অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋପାଳନ ପାଇଁ ଜାତିଆ ଗାଈ

ଆଜିକାଲି ଦୁଧିଆଳୀ ଗାଈ ରଖିବା ପାଇଁ ଗାଁ ମାନଙ୍କରେ ବହୁତ ଆଗ୍ରହ ସୃଷ୍ଟି ହେଉଅଛି । ବିଶେଷ କରି ଗରିବ ଲୋକମାନଙ୍କର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଗୋପାଳନ କରିବା ନିମିର ସରକାରୀ ସଂସ୍ଥାରୁ ଋଣ ବି ମିଳୁଅଛି । ଅନେକ ଚାଷାଭାଇ ଜର୍ସି ପ୍ରଭୁତି ଦୁଧିଆଳୀ ଗାଈ ରଖି ଲାଭବାନ ହେଉଥିବାର ମଧ୍ୟ କୁହାଯାଉଛି । ତେବେ ଏକଥା ନିଶ୍ଚିତ ଯେ ଗୋପାଳନରୁ ଲାଭବାନ ହେବାକୁ ହେଲେ ଅଧିକ ଦୁଧ ଦେଉଥିବା ଗାଈ ରଖିବା ଆବଶ୍ୟକ ।

ଆଗେ ଆମ ଦେଶରେ ରେଡ଼ସିନ୍ଧି ଓ ହରିଆନା ଜାତିର ଗାଈ ରଖିବା ପାଇଁ ପରାମର୍ଶ ଦିଆଯାଉଥିଲା । କାରଣ ଏମାନେ ଦିନକୁ ହାରାହାରି ୫ ରୁ ୬ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଥଲେ । କିନ୍ତୁ ବିଦେଶରୁ ଜର୍ସି, ହୋଲଷ୍ଟିନ୍, ବ୍ରାଉନ୍‌ସ୍ଵିସ୍ ପ୍ରଭୃତି ଅଧିକ ଦୁଧ ଦେଉଥିବା ଗାଈ ଆସିବା ଫଳରେ ଲୋକମାନେ ଏହିସବୁ ଗାଈ ରଖିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହା ବ୍ୟତୀତ ଭାରତରେ ମିଳୁଥିବା ଦେଶୀ ଗୋରୁମାନଙ୍କର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଦିଗରେ ସଙ୍କରୀକରଣ ଏକ ଫଳପ୍ରଦ ପଦକ୍ଷେପ । ସଙ୍କରୀକରଣ ପାଇଁ ବିଭିନ୍ନ ବିଦେଶୀ ଗୋ ଜାତିର ଷଣ୍ଢ ଦ୍ଵାରା ଦେଶୀ ଗାଈମାନଙ୍କର ପ୍ରଜନନ କରାଯାଇ ସଙ୍କର ଜାତୀୟ ଗାଈ ଉତ୍ପାଦନ କରାଯାଉଅଛି । ଜର୍ସି, ହୋଲଷ୍ଟିନ୍ ପ୍ରଭୃତି ବିଦେଶୀ ଜାତି ଷଣ୍ଢ ମାନଙ୍କୁ ଏହି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ । ସଙ୍କରୀକରଣ ଦ୍ଵାରା ଗାଈର ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହିତ ଏହାଠାରେ ମୂଳ ଦେଶୀ ଗୋଜାତି ଠାରେ ଥିବା ରୋଗ ପ୍ରତିଷେଧକ ଶକ୍ତି ଏବଂ ଗ୍ରୀଷ୍ମମଣ୍ଡଳୀୟ ଉଷ୍ଣ ଓ ଆର୍ଦ୍ର ଜଳବାୟୁକୁ ସହ୍ୟ କରିବାର ଶକ୍ତି ମଧ୍ୟ ଅତୁଟ ରହିଥାଏ । ଏଣୁ ସମ୍ପୂର୍ଣ୍ଣ  ବିଦେଶୀ ଗାଈ ପାଳନ ଅପେକ୍ଷା ସଙ୍କର ଜାତୀୟ ଗାଈ ପାଳନ ଆମ ଜଳବାୟୁ ପାଇଁ ବିଶେଷ ଉପଯୋଗୀ ।

ସଙ୍କରୀକରଣ ପାଇଁ ବ୍ୟବହାର କରାଯାଉଥିବା ମୁଖ୍ୟ ବିଦେଶୀ ଗୋଜାତି ମାନଙ୍କର ବର୍ଣ୍ଣନା ନିମ୍ନରେ କରାଯାଇଛି ।

ଜର୍ସି

ଜର୍ସିଗାଈ ଇଂଲଣ୍ଡ ନିକଟରେ ଅବା ଜର୍ସିଦ୍ଵୀପରେ ପ୍ରଥମେ ରହିଅବାର ଜଣାଯାଏ । କିନ୍ତୁ ଆଜିକାଲି ପୃଥିବୀର ପ୍ରାୟ ସବୁ ଦେଶରେ ଏହି ଗାଈ ଦୁଧ ଉତ୍ପାଦନ ପାଇଁ ପାଳନ କରାଯାଉଅଛି । ଏମାନେ ଅନ୍ୟ ବିଦେଶୀ ଗାଈମାନଙ୍କଠାରୁ ଆକାରରେ ଛୋଟ । ଗୋଟିଏ ବଡ଼ ଗାଈର ଓଜନ ପ୍ରାୟ ୪୦୦ ରୁ ୪୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଅନ୍ୟ ବିଦେଶୀ ଗୋଜାତି ଭଳି ଏହାର ମଧ୍ୟ ଚୂଳ ନଥାଏ । ଏହାର ଶରୀର ତୁଳନାରେ ପେଟ ବଡ଼ । ତେଣୁ ଏହା ଅଧିକ ଖାଦ୍ୟ ଖାଇପାରେ । ଜର୍ସିଗାଈ ସାଧାରଣତଃ କସରା, ଇଷତ୍ ଧୁସର ମିଶ୍ରିତ ପିଙ୍ଗଳ ବା କଳା ରଙ୍ଗର ହୋଇଥାନ୍ତି । କେତେକ ଗାଈଙ୍କର ଦେହରେ ଧଳା ବା କଳା ରଙ୍ଗର ସୃଜ ଛଉ ରହିଥାଏ । ଏମାନଙ୍କର ନାକ ଓ ଜିଭର ରଙ୍ଗ କଳା । ଥୋମଣି ଓ ଆଖି ଚାରିପଟେ ପ୍ରାୟ ଲୋମ ନଥାଏ । ଏହି ଜର୍ସି ଜାତୀୟ ଛଡ଼ା ୧୪ ରୁ ୧୮ ମାସ ଭିତରେ ଗରମ ହୁଅନ୍ତି ଓ ୨ ବର୍ଷ ବେଳକୁ ପ୍ରଥମ ଥର ଜନ୍ମ କରିଥାନ୍ତି । ଏମାନେ ଦିନକୁ ହାରାହାରି ୧୦ ରୁ ୧୫ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ଓ ଏହି କ୍ଷୀରରେ ପ୍ରାୟ ଶତକଡ଼ା ୫ ଦଶମିକ ୩ ଭାଗ ଘିଅ ଅଂଶ ଥାଏ । ଗୋଟିଏ ଭଲ ଜର୍ସିଗାଈ ଥରେ ଜନ୍ମ କଲେ ପ୍ରାୟ ୧୦ ମାସ ଠାରୁ ବର୍ଷକ ପର୍ଯ୍ୟନ୍ତ କ୍ଷୀର ଦେଇଥାଏ । ଏକ ହିସାବରୁ ଜଣାଯାଇଅଛି ଯେ ଗୋଟିଏ ଜର୍ସିଗାଈ ବର୍ଷକ ଭିତରେ ପ୍ରାୟ ୪୦୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାଏ ।

ଏକ ଜାତୀୟ ଗାଈ ଆମ ଦେଶର ଜଳବାୟୁରେ ବେଶ୍ ଭଲଭାବରେ ଉଧେଇ ପାରୁଅଛନ୍ତି । ପୁନଶ୍ଚ ଆମ ଦେଶିଗାଈ ସହିତ ଢସି ଷଣ୍ଢର ସଙ୍ଗମ ଫଳରେ ଯେଉଁ ସଙ୍କର ଜାତୀୟ ଜର୍ସିଗାଈ ସୃଷ୍ଟି ହେଉଛନ୍ତି ସେମାନେ ମଧ୍ୟ ଦେଢ଼ ବର୍ଷରୁ ୨ ବର୍ଷ  ଭିତରେ ଗରମ ଅବସ୍ଥାକୁ ଆସି ଅଢ଼େଇ ବର୍ଷ ବେଳକୁ ନୁଆ ଜନ୍ମ କରିଥାନ୍ତି । ବାଛୁରୀ ସମୟରୁ ଯଦି ଏହି ସଙ୍କର ଜାତୀୟ ଗାଈମାନଙ୍କୁ ଭଲ ଭାବରେ ପାଳନ କରାଯାଏ ତେବେ ସେମାନେ ଦିନକୁ ୧୦ ରୁ ୧୨ ଲିଟର କ୍ଷୀର ମଧ୍ୟ ଦେଇପାରିବେ । ଏହି କାରଣରୁ ଆମ ରାଜ୍ୟରେ ବିଶୁଦ୍ଧ ଜର୍ସିଗାଈ ଅପେକ୍ଷା ସଙ୍କର ଜର୍ସିଗାରେ ରଖିବା ବେଶ୍ ଲୋକପ୍ରିୟ ହୋଇପାରିଛି ।

ହୋଇଷ୍ଟିନ୍ ଫ୍ରିଜିଆନ୍

ୟୁରୋପର ହଲାଣ୍ଡ ଓ ଫ୍ରିଜଲାଣ୍ଡ ଅଞ୍ଚଳ ଏହି ଜାତୀୟ ଗୋରୁଙ୍କ ଉତ୍ପରିସ୍ଥଳ ହୋଇଥିବାରୁ ସେହି ଦୁଇଟି ଦେଶର ନାମ ଅନୁସାରେ ଏହି ଗାଈମାନଙ୍କୁ ହୋଲଷ୍ଟିନ୍ - ଫ୍ରିଜିଆନ କୁହାଯାଏ । ଆଜିକାଲି ଏହି ଜାତୀୟ ଗାଈ ଆମେରିକା, କାନାଡ଼ା, ନିଉଜିଲାଣ୍ଡ୍ ପ୍ରଭୃତି ଦେଶରେ ବହୁ ସଂଖ୍ୟାରେ ପାଳନ କରାଯାଉଅଛି । ଏମାନେ ଆକାରରେ ବଡ଼ ଏବଂ ଏମାନଙ୍କର ଅଧିକ ଦୁଧ ଦେବାର ଶକ୍ତି ରହିଅଛି । ଗୋଟିଏ ବଡ଼ ଗାଈର ଓଜନ ପ୍ରାୟ ୭୦୦ ରୁ ୯୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କର ରଙ୍ଗ କଳା ଓ ଦେହରେ ଧଳାରଙ୍ଗର ବଡ଼ ବଡ଼ ଛାପ ଥାଏ । ଏହି ଜାତୀୟ ଛଡ଼ା ଦୁଇରୁ ଅଢ଼େଇ ବର୍ଷ ଭିତରେ ଜନ୍ମ କରିଥାନ୍ତି । ହାରାହାରି ଏମାନେ ବର୍ଷକୁ ୬୦୦୦ ଲିଟର ପର୍ଯ୍ୟନ୍ତ ଦୁଧ ଦେଇଥାନ୍ତି । ଅନେକ ହୋଲଷ୍ଟିନ୍ ଗାଈ ବର୍ଷକୁ ୧୨୦୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେବାର ମଧ୍ୟ ଦେଖାଯାଇଅଛି । ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଜାତିର ଗାଈ ଦୁଗ୍ଧ ଉତ୍ପାଦନରେ ହୋଲଷ୍ଟିନ୍‌କୁ ଟପିଯାଇ ପାରିନାହାନ୍ତି । ତେଣୁ ଏମାନଙ୍କୁ ଆଧୁନିକ ଯୁଗର କାମଧେନୁ କହିଲେ ଅତ୍ୟକ୍ତି ହେବ ନାହିଁ ।

ଆମ ଦେଶରେ ଶଙ୍କର ଜର୍ସି ପରି ଶଙ୍କର ହୋଲଷ୍ଟିନ୍ ଗାଈ ମଧ୍ୟ ଲୋକପ୍ରିୟ ହୋଇ ପାରିଅଛି । ଏମାନେ ଅଧିକ କ୍ଷୀର ଦିଅନ୍ତି, କିନ୍ତୁ ଖରା ସହି ପାରନ୍ତି ନାହିଁ । ତେବେ ଜର୍ସି ଓ ହୋଲଷ୍ଟିନ୍ ଜାତୀୟ ଗାଈମାନଙ୍କୁ ପ୍ରଚୁର ପରିମାଣରେ ଘାସ ଖାଇବାକୁ ଦେଲେ ସେମାନଙ୍କର ସ୍ଵାସ୍ଥ୍ୟ ଭଲ ରହେ ଓ ସେମାନେ ଅଧିକ କ୍ଷୀର ଦେବାକୁ ସକ୍ଷମ ହୋଇଥାନ୍ତି । ତେଣୁ ଆମ ରାଜ୍ୟରେ ଯେଉଁମାନେ ବ୍ୟବସାୟ ଦୃଷ୍ଟିରୁ ଗୋପାଳନ କରିବାକୁ ଚାହାନ୍ତି ସେମାନେ ସଙ୍କର ଜାତୀୟ ଜର୍ସି ଓ ହୋଲଷ୍ଟିନ୍ ଗାଈ ରଖିବା ଉଚିତ୍ ।

ବ୍ରାଉନ ସ୍ଵିସ୍ ଓ ଗର୍ଣ୍ଣସୀ

ବ୍ରାଉନ ସ୍ଵିସ୍

ଆଜିକାଲି ବ୍ରାଉନ ସ୍ଵିସ୍ ଜାତୀୟ ଗାଈ ମଧ୍ୟ ଆମ ଦେଶରେ ଦୁଗ୍ଧ ଉତ୍ପାଦନ ପାଇଁ ରଖାଯାଉଅଛି । ଏହି ଜାତୀୟ ଗୋରୁ ମାନଙ୍କର ଉତ୍ପରି ସ୍ଥଳ, ସିଜରଲାଣ୍ଡର ପାର୍ବତ୍ୟାଞ୍ଚଳ ବୋଲି କୁହାଯାଏ ।

ଏମାନଙ୍କର ରଙ୍ଗ କସରା ବା କଳା ହୋଇଥାଏ ।ବ୍ରାଉନସ୍ଵିସ୍ ଗାଈମାନେ ବର୍ଷକୁ ପ୍ରାୟ ୬୦୦୦ ରୁ ୮୦୦୦ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଇଥାନ୍ତି ।

ତେବେ ଏହି ଜାତିର ଷଣ୍ଢ ଓ ଆମ ଦେଶୀ ଗାଈଙ୍କ ଠାରୁ ଜନ୍ମିଥିବା ସଙ୍କର ବ୍ରାଉନସ୍ଵିସ୍ ଗାଈମାନେ ମଧ୍ୟ ଦିନକୁ ୧୦ ରୁ ୧୫ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ।

ଗର୍ଣ୍ଣସୀ

ୟୁରୋପର ଫ୍ରାନ୍ସ ନିକଟରେ ଅବା ଗର୍ଣ୍ଣସା ଦ୍ଵାପ ଅଞ୍ଚଳରେ ପ୍ରଥମେ ଏହି ଜାତିର ଗୋରୁ ରହିଥିବା ଦେଖାଯାଏ । ଏମାନଙ୍କର ରଙ୍ଗ କସରା ଓ ମୁହଁ, ଗୋଡ଼, ପିଠିରେ ଧଳା ଛଉ ଦେଖାଯାଏ । ଏହି ଗର୍ଷସୀ ଜାତୀୟ ଗାଈର ଦୁଧ ସାମାନ୍ୟ ହଳଦିଆ ଦେଖାଯାଏ । ଏମାନେ ବର୍ଷକୁ ପ୍ରାୟ ୪୦୦୦ ରୁ ୫୦୦୦ ଲିଟର ପର୍ଯ୍ୟନ୍ତ ଦୁଧ ଦେଇଥାନ୍ତି । ଏମାନଙ୍କ ଦୁଧରେ ଘିଅ ଅଂଶ ଶତକଡ଼ା ୫ ଭାଗ ଥାଏ ।

ସଙ୍କର ଜର୍ସିଗାଈ ପରି ସଙ୍କର ଗର୍ଣ୍ଣସା ଗାଈମାନେ ମଧ୍ୟ ଆମ ଦେଶରେ ବେଶ୍ ଅଧିକ କ୍ଷୀର ଦେଇ ପାରୁଅଛନ୍ତି ।

ରେଡ଼ ଡେନ୍

ଡେନମାର୍କ ଦେଶ ଏହି ଜାତିର ଗୋରୁଙ୍କ ଉତ୍ପରିସ୍ଥଳ । ଏମାନଙ୍କ ଶରୀର ଗହୀରିଆ, ପଞ୍ଜରା ହାଡ଼ ସଙ୍କୁଚିତ, ସିଧା ପିଠି, ପଛ ଅଣ୍ଟାଠାରୁ ଲାଞ୍ଜ ମୂଳ ପର୍ଯ୍ୟନ୍ତ ଲମ୍ବା ଅଧିକ । ମୁହଁ ମଧମ ଲମ୍ବ, ଶରୀର ରଙ୍ଗ ଗାଢ଼ ଲାଲ୍ ବା ବାଦାମୀ, ଥୋମଣୀ ଧୂଷର । ଗାଈଙ୍କ ଓଜନ ପ୍ରାୟ ୫୦୦ କି.ଗ୍ରା. । ଏମାନେ ମଧ୍ୟ ବର୍ଷକୁ ୪୦୦୦ ରୁ ୫୦୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ।

ଉପରୋକ୍ତ ବିଦେଶୀ ଗୋଜାତିଙ୍କ ବ୍ୟତୀତ ଆମ ଦେଶରେ ଥିବା ମୁଖ୍ୟ ଗୋଜାତି ଗୁଡ଼ିକ ମଧ୍ୟରୁ ରେଡ଼୍ ସିନ୍ଧି ଓ ହରିଆନା ଜାତିର ଗାଈ ମଧ୍ୟ ଆମ ରାଜ୍ୟରେ ଗୋପାଳକ ମାନଙ୍କ ଦ୍ଵାରା ବିଶେଷ ଆଦୃତ ହୋଇପାରିଛି ଓ ଏମାନଙ୍କର ଚାହିଦା ଏବେ ମଧ୍ୟ ପରିଲକ୍ଷିତ ହୁଏ ।

ରେଡ୍ ସିନ୍ଧି ଓ ହରିଆନା

ରେଡ୍ ସିନ୍ଧି

ରେଡସିଦ୍ଧି ଜାତୀୟ ଗାଈର ଆକାର ମଧ୍ୟମ ଧରଣର ଓ ରଙ୍ଗ ଗାଢ଼ ଲାଲ । ବେଳେବେଳେ ରଙ୍ଗ ମଧ୍ୟ କସରା ବା ବାଦାମୀ ହୋଇଥାଏ । ଏହାର ପିଠିରେ ଚୂଳ ଥାଏ ଓ ବେକରେ କମଳ ରହିଥାଏ ।

ଏମାନଙ୍କର ଚମ ଜିଲା ଅବାରୁ ଏମାନେ ଉତ୍ତାପ ସହିପାରନ୍ତି ।

ସିଦ୍ଧି ଗାଈର ପହ୍ନା ବଡ଼ ଓ ହାରାହାରି ଏମାନେ ୩୨୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନ ହୋଇଥାନ୍ତି ।

ସିନ୍ଧିଗାଈ ଥରେ ଜନ୍ମ କଲେ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ କ୍ଷୀର ଦେଇଥାଏ । ହାରାହାରି ଦିନକୁ ପ୍ରାୟ ୫ ରୁ ୬ ଲିଟର ପର୍ଯ୍ୟନ୍ତ ଦୁଧ ଦେଇଥାନ୍ତି ।

ଏହି ଜାତିର ଗାଈ ବେଶ୍ ଧୀରସ୍ଥିର ଓ ଭାରତର ଯେ କୌଣସି ଆଞ୍ଚଳରେ ମଧ୍ୟ ଏମାନେ ରହିପାରନ୍ତି । ଏମାନଙ୍କର ଅଣ୍ଡିରା ବାଛୁରୀ ବଳଦ ଭାବରେ ଚାଷ ଓ ଶଗଡ଼ ଟଣା କାମ କରିଥାନ୍ତି ।

ହରିଆନା

ହରିଆନା ଜାତୀୟ ଗାଈ ଉତ୍ତର ଭାରତର ହରିଆଣା, ହିସାର ଓ ଦିଲ୍ଲା ଅଞ୍ଚଳରେ ଦେଖା ଯାଆନ୍ତି ।

ଏମାନଙ୍କର ରଙ୍ଗ ଧଳା । ଏମାନେ ଡେଙ୍ଗା ଓ ଦେଖିବାକୁ ବେଶ୍ ସୁନ୍ଦର।

ଏମାନଙ୍କର ଚମଡ଼ା ବେଶ୍ ଚିକ୍କଣ ଓ ପତଳା । ଗାଈମାନଙ୍କର ଓଜନ ହାରାହାରି ୩୫୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ।

ଏମାନେ ଥରେ ଜନ୍ମ କଲେ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ।

ଦୈନିକ ହାରାହାରି ୪ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ।

କିନ୍ତୁ ହରିଆନା ଜାତିର ବଳଦ ଗୁଡ଼ିକ ଖୁବ୍ କାର୍ଯ୍ୟଦକ୍ଷ ଓ ଏମାନଙ୍କର ଚାହିଦା ଚାଷ ଓ ଶଗଡ଼ ଟଣା କାମରେ ଖୁବ୍ ବେଶି ।

ଦୁଧିଆଳୀ ମଇଁଷି

ଆମ ଦେଶର କେତେକ ଚାଷୀ ଦୁଧିଆଳୀ ମଇଁଷି ରଖିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି । ପୃଥିବୀରେ ଚୀନ୍, ଥାଇଲାଣ୍ଡ, ପାକିସ୍ଥାନ, ଫିଲିପାଇନ୍ସ ପ୍ରଭୃତି ଦେଶରେ ମଇଁଷି ପାଳନ କରାଯାଉ ଥିଲେ ମଧ୍ୟ ଭାରତ ବର୍ଷରେ ଭଲ ଜାତିଆ ମଇଁଷି ଅବାର ଦେଖାଯାଏ । ଆମ ଦେଶରେ ଦେଖାଯାଉଥିବା ମଇଁଷିମାନଙ୍କ ମଧ୍ୟରେ ମୁବ୍ହା, ଜାଫ୍ରାବାଦୀ, ସୁରି, ନୀଲିରଭି, ନାଗପୁରୀ ଓ ପାରଳାଖେମୁଣ୍ଡି ଜାତୀୟ ମଇଁଷି ଅନ୍ତର୍ଭୁକ୍ତ । ଦୁଧ ଉତ୍ପାଦନ ପାଇଁ ଓଡ଼ିଶାରେ ମରହା ଓ ପାରଳାଖେମୁଣ୍ଡି ଜାତୀୟ ମଇଁଷି ରଖିବା ପାଇଁ ଆମର ବିଶେଷଜ୍ଞ ମାନେ ପରାମର୍ଶ ଦେଇଥାନ୍ତି ।

ମରହା

ମରହା ଜାତୀୟ ମଇଁଷି ଉତ୍ତର ଭାରତରେ ଅଧିକ ପରିମାଣରେ ପାଳନ କରାଯାଇଥାଏ । ଏମାନଙ୍କର ରଙ୍ଗ ଗାଢ଼ କଳା, ଆକାର ବଡ଼, ମୁଣ୍ଡ ଛୋଟ, ଲାଞ୍ଜର ଅଗ ଓ ଗୋଡ଼ର ଶେଷ ଭାଗରେ ଛୋଟ ଛୋଟ ଧଳା ଚିହ୍ନ ଦେଖାଯାଏ । ଏମାନଙ୍କର ଚମଡ଼ା ନରମ ଓ ଦେହରେ ଖୁବ୍ କମ୍ ଲୋମ ଥାଏ । ମୁଗ୍‌ହା ମଇଁଷି ଦୁଧରେ ଶତକଡ଼ା ୭ ରୁ ୮ ଭାଗ ଫଖ୍ୟାଟ୍ ବା ଘିଅ ଅଂଶ ଥାଏ । ଏମାନେ ବର୍ଷକୁ ପ୍ରାୟ ୩୦ ୦ ଦିନ ପର୍ଯ୍ୟନ୍ତ କ୍ଷୀର ଦେଇଥାଆନ୍ତି । ଏମାନଙ୍କର ଦୈନିକ ହାରାହାରି କ୍ଷୀର ଉତ୍ପାଦନ ଶକ୍ତି ୬ ରୁ ୭ ଲିଟର । କେତେକ ମରହା ମଇଁଷି ଦିନକୁ ୨୦ ଲିଟରରୁ ମଧ୍ୟ ଅଧିକ କ୍ଷୀର ଦେବାର ଦେଖା ଯାଇଅଛି ।

ପାରଳାଖେମୁଣ୍ଡୀ ଜାତୀୟ ମଇଁଷି

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର ମଇଁଷିମାନଙ୍କୁ ପାରଳାଖେମୁଣ୍ଡି ଜାତୀୟ ବୋଲି କୁହାଯାଏ । ଏମାନଙ୍କର ହାରାହାରି ଓଜନ ପ୍ରାୟ ୩୦୦ କିଲୋଗ୍ରାମ୍ । ଏହି ଜାତୀୟ ଅଣ୍ଡିରା ମଇଁଷିମାନେ ଚାଷକାମ କରିବାରେ ନିୟୋଜିତ ହୋଇଥାନ୍ତି । ମାଈ ମଇଁଷି ଦିନକୁ ହାରାହାରି ୩ ରୁ ୪ ଲିଟର କ୍ଷୀର ଦେଇଥାଏ । ଏମାନଙ୍କ ରଙ୍ଗ ଧୂସର । ପେଟ ତଳ, ପହ୍ନା ଓ ଚିର ସାମାନ୍ୟ ଲାଲ୍ ଦେଖାଯାଏ ।

ଏହିସବୁ ଜାତୀୟ ଗୋ-ମଇଁଷି ବ୍ୟତୀତ ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ଜାତିର ଗୋ-ମଇଁଷି ଦେଖାଯାଆନ୍ତି । ଗୁଜୁରାଟର କାଥିଆୱାଡ଼ ଅଞ୍ଚଳରେ ଗୀର୍, ହାଇଦ୍ରାବାଦ ପାଖାପାଖି ଅଞ୍ଚଳରେ ଡିଓନି, ଆନ୍ଧ୍ରପ୍ରଦେଶର ଓଙ୍ଗଲ ଓ ଗୁଣ୍ଡୁର ଅଞ୍ଚଳରେ ଓଙ୍ଗଲ ଏବଂ ଗୁଜୁରାଟର କରୁ ଅଞ୍ଚଳ ଓ ରାଜସ୍ଥାନରେ ଆରପାରକତ୍ ଏବଂ କାଙ୍କରେଡ୍ ପ୍ରଭୃତି ଉନ୍ନତ କିସମର ଗାଈ ଦେଖାଯାଆନ୍ତି । ସେହିପରି ଅମୃତ ମହଲା, ମାଲ୍‌ଭି, ବାବୁରା, ହାଲିକାର୍, ପନଦ୍ୱାର, ଖିଲାରି ପ୍ରଭୁତି କେତେକ ଜାତିର ବଳଦ ମାନେ ଚାଷ ଓ ଗାଡ଼ିଟଣା କାମପାଇଁ ଉପଯୁକ୍ତ ହୋଇଥାନ୍ତି । କିନ୍ତୁ ଏହି ଜାତିର ଗାଈମାନେ ଦୁଧିଆଳୀ ହୋଇ ନଥିବାରୁ ସେମାନଙ୍କୁ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରାୟ ରଖାଯାଇନଥାଏ।

ଦୁଧିଆଳୀ ଗାଈ ବାଛିବେ କିପରି

ଗାଈଟିଏ କିଣିବା ପୂର୍ବରୁ ତାହାର ଦୁଗ୍ଧ ଦେବା ଶକ୍ତି ବିଷୟରେ ଜାଣିବା ଦରକାର । ସାଧାରଣତଃ ବୈଜ୍ଞାନିକ ପ୍ରଣାଳୀରେ ଗାଈ ଚିହ୍ନିବାକୁ ହେଲେ ଗାଈର ମାଆ ଓ ବାପାମାନଙ୍କ ବିଷୟରେ ମଧ୍ୟ ଜାଣିବା ଦରକାର । ଏଥିପାଇଁ ପ୍ରତି ଗାଈ ବିଷୟରେ ତାହାର ଦୁଗ୍ଧ ଦେବା ଶକ୍ତି, ଥରେ ଜନ୍ମ କଲାପରେ ଦୁଧ ଦେଉଥିବାର ଦିନ ସଂଖ୍ୟା, ଗାଈର ସ୍ଵଭାବ ବିଷୟରେ ଲିଖିତ ବିବରଣୀ ଦେଖିବା ଉଚିତ୍ । ତେବେ ଆମ ଦେଶରେ ଏପରି ଲିଖିତ ବିବରଣୀ ମିଳିବା ସହଜ ନୁହେଁ । ସେଥପାଇଁ ତାହାର ଆକାର ଓ ଶରୀରର ବିଭିନ୍ନ ଅଂଶକୁ ଦେଖି ଗାଈ କିଣିବା ଉଚିତ୍ ।

  1. ଦାନ୍ତ ପରୀକ୍ଷା କରି ବୟସ ଜାଣିବା ଉପାୟ
  2. ସାଧାରଣତଃ ଆମ ଗାଁଗହଳରେ ଦାନ୍ତ ପରୀକ୍ଷା କରି ଗାଈର ବୟସ ଓ ତାହା କେତେ ଥର ଜନ୍ମ କରିଅଛି। ସେ ବିଷୟରେ ଲୋକେ ଜାଣିପାରିଥାନ୍ତି । ବୟସ୍କ ଗାଈମାନଙ୍କର ୩୨ଟି ଦାନ୍ତ ଥାଏ । ସେଥିରୁ ଉପର ଓ ତଳ ପାଟିର ଡାହାଣ ଓ ବାମ କଡ଼େ ୬ଟି ଲେଖାଏଁ ୨୪ଟି କଳ ଦାନ୍ତ ଥାଏ । ତଳ ପାଟିରେ ୮ଟି ଛାମୁଦାନ୍ତ ଥାଏ ଏବଂ ଉପର ପାଟିରେ ଛାମୁଦାନ୍ତ ନଥାଏ, କେବଳ ମାଢ଼ି ଥାଏ ।

    ସଙ୍କର ଜର୍ସିଗାଈ ମାନଙ୍କର ଦେଢ଼ ବର୍ଷରୁ ଦୁଇବର୍ଷ ଭିତରେ ପ୍ରଥମ ଯୋଡ଼ା ହଳ, ଅଢ଼େଇରୁ ୩ ବର୍ଷ ଭିତରେ ଦ୍ଵିତୀୟ ହଳ, ସାଢ଼େ, ତିନି ବର୍ଷରୁ ଚାରିବର୍ଷ ଭିତରେ ତୃତୀୟ ହଳ, ସାଢ଼େ ଚାରି ବର୍ଷରୁ ୫ ବର୍ଷ ଭିତରେ ଚତୁର୍ଥ ହଳ ସ୍ଥାୟୀ ଛାମୁଦାନ୍ତ ଉଠିଥାଏ । ଭଲ ସଙ୍କର ଜର୍ସିଗାଈ ସାଧାରଣତଃ ଅଢ଼େଇରୁ ୩ ବର୍ଷ ଭିତରେ ପ୍ରଥମ ବାଛୁରୀ ଜନ୍ମ କରିଥାଏ । ସାଢ଼େ, ତିନିବର୍ଷରୁ ୪ ବର୍ଷ ଭିତରେ ଦ୍ଵିତୀୟ ଥର ଜନ୍ମ କରିଥାଏ । ତେଣୁ ଯେଉଁ ଗାଈର ୨ ହଳ ଛାମୁଦାନ୍ତ ଉଠିଥିବ ତାହା ଏକ ଫଳି ବା ଥରେ ବାଛୁରୀ ଜନ୍ମ କରିଥିବା ଗାଈ ବୋଲି ଧରାଯିବ । ସେହିପରି ଯେଉଁ ଗାଈର ୩ ହଳ ଛାମୁ ଦାନ୍ତ ଉଠିଥିବ ତାହା ଦୁଇଫଳି ବୋଲି ଜଣାପଡ଼ିବ ।

    ଗାଈଟିଏ କିଣିବା ବେଳେ ପ୍ରଥମ ଥର ଜନ୍ମ କରିବାର ମାସେ ଦୁଇମାସ ଭିତରେ କିଣିବା ଉଚିତ । ବାଛୁରୀ ମାନଙ୍କର ଜନ୍ମ ହେଲା ବେଳକୁ ୨ ହଳ ଅସ୍ଥାୟୀ ଛାମୁଦାନ୍ତ ଉଠି ସାରିଥାଏ । ପ୍ରଥମ ସପ୍ତାହରେ ତୃତୀୟ ହଳ ଦାନ୍ତ ଉଠିବାର ଆରମ୍ଭ କରେ ଓ ପ୍ରାୟ ଚତୁର୍ଥ ସପ୍ତାହ ବେଳକୁ ପୁରା ଉଠିଥାଏ । ପଞ୍ଚମ ସପ୍ତାହ ବେଳକୁ ଚତୁର୍ଥ ହଳ ଦାନ୍ତ ଉଠି ଅଷ୍ଟମ ସପ୍ତାହ ବେଳକୁ ପୁରା ଉଠି ଯାଇଥାଏ । ଏଣୁ ବାଛୁରୀର ଅସ୍ଥାୟୀ ଛାମୁ ଦାନ୍ତ ଦେଖି ମଧ୍ୟ ଗାଈ କେତେ ଦିନ ହେଲା ବାଛୁରୀ ଜନ୍ମ କରିଅଛି ଜାଣିବା ସମ୍ଭବ ହୋଇଥାଏ ।

  3. ଦୁଧିଆଳୀ ଗାଈର ଅନ୍ୟାନ୍ୟ ଗୁଣ
  4. ସାଧାରଣତଃ ଗାଈର ଗଠନ ଓ ସ୍ଵାସ୍ଥ୍ୟ, ଦୁଧଦେବା ଶକ୍ତି, ପଦ୍ମ ଓ ଚିର ଇତ୍ୟାଦିର ଗଠନ ଦେଖି ଗାଈ ଚିହ୍ନା ଯାଇପାରିବ । ଗାଈର ପେଟ ବଡ଼ ଅଲେ ତାହା ଅଧିକ ଖାଦ୍ୟ ଖାଇପାରେ । ପହ୍ନା ବଡ଼ ଓ ଚିରଗୁଡ଼ିକ ସମାନ ଭାବେ ପହ୍ନାରୁ ଓହଳି ଥିଲେ ଅଧିକ କ୍ଷୀର ଦେବା ଲକ୍ଷଣ ବୋଲି ଜଣାଯାଏ । ଗାଈର ମୁହଁ ସୁନ୍ଦର ଏବଂ ଦେହରେ ଚର୍ବି ନଥିବା ଉଚିତ୍ । ଚମଡ଼ା ମାଂସ ସହିତ ଚିପି ନ ହୋଇ ଅଲଗା ରହିଥଲେ ଏବଂ ଚାଲିଲାବେଳେ ଛାତିର ଚମଡ଼ା ପଞ୍ଜରାହାଡ଼ ସହିତ ଘସି ହେଉଥଲେ ତାହା ଦୁଧିଆଳୀ ଗାଈର ଲକ୍ଷଣ ବୋଲି ଜଣାପଡ଼େ । ଗାଈର ଶରୀର ତିନିକୋଣିଆ ହେବା ଦରକାର । ଅର୍ଥାତ ତାର ମୁହଁ ଓ ଦୁଇପାଖର ଶରୀରକୁ ଯୋଗକଲେ ଏକ ତ୍ରିଭୁଜ ସ୍ଵରୂପ ଦେଖାଯିବ । ଦୁଧିଆଳୀ ଗାଈର ପତ୍ସା ଦୁହିଁଲା ପୂର୍ବରୁ ବଡ଼ଥାଏ, କିନ୍ତୁ ଦୁହିଁବା ପରେ ପୁରା ସଙ୍କୁଚିତ ହୋଇଯାଏ । କାରଣ ଦୁଧ ଦୁହିଁ ସାରିବା ପରେ ପୁରା ସଙ୍କୁଚିତ ହୋଇଯାଏ । କାରଣ ଦୁଧ ଦୁହିଁ ସାରିବା ପରେ ମଧ୍ୟ ବିଶେଷ ସଙ୍କୁଚିତ ହୁଏ ନାହିଁ ସେପରି ଗାଈ ଦୁଧିଆଳୀ ହୁଅନ୍ତି ନାହିଁ । ପହ୍ନାର ଆଗକୁ ଦୁଗ୍ଧ ଶିରାଗୁଡ଼ିକ ସ୍ପଷ୍ଟ ଭାବରେ ବଙ୍କା ଟଙ୍କା ହୋଇ ଦେଖାଯିବା ଉଚିତ୍ । ଚିରଗୁଡ଼ିକ ହାତରେ ମୁଣ୍ଡେଇ ଦୁହିଁବା ଭଳି ଉପଯୁକ୍ତ ଲମ୍ବା ଓ ମୋଟା ହେବା ଉଚିତ୍ ।

ଦୁଧିଆଳୀ ଗାଈର ସ୍ଵଭାବ

  • ଦୁଧିଆଳୀ ଗାଈର ସ୍ଵଭାବ ଶାନ୍ତଶିଷ୍ଟ ହେବା ଉଚିତ୍ । ଯେଉଁ ଗାଈ ମରାମରି କରେ ବା ହୁରୁଡ଼େ ସେ ଗାଈର ଦୁଷ୍ଣ ଦେବା ଶକ୍ତି କମ୍ ଥିବାର ଦେଖାଯାଏ । ଶାନ୍ତଶିଷ୍ଟ ଗାଈ ଶୀଘ୍ର ପହ୍ନା ଓ ଅଧିକ ସମୟ ପର୍ଯ୍ୟନ୍ତ ଦୁହିଁବାକୁ ଦେଇଥାଏ।
  • ସାଧାରଣତଃ ସଙ୍କର ଜାତୀୟ ଜର୍ସିଗାଈ ଏକ ମିନିଟରେ ୯୦ ରୁ ୯୮ ଥର ଖାଦ୍ୟ ଆହରଣ କରନ୍ତି ଓ ୪୦ ରୁ ୪୫ ଥର ଚୋବାଇ ଥାଆନ୍ତି । ଯେଉଁ ଗାଈଙ୍କର ଖାଦ୍ୟ ଆହରଣ କରିବା ଓ ଚୋବାଇବା କ୍ଷମତା ଯେତେ ବେଶୀ। ସେ ଗାଈ, ସେତିକି ଦୁଧିଆଳୀ ହୋଇଥିବାର ଦେଖାଯାଏ ।
  • ସାଧାରଣତଃ ଗାଈ କିଣିଲା ବେଳେ ତାହାର କ୍ଷୀରର ପରିମାଣ ଜାଣିବା ଉଚିତ୍ । ଏଥିପାଇଁ ଗାଈକୁ ସକାଳେ ଓ ସନ୍ଧ୍ୟାରେ ଦିନକୁ ଦୁଇଥର ହିସାବରେ ଦୁଇଦିନ ଦୁହିଁବା ଉଚିତ୍ । ପ୍ରଥମ ଥର ଦୁହାଁଯାଇଥବା କ୍ଷୀରକୁ ବାଦଦେଇ ବାକି ତିନିଥରରେ ଯେତିକି କ୍ଷୀର ଦୁହାଁ ହୋଇଥାଏ ତାହାର ୩ ଭାଗରୁ ୨ ଭାଗ ଗାଈର ଦୈନିକ ଦୁଗ୍ଧ ଦେବାର କ୍ଷମତା ବୋଲି ଜାଣିବାକୁ ହେବ । ଉଦାହରଣ ସ୍ଵରୂପ ଗାଈ ଯଦି ସକାଳେ ୪ ଲିଟର ଓ ଉପରବେଳା ୩ ଲିଟର, ଦ୍ଵିତୀୟ ଦିନ ସକାଳେ ୪ ଲିଟର ଓ ଉପରବେଳା ୪ ଲିଟର କ୍ଷୀର ଦେଇଥାଏ ତେବେ ପ୍ରଥମ ଦିନ ସକାଳେ ଦେଇଥିବା ୪ ଲିଟର କ୍ଷୀରକୁ ବାଦଦେଲେ। ଅବଶିଷ୍ଟ ୩ ଥରରେ ୧୧ ଲିଟର କ୍ଷୀର ଦୁହାଁ ହୋଇପାରିବ । ତେଣୁ ୧୧ ଲିଟରର ୩ ଭାଗରୁ ୨ ଭାଗ ହେବା ୭ ଲିଟର ୩୩୦ ମିଲିଲିଟର । ତେଣୁ ଏଥିରୁ ଜାଣବାକୁ ହେବ ଯେ ଗାଈର ହାରାହାରି ଦୈନିକ କ୍ଷୀର ଦେବା ଶକ୍ତି ୭ ଲିଟରରୁ ସାମାନ୍ୟ ବେଶୀ।

ସାଧାରଣତଃ ଗାଈଟିଏ ଜନ୍ମ କଲେ ତାହାର ଦୁଗ୍ଧ ଦେବା ପରିମାଣ ବଢ଼ି ବଢ଼ି ଦୁଇମାସ ବେଳକୁ ସବୁଠାରୁ ଅଧିକ ହୋଇଥାଏ ଏବଂ ଦୁଇମାସ ପରେ ଏହା କ୍ରମଶ କମିବାକୁ ଲାଗେ । ତେଣୁ ଗାଈ ଜନ୍ମ କରିବାର ଦ୍ଵିତୀୟ ସପ୍ତାହଠାରୁ ଅଷ୍ଟମ ସପ୍ତାହ ଭିତରେ ତାର ଦୁଗ୍ଧ ଦେବା ଶକ୍ତି ପରୀକ୍ଷା କରି କିଣିବା ଉଚିତ୍ ।

ଅନେକ ସମୟରେ ଗାଈ କିଣିବା ବେଳେ ଗୋଟିଏ ଗାଁକୁ ଦୁଇଦିନ ନିୟମିତ ଯାଇ ଦୁହାଁ ବେଳେ ପହଞ୍ଚିବା ସମ୍ବବପର ହୋଇ ନଥାଏ । ପୁନଶ୍ଚ ଅନେକ ଅସାଧୁ ଲୋକ ମଧ୍ୟ ଗାଈ କିପରି ସେହି ସମୟରେ ଅଧିକ କ୍ଷୀର ଦେବ ସେଥିପାଇଁ ନାନା ପ୍ରକାରର ବ୍ୟବସ୍ଥା କରିଥାନ୍ତି । ସେହିପରି କ୍ଷେତ୍ରରେ ଯେ କୌଣସି ଦିନ ସନ୍ଧ୍ୟାବେଳେ ଗାଈର ଦୁଗ୍ଧ ପରିମାଣ ଜାଣିପାରିଲେ ତାହାର ଦୁଗ୍ଧ ଦେବା ଶକ୍ତି ମଧ୍ୟ ଜଣାଯାଏ ।

ମନେକରନ୍ତୁ ଉପରବେଳା ଗାଈଟି ୪ ଲିଟର ଦୁଗ୍ଧ ଦେଇଥଲା । ତାହାକୁ ୨.୦୭୯ରେ ଗୁଣିଲେ ଯାହା ହେବ ତାହା ସେହି ଗାଈର ସେହି ଦିନର ଦୁଗ୍ଧ ପରିମାଣ । ବର୍ତ୍ତମାନ ଏହି ପରିମାଣ ଅର୍ଥାତ୍ ୮.୩୧.୬ କୁ ୧.୦.୨୫ ରେ ଗୁଣି ତା ସହିତ ୧.୩୫୦ ଯୋଗକଲେ ତାହା ହେବ । ଗାଈର ସର୍ବାଧୁକ ଦୈନିକ ଦୁଗ୍ଧ ଦେବାର ଶକ୍ତି । ଏହି ପ୍ରଣାଳୀରେ ଉପରୋକ୍ତ ଗାଈର ଦୈନିକ ସର୍ବାଧୁକ ଦୁଗ୍ଧର ପରିମାଣ ହେବ ୯.୮୭୪ ଲିଟର ।

ବିଶେଷଜ୍ଞମାନେ ଗୋଟିଏ ଗାଈର ଦୈନିକ ଦୁଗ୍ଧର ପରିମାଣ ଜାଣି ପାରିଲେ ସେହି ଗାଈ ସେହି ଫଳିରେ କେତେ ଦୁଗ୍ଧ ଦେବ ସେ ବିଷୟରେ ମଧ୍ୟ ଅନୁମାନ କରି ପାରିଥାନ୍ତି । ଦୈନିକ ଦୁଗ୍ଧର ପରିମାଣକୁ ୧୯୧.୦୯ ସହିତ ଗୁଣି ତାହା ସହିତ ୨୯୮.୪୫ ମିଶାଇଲେ ଏହା ଜଣାଯାଇଥାଏ । ମନେକରନ୍ତୁ ଗୋଟିଏ ଗାଈର ଦୈନିକ ଦୃଷ୍ଣ ଦେବା ପରିମାଣ ୮ ଲିଟର । ତେଣୁ ସେହି ଗାଈର କ୍ଷୀର ଛଡ଼ାଇଲା ଭିତରେ ୮ x ୧୯୧.୦୯ + ୨୯୮.୪୫ = ୧୮:୨୭, ୧୭ ଲିଟର କ୍ଷୀର ଦେବାର ଅନୁମାନ କରାଯାଏ ।

ତେଣୁ ଜାତିଆ ଗାଈ କିଣିଲାବେଳେ ତାହାର କିସମ ବା ଜାତି, ଆକାର, ଗଠନ, ବିଶେଷ କରି ପତ୍ସା ଓ ଚିର, ଦୁଗ୍ଧ ଶିରା ଇତ୍ୟାଦିର ଆକୃତି ଏବଂ ସେହି ଗାଈ ଦେଉଥିବା ଦୁଧର ପରିମାଣ ଦେଖି କିଣିବା ଉଚିତ୍ ।

ମନେରଖନ୍ତୁ

  • ଆମ ରାଜ୍ୟ ପାଇଁ କ୍ରମୋନ୍ନତ ସଙ୍କର ଜର୍ସିଗାଈ ସବୁଠାରୁ ଭଲ । ତେଣୁ ଗାଈ କିଣିଲା ବେଳେ ଏହି ଜାତୀୟ ଗାଈ କିଣନ୍ତୁ ।
  • ସଙ୍କର ଜାତୀୟ ହୋଲଷ୍ଟିନ୍ ଗାଈ ସବୁଠାରୁ ବେଶୀ ଦୁଗ୍ଧ ଦେଇଥାଏ ।
  • ଶାନ୍ତ ସ୍ଵଭାବର ଗାଈ କିଣନ୍ତୁ । ମାରଣା ଗାଈକୁ ରଖିବା ବଡ଼ ଅସୁବିଧା ଜନକ ।
  • ଗାଈ କିଣିବା ପୂର୍ବରୁ ତାହାର ଆକାର, ଗଠନ, ପହ୍ନା, ଚିର ଇତ୍ୟାଦି ଦେଖି କିଣନ୍ତୁ ।
  • ପ୍ରଥମ ଥର ଜନ୍ମ କରିଥିବା ଗାଈ କିଣିବା ସବୁଠାରୁ ଭଲ । କିଣିବା ପୂର୍ବରୁ ତାହାର ଦୁଗ୍ଧ ପରିମାଣ ଦେଖି କିଣନ୍ତୁ ।

ସଂଗୃହିତ –

ମୂଳ ବିଷୟବସ୍ତୁ

  • ପ୍ରଫେସର ଡଃ ମହେଶ୍ଵର ମିଶ୍ର

ସଂଶୋଧିତ ବିଷୟବସ୍ତୁ

  • ଡଃ  ସୁରେନ୍ଦ୍ର ନାୟକ

ଆସୋସିଏଟ୍ ଫ୍ରଫେସର

ପ୍ରାଣୀ ଉତ୍ପାଦନ ଓ ପରିଚାଳନା ବିଭାଗ

ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର – ୭୫୧୦୦୩

Last Modified : 1/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate