অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତ୍ଵରିତ ଦୁଗ୍ଧ ଉତ୍ପାଦନ

କୃଷି ଓ ଆନୁଷଙ୍ଗିକ କୃଷି

ଭାରତ ଏକ କୃଷି ପ୍ରଧାନ ଦେଶ । ଜନସାଧାରଣ କୃଷି ଓ ଆନୁଷଙ୍ଗିତ କୃଷି ଉପରେ ନିର୍ଭର କରୁଥିବା ବେଳେ ଶତପ୍ରତିଶତ ଜନସାଧାରଣଙ୍କ ଜୀବନ ଓ ଜୀବିକା କୃଷି ଦ୍ଵାରା ପ୍ରଭାବିତ ହୋଇଥାଏ । ଅତଏବ ଏହି କାରଣରୁ କୃଷିର ସର୍ବଶେଷ ଉନ୍ନତି କେବଳ ମୁଖ୍ୟ ଫସଲ ତଥା କୃଷି କାର୍ଯ୍ୟ ଦକ୍ଷତା ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାଏ, ତାହା ନୁହେଁ ବରଂ ଆନୁଷଙ୍ଗିକ କୃଷି ହିସାବରେ ଚାଷାଭାଇଟିଏ ବେଶ୍ ଦୁଇ ପଇସା ରୋଜଗାର କ୍ଷମ ହୋଇଥିବାବେଳେ ପ୍ରାକୃତିକ ସମ୍ବଳର ପରିଚାଳନା ସମେତ ପରିପୋଷଣ କୃଷି କାର୍ଯ୍ୟରେ ମଧ୍ୟ ବିଶେଷ ସଫଳତା ମିଳିଥାଏ ।

କିନ୍ତୁ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟର ସଫଳତା ପାଇଁ ଅନୁରୂପ ଭାବେ ପ୍ରାଣୀ ପାଳନ ଜରୁରୀ, କାରଣ କୃଷି କାର୍ଯ୍ୟକୁ ତୁରନ୍ତିତ, ସକ୍ରିୟ ତଥା ସଫଳତା କରିବାକୁ ହେଲେ ପ୍ରାଣୀ ପାଳନ ଏକ ଅବିଛେଦ୍ୟ ଅଂଶ ବୋଲି ଗ୍ରହଣ କରାଯାଇପାରେ । ଆହୁରି ମଧ୍ୟ କୃଷି ପରି ପ୍ରାଣୀ ପାଳନ କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବା ସହିତ ନିରବଚ୍ଛିନ୍ନ ଭାବେ ଆମକୁ ଆୟ ଓ ଲାଭ ମିଳିଥାଏ ଯାହାକି ଏଡ଼ାଇ ଦିଆଯାଇ ନ ପାରେ ।

ଆକର୍ଷକ ଉଦ୍ୟୋଗ ହେଉଛି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଉତ୍ପାଦନ

ଏପରି କି ପ୍ରାଣୀ ପାଳନ କ୍ଷେତ୍ରରେ ଯେଉଁ ସବୁ ଉଦ୍ୟୋଗ ଗଢ଼ି ଉଠିଛି ସେ ସହ ଉଦ୍ୟୋଗ ମଧ୍ୟରୁ ସବୁଠାରୁ ସଫଳ ଜନପ୍ରିୟ ତଥା ଆକର୍ଷକ ଉଦ୍ୟୋଗ ହେଉଛି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ପ୍ରାଣୀ ପାଳନ । କାରଣ ଦୁଗ୍ଧ ଉତ୍ପାଦନରେ ଆମେ ବିଶ୍ଵ ଦରବାରରେ ୫ମ ସ୍ଥାନରୁ ୩ୟ ୨ୟ ସ୍ଥାନ ଅତିକ୍ରମ କରି ବର୍ତ୍ତମାନ ପରିସ୍ଥିତିରେ ୧ମ ସ୍ଥାନରେ ପହଞ୍ଚ ପାରିଛୁ । ୧୯୫୦-୫୧ ରେ ୧୬ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇ ୨୦୦୮-୦୯ ରେ ୧୦୮.୫ ନିୟୁତ ଟନ୍‌ରେ ପହଞ୍ଚ ପାରିଥିଲା ଯେଉଁଠାରେ କି ସଂଯୁକ୍ତ ରାଷ୍ଟ୍ରର ଦୁଗ୍ଧ ଉତ୍ପାଦନ ଏହି ସମୟରେ ୮୫ ନିଯୁତ ଟନ୍ ରେ ସୀମିତ ଥିଲା । ଅପରପକ୍ଷରେ ମୁଣ୍ଡପିଛା ଦୁଗ୍ଧ ୧୧୨ ଗ୍ରାମରୁ ୨୫୮ ଗ୍ରାମ୍  ହୋଇପାରିଛି । ଅତଏବ ଦୁଗ୍ଧ ଉତ୍ପାଦନରେ ଏହି ଆଶାନୁରୂପକ ସଫଳତା ପାଇଁ ତୃଣମୂଳ ସ୍ତରରେ ଗୋପାଳକ, ଗ୍ରାମୀଣ ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀର ସମାହାରକୁ ନେଇ ସାମୂହିକ ଭାବେ ଦୁଗ୍ଧ ସମବାୟ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ଦୁଗ୍ଧ ସମବାୟ ପ୍ରାୟତଃ ୩.୪ ନିୟୁତ କୃଷି ପରିବାର ପାଇଁ ରୋଜଗାର ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । କିନ୍ତୁ ପରିତାପର ବିଷୟ ଉତ୍ପାଦିତ ମୋଟ ଦୁଗ୍ଧର ୮୦ ଶତାବିଂଶ ଅସଂଗଠିତ ସ୍ତରରୁ ଆସୁଥିବାବେଳେ ଅବଶିଷ୍ଟ ୨୦ ଶତାବିଂଶ ସମାନ ଭାବେ ସମବାୟ ଓ ଚେସରକାରୀ ଦୁଗ୍ଧ ବ୍ୟବସାୟ ସଂସ୍ଥା। (ପ୍ରତିଷ୍ଠାନ)ରୁ ଆସିଥାଏ ।

ଦୁଗ୍ଧ ଉତ୍ପାଦନର ଅଭିବୃଦ୍ଧି

ଅତଏବ ଦୁଗ୍ଧ ଉତ୍ପାଦନର ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରାୟତଃ ୨୬୫ ଗୋଟି ଜିଲାରେ ୧.୩୩ ଲକ୍ଷ  ସମବାୟ ସଂସ୍ଥା ଗ୍ରାମୀଣ ସ୍ତରରେ କାର୍ଯ୍ୟକାରୀ ହୋଇ ୨୫,୧ ନିୟୁତ ଲିଟର ଦୁଗ୍ଧ ସଂଗୃହୀତ ହୋଇପାରୁଛି । ଏଥିପାଇଁ ଦୁଗ୍ଧ ସମବାୟ ସାଧାରଣତଃ ୧.୨୮.୭୯୦ ଗ୍ରାମୀଣ ସମିତି ଯାହାକି ୧୩.୪ ନିୟୁତ ଦୁଗ୍ଧ ଚାଷୀଙ୍କ ମଧ୍ୟରୁ କେବଳ ୩.୨ ନିୟୁତ ମହିଳା ଦୁଗ୍ଧ ଚାଷୀ ମଧ୍ୟ ଦୁଗ୍ଧ ସଂଗ୍ରାହକ, ପରୀକ୍ଷକ ତଥା ବିକ୍ରିବଟା କ୍ଷେତ୍ରରେ ନିଜକୁ ସୁପ୍ରତିଷ୍ଠିତ କରିସାରିଲେଣି ।

କେବଳ ଏତିକି ନୁହେଁ ଆଉ ଏକ ଆକଳନରୁ ଜଣାଯାଏ। ପ୍ରତ୍ୟହ ୧୮୯.୨୧ ଲକ୍ଷ ଲିଟର ଦୁଗ୍ଧ ବିକ୍ରୟ ହେଉଥିବା ସ୍ଥଳେ ବାର୍ଷିକ ୬.୬ ଶତାବିଂଶ ଅଭିବୃଦ୍ଧି ଘଟି ପାରୁଛି । କିନ୍ତୁ ଭିତ୍ତିଭୂମିର ବିକାଶ, ଗମନାଗମନ, ସଂଗ୍ରାହକ ଓ ସଂରକ୍ଷିତ ଦ୍ରବ୍ୟ ତଥା ମୂଲ୍ୟଯୁକ୍ତ ଖାଦ୍ୟ ଓ ପ୍ରକ୍ରିୟାକରଣରେ ଅନେକ ଅସୁବିଧା ହେତୁ ଭାରତ ଦୁଗ୍ଧ ଉତ୍ପାଦନରେ ଶୀର୍ଷ ସ୍ଥାନ ଅଧିକାର  କରିଥିଲେ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟରୁ ଯଥେଷ୍ଟ ଦୂରରେ ରହିଛି । କାରଣ ଆମକୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆହୁରି ଅଧିକ ସ୍ଵାବଲମ୍ବୀ ହେବାକୁ ପଡ଼ିବ, କାରଣ ଦୈନିକ ଆମକୁ ୧୮୦ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ କରିପାରିଲେ ଆଗାମୀ ଦିନରେ ଏହାର ଆବଶ୍ୟକତା ପରିପୂରଣ ହୋଇପାରିବ ।

ଗୋ ମହିଷାଦି ପ୍ରଜନନ ସମ୍ପର୍କିତ ରାଷ୍ଟ୍ରୀୟ ପ୍ରକଳ୍ପ

ଏଥିପାଇଁ ଭରତ ସରକାରଙ୍କ ତରଫରୁ ଉନ୍ନତ ପ୍ରଜାତିର ଗୋ ମହିଷାଦି ପ୍ରଜନନ ଓ ପ୍ରଜାତିର ଉନ୍ନତୀକରଣ ପାଇଁ ‘ଗୋ ମହିଷାଦି ପ୍ରଜନନ ସମ୍ପର୍କିତ ରାଷ୍ଟ୍ରୀୟ ପ୍ରକଳ୍ପ ଅକ୍ଟୋବର ୨୦୦୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଏଥିପାଇଁ ୧ମ ପର୍ଯ୍ୟାୟରେ ୪୦୪ କୋଟି ଓ ୨ୟ ପର୍ଯ୍ୟାୟରେ ୭୭୫.୯ କୋଟି ଖର୍ଚ୍ଚ  ହୋଇଛି। ଅତଏବ କାର୍ଯ୍ୟକ୍ରମକୁ ସଫଳ କରାଇବା ଉଦ୍ଦେଶ୍ୟରେ ପ୍ରତି ୫ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୧୦ ବର୍ଷ ପାଇଁ କାର୍ଯ୍ୟକାରୀ ହୋଇପାରିଛି । ଅତଏବ ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗୋ ମହିଷାଦି  ପ୍ରଜାତିର ବିକାଶ କରି ପାରିପାର୍ଶ୍ଵକ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୁଗ୍ଧ ଉତ୍ପାଦକତା ବଢ଼ାଇ ଏହାର ବୈପ୍ଳବିକ ପରିବର୍ତ୍ତନ ଆଣିବା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ୨୮ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି ଓ ଏଥିପାଇଁ ୨୦୧୦ ମସିହାରେ ୪୮୫.୭୩ କୋଟି ଅର୍ଥବିନିଯୋଗ ହୋଇଥିଲା । ଅତଏବ ଏହି କାରଣରୁ ସାରା ଭାରତବର୍ଷରେ ସର୍ବାଧିକ ଗୋ ମହିଷାଦି ଅଛନ୍ତି ଯାହାକି ବିଶ୍ଵ ମାନଚିତ୍ରରେ ମଧ୍ୟ ଏମାନେ ପ୍ରଥମ । ଏକ ଆକଳନରୁ ଜଣାଯାଏ ଭାରତବର୍ଷରେ ୧୮୦ ନିୟୁତ ଗୋ ଓ ୮୫.୫ ନିୟୁତ ମଇଁଷି ରହିଛି। ଅତଏବ ଏସବୁ କାରଣରୁ ଏମାନଙ୍କର ଠିକ ପରିଚାଳନା ଓ ସଫଳତା ପାଇଁ ନିମ୍ନ ପ୍ରଦତ୍ତ ବିଷୟ ପ୍ରତି ଗୁରୁତ୍ଵ ଦେବାକୁ ପଡିବ ।

  • କୃତ୍ରିମ ପ୍ରଜନନ

ଗୋପାଳକ, ଗୋମିତ୍ର ତଥା ବିଭିନ୍ନ ଆନୁଷଙ୍ଗିକ ସଂସ୍ଥା ତରଫରୁ ନିୟୋଜିତ କ୍ଷେତ୍ରୀୟ କର୍ମଚାରୀଙ୍କ ପାଇଁ ଦକ୍ଷତାର ବିକାଶ କରିବା ଯାହାଫଳରେ ଏମାନଙ୍କ ଦ୍ଵାରା ପ୍ରଜନନ ସଫଳତା ମିଳିପାରିବ ।

  • ଭିତ୍ତିଭୂମିର ବିକାଶ

ଗମନାଗମନ, ଘର, ବଜାର, ସଂଗ୍ରାହକ ପାତ୍ର ।

  • ଶୀତଳୀକରଣ ପ୍ରକୋଷ୍ଠ

ପ୍ରକ୍ରିୟାକରଣ ଶିଳ୍ପ ଆଦିକୁ ଯଥାସମ୍ଭବ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବା ଆବଶ୍ୟକ ।

  • ସନ୍ତୁଳିତ ଖାଦ୍ୟ

ସନ୍ତୁଳିତ ସ୍ଵାସ୍ଥ୍ୟକର ଖାଦ୍ୟ, ପୁଷ୍ଟିକର ଖାଦ୍ୟ, ସବୁଜ ଖାଦ୍ୟ, ସ୍ଵଳ୍ପମୂଲ୍ୟର ଖାଦ୍ୟ ପ୍ରସ୍ତୁତି ଓ ପ୍ରକ୍ରିୟା ଉପରେ ଗୁରୁତ୍ଵ ଦିଆଯିବା ।

  • ତାଲିମ ଓ ଆଲୋଚନାଚକ୍ର

ପ୍ରାଣୀମାନେ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ସର୍ବଶେଷ ତାଲିମ ସମେତ ବିଶେଷ ଭାବେ ସମସ୍ୟା ବହୁଳ ଉତ୍ପାଦନ ଉପରେ ଆଲୋଚନା ପ୍ରସଙ୍ଗରେ ଅନେକ ଗୁଡିଏ ସମସ୍ୟାର ସମାଧାନ ହୋଇପାରିବ ।

  • ସଂପ୍ରସାରଣ ଜ୍ଞାନର ବିତରଣ

ଉନ୍ନତ ଜ୍ଞାନ କୌଶଳ ସମ୍ବନ୍ଧୀୟ ସଚେତନତା ଓ ସଂପ୍ରସାରଣ ଶିକ୍ଷାକୁ ତୃଣମୂଳ ସ୍ତରରେ ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରିଲେ । ଏହାର ଗ୍ରହଣୀୟତା ସହିତ ଲୋକପ୍ରିୟତା ମଧ୍ୟ ବଢ଼ିପାରିବ । ଅତଏବ ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସାରା ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ଅତି ସଫଳ ଭାବେ ବିଭିନ୍ନ ଦୁଗ୍ଧ ସମବାୟ ସଂସ୍ଥା କାର୍ଯ୍ୟରତ ।

ବିଭିନ୍ନ ଦୁଗ୍ଧ ସମବାୟ ସଂସ୍ଥାର ନାମ

ବ୍ୟବସାୟିକ ନାମା

ଓଡ଼ିଶା ଦୁଗ୍ଧ ସମବାୟ ମହାସଂଘ ଲି

ଓମ୍‌ଫେଡ

ଗୁଜରାଟ ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ନା

ଅମୁଲ, ସାଗର

ବିହାର ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା

ସୁଧା

ହରିୟାଣା ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା

ଭିଟା

ତ୍ରିପୁରା ଦୁର୍, ଉତ୍ପାଦନ ସମିତି ଲି.

ଗୋମତି

ସିକିମ ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା

ସିକିମ, ମିଲ୍

ଗୋଆ, ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା

ଗୋଆ ଡାଏରୀ

ପଣ୍ଡିଚେରି ଦୁଗ୍ଧ ଉତ୍ପାଦନ ସମିତି ଲି

ପୋନଲେଟ

କର୍ଣ୍ଣାଟକ ଦୁଗ୍ଧ ଉତ୍ପାଦନ ସମିତି ଲି.

ନନ୍ଦିନୀ

କେରଳ ରାଜ୍ୟ ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା

ମିଲିମା

ମଧ୍ୟପ୍ରଦେଶ ଦୁଗ୍ଧ ସମବାୟ ସଂସ୍ଥା

ଶକ୍ତି, ସଖୀ, ସେହ

ମହାରାଷ୍ଟ୍ର ରାଜ୍ୟ ସହକାରୀ ଦୁଗ୍ଧ ସମବାୟ ମହାସଂଘ

ଗୋକୁଳ

ଉତ୍ତରପ୍ରଦେଶ ପ୍ରାଦେଶିକ ସମବାୟ ସମିତି ଲି.

ପରାଗ୍

ପଞ୍ଜାବ ରାଜ୍ୟ ଦୁଗ୍ଧ ସମବାୟ ସଂସ୍ଥା

ବିଶାଖା

ରାଜସ୍ଥାନ ଦୁଗ୍ଧ ସମବାୟ ସମିତି ଲି.

ସାରସ

ତାମିଲନାଡୁ ଦୁଗ୍ଧ ଉତ୍ପାଦନ ସମବାୟ ମହାସଂଘ ଲି,

ଆଭିନ

ପଶ୍ଚିମବଙ୍ଗ ଦୁଗ୍ଧ ସମବାୟ ସମିତି ଲି.

ବେନ୍ ମିକ୍ସ

ଜୟପୁର ଡାଏରୀ

ସାରସ

ଜମ୍ମୁ ଓ କଶ୍ମୀର ଦୁଗ୍ଧ ଉତ୍ପାଦନ ମହାସଂଘ

ଜାମ୍‌ଫେଡ୍

କୋହିମା ଦୁଗ୍ଧ ଉତ୍ପାଦନ ଓ ସମବାୟ ସଂସ୍ଥା

କେ.ଭି.

 

ଆଧାର – ଅଶୋକ ବରଣ ଦାସ କୃଷି ସଂପ୍ରସାରଣ ବୈଜ୍ଞାନିକ ତଥା ବିଶେଷଜ୍ଞ  (ଆତ୍ମା), କୃଷି ବିଜ୍ଞାନ କେନ୍ଦ୍ର,ମୋ:୬୨୦୫୬୦୯୧୯୫

 

Last Modified : 7/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate