অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନେ ପ୍ରାଣୀମାନଙ୍କ ସୁରକ୍ଷା

ଛେଳି ଓ ମେଣ୍ଢା ପାଳନ

  1. ଏଣ୍ଡାରୋଟକ୍ସେମିଆ ଓ ପିପିଆର ରୋଗର ଟିକା ଛେଳି ଓ ମେଣ୍ଢାମାନଙ୍କୁ ପଶୁଡାକ୍ତରଙ୍କୁ ଯୋଗାଯୋଗ କରି ନିଶ୍ଚିତ ଭାବେ ଦିଅନ୍ତୁ ।
  2. ଛେଳି ଓ ମେଣ୍ଢାମାନଙ୍କୁ ସକାଳ ୬ଘଟିକା ଠାରୁ ୧୦ଘଟିକା ଓ ଅପରାହ୍ନ ୪ଘଟିକା ଠାରୁ ୬ଘଟିକା ପର୍ଯ୍ୟନ୍ତ ଚରିବାକୁ ବାହାରକୁ ଛାଡନ୍ତୁ ।
  3. ଗୁହାଳରେ ଯଥେଷ୍ଟ ପରିମାଣରେ ଥଣ୍ଡା ପାଣି ରଖନ୍ତୁ ।
  4. ଛେଳି ଓ ମେଣ୍ଢାମାନଙ୍କୁ ନିକଟସ୍ଥ ପଶୁଡାକ୍ତରଙ୍କ ପରାମର୍ଶରେ କୃମିନାଶକ ଔଷଧ ଦିଅନ୍ତୁ ।
  5. ଏହି ମାସରେ ଛେଳି ଓ ମେଣ୍ଢାମାନେ ଚରିଲେ ମଧ୍ୟ ଯଥେଷ୍ଟ ଘାସ ପାଇ ନ ଥାନ୍ତି । ତେଣୁ ଛେଳି ମେଣ୍ଢା ପିଛା ୧୦୦ଗ୍ରାମ ଦାନା ଖାଇବାକୁ ଦିଅନ୍ତୁ ।

କୁକୁଡା ଓ ବତକ ପାଳନ

  1. କୁକୁଡା ଓ ବତକଙ୍କ କକସିଡିଆ ବା ନାଳରକ୍ତ ଝାଡ଼ାର ପ୍ରତିକାର ପାଇଁ କକସିଡିଆ ନିରୋଧୀ ଔଷଧ ଦାନା ବା ପାଣିରେ ନିୟମିତ ପ୍ରୟୋଗ କରନ୍ତୁ ।
  2. ପ୍ରବଳ ଖରାତାପରୁ କୁକୁଡାମାନଙ୍କୁ ରକ୍ଷା କରିବା ପାଇଁ କୁକୁଡା ଘରର ଟିଣଛାତ କିମ୍ବା ଆଜବେଷ୍ଟସ ଛାତ ଉପରେ ନଡା ଛାଉଣି କରନ୍ତୁ ।
  3. ମାଟିହାଣ୍ଡିରେ ପାଣି ରଖି ଥଣ୍ଡା ପାଣିକୁ କୁକୁଡାଙ୍କୁ ପିଇବାକୁ ଦିଅନ୍ତୁ ।
  4. ଅଧିକ ଗରମ ବେଳେ ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ କୁକୁଡାଙ୍କୁ ଦାନା ଖାଇବାକୁ ଦିଅନ୍ତୁ ନାହିଁ ।
  5. ଦୁଇମାସରୁ ଅଧିକ ବୟସର କୁକୁଡାଙ୍କୁ ଘୁମାରୋଗ ନହେବା ପାଇଁ ପଶୁ ଡାକ୍ତରଙ୍କ ସହାୟତାରେ ଆର ଟୁ ବି ଟୀକା ଦିଅନ୍ତୁ ।

ମାଛ ଚାଷ

ଏକ ହେକ୍ଟର ବିଶିଷ୍ଟ ମାଛ ପୋଖରୀରେ ପ୍ରତ୍ୟେକ ଦିନ ସମପରିମାଣର କୃତ୍ରିମ ଖାଦ୍ୟ ମିଶ୍ରଣ (ଚିନାବାଦାମ ପିଡିଆ ଓ କାଣ୍ଡିଆ କୁଣ୍ଡା ) ପ୍ରତ୍ୟେକରୁ ୮କିଲୋ ୭୫୦ ଗ୍ରାମ ଲେଖାଏଁ ସମୁଦାୟ ୧୭କିଲୋ ୫୦୦ଗ୍ରାମ ପ୍ରୟୋଗ କରିବା ଆବଶ୍ୟକ ।

ମହୁଚାଷ

  1. ମହୁବାକ୍ସଗୁଡିକ ଗଛ ତଳେ ଛାଇ ଜାଗାରେ ରଖନ୍ତୁ କିମ୍ବା ବାକ୍ସଗୁଡିକ ଉପରେ ନଡା କିମ୍ବା ଅଖାଦେଇ ଛାଇ କରିବା ଉଚିତ । ପ୍ରତ୍ୟେକ ଦିନ ସକାଳ ୧୦ଘଟିକାଠାରୁ ଅଖାକୁ ପାଣିରେ ବୁଡାଇ ବାକ୍ସ ଉପରେ ରଖିବା ଉଚିତ ।
  2. ଏହି ସମୟରେ ମହୁଫେଣାକୁ ବିରୁଡି, ମହମ ସଲଭ ,ଝିଟିପିଟି ପ୍ରଭୃତି ଆକ୍ରମଣ କରିଥାନ୍ତି । ତେଣୁ ନିୟମିତ ପରିଦର୍ଶନ କରି ଆବଶ୍ୟକ ସ୍ଥଳେ ବାକ୍ସଗୁଡିକୁ ପରିଷ୍କାର କରିବା ଆବଶ୍ୟକ ।
  3. ଗ୍ରୀଷ୍ମ ଋତୁରେ ଖାଦ୍ୟାଭାବ ଦେଖାଦେଇଥାଏ । ତେଣୁ ଏ ସମୟରେ ଚିନିପାଣି (୧:୧ ଅନୁପାତରେ) କିଛିଦିନ ଅନ୍ତରରେ ଦେବା ଆବଶ୍ୟକ ।

ଆଧାର : କୃଷି ବୈଷୟିକ ସୂଚନା କେନ୍ଦ୍ର , ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି , ଭୁବନେଶ୍ଵର -୩

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate