অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ ପ୍ରଣାଳୀରେ କୁକୁଡ଼ା ଚାଷ

କୃଷି କ୍ଷେତ୍ରରେ ଅଧିକ ରାସାୟନିକ ପଦାର୍ଥ ବ୍ୟବହାର ମଣିଷ ଶରୀର ପାଇଁ ହାନି କାରକ, ସାବ୍ୟସ୍ତ ହେଉଛି । ଏ ନେଇ କୃଷିରେ ରାସାୟନିକ ବିଷ ବ୍ୟବହାରକୁ କମ୍ କରିବା ପାଇଁ ଜୈବିକ  କୃଷିର ପ୍ରଚାର ପ୍ରସାର କରାଯାଉଛି ।

ଜୈବିକ ପଦ୍ଧତି କେବଳ କୃଷିରେ ନୁହେଁ କୁକୁଡା ଚାଷରେ ମଧ୍ୟ କାର୍ଯ୍ୟ କାରୀ କରିବା ଦରକାର । କାରଣ କୁକୁଡାମାନଙ୍କୁ  ଅଧିକ ଔଷଧ ଓ ଆଣ୍ଟିବାୟୋଟିକ୍ ପ୍ରୟୋଗ କରାଯିବା ଦ୍ଵାରା ଏହା ମଣିଷ ଶରୀର ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ଜୈବିକ ଉପାୟରେ କିଭଳି କୁକୁଡା ଚାଷ କରାଯାଇପାରିବ ସେଥିପ୍ରତି ଚାଷୀମାନେ ସଚେତନ ହେବା ଜରୁରୀ ।

ଜୈବିକ କୁକୁଡା ଚାଷର ଉପକାରିତା

ଜୈବିକ  କୁକୁଡ଼ା ମାଂସରେ ଆଣ୍ଟିବାୟୋଟିକ୍ ଅବଶେଷ ନଥାଏ । ଯାହା ସ୍ଵାସ୍ଥ୍ୟ ପାଇଁ ହିତକର । ଏହା କମ୍ ଚର୍ବି ଯୁକ୍ତ ଏବଂ ଉତ୍ତମ ପ୍ରୋଟିନ୍ (ପୁଷ୍ଟିସାର)ରେ ପରିପୂର୍ଣ୍ଣ । ଜୈବିକ କୁକୁଡ଼ା ଅଣ୍ଡାରେ ୨ ଗୁଣ ଅଧିକ ଓମେଗା-୩ ଏସିଡ ଥିବା ବେଳେ, ସାଧାରଣ ଅଣ୍ଡାଠାରୁ ୨/୩ ଭାଗ ଅଧିକ ଭିଟାମିନ୍ ଏ, ସାତ ଭାଗ ଅଧିକ ବିଟା କାରୋଟିନ୍, ତିନି ଭାଗ ଅଧିକ ଭିଟାମିନ୍ (ଇ) ରହିଥାଏ । ଜୈବିକ କୁକୁଡ଼ା ଅଣ୍ଡା, ମାଂସ କର୍କଟ, ହୃଦରୋଗକୁ ରୋକିବାରେ ସହାୟକ ହୋଇଥାଏ ।

ଜୈବିକ କୁକୁଡା ଚାଷର ଚାହିଦା

ବିଶ୍ଵର ୧୩୦ ଗୋଟି ଦେଶ ଏହି ଜୈବିକ କୁକୁଡା ଚାଷକୁ ଆଦରି ନେଉଛନ୍ତି । ଏହି ଦେଶମାନଙ୍କ   ମଧ୍ୟରେ ଆର୍ଜେଣ୍ଟିନା, ବ୍ରାଜିଲ, ମେକ୍ସିକୋ ଅନ୍ୟତମ ।

କେଉଁ ପ୍ରକାରର ପ୍ରଜାତି ପାଇଁ

ପରିବେଶକୁ ଖାପଖୁଆଇ ପାରୁଥିବା କୁକୁଡା ପ୍ରଜାତି ଆପଣାଇବା ଦରକାର । ଏମାନଙ୍କ ମଧ୍ୟରେ ନିକୋବରୀ, ଆସିଲ, ଗିରି ରାଜା, ବନରାଜା, ଗ୍ରାମପ୍ରିୟା ଇତ୍ୟାଦି ଅନ୍ୟତମ । ଏହି କୁକୁଡ଼ାମାନଙ୍କ ପ୍ରଜନନ ପ୍ରାକୃତିକ ଉପାୟରେ ହେବା ଉଚିତ । ହରମୋନ୍‌ର ପ୍ରୟୋଗ ଏଥିପାଇଁ ବନ୍ଦ କରିବା ଉଚିତ ।

ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା

ଖାଦ୍ୟ ଉପାଦାନ ମଧ୍ୟରେ ମକା, ତନ୍ତୁ ଜାତୀୟ ଖାଦ୍ୟ ପଦାର୍ଥ ମଟର, ସୋୟାବିନ୍, ରାଇ ସୋରିଷ ବ୍ୟବହୃତ ହୋଇଥାଏ । ମଟର ୨୫୦- ୩୦୦ ଗ୍ରାମ ପ୍ରତି ୧ କେଜି ଖାଦ୍ୟ ଦାନା ମାଂସ ଉତ୍ପାଦନ କରୁଥିବା କୁକୁଡ଼ା ପାଇଁ ଏବଂ ୧୫୦ ଗ୍ରାମ୍ - ୨୦୦ ଗ୍ରାମ୍ ପ୍ରତି ୧ କେଜି ଖାଦ୍ୟ ଦାନା ଅଣ୍ଡା ଦେଉଥବା କୁକୁଡ଼ା ପାଇଁ ବ୍ୟବହାର କରାଯାଇଥାଏ । ମାଛ ତେଲ ମଧୁ ଖାଦ୍ଯ ଦାନା ଜୋର ବ୍ୟବହାର ହୋଇଥାଏ  । ତାହା ଛଡ଼ା ଡାଲି ଜାତୀୟ ଖାଦ୍ୟ ପଦାର୍ଥ ଗୁଣ୍ଡ କରି ଖାଦ୍ୟ ଦାନାରେ ମିଶାଯାଇ ଥାଏ ଯାହା କୃତିମ ଆମିନୋ ଏସିଡ୍ ବ୍ୟବହାରକୁ ପୁରଣ କରିଥାଏ ।

କଲିଚୂନ ଏବଂ ଫସଫେଟ୍ ଖାଦ୍ୟ ଦାନାରେ ମଧ୍ୟ ମିଶାଯାଇଥାଏ । ତାହାଛଡ଼ା ଗୁଣ୍ଡ ଦୁଧ, ଆଳୁ ଚୋପା କେତେକ ଅଂଶରେ ଖାଦ୍ୟ ଦାନାରେ ମଧ୍ୟ ମିଶାଯାଇଥାଏ । ପାନୀୟ ଜଳରେ କୌଣସି ପ୍ରକାର ଔଷଧ କିମ୍ବା ଆଣ୍ଟି ବାୟୋଟିକ୍ ବ୍ୟବହୃତ  ହୋଇନଥାଏ ।

ସଂଗୃହିତ - ଡା, ରାଜେଶ କୁମାର ସାହୁ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate