অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋ ମହିଷାଦି ପଶୁ ମାନଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି

ଥନହରା (ସବୁ ପ୍ରକାରର)

 

 

ସାମଗ୍ରୀ

କ. ଘି କୁଆଁରୀ-250 ଗ୍ରାମ;ଖ ॰ହଳଦୀ-50 ଗ୍ରାମ;ଗ.ଚୂନ-15;

ଘ. ଲେମ୍ବୁ-2 ଟା;ଙ.ଗୁଡ-100 ଗ୍ରାମ

ପ୍ରସ୍ତୁତ କରିବାର ବିଧି:

  • ସାମଗ୍ରୀ(କ-ଗ) ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ମିଶ୍ରଣ କରନ୍ତୁ
  • ଲେମ୍ବୁ ଦୁଇଟି କୁ କାଟି ଫାଳ କରନ୍ତୁ

ପ୍ରୟୋଗ କରିବାରେ ବିଧି:

  • ଗୋଟିଏ ମୁଠା ମିଶ୍ରଣ ନେଇ ତାକୁ 150-200 ମିଲି ପାଣି ମିଶାଇ ପତଳା କରନ୍ତୁ ।
  • ଥନ ସଫା କରି ଥନ ରେ ଏହି ମିଶ୍ରଣ ଲଗାନ୍ତୁ ।
  • ଗୋଟିଏ ଦିନରେ 10 ଥର ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଦୋହରାନ୍ତୁ ।
  • ଦୁଇଟି ଲେମ୍ବୁ ଦିନକୁ 2 ଥର ତିନି ଦିନ ପର୍ଯ୍ୟନ୍ତ ଖୁଆନ୍ତୁ ।

ସୂଚନା :

ଯଦି କ୍ଷୀର ରେ ରକ୍ତ ଆସୁ ଥାଏ ତେବେ ଉପରୋକ୍ତ ପ୍ରକ୍ରିୟା ସହିତ ଦୁଇ ମୁଠା ଭେର୍ସୁଙ୍ଗ ପତ୍ର ଏବଂ ଗୁଡ ଦିନକୁ ଦୁଇ ଥର ଭଲ ହେବା ପର୍ଯ୍ୟନ୍ତ ଖୁଆନ୍ତୁ ।

 

ଚିର ରନ୍ଧ୍ର ଦେଇ କ୍ଷୀର ନ ଆସିବା

 

 

ସାମଗ୍ରୀ:

ତାଜା ତୋଳା ହୋଇଥିବା ନିମ ପତ୍ର ର ଡେମ୍ଫ 1 ଟା: ହଳଦୀ ଗୁଣ୍ଡ;ଲହୁଣୀ କିମ୍ବା ଘିଅ

ପ୍ରସ୍ତୁତ କରିବାର ବିଧି:

  • ନିମ ପତ୍ର ର ଡେମ୍ଫ କୁ ଚିର ର ଲମ୍ବ ଅନୁସାରେ କାଟନ୍ତୁ
  • ହଳଦୀ ଗୁଣ୍ଡ ଏବଂ ଲହୁଣୀ କିମ୍ବା ଘିଅ ର ମିଶ୍ରଣ କୁ ଭଲ ଭାବରେ ନିମ୍ବ ପତ୍ର ଡେମ୍ଫ ରେ ଲଗାନ୍ତୁ ।

 

ପ୍ରୟୋଗ କରିବାର ବିଧି:

  • ପ୍ରଲେପିତ ନିମ୍ବ ପତ୍ର ଡେମ୍ଫ କୁ ଘଡି ଚାଲିବାର ଦିଗ
  • କ୍ଷୀର ଦୁହିଂବା ପରେ ପ୍ରତିଥର ତାଜା ପ୍ରଲେପିତ ନିମ୍ବ ପତ୍ର ଡେମ୍ଫ ପୁନଃ ଭର୍ତ୍ତି କରନ୍ତୁ ।

 

ପହ୍ନାଫୁଲା

 

 

ସାମଗ୍ରୀ:

ରାଶି କିମ୍ବା ସୋରିଷ ତେଲ-200 ମି.ଲି; ହଳଦୀ ଗୁଣ୍ଡ-1 ମୁଠା; ରସୁଣ-2 ପାଖୁଡା

ପ୍ରସ୍ତୁତ କରିବାର ବିଧି:

  • ତେଲ ଗରମ କରି ସେଥିରେ ହଳଦୀ ଗୁଣ୍ଡ ଏବଂ କଟା ହୋଇ ଥିବା ରସୁଣ ପକାନ୍ତୁ ।
  • ଭଲ ଭାବରେ ମିଶାନ୍ତୁ ଏବଂ ବାସ୍ନା ଆସିବା ପରେ ନିଆଁରୁ  ଓଲହାଇ ଦିଅନ୍ତି ।
  • ଥଣ୍ଡା ହେବାକୁ ଦିଅନ୍ତୁ ।

ପ୍ରୟୋଗ କରିବାର ବିଧି:

  • ଫୁଲି ଥିବା ଜାଗା ରେ ଏବଂ ପହ୍ନା ରେ ବଳ ପ୍ରୟୋଗ କରି ଗୋଲାକାର ଢଙ୍ଗ ରେ ଲଗାନ୍ତୁ ।
  • ଏହା ଦିନକୁ 4 ଥର ତିନି ଦିନ ପର୍ଯ୍ୟନ୍ତ ଲଗାନ୍ତୁ ।

ସୂଚନା:

ଏହି ମିଶ୍ରଣ ବ୍ୟବହାର କରିବା ପୂର୍ବରୁ ଥନହରା ହୋଇ ନ ଥିବା ସୁନିଶ୍ଚିତ କରନ୍ତୁ ।

 

ବାଛୁରି ଜନ୍ମ ପରେ ଫୁଲ ନ ପଡିବା

 

 

ସାମଗ୍ରୀ:

ଧଳା ମୂଳା -1ଟା; ଭେଣ୍ଡି-15 କେଜି; ଗୁଡ- ଆବଶ୍ୟକତା ଅନୁସାରେ; ଲୁଣ-ଆବଶ୍ୟକତା ଅନୁସାରେ

ପ୍ରସ୍ତୁତ କରିବାର ବିଧି:

  • ପ୍ରତ୍ୟେକ ଭେଣ୍ଡି କୁ 2 ଖଡା କରି କାଟନ୍ତୁ ।

ପ୍ରୟୋଗ କରିବାର ବିଧି:

  • ଛୁଆ ଜନ୍ମ ର 2 ଘଣ୍ଟା ମଧ୍ୟ ରେ ପଶୁକୁ ଗୋଟିଏ ମୂଳା ଖାଇବାକୁ ଦିଅନ୍ତୁ।
  • ଯଦି ବାଛୁରି ଜନ୍ମ 8 ଘଣ୍ଟା ପରେ ମଧ୍ୟ ପାସୁର ଫୁଲ ନ ପଡେ,ଟା ହେଲେ 1.5 କିଲୋ ତାଜା କଟା ହୋଇଥିବା ଭେଣ୍ଡି ଲୁଣ ଏବଂ ଗୁଡ ସାଙ୍ଗ ରେ ଖାଇବାକୁ ଦିଅନ୍ତୁ ।
  • ଯଦି ବାଛୁରି ଜନ୍ମ ର 12 ଘଟା ପରେ ମଧ୍ୟ ଫୁଲ ନ ପଡେ ତେବେ ପଶୁ ଶରୀର ପାଖ ଫୁଲରେ ଗଣ୍ଠି ପକାଇ,ଗଣ୍ଠିର 2 ଇଞ୍ଚ ତଳକୁ କାଟି ଦିଅନ୍ତୁ । ଗଣ୍ଠି ପଶୁ ଶରୀରର ଭିତରକୁ ଚାଲିଯିବା ।
  • କଦାପି ହାତରେ ଟାଣି ଫୁଲ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ।
  • ଚାରି ସପ୍ତାହ ପର୍ଯ୍ୟନ୍ତ ପ୍ରତି ସପ୍ତାହ ରେ ଠାରେ ପଶୁକୁ ଗୋଟିଏ ମୂଳା ଖାଇବାକୁ ଦିଅନ୍ତୁ ।

 

ବାରମ୍ବାର ଗରମ ଆସିବା

 

 

  • ଗାଈ ଗରମ ହେବାର ପ୍ରଥମ କିମ୍ବା ଦ୍ଵିତୀୟ ଦିନ ଉପଚାର ଆରମ୍ଭ କରନ୍ତୁ।
  • ଦିନରେ ଠାରେ,ନିମ୍ନଲିଖିତ କ୍ରମ ଅନୁସାରେ ଗୁଡ କିମ୍ବା ଲୁଣ ସହିତ ତାଜା ଅବସ୍ଥା ରେ ଖୁଆନ୍ତୁ ।
  • ଗୋଟିଏ ଧଳା ମୂଳା ପ୍ରତିଦିନ 5 ଦିନ ପର୍ଯ୍ୟନ୍ତ ।
  • ଗୋଟିଏ ଘି କୁଆଁରୀ ପତ୍ର ପ୍ରତିଦିନ 4 ଦିନ ପର୍ଯ୍ୟନ୍ତ ।
  • ଚାରି ମୁଠା ସଜନା ପତ୍ର 4 ଦିନ ପର୍ଯ୍ୟନ୍ତ ।
  • ଚାରି ମୁଠା ହାଡ ଭଙ୍ଗା କାଣ୍ଡ 4 ଦିନ ପର୍ଯ୍ୟନ୍ତ ।
  • ଚାରି ମୁଠା ଭେର୍ସୁଙ୍ଗ ପତ୍ର,ହଳଦୀ ସହିତ 4 ଦିନ ପର୍ଯ୍ୟନ୍ତ ।

 

ଗର୍ଭାଶୟ ବା ମଳଦ୍ଵାର ବାହାରକୁ ବାହାରି ଆସିବା

ସାମଗ୍ରୀ:

ଘି କୁଆଁରୀ ରସ-ଗୋଟିଏ ପୁରା ପତ୍ର;ହଳଦୀ ଗୁଣ୍ଡ- ଏକ ଚିମୁଟି;ଲାଜକୁଳୀ ପତ୍ର-ଦୁଇ ମୁଠା

ପ୍ରସ୍ତୁତ କରିବାର ବିଧି:

  • ଗୋଟିଏ ଘି କୁଆଁରୀ ପତ୍ର ର ରସ ବାହାର କରନ୍ତୁ ।
  • ସେଥିରୁ ଅଠା ଅଂଶ ଦୂର କରିବା ପାଇଁ ବାରମ୍ବାର ଧୋଇ ଦିଅନ୍ତୁ ।
  • ଏଥିରେ ଏକ ଚିମୁଟି ହଳଦୀ ମିଶାଇ ଗରମ କରନ୍ତୁ ଏବଂ ଟା ପରେ ଥଣ୍ଡା ହେବାକୁ ଦିଅନ୍ତୁ ।
  • ଲାଜକୁଳୀ ପତ୍ରକୁ ପେଶୀ ପେଷ୍ଟ ବନାନ୍ତୁ ।

 

ପ୍ରୟୋଗ କରିବାର ବିଧି:

  • ଶରୀର ବାହାରକୁ ବାହାରି ଆସିଥିବା ଅଂଶକୁ ସଫା କରନ୍ତୁ ।
  • ଟା ଉପରେ ଥଣ୍ଡା ହୋଇଥିବା ମିଶ୍ରଣ ଛିଞ୍ଚନ୍ତୁ ।
  • ଏହା ଶୁଖିଯିବା ପରେ ଲାଜକୁଳୀ ପତ୍ର ର ପେଷ୍ଟ ଲଗାନ୍ତୁ ।
  • ଭଲ ଅବସ୍ଥା ଆସିବା ପର୍ଯ୍ୟନ୍ତ ସପ୍ତାହ ରେ ଠାରେ ଲଗାନ୍ତୁ ।
  • ଅଙ୍ଗ ଭିତରକୁ ଯିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କୁ ଚାଲୁ ରଖନ୍ତୁ ।

 

 

ଫାଟୁଆ ପାଟି ଘା

ସାମଗ୍ରୀ:

ଜୀରା-10 ଗ୍ରାମ; ମେଥି-10 ଗ୍ରାମ;ଗୋଲମରୀଚ -10 ଗ୍ରାମ; ହଳଦୀ ଗୁଣ୍ଡ-10 ଗ୍ରାମ;ରସୁଣ-4 ପାଖୁଡା;ନଡିଆ-1 ଟା ;ଗୁଡ-120 ଗ୍ରାମ

ପ୍ରସ୍ତୁତ କରିବାର ବିଧି:

  • ପାଣିରେ ଜୀରା,ମେଥି ଏବଂ ଗୋଲମରୀଚ 20-30 ମିନିଟ ପର୍ଯ୍ୟନ୍ତ ଭିଜାନ୍ତୁ ।
  • ସମସ୍ତ ସାମଗ୍ରୀ କୁ ପେସନ୍ତୁ ଭଲଭାବରେ ମିଶି ଜୀବ ।
  • କୋରା ହୋଇଥିବା ନଡିଆ (1 ଟା) ହାତ ରେ ମିଶାନ୍ତୁ ।
  • ପ୍ରତିଥର ଲଗାଇବା ପୂର୍ବରୁ ତାଜା ପ୍ରସ୍ତୁତ କରନ୍ତୁ ।

ପ୍ରୟୋଗ କରିବାର ବିଧି:

  • ପାଟି ଭିତରେ,ଜିଭ ରେ ଏବଂ ତାଳୁକା ରେ ଲଗାନ୍ତୁ ।
  • ପ୍ରତିଦିନ 3 ଥର 3 ରୁ 5 ଦିନ ପର୍ଯ୍ୟନ୍ତ ଲଗାନ୍ତୁ ।

 

 

ଫାଟୁଆ ଖୁରା ଘା

ସାମଗ୍ରୀ:

ଇନ୍ଦ୍ର ମାରିଚ ପତ୍ର-1 ମୁଠା; ରସୁଣ-10 ପାଖୁଡା; ନିମ୍ବ-1 ମୁଠା; ନଡିଆ କିମ୍ବା ରାଶି ତେଲ-250 ମି.ଲି ; ହଳଦୀ ଗୁଣ୍ଡ-20 ଗ୍ରାମ; ମେହେନଦୀ(ମୋହରା) ପତ୍ର-1 ମୁଠା ; ତୁଲସୀ ପତ୍ର-1 ମୁଠା

ପ୍ରସ୍ତୁତ କରିବାର ବିଧି :

  • ସମସ୍ତ ସାମଗ୍ରୀ କୁ ଭଲଭାବରେ ପେଶୀ ମିଶାନ୍ତୁ।
  • 250 ମି,ଲି ନଡିଆ କିମ୍ବା ରାଶି ତେଲ ମିଶାଇ ଗରମ କରନ୍ତୁ ଟା ପରେ ଥଣ୍ଡା କରନ୍ତୁ ।

 

ପ୍ରୟୋଗ କରିବାର ବିଧି:

  • ଘା ସଫା କରି ଏହି ମିଶ୍ରଣ ଲଗାନ୍ତୁ କିମ୍ବା ସଫା କାନାରେ ଭିଜାଇ ବ୍ୟାଣ୍ଡେଜ ବାନ୍ଧନ୍ତୁ ।
  • ଯଦି ଘା ପୋକ ପଡିଯାଇଥାନ୍ତି ତେବେ ପ୍ରଥମ ଦିନ ନଡିଆ ତେଲ ଗନ୍ଧ କର୍ପୁର ମିଶ୍ରଣ ଲଗାନ୍ତୁ କିମ୍ବା ଆତ ପତ୍ର ବାଟି କରି ଲଗାନ୍ତୁ।

 

ଜ୍ଵର

ସାମଗ୍ରୀ:

ରସୁଣ-2 ପାଖୁଡା; ଧନିଆ-10 ଗ୍ରାମ;ଜୀରା-10 ଗ୍ରାମ ; ତୁଲସୀ ପତ୍ର-1 ମୁଠା;ଶୁଖିଲା ତେଜ ପତ୍ର-10 ଗ୍ରାମ;ଗୋଲମରୀଚ-10 ଗ୍ରାମ;ପାନ ପତ୍ର-5 ଟା;ଚୋଟୋ ପିଆଜ-2 ଟା ହଳଦୀ ଗୁଣ୍ଡ-10 ଗ୍ରାମ;ଚିରେଇତା ପତ୍ର ର ଗୁଣ୍ଡ-20 ଗ୍ରାମ;ଦୟଣା ପତ୍ର-1 ମୁଠା; ନିମ୍ବ ପତ୍ର -1 ମୁଠା ;ଗୁଡ-100 ଗ୍ରାମ

ପ୍ରସ୍ତୁତ କରିବାର ବିଧି:

  • ଜୀରା,ଗୋଲମରୀଚ ଏବଂ ଧନିଆ କୁ ପାଣି ରେ 15 ମିନିଟ ପର୍ଯ୍ୟନ୍ତ ଭିଜନ୍ତୁ ।
  • ସମସ୍ତ ସାମଗ୍ରୀ କୁ ପେଶୀ ମିଶାନ୍ତୁ ।

ପ୍ରୟୋଗ କରିବାର ବିଧି:

  • ମିଶ୍ରଣ କୁ ଚୋଟୋ ଚୋଟୋ ଭାଗ ରେ ବିଭକ୍ତ କରି ସକାଳ ସନ୍ଧ୍ୟା ରେ ଖୁଆନ୍ତୁ ।

ଝାଡା

 

ସାମଗ୍ରୀ :

ମେଥି-10 ଗ୍ରାମ; ପିଆଜ-1 ଟା; ରସୁଣ-1 ପାଖୁଡା;ଜୀରା-10 ଗ୍ରାମ; ହଳଦୀ-10 ଗ୍ରାମ; ଭେର୍ସୁଙ୍ଗ ପତ୍ର-1 ମୁଠା; ପୋସ୍ତ-5 ଗ୍ରାମ;ଗୋଲମରୀଚ 10 ଗ୍ରାମ;ଗୁଡ-100 ଗ୍ରାମ;ହେଙ୍ଗୁ-5 ଗ୍ରାମ

 

ପ୍ରସ୍ତୁତ କରିବାର ବିଧି:

  • ଜୀରା ,ହେଙ୍ଗୁ,ପୋସ୍ତା ଏବଂ ମେଥି କୁ ଶୁଖିଲା ଭାଜନ୍ତୁ ।
  • ପ୍ରସ୍ତୁତ ଗୁଳାଗୁଡିକୁ ଦିନ ରେ ଠାରେ ଖୁଆନ୍ତୁ । ଏହି ପ୍ରକ୍ରିୟା 1 ରୁ 3 ଦିନ ପର୍ଯ୍ୟନ୍ତ କିମ୍ବା ଝାଡା ଠିକ ହେବା ପର୍ଯ୍ୟନ୍ତ ଦୋହରାନ୍ତୁ ।

 

ପେଟ ଫୁଲା ଏବଂ ବଡ ହଜମି

ସାମଗ୍ରୀ:

ପିଆଜ-100 ଗ୍ରାମ;ରସୁଣ-10 ପାଖୁଡା;ଶୁଖିଲା ଲଙ୍କା -2 ଟା ;ଜୀରା-10 ଗ୍ରାମ;ହଳଦୀ-10 ଗ୍ରାମ;ଗୁଡ-100 ଗ୍ରାମ;ଗୋଲମରିଚ-10 ଗ୍ରାମ; ପାନ ପତ୍ର-10 ଟା;ଅଦା -100 ଗ୍ରାମ

 

ପ୍ରସ୍ତୁତ କରିବାର ବିଧି:

 

  • ଗୋଲମରିଚ,ଜୀରା ପାଣି ରେ ଅଧ ଘଣ୍ଟା ଭିଜାନ୍ତୁ ।
  • ଅନ୍ୟ ସାମଗ୍ରୀ ସହିତ ମିଶାଇ ପେଶୀ ମିଶ୍ରଣ ବନାନ୍ତୁ ।

ପ୍ରୟୋଗ କରିବାର ବିଧି:

  • ମିଶ୍ରଣ କୁ ଛୋଟ ଛୋଟ ଗୁଳା ରେ ବିଭକ୍ତ କରନ୍ତୁ ।
  • ଛୋଟ ଛୋଟ ଭାଗ କରି ଲୁଣ ମିଶାଇ ଦିନକୁ 3-4 ଥର 3 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।

 

କୃମି

ସାମଗ୍ରୀ:

ପିଆଜ-1 ଟା; ରସୁଣ-5 ପାଖୁଡା ;ସୋରିଷ-10 ଗ୍ରାମ;ନିମ୍ବ ପତ୍ର-1 ମୁଠା;ଜୀରା-10 ଗ୍ରାମ;କଲରା-50 ଗ୍ରାମ;ହଳଦୀ-5 ଗ୍ରାମ;ଗୋଲ ମରିଚ-5 ଗ୍ରାମ; କଦଳୀ ମଞ୍ଜା-100 ଗ୍ରାମ; ଗାୟସ ପତ୍ର-1 ମୁଠା ; ଗୁଡ-100 ଗ୍ରାମ

ପ୍ରସ୍ତୁତ କରିବାର ବିଧି :

 

  • ପାଣି ରେ ଗୋଲମରିଚ,ଜିରା ଏବଂ ସୋରିଷ 30 ମିନିଟ ପର୍ଯ୍ୟନ୍ତ ଭିଜାନ୍ତୁ ।
  • ଏହା କୁ ଅନ୍ୟ ସାମଗ୍ରୀ ସହିତ ପେଶୀ ପେଷ୍ଟ ବନାନ୍ତୁ ।

 

ପ୍ରୟୋଗ କରିବାର ବିଧି:

  • ମିଶ୍ରଣ କୁ ଛୋଟ ଛୋଟ ଗୁଳା ରେ ବିଭକ୍ତ କରନ୍ତୁ ।
  • ଛୋଟ ଛୋଟ ଭାଗରେ ଲୁଣ ମିଶାଇ ଦିନକୁ ଥରେ 3 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।

 

ଟିଙ୍କ/ବାହ୍ୟ ପରଜୀବୀ

ସାମଗ୍ରୀ :

ରସୁଣ-10 ପାଖୁଡା; ନିମ୍ବ ପତ୍ର-1 ମୁଠା;ନିମ୍ବ ଫଳ-1 ମୁଠା; ବଛା କାଣ୍ଡ-10 ଗ୍ରାମ;ହଳଦୀ ଗୁଣ୍ଡ-20 ଗ୍ରାମ;ନାଗ ଅଈରୀ ପତ୍ର-1 ମୁଠା;ତୁଲସୀ ପତ୍ର-1 ମୁଠା

 

ପ୍ରସ୍ତୁତ କରିବାର ବିଧି:

  • ସମସ୍ତ ସାମଗ୍ରୀ କୁ ପେଶୀ ମିଶ୍ରଣ କରନ୍ତୁ।
  • ଏକ ଲିଟର ସଫା ପାଣି ମିଶାନ୍ତୁ ।
  • ଏକ ସଫା କଣା ରେ ଉପୋରକ୍ତ ମିଶ୍ରଣ କୁ ଛାଣନ୍ତୁ ।
  • ଛଣିବା ପରେ ଗୋଟିଏ ସ୍ପ୍ରେ ବୋତଳକୁ ସ୍ଥାନାନ୍ତରଣ କରନ୍ତୁ ।

 

ପ୍ରୟୋଗ କରିବାର ବିଧି:

  • ପାଶୁର ସମଗ୍ର ଶରୀରରେ ସ୍ପ୍ରେ କରନ୍ତୁ ।
  • ଗୁହାଳ ରେ ଥିବା ଛିଦ୍ର ଏବଂ ଫାଟ ରେ ମଧ୍ୟ ସ୍ପ୍ରେ କରନ୍ତୁ ।
  • ଏହି ମିଶ୍ରଣ କୁ କପଡା ରେ ଭିଜୟ ପଶୁ ଶରୀରରେ ଲଗାଇ ପାରିବେ ।
  • ଭଲ ଅବସ୍ଥା ଆସିବା ପର୍ଯ୍ୟନ୍ତ ସପ୍ତାହ ର ଥରେ ଲଗାନ୍ତୁ
  • ଏହି ଉପଚାର ଦିନର ଗରମ ସମୟ ର ହିଁ କରନ୍ତୁ ।

 

ଚିର ରେ ଘା/ ଭାତୁଡି  ହେବା/ଚିର ଫାଟିବା

ସାମଗ୍ରୀ:

ରସୁଣ-5 ପାଖୁଡା; ହଳଦୀ-10 ଗ୍ରାମ;ଜୀରା-15 ଗ୍ରାମ;ଦୟଣା ପତ୍ର-1 ମୁଠା ;ନିମ୍ବ ପତ୍ର-1 ମୁଠା; ଲହୁଣୀ କିମ୍ବା ଘିଅ -50 ଗ୍ରାମ

 

ପ୍ରସ୍ତୁତ କରିବାର ବିଧି :

  • ଜୀରା କୁ ପାଣି ରେ 15 ମିନିଟ ପାଇଁ ବତୁରାନ୍ତୁ
  • ସମସ୍ତ ସାମଗ୍ରୀ କୁ ପେଶୀ ଭଲ ଭାବରେ ମିଶାନ୍ତୁ
  • ଶେଷରେ ଲାହିନୀ ଭଲ ଭାବରେ ମିଶାନ୍ତୁ ।

 

ପ୍ରସ୍ତୁତ କରିବାର ବିଧି:

  • ଜୀରା କୁ ପାଣି ରେ 15 ମିନିଟ ପାଇଁ ବତୁରାନ୍ତୁ ।
  • ସମସ୍ତ ସାମଗ୍ରୀ କୁ ପେଶୀ ଭଲ ଭାବରେ ମିଶାନ୍ତୁ
  • ଶେଷରେ ଲହୁଣୀ ଭଲ ଭାବରେ ମିଶାନ୍ତୁ ।

 

ପ୍ରୟୋଗ କରିବାର ବିଧି :

  • ଏହି ମିଶ୍ରଣକୁ ପ୍ରଭାବିତ ଜାଗାରେ, ଭଲ ହେବା ପର୍ଯ୍ୟନ୍ତ ବାରମ୍ବାର ଲଗାନ୍ତୁ ।
ଚରମ ସଫା କରି ଶୁଖାଇ ଏହି ମିଶ୍ରଣ କୁ ଲଗାନ୍ତୁ ।

ଆଧାର : ଜାତୀୟ ଦୁଗ୍ଧ ବିକାଶ ସମିତି

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate