ ଅନ୍ଵେଷଣ ବା ପ୍ରଜନନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତର ହ୍ରଦ , ଜଳାଶୟକୁ ଉଡି ଆସିଥାନ୍ତି । ତେଣୁ ବିଦେଶାଗତ ସଂକ୍ରମିତ ପକ୍ଷୀମାନଙ୍କଠାରୁ ଏହି ରୋଗର ଆଶଙ୍କା ବୃଦ୍ଧି ପାଏ । ସେହିପରି ଅନ୍ୟାନ୍ୟ ଦେଶ ବା ବାହାର ରାଜ୍ୟରୁ ସଂକ୍ରମିତ ପକ୍ଷୀ ବା କୁକୁଡାର ଅବାଧ ଚାଲାଣ ହେବାଦ୍ଵାରା ବାର୍ଡଫ୍ଲୁ ର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏମାନଙ୍କ ପାଟିରୁ ନିର୍ଗତ ଲାଳ , ମଳ , ଓ ସଂକ୍ରମିତ ପକ୍ଷୀଦ୍ଵାରା ପାଣି , ମାଟି , ବାୟୁ ଓ ଖାଦ୍ୟ ମାଧ୍ୟମରେ ଏହି ରୋଗ ବ୍ୟାପିଥାଏ । ଯେକୌଣସି ପରିବହନ ଜାଣ ସହିତ ମଣିଷ ମାଧ୍ୟମରେ ମଧ୍ୟ ଏହି ରୋଗ ସୁସ୍ଥ ପକ୍ଷୀଙ୍କ ଦେହକୁ ବ୍ୟାପିଥାଏ ।
ସଂକ୍ରମଣ ସମୟ : ଏହି ଭୂତାଣୁ କୁକୁଡାମାନଙ୍କ ଦେହରେ ପ୍ରବେଶ କରିବା ପରଠାରୁ ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ୩ରୁ ୭ ଦିନ ସମୟ ନେଇଥାଏ । କୁକୁଡାମାନଙ୍କ ବୟସ ଓ ରୋଗ ପ୍ରତିରୋଧକ ଶକ୍ତି ଅନୁଯାୟୀ ଏହି ସମୟରେ ଫରକ ହୋଇଥାଏ ।
ଏହି ରୋଗ କୁକୁଡାଙ୍କ ଦେହରେ ଦେଖାଯିବା ମାତ୍ରେ କୁକୁଡାଗୁଡିକ ଅତ୍ୟଧିକ ଦୁର୍ବଳ , ଟାଆଁସିଆ ପରଯୁକ୍ତ ଦେଖାଯାନ୍ତି । ପତଳା ଝାଡା ହେବା ସହିତ ହଠାତ୍ ଅଣ୍ଡା ଦେବା ବନ୍ଦ କରିଦିଅନ୍ତି । ପ୍ରାପ୍ତବୟସ୍କ କୁକୁଡାଙ୍କ ଚୂଳ , ମୁକୁଟ , ଆଖି ଚାରିପାଖ ଫୁଲିଯାଏ ଓ ଅଗ୍ରଚୂଳ ନୀଳ ପଡିବା ସହିତ ରକ୍ତ ଛିଟିକା ପରି ଜଣାପଡେ । କୁକୁଡାଙ୍କ ଶରୀର ଚର୍ମତଳେ କ୍ଷୁଦ୍ର ରକ୍ତଚିହ୍ନ ଥିବାର ଜଣାପଡେ ଏବଂ ଆକ୍ରାନ୍ତ କୁକୁଡା , ବତକମାନେ ଲତଲତିଆ ଖୋଳପାବିହୀନ ଅଣ୍ଡା ଦେଇଥାନ୍ତି ।
ପକ୍ଷୀଙ୍କର ଆକ୍ରାନ୍ତ ହାର ଓ ମୃତ୍ୟୁହାର : କୁକୁଡାଙ୍କଠାରେ ଏହି ରୋଗର ପ୍ରଥମ ଲକ୍ଷଣ ପ୍ରକାଶ ପାଇବାର ୨ – ୧୨ ଦିନ ମଧ୍ୟରେ ଏହି ରୋଗର ଆକ୍ରାନ୍ତ ଓ ମୃତ୍ୟୁହାର ୧୦ ଭାଗ ହୋଇଥାଏ ।
ଏହି ରୋଗକୁ ସଂପୂର୍ଣ୍ଣ ଚିକିତ୍ସା ପାଇଁ ସେପରି କୌଣସି ଔଷଧ ନାହିଁ । ମଣିଷଙ୍କଠାରେ ଏହି ରୋଗର ପ୍ରାଦୁର୍ଭାବକୁ କମାଇବା ଲାଗି ଆମାଣ୍ଟାଡିନ , ରିମାଣ୍ଟାଡିନ ହାଇଡ୍ରୋକ୍ଳୋରାଇଡ ଓ ଟାମିଫ୍ଲୁ ପରି ଔଷଧ ବଜାରରେ ଉପଲବ୍ଧ ହେଲାଣି । କୁକୁଡା , ବତକମାନଙ୍କୁ ଏହି ଔଷଧ ପିଇବା ପାଣି ମାଧ୍ୟମରେ ଦେଲେ ବାର୍ଡ ଫ୍ଲୁ ର ପ୍ରଭାବ କମ୍ ହୋଇଥାଏ ।
ବାର୍ଡ ଫ୍ଲୁ ର ଏ ଯାବତ୍ ବିଶ୍ୱବ୍ୟାପୀ ୧୦୦ରୁ ଅଧିକ ମନୁଷ୍ୟ ମୃତ୍ୟୁମୁଖରେ ପଡିସାରିଲେଣି । ତେଣୁ ବାର୍ଡ ଫ୍ଲୁ ପକ୍ଷୀଙ୍କ କ୍ଷେତ୍ରରେ ସୀମିତ ନରହି ପକ୍ଷୀଙ୍କଠାରୁ ମଣିଷକୁ ବ୍ୟାପିବାର ଖବର ପାଇ ଖବର ମଧ୍ୟ ଆସୁଛି । ଏବଂ ଏହାକୁ Zoonotic disease ବା ପଶୁପକ୍ଷୀଙ୍କଠାରୁ ମଣିଷଙ୍କୁ ବ୍ୟାପୁଥିବା ରୋଗର ଅନ୍ତର୍ଭୁକ୍ତ କରାଯିବାର ଯଥାର୍ଥତା ରହିଛି ; କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବାର୍ଡଫ୍ଲୁ ଭୂତାଣୁ ସଂସ୍ପର୍ଶରେ ଆସି ରୋଗ ଆକ୍ରାନ୍ତ ହୋଇଥିବା ମଣିଷଠାରୁ ଆଉ ଗୋଟିଏ ସୁସ୍ଥ ମଣିଷକୁ ଏହି ରୋଗ ବ୍ୟାପେ ନାହିଁ ବା ଡିଏଁ ନାହିଁ । ଏହା ପଛରେ ଏକ ଚମକପ୍ରଦ ଗବେଷଣା ତଥ୍ୟ ସାମନାକୁ ଆସିଛି । ସଦ୍ୟ ଗବେଷଣାରୁ ଜଣାପଡିଛି ଯେ ବାର୍ଡ ଫ୍ଲୁ ଭୂତାଣୁ ମଣିଷର ଉର୍ଦ୍ଧ୍ଵ ଶ୍ଵାସନଳୀରେ ବଂଶବୃଦ୍ଧି ତଥା ଆକ୍ରାନ୍ତ କରିପାରେ ନାହିଁ ; କିନ୍ତୁ ସେ ନିମ୍ନ ଶ୍ଵାସନଳୀ ତଥା ଫୁସ୍ ଫୁସ୍ ର କ୍ଷୁଦ୍ରତମ ପ୍ରକୋଷ୍ଠରେ ସଂକ୍ରମଣ ଓ ବଂଶବୃଦ୍ଧି କରିଥାଏ । ଆକ୍ରାନ୍ତ ହୋଇଥିବା ମଣିଷର ନିମୋନିଆରେ ମୃତ୍ୟୁ ଘଟିଥାଏ । ବାର୍ଡଫ୍ଲୁ ବା ଇନଫ୍ଲୁଏନଜା ମଣିଷ କ୍ଷେତ୍ରରେ ମୁଖ୍ୟତଃ କାଶ , ଛିଙ୍କ ଦ୍ଵାରା ବାୟୁବାହିତ ସଂକ୍ରମଣ ଯୋଗୁଁ ବ୍ୟାପିଥାଏ ; କିନ୍ତୁ ଆକ୍ରାନ୍ତ ମଣିଷଙ୍କ କ୍ଷେତ୍ରରେ ଫୁସ୍ ଫୁସ୍ ଭିତରେ ସଂକ୍ରମଣ ଯୋଗୁଁ ଭୂତାଣୁଗୁଡିକ କଫ , ଛିଙ୍କ ମାଧ୍ୟମରେ ବାହାରକୁ ଆସିପାରିନଥାନ୍ତି । ଭୂତାଣୁଜନିତ ନିମୋନିଆ ସାଧାରଣତଃ କମ୍ ରୋଗ ପ୍ରତିରୋଧ ଶକ୍ତି ଥିବା ଛୋଟପିଲା ଓ ବୟସ୍କଙ୍କ କ୍ଷେତ୍ରରେ ସାଧାରଣ ସୁସ୍ଥ ମଣିଷ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାଏ ।
କୁକୁଡା ବତକ ଆଦି ପକ୍ଷୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଘରେ ରଖିବା ସହିତ ସୁଷମ ଖାଦ୍ୟ , ପାନୀୟ ତଥା ଠିକ୍ ସମୟରେ ଟୀକାକରଣ କରାଯିବା ଉଚିତ୍ । ମୃତ ପକ୍ଷୀଗୁଡିକ ଏଣେତେଣେ ନ ଫିଙ୍ଗି ପୋଡିବା ଚୂନ , କଷ୍ଟିକ ସୋଢା , ଫିନାଇଲ ଆଦି ବ୍ୟବହାର କରି ପୋତିଦେବା ଉଚିତ୍ । ବହୁ ସମୟରେ ମଧ୍ୟ କୁକୁଡାଙ୍କ ଅନେକ ରୋଗର ଲକ୍ଷଣରେ ସାମଞ୍ଜସ୍ୟ ଦେଖାଯାଏ ଯେପରି ସଂକ୍ରାମକ ଶ୍ଵାସନଳୀ ପ୍ରବାହ ରୋଗ , ରାଣୀକ୍ଷେତ ରୋଗ , ଗୁମ୍ବୋର ରୋଗ ଆଦି ଯେଉଁ ରୋଗଗୁଡିକର ଲକ୍ଷଣ ଅନେକାଂଶରେ ଇନଫ୍ଲୁଏନଜା ରୋଗ ଲକ୍ଷଣ ସହିତ ମେଳ ଖାଇଥାଏ । ତେଣୁକରି ଉପଯୁକ୍ତ ସମୟରେ ଓ ସଠିକ୍ ନିଦାନ ସହିତ ବିଭିନ୍ନ ରୋଗର ପ୍ରାଥମିକ ତଦନ୍ତ ଓ ଟୀକାକରଣ କରାଯିବା ନିହାତି ଆବଶ୍ୟକ । ଆମର ଭାରତୀୟ ଖାଦ୍ୟ ରାନ୍ଧିବା ଶୈଳୀ ଅନୁସାରେ ମାଂସ , ଅଣ୍ଡା ଆଦି ସିଝାଇ ଓ ରାନ୍ଧି ଖାଇଥାଉ । ଯେଉଁଥିପାଇଁ ବାର୍ଡ ଫ୍ଲୁର ଭୂତାଣୁଗୁଡିକ ଅତ୍ୟଧିକ ଉତ୍ତାପରେ ମରିଯାଇଥାନ୍ତି । ତେଣୁ କୁକୁଡା ମାଂସ , ଅଣ୍ଡା ଆଦି ସିଝାଇ ବା ରାନ୍ଧି ଖାଇଲେ ଫ୍ଲୁର କୌଣସି ଭୟ ରହିନଥାଏ ।
ଅଧିକ ଜାଣିବା ପାଇଁ - "ଓୟୁଏଟି"
ସଂଗୃହିତ -
ମୂଳ ବିଷୟ ବସ୍ତୁ
ସଂଶୋଧିତ ବିଷୟବସ୍ତୁ -
Last Modified : 3/2/2020