অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନେ ଗୋରୁଙ୍କ ଯତ୍ନ

ଗ୍ରୀଷ୍ମଋତୁରେ ଗୃହପାଳିତ  ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ସକାଶେ ଧ୍ୟାନ ଦେବା ଆବଶ୍ୟକ ଏବଂ ସୁପରିଚାଳନା  ନମନ୍ତେ ନକଟସ୍ଥ ପ୍ରାଣୀ ଧ୍ୟାନ  ନିରୀକ୍ଷକ ଓ ପ୍ରାଣୀ ଚିକିତ୍ସକଙ୍କ ଠାରୁ ନିୟମିତ ପରାମର୍ଶ ନେବା ଜରୁରୀ।

ଖରାଦିନେ ଗୃହପାଳିତ ପ୍ରାଣୀ ଅସ୍ଵସ୍ତି ଅନୁଭବ

ଆମ ଓଡ଼ିଶା ଏକ କୃଷିପ୍ରଧ୍ୟାନ ରାଜ୍ୟ। ଏଠାରେ ଅଧ୍ୟାକାଶ ଲୋକ କୃଷି ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି । ପ୍ରାୟ ଅଶୀ ପ୍ରତିଶତରୁ ଅଧିକ ଚାଷୀ ପ୍ରାଣୀ ପାଳନକୁ ନିଜର ଜୀବିକା ରୂପେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିବା ସହିତ ରାଜ୍ୟ ଅର୍ଥନୀତିର ବିକାଶରେ ମଧ୍ୟ ସହାୟକ ହେଉଛନ୍ତି । ତେଣୁ ଗୃହପାଳିତ ପ୍ରାଣୀ ସଂପଦର ଉପଯୁକ୍ତ ପରିଚାଳନା ଏକାନ୍ତ ଆବଶ୍ୟକ । ଅସନ୍ତୁଳିତ ପରିବେଶ ତଥା ଋତୁଚକ୍ରର ପରିବର୍ତ୍ତନ ବିଭିନ୍ନ ସମୟରେ ଗୋମହିଷାଦି ସଂପଦର ଉତ୍ପାଦନ ଏବଂ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ସାଧାରଣତଃ ଗ୍ରୀଷ୍ମଋତୁ (ଏପ୍ରିଲ-ଜୁନ)ର ପ୍ରଭାବ ପ୍ରାଣୀଙ୍କ ଉପରେ ସର୍ବାଧିକ । ତେଣୁ ଏହି ସମୟରେ ଗୋରୁଙ୍କର ସୁପରିଚାଳନା ଅତ୍ୟନ୍ତ ଜରୁରୀ । ସଠିକ ପରିଚାଳନା ମାଧ୍ୟମରେ ଅଧିକ ତାପମାତ୍ରା ଜନିତ ଅସ୍ଵସ୍ତିକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ । ଏଥିନିମନ୍ତେ ଚାଷା ଭାଇଭଉଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ବାୟୁମଣ୍ଡଳର ତାପମାତ୍ରା, ଆପେକ୍ଷିକ ଆର୍ଦ୍ଦିତା, ସୌରତାପ ତଥା ପ୍ରାଣୀ ଶରୀରର ବିପାକୀୟ ଜନିତ ତାପମାତ୍ରା ବୃଦ୍ଧି ହେତୁ ଗୋରୁ ଅତିମାତ୍ରାରେ ଅସ୍ଵସ୍ତି ଅନୁଭବ କରନ୍ତି ।

ଲକ୍ଷଣ

ବିଭିନ୍ନ ଲକ୍ଷଣଗୁଡ଼ିକ ମଧ୍ୟରେ ଶରୀରର ତାପମାତ୍ରା ୧୦୩ ଫାରେନହିଟରୁ ଅଧିକ, ଶ୍ଵାସକ୍ରିୟାର ହାର ବୃଦ୍ଧି, ଅଧିକ ଲାଳ ଗଡ଼ିବା, ଜିଭ ବାହାରକୁ ବାହାର କରିବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ । ଏତଦ୍‌ବ୍ୟତୀତ ଖାଦ୍ୟ ଗ୍ରହଣ ପରିମାଣ ଓ ମାତ୍ରାରେ ହ୍ରାସ ଘଟିବା ହେତୁ ଦୁଗ୍ଧ ଉତ୍ପାଦନ କମିବା ସଙ୍ଗେ ସଙ୍ଗେ ସ୍ଵାସ୍ଥ୍ୟ ଅବସ୍ଥାରେ ମଧ୍ୟ ଅବନତି ଦେଖାଯାଇଥାଏ । କେତେକାଂଶରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ପ୍ରଜନନ କ୍ଷମତା ହ୍ରାସ ଏବଂ ବିକ୍ରୟ କରନ୍ତୁ ।

ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ

ନବଜାତ ବାଛୁରୀର ମୃତ୍ୟୁହାର ବଢ଼ିଥାଏ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଦ୍ଵାରା ନିମୋନିଆ, ଥନହରା, ଗର୍ଭଶୟ ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ପରିଲକ୍ଷିତ ହୋଇଥାଏ । ଅଧିକ ତାପମାତ୍ରା ଜନିତ ଶାରୀରିକ ଅସ୍ଵସ୍ତି। ଅନେକ ଦିନ ଧରି ଲାଗି ରହିଲେ, ପ୍ରାଣୀ ମୃତ୍ୟୁମୁଖରେ ପଡିଥାଏ । ତେଣୁ ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ନିମନ୍ତେ ଚାଷୀ ଭାଇମାନେ ଧ୍ୟାନ ଦେବା ଆବଶ୍ୟକ ଏବଂ ଗୋରୁଙ୍କ ସ୍ଵାସ୍ଥ୍ୟର ସୁପରିଚାଳନା ନିମନ୍ତେ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ ଓ ପ୍ରାଣୀ ଚିକିତ୍ସକଙ୍କଠାରୁ ନିୟମିତ ପରାମର୍ଶ ନେବା ଜରୁରୀ ।

ରୌଦ୍ରତାପଜନିତ ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଗୋରୁଙ୍କ ପାରିପାର୍ଶ୍ଵିକ ପରିବେଶର ସୁପରିଚାଳନା ଏକାନ୍ତ ପ୍ରୟୋଜନ । ଗୁହାଳର ଲମ୍ବା ଭାଗଟି ସର୍ବଦା ପୂର୍ବ-ପଶ୍ଚିମ ଦିଗରେ ହେବା ଆବଶ୍ୟକ, ଯଦ୍ୱାରା ଗୋରୁମାନେ ପ୍ରତ୍ୟକ୍ଷ ସୌରତାପର ପ୍ରଭାବରେ ଆସିବେ ନାହିଁ। ଗୁହାଳର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କଲେ । ଏହା ଉତ୍ତମ ବାୟୁ ଚଳାଚଳ କରିବାରେ ସହାୟକ ହୋଇଥାଏ । ଗୁହାଳର ଛାତକୁ ଅଧିକ ବିକିରଣ କରୁଥିବା ପଦାର୍ଥରେ ତିଆରି କରିବା, ଧଳା ରଙ୍ଗର ପ୍ରଲେପ ଦେବା ତଥା ଛାତର ଉପରିଭାଗକୁ ଘାସ ବା ନଡାଦେଇ ଘୋଡ଼ାଇ ରଖଲେ ସୌରତାପର ପ୍ରଭାବକୁ କମ୍ କରାଯାଇପାରେ । ଏହାଛଡ଼ା ଅଧିକ ଶକ୍ତିସମ୍ପନ୍ନ ପଙ୍ଖା ବ୍ୟବହାର, ଯାନ୍ତିକ ଉପାୟରେ ଜଳସିଞ୍ଚନ ଦ୍ଵାରା ମଧ୍ୟ ଗୁହାଳ ମଧ୍ୟସ୍ଥ ପରିବେଶର ତାପମାତ୍ରା ଏବଂ ଆର୍ଦ୍ଧତାକୁ ନିୟନ୍ତ୍ରଣ କରାଯାଇପାରେ । ସାଧାରଣତଃ ଖରଦିନେ ସକାଳ ୬ରୁ ୮ଟା ଏବଂ ସନ୍ଧ୍ୟା ୫ଟରୁ ୬ଟା ମଧ୍ୟରେ କ୍ଷୀର ଦୁର୍ଦ୍ଦିବା ଆବଶ୍ୟକ ।

କ୍ଷୀର ଦୁହିବା ପୂର୍ବରୁ ଗାଈଙ୍କ ଉପରେ ଜଳ ସିଞ୍ଚନ ମଧ୍ୟ କେତେକାଂଶରେ ଫଳପ୍ରଦ ହୋଇଥାଏ । ଖରାଦିନେ ଗୋରୁଙ୍କୁ ଅଧିକ ପରିମାଣରେ ବିଶୁଦ୍ଧ, ଥଣ୍ଡା ପାନୀୟ ଜଳ (ଦିନକୁ ୫ ରୁ ୬ ଥର)। ପ୍ରଦାନ କରିବା ଆବଶ୍ୟକ । ଅନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମଋତୁରେ ଦେଢରୁ ଦୁଇଗୁଣ ଅଧିକ ପିଇବା ପାଣି ଦେବା ଜରୁରୀ । ଅଧିକ ଖରରେ ଗୋରୁଙ୍କୁ ବାହାରେ ଛାଡିବା ଅନୁଚିତ । ଆବଶ୍ୟକ ସ୍ଥଳେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଗୋରୁଙ୍କୁ ଚରାଇବା ପାଇଁ ପଡିଆକୁ ନିଆଯାଇପାରେ। ଖରାଦିନେ ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ ଅଭ୍ୟାସରେ ମଧ୍ୟ ସାମାନ୍ୟତମ ପରିବର୍ତ୍ତନ କରିବା ଆବଶ୍ୟକ । ସାଧାରଣତଃ ତନ୍ତୁଜାତୀୟ (ନଡ଼ା, କୁଟା, ଘାସ ଇତ୍ୟାଦି) ଏବଂ ଶସ୍ୟ ଜାତୀୟ (ଦାନା, ଚୋକଡ଼, ଚୁନି ଇତ୍ୟାଦି) ୬୦:୩୦ ଅନୁପାତରେ ଦେବା ଦରକାର । ଯେଉଁଠି ପୁଷ୍ଟିସାର ଅନ୍ୟୁନ ୩୫% ରହିବା ଦରକାର । ଖାଦ୍ୟ ସହିତ ଆବଶ୍ୟକ ମୁତାବକ ଖାଦ୍ୟସାର ଓ ଖଣିଜଲବଣ ଦେବା ପ୍ରୟୋଜନ, ଯଦ୍ଵାରା ତାପମାତ୍ରା ବୃଦ୍ଧିଜନିତ ଶାରୀରିକ ଅସ୍ଵସ୍ତିକୁ କମ କରାଯାଇପାରିବ । ପରିଶେଷରେ ଚାଷୀ ଭାଇଭଉଣୀମାନେ ଉପଯୁକ୍ତ ସ୍ଵାସ୍ଥ୍ୟ ଓ ଖାଦ୍ୟ ପରିଚାଳନା, ଆବଶ୍ୟକ ମୁତାବକ ଗୁହାଳ ନିର୍ମାଣ ଏବଂ ପାରିପାର୍ଶ୍ଵିକ ବୃକ୍ଷରୋପଣ ଦ୍ଵାରା ଗୋରୁଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାଉରୁ ଦୂରେଇ ରଖପାରିବେ । ଏବେ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନ ବୌଶଳ ବ୍ୟବହାର କରି ଅଧିକ ତାପମାତ୍ରା ସହ୍ୟ କରିପାରୁଥିବା ଅଧିକ ଉତ୍ପାଦନକ୍ଷମ ପ୍ରଜାତି ସୃଷ୍ଟି କରି ଚାଲିଛନ୍ତି । ଏହାଦ୍ଵାରା ଆମ ଚାଷା ଭାଇମାନେ ବହୁମାତ୍ରାରେ ଉପକୃତ ହେବେ ।

ଲେଖା ଏବଂ ପ୍ରାପ୍ତ – ଅଧ୍ୟାପକ, ଆଗ୍ରୋ ପଲିଟେକ୍‌ନିକ୍ ସେଣ୍ଟର (ଆନିମଲ ସାଇନ୍ନ), ଓୟୁଏଟି, ମୋ : ୯୪୩୭୬୮୧୬୭୨

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate