অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଈଙ୍କ ‘ଥେଲେରିଓସିସ୍’ ରୋଗ

ଗାଈଙ୍କ ‘ଥେଲେରିଓସିସ୍’ ରୋଗ

ଥେଲେରିଓସିସ୍ ଗାଈ ଗୋରୁଙ୍କର ଏକ ପ୍ରମୁଖ ରୋଗ । ଏହି ରୋଗରେ ଦୁଗ୍ଧ ଉତ୍ପାଦନ କରୁଥିବା ବିଦେଶୀ ଓ ଦେଶୀ ଗାଈ ବହୁ ପରିମାଣରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଠିକ୍ ସମୟରେ ରୋଗ ନିରୂପଣ କରାନଗଲେ ଗାଈଟି ମୃତ୍ୟୁମୁଖରେ ପଡିବା ସହ ଗୋପାଳକକୁ ମଧ୍ୟ ଆର୍ଥିକ କ୍ଷତି ସାହିବାକୁ ପଡିଥାଏ ।

କିପରି ବ୍ୟାପେ

ହ୍ୟାଲୋମା ଜାତୀୟ ଟିଙ୍କ ମାଧମରେ ରୋଗ ସୃଷ୍ଟି କରୁଥିବା ଏକ କୋଷୀୟ ପରଜୀବି ଦ୍ଵାରା ଏହି ରୋଗ ହୋଇଥାଏ । ଥେଲେରିଆ ଆନୁଲାଟା ନାମକ ଏକ ପରଜିବୀ ସୁସ୍ଥ ଗାଈ ଦେହକୁ ଏହାର ବାହକ ଟିଙ୍କ ଦ୍ଵାରା ଆସିଥାଏ । ଖରା ଓ ବର୍ଷା ଦିନରେ ଟିଙ୍କଙ୍କ ପ୍ରାଦୁର୍ଭାବ ଅଧିକ ଥିବାରୁ ଗାଈମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଏହି ପରଜିବୀ ଗାଈର ଲୋହିତ ରକ୍ତ କଣିକାରେ ଅବସ୍ଥାନ କରନ୍ତି । ଦେଶୀ ଓ ଶଙ୍କର ଛୋଟ ବାଛୁରୀ ଏପରିକି ୨ରୁ ୩ ଦିନ ବୟସର ହୋଇଥିବା ବେଳେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦୃଷ୍ଟାନ୍ତ ରହିଛି ।

ରୋଗର ଲକ୍ଷଣ

ଶରୀରର ତାପମାତ୍ର ୧୦୫ରୁ ୧୦୭ ଡିଗ୍ରୀ ଫାରେନହିଟ ରହିବା ଦ୍ଵାରା ଭୀଷଣ ଜ୍ଵର ହୁଏ । ହୃତସ୍ପନ୍ଦନ ଓ ଶ୍ଵାସକ୍ରିୟା ବଢେ। ପରେ ନିଶ୍ଵାସ ନେବାରେ କଷ୍ଟ ହୋଇଥାଏ । ନାକ ଓ ଆଖିରୁ ପାଣି ନିର୍ଗତ ହେବା, ଖାଦ୍ୟ ଖାଇବା ପରେ ଶିଥିଳତା, କ୍ରମଶଃ ଦୁର୍ବଳ ହେବା, ଦୁଗ୍ଧ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇବା ଆଦି ଲକ୍ଷଣ ଦେଖାଯାଏ । ରକ୍ତରେ ହିମୋଗ୍ଲୋବିନ୍‌ର ମାତ୍ରା କମିଯିବା ଦ୍ଵାରା ଗାଈଟି ଅସୁସ୍ଥ ହୋଇପଡେ । ଏହି ସମୟରେ ରକ୍ତରେ କ୍ୟାଲସିୟମ୍, ପ୍ରୋଟିନ୍ ଓ ଲୋହିତ ରକ୍ତ କଣିକା ଯଥେଷ୍ଟ ପରିମାଣରେ ହ୍ରାସ ପାଏ । ରକ୍ତହୀନତା ଦ୍ଵାରା ଆଖ ଶେନ୍ତାଳିଆ ଦେଖାଯାଏ । କେତେକ କ୍ଷେତ୍ରରେ ଜଣ୍ଡିସ୍ ଓ ଜଟିଳ ଚର୍ମରୋଗ ମଧ୍ୟ ଦେଖାଯାଏ ।

ଚିକିତ୍ସା

ଗାଈଙ୍କ ‘ଥେଲେରିଓସିସ୍’ ରୋଗଆକ୍ରାନ୍ତ ଗାଈକୁ ଜ୍ଵର ଆରମ୍ଭରୁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ‘ଟେଟ୍ରାସାଇକ୍ଲିନ୍' ଜାତୀୟ ଆଣ୍ଟିବାୟୋଟିକ୍ ଏବଂ ଆଶୁ ରକ୍ତ ପରୀକ୍ଷା ଦ୍ଵାରା ଏହି ପରଜିବୀର ସଠିକ୍ ଚିହ୍ନଟ ପରେ ‘ ବୁପାରଭାକ୍ୱୋନ୍' ଔଷଧ ଦ୍ଵାରା ଚିକିତ୍ସା କରାଯାଏ । ଅଧିକ ମାତ୍ରାରେ ଆକ୍ରାନ୍ତ ଗାଈକୁ ଉପରୋକ୍ତ ଔଷଧ ପ୍ରୟୋଗ ବ୍ୟତୀତ ରକ୍ତହୀନତା ଓ ହିମୋଗ୍ଲୋବିନ୍ ର  ମାତ୍ରାଧିକ ହ୍ରାସ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ‘ହିମାସିଲ' ଶରୀରରେ ଦିଆଯାଇଥାଏ । ଜଟିଳ ପରିସ୍ଥିତିରେ ବ୍ଲଡ ଟ୍ରାନସଫ୍ୟୁଜନ୍ (ରକ୍ତ ସଞ୍ଚାର) ମଧ୍ୟ ଦରକାର ପଡିଥାଏ ।

କୌଣସି ପରିସ୍ଥିତିରେ ପୋଷ୍ଟରଏଡ ଓ ଶରୀରରେ ସାଲାଇନ୍ ପ୍ରୟୋଗ କରାଯିବା ଅନୁଚିତ । ଏହି ରୋଗର ପ୍ରତିଷେଧକ ଟୀକା 'ରକ୍ଷାଭାକ୍ -ଟି' ବର୍ତ୍ତମାନ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ୨ ମାସରୁ ଉର୍ଦୁ ବାଛୁରୀକୁ ଟିକା ଦେବା ଉଚିତ୍ । ଗର୍ଭାବସ୍ଥାରେ ଟୀକାକରଣ ଆଦୌ ଉଚିତ ନୁହେଁ । ଟିଙ୍କ ପ୍ରାଦୁର୍ଭାବରେ ଗୁହାଳ ପରିବେଶ ଓ ଗାଈଗୋରୁଙ୍କୁ ମୁକ୍ତ ରଖିବା ପାଇଁ ଟିଙ୍କ ନାଶକ ଔଷଧର ପ୍ରୟୋଗ ଏକାନ୍ତ ଆବଶ୍ୟକ ।

ସଂଗୃହିତ - ଡା. ଅମିତାଭ ପଣ୍ଡା ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ବୌଦ୍ଧ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate