অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋରୁଙ୍କୁ ସାହାଣା ରୋଗର କାରଣ ଓ ତା’ର ପ୍ରତିକାର

ସାହାଣା ରୋଗକୁ କେହି କେହି ଗଳାଫୁଲା ବା ତଣ୍ଟି ଫୁଲା ରୋଗ କହିଥାନ୍ତି । ଏହା ପାଶ୍ଚୁରେଲା ମାଲ୍ଟୋସିଡା ନାମକ ଏକ ଜୀବାଣୁ ଯୋଗୁଁ ସୃଷ୍ଟି ହୋଇଥାଏ ।

ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ଗୋରୁଙ୍କ ଠାରେ ଏହି ରୋଗ ଦେଖାଯାଏ । ଏହି ରୋଗର ନିୟନ୍ତ୍ରଣ ଏବଂ ପ୍ରତିକାର ବିଷୟରେ ଜାଣିଲେ ଚାଷୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ରୋଗ ସୃଷ୍ଟି ହେବାର ପ୍ରଧାନ କାରଣ

  1. ଗୋରୁଙ୍କୁ ଅତ୍ୟଧିକ ପରିଶ୍ରମ କରାଇବା
  2. ପରିବହନ ଯୋଗୁଁ କ୍ଳାନ୍ତି ସୃଷ୍ଟି ହେବା
  3. ଓଦା ଓ ଅବାଦ୍ଧ ଗୁହାଳରେ ରଖିବା
  4. ଶରୀର କୃମି ଯୋଗୁଁ ଦୁର୍ବଳ ହେବା
  5. ଖାଦ୍ୟାଭାବ ଯୋଗୁଁ ସମସ୍ୟା ସୃଷ୍ଟି ହେବା
  6. ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ପାଇବା ।

ରୋଗର ମୁଖ୍ୟ ଲକ୍ଷଣ

  1. ଶାରୀରିକ ଉତ୍ତାପ ୧୦୪ ରୁ ୧୦୬ ଡିଗ୍ରୀ ଫରେନହିଟ୍ କୁ ବୃଦ୍ଧି ପାଏ ।
  2. ନାକରୁ ପ୍ରଥମେ ପତଳା ଏବଂ ପରେ ପରେ ମୋଟା ସିଙ୍ଘାଣି ବାହାରେ ।
  3. ତଣ୍ଟିର ଫୁଲା ସ୍ଥାନ କଠିନ, ଗରମ ଓ ଯନ୍ତ୍ରଣା ଅନୁଭବ ହୁଏ ।
  4. ରୋଗ ଖୁବ ଶୀଘ୍ର ଶରୀରକୁ କବଳିତ କରିଥାଏ ।
  5. ଏହି ଅବସ୍ଥାରେ ୨-୪ ଦିନ ମଧ୍ୟରେ ଏବଂ ସାଧାରଣ ଅବସ୍ଥାରେ ୫-୭ ଦିନ ମଧ୍ୟରେ ଗୋରୁର ମୃତ୍ୟୁ ହୋଇଥାଏ ।

ନମୁନା ସଂଗ୍ରହ

ରୋଗାକ୍ରାନ୍ତ ଗାଈର ରକ୍ତ ଓ ବେକରେ ଫୁଲିଥିବା ସ୍ଥାନରୁ ଏକ କାଚ ସ୍ଲାଇଡ୍ ରେ ସ୍ଥାୟୀ ସ୍ମିଅର ଏବଂ ମୃତ ପଶୁର ହୃତପିଣ୍ଡର ରକ୍ତ ଓ କାଳିଜାର ସ୍ମିଅର ରୋଗ ଚିହ୍ନଟ ପାଇଁ ପରୀକ୍ଷାଗାରକୁ ପଠାଯିବା ଆବଶ୍ୟକ । ଏଥିସହିତ ଏକ ବିଶୁଦ୍ଧ ପିପେଟ୍ କିମ୍ବା ଶିଶିରେ ମୃତ ଗାଈର ହୃତପିଣ୍ଡର ରକ୍ତ, ଲାସା ଗ୍ରନ୍ଥୀ (Lymph node) ଓ ପ୍ଲୀହା (Spleen)କୁ ବରଫ ମାଧ୍ୟମରେ ପଠାଇବାକୁ ହୋଇଥାଏ ।

ରୋଗ ନିୟନ୍ତ୍ରଣ

  1. ବର୍ଷା ଏବଂ ଶୀତ ଋତୁ ଆରମ୍ଭରେ ବର୍ଷକୁ ୨ଥର କରି ୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ପ୍ରାପ୍ତ ବୟସ୍କ ଗୋରୁମାନଙ୍କୁ ପ୍ରତିଷେଧକ ଟିକା ଦେବା ଜରୁରୀ,
  2. ଆକ୍ରାନ୍ତ ଗାଈକୁ ସୁସ୍ଥ ପଶୁମାନଙ୍କ ଠାରୁ ଦୂରରେ ରଖିବା ଆବଶ୍ୟକ,
  3. ମୃତ ଗୋରୁଙ୍କୁ ପୋଡ଼ି ଦେବା କିମ୍ବା ପୋତିଦେବାକୁ ହୁଏ । ପୋତା ଯାଇଥିବା ସ୍ଥାନର ଚତୁଃପାଶ୍ୱର୍ରେ ଚୂନ ବା କଷ୍ଟିକ୍ ସୋଢ଼ା ପକାଇବା ଦରକାର,
  4. ଗୁହାଳକୁ ଫିନାଇଲ୍, ଡେଟଲ୍ ମିଶା ପାଣିରେ ଭଲଭାବେ ସଫା କରିବାକୁ ପଡ଼ିଥାଏ,
  5. ରୋଗାକ୍ରାନ୍ତ ଗୋରୁଙ୍କୁ ସ୍ଥାନୀୟ ପଶୁଚିକିତ୍ସକଙ୍କ ସହାୟତାରେ ତୁରନ୍ତ ଚିକିତ୍ସା କରାଇନେବା ଉଚିତ ।

ପ୍ରତିଶେଧକ ଟିକା (ଓ.ବି.ପି.ଆଇ)

ସାହାଣା ଟିକା ସମସ୍ତ ପ୍ରାପ୍ତ ବୟସ୍କ ବା ୨ ବର୍ଷରୁ ଉର୍ଦ୍ଧ୍ୱ ଗାଈଗୋରୁଙ୍କୁ ଦିଆଯାଇଥାଏ ।

  1. ଏଚ୍.ଏସ୍. ଭ୍ୟାକ୍ସିନ୍ (ଆଲମଯୁକ୍ତ) : ୫ ମି.ଲି. ଚମାଡ଼ା ତଳେ (୨୭୩ କେ.ଜି. ଶାରୀରିକ ଓଜନ ପର୍ଯ୍ୟନ୍ତ) । ୧୦ମି.ଲି. ଚମଡ଼ା ତଳେ (୨୭୩ କେ.ଜି. ଶାରୀରିକ ଓଜନରୁ ଉର୍ଦ୍ଧ୍ୱ) । ସୁରକ୍ଷା କାଳ – ୬ ମାସ ।
  2. ଏଚ୍.ଏସ୍. ଭ୍ୟାକ୍ସିନ୍ (ତୈଳଯୁକ୍ତ) : ୨ ମି.ଲି. ମାଂସ ମଧ୍ୟରେ (୧୩୭ କେ.ଜି. ଶାରୀରିକ ଓଜନ ପର୍ଯ୍ୟନ୍ତ) । ୩ ମି.ଲି. ମାଂସ ମଧ୍ୟରେ (୧୩୭ କେ.ଜି. ଶାରୀରିକ ଓଜନରୁ ଉର୍ଦ୍ଧ୍ୱ) । ସୁରକ୍ଷା କାଳ – ୧ ବର୍ଷ ।

ଆଧାର - "ସଂକଳ୍ପ ଓଡ଼ିଶା"

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate