অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭବତୀ ଗାଈର ଯତ୍ନ

ଆଜିର କ୍ଷୁଦ୍ର ଓ ନିମିତ ମାତ୍ର ଚାଷୀଙ୍କ ପାଇ ଗୃହପାଳିତ ପଶୁମାନଙ୍କ ଅବଦାନ ଅପୂରଣୀୟ । ଗୃହପାଳିତ ପଶୁମାନଙ୍କ ବିକାଶ, ଶାବକମାନଙ୍କର ସଠିକ୍‌ ରକ୍ଷଣାବେକ୍ଷଣ ତଥା ଭରଣ ପୋଷଣ ଉପରେ ନିର୍ଭର କରିଥାଏ । ଗୃହପାଳିତ ପଶୁଙ୍କ ଗୁଣାତ୍ମକ ସଂଖ୍ୟା ବୃଦ୍ଧିପାଇଁ ଗର୍ଭାବସ୍ଥା ବାସ୍ତବିକ୍ ଏକ ଗୁରୁତପୂର୍ଣ୍ଣ ସମୟ ଅଟେ । ଗର୍ଭାବସ୍ଥାରେ ଗୋ-ସଂପଦ ର ସଠିକ୍ ଯତ୍ନମାନ ନେଇପାରିଲେ, ଶାବକମାନଙ୍କର ସଂପୂର୍ଣ୍ଣ ବିକାଶ ସହ ଏକ ଆର୍ଥିକ ଓ ସହଜ ପରିଚାଳନାତ୍ମକ ସନ୍ତୁଳନ ରକ୍ଷା ସମ୍ଭବ ହୋଇପାରିବ । ଆଜିର ସାମାନ୍ୟ ଛୋଟ ନବଜାତ ବାଛୁରୀଟି ଭବିଷ୍ୟତ ଗୋରୁଗୋଠର ମୁଖ୍ୟାଶ ଅଟେ । ତେଣୁ ଗର୍ଭାବସ୍ଥାର ଗୁରୁତ୍ଵକୁ ଉପଲବ୍ଧି କରି ସଠିକ୍ ରକ୍ଷଣାବେକ୍ଷଣ ତଥା ଭରଣ ପୋଷଣ ପ୍ରତି ଗୁରୁତ୍ଵ ଦେବା ଜରୁରୀ ।

ସାଧାରଣତଃ ଗର୍ଭାବସ୍ଥା ସମୟରେ କିଛି ଭୁଲ ତୁଟି ରହିଯିବା ଦ୍ଵାରା ବାଛୁରୀର ଶାରୀରକ ବିକାଶରେ ବାଧା ଉପୁଜିବା ସହିତ ବେଳେବେଳେ ଜୀବନ ହାନି ମଧ ଘଟିଥାଏ ଯାହା ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ । ଶାବକଙ୍କର ଯତ୍ନ ସାଧାରଣତଃ ଗର୍ଭାବସ୍ଥାରୁ ହିଁ ଆରମ୍ଭ ହୋଇଥାଏ ଓ ଗର୍ଭଧାରଣର ସଠିକତା ପ୍ରମାଣିତ ହେବା ଠାରୁ ଗର୍ଭବତୀ ଗାଈର ଯତ୍ନର ଆବଶ୍ୟକତା ମଧ୍ୟ ରହିଛି। ଗୋପାଳନରେ ଏହି ଗର୍ଭାବସ୍ଥା ସମୟର ଯଥେଷ୍ଟ ଭୂମିକା ରହିଛି। ତେଣୁ ଗୋପାଳକ ଭାଇମାନେ କିପରି ଏହି ଗର୍ଭାବସ୍ଥାରେ ସଠିକ୍ ଲାଳନ ପାଳନ କରିପାରିବେ ସେ ବିଷୟରେ ନିମ୍ନରେ କେତେକ ଉପାଦେୟ ତଥ୍ୟ ପ୍ରଦତ୍ତ କରାଯାଛି..

ଗର୍ଭ ରହିବା ସମୟର ଯତ୍ନ

ଗାଈମାନଙ୍କ କ୍ଷେତ୍ରରେ ସାଧାରଣତଃ ଗର୍ଭଧାରଣର ସମୟ ୨୭୦ରୁ ୨୯୦ ଦିନ (୯ ମାସ) ହୋଇଥାଏ । ଗର୍ଭପରୀକ୍ଷା ଦ୍ଵାରା ଗର୍ଭଧାରଣର ସଠିକତା ପ୍ରମାଣିତ ହେବା ପରଠାରୁ ଗର୍ଭବତୀ ଗାଈର ଯତ୍ନର ଆବଶ୍ୟକତା ରହିଛି। ପ୍ରଥମ ୬ ମାସ ସମୟରେ ଗାଈର ପରିପାଳନରେ ବିଶେଷ କିଛି ପରିବର୍ତ୍ତନର ଦରକାର ହୋଇନଥାଏ । କିନ୍ତୁ ଶେଷ ୨-୩ ମାସ ସମୟରେ ବାଛୁରୀ ବହୁତ ଶୀଘ୍ର ବଢୁଥିବାରୁ ଗାଈର ପରିପାଳନ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବା ଦରକାର ।

  • ଦେଶୀ ଗାଈଙ୍କ ପାଇଁ ସେମାନଙ୍କର ଦୈନନ୍ଦିନ ଖାଦ୍ୟର ଆବଶ୍ୟକତା ସହିତ ୧.୦୦- ୧.୨୫ କି.ଗ୍ରା. ସନ୍ତୁଳିତ ଖାଦ୍ୟ ଓ ଶଙ୍କର ଗାଈଙ୍କ ପାଇଁ ୧.୭୫-୨.୨୫ କି.ଗ୍ରା ଅଧିକ ଖାଦ୍ୟ ଦେବା ଦରକାର ।
  • ଗର୍ଭାବସ୍ଥା ସମୟରେ କୌଣସି ବାହ୍ୟ ଆଘାତରୁ ଗାଈକୁ ମୁକ୍ତ ରଖିବା ଦରକାର ।
  • ଉଚ୍ଚରୁ ନୀଳ ଯାଗାକୁ ଚଲାଇବା, ଦୁର୍ଘଟଣା ଜନିତ କ୍ଷତ, ଖସିଡ଼ିବା, ଅନ୍ୟ ଗାଈଙ୍କୁ ଗାଈ ଉପରେ ଚଢ଼ିବାକୁ ଦେବା ଆଦି କଷ୍ଟରୁ ମୁକ୍ତ ରଖିବା ଦରକାର ।
  • ଗାଈ ଶୋଉଥିବା ଅର୍ଥାତ୍ ପ୍ରସବ କରିବାର ସ୍ଥାନର (ଚଟାଣ) ମାପ ୧୫୦ ବର୍ଗ ଫୁଟ ହେବା ଦରକାର । ଏହି ପ୍ରସବ କରିବାର ସ୍ଥାନରେ ନଡ଼ା ବା ପାଳ ବିଛାଇ ରଖନ୍ତୁ ।
  • ଗାଈକୁ ସଠିକ୍ ପରିମାଣର ଖାଦ୍ୟ ସହ ପ୍ରଚୁର ପରିଷ୍କାର ପାଣି ପିଇବାକୁ ଦିଅନ୍ତୁ ।
  • ପ୍ରସବ ପୂର୍ବରୁ ଖାଦ୍ୟରେ ୩୦ ରୁ ୫୦ ଗ୍ରାମର ଲୁଣ ମିଶାନ୍ତୁ ।
  • ପ୍ରସବର ୬୦ ଦିନ ପୂର୍ବରୁ କ୍ଷୀର ଦୁହିଁବା ବନ୍ଦ କରିଦିଅନ୍ତୁ । ଅଧିକ ବାଟ ଚାଲିବାକୁ ନିଅନ୍ତୁ ନାହିଁବା ଅଯଥା ଭୟଭୀତ କରାନ୍ତୁନାହିଁ ।
  • ଗର୍ଭଧାରଣର ପୂର୍ବରୁ କୃମି ଔଷଧ ଓ ଟିକାକରଣ ସାରିଦେବା ଦରକାର । ସ୍ଥଳ ବିଶେଷରେ କୌଣସି ଅସୁବିଧା ଯୋଗୁଁ ଯଦି ଏହି ସମୟରେ କୃମି ଔଷଧ ଓ ଟୀକାକରଣ  କରିବାକୁ ପଡେ ତେବେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।

  • ଗର୍ଭାବସ୍ଥାରେ ଫଲିକ୍ ଏସିଡ୍ ର  ଆବଶ୍ୟକତା ରହୁଥିବାରୁ ଏହି ସମୟରେ ଅଧିକମାତ୍ରାରେ ପରିବା ଓ ଫଳ ଚୋପା ସହ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ଠିକ୍ ସେହିପରି କ୍ୟାଲସିୟମ୍ ଓ ଫସଫରସ୍କାର ଅନୁପାତ, ୨ ଓ ୧ ହିସାବରେ ରହିବା ଦରକାର । ସବୁଜ ଘାସରୁ ଅଧିକ କ୍ୟାଲସିୟମ୍ ମିଳୁଥିବା ବେଳେ ଦାନା ଓ ଚୋକଡରୁ ଅଧିକ ଫସଫରସ ମିଳିଥାଏ । ତେଣୁ ଏହି ୨ଟିର ସଠିକ୍ ମିଶ୍ରଣ ଖାଇବାକୁ ଦେବା ଦରକାର । ଫସଫରସ୍କାର ମାତ୍ରା ଠିକ୍ ରହିଲେ ବାଛୁରୀର ମାଂସପେଶୀର ସଠିକ୍ ଗଠନ ସହ ମୌଳିକ ବିକାଶରେ ସାହାଯ୍ୟ କରିଥାଏ ।

ଗର୍ଭାବସ୍ଥା ସମୟରେ ଗର୍ଭାଶୟର ଆକାର ବଡ ହୋଇଯାଉଥିବା ଫଳରେ ଗାଈର ଖାଦ୍ୟ, ପେଟ ବା ରୋମନ୍ଥନ ଥଳୀ ଚାପରେ ସଂକୁଚିତ ହୋଇଥାଏ ତେଣୁ ଏହି ସମୟରେ ପେଟ ଫୁଲା ପ୍ରତି ସାବଧାନ ରହିବା ଦରକାର ଅଟେ । ସାଧାରଣତଃ ବାସି ପେଜ, ନଡା, ଅଗାଡି କୁଣ୍ଡା, ପଚା ସଢା ଖାଦ୍ୟ, ପଖାଳ ଭାତ ଆଦି ଖାଦ୍ୟମାନ ପେଟ ଫୁଲାର କାରଣ ହୋଇଥାଏ । ତେଣୁ ଏହି ସବୁ ଖାଦ୍ୟ ଦେଲା ବେଳେ ବିଶେଷ ଯତ୍ଵବାନ ହେବା ଆବଶ୍ୟକ । ନଡା ଖାଇବାକୁ ଦେଲାବେଳେ କାଟି ପାଣିରେ ବତୁରେଇ ଅଳ୍ପ ପରିମାଣର ଦେବା ଦରକାର । ଠିକ୍ ସେହିପରି ଅଗାଡି କୁଣ୍ଡାକୁ ଗୁଣ୍ଡ କରି ଫାଇନ୍ କୁଣ୍ଡା କରି ଖାଇବାକୁ ଦେବା ଦରକାର ।

ପ୍ରବସ ସମୟର ଠିକ୍ ପୂର୍ବର ଯତ୍ନ

ପ୍ରସବ ସ୍ଥାନକୁ ପରିସ୍କାର ପରିଛନ୍ନ ରଖିବା ସହ ମୁକ୍ତ ବାୟୁ ଚଳାଚଳ ଓ ଆଲୋକର ବ୍ୟବସ୍ଥା ରଖିବା ଦରକାର ଅଟେ । ପ୍ରସବ କରିବାର ୧୦ ରୁ ୧୫ ଦିନ ପୂର୍ବରୁ ଗାଈର ଠିକ୍ ଝାଡ଼ା ହେବା ପାଇଁ ତୁରନ୍ତ ବହୁଳ ଖାଦ୍ୟ ଯଥା କୁଣ୍ଟା, ନଡା ଆଦି ଦାନା ସହ ଖାଇବାକୁ ଦିଅନ୍ତୁ । ପ୍ରସବ ସମୟ ପାଖେଇ ଆସିଲେ ପ୍ରସବର ଲକ୍ଷଣକୁ ସଠିକ୍ ଭାବରେ ଅନୁଧାନ କରନ୍ତୁ । ସାଧାରଣତଃ ଗାଈର ପ୍ରସବ ଲକ୍ଷଣ ଦେଖାଦେବାର ୨ ରୁ ୩ ଘଣ୍ଟା ମଧ୍ୟରେ ପ୍ରସବ ହୋଇଯାଇଥାଏ । ଛଡ଼ା ହୋଇଥିଲେ ଏହି ସମୟ ୪ ରୁ ୫ ଘ ହୋଇଥାଏ । ଏଥିରେ ବିଳମ୍ବ ହେଲେ ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

ପ୍ରସବର ଲକ୍ଷଣ

ସାଧାରଣତଃ ଗାଈର ପ୍ରସବ ଲକ୍ଷଣ ଦେଖାଦେବାର ୨ ରୁ ୫ ଘଣ୍ଟା ମଧ୍ୟରେ ପ୍ରସବ ହୋଇଯାଇଥାଏ । ଛଡ଼ା ହୋଇଥିଲେ ଏହି ସମୟ ୪ ରୁ ୭ ଘଣ୍ଟା ହୋଇଥାଏ । ଏଥିରେ ବିଳମ୍ବ ହେଲେ ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରିବା ବିଧେୟ ।

  • ଖାଇବାରେ ରୁଚି ନ ରଖିବା ।
  • ବାରମ୍ବାର ପରିଶ୍ରା କରିବା ।
  • ଯୋନି ଦ୍ଵାର ଲାଲ୍ ହୋଇଯିବା ।
  • ପହ୍ନା ବଡ଼ ହୋଇ ଓହଳି ପଡ଼ିବା ।
  • ବାରମ୍ବାର ଉଠ ବସ ହେବା ।
  • ପେଟ ଆଡ଼କୁ ମୁହଁ କରି ଚାଟିବା ।
  • ହଳଦିଆ ମୋଟା ଲାଳ ଯୋନିରୁ ବାହାରିବା ।

ସଂଗୃହିତ - ଡା. ସାରଦା ପ୍ରସନ୍ନ ସାହୁ ଡା, ଚିନ୍ମୟ କୁମାର ସାହୁ, ପ୍ରାଣୀଧନ ଅଧିକାରୀ ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ବିଭାଗ, କୃଷି ମନ୍ତ୍ରଣାଳୟ,

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate