অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋରୁଗାଈଙ୍କ ଯତ୍ନ

ବର୍ଷାଦିନରେ ଗୋରୁଗାଇଙ୍କ ଯତ୍ନ

ସାଧାରଣତଃ ଅନ୍ୟଋତୁମାନଙ୍କ ତୁଳନାରେ ବର୍ଷା ଋତୁରେ ଗୋପାଳନରେ ଅନେକ ସମସ୍ୟାମନ ଦେଖାଦେଇଥାଏ।ବର୍ଷାଦିନରେ ବାଯୁମଣ୍ଡଳର ତାପମାନ ହ୍ରାସ ଓ ଜଳବାଯୁରେ ଅଦ୍ରତା ବୃଦ୍ଧି ପାଇବା ଯୋଗୁଁ ପରିବେଶରେ ମଶା ,ମାଛି, ଡଆସ ତଥା ଅନୁଜିବମାନଙ୍କ ବଂଶ ବୃଦ୍ଧି ଘଟିଥାଏ।ଏହି ଅନୁଜୀବମାନେ ଯଥା ଜୀବାଣୁ ,ଭୂତାଣୁ,କବକ ଓ ଅନ୍ୟାନ୍ୟ ପରଜୀବୀମାନେ ଗୋସମ୍ପଦରେ ରୋଗର କାରକ ଓ ବାହକ ହିସାବରେ କମ କରିଥାନ୍ତି ।ବର୍ଷାଦିନରେ ଦେଖାଯାଉଥିବା ଜୀବାଣୁ ,ଭୂତାଣୁଓ କବକ ଜନିତ ରୋଗମାନଙ୍କ ମଧ୍ୟରେ ସହାଣା,ବାଜବାଜିଆ ,ଅଢେଇଦିନିଆ ଜ୍ଵର ,ଫତୁଆ,ଗୋମଡକ,ଥନହରା,କାଶ,ସାର୍ଦି,ଗଳଫୁଲ ଆଦି ଅନ୍ୟତମ ତ।ଛଡା  କୃମି ଓ ଟିଙ୍କ ଜନିତ ସଂକ୍ରାମକ ରୋଗ ମୁଖ୍ୟତଃ ବର୍ଷାଦିନରେ ଗୋପାଳକମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥାଏ।ତେଣୁ ଚାଷୀ ଭାଇମାନେ ଏହି ରୋଗମାନଙ୍କ କାରଣ ଜାଣି ସେଥିପାଇଁ ଉଦ୍ଧିଷ୍ଟ ପ୍ରତିକାର ବ୍ୟବସ୍ଥାମନ କରାଇପାରିଲେ ବର୍ଷାଦିନରେ ଦେଖାଯାଉଥିବା ସମସ୍ୟାମାନଙ୍କ ସମାଧାନ କରାଯାଇପାରିବେ।ବର୍ଷାଦିନେ ବାୟୁମଣ୍ଡଳର ତାପମାନ ହ୍ରାସ ଓ ଅଦ୍ରତା ବୃଦ୍ଧି ଯୋଗୁଁ ପରିବେଶରେ ମଶା,ମାଛି ,ଡାଆଁସ ତଥା ବହୁ ସଂଖ୍ୟକ ଅନୁଜିବା ମାନଙ୍କର ବଂଶବୃଦ୍ଧି ଘଟିଥାଏ।ଏହି ଅଣୂଜିବ ଯଥା ଜୀବାଣୁ ,ଭୂତାଣୁ,କବକ ତଥା ଅନ୍ୟାନ୍ୟ ପରଜୀବୀମାନେ ପ୍ରଣିମାନଙ୍କ ଶରୀରରେ ବିଭିନ୍ନ ରୋଗର କାରକ ହୋଇଥାନ୍ତି ।ତେଣୁ ବର୍ଷାଦିନେ ନିମ୍ନ ଲିଖିତ ସାବଧାନତା ରଖିବା ଉଚିତ।

ବର୍ଷାଦିନେ ଗୋରୁଗାଈଙ୍କ ଯତ୍ନ ଓ ସାବଧାନତା

  • ବର୍ଷାଦିନେ ମୁଖ୍ୟତଃ ସନ୍ତସନ୍ତିଆ ଜାଗା ଓ ଅଦ୍ରତା ଯୁକ୍ତ ପରିବେଶ ଠାରୁ ପ୍ରଣିମାନଙ୍କୁ ଦୂରେଇ ରଖିବା ଉଚିତ।
  • ଅନ୍ୟାନ୍ୟଋତୁ ତୁଳନାରେ ବର୍ଷା ଋତୁରେ ଅଧିକ ସଂଖ୍ୟକ ସଂକ୍ରାମକ ରୋଗ ଦେଖିବାକୁ ମିଳିଥାଏ।ତେଣୁ ବର୍ଷାଦିନ ଆରମ୍ଭରୁ ସାହାଣ,ବଜବାଜିଆ,ଫତୁଆ ଆଦି ରୋଗମାନଙ୍କ ପାଇଁ ଟିକକରଣର ବ୍ୟବସ୍ଥା କରାଇନେବା ଉଚିତ।
  • ଥନହରା,କାଶ,ଶର୍ଦି,ଗଳଫୁଲ ଓ ଅଢେଇ ଦିନିଆ ଜ୍ଵର ଆଦି ବର୍ଷା ଋତୁରେ ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ।ତେଣୁ ଏହି ସବୁ ରୋଗର ଲକ୍ଷଣ ଦେଖିଲେ କଳବିଳମ୍ବ ନ କରି ନିକଟସ୍ଥ ପ୍ରାଣୀ ଚିକିତ୍ସକ ଙ୍କ ସହିତ ପରାମର୍ଶ କରନ୍ତୁ।
  • ବର୍ଷାଦିନେ ଗୋରୁଗାଈମାନଙ୍କୁ ବର୍ଷରେ ଓଦା ହେବାଠାରୁ ଦୂରେଇ ରଖନ୍ତୁ।ଗୁହାଳର ଛତ ଓ ଛାପରର ଉପଯୁକ୍ତ ମରାମତି ବର୍ଷାଦିନ ପୂର୍ବରୁ ସାରିଦେବା ଉଚିତ ।ଗୁହାଳ ଛାତର ନୂଆଁନିଆ ଭାଗ ବା ଆଗକୁ ବଢିଥିବା ଅଂଶ ୧.୫ ଫୁଟରୁ ୨ ଫୁଟ ପର୍ଯ୍ୟନ୍ତ ରହିଲେ ବର୍ଷାପାଣିର ଛିଟକା ଗୁହାଳ ମଧ୍ୟକୁ ନ ଯାଇ ଦୂରେଇ ପଡିଥାଏ,ତେଣୁ ଗୁହାଳ ନିର୍ମାଣ ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ।
  • ମାଟି ବା କଚ୍ଚ।ର ଚଟାଣ ହୋଇଥିଲେ ଓଦା ଓ ସନ୍ତସନ୍ତିଆ ପରିବେଶରୁ ଗୁହାଳକୁ ମୁକ୍ତ ରଖନ୍ତୁ ।ନିୟମିତ ବ୍ୟବଧାନରେ ବିଭିନ୍ନ ବିଶୋଧକ ଯଥା ଫିନଇଲ,ପଟାସ ପାଣି ,ଚୂନ ବା ବ୍ଲିଚିଂ ପାଉଡର ଆଦି ବ୍ୟବହାର କରାଯିବା ଉଚିତ ।
  • ଗୁହାଳରେ ସଂକ୍ରାମକ ରୋଗ ଚିହ୍ନଟ ହେବା ବା ଲକ୍ଷଣ ଦେଖାଯିବା ମାତ୍ରେ ସଂକ୍ରମିତ ପ୍ରାଣୀଟିକୁ ସୁସ୍ଥପ୍ରାଣୀଠାରୁ ଦୂରେଇ ରଖନ୍ତୁ।
  • ବର୍ଷାଦିନେ ସାଧାରଣତଃ ଦାନା ରଖୁଥିବା ସ୍ଥାନରେ ଅଦ୍ରତା ବୃଦ୍ଧି ଓ ଦାନ ପାଣି ସଂସ୍ପର୍ଶରେ ଆସୁଥିବା ଯୋଗୁଁ ଫିମ୍ପି ବା କବକ ମାନଙ୍କର ସଂକ୍ରମଣ ହୋଇଥାଏ। ତେଣୁ ଏଥିରୁ ଦୂରେଇ ରଖିବା ପାଇଁ ଦାନ ବସ୍ତା କୁ ଭଲ ଭାବରେ ଆବଦ୍ଧ କରିବା ସହ ଦାନା ବସ୍ତା ରଖୁଥିବା ସ୍ଥାନରେ କାଠପଟା ବା ଅନ୍ୟାନ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉଚିତ।
  • ବର୍ଷାଦିନେ ଘାସ ଓ ଗୁଳ୍ମଜାତୀୟ ଗଛ ପ୍ରଚୁର ଭାବେ ବାଢୁଥିବାରୁ ଗୋରୁ ମାନଙ୍କର ଖାଦ୍ୟରେ ବ୍ୟବହାର ହୋଇଥାନ୍ତି ।ମାତ୍ର କେତେକ ଘାସ ଖାଇବା ଫଳରେ ଶରୀରରେ ବିଷକ୍ରିୟା ସୃଷ୍ଟିହୋଇ ଜୀବନହାନୀ ଘଟିବାର ସମ୍ଭାବନା ଥାଏ।
  • ତେଣୁ ଅନାବନା ଘାସ ପଡିଆରେ ଗୋରୁଗାଈଙ୍କୁ ଛାଡ଼ିବାକୁ ନ ଛାଡି ଉପଯୁକ୍ତ ସବୁଜ ଘାସ ଥିବା କ୍ଷେତରେ ଛାଡିବା ଉଚିତ ।
  • କଆଁଳିଆ ଘାସ ଗୋରୁଗାଈମାନଙ୍କର ଅଧିକ ରୁଚିପୂର୍ଣ୍ଣ ହୋଇଥାଏ ,ମାତ୍ର ଅତ୍ୟଧିକ କଆଁଳିଆ ଘାସ ଖାଇବା ଫଳରେ ମୁଖ୍ୟତଃ କ୍ଷୀର ଦେଉଥିବା ଗାଈମାନଙ୍କ କ୍ଷେତ୍ରରେ ମ୍ୟାଗନେସିୟମ ଅଭାବଜନିତ ରୋଗ ଦେଖିବାକୁ ମିଳିଥାଏ ,ତେଣୁ କେବଳ କଆଁଳିଆ ଘାସ ନ ଦେଇ ବିଭିନ୍ନ ଘାସ ମିଶାଇ ଦେବା ଉଚିତ।
  • ବର୍ଷାଦିନେ ସଙ୍କ୍ରମଣର ଅଧିକ ଆଶଙ୍କା ହେତୁ ଗୋରୁଗାଈଙ୍କ ଠାରେ ବିଭିନ୍ନ କୃମିଜାତୀୟ ସମସ୍ଯା ଦେଖାଯାଇଥାଏ।ତେଣୁ ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ପ୍ରାଣୀ ଚିକିତ୍ସକ ଙ୍କ ତତ୍ବାବଧାନରେ ଗୋବର ପରୀକ୍ଷା କରି ସଠିକ କୃମିନାଶକ ଦେବା ଉଚିତ।
  • ସହଣା ଓ ବାଜବଜିଆ  ରୋଗ ହୋଇଥିଲେ ପ୍ରାଣୀଚିକିତ୍ସକ ଙ୍କ ସହ ପରାମର୍ଶ କରି ରୋଗିଣା ପଶୁକୁ ଅଲଗା କରି ରଖିବା ,ଜ୍ଵର କମାଇବା ଔଷଧ ଦେବା ସହିତ ଜୀବାଣୁ ନାଶକ ଔଷଧ ଦେବା ଦରକାର।ମରୁତ ପ୍ରାଣୀ ମାନଙ୍କୁ ଗଭୀର ଗାତା କରି ପୋତି ଦେବା ଦରକାର ।ଗୁହାଳର ପରିବେଶ ଓଦା ଓ ସନ୍ତସନ୍ତିଆ ନ ରଖିବା ପାଇଁ ମୁକ୍ତ ବାୟୁ ଚଳଚଳ କରାଇବା ନିହାତି ଦରକାର ।ବର୍ଷରୁତୁ ଓ ଶୀତରୁତୁ ଆରମ୍ଭରେ ବର୍ଷକୁ ଦୁଇ ଥର ଟିକ।କରଣ କରିବା ଦ୍ଵାରା ଏହି ରୋଗର ସମ୍ଭାବନା କୁ ଦୂର କରାଯାଇପାରିବ ।
  • ଫାଟୁଆ ଭୂତାଣୁ ଜନିତ ରୋଗ ଯାହା ପ୍ରାୟ ସମସ୍ତ ଖୁର।ଯୁକ୍ତ ପ୍ରାଣୀମାନଙ୍କୁ ସଙ୍କ୍ରମଣ ଦ୍ଵାରା ବ୍ୟାପିଥାଏ। ଖାଦ୍ୟ,ପାନୀୟ ଓ ପବନ ମାଧ୍ୟମରେ ଏହି ଭୂତାଣୁ ଅତିସହଜରେ ବ୍ୟାପୀଯାଇ ପ୍ରାଣୀମାନଙ୍କ ମଧ୍ୟରେ ଅଧାମରା ପରିସ୍ଥିତି ସୃଷ୍ଟି କରିଥାଏ। ଖାଇବା ସୋଢା(୫%)(୫ ଗ୍ରାମ କୁ୧୦୦ ମି.ଲି ପାଣିରେ ମିଶାଇ)ଘା’ ହୋଇଥିବା ସ୍ଥାନକୁ ପରିଷ୍କାର କରିବା ଦରକାର ।ପଟାସ ପାଣି କରି(୨%)(୨ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ )ଘା’ ଢୋଇବା ଦରକାର।ବୋରୀକ ଏସିଡ ପାଉଡର ଓ ଗ୍ଳିସରିନ (ବଜାରରେ ମିଳୁଥିବା)କୁ ମିଶାଇ ଅଠାଭଳି କରି ଘା’ରେ ଲଗାଇବା ଦରକାର ଅଟେ। ବର୍ଷକୁ ଦୁଇଥର ସାଧାରଣତଃ ବର୍ଷାଦିନ ପୂର୍ବରୁ ପ୍ରାଣୀମାନଙ୍କୁ ଟୀକାକାରଣ କରାଇବା ନିହାତି ଦରକାର।
  • ଅଢେଇଦିନିଆ ଜ୍ଵର ମଧ୍ୟ ଏକ ଭୂତାଣୁ ଜନିତ ରୋଗ ଯାହା ସାଧାରଣତଃ ବର୍ଷାଦିନ ଆରମ୍ଭ ରେ ପ୍ରାୟତଃ ବର୍ଷା ହୋଇ ଛାଡିଯିବା ମାତ୍ରେ ଦେଖିବାକୁମିଳିଥାଏ ।ବର୍ଷା ଆରମ୍ଭରୁ ମଶା,ମାଛି ଓ ଡଆଁସ ସଂଖ୍ୟା ବଢିଯିବା ଦ୍ଵାରା ଏହା ବ୍ୟାପିଥାଏ ।ପ୍ରାଣୀଚିକିତ୍ସକ ଙ୍କ ସହ ପରାମର୍ଶ କରି ରୋଗିଣା ପଶୁକୁ ଅଲଗା କରି ରଖିବା ,ଜ୍ଵର କମାଇବା ଔଷଧ ଦେବା ସହିତ ଜୀବାଣୁ ନାଶକ ଔଷଧ ଦେବା ଦରକାର।ଚିକିତ୍ସାକରିବା ଦ୍ଵାରା ଶୀଘ୍ର ଜ୍ଵର କମିଯାଇଥାଏ ଓ ପଶୁଟି ଛୋଟେଇବା କମାଇଦେଇଥାଏ। ଚିକିତ୍ସା ଣ କଲେ ମଧ୍ୟ ଏହା ଅଢେଇଦିନ ପରେ ଭଲହୋଇଯାଇଥାଏ କିନ୍ତୁ ବେଳେବେଳେ ଶରୀରର ତାପମାତ୍ରା ବୃଦ୍ଧି ଯୋଗୁଁ ପଶୁଟି ମୃତ୍ୟୁବରଣ କରିଥାଏ ତେଣୁ ଶୀଘ୍ର ଚିକିତ୍ସା କରିବା ଦରକାର ।ଏହି ରୋଗ ପାଇଁ କୌଣସି ଟୀକାକାରଣ କରିବାର ସୁବିଧା ନାହିଁ।ଗୁହାଳ ସଫାରଖିବା ସହ ମଶା,ମାଛି ଓ ଡାଆଁସ ସଂଖ୍ୟା ହ୍ରାସ କରିବାର ବ୍ୟବସ୍ଥା କଲେ ଏହି ରୋଗ ସମ୍ଭବନାକୁ ଦୂର କରାଯାଇପାରିବ ।
  • ସାଧାରଣତଃ ବର୍ଷାଦିନ କୃମିମାନଙ୍କ ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ।ବର୍ଷାଦିନର ସନ୍ତସନ୍ତିଆ ସ୍ଥାନ କୃମିମାନଙ୍କ ଅଣ୍ଡାରୁ ଲାର୍ଭାରେ ପରିଣତ ହେବା ସହିତ ଘାସ ପତ୍ରରେ ବା ଜଳର ଉପର ସ୍ତରରେ ଲାଗିରହିଥାନ୍ତି ।ପ୍ରାଣୀଟି ସେଇ ଘାସ ଖାଇବା ,ମାଟି ଚଟିବା ,ଚରଣ ଭୁଇଁ ରେ ଖାଇବା ବା ପାଣି ପିଇବା ଦ୍ଵାରା କୃମି ଶରୀରରେ ପ୍ରବେଶ କରିଥାନ୍ତି ।ଛୋଟ ବାଛୁରୀକୁ ମା’ ଗର୍ଭରେ ଥିଲାବେଳୁ ମଧ୍ୟ କେତେକ କୃମି ଆସିଥାନ୍ତି ।କୃମିର ପ୍ରକାର ନେଇ ଅଲଗା ଅଲଗା ଔଷଧ ହୋଇଥିବାରୁ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଗୋବର ପରୀକ୍ଷା ଦ୍ଵାରା କୃମି ଚିହ୍ନଟ କରି ଔଷଧ ଖାଇବାକୁ ଦେବା ଦରକାର ।ତରଳ ଝାଡା ହେଉଥିଲେ ହଠାତ କୃମି ଔଷଧ ଦିଅନ୍ତୁ ନାହିଁ। କୃମି ମୁକ୍ତ କରିବା ପାଇଁ ଅତିକମ୍ରେ ବର୍ଷକୁ ଦୁଇ ଥର ଗୋବର ପରୀକ୍ଷା କରି କୃମି ନାଶକ ଔଷଧ ଖୁଆଇ ଦିଅନ୍ତୁ। ବାଛୁରି ଜନ୍ମର କୋଡିଏ ଦିନ ପରେ ପ୍ରଥମ କୃମି ଔଷଧ ଖାଇବାକୁ ଦିଅନ୍ତୁ। ଖାଦ୍ୟସାର ମିଶ୍ରିତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
  • ବାହ୍ୟକୃମି ସାଧାରଣତଃ ଚର୍ମରୋଗ କରିଥାନ୍ତି ଖାଦ୍ୟସାର ଅଭାବ ,ଟିଙ୍କ,ଉଙ୍କୁଣି,ଡାଆଁସ ଆକ୍ରମଣ ଓ ଗୁହାଳଘରର ପରିବେଶ ସଫା ଣ ରଖିବା ଫଳରେ ଏହି ରୋଗ  ହୋଇଥାଏ । ୨% ମାଲାଥିନ ଔଷଧ ଗୁହାଳରେ ଛିଞ୍ଚିବା ଗ୍ୟାମକସିନ ଗାଈ ଗୋରୁ ରହୁଥିବା ସ୍ଥାନରେ ପକାଇବା ।୨% ସାଇପରମେଥିନ ଛିଞ୍ଚିବା ।ଗାଈକୁ ସୁଷମ ଖାଦ୍ୟ ଦେବା ସହିତ ସଫସୁତୁରା ରଖିବା ଦରକାର।

ଆଧାର : କୃଷି  ଜାଗରଣ

Last Modified : 1/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate