অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋରୁମାନଙ୍କ ପାଇଁ ଗୁହାଳ ବ୍ୟବସ୍ଥା

ବିଶ୍ଵନିୟନ୍ତା ଇଶ୍ଵରଙ୍କ ସୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ତଥା ଜୀବଜନ୍ତୁ ରହିବା ପାଇଁ ବାସଗୃହ ବା ଆଶ୍ରୟସ୍ଥଳୀର ଆବଶ୍ୟକତା ଜରୁରୀ । ଏହା ସେମାନଙ୍କୁ ବିଭିନ୍ନ ପ୍ରତିକୂଳ ପାଗ ତଥା ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା କରିଥାଏ । ଭାରତର ଗ୍ରାମାଞ୍ଚଳରେ ଅଧିକାଂଶଗୋପାଳକ ଚାଳ ଛପର ଘରେ କଚା ମେଜିଆ ଉପରେ ଗାଈଙ୍କୁ ପଘା’ରେ ବାନ୍ଧି ରଖିଥାନ୍ତି । ଏମାନେ ତିଆରି କରିଥିବା ଅଧିକାଂଶଗୁହାଳରେ ଝରକା ନଥାଏ ଏବଂ ଗୋରୁଙ୍କର ଗୋବର ତଥା ପରିସ୍ରା ଇତ୍ୟାଦି ବାହାରକୁ ନିର୍ଗତ ହେବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥାଏ । ଗୋବର ଓ ମୁତ୍ରର ଗନ୍ଧ, ଗାଈର ଶ୍ଵାସକ୍ରିୟାରୁ ବାହାରୁଥିବା ଅଙ୍ଗାରକାମ୍ଳ ବାଷ୍ପ ତଥା ଗାଈର ପେଟରୁ ପାଟି ବାଟେ ଆସୁଥିବା ଗ୍ୟାସ ଝରକା ନଥିବା ଯୋଗୁଁ ବାହାରକୁ ଯାଇପାରେ ନାହିଁ । ଫଳରେ ଗାଈ ଏକ ଅସ୍ଵାସ୍ଥ୍ୟକର ଓ ଅସନ୍ତୁଳିତ ପରିବେଶରେ ରହିବାକୁ ବାଧା ହୁଏ ଏବଂ ତାର ଉତ୍ପାଦନ ହ୍ରାସ ପାଏ । ଏଣୁ ଗୋପାଳନରୁ ଅଧିକ ଉତ୍ପାଦନ ତଥା ଅଧିକ ଲାଭ ପାଇବାକୁ ହେଲେ ଗୋରୁ ଗାଈଙ୍କୁ ସର୍ବଦା ବୈଜ୍ଞାନିକ ପ୍ରଣାଳୀରେ ତିଆରି ଗୁହାଳ ଓ ସ୍ଵାସ୍ଥ୍ୟକର ପରିବେଶରେ ରଖିବାକୁ ପଡ଼ିବ ।

ଗୋରୁ ଗାଈମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ରଖିବାକୁ ହେଲେ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବା ଉଚିତ୍ ।

ଯଥା :

  1. ପ୍ରଚୁର ପରିମାଣରେ ପରିଷ୍କାର ପାଣି ।
  2. ଆବଶ୍ୟକ ପରିମାଣର ସୁଷମ ଖାଦ୍ୟ ।
  3. ପବନ ଚଳାଚଳ ଓ ଆଲୋକ ପାଉଥିବା ଘର ।
  4. ଗୋରୁ ଗାଈମାନେ ସହି ପାରୁଥିବା ଜଳବାୟୁ ।
  5. ସେମାନଙ୍କର ବୁଲାବୁଲି କରିବା ପାଇଁ ଆବଶ୍ୟକ ସ୍ଥାନ ।

ଏହା ସହିତ ଗୋରୁ ଗାଈମାନଙ୍କୁ ରୋଗ ହେଲେ ତାହାକୁ ଚିହ୍ନି ପ୍ରତିକାର କରିବା ପାଇଁ ଚିକିସାର ବ୍ୟବସ୍ଥା କରିବା ଉଚିତ୍ । ଗୋପାଳକ ନିଜେ ମଧ୍ୟ କେତେକ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରଥମ କଥା ହେଲା ତାଙ୍କର ଗୋରୁ ଗାଈମାନଙ୍କ ପ୍ରତି ଆଗ୍ରହ ଅବା ଆବଶ୍ୟକ ଓ ସେ ଗୋରୁ ଗାଈମାନଙ୍କ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅବା ଉଚିତ୍ । କୁହାଯାଏ ଯେ ଗୋପାଳନ କରିବା ପାଇଁ ୪ଟି ବିଷୟରେ ଧାନ ଦେବା ଉଚିତ୍ ।

  • ଭଲ ଜାତିଆ ଗାଈ ବା ମଇଁଷି ନିର୍ବାଚନ ।
  • ଯେଉଁ ଗାଈମାନେ ଭଲ କ୍ଷୀର ଦିଅନ୍ତି ନାହିଁ ବା ନାନାପ୍ରକାର ଅସୁବିଧା ସୃଷ୍ଟି କରନ୍ତି ସେମାନଙ୍କୁ ବିକ୍ରି କରିବା ।
  • ଗୋରୁ ଗାଈମାନଙ୍କୁ ସବୁବେଳେ ଉପଯୁକ୍ତ ପରିମାଣର ସୁଷମ ଖାଦ୍ୟ ଦେବା । ଅଛି ଖାଦ୍ୟ ଦେଲେ ଯେତିକି କ୍ଷତି ହୁଏ । ଅଧିକ ଖାଦ୍ୟ ଦେଲେ ମଧ୍ୟ ସେହିପରି କ୍ଷତି ହୋଇଥାଏ ।
  • ଉତ୍ତମ ପରିଚାଳନା ।

ଏହି ଚାରିଗୋଟି ବିଷୟ ପ୍ରତି ଦୃଷ୍ଟି ଦେଲେ ଗୋପାଳ ନ ଲାଭଜନକ ହୋଇପାରିବ ।

ଗୋପାଳନ ପାଇଁ ଗୁହାଳ

ଗୁହାଳ ଏପରି ଭାବେ ହେବା ଦରକାର ଯେଉଁଠାରେ କି ଗାଈ ନିରାପଦରେ ଖରା, ବର୍ଷା, ଶୀତ ଠାରୁ ରକ୍ଷା ପାଇପାରିବେ ଓ ସେମାନଙ୍କୁ ସୁବିଧାରେ ଖାଦ୍ୟ, ପାଣି ଯୋଗାଇ ହେବ । ପୁନଶ୍ଚ ଗୁହାଳ ସ୍ଵାସ୍ଥ୍ୟକର ନ ହେଲେ ଗୋରୁ ଗାଈମାନଙ୍କୁ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ତେବେ ଗୁହାଳ ତିଆରି କଲାବେଳେ ଏହା ବ୍ୟୟବହୁଳ ହେବା ଉଚିତ୍ ନୁହେଁ । ଗୁହାଳଟି ଏପରି ଭାବେ ତିଆରି ହେବା ଦରକାର ଯେପରିକି ତହିଁରେ ଗାଈମାନେ ଆରାମରେ ରହିପାରିବେ, ସେମାନଙ୍କୁ ସୁବିଧାରେ ଖାଦ୍ୟ ଓ ପାଣି ଦିଆଯାଇ ପାରିବ ଏବଂ ସୁବିଧାରେ ଦୁଧ ଦୁହାଁ ଯାଇପାରିବ । ଗୁହାଳ ଅନ୍ଧାରିଆ ହେବା ଉଚିତ୍ ନୁହେଁ । କାନ୍ଥ, କବାଟ, ଝରକାରେ କୌଣସି ବିଷାକ୍ତ ରଙ୍ଗ ବା ରାସାୟନିକ ପଦାର୍ଥ ବୋଳା ହେବା ଉଚିତ୍ ନୁହେଁ । ସାଧାରଣତଃ ଗୋଟିଏ ଗାଈ ରହିବା ପାଇଁ ୬ ଫୁଟ ଲମ୍ବ ଓ ୪ ଫୁଟ, ଚଉଡ଼ା ଜାଗା ଆବଶ୍ୟକ । ସେହିପରି ଗାଈକୁ ଦାନା ଦେବାପାଇଁ ଯିବା ଆସିବା ରାସ୍ତା ଅଙ୍କେଇ ଫୁଟରୁ ତିନି ଫୁଟ ଓ ଗୋବର ମୂତ୍ର ନଳା ପ୍ରାୟ ଏକ ଫୁଟ ରହିବା ଦରକାର । ଗୁହାଳର ମେଳିଆ ଓ କାନ୍ଥ ପକ୍‌କା ହେବା ଉଚିତ୍ ଏବଂ ଗୁହାଳ ଭିତରେ କୌଣସି ଗାତ ରହିବା ଉଚିତ୍ଵ ନୁହେଁ । ଗୁହାଳ ତିଆରି କଲାବେଳେ ଏପରି ତିଆରି କରିବା ଉଚିତ୍ଵ ଯେପରି ମୁତ, ପାଣି ଇତ୍ୟାଦି ସହଜରେ ଗୋଟିଏ ଦିଗକୁ ବୋହିଯାଇ ପାରିବ ।

ଗୁହାଳ ପାଇଁ ଜାଗା

ଗୋରୁମାନଙ୍କ ଗୁହାଳ ଘର ସଠିକ୍ ଜାଗାରେ ଓ ଉପଯୁକ୍ତ ଭାବରେ ତିଆରି ହୋଇଥିଲେ। ନିମ୍ନଲିଖିତଉପକାରମାନ ମିଳେ ।

  • କମ୍ ସମୟରେ ଓ ସୁବିଧାରେ ଗୋରୁମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା ଓ ଗୁହାଳ ସଫେଇ, କାର୍ଯ୍ୟ ସମ୍ପାଦିତ ହୁଏ ।
  • ଜଣେ ଗୋପାଳକ ଅଧିକ ସଂଖ୍ୟକ । ଗୋରୁଙ୍କ ଯତ୍ନନେବାରେ ସୁବିଧା ହୁଏ ।
  • ଗୁହାଳ ଘରେ ବିନିଯୋଗ ହେଉଥିବା ଦୈନିକ ପରିଶ୍ରମ ବାବଦ ଖର୍ଚ୍ଚ କମ୍  ହୁଏ ।
  • ଗୋରୁମାନେ ସୁସ୍ଥ ରହିବା ଯୋଗୁଁ ଅଧିକ ଆରାମ ପାଇ ଅଧ୍ୟକ ଦୃଷ୍ଠା ଦେଇଥାନ୍ତି । ସାଧାରଣତଃ ଖୋଲା ଜାଗାରେ ଗୁହାଳ ତିଆରି କରିବା ଉଚିତ୍ ।

ଘର ପାଖରୁ ଏହା ବେଶୀ ଦୂରରେ ରହିବା ଉଚିତ୍ ନୁହେଁ କିମ୍ବା ଘରକୁ ଲାଗି ରହିବା ଉଚିତ୍ ନୁହେଁ । ଡିପ ଓ ନିଗିଡ଼ା ଜାଗାରେ ଗୁହାଳ କରିବା ଦରକାର । ସନ୍ତସନ୍ତିଆ ବା ଖାଲ ଜାଗାରେ ଗୁହାଳ କରିବା ଉଚିତ୍ ନୁହେଁ, ଗୁହାଳ ପାଖରେ କିଛି ଝଙ୍କାଳିଆ ଛାୟା ପ୍ରଦାନକାରୀ ଗଛ ଯୁବା ଆବଶ୍ୟକ । ଗଛ ନ ଥିଲେ ଶୀଘ୍ର ବଢ଼ି ପାରୁଥିବା ଗଛ ଲଗାଇବା ଦରକାର । ଗୁହାଳର ଲମ୍ବା ଭାଗଟି ଉତ୍ତର-ଦକ୍ଷିଣ ଦିଗରେ ତିଆରି କରିବା ଉଚିତ୍ । ଫଳରେ ସକାଳ ଓ ସନ୍ଧ୍ୟାର ସୁର୍ଯ୍ୟକିରଣ ଗୁହାଳରେ ପଡ଼ି ଗୁହାଳ ଶୁଖିଲା ରହେ ଏବଂ ଜୀବାଣୁ ନଷ୍ଟ କରିବାରେ ସାହାଯ୍ୟ କରେ । ଗୁହାଳ ପାଖରେ ଭଲ ପିଇବା ପାଣିର ବ୍ୟବସ୍ଥା ଅବା ଦରକାର । ଘାସ ଚାଷ ପାଇଁ ଅଧିକ ପରିମାଣର ଜମି ମଧ୍ୟ ରଖିଥିବା ଆବଶ୍ୟକ ।

ଆଜିକାଲି ସମୟରେ ଗୋରୁ ଗୁହାଳ ପାଖରେ ବିଦ୍ୟୁତ ବ୍ୟବସ୍ଥା ଅଲେ ବହୁତ ସୁବିଧା ହେବ । ଏହାଦ୍ଵାରା ନଡ଼ା ଓ ଘାସ କାଟିବାଠାରୁ ଆରମ୍ଭ କରି ପମ୍ପ ସାହାଯ୍ୟରେ ପାଣି ମଧ୍ୟ ଉଠାଯାଇ ପାରିବ ।

ଆମ ଦେଶରେ ଗୋପାଳକ ସାଧାରଣତଃ ମାଟି ଘରେ ଗାଈ ରଖିଥାନ୍ତି । ଏହା ଗାଈମାନଙ୍କ ସ୍ଵାସ୍ଥ୍ୟ ପାଇଁ ଅନୁକୂଳ ନୁହେଁ । ଏହାଦ୍ଵାରା ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥାଏ । ଗୁହାଳରେ ଗୋରୁମାନଙ୍କୁ ରଖିବାର ପ୍ରଣାଳୀକୁ ନେଇ ସାଧାରଣତଃ ତିନିପ୍ରକାର ପଦ୍ଧତିରେ ଗୋରୁ ଗାଈମାନଙ୍କୁ ରଖାଯାଇପାରେ ।

  1. ଖୋଲା ଗୁହାଳ ବ୍ୟବସ୍ଥା / ପଦ୍ଧତି
  2. ଏହି ପ୍ରଣାଳୀରେ ଗୋରୁ ଗାଈ ରଖିଲେ। ସେମାନଙ୍କୁ ବାନ୍ଧିବାକୁ ପଡ଼େ ନାହିଁ । ସାଧାରଣତଃ ଗୁହାଳର ଉପରେ ଛାତ ଥାଏ ଏବଂ ଗୁହାଳକୁ ୪ ଭାଗରେ ବିଭକ୍ତ କରାଯାଇଥାଏ । ଗୁହାଳ ଚାରିପଟେ ସାଢ଼େ ଚାରିଫୁଟ ଉଚ୍ଚର କାନ୍ଥ ଥାଏ ଓ ମଝିରେ ମଧ୍ୟ କାଛୁ ଦେଇ ତାକୁ ଭାଗ ଭାଗ କରାଯାଇଥାଏ । ଗାଈମାନେ ତା ଭିତରେ ବୁଲାଚଲା କରନ୍ତି । ଗୋଟିଏ ଅଞ୍ଚଳରେ ଗୋଟିଏ ଭାଗରେ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇ ଥାଏ । ତା ଭିତରେ ଗୋଟିଏ ଲମ୍ବା ସିମେଣ୍ଟ କୁଣ୍ଡ କରାଯାଇ ତହିଁରେ ଗୋରୁମାନଙ୍କୁ ଦାନା ଦିଆଯାଏ । ସେହିପରି ଆଉ ଗୋଟିଏ ସିମେଣ୍ଟ କୁଣ୍ଡରେ ମଧ୍ୟ ପାଣି ଦିଆଯାଇଥାଏ । ଆଉ ଗୋଟିଏ ଭାଗରେ ଦୁହିଁବା ପାଇଁ ବ୍ୟବସ୍ଥା କରାଯାଇଥାଏ ଓ ଦ୍ରୁହିଁବା ସମୟରେ ଗାଈମାନଙ୍କୁ ତା ଭିତରକୁ ନିଆଯାଏ । ଏ ପ୍ରକାର ଗୁହାଳ ଅଳ୍ପ ଖର୍ଚ୍ଚରେ ହୁଏ ଏବଂ ଆବଶ୍ୟକ ପଡ଼ିଲେ ମଧ୍ୟ ଏହାକୁ ବଢ଼ାଇ ଦିଆଯାଇପାରେ । ଗାଈମାନେ ଖୋଲାରେ ବୁଲାବୁଲି କରୁଥିବାରୁ ସେମାନଙ୍କର ବ୍ୟାୟାମ ମଧ୍ୟ ହୋଇଥାଏ ।

  3. ମୁକ୍ତାକାଶ ଗୁହାଳ ବ୍ୟବସ୍ଥା /ପଦ୍ଧତି
  4. ଏ ପ୍ରକାର ଗୁହାଳ ଅଛି ଖର୍ଚ୍ଚରେ ହୋଇଥାଏ । ସାଧାରଣତଃ ଭଜା ଜାଗାରେ ଏପରି ଗୁହାଳ କରାଯାଏ । ଗୋଟିଏ ଖୋଲା ଜାଗାରେ ଚାରିପଟେ ବାଡ଼ ଦ୍ଵାରା ବୁଜାଯାଇ ତା ଭିତରେ ଗୋରୁ ଗାଈମାନଙ୍କୁ ଖୋଲାରେ ବୁଲିବାକୁ ଛାଡ଼ିଦିଆଯାଏ । ବାଡ଼ ଭିତରେ ଗୋଟିଏ ଅଂଶରେ ତଳ ପକ୍‌କା ଓ ଉପରେ ଆଜ୍‌ବେଷ୍ଟସ୍ ପକାଇ ଏକ ଘର କରାଯାଇଥାଏ । ଏଥିରେ ଦାନା ଦେବା ପାଇଁ ଓ ପାଣି ଦେବା ପାଇଁ ସିମେଣ୍ଟ କୁଣ୍ଡ ମଧ୍ୟ କରାଯାଇଥାଏ । କେବଳ ଦୁହିଁବା ଓ ଖାଇବା ସମୟରେ ଗାଈମାନଙ୍କୁ ସେହି ଜାଗାକୁ ଅଣାଯାଏ । ପରେ ସେମାନଙ୍କୁ ପଡ଼ିଆ ଭିତରେ ବୁଲିବାକୁ ଛାଡ଼ି ଦିଆଯାଏ । ପଡ଼ିଆର ମଝିରେ ସିମେଣ୍ଟ କୁଣ୍ଡ ତିଆରି କରି ଗାଈମାନଙ୍କୁ ପାଣି ପିଇବାକୁ ଦିଆଯାଏ । ପଡ଼ିଆ ଉପରେ ଇଟା ବା ପଥର ବିଛାଇ ଦେଲେ ତାହା ବର୍ଷରେ କାଦୁଅ ହୁଏ ନାହିଁ । ତେବେ ଏ ପ୍ରକାର ଗୁହାଳ କେବଳ ଅଳ୍ପ ବର୍ଷା ହେଉଥିବା ଅଞ୍ଚଳରେ କରିବା ଉଚିତ୍ । ଏଭଳି ଗୁହାଳରେ ପ୍ରତ୍ୟେକ ଗାଈ ପାଇଁ ୬୦ ବର୍ଗ ଫୁଟ ସ୍ଥାନ ଯୋଗାଇ ଦିଆଯାଇଥାଏ ।

  5. ବଛା ଗୋରୁ ଗୁହାଳ ବ୍ୟବସ୍ଥା / ପଦ୍ଧତି
  6. ଆମ ରାଜ୍ୟପାଇଁ ବନ୍ଧା ଗୁହାଳ ଖୁବ୍ ଉପଯୁକ୍ତ । ଏହି ପ୍ରକାର ଗୁହାଳର ଚାରିପଟେ କାନ୍ଥ ଓ ଉପରେ ଛାତ ଥାଏ । ମେଜିଆ ମଧ୍ୟ ପକ୍କା ହୋଇଥାଏ । ଗୁହାଳରେ ଗାଈମାନଙ୍କୁ ଗୋଟିଏ ଧାଡ଼ି ବା ଦୁଇ ଧାଡ଼ିରେ ବନ୍ଧା ଯାଇପାରେ । ଗୋଟିଏ ଧାଡ଼ି ଗୁହାଳର ଚଉଡ଼ା ସାଢ଼େ । ବାର ଫୁଟ, ଦୁଇ ଧାଡ଼ି ଗୁହାଳର ଚଉଡ଼ା, ୨୮ ଫୁଟ ଓ ଲମ୍ବ ଗାଈମାନଙ୍କ ସଂଖ୍ୟା ଅନୁସାରେ କରାଯିବା ଉଚିତ୍ । ଗାଈମାନଙ୍କର ଠିଆହେବା ସ୍ଥାନ, ଖାଦ୍ୟ କୁଣ୍ଡ, ଯାତାୟତା ଦୁହିଁବା ପଥ, ଖାଦ୍ୟ ପଥ ଓ ଗୋବର-ମୃତ୍ର ନଳାର ଓସାରକୁ। ଭିରି କରି ଗୋଟିଏ ବୟସ୍କ, ଗାଈ ପିଛା ଏହି ପଦ୍ଧତିରେ ହାରାହାରି ୫୦ ବର୍ଗ ଫୁଟ ଏବଂ ପ୍ରତି ବାଛୁରୀ ପିଛା ୨୦ ରୁ ୨୫ ବର୍ଗଫୁଟ ସ୍ଥାନ ଯୋଗାଇ ଦିଆଯାଇଥାଏ । ଗୁହାଳର କାନ୍ଥରେ କଣ୍ଟା ବା ଖୁଞ୍ଚା ରହିବା ଉଚିତ୍ ନୁହେଁ । ଗାଈ ସଂଖ୍ୟା ଯଦି ଅଧିକ ହୋଇଥାଏ ତେବେ ଗୁହାଳରେ ଦୁଇ ଧାଡ଼ି ଗାଈ ବାନ୍ଧିବାର ବ୍ୟବସ୍ଥା କରିବା ଉଚିତ୍ । ଗୁହାଳର ମେଢିଆକୁ ଏପରି କରିବା ଦରକାର ଯାହା ଉପରେ ଗୋରୁ ଚାଲିଲା ବେଳେ ଗୋଡ଼ ଖସିବ ନାହିଁ ।

    ଗାଈ ଗୁହାଳକୁ ଲାଗି ବାଛୁରୀ ଗୁହାଳ ରହିବା ଉଚିତ୍ । ଏହା ଦ୍ଵାରା ଦୁହିଁବା ସମୟରେ ସହଜରେ ବାଛୁରୀକୁ ଅଣାଯାଇ ପାରିବ । ଗାଈ ବନ୍ଧା ହେବା ଜାଗାରେ ମୁହଁ ପଟକୁ ସିମେଣ୍ଟ କୁଣ୍ଡ ତିଆରି କରିବା ଉଚିତ୍ । କୁଣ୍ଡର ଚଉଡ଼ା ଦୁଇରୁ ଅଢ଼େଇ ଫୁଟ ଓ ଗଭୀର ପ୍ରାୟ ଦେଢ଼ ଫୁଟ ହେବା ଦରକାର । ଗାଈକୁ ବାନ୍ଧିବା ପାଇଁ ଚଟାଣରେ ଲୁହାର ହୁକ୍ ଲଗାଇବା ଦରକାର ।

    ଆଜିକାଲି କିଛି ଚାଷୀ ଆଧୁନିକ ଧରଣର ଉନ୍ନତ ଗୁହାଳ ନିର୍ମାଣ କରୁଅଛନ୍ତି । ଏଥିରେ ପାଣି ଓ ଦାନା ଦେବା ପାଇଁ ସ୍ଵୟଂଚାଳିତ ବ୍ୟବସ୍ଥା କରାଯାଇଅଛି । ମେସିନ୍ ସାହାଯ୍ୟରେ ମଧ୍ୟ ଅନେକ ଜାଗାରେ ଗାଈ ଦୁହିଁବାର ବ୍ୟବସ୍ଥା ରହିଅଛି ।

କେତେକ ଜାଣିବା କଥା

  • ଘର ପାଖରେ ଗୁହାଳ କରନ୍ତୁ ବା ଗୁହାଳ ପାଖରେ ସବୁବେଳେ ରହିବାର ବ୍ୟବସ୍ଥା କରନ୍ତୁ ।
  • ଗୁହାଳ ନିକଟରେ ପରିଷ୍କାର ପାଣି ପାଇବା ପାଇଁ କୂଅ ବା ନଳକୂଅ ଖୋଳନ୍ତୁ । କାରଣ ଗାଈମାନଙ୍କ ପାଇଁ ସବୁବେଳେ ପ୍ରଚୁର ପରିମାଣର ପରିଷ୍କାର ପାଣି ଆବଶ୍ୟକ ହୋଇଥାଏ । ପୋଖରୀ ବା ନାଳ ଇତ୍ୟାଦିର ପାଣି ଦେଲେ ନାନା ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ ।
  • ଗୁହାଳଟି ଶସ୍ତା ଓ ଗୋରୁଗାଈମାନଙ୍କ ପାଇଁ ସୁବିଧା ଜନକ ହେବା ଉଚିତ୍ । ଇଟା କାନ୍ଥ, ସିମେଣ୍ଟ ମେଜିଆ ଓ ଛାତ ଚାଳ ବା ଆଜ୍‌ବେଷ୍ଟସ୍ ହେଲେ ଚଳିବ । ଗୁହାଳ ଭିତରକୁ ପବନ ଓ ଆଲୁଅ ଯିବା ପାଇଁ ଯଥେଷ୍ଟ ଝରକା ରହିବା ଉଚିତ୍ । ଅବଶ୍ୟ ଅନେକ ଜାଗାରେ କାଛକୁ ୪ ଫୁଟ ପର୍ଯ୍ୟନ୍ତ ଉଚ୍ଚ କରାଯାଇଥାଏ ଓ ତା ଉପରକୁ ଖୋଲା ରଖାଯାଏ । ଏହା ଦ୍ଵାରା ଆଲୁଅ ଓ ପବନ ଚଳାଚଳ କରିପାରେ, ମାତ୍ର ଗାଈ ଶୋଇଲାବେଳେ ବାହାରର ପବନ ତା ଦେହରେ ବାଜେ ନାହିଁ।
  • ଗୁହାଳ ଭିତରେ ଗୋବର ମୃତ ଇତ୍ୟାଦି ବୋହିଯିବା ପାଇଁ ସିମେଣ୍ଟ ନାଳ ରଖବା ଦରକାର । ସେହି ନାଳକୁ ବାହାରକୁ ବିସ୍ତାରିତ କରି ଖତଗଦା ସହିତ ମିଶାଇ ଦେଲେ ମୃତ ଇତ୍ୟାଦି ଖତରେ ମିଶିଥାଏ ।
  • ପ୍ରତି ଗାଈପାଇଁ ୬ ଫୁଟ ଲମ୍ବ ଓ ୪ ଫୁଟ, ଚଉଡ଼ାର ଜାଗା ଆବଶ୍ୟକ । ଏହା ସହିତ ଦାନା ଓ ପାଣି ଦେବାପାଇଁ ପ୍ରାୟ ଦୁଇରୁ ଅଢ଼େଇ ଫୁଟ, ଚଉଡ଼ାର କୁଣ୍ଡ ମଧ୍ୟ କରିବା ଆବଶ୍ୟକ । କୁଣ୍ଡଟି ଗାଈର ସାମନା ପଟକୁ ରହିବା ଉଚିତ ।
  • ଗୁହାଳ ନିକଟରେ ଦାନା, ନଡ଼ା ଓ ଔଷଧ ରଖିବା ପାଇଁ ଗୋଟିଏ ଗୋଦାମ ଘର କରିବା ଦରକାର । ଆଜିକାଲି ଗାଈମାନଙ୍କୁ ଘାସ, ନଡ଼ା ଇତ୍ୟାଦି କାଟିକରି ଖାଇବାକୁ ହେବାପାଇଁ ପରାମର୍ଶ ଦିଆଯାଉଛି । ସେଥିପାଇଁ ଗୁହାଳ ନିକଟରେ ହସ୍ତଚାଳିତ କିମ୍ବା ବିଦ୍ୟୁତଚାଳିତ ନଡ଼ା କଟା ଯନ୍ତ୍ର ମଧ୍ୟ ରଖିବା ଦରକାର ।
  • ପ୍ରାୟ ୧୦ଟି ଗାଈ ରଖିଥିବା ଚାଷୀ ଭାଈମାନେ ୪୦ ଫୁଟ ଲମ୍ବା ଓ ସାଢ଼େ ୧୨ ଫୁଟ, ଚଉଡ଼ାର ଗୁହାଳ, ୧୨ ଫୁଟ ଲମ୍ବ ଓ ୧୦ ଫୁଟ, ଚଉଡ଼ାର ଏକ ଗୋଦାମ ଓ ବାଛୁରୀମାନଙ୍କ ପାଇଁ ମଧ୍ୟ ଏକ ଛୋଟ ଘର କରିବା ଆବଶ୍ୟକ । ଯେଉଁମାନେ ଅଧିକ ସଂଖ୍ୟକ ଗାଈ ରଖିବାକୁ ଚାହାନ୍ତି ସେମାନେ ଗୁହାଳରେ ଦୁଇ ଧାଡ଼ି ଗାଈ ମୁହାଁ ମୁହଁ କରି ବା ପଛକୁ ପଛ କରି ବାନ୍ଧିବା ପାଇଁ ବ୍ୟବସ୍ଥା କରିବା ଉଚିତ୍ ।
  • ଗୁହାଳ ସାମନାରେ ଖୋଲା ଜାଗା ଅଲେ ଗୋରୁମାନଙ୍କର ବୁଲାବୁଲି ପାଇଁ ସୁବିଧା ହୋଇଥାଏ । ପୁନଶ୍ଚ ଗୁହାଳ ପାଖରେ ନିମ୍ବା, ଆମ୍ବ ପ୍ରଭୃତି ବଡ଼ ବଡ଼ ଗଛ ଥିଲେ ଗୋରୁଗାଈମାନଙ୍କୁ ଛାଇ ମିଳିଥାଏ ।
  • ତେବେ ଗୋପାଳକ ବନ୍ଧୁମାନେ ବ୍ୟବସାୟିକ ଭିଭିରେ ଗୋପାଳନ କରିବାକୁ ଚାହୁଁଥିଲେ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ଗୁହାଳ କରିବା ଉଚିତ୍ । ଏ ଦିଗରେ ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସକ ଓ ଦୁଗ୍ଧ ସମବାୟ ସଂଘ କର୍ମକରୀଙ୍କ ସହ ଆଲୋଚନା କରିବା ଉଚିତ୍ ।

ସଂଗୃହିତ -

ମୂଳ ବିଷୟବସ୍ତୁ

  • ଡଃ ଅନ୍ତର୍ଯ୍ୟାମୀ ମହାନ୍ତି

ସଂଶୋଧିତ ବିଷୟବସ୍ତୁ

  • ଡଃ ସୁରେନ୍ଦ୍ର ନାୟକ

ଆସୋସିଏଟ୍ ଫ୍ରଫେସର

ପ୍ରାଣୀ ଉତ୍ପାଦନ ଓ ପରିଚାଳନା ବିଭାଗ

ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଭୁବନେଶ୍ଵର – ୭୫୧୦୦୩

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate