ସାଧାରଣତଃ ଆମ ଦେଶରେ ପ୍ରାୟ ୬୮ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସକରନ୍ତି । ସେମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ପଶୁପାଳନ ଉପରେ ନିର୍ଭର କରନ୍ତି । ଓଡିଶାରେ ପଶୁପାଳନ ମୁଖ୍ୟତଃ ମିଶ୍ରିତ କୃଷି ବା ଆନୁଷଙ୍ଗିକ କୃଷି ଭାବେ ବିସ୍ତାର କରିଥିବା ବେଳେ ଅଧିକ ଲାଭ ପାଇଁ ଆଶାୟୀ ଥିବା ପଶୁପାଳକ ମାନେ ଭିନ୍ନ ଭିନ୍ନ ସ୍ତରରେ ସେମାନଙ୍କର ଚାଷର ପ୍ରଣାଳୀ ପରିବର୍ତନ କରିଥାନ୍ତି ।
ଆଜିର ସମୟରେ ବଜାରର ଚାହିଦା ଓ ଉପୋଭୋକ୍ତାଙ୍କ ରୁଚିକୁ ବିଚାରକୁ ନେଇ ପଶୁପାଳନ କେବଳ ମାତ୍ର ଆନୁଷଙ୍ଗିକ ବା ମିଶ୍ରିତ କୃଷି ହୋଇ ରହିନାହିଁ ବରଂ ତାହାର ସ୍ଵତନ୍ତ୍ରତା ପରିପ୍ରକାଶ କରିପାରିଛି । ପଶୁପାଳନ ମାଧ୍ୟମରେ ଆତ୍ମ ନିଯୁକ୍ତି ତଥା ଅଧିକ ଲାଭପ୍ରାପ୍ତିର ସୁଯୋଗ ଥିବା ହେତୁ ଆମ ରାଜ୍ୟରେ ନୂଆ ନୂଆ ପଦ୍ଧତି ଜରିଆରେ କିଛି ନୂତନ ପ୍ରଣିପାଳନର ଦିଗ ସୃଷ୍ଟି ହୋଇପାରୁଛି । ଉପର ଲିଖିତ ଉପଯୋଗୀତାକୁ ବିଚାର କଲେ ଘୁଷୁରି ପାଳନ ଏକ ଅଗ୍ରଣୀ ବ୍ୟବସାୟର ମାନ୍ୟତା ପାଇସାରିଛି । ଘୁଷୁରିପାଳନ ଏକ ଲାଭ ଜଣକ ବ୍ୟବସାୟ କାରଣ ଏହା ସହରରେ ଏବଂ କାମ ସମୟରେ ଅଧିକ ଲାଭ ପ୍ରଦାନ କରିଥାଏ ।
ପ୍ରଜାତି : ସାଧାରଣତଃ ଆମ ଦେଶରରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ଘୁଷୁରି ମଧ୍ୟରେ ଘୁଙ୍ଗୁରୁ, ଅଙ୍କମାଳୀ, ଧୂମ୍, ନିୟାଙ୍ଗ ମେଘା ଆଦି ଅନ୍ୟତମ । ଏହି ପ୍ରଜାତି ଗୁଡିକର ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଥିଲେ ମଧ୍ୟ କାମ ଛୁଆ ପ୍ରସାବ କରିବା କ୍ଷମତା, କାମ ଶାରୀରିକ ଓଜନର ଅଭିବୃଦ୍ଧି ତଥା ସାବକଙ୍କର ଅଧିକ ମୃତ୍ୟୁ ହାର ଥିବା ଯୋଗୁଁ ଏହା ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭଜନକ ନୁହେଁ, ତେଣୁ ଆମର ଦେଶୀ ପ୍ରଜାତି ସହ କିଛି ଉପଯୋଗୀ ବିଦେଶୀ ପ୍ରଜାତି ତଥା ଲାର୍ଜ ହ୍ଵାଇଟ ୟର୍କସାୟର, ଓଲାଣ୍ଡ୍ରାସ ଇତ୍ୟାଦିର ସଙ୍କରିକରଣ କରାଯାଇ ଉନ୍ନତମାନର ଘୁଷୁରି ପ୍ରଜାତି ସୃଷ୍ଟି କରାଯାଉଛି । ପଶ୍ଚିମ ବଙ୍ଗରେ ଘୁଙ୍ଘୁରୁ ପ୍ରଜାତି ଓ ମେଘାଳଯର ନେୟାଙ୍ଗ ମେଘା ଇତି ମଧ୍ୟରେ ଭାରତ ସରକାରଙ୍କର ପ୍ରଜାତିର ଅନୁମୋଦନ ଲାଭ କରିସାରିଛି ।
ଘର ତିଆରି ସମୟରେ ନିମ୍ନ ଲିଖିତ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ :-
ଘୁଷୁରି ବାସଗୃହ ଯୋଗ୍ୟ ସ୍ଥାନଟି ଉଛ ଜାଗାରେ ହେବା ଦରକାର ଯେମିତି ସେଠାରେ ପଣି ଜମି ନ ରହି ତଳେ ଥିବା ଜଳ ନିଷ୍କାସନ ନଳାକୁ ଆସି ପାରୁଥିବ । ଏଥିପାଇଁ ଚଟାଣଠାରୁ ନଳା ମଧ୍ୟରେ ଉପଯୁକ୍ତ ଭାବରେ ଗଡାଣିଆ ଅଂସ ରହିବା ଆବଶ୍ୟକ । ଘରଟିର ଲମ୍ବା ପୂର୍ବ ପଶ୍ଚିମ ଦିଗରେ ରହିବା ଦରକାର । ଘରର ଉଚ୍ଚତା ପାଖାପାଖି ୧୦-୧୨ ଫୁଟ ହେବା ଦରକାର ଏବଂ ଏହା ସ୍ଥାନୀୟ ଜଳବାୟୁ ଉପଯୋଗୀ ହେବ ଆବଶ୍ୟକ । ଅଧିକ ବର୍ଷା ହେଉଥିବା ସ୍ଥାନରେ ଛତର ନୂଆଣିଆ ମାପ କାନ୍ଥ ଠାରୁ ୨ ରୁ ୩ ଫୁଟ ଅଧିକ ହେବା ଭଲ । ଘରର କାନ୍ଥ ପାଖାପାଖି ୪-୫ ଫୁଟ ଉଚ୍ଚ ହେବା ଏବଂ ଏହାର ଉପରେ କଳଙ୍କି ହୀନ ଲୁହା ପାଇପରେ ବାଡ କରାଯିବା ଦରକାର । ସାଧାରଣତଃ ଘୁଷୁରି ପାଇଁ ଏକ ବଡ ଗୃହକୁ ଛୋଟ ଛୋଟ ଗୃହରେ ଭିବାଜିତ କରାଯାଏ ଯାହା ୪ ଫୁଟ ଉଚ୍ଚ କାନ୍ଥ ଦ୍ଵାରା ପୃଥକ ହୋଇଥାଏ । ଏହି ପ୍ରତ୍ୟେକ ଛୋଟ ଘରକୁ ଲାଗି ଖୋଲା ବାରଣ୍ଡା ରହିଥାଏ ଯାହା ଛୋଟ ଘର କ୍ଷେତ୍ରଫଳର ଦୁଇ ଗୁଣ । ବୟସ୍କ ଅଣ୍ଡିରା ଘୁଷୁରି ଏବଂ ଜନ୍ମ କରିଥିବା ମାଈ ଘୁଷୁରିକୁ ଅଲଗା ଅଲଗା ଗୃହରେ ରଖାଯାଇଥାଏ । ପ୍ରତ୍ୟେକ ଗୃହରେ ଦାନା ଓ ପାଣି ପାଇଁ ଅଲଗା ପାତ୍ରର ବ୍ୟବସ୍ଥା କରିବା ଜରୁରୀ ।
ଛୁଆ ଜନ୍ମ କରିବା ପୂର୍ବରୁ ଗର୍ଭବତୀ ଘୁଷୁରିକୁ ଏକ ସ୍ଵତନ୍ତ୍ର ଗୃହରେ ରଖାଯାଏ । ଏହି ଗୃହରେ ଛୁଆ ଜନ୍ମ ହେବ ପରେ ଛୁଆ ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଏ (ଗାର୍ଡରେଲ୍), ଯାହା ଦ୍ଵାରା ଛୁଆଙ୍କୁ ମା ର ଦଳାଚକଟାରୁ ବଞ୍ଚାଯାଇ ପାରିବ । ଏହି ଗାର୍ଡରେଲ୍ ର ନିର୍ମାଣ ଉଭୟ ଚଟାଣ ଓ କାନ୍ଥ ଠାରୁ ୨୫ ରୁ ୩୦ ସେ. ମି. (୧ ଫୁଟ ) ଦୂରତାରେ ମୋଟ ଲୁହ ପାଇପ ବ୍ୟବହାର କରି କରାଯିବା ଆବଶ୍ୟକ ।
ସାଧାରଣତଃ ଚଟାଣର କ୍ଷେତ୍ରଫଳ ଅନୁସାରେ ଗର୍ଭବତୀ ଘୁଷୁରି ପାଇଁ ୮ ରୁ ୧୨ ବର୍ଗ ମିଟର, ପ୍ରଜନନ କ୍ଷମ ମାଈ ଘୁଷୁରି ପାଇଁ ୧.୫ ରୁ ୨ ବର୍ଗ ଫୁଟ, ପ୍ରଜନନ କ୍ଷମ ଅଣ୍ଡିରା ଘୁଷୁରି ପାଇଁ ୮ ରୁ ୧୨ ବର୍ଗଫୁଟ ଓ ମା ଠାରୁ ଅଲଗା ହେବା (୮ ସପ୍ତାହ ) ସାବକ ପାଇଁ ୧-୨ ବର୍ଗଫୁଟ ସ୍ଥାନ ନିରୂପଣ କରାଯିବା ଦରକାର । ସେହିପରି ବାହାର ମାଟିଥିବା ସ୍ଥାନର କ୍ଷେତ୍ରଫଳ ପ୍ରତି ଗର୍ଭବତୀ ଘୁଷୁରି ପାଇଁ ୭-୮ ବର୍ଗଫୁଟ । ପ୍ରଜନନ କ୍ଷମ ଅଣ୍ଡିରା ପାଇଁ ୬-୭ ବର୍ଗଫୁଟ, ଅନ୍ୟାନ୍ୟ ପ୍ରଜନନକ୍ଷମ ମାଈ ପାଇଁ ୨-୩ ବର୍ଗଫୁଟ ଓ ମା ଠାରୁ ଅଲଗା ହୋଇଥିବା ବଡ ଘୁଷୁରି ପ୍ରତି ୧-୨ ବର୍ଗଫୁଟ ସ୍ଥାନ ଯୋଗାଇବା ଆବଶ୍ୟକ ।
ଘୁଷୁରି ଗୃହକୁ ପ୍ରତି ସକାଳ ସନ୍ଧ୍ୟାରେ ଦାନା ଦେବା ପୂର୍ବରୁ ଭଲ ଭାବରେ ସାଫା କରିବା ପ୍ରୟୋଜନ । ପ୍ରଥମେ ଚଟାଣ ଏବଂ କାନ୍ଥରେ ଲାଗିଥିବା ଗୋବରକୁ ସଫା କରିବା ଏବଂ ତାପରେ ଫିନାଇଲ ପାଣିରେ କାନ୍ଥ ଓ ଚଟାଣକୁ ଭଲ ଭାବେ ଧୋଇ ଦେବା ଦରକାର । ଦାନା ଓ ପାଣି ଦେବା ପାତ୍ର ମଧ୍ୟ ବିଶୋଧକ ଦ୍ଵାରା ଧୋଇଦେବା ଦରକାର ।
ସଂଗୃହିତ -
Last Modified : 3/23/2020